Page 1315
                    ਸਭ ਆਸਾ ਮਨਸਾ ਵਿਸਰੀ ਮਨਿ ਚੂਕਾ ਆਲ ਜੰਜਾਲੁ ॥
                   
                    
                                          
                        ଯାହାଦ୍ୱାରା ସବୁ ଆଶା ଓ ବାସନା ଭୁଲି ଯାଇଛି ଏବଂ ମନରୁ ସଂସାରର ଜଞ୍ଜାଳ ଦୂର ହୋଇ ଯାଇଛି।
                                            
                    
                    
                
                                   
                    ਗੁਰਿ ਤੁਠੈ ਨਾਮੁ ਦ੍ਰਿੜਾਇਆ ਹਮ ਕੀਏ ਸਬਦਿ ਨਿਹਾਲੁ ॥
                   
                    
                                          
                        ଗୁରୁ ପ୍ରସନ୍ନ ହୋଇ ହରିନାମ ଦୃଢ କରାଇଛନ୍ତି ଏବଂ ଶବ୍ଦ ଦ୍ଵାରା ଆମକୁ ପ୍ରସନ୍ନ କରି ଦେଇଛନ୍ତି।
                                            
                    
                    
                
                                   
                    ਜਨ ਨਾਨਕਿ ਅਤੁਟੁ ਧਨੁ ਪਾਇਆ ਹਰਿ ਨਾਮਾ ਹਰਿ ਧਨੁ ਮਾਲੁ ॥੨॥
                   
                    
                                          
                        ଦାସ ନାନକ ହରିନାମ ରୂପୀ ଅକ୍ଷୁଣ୍ଣ ଧନ ପାଇଛି||2||
                                            
                    
                    
                
                                   
                    ਪਉੜੀ ॥
                   
                    
                                          
                        ପଉଡୀ॥
                                            
                    
                    
                
                                   
                    ਹਰਿ ਤੁਮ੍ਹ੍ਹ ਵਡ ਵਡੇ ਵਡੇ ਵਡ ਊਚੇ ਸਭ ਊਪਰਿ ਵਡੇ ਵਡੌਨਾ ॥
                   
                    
                                          
                        ହେ ହରି! ତୁମେ ବହୁତ ବଡ ଅଟ,  ଉଚ୍ଚ ରୁ ମଧ୍ୟ ଉଚ୍ଚ ଅଟ, ସର୍ବୋପରି ଏବଂ ମହାନ ଅଟ।
                                            
                    
                    
                
                                   
                    ਜੋ ਧਿਆਵਹਿ ਹਰਿ ਅਪਰੰਪਰੁ ਹਰਿ ਹਰਿ ਹਰਿ ਧਿਆਇ ਹਰੇ ਤੇ ਹੋਨਾ ॥
                   
                    
                                          
                        ଯେଉଁ ଲୋକ ଅପରାମ୍ପର ହରିଙ୍କ ଧ୍ୟାନ କରିଥାଏ, ସେ ହରିଙ୍କ ଧ୍ୟାନ କରି ତାହାଙ୍କ ରୂପ ହୋଇଯାଏ। 
                                            
                    
                    
                
                                   
                    ਜੋ ਗਾਵਹਿ ਸੁਣਹਿ ਤੇਰਾ ਜਸੁ ਸੁਆਮੀ ਤਿਨ ਕਾਟੇ ਪਾਪ ਕਟੋਨਾ ॥
                   
                    
                                          
                        ହେ ସ୍ଵାମୀ! ଯିଏ ତୋର ଯଶୋଗାନ କରିଥାଏ ଅଥବା ଶୁଣିଥାଏ, ତାହାର ସବୁ ପାପ ଦୂର ହୋଇଯାଏ। 
                                            
                    
                    
                
                                   
                    ਤੁਮ ਜੈਸੇ ਹਰਿ ਪੁਰਖ ਜਾਨੇ ਮਤਿ ਗੁਰਮਤਿ ਮੁਖਿ ਵਡ ਵਡ ਭਾਗ ਵਡੋਨਾ ॥
                   
                    
                                          
                        ଗୁରୁଙ୍କ ଶିକ୍ଷା ଦ୍ଵାରା ହରି-ଭକ୍ତିକୁ ହରି ଭଳି ମାନାଯାଏ, ସେ ବଡ ଏବଂ ଭାଗ୍ୟଶାଳୀ ଅଟେ।  
                                            
                    
                    
                
                                   
                    ਸਭਿ ਧਿਆਵਹੁ ਆਦਿ ਸਤੇ ਜੁਗਾਦਿ ਸਤੇ ਪਰਤਖਿ ਸਤੇ ਸਦਾ ਸਦਾ ਸਤੇ ਜਨੁ ਨਾਨਕੁ ਦਾਸੁ ਦਸੋਨਾ ॥੫॥
                   
                    
                                          
                        ସମସ୍ତେ ହରିଙ୍କ ଧ୍ୟାନ କରିଥାନ୍ତି, ଏକମାତ୍ର ସେ ହିଁ ସତ୍ୟସ୍ଵରୂପ ଅଟନ୍ତି, ଯୁଗ-ଯୁଗାନ୍ତରରେ ସତ୍ୟ ଅଟନ୍ତି, ବର୍ତ୍ତମାନ ମଧ୍ୟ ସତ୍ୟ ଅଟନ୍ତି, ସର୍ବଦା ସତ୍ୟ ରହିବା ବାଲା ଅଟନ୍ତି, ଦାସ ନାନକ ତାହାଙ୍କ ଦାସର ଦାସ ଅଟନ୍ତି||5||
                                            
                    
                    
                
                                   
                    ਸਲੋਕ ਮਃ ੪ ॥
                   
                    
                                          
                        ଶ୍ଳୋକ ମହଲା 4॥ 
                                            
                    
                    
                
                                   
                    ਹਮਰੇ ਹਰਿ ਜਗਜੀਵਨਾ ਹਰਿ ਜਪਿਓ ਹਰਿ ਗੁਰ ਮੰਤ ॥
                   
                    
                                          
                        ହରି ସଂସାରର ଜୀବନ ଅଟେ, ଗୁରୁ ହରିନାମ ମନ୍ତ୍ର ଦେଇଛନ୍ତି, ଆମେ ତାହାଙ୍କ ଜପ କରିଛୁ। 
                                            
                    
                    
                
                                   
                    ਹਰਿ ਅਗਮੁ ਅਗੋਚਰੁ ਅਗਮੁ ਹਰਿ ਹਰਿ ਮਿਲਿਆ ਆਇ ਅਚਿੰਤ ॥
                   
                    
                                          
                        ସେ ମନ-ବାଣୀ, ଜ୍ଞାନେନ୍ଦ୍ରିୟରୁ ଉର୍ଦ୍ଧ୍ଵରେ ଅଛନ୍ତି ଏବଂ ସ୍ଵାଭାବିକ ଭାବରେ ମିଳିଥାଏ।
                                            
                    
                    
                
                                   
                    ਹਰਿ ਆਪੇ ਘਟਿ ਘਟਿ ਵਰਤਦਾ ਹਰਿ ਆਪੇ ਆਪਿ ਬਿਅੰਤ ॥
                   
                    
                                          
                        ସେ ସବୁ ଶରୀରରେ ବ୍ୟାପ୍ତ ଅଛନ୍ତି ଏବଂ ସେ ଅନନ୍ତ ଅଟନ୍ତି। 
                                            
                    
                    
                
                                   
                    ਹਰਿ ਆਪੇ ਸਭ ਰਸ ਭੋਗਦਾ ਹਰਿ ਆਪੇ ਕਵਲਾ ਕੰਤ ॥
                   
                    
                                          
                        ସେହି କମଳାପତି ସବୁ ରସକୁ ଭୋଗ କରିଥାନ୍ତି। 
                                            
                    
                    
                
                                   
                    ਹਰਿ ਆਪੇ ਭਿਖਿਆ ਪਾਇਦਾ ਸਭ ਸਿਸਟਿ ਉਪਾਈ ਜੀਅ ਜੰਤ ॥
                   
                    
                                          
                        ସେ ସଂପୂର୍ଣ୍ଣ ସୃଷ୍ଟିକୁ ଉତ୍ପନ୍ନ କରି ସବୁ ଜୀବକୁ ପୋଷଣ ଦେଇଥାନ୍ତି।
                                            
                    
                    
                
                                   
                    ਹਰਿ ਦੇਵਹੁ ਦਾਨੁ ਦਇਆਲ ਪ੍ਰਭ ਹਰਿ ਮਾਂਗਹਿ ਹਰਿ ਜਨ ਸੰਤ ॥
                   
                    
                                          
                        ହେ ଦୟାଳୁ ପ୍ରଭୁ! ନାମ ଦାନ ଦିଅ, ଭକ୍ତଜନ ଏହା ମାଗିଥାନ୍ତି।
                                            
                    
                    
                
                                   
                    ਜਨ ਨਾਨਕ ਕੇ ਪ੍ਰਭ ਆਇ ਮਿਲੁ ਹਮ ਗਾਵਹ ਹਰਿ ਗੁਣ ਛੰਤ ॥੧॥
                   
                    
                                          
                        ହେ ନାନକଙ୍କ ପ୍ରଭୁ! ଦର୍ଶନ ଦିଅ, ଆମେ ତୋର ଗୁଣଗାନ କର||1|| 
                                            
                    
                    
                
                                   
                    ਮਃ ੪ ॥
                   
                    
                                          
                        ମହଲା 4॥
                                            
                    
                    
                
                                   
                    ਹਰਿ ਪ੍ਰਭੁ ਸਜਣੁ ਨਾਮੁ ਹਰਿ ਮੈ ਮਨਿ ਤਨਿ ਨਾਮੁ ਸਰੀਰਿ ॥
                   
                    
                                          
                        ହେ ସଜ୍ଜନ ପ୍ରଭୁ! ଆମର ମନ, ତନରେ ତୋର ନାମ ବାସ କରିଛି। 
                                            
                    
                    
                
                                   
                    ਸਭਿ ਆਸਾ ਗੁਰਮੁਖਿ ਪੂਰੀਆ ਜਨ ਨਾਨਕ ਸੁਣਿ ਹਰਿ ਧੀਰ ॥੨॥
                   
                    
                                          
                        ଗୁରୁ ସବୁ ଆଶା ପୁରା କରିଛନ୍ତି ଏବଂ ହରିନାମ ଯଶ ଶୁଣି ନାନକଙ୍କ ଧୈର୍ଯ୍ୟ ଆସି ଯାଇଛି||2||
                                            
                    
                    
                
                                   
                    ਪਉੜੀ ॥
                   
                    
                                          
                        ପଉଡୀ॥
                                            
                    
                    
                
                                   
                    ਹਰਿ ਊਤਮੁ ਹਰਿਆ ਨਾਮੁ ਹੈ ਹਰਿ ਪੁਰਖੁ ਨਿਰੰਜਨੁ ਮਉਲਾ ॥
                   
                    
                                          
                        ହରିନାମ ସର୍ବୋତ୍ତମ ଅଟେ, ସେ ପରମପୁରୁଷ, ମାୟାତୀତ ଏବଂ ନିତ୍ୟ-ନବୀନ ଅଟେ। 
                                            
                    
                    
                
                                   
                    ਜੋ ਜਪਦੇ ਹਰਿ ਹਰਿ ਦਿਨਸੁ ਰਾਤਿ ਤਿਨ ਸੇਵੇ ਚਰਨ ਨਿਤ ਕਉਲਾ ॥
                   
                    
                                          
                        ଯିଏ ଦିନ-ରାତି ହରିଙ୍କ ଜପ କରିଥାଏ, ମାୟା ନିତ୍ୟ ତାହାର ଚରଣର ସେବା କରିଥାଏ।
                                            
                    
                    
                
                                   
                    ਨਿਤ ਸਾਰਿ ਸਮਾਲ੍ਹ੍ਹੇ ਸਭ ਜੀਅ ਜੰਤ ਹਰਿ ਵਸੈ ਨਿਕਟਿ ਸਭ ਜਉਲਾ ॥
                   
                    
                                          
                        ଈଶ୍ଵର ସବୁ ଜୀବଙ୍କୁ ନିତ୍ୟ ପୋଷଣ କରିଥାନ୍ତି ଏବଂ ସବୁଙ୍କ ନିକଟରେ ବାସ କରିଥାନ୍ତି। 
                                            
                    
                    
                
                                   
                    ਸੋ ਬੂਝੈ ਜਿਸੁ ਆਪਿ ਬੁਝਾਇਸੀ ਜਿਸੁ ਸਤਿਗੁਰੁ ਪੁਰਖੁ ਪ੍ਰਭੁ ਸਉਲਾ ॥
                   
                    
                                          
                        ସେ ହିଁ ତାହାଙ୍କ ରହସ୍ୟ ବୁଝିଥାଏ, ଯାହାକୁ ସ୍ଵୟଂ ବୁଝାଇ ଥାଆନ୍ତି ଏବଂ ଯାହା ଉପରେ ସଦଗୁରୁଙ୍କ କୃପା ହୋଇଥାଏ।
                                            
                    
                    
                
                                   
                    ਸਭਿ ਗਾਵਹੁ ਗੁਣ ਗੋਵਿੰਦ ਹਰੇ ਗੋਵਿੰਦ ਹਰੇ ਗੋਵਿੰਦ ਹਰੇ ਗੁਣ ਗਾਵਤ ਗੁਣੀ ਸਮਉਲਾ ॥੬॥
                   
                    
                                          
                        ସମସ୍ତେ ପରମାତ୍ମ୍ନକ ଗୁଣଗାନ କର, ଗୁଣବାନ ବନି ଯାଅ||6||
                                            
                    
                    
                
                                   
                    ਸਲੋਕ ਮਃ ੪ ॥
                   
                    
                                          
                        ଶ୍ଳୋକ ମହଲା 4॥ 
                                            
                    
                    
                
                                   
                    ਸੁਤਿਆ ਹਰਿ ਪ੍ਰਭੁ ਚੇਤਿ ਮਨਿ ਹਰਿ ਸਹਜਿ ਸਮਾਧਿ ਸਮਾਇ ॥
                   
                    
                                          
                        ହେ ଅଜ୍ଞାନ ମନ! ପ୍ରଭୁଙ୍କ ଚିନ୍ତନ କର, ସ୍ଵାଭାବିକ ସମାଧିରେ ଲୀନ ରୁହ।
                                            
                    
                    
                
                                   
                    ਜਨ ਨਾਨਕ ਹਰਿ ਹਰਿ ਚਾਉ ਮਨਿ ਗੁਰੁ ਤੁਠਾ ਮੇਲੇ ਮਾਇ ॥੧॥
                   
                    
                                          
                        ନାନକଙ୍କ ମନରେ ପ୍ରଭୁ ମିଳନର ଆକାଂକ୍ଷା ରହିଛି ଏବଂ ଗୁରୁ ପ୍ରସନ୍ନ ହୋଇ ତାହାଙ୍କ ସହିତ ମିଳାଇ ଥାଆନ୍ତି||1|| 
                                            
                    
                    
                
                                   
                    ਮਃ ੪ ॥
                   
                    
                                          
                        ମହଲା 4॥ 
                                            
                    
                    
                
                                   
                    ਹਰਿ ਇਕਸੁ ਸੇਤੀ ਪਿਰਹੜੀ ਹਰਿ ਇਕੋ ਮੇਰੈ ਚਿਤਿ ॥
                   
                    
                                          
                        ଏକମାତ୍ର ପ୍ରଭୁଙ୍କ ସହିତ ହିଁ ଆମର ପ୍ରେମ ଅଛି, ଏକମାତ୍ର ସେ ହିଁ ଆମର ହୃଦୟରେ ବାସ କରିଥାନ୍ତି।
                                            
                    
                    
                
                                   
                    ਜਨ ਨਾਨਕ ਇਕੁ ਅਧਾਰੁ ਹਰਿ ਪ੍ਰਭ ਇਕਸ ਤੇ ਗਤਿ ਪਤਿ ॥੨॥
                   
                    
                                          
                        ନାନକ କହନ୍ତି ଯେ ପ୍ରଭୁ ହିଁ ଏକମାତ୍ର ଆଶ୍ରା ଅଟନ୍ତି, ତାହାଙ୍କ ଠାରୁ ମୁକ୍ତି ଏବଂ ମାନ-ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ||2||
                                            
                    
                    
                
                                   
                    ਪਉੜੀ ॥
                   
                    
                                          
                        ପଉଡୀ॥ 
                                            
                    
                    
                
                                   
                    ਪੰਚੇ ਸਬਦ ਵਜੇ ਮਤਿ ਗੁਰਮਤਿ ਵਡਭਾਗੀ ਅਨਹਦੁ ਵਜਿਆ ॥
                   
                    
                                          
                        ଗୁରୁଙ୍କ ଶିକ୍ଷା ଦ୍ଵାରା ପାଞ୍ଚ ଶବ୍ଦ ଗୁଞ୍ଜନ କରିଥାଏ, ଅହୋଭାଗ୍ୟରୁ ଅନାହତ ନାଦ ଗୁଞ୍ଜନ କରିଥାଏ।
                                            
                    
                    
                
                                   
                    ਆਨਦ ਮੂਲੁ ਰਾਮੁ ਸਭੁ ਦੇਖਿਆ ਗੁਰ ਸਬਦੀ ਗੋਵਿਦੁ ਗਜਿਆ|| 
                   
                    
                                          
                        ସବୁଆଡେ ଆନନ୍ଦର ମୂଳ ସ୍ରୋତ ଈଶ୍ଵର ଦୃଷ୍ଟିମାନ ହେଉଛନ୍ତି ଏବଂ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ସେ ପ୍ରକଟ ହୋଇଛନ୍ତି।
                                            
                    
                    
                
                                   
                    ਆਦਿ ਜੁਗਾਦਿ ਵੇਸੁ ਹਰਿ ਏਕੋ ਮਤਿ ਗੁਰਮਤਿ ਹਰਿ ਪ੍ਰਭੁ ਭਜਿਆ ॥
                   
                    
                                          
                        ଯୁଗ-ଯୁଗାନ୍ତର ଏକମାତ୍ର ସେ ହିଁ ସ୍ଥିତ ଅଛନ୍ତି ଏବଂ ଗୁରୁଙ୍କ ଶିକ୍ଷା ଦ୍ଵାରା ପ୍ରଭୁଙ୍କ ଭଜନ କରାଯାଏ। 
                                            
                    
                    
                
                                   
                    ਹਰਿ ਦੇਵਹੁ ਦਾਨੁ ਦਇਆਲ ਪ੍ਰਭ ਜਨ ਰਾਖਹੁ ਹਰਿ ਪ੍ਰਭ ਲਜਿਆ ॥
                   
                    
                                          
                        ହେ ପ୍ରଭୁ! ଦୟାଳୁ ହୋଇ ନାମ-ପ୍ରଦାନ କର ଏବଂ ଭକ୍ତଜନଙ୍କ ମାନ ରଖ।