Page 1233
                    ਮਨ ਰਤਿ ਨਾਮਿ ਰਤੇ ਨਿਹਕੇਵਲ ਆਦਿ ਜੁਗਾਦਿ ਦਇਆਲਾ ॥੩॥
                   
                    
                                          
                        ମନ ପରମାତ୍ମାଙ୍କ ନାମରେ ଲୀନ ରହିଛି, ସେ ଯୁଗ-ଯୁଗରେ ଦୟା କରିବା ବାଲା ଅଟନ୍ତି||3||                                                                                                                      
                                            
                    
                    
                
                                   
                    ਮੋਹਨਿ ਮੋਹਿ ਲੀਆ ਮਨੁ ਮੋਰਾ ਬਡੈ ਭਾਗ ਲਿਵ ਲਾਗੀ ॥
                   
                    
                                          
                        ପ୍ରିୟ ପ୍ରଭୁ ମୋର ମନ ମୋହି ନେଇଛନ୍ତି ଏବଂ ବଡ ଭାଗ୍ୟରୁ ସେଥିରେ ଲଗ୍ନ ଲଗାଇଛନ୍ତି।
                                            
                    
                    
                
                                   
                    ਸਾਚੁ ਬੀਚਾਰਿ ਕਿਲਵਿਖ ਦੁਖ ਕਾਟੇ ਮਨੁ ਨਿਰਮਲੁ ਅਨਰਾਗੀ ॥੪॥
                   
                    
                                          
                        ପରମ ସତ୍ୟର ଚିନ୍ତନ କରିଲେ ପାପ ଭୟ ଦୂର ହୋଇ ଯାଇଥାଏ ଏବଂ ମନ ନିର୍ମଳ ହୋଇ ତାହାଙ୍କ ପ୍ରେମରେ ରତ ଥାଏ||4||                                            
                                            
                    
                    
                
                                   
                    ਗਹਿਰ ਗੰਭੀਰ ਸਾਗਰ ਰਤਨਾਗਰ ਅਵਰ ਨਹੀ ਅਨ ਪੂਜਾ ॥
                   
                    
                                          
                        ଈଶ୍ଵର ମହାନ, ଗମ୍ଭୀର ଅଟନ୍ତି, ଗୁଣର ସାଗର ଓ ରତ୍ନର ଭଣ୍ଡାର ଅଟନ୍ତି, ତାହାଙ୍କ ବିନା ଆଉ କେହି ପୂଜନୀୟ ନାହାନ୍ତି।                                                                   
                                            
                    
                    
                
                                   
                    ਸਬਦੁ ਬੀਚਾਰਿ ਭਰਮ ਭਉ ਭੰਜਨੁ ਅਵਰੁ ਨ ਜਾਨਿਆ ਦੂਜਾ ॥੫॥
                   
                    
                                          
                        ଶବ୍ଦ ଗୁରୁଙ୍କ ଚିନ୍ତନ କରି ଭ୍ରମ ଓ ଭୟ ନାଶକ ପରଂବ୍ରହ୍ମଙ୍କୁ ମାନି ନେଇଛି, ତାହାଙ୍କ ବିନା ଆଉ କାହାକୁ ମାନି ନାହିଁ||5||
                                            
                    
                    
                
                                   
                    ਮਨੂਆ ਮਾਰਿ ਨਿਰਮਲ ਪਦੁ ਚੀਨਿਆ ਹਰਿ ਰਸ ਰਤੇ ਅਧਿਕਾਈ ॥
                   
                    
                                          
                        ମନର ବାସନାକୁ ନିୟନ୍ତ୍ରଣ କରି ନିର୍ମଳ ପଦ ଜାଣି ନେଇଛି ଏବଂ ହରିନାମ ରସରେ ଲୀନ ରହିଛି।                                                      
                                            
                    
                    
                
                                   
                    ਏਕਸ ਬਿਨੁ ਮੈ ਅਵਰੁ ਨ ਜਾਨਾਂ ਸਤਿਗੁਰਿ ਬੂਝ ਬੁਝਾਈ ॥੬॥
                   
                    
                                          
                        ସଚ୍ଚା ଗୁରୁ ରହସ୍ୟ ବତାଇଛନ୍ତି, ଏଥିପାଇଁ ଏକ ଈଶ୍ଵରଙ୍କ ଅତିରିକ୍ତ ଅନ୍ୟ କାହାକୁ ମାନି ନାହିଁ||6||
                                            
                    
                    
                
                                   
                    ਅਗਮ ਅਗੋਚਰੁ ਅਨਾਥੁ ਅਜੋਨੀ ਗੁਰਮਤਿ ਏਕੋ ਜਾਨਿਆ ॥
                   
                    
                                          
                        ଗୁରୁ-ମତାନୁସାରେ ଅଗମ୍ୟ, ମନ-ବାଣୀରୁ ଉର୍ଦ୍ଧ୍ଵରେ, ସଂସାରର ମାଲିକ, ଅଜନ୍ମା ଈଶ୍ଵରଙ୍କ ହିଁ ରହସ୍ୟ ଜାଣିଛି। 
                                            
                    
                    
                
                                   
                    ਸੁਭਰ ਭਰੇ ਨਾਹੀ ਚਿਤੁ ਡੋਲੈ ਮਨ ਹੀ ਤੇ ਮਨੁ ਮਾਨਿਆ ॥੭॥
                   
                    
                                          
                        ମନ ରୂପୀ ସରୋବର ଭରି ଯାଇଛି, ବର୍ତ୍ତମାନ ମନ ବିଚଳିତ ହୁଏନାହିଁ ଏବଂ ମନରେ ହିଁ ମନ ପୂର୍ଣ୍ଣ ବିଶ୍ଵସ୍ତ ହୋଇ ଯାଇଛି||7||                                     
                                            
                    
                    
                
                                   
                    ਗੁਰ ਪਰਸਾਦੀ ਅਕਥਉ ਕਥੀਐ ਕਹਉ ਕਹਾਵੈ ਸੋਈ ॥
                   
                    
                                          
                        ଗୁରୁଙ୍କ କୃପାରୁ ଅକଥନୀୟ ପରମେଶ୍ଵରଙ୍କ କଥନ କରୁଅଛି, ତାହା ହିଁ କହିଥାଏ, ଯାହା ପ୍ରଭୁ ମୋ’ ଦ୍ଵାରା କୁହାଇ ଥାଆନ୍ତି।                              
                                            
                    
                    
                
                                   
                    ਨਾਨਕ ਦੀਨ ਦਇਆਲ ਹਮਾਰੇ ਅਵਰੁ ਨ ਜਾਨਿਆ ਕੋਈ ॥੮॥੨॥
                   
                    
                                          
                        ଗୁରୁ ନାନକ କହନ୍ତି ଯେ ସେହି ଦୀନଦୟାଳୁ ପରମେଶ୍ଵର ହିଁ ଆମର ସବୁକିଛି ଅଟେ, ତାହାଙ୍କ ବିନା ଆଉ କାହାକୁ ଜାଣେ ନାହିଁ||8||2||                                                                           
                                            
                    
                    
                
                                   
                    ਸਾਰਗ ਮਹਲਾ ੩ ਅਸਟਪਦੀਆ ਘਰੁ ੧
                   
                    
                                          
                        ସାରଗ ମହଲା 3 ଅଷ୍ଟପଦୀ ଘର 1
                                            
                    
                    
                
                                   
                    ੴ ਸਤਿਗੁਰ ਪ੍ਰਸਾਦਿ ॥
                   
                    
                                          
                        ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
                                            
                    
                    
                
                                   
                    ਮਨ ਮੇਰੇ ਹਰਿ ਕੈ ਨਾਮਿ ਵਡਾਈ ॥
                   
                    
                                          
                        ହେ ମୋର ମନ! ସଂପୂର୍ଣ୍ଣ ବିଶ୍ଵରେ କେବଳ ପରମାତ୍ମାଙ୍କ ନାମର ହିଁ କୀର୍ତ୍ତି ଅଛି।                         
                                            
                    
                    
                
                                   
                    ਹਰਿ ਬਿਨੁ ਅਵਰੁ ਨ ਜਾਣਾ ਕੋਈ ਹਰਿ ਕੈ ਨਾਮਿ ਮੁਕਤਿ ਗਤਿ ਪਾਈ ॥੧॥ ਰਹਾਉ ॥
                   
                    
                                          
                        ପରମାତ୍ମାଙ୍କ ବିନା ମୁଙ୍କହକୁ ମାନେ ନାହିଁ ଏବଂ ତାହାଙ୍କ ନାମ ଦ୍ଵାରା ହିଁ ମୁକ୍ତି ପ୍ରାପ୍ତ ହୋଇଥାଏ॥1॥ରୁହ॥
                                            
                    
                    
                
                                   
                    ਸਬਦਿ ਭਉ ਭੰਜਨੁ ਜਮਕਾਲ ਨਿਖੰਜਨੁ ਹਰਿ ਸੇਤੀ ਲਿਵ ਲਾਈ ॥
                   
                    
                                          
                        ଶବ୍ଦ ଦ୍ଵାରା ଭୟ ଭଞ୍ଜନ, ଯମକାଳର ନାଶ କରିବା ବାଲା ଈଶ୍ଵରଙ୍କ ଠାରେ ଲଗ୍ନ ଲଗାଇଛି।     
                                            
                    
                    
                
                                   
                    ਹਰਿ ਸੁਖਦਾਤਾ ਗੁਰਮੁਖਿ ਜਾਤਾ ਸਹਜੇ ਰਹਿਆ ਸਮਾਈ ॥੧॥
                   
                    
                                          
                        ଗୁରୁଙ୍କ ସାନ୍ନିଧ୍ୟରେ ସୁଖ ଦେବା ବାଲା ପ୍ରଭୁ ହିଁ ଅଟନ୍ତି ଏବଂ ସ୍ଵାଭାବିକ ଭାବରେ ସେଥିରେ ଲୀନ ରହିଥାନ୍ତି||1||
                                            
                    
                    
                
                                   
                    ਭਗਤਾਂ ਕਾ ਭੋਜਨੁ ਹਰਿ ਨਾਮ ਨਿਰੰਜਨੁ ਪੈਨ੍ਹ੍ਹਣੁ ਭਗਤਿ ਬਡਾਈ ॥
                   
                    
                                          
                        ହରିନାମ ଉଚ୍ଚାରଣ ହିଁ ଭକ୍ତର ଭୋଜନ ଅଟେ ଏବଂ ଭକ୍ତି ଏବଂ ସଙ୍କୀର୍ତ୍ତନ ହିଁ ତାହାର ଜୀବନ-ଆଚରଣ ଅଟେ।                                                                                                          
                                            
                    
                    
                
                                   
                    ਨਿਜ ਘਰਿ ਵਾਸਾ ਸਦਾ ਹਰਿ ਸੇਵਨਿ ਹਰਿ ਦਰਿ ਸੋਭਾ ਪਾਈ ॥੨॥
                   
                    
                                          
                        ଭକ୍ତ ସର୍ବଦା ହରିଙ୍କ ଅର୍ଚ୍ଚନାରେ ଲୀନ ରହି ନିଜ ସଚ୍ଚା ଘରେ ବାସ କରିଥାଏ ଏବଂ ପ୍ରଭୁ ଦ୍ଵାରରେ ଶୋଭା ପ୍ରାପ୍ତ କରିଥାଏ||2||                                                                           
                                            
                    
                    
                
                                   
                    ਮਨਮੁਖ ਬੁਧਿ ਕਾਚੀ ਮਨੂਆ ਡੋਲੈ ਅਕਥੁ ਨ ਕਥੈ ਕਹਾਨੀ ॥
                   
                    
                                          
                        ମନର କାମନା ଅନୁସାରେ ଚାଲିବା ବ୍ୟକ୍ତିର ବୁଦ୍ଧି ମନ୍ଦ ହୋଇଥାଏ, ତାହାର ମନ ବିଚଳିତ ହୋଇଥାଏ ଏବଂ ସେ ଅକଥନୀୟ କାହାଣୀ କଥନ କରି ପାରେନାହିଁ। 
                                            
                    
                    
                
                                   
                    ਗੁਰਮਤਿ ਨਿਹਚਲੁ ਹਰਿ ਮਨਿ ਵਸਿਆ ਅੰਮ੍ਰਿਤ ਸਾਚੀ ਬਾਨੀ ॥੩॥
                   
                    
                                          
                        ଗୁରୁଙ୍କ ନିଶ୍ଚଳ ମତ ଦ୍ଵାରା ପ୍ରଭୁ ମନରେ ବାସ କରିଥାନ୍ତି ଏବଂ ତାହାଙ୍କ ବାଣୀ ମଧ୍ୟ ଅମୃତମୟ ଅଟେ।||3||                                                                                                                            
                                            
                    
                    
                
                                   
                    ਮਨ ਕੇ ਤਰੰਗ ਸਬਦਿ ਨਿਵਾਰੇ ਰਸਨਾ ਸਹਜਿ ਸੁਭਾਈ ॥
                   
                    
                                          
                        ମନର ତରଂଗକୁ ଶବ୍ଦ ଦ୍ଵାରା ବାଧା ଦେଇଛି ଏବଂ ଜିହ୍ଵା ସ୍ଵାଭାବିକ ଭାବରେ ଆନନ୍ଦିତ ହୋଇ ଯାଇଛି।
                                            
                    
                    
                
                                   
                    ਸਤਿਗੁਰ ਮਿਲਿ ਰਹੀਐ ਸਦ ਅਪੁਨੇ ਜਿਨਿ ਹਰਿ ਸੇਤੀ ਲਿਵ ਲਾਈ ॥੪॥
                   
                    
                                          
                        ଯିଏ ପରମାତ୍ମାଙ୍କ ଠାରେ ଆମର ଲଗ୍ନ ଲଗାଇ ଥାଏ, ସେ ସଦଗୁରୁଙ୍କ ସମ୍ପର୍କରେ ରହିବା ଉଚିତ||4|| 
                                            
                    
                    
                
                                   
                    ਮਨੁ ਸਬਦਿ ਮਰੈ ਤਾ ਮੁਕਤੋ ਹੋਵੈ ਹਰਿ ਚਰਣੀ ਚਿਤੁ ਲਾਈ ॥
                   
                    
                                          
                        ଯେତେବେଳେ ଆମେ ମନକୁ ଶବ୍ଦ ଦ୍ଵାରା ନିୟନ୍ତ୍ରଣ କରି ପରମାତ୍ମାଙ୍କ ଚରଣରେ ମନ ଲଗାଇ ଥାଏ, ମୁକ୍ତି ପ୍ରାପ୍ତ ହୋଇଯାଏ।
                                            
                    
                    
                
                                   
                    ਹਰਿ ਸਰੁ ਸਾਗਰੁ ਸਦਾ ਜਲੁ ਨਿਰਮਲੁ ਨਾਵੈ ਸਹਜਿ ਸੁਭਾਈ ॥੫॥
                   
                    
                                          
                        ପରମାତ୍ମା ଏପରି ସରୋବର ଅଥବା ସାଗର ଅଟନ୍ତି, ଯାହାଙ୍କ ନାମ ରୂପୀ ଜଳ ସର୍ବଦା ନିର୍ମଳ ଅଟେ, ଯିଏ ସ୍ଵାଭାବିକ ଭାବରେ ଏଥିରେ ସ୍ନାନ କରିଥାଏ, ||5||
                                            
                    
                    
                
                                   
                    ਸਬਦੁ ਵੀਚਾਰਿ ਸਦਾ ਰੰਗਿ ਰਾਤੇ ਹਉਮੈ ਤ੍ਰਿਸਨਾ ਮਾਰੀ ॥
                   
                    
                                          
                        ଶବ୍ଦର ଚିନ୍ତନ କରି ସଦା ତାହାଙ୍କ ରଙ୍ଗରେ ଲୀନ ରହିଛି ଏବଂ ଏହା ଦ୍ଵାରା ଅହଂ ଓ ତୃଷ୍ଣା ସମାପ୍ତ ହୋଇ ଯାଇଛି।
                                            
                    
                    
                
                                   
                    ਅੰਤਰਿ ਨਿਹਕੇਵਲੁ ਹਰਿ ਰਵਿਆ ਸਭੁ ਆਤਮ ਰਾਮੁ ਮੁਰਾਰੀ ॥੬॥
                   
                    
                                          
                        ଅନ୍ତର୍ମନରେ ପରମେଶ୍ଵର ହିଁ ରମଣ କରିଥାନ୍ତି, ସବୁଙ୍କ ଠାରେ ପରମେଶ୍ଵର ହିଁ ବ୍ୟାପ୍ତ ଅଛନ୍ତି||6||  
                                            
                    
                    
                
                                   
                    ਸੇਵਕ ਸੇਵਿ ਰਹੇ ਸਚਿ ਰਾਤੇ ਜੋ ਤੇਰੈ ਮਨਿ ਭਾਣੇ ॥
                   
                    
                                          
                        ହେ ପ୍ରଭୁ! ସେହି ସେବକ ସତ୍ୟରେ ଲୀନ ହୋଇ ଆରାଧନା କରିଥାନ୍ତି, ଯାହା ତୋର ମନକୁ ଭଲ ଲାଗିଥାଏ।
                                            
                    
                    
                
                                   
                    ਦੁਬਿਧਾ ਮਹਲੁ ਨ ਪਾਵੈ ਜਗਿ ਝੂਠੀ ਗੁਣ ਅਵਗਣ ਨ ਪਛਾਣੇ ॥੭॥
                   
                    
                                          
                        ଜୀବ-ସ୍ତ୍ରୀର ପତି ପ୍ରଭୁଙ୍କ ସହିତ ମିଳନ ହୋଇଥାଏ, ତାହାକୁ ଗୁଣ-ଅବଗୁଣର ଜ୍ଞାତ ହୁଏନାହିଁ ଏବଂ ଜଗତରେ ମିଥ୍ୟା ଭାବେ ପରିଚିତ ହୋଇଥାଏ||7|| 
                                            
                    
                    
                
                                   
                    ਆਪੇ ਮੇਲਿ ਲਏ ਅਕਥੁ ਕਥੀਐ ਸਚੁ ਸਬਦੁ ਸਚੁ ਬਾਣੀ ॥
                   
                    
                                          
                        ଇଶ୍ଵର ସ୍ଵୟଂ ହିଁ ଜୀବ ସାଥିରେ ମିଳାଇ ନିଅନ୍ତି, ତାହାଙ୍କ ଇଛାରେ ଅକଥନୀୟ କଥାର କଥନ ହୋଇଥାଏ, ସଚ୍ଚା ଶବ୍ଦ ଏବଂ ସଚ୍ଚା ବାଣୀ ଦ୍ଵାରା ହିଁ ହୋଇଥାଏ।                                                                 
                                            
                    
                    
                
                                   
                    ਨਾਨਕ ਸਾਚੇ ਸਚਿ ਸਮਾਣੇ ਹਰਿ ਕਾ ਨਾਮੁ ਵਖਾਣੀ ॥੮॥੧॥
                   
                    
                                          
                        ଗୁରୁ ନାନକ କହନ୍ତି ଯେ ହରିନାମର ଚର୍ଚ୍ଚା କରିବା ବାଲା ସେହି ପରମ ସତ୍ୟରେ ହିଁ ବିଲୀନ ହୋଇଯାଏ||8||1||                                                                                            
                                            
                    
                    
                
                                   
                    ਸਾਰਗ ਮਹਲਾ ੩ ॥
                   
                    
                                          
                        ସାରଗ ମହଲା 3॥ 
                                            
                    
                    
                
                                   
                    ਮਨ ਮੇਰੇ ਹਰਿ ਕਾ ਨਾਮੁ ਅਤਿ ਮੀਠਾ ॥
                   
                    
                                          
                        ହେ ମୋର ମନ! ପରମାତ୍ମାଙ୍କ ନାମ ବହୁତ ମଧୁର ଅଟେ।