Guru Granth Sahib Translation Project

guru granth sahib odia page-840

Page 840

ਆਈ ਪੂਤਾ ਇਹੁ ਜਗੁ ਸਾਰਾ ॥ ଏହି ସଂପୂର୍ଣ୍ଣ ଜଗତ ଜଗନ୍ମାତାର ପୁତ୍ର ଭଳି ଅଟେ।
ਪ੍ਰਭ ਆਦੇਸੁ ਆਦਿ ਰਖਵਾਰਾ ॥ ସେହି ପରମାତ୍ମାଙ୍କୁ ମୋର ଶତ ଶତ ନମନ ଅଟେ, ଯିଏ ପ୍ରାରମ୍ଭରୁ ହିଁ ସବୁଙ୍କ ରଖୁଆଳ ଅଟେ।
ਆਦਿ ਜੁਗਾਦੀ ਹੈ ਭੀ ਹੋਗੁ ॥ ସେ ଯୁଗ-ଯୁଗାନ୍ତରରୁ ହିଁ ଅଛନ୍ତି, ବର୍ତ୍ତମାନ ମଧ୍ୟ ଅଛନ୍ତି ଆଉ ଭବିଷ୍ୟତରେ ମଧ୍ୟ ତାହାଙ୍କ ଅସ୍ତିତ୍ଵ ରହିବ।
ਓਹੁ ਅਪਰੰਪਰੁ ਕਰਣੈ ਜੋਗੁ ॥੧੧॥ ସେ ଅପରାମ୍ପର ଅଟନ୍ତି ଆଉ ସବୁକିଛି କରିବାରେ ସମର୍ଥ ଅଟନ୍ତି॥11॥
ਦਸਮੀ ਨਾਮੁ ਦਾਨੁ ਇਸਨਾਨੁ ॥ ଦଶମୀ- ନାମ ଜପ କର, ଦାନ କର, ଶରୀରର ଶୁଦ୍ଧତା ପାଇଁ ସ୍ନାନ କର।
ਅਨਦਿਨੁ ਮਜਨੁ ਸਚਾ ਗੁਣ ਗਿਆਨੁ ॥ ସତ୍ୟ ଗୁଣର ଜ୍ଞାନ ପ୍ରାପ୍ତ କରିବା ହିଁ ନିତ୍ୟ ସ୍ନାନ କରିବା ଅଟେ।
ਸਚਿ ਮੈਲੁ ਨ ਲਾਗੈ ਭ੍ਰਮੁ ਭਉ ਭਾਗੈ ॥ ਬਿਲਮੁ ਨ ਤੂਟਸਿ ਕਾਚੈ ਤਾਗੈ ॥ ସତ୍ୟ-ନାମ ସ୍ମରଣ କରିବା ଦ୍ଵାରା ମନରେ ବିକାରର ମଇଳା ଲାଗେ ନାହିଁ ଆଉ ଭ୍ରମ ଏବଂ ଭୟ ଦୂର ହୋଇଯାଏ, କଚ୍ଚା ସୂତା ଛିଣ୍ଡିବାରେ କୌଣସି ବିଳମ୍ବ ହୁଏନାହିଁ।
ਜਿਉ ਤਾਗਾ ਜਗੁ ਏਵੈ ਜਾਣਹੁ ॥ ଜଗତକୁ ଏପରି ଭାବ ଯେପରି କଚ୍ଚା ସୂତା ଅଟେ।
ਅਸਥਿਰੁ ਚੀਤੁ ਸਾਚਿ ਰੰਗੁ ਮਾਣਹੁ ॥੧੨॥ ନିଜ ଚିତ୍ତ ସ୍ଥିର ରଖିବା ପାଇଁ ରଙ୍ଗରେ ଲୀନ ରୁହ॥12॥
ਏਕਾਦਸੀ ਇਕੁ ਰਿਦੈ ਵਸਾਵੈ ॥ ଏକାଦଶୀ- ଯେଉଁ ବ୍ୟକ୍ତି ପରମାତ୍ମାଙ୍କୁ ହୃଦୟରେ ସ୍ଥାପିତ କରିଥାଏ,
ਹਿੰਸਾ ਮਮਤਾ ਮੋਹੁ ਚੁਕਾਵੈ ॥ ନିଜ ମନରୁ ହିଂସା, ମମତା ଏବଂ ମୋହ ଦୂର କରି ଦେଇଥାଏ,
ਫਲੁ ਪਾਵੈ ਬ੍ਰਤੁ ਆਤਮ ਚੀਨੈ ॥ ତାହାକୁ ଏହି ବ୍ରତର ଫଳ ମିଳିଥାଏ ଯେ ସେ ନିଜ ଅନ୍ତରତ୍ମାକୁ ଜାଣିନିଏ।
ਪਾਖੰਡਿ ਰਾਚਿ ਤਤੁ ਨਹੀ ਬੀਨੈ ॥ ପ୍ରବଞ୍ଚନାରେ ଲୀନ ହୋଇ ମନୁଷ୍ୟ ପରମ ତତ୍ତ୍ଵକୁ ଦେଖିପାରେ ନାହିଁ।
ਨਿਰਮਲੁ ਨਿਰਾਹਾਰੁ ਨਿਹਕੇਵਲੁ ॥ ଏକ ସେ ହିଁ ନିର୍ମଳ, ନିରାହାର ଏବଂ ବାସନା ରହିତ ଅଟନ୍ତି ଆଉ
ਸੂਚੈ ਸਾਚੇ ਨਾ ਲਾਗੈ ਮਲੁ ॥੧੩॥ ସେହି ଶୁଦ୍ଧ ଏବଂ ସତ୍ୟ ସ୍ୱରୂପଙ୍କୁ ବିକାରର କୌଣସି ମଇଳା ଲାଗେ ନାହିଁ॥13॥
ਜਹ ਦੇਖਉ ਤਹ ਏਕੋ ਏਕਾ ॥ ମୁଁ ଯେଉଁଠି ମଧ୍ୟ ଦେଖିଥାଏ, ଏକ ପରମାତ୍ମା ହିଁ ମହଜୁଦ ଅଛନ୍ତି।
ਹੋਰਿ ਜੀਅ ਉਪਾਏ ਵੇਕੋ ਵੇਕਾ ॥ ସେ ଭିନ୍ନ-ଭିନ୍ନ ପ୍ରକାରର ଅନେକ ଜୀବ ଜାତ କରିଛନ୍ତି।
ਫਲੋਹਾਰ ਕੀਏ ਫਲੁ ਜਾਇ ॥ କେବଳ ଫଳ ଆହାର କରିବା ଦ୍ଵାରା ମନୁଷ୍ୟକୁ କୌଣସି ଲାଭ ମିଳେନାହିଁ।
ਰਸ ਕਸ ਖਾਏ ਸਾਦੁ ਗਵਾਇ ॥ ସେ ଅନେକ ସ୍ଵାଦ ଗ୍ରହଣ କରିଥାଏ, ଯାହା ତାହାର ବ୍ରତର ସ୍ଵାଦକୁ ହରାଇ ଦେଇଥାଏ। ॥
ਕੂੜੈ ਲਾਲਚਿ ਲਪਟੈ ਲਪਟਾਇ ॥ ସେ ମିଥ୍ୟା ଲାଳସାରେ ଫସି ରହିଥାଏ।
ਛੂਟੈ ਗੁਰਮੁਖਿ ਸਾਚੁ ਕਮਾਇ ॥੧੪॥ କିନ୍ତୁ ସେ ସେତେବେଳେ ମୁକ୍ତି ପାଇଥାଏ, ଯେତେବେଳେ ଗୁରୁଙ୍କ ମାଧ୍ୟମରୁ ସତ୍ୟର ସାଧନା କରିଥାଏ॥14॥
ਦੁਆਦਸਿ ਮੁਦ੍ਰਾ ਮਨੁ ਅਉਧੂਤਾ ॥ ଦ୍ଵାଦଶୀ- ଅବଧୂତ ସେ ଅଟନ୍ତି, ଯାହାଙ୍କ ମନ ବ୍ୟର୍ଥର ବାର ମୁଦ୍ରା ଠାରୁ ପୃଥକ ହୋଇଯାଏ।
ਅਹਿਨਿਸਿ ਜਾਗਹਿ ਕਬਹਿ ਨ ਸੂਤਾ ॥ ସେ ଦିନରାତି ଜାଗି ରହିଥାଏ ଆଉ ମୋହ-ମାୟାର ନିଦ୍ରାରେ ଶୟନ କରେ ନାହିଁ ତଥା
ਜਾਗਤੁ ਜਾਗਿ ਰਹੈ ਲਿਵ ਲਾਇ ॥ ਗੁਰ ਪਰਚੈ ਤਿਸੁ ਕਾਲੁ ਨ ਖਾਇ ॥ ପରମାତ୍ମାଙ୍କ ଠାରେ ହିଁ ଧ୍ୟାନ ଲଗାଇ ରଖିଥାଏ। ଯିଏ ଗୁରୁଙ୍କ ପ୍ରତି ଶ୍ରଦ୍ଧା ରଖିଥାଏ, ତାହାକୁ କାଳ ମଧ୍ୟ ଗ୍ରାସ କରେ ନାହିଁ।
ਅਤੀਤ ਭਏ ਮਾਰੇ ਬੈਰਾਈ ॥ ଯିଏ ବିକାରକୁ ସମାପ୍ତ କରି ନେଇଛି, ସେ ତ୍ୟାଗୀ ଅଟେ।
ਪ੍ਰਣਵਤਿ ਨਾਨਕ ਤਹ ਲਿਵ ਲਾਈ ॥੧੫॥ ନାନକ ବିନତି କରିଥାଏ ଯେ ସେ ହିଁ ପରମାତ୍ମାଙ୍କ ଠାରେ ବୃତ୍ତି ଲଗାଇ ଥାଏ॥15॥
ਦੁਆਦਸੀ ਦਇਆ ਦਾਨੁ ਕਰਿ ਜਾਣੈ ॥ ଦ୍ଵାଦଶୀ- ଜୀବ ପ୍ରତି ଦୟା ଏବଂ ଦାନ କରିବା ଉଚିତ।
ਬਾਹਰਿ ਜਾਤੋ ਭੀਤਰਿ ਆਣੈ ॥ ପଥଭ୍ରଷ୍ଟ ମନକୁ ନିୟନ୍ତ୍ରଣରେ କରିବା ଉଚିତ।
ਬਰਤੀ ਬਰਤ ਰਹੈ ਨਿਹਕਾਮ ॥ ଯିଏ ନିଷ୍କାମ ରହିଥାଏ, ସେହି ବ୍ରତ ରଖିବା ବାଲାକୁ ହିଁ ସଚ୍ଚା ବ୍ରତ କୁହାଯାଏ।
ਅਜਪਾ ਜਾਪੁ ਜਪੈ ਮੁਖਿ ਨਾਮ ॥ ନିଜ ମୁଖରେ ନାମର ଅହରହ ଜପ କରିବା ଉଚିତ।
ਤੀਨਿ ਭਵਣ ਮਹਿ ਏਕੋ ਜਾਣੈ ॥ ତିନି ଲୋକରେ ଏକ ପରମାତ୍ମାଙ୍କୁ ହିଁ ଜାଣ।
ਸਭਿ ਸੁਚਿ ਸੰਜਮ ਸਾਚੁ ਪਛਾਣੈ ॥੧੬॥ ଯିଏ ସତ୍ୟକୁ ଜାଣିନିଏ, ସେ ଶୁଦ୍ଧିକରଣ ଏବଂ ସଂଯମର ସାରା ଉଦ୍ୟମ କରିଥାଏ॥16॥
ਤੇਰਸਿ ਤਰਵਰ ਸਮੁਦ ਕਨਾਰੈ ॥ ତ୍ରୟୋଦଶୀ- ମାନବ ଜୀବନ ସମୁଦ୍ରର କୁଳରେ ଥିବା ବୃକ୍ଷ ଭଳି ଅଟେ। ଯେପରି ସମୁଦ୍ରର ଲହଡି ତାହାକୁ ଯେ କୌଣସି ସମୟରେ ଉପାଡି ଦେଇପାରେ, ସେପରି ହିଁ ମୃତ୍ୟୁ ଯେ କୌଣସି ସମୟରେ ସମାପ୍ତ କରିପାରେ।
ਅੰਮ੍ਰਿਤੁ ਮੂਲੁ ਸਿਖਰਿ ਲਿਵ ਤਾਰੈ ॥ ଶରୀରର ମୂଳ ଭାବ ଜଡ ମନ ଅଟେ ଆଉ ଏହାର ଶିଖର ଦଶମ ଦ୍ଵାର ଅଟେ। ପରମାତ୍ମାଙ୍କ ନାମ ଅମୃତ ଅଟେ। ଶରୀରର ମୂଳ ମନ ଅମୃତ ନାମ ଦ୍ଵାରା ଜୀବକୁ ପାର କରାଇ ଦେଇଥାଏ।
ਡਰ ਡਰਿ ਮਰੈ ਨ ਬੂਡੈ ਕੋਇ ॥ ଯଦି କେହି ପ୍ରଭୁ-ଭୟରେ ରହି ମରିଥାଏ, ସେ ଭବସାଗରରେ ବୁଡେ ନାହିଁ।
ਨਿਡਰੁ ਬੂਡਿ ਮਰੈ ਪਤਿ ਖੋਇ ॥ ଯିଏ ପରମାତ୍ମାଙ୍କୁ ଭୟ କରେ ନାହିଁ, ସେ ଭବସାଗରରେ ବୁଡି ନିଜର ପ୍ରତିଷ୍ଠା ହରାଇ ଥାଏ।
ਡਰ ਮਹਿ ਘਰੁ ਘਰ ਮਹਿ ਡਰੁ ਜਾਣੈ ॥ ଯିଏ ପ୍ରଭୁ-ଭୟରେ ରହିବାକୁ ନିଜ ଘର ଭାବିଥାଏ, ସେ ହୃଦୟ ଘରେ ପ୍ରଭୁଙ୍କ ଭାଇକୁ ମାନିଥାଏ।
ਤਖਤਿ ਨਿਵਾਸੁ ਸਚੁ ਮਨਿ ਭਾਣੈ ॥੧੭॥ ସେ ଈଶ୍ଵରଙ୍କ ଚରଣରେ ନିବାସ ପାଇନିଏ ଆଉ ତାହାକୁ ସତ୍ୟ ହିଁ ଭଲ ଲାଗିଥାଏ॥17॥
ਚਉਦਸਿ ਚਉਥੇ ਥਾਵਹਿ ਲਹਿ ਪਾਵੈ ॥ ଚତୁର୍ଦ୍ଦଶୀ- ଯେତେବେଳେ ମନୁଷ୍ୟ ଚତୁର୍ଥ ଅବସ୍ଥା ପ୍ରାପ୍ତ କରିଥାଏ, ସେତେବେଳେ
ਰਾਜਸ ਤਾਮਸ ਸਤ ਕਾਲ ਸਮਾਵੈ ॥ ରଜ, ତମ ଏବଂ ସତ୍ତ୍ଵ ଗୁଣ କାଳରେ ହିଁ ରହିଯାଏ ଆଉ
ਸਸੀਅਰ ਕੈ ਘਰਿ ਸੂਰੁ ਸਮਾਵੈ ॥ ଚନ୍ଦ୍ରମା ଘରେ ସୂର୍ଯ୍ୟ ରହିଥାଏ।
ਜੋਗ ਜੁਗਤਿ ਕੀ ਕੀਮਤਿ ਪਾਵੈ ॥ ସେହି ମନୁଷ୍ୟ ଯୋଗ-ଭକ୍ତିର ମୂଲ୍ୟ ପାଇନିଏ।
ਚਉਦਸਿ ਭਵਨ ਪਾਤਾਲ ਸਮਾਏ ॥ ਖੰਡ ਬ੍ਰਹਮੰਡ ਰਹਿਆ ਲਿਵ ਲਾਏ ॥੧੮॥ ଯିଏ ପରମାତ୍ମାଙ୍କ ଚଉଦ ଲୋକ, ପାତାଳ, ଖଣ୍ଡ-ବ୍ରହ୍ମାଣ୍ଡରେ ରହିଥାନ୍ତି, ମନୁଷ୍ୟ ସେହି ପରମାତ୍ମାଙ୍କ ଠାରେ ଲଗ୍ନ ଲଗାଇ ରଖିବା ଉଚିତ॥18॥
ਅਮਾਵਸਿਆ ਚੰਦੁ ਗੁਪਤੁ ਗੈਣਾਰਿ ॥ ଅମାବାସ୍ୟା- ଅମାବାସ୍ୟା ରାତ୍ରିରେ ଚନ୍ଦ୍ରମା ଆକାଶରେ ଲୁପ୍ତ ରହିଥାଏ।
ਬੂਝਹੁ ਗਿਆਨੀ ਸਬਦੁ ਬੀਚਾਰਿ ॥ ହେ ଜ୍ଞାନୀ! ଏହି ତଥ୍ୟକୁ ଶବ୍ଦର ଚିନ୍ତନ ଦ୍ଵାରା ବୁଝ।
ਸਸੀਅਰੁ ਗਗਨਿ ਜੋਤਿ ਤਿਹੁ ਲੋਈ ॥ ଯେପରି ଚାନ୍ଦ ଗଗନରେ ଥାଏ, କିନ୍ତୁ ତାହାର ଆଲୋକ ତିନି ଲୋକରେ ହୋଇଥାଏ,
ਕਰਿ ਕਰਿ ਵੇਖੈ ਕਰਤਾ ਸੋਈ ॥ ସେପରି ହିଁ ପରମାତ୍ମାଙ୍କ ଜ୍ୟୋତି ସବୁଥିରେ ରହିଥାଏ, ସେହି ରଚୟିତା ସୃଷ୍ଟି ରଚନା କରି ତାହାର ପାଳନ-ପୋଷଣ କରିଥାଏ।
ਗੁਰ ਤੇ ਦੀਸੈ ਸੋ ਤਿਸ ਹੀ ਮਾਹਿ ॥ ଯିଏ ଗୁରୁ ଦ୍ଵାରା ଏହାକୁ ବୁଝିଥାଏ, ସେ ସେଥିରେ ରହିଥାଏ,
ਮਨਮੁਖਿ ਭੂਲੇ ਆਵਹਿ ਜਾਹਿ ॥੧੯॥ କିନ୍ତୁ ସ୍ଵେଚ୍ଛାଚାରୀ ଜୀବ ଭ୍ରମରେ ଫସି ଜନ୍ମ ହୋଇ ମରିଥାଏ॥19॥
ਘਰੁ ਦਰੁ ਥਾਪਿ ਥਿਰੁ ਥਾਨਿ ਸੁਹਾਵੈ ॥ ଯେଉଁ ବ୍ୟକ୍ତି ପ୍ରଭୁ ଚରଣରେ ସ୍ଥାୟୀ ନିବାସ ବନାଇ ଥାଏ,
ਆਪੁ ਪਛਾਣੈ ਜਾ ਸਤਿਗੁਰੁ ਪਾਵੈ ॥ ସେ ଆତ୍ମସ୍ଵରୂପକୁ ଜାଣିପାରି ସଦଗୁରୁଙ୍କୁ ପାଇନିଏ।
ਜਹ ਆਸਾ ਤਹ ਬਿਨਸਿ ਬਿਨਾਸਾ ॥ ଯାହାର ସବୁ ଅଭିଳାଷ ଦୂର ହୋଇଯାଏ,
ਫੂਟੈ ਖਪਰੁ ਦੁਬਿਧਾ ਮਨਸਾ ॥ ତାହାର ମନର ଦ୍ଵିଧା ଓ ଲାଳସା ବାଲା ହୃଦୟ ରୂପୀ ପାତ୍ର ଫାଟିଯାଏ।
ਮਮਤਾ ਜਾਲ ਤੇ ਰਹੈ ਉਦਾਸਾ ॥ ତାହାର ମନ ମମତାର ଜାଲରୁ ଦୂରରେ ରହିଥାଏ।
ਪ੍ਰਣਵਤਿ ਨਾਨਕ ਹਮ ਤਾ ਕੇ ਦਾਸਾ ॥੨੦॥੧॥ ନାନକ ପ୍ରାର୍ଥନା କରନ୍ତି ଯେ ଆମେ ସେହି ଜୀବଙ୍କ ଦାସ ଅଟୁ॥10॥1॥


© 2017 SGGS ONLINE
error: Content is protected !!
Scroll to Top