Page 1316
                    ਸਭਿ ਧੰਨੁ ਕਹਹੁ ਗੁਰੁ ਸਤਿਗੁਰੂ ਗੁਰੁ ਸਤਿਗੁਰੂ ਜਿਤੁ ਮਿਲਿ ਹਰਿ ਪੜਦਾ ਕਜਿਆ ॥੭॥
                   
                    
                                          
                        ସମସ୍ତେ କୁହ, ଗୁରୁ ଧନ୍ୟ ଅଟନ୍ତି, ଯାହାଙ୍କ ସହିତ ମିଶି ଆମର ଅବଗୁଣ ଉପରେ ପରଦା ପଡିଅଛି||7||
                                            
                    
                    
                
                                   
                    ਸਲੋਕੁ ਮਃ ੪ ॥
                   
                    
                                          
                        ଶ୍ଳୋକ ମହଲା 4॥ 
                                            
                    
                    
                
                                   
                    ਭਗਤਿ ਸਰੋਵਰੁ ਉਛਲੈ ਸੁਭਰ ਭਰੇ ਵਹੰਨਿ ॥
                   
                    
                                          
                        ଭକ୍ତିର ସରୋବର ଉଛୁଳି ଉଠୁଛି ଏବଂ ଭରା ସରୋବରରେ ଭକ୍ତଗଣ ବହୁଛନ୍ତି।
                                            
                    
                    
                
                                   
                    ਜਿਨਾ ਸਤਿਗੁਰੁ ਮੰਨਿਆ ਜਨ ਨਾਨਕ ਵਡ ਭਾਗ ਲਹੰਨਿ ॥੧॥
                   
                    
                                          
                        ହେ ନାନକ! ଯିଏ ସଦଗୁରୁଙ୍କ ମନନ କରିଥାଏ, ସେ ଭାଗ୍ୟଶାଳୀ ଅଟେ||1||
                                            
                    
                    
                
                                   
                    ਮਃ ੪ ॥
                   
                    
                                          
                        ମହଲା 4॥ 
                                            
                    
                    
                
                                   
                    ਹਰਿ ਹਰਿ ਨਾਮ ਅਸੰਖ ਹਰਿ ਹਰਿ ਕੇ ਗੁਨ ਕਥਨੁ ਨ ਜਾਹਿ ॥
                   
                    
                                          
                        ପରମାତ୍ମାଙ୍କ ନାମ ଅସଂଖ୍ୟ ଅଟେ, ତାହାଙ୍କ ଗୁଣର କଥନ କରାଯାଇ ପାରିବ ନାହିଁ।
                                            
                    
                    
                
                                   
                    ਹਰਿ ਹਰਿ ਅਗਮੁ ਅਗਾਧਿ ਹਰਿ ਜਨ ਕਿਤੁ ਬਿਧਿ ਮਿਲਹਿ ਮਿਲਾਹਿ ॥
                   
                    
                                          
                        ସେ ଅପହଞ୍ଚ ଓ ଅସୀମ ଅଟନ୍ତି ଏବଂ କେଉଁ ପ୍ରକାରେ ପ୍ରଭୁଙ୍କ ସହିତ ମିଳନ ହୋଇ ପାରିବ? 
                                            
                    
                    
                
                                   
                    ਹਰਿ ਹਰਿ ਜਸੁ ਜਪਤ ਜਪੰਤ ਜਨ ਇਕੁ ਤਿਲੁ ਨਹੀ ਕੀਮਤਿ ਪਾਇ ॥
                   
                    
                                          
                        ଯିଏ ଈଶ୍ବରଙ୍କ ଯଶୋଗାନ କରିଥାଏ, ସେ ତାହାଙ୍କ ମହତ୍ତ୍ଵକୁ କିଞ୍ଚିତ ମାତ୍ର ମୂଲ୍ୟାଙ୍କନ କରି ପାରେନାହିଁ।
                                            
                    
                    
                
                                   
                    ਜਨ ਨਾਨਕ ਹਰਿ ਅਗਮ ਪ੍ਰਭ ਹਰਿ ਮੇਲਿ ਲੈਹੁ ਲੜਿ ਲਾਇ ॥੨॥
                   
                    
                                          
                        ନାନକ କହନ୍ତି ଯେ ପ୍ରଭୁ ସ୍ଵତଃ ଭକ୍ତକୁ ନିଜ ଚରଣରେ ମିଳାଇ ନେଇଥାନ୍ତି||2||
                                            
                    
                    
                
                                   
                    ਪਉੜੀ ॥
                   
                    
                                          
                        ପଉଡୀ॥
                                            
                    
                    
                
                                   
                    ਹਰਿ ਅਗਮੁ ਅਗੋਚਰੁ ਅਗਮੁ ਹਰਿ ਕਿਉ ਕਰਿ ਹਰਿ ਦਰਸਨੁ ਪਿਖਾ ॥
                   
                    
                                          
                        ଈଶ୍ଵର ଅପହଞ୍ଚ, ମନବାଣୀରୁ ଉର୍ଦ୍ଧ୍ଵରେ, ତାହାଙ୍କ ଦର୍ଶନ କିପରି ହୋଇ ପାରିବ?
                                            
                    
                    
                
                                   
                    ਕਿਛੁ ਵਖਰੁ ਹੋਇ ਸੁ ਵਰਨੀਐ ਤਿਸੁ ਰੂਪੁ ਨ ਰਿਖਾ ॥
                   
                    
                                          
                        ଯଦି କୌଣସି ବସ୍ତୁ ହୋଇଥାନ୍ତେ, ତାହାହେଲେ ତାହାଙ୍କ ବର୍ଣ୍ଣନା କରାଯାଇ ପାରନ୍ତା, ତାହାଙ୍କ ରୂପ, ରଙ୍ଗ ଓ ଆକାର ନାହିଁ। 
                                            
                    
                    
                
                                   
                    ਜਿਸੁ ਬੁਝਾਏ ਆਪਿ ਬੁਝਾਇ ਦੇਇ ਸੋਈ ਜਨੁ ਦਿਖਾ ॥
                   
                    
                                          
                        ଯାହାକୁ ସେ ସ୍ଵୟଂ ବୁଝାଇ ଥାଆନ୍ତି, ସେହି ବ୍ୟକ୍ତି ଦର୍ଶନ କରିଥାଏ।
                                            
                    
                    
                
                                   
                    ਸਤਸੰਗਤਿ ਸਤਿਗੁਰ ਚਟਸਾਲ ਹੈ ਜਿਤੁ ਹਰਿ ਗੁਣ ਸਿਖਾ ॥
                   
                    
                                          
                        ସତସଙ୍ଗତି ଗୁରୁଙ୍କ ପାଠଶାଳା ଅଟେ, ଯେଉଁଠି ଗୁଣର ଶିକ୍ଷା ଦିଆଯାଇ ଥାଏ। 
                                            
                    
                    
                
                                   
                    ਧਨੁ ਧੰਨੁ ਸੁ ਰਸਨਾ ਧੰਨੁ ਕਰ ਧੰਨੁ ਸੁ ਪਾਧਾ ਸਤਿਗੁਰੂ ਜਿਤੁ ਮਿਲਿ ਹਰਿ ਲੇਖਾ ਲਿਖਾ ॥੮॥
                   
                    
                                          
                        ସେହି ଜିହ୍ଵା ଧନ୍ୟ ଅଟେ, ସେହି ହାତ ଧନ୍ୟ ଅଟେ, ସେହି ଗୁରୁ ମଧ୍ୟ ଧନ୍ୟ ଅଟନ୍ତି, ଯେଉଁଠି ପ୍ରଭୁଙ୍କ ଗୁଣ ଲେଖା ଯାଇଥାଏ||8||
                                            
                    
                    
                
                                   
                    ਸਲੋਕ ਮਃ ੪ ॥
                   
                    
                                          
                        ଶ୍ଳୋକ ମହଲା 4॥ 
                                            
                    
                    
                
                                   
                    ਹਰਿ ਹਰਿ ਨਾਮੁ ਅੰਮ੍ਰਿਤੁ ਹੈ ਹਰਿ ਜਪੀਐ ਸਤਿਗੁਰ ਭਾਇ ॥
                   
                    
                                          
                        ପରମାତ୍ମାଙ୍କ ନାମ ଅମୃତର ସାଗର ଅଟେ, ଗୁରୁଙ୍କ ପ୍ରେମରେ ତାହାଙ୍କ ଜପ କର।
                                            
                    
                    
                
                                   
                    ਹਰਿ ਹਰਿ ਨਾਮੁ ਪਵਿਤੁ ਹੈ ਹਰਿ ਜਪਤ ਸੁਨਤ ਦੁਖੁ ਜਾਇ ॥
                   
                    
                                          
                        ହରିନାମ ପବିତ୍ର ଅଟେ, ତାହାଙ୍କ ଜପ କରିବା ଓ ଯଶ ଶୁଣିବା ଦ୍ଵାରା ଦୁଃଖ-ଯନ୍ତ୍ରଣା ସବୁ ଦୂର ହୋଇଯାଏ।
                                            
                    
                    
                
                                   
                    ਹਰਿ ਨਾਮੁ ਤਿਨੀ ਆਰਾਧਿਆ ਜਿਨ ਮਸਤਕਿ ਲਿਖਿਆ ਧੁਰਿ ਪਾਇ ॥
                   
                    
                                          
                        ପରମାତ୍ମାଙ୍କ ନାମ ସେହି ଲୋକ ହିଁ ଆରାଧନା କରିଥାଏ, ଯାହାର କପାଳରେ ପ୍ରାରମ୍ଭରୁ ଲେଖା ହୋଇଥାଏ।
                                            
                    
                    
                
                                   
                    ਹਰਿ ਦਰਗਹ ਜਨ ਪੈਨਾਈਅਨਿ ਜਿਨ ਹਰਿ ਮਨਿ ਵਸਿਆ ਆਇ ॥
                   
                    
                                          
                        ଯାହାର ମନରେ ସେ ବାସ କରିଥାନ୍ତି, ସେହି ଭକ୍ତ ପ୍ରଭୁ ଦରବାରରେ ଶୋଭା ପ୍ରାପ୍ତ କରିଥାଏ। 
                                            
                    
                    
                
                                   
                    ਜਨ ਨਾਨਕ ਤੇ ਮੁਖ ਉਜਲੇ ਜਿਨ ਹਰਿ ਸੁਣਿਆ ਮਨਿ ਭਾਇ ॥੧॥
                   
                    
                                          
                        ହେ ନାନକ! ତାହାର ମୁଖ ଉଜ୍ଜଳ ହୋଇଥାଏ, ଯିଏ ମନ ଲଗାଇ ପରମାତ୍ମାଙ୍କ ଭଜନ ଶୁଣିଥାଏ॥1॥
                                            
                    
                    
                
                                   
                    ਮਃ ੪ ॥
                   
                    
                                          
                        ମହଲା 4॥ 
                                            
                    
                    
                
                                   
                    ਹਰਿ ਹਰਿ ਨਾਮੁ ਨਿਧਾਨੁ ਹੈ ਗੁਰਮੁਖਿ ਪਾਇਆ ਜਾਇ ॥
                   
                    
                                          
                        ପରମାତ୍ମାଙ୍କ ନାମ ସୁଖର ଘର ଅଟେ, ଯାହା ଗୁରୁ ଦ୍ଵାରା ହିଁ ପ୍ରାପ୍ତ ହୋଇଥାଏ।
                                            
                    
                    
                
                                   
                    ਜਿਨ ਧੁਰਿ ਮਸਤਕਿ ਲਿਖਿਆ ਤਿਨ ਸਤਿਗੁਰੁ ਮਿਲਿਆ ਆਇ ॥
                   
                    
                                          
                        ଯାହାର କପାଳରେ ପୂର୍ବରୁ ଲେଖା ହୋଇଥାଏ, ତାହାକୁ ହିଁ ସଦଗୁରୁ ମିଳିଥାନ୍ତି। 
                                            
                    
                    
                
                                   
                    ਤਨੁ ਮਨੁ ਸੀਤਲੁ ਹੋਇਆ ਸਾਂਤਿ ਵਸੀ ਮਨਿ ਆਇ ॥
                   
                    
                                          
                        ମନ ତନ ଶୀତଳ ହୋଇଯାଏ ଏବଂ ମନରେ ଶାନ୍ତି ବାସ କରିଥାଏ। 
                                            
                    
                    
                
                                   
                    ਨਾਨਕ ਹਰਿ ਹਰਿ ਚਉਦਿਆ ਸਭੁ ਦਾਲਦੁ ਦੁਖੁ ਲਹਿ ਜਾਇ ॥੨॥
                   
                    
                                          
                        ହେ ନାନକ! ପରମାତ୍ମାଙ୍କ ଯଶୋଗାନ କରିବା ଦ୍ଵାରା ଦୁଃଖ-ଦାରିଦ୍ର୍ୟ ସବୁ ଦୂର ହୋଇଯାଏ||2||
                                            
                    
                    
                
                                   
                    ਪਉੜੀ ॥
                   
                    
                                          
                        ପଉଡୀ॥
                                            
                    
                    
                
                                   
                    ਹਉ ਵਾਰਿਆ ਤਿਨ ਕਉ ਸਦਾ ਸਦਾ ਜਿਨਾ ਸਤਿਗੁਰੁ ਮੇਰਾ ਪਿਆਰਾ ਦੇਖਿਆ ॥
                   
                    
                                          
                        ହେ ଭାଇ! ମୁଁ ତାହା ପ୍ରତି ସମର୍ପିତ ଅଟେ, ଯିଏ ମୋର ପ୍ରିୟ ଗୁରୁଙ୍କୁ ସଦା ଦର୍ଶନ କରିଥାଏ। 
                                            
                    
                    
                
                                   
                    ਤਿਨ ਕਉ ਮਿਲਿਆ ਮੇਰਾ ਸਤਿਗੁਰੂ ਜਿਨ ਕਉ ਧੁਰਿ ਮਸਤਕਿ ਲੇਖਿਆ ॥
                   
                    
                                          
                        ମୋର ସଦଗୁରୁ ତାହାକୁ ହିଁ ମିଳିଥାଏ, ଯାହାର ଲଲାଟରେ ଏହା ଲେଖା ହୋଇଥାଏ। 
                                            
                    
                    
                
                                   
                    ਹਰਿ ਅਗਮੁ ਧਿਆਇਆ ਗੁਰਮਤੀ ਤਿਸੁ ਰੂਪੁ ਨਹੀ ਪ੍ਰਭ ਰੇਖਿਆ ॥
                   
                    
                                          
                        ଗୁରୁଙ୍କ ଶିକ୍ଷା ଦ୍ଵାରା ପରମାତ୍ମାଙ୍କ ଧ୍ୟାନ କରାଯାଏ, ତାହାଙ୍କ କୌଣସି ରୂପ କିମ୍ବା ଆକାର ନଥାଏ। 
                                            
                    
                    
                
                                   
                    ਗੁਰ ਬਚਨਿ ਧਿਆਇਆ ਜਿਨਾ ਅਗਮੁ ਹਰਿ ਤੇ ਠਾਕੁਰ ਸੇਵਕ ਰਲਿ ਏਕਿਆ ॥
                   
                    
                                          
                        ଯିଏ ଗୁରୁଙ୍କ ବଚନ ଦ୍ଵାରା ପରମାତ୍ମାଙ୍କ ଧ୍ୟାନ କରିଥାଏ, ସେହି ସେବକ ଓ ମାଲିକ ଏକ ରୂପ ହୋଇଯାନ୍ତି।
                                            
                    
                    
                
                                   
                    ਸਭਿ ਕਹਹੁ ਮੁਖਹੁ ਨਰ ਨਰਹਰੇ ਨਰ ਨਰਹਰੇ ਨਰ ਨਰਹਰੇ ਹਰਿ ਲਾਹਾ ਹਰਿ ਭਗਤਿ ਵਿਸੇਖਿਆ ॥੯॥
                   
                    
                                          
                        ସମସ୍ତେ ମୁଖରେ ନାରାୟଣଙ୍କ ନାମ ଜପ କର, ହରିଙ୍କ ଭକ୍ତି ଦ୍ଵାରା ହିଁ ବିଶେଷ ଲାଭ ପ୍ରାପ୍ତ ହୋଇଥାଏ||9||
                                            
                    
                    
                
                                   
                    ਸਲੋਕ ਮਃ ੪ ॥
                   
                    
                                          
                        ଶ୍ଳୋକ ମହଲା 4॥ 
                                            
                    
                    
                
                                   
                    ਰਾਮ ਨਾਮੁ ਰਮੁ ਰਵਿ ਰਹੇ ਰਮੁ ਰਾਮੋ ਰਾਮੁ ਰਮੀਤਿ ॥
                   
                    
                                          
                        ପରମାତ୍ମାଙ୍କ ନାମ ସର୍ବବ୍ୟାପ୍ତ ଅଟେ, ତାହାଙ୍କ ଭଜନ କର,
                                            
                    
                    
                
                                   
                    ਘਟਿ ਘਟਿ ਆਤਮ ਰਾਮੁ ਹੈ ਪ੍ਰਭਿ ਖੇਲੁ ਕੀਓ ਰੰਗਿ ਰੀਤਿ ॥
                   
                    
                                          
                        ସେ ପ୍ରତି ଘଟରେ ଅବସ୍ଥିତ ଅଟନ୍ତି, ଏହି ଜଗତ-ଲୀଳା ସେହି ପ୍ରଭୁ ହିଁ ରଚନା କରିଛନ୍ତି।
                                            
                    
                    
                
                                   
                    ਹਰਿ ਨਿਕਟਿ ਵਸੈ ਜਗਜੀਵਨਾ ਪਰਗਾਸੁ ਕੀਓ ਗੁਰ ਮੀਤਿ ॥
                   
                    
                                          
                        ସେ ଆମର ନିକଟରେ ବାସ କରିଥାନ୍ତି, ସେ ସଂସାରର ଜୀବନ ଅଟନ୍ତି, ଗୁରୁଙ୍କ ଉପଦେଶ ଦ୍ଵାରା ହିଁ ଜ୍ଞାନ ପ୍ରଦାନ କରାଯାଏ।