Guru Granth Sahib Translation Project

guru granth sahib odia page-790

Page 790

ਸਲੋਕ ਮਃ ੧ ॥ ଶ୍ଳୋକ ମହଲା 1॥
ਚੋਰਾ ਜਾਰਾ ਰੰਡੀਆ ਕੁਟਣੀਆ ਦੀਬਾਣੁ ॥ ଚୋର, ବ୍ୟଭିଚାରୀ, ବେଶ୍ୟା ତଥା ଦଲାଲ ସେମାନଙ୍କ ଏକ ନିଜ ଦଳ ଓ ଗଭୀର ସମ୍ପର୍କ ରଖିଥାନ୍ତି,
ਵੇਦੀਨਾ ਕੀ ਦੋਸਤੀ ਵੇਦੀਨਾ ਕਾ ਖਾਣੁ ॥ ଦୁଷ୍ଟର ସଙ୍ଗ ଦୁଷ୍ଟ ଲୋକ ସହିତ ହୋଇଥାଏ ଆଉ ସେମାନଙ୍କ ଖାଇବା ପିଇବାରେ ମଧ୍ୟ ମେଳ ରହିଥାଏ।
ਸਿਫਤੀ ਸਾਰ ਨ ਜਾਣਨੀ ਸਦਾ ਵਸੈ ਸੈਤਾਨੁ ॥ ଏପରି ପାପୀ ଲୋକ ଭଗବାନଙ୍କ ମହତ୍ତ୍ୱକୁ ଆଦୌ ବୁଝନ୍ତି ନାହିଁ ଆଉ ତାହାର ମନରେ ସଦା ସଇତାନ ବାସ କରିଥାଏ।
ਗਦਹੁ ਚੰਦਨਿ ਖਉਲੀਐ ਭੀ ਸਾਹੂ ਸਿਉ ਪਾਣੁ ॥ ଯଦି ଗଧକୁ ଚନ୍ଦନର ଲେପ କରି ଦିଆଯାଏ, ତାହାହେଲେ ସେ ଧୂଳିରେ ହିଁ ଲୋଟିଥାଏ।
ਨਾਨਕ ਕੂੜੈ ਕਤਿਐ ਕੂੜਾ ਤਣੀਐ ਤਾਣੁ ॥ ହେ ନାନକ! ମିଥ୍ୟାର ସୂତା ବୁଣିଲେ ମିଥ୍ୟା ହିଁ ପ୍ରାପ୍ତ ହୋଇଥାଏ ଏବଂ
ਕੂੜਾ ਕਪੜੁ ਕਛੀਐ ਕੂੜਾ ਪੈਨਣੁ ਮਾਣੁ ॥੧॥ ମିଥ୍ୟା କପଡା ମାପ ଦିଆଯାଇ ଥାଏ, ମିଥ୍ୟା ତାହାର ବସ୍ତ୍ର ଅଟେ ଆଉ ମିଥ୍ୟା ହିଁ ତାହାର ଆହାର ଅଟେ। ॥1॥
ਮਃ ੧ ॥ ମହଲା 1
ਬਾਂਗਾ ਬੁਰਗੂ ਸਿੰਙੀਆ ਨਾਲੇ ਮਿਲੀ ਕਲਾਣ ॥ ନମାଜ ପଢୁଥିବା ମୌଲବୀ, ବଂଶୀ ବଜାଉଥିବା ଫକୀର, ବାଜା ବଜାଉଥିବା ଯୋଗୀ ତଥା ନକଲ କରୁଥିବା ମିରାସୀ ମଧ୍ୟ ଲୋକଙ୍କ ଠାରୁ ମାଗିଥାନ୍ତି।
ਇਕਿ ਦਾਤੇ ਇਕਿ ਮੰਗਤੇ ਨਾਮੁ ਤੇਰਾ ਪਰਵਾਣੁ ॥ ହେ ପ୍ରଭୁ! ଦୁନିଆରେ କେହି ଦାନୀ ଆଉ କେହି ଭିକାରୀ ଅଟନ୍ତି, କିନ୍ତୁ ସତ୍ୟର ଦରବାରରେ ତୋର ନାମ ହିଁ ମଞ୍ଜୁର ହୋଇଥାଏ।
ਨਾਨਕ ਜਿਨ੍ਹ੍ਹੀ ਸੁਣਿ ਕੈ ਮੰਨਿਆ ਹਉ ਤਿਨਾ ਵਿਟਹੁ ਕੁਰਬਾਣੁ ॥੨॥ ହେ ନାନକ! ମୁଁ ତାହାଙ୍କ ପ୍ରତି ସମର୍ପିତ ଅଟେ, ଯିଏ ନାମ ଶୁଣି ତାହାଙ୍କ ମନନ କରିଥାଏ॥2॥
ਪਉੜੀ ॥ ପଉଡୀ॥
ਮਾਇਆ ਮੋਹੁ ਸਭੁ ਕੂੜੁ ਹੈ ਕੂੜੋ ਹੋਇ ਗਇਆ ॥ ମାୟାର ମୋହ ମିଥ୍ୟା ଅଟେ ଏବଂ ଏହା ଅନ୍ତରେ ମିଥ୍ୟା ହିଁ ସିଦ୍ଧ ହୋଇଥାଏ।
ਹਉਮੈ ਝਗੜਾ ਪਾਇਓਨੁ ਝਗੜੈ ਜਗੁ ਮੁਇਆ ॥ ମନୁଷ୍ୟର ଅଭିମାନ ହିଁ ଝଗଡା ଉତ୍ପନ୍ନ କରିଥାଏ ଆଉ ସାରା ଦୁନିଆ ଝଗଡା ଯୋଗୁଁ ନଷ୍ଟ ହୋଇଥାଏ।
ਗੁਰਮੁਖਿ ਝਗੜੁ ਚੁਕਾਇਓਨੁ ਇਕੋ ਰਵਿ ਰਹਿਆ ॥ ଗୁରୁମୁଖୀ ଝଗଡା ସମାପ୍ତ କରିଥାନ୍ତି ଆଉ ତାହାକୁ ଏକ ଇଶ୍ଵର ହିଁ ସବୁଠାରେ ନଜର ଆସନ୍ତି।
ਸਭੁ ਆਤਮ ਰਾਮੁ ਪਛਾਣਿਆ ਭਉਜਲੁ ਤਰਿ ਗਇਆ ॥ ସେ ଆତ୍ମାରେ ହିଁ ପରମାତ୍ମାଙ୍କୁ ଜାଣିଦିଏ, ଯାହାଦ୍ୱାରା ସେ ଭବସାଗରରୁ ପାର ହୋଇଯାଏ।
ਜੋਤਿ ਸਮਾਣੀ ਜੋਤਿ ਵਿਚਿ ਹਰਿ ਨਾਮਿ ਸਮਇਆ ॥੧੪॥ ତାହାର ଜ୍ୟୋତି ପରମ ଜ୍ୟୋତିରେ ବିଲୀନ ହୋଇଯାଏ ଆଉ ସେ ହରିନାମରେ ହିଁ ରହିଥାଏ॥14॥
ਸਲੋਕ ਮਃ ੧ ॥ ଶ୍ଳୋକ ମହଲା 1॥
ਸਤਿਗੁਰ ਭੀਖਿਆ ਦੇਹਿ ਮੈ ਤੂੰ ਸੰਮ੍ਰਥੁ ਦਾਤਾਰੁ ॥ ହେ ସଦଗୁରୁ! ତୁ ସମର୍ଥ ଓ ଦାନଶୀଳ ଅଟୁ, ମୋତେ ନାମ ରୂପୀ ଭିକ୍ଷା ଦିଅ।
ਹਉਮੈ ਗਰਬੁ ਨਿਵਾਰੀਐ ਕਾਮੁ ਕ੍ਰੋਧੁ ਅਹੰਕਾਰੁ ॥ ମୋର ଅଭିମାନ ଓ ଗର୍ବ ଦୂର କରିଦିଅ ଆଉ କାମ, କ୍ରୋଧ ଓ ଅହଂକାରକୁ ପୂର୍ଣ୍ଣ ଭାବରେ ନଷ୍ଟ କରିଦିଅ।
ਲਬੁ ਲੋਭੁ ਪਰਜਾਲੀਐ ਨਾਮੁ ਮਿਲੈ ਆਧਾਰੁ ॥ ମୋର ଲାଳସା ଏବଂ ଲୋଭକୁ ଜଳାଇ ଦିଅ ଯେପରି ମୋତେ ମୋ' ଜୀବନର ଆଧାର ନାମ ମିଳିଯିବ।
ਅਹਿਨਿਸਿ ਨਵਤਨ ਨਿਰਮਲਾ ਮੈਲਾ ਕਬਹੂੰ ਨ ਹੋਇ ॥ ଏହି ନାମ ଦିନରାତି ନୂତନ ଓ ନିର୍ମଳ ରହିଥାଏ ଆଉ କେବେ ମଧ୍ୟ ମଇଳା ହୁଏନାହିଁ।
ਨਾਨਕ ਇਹ ਬਿਧਿ ਛੁਟੀਐ ਨਦਰਿ ਤੇਰੀ ਸੁਖੁ ਹੋਇ ॥੧॥ ନାନକ ପ୍ରାର୍ଥନା କରନ୍ତି ଯେ ହେ ମୋର ସଦଗୁରୁ! ଏହି ବିଧି ଦ୍ଵାରା ମୁଁ ବନ୍ଧନରୁ ମୁକ୍ତ ହୋଇ ପାରିବି ଆଉ ତୋର କୃପାଦୃଷ୍ଟି ଦ୍ଵାରା ହିଁ ସୁଖ ଉପଲବ୍ଧ ହୋଇପାରିବ॥1॥
ਮਃ ੧ ॥ ମହଲା ॥
ਇਕੋ ਕੰਤੁ ਸਬਾਈਆ ਜਿਤੀ ਦਰਿ ਖੜੀਆਹ ॥ ଦ୍ଵାରରେ ଯେତେ ଜୀବ-ସ୍ତ୍ରୀ ଦଣ୍ଡାୟମାନ ହୋଇଛନ୍ତି, ଇଶ୍ଵର ସେହି ସବୁଙ୍କ ପତି ଅଟନ୍ତି।
ਨਾਨਕ ਕੰਤੈ ਰਤੀਆ ਪੁਛਹਿ ਬਾਤੜੀਆਹ ॥੨॥ ହେ ନାନକ! ପତି-ପ୍ରଭୁଙ୍କ ପ୍ରେମରେ ଲୀନ ହୋଇ ସେମାନେ ପରସ୍ପରଙ୍କୁ ତାହାଙ୍କ କଥା ପଚାରି ଥାଆନ୍ତି॥2॥
ਮਃ ੧ ॥ ମହଲା 1॥
ਸਭੇ ਕੰਤੈ ਰਤੀਆ ਮੈ ਦੋਹਾਗਣਿ ਕਿਤੁ ॥ ସମସ୍ତ ଜୀବ-ସ୍ତ୍ରୀ ପତି-ପ୍ରଭୁଙ୍କ ପ୍ରେମରେ ଲୀନ ହୋଇଥାନ୍ତି, ପରନ୍ତୁ ମୁଁ ଦୁହାଗିନୀ କେଉଁଥିରେ ଗଣା ହେବି?
ਮੈ ਤਨਿ ਅਵਗਣ ਏਤੜੇ ਖਸਮੁ ਨ ਫੇਰੇ ਚਿਤੁ ॥੩॥ ମୋ' ପାଖରେ ଏତେ ଅବଗୁଣ ଅଛି ଯେ ମୋର ମାଲିକ ମୋ' ଆଡକୁ ତାହାଙ୍କ ମନ ଆଣନ୍ତି ନାହିଁ॥3॥
ਮਃ ੧ ॥ ମହଲା 1॥
ਹਉ ਬਲਿਹਾਰੀ ਤਿਨ ਕਉ ਸਿਫਤਿ ਜਿਨਾ ਦੈ ਵਾਤਿ ॥ ଯାହାର ମୁଖରେ ପରମାତ୍ମାଙ୍କ ସ୍ତୁତି ଥାଏ, ମୁଁ ତାହାଙ୍କ ପ୍ରତି ସମର୍ପିତ ଅଟେ।
ਸਭਿ ਰਾਤੀ ਸੋਹਾਗਣੀ ਇਕ ਮੈ ਦੋਹਾਗਣਿ ਰਾਤਿ ॥੪॥ ହେ ପ୍ରଭୁ! ତୁ ସବୁ ରାତି ସୁହାଗିନୀକୁ ଦେଉଅଛୁ, କିନ୍ତୁ ମୋ' ପରି ଦୁହାଗିନୀକୁ ଗୋଟିଏ ହେଲେ ରାତ୍ରି ଦିଅ॥4॥
ਪਉੜੀ ॥ ପଉଡୀ॥
ਦਰਿ ਮੰਗਤੁ ਜਾਚੈ ਦਾਨੁ ਹਰਿ ਦੀਜੈ ਕ੍ਰਿਪਾ ਕਰਿ ॥ ହେ ହରି! ମୁଁ ଭିକାରୀ ତୋ' ଠାରେ ଏକ ଦାନ ମାଗୁଅଛି, ନିଜ କୃପା କରି ମୋତେ ଏହି ଦାନ ଦିଅ।
ਗੁਰਮੁਖਿ ਲੇਹੁ ਮਿਲਾਇ ਜਨੁ ਪਾਵੈ ਨਾਮੁ ਹਰਿ ॥ ଗୁରୁଙ୍କ ମାଧ୍ୟମରୁ ମୋତେ ନିଜ ସାଥି ଦିଅ, ଯେପରି ମୁଁ ହରିନାମ ପ୍ରାପ୍ତ କରିବି।
ਅਨਹਦ ਸਬਦੁ ਵਜਾਇ ਜੋਤੀ ਜੋਤਿ ਧਰਿ ॥ ମୁଁ ନିଜ ମନରେ ଅନାହଦ ଶବ୍ଦ ସୃଷ୍ଟି କରିବି ଏବଂ ନିଜ ଜ୍ୟୋତି ପରମ ଜ୍ୟୋତିରେ ମିଳାଇବି।
ਹਿਰਦੈ ਹਰਿ ਗੁਣ ਗਾਇ ਜੈ ਜੈ ਸਬਦੁ ਹਰਿ ॥ ମୁଁ ନିଜ ହୃଦୟରେ ହରିଙ୍କ ଗୁଣଗାନ କରିବି, ହରିନାମର ଜୟ-ଜୟକାର କରିବି।
ਜਗ ਮਹਿ ਵਰਤੈ ਆਪਿ ਹਰਿ ਸੇਤੀ ਪ੍ਰੀਤਿ ਕਰਿ ॥੧੫॥ ହରିଙ୍କ ସହିତ ହିଁ ପ୍ରେମ କର, କାରଣ ସେ ସଂପୂର୍ଣ୍ଣ ଜଗତରେ ବ୍ୟାପକ ଅଛନ୍ତି॥15॥
ਸਲੋਕ ਮਃ ੧ ॥ ଶ୍ଳୋକ ମହଲା 1॥
ਜਿਨੀ ਨ ਪਾਇਓ ਪ੍ਰੇਮ ਰਸੁ ਕੰਤ ਨ ਪਾਇਓ ਸਾਉ ॥ ଯିଏ ପ୍ରେମ ରସ ପାଇ ନହିଁ ଆଉ ନିଜ ପତି-ପ୍ରଭୁଙ୍କ ସହିତ ରମଣ କରି ନାହିଁ,
ਸੁੰਞੇ ਘਰ ਕਾ ਪਾਹੁਣਾ ਜਿਉ ਆਇਆ ਤਿਉ ਜਾਉ ॥੧॥ ସେ ଶୂନ୍ୟ ଘରର ଅତିଥି ଭଳି ହିଁ ଲୋଟିଯାଏ॥1॥
ਮਃ ੧ ॥ ମହଲା 1॥
ਸਉ ਓਲਾਮ੍ਹ੍ਹੇ ਦਿਨੈ ਕੇ ਰਾਤੀ ਮਿਲਨ੍ਹ੍ਹਿ ਸਹੰਸ ॥ ପାପ କର୍ମରେ ଲୀନ ରହିବା ବାଲା ଦିନରାତି ହଜାର ହଜାର ପାପର ଅଭିଯୁକ୍ତ ବନିଯାଏ।
ਸਿਫਤਿ ਸਲਾਹਣੁ ਛਡਿ ਕੈ ਕਰੰਗੀ ਲਗਾ ਹੰਸੁ ॥ ସେହି ଜୀବ ରୂପୀ ହଂସ ପରମାତ୍ମାଙ୍କ ସ୍ତୁତି ତ୍ୟାଗ କରି ମରୁତ ପଶୁର ଅସ୍ଥିକୁ ଖୋଜିବାରେ ଲାଗିଥାଏ ଅର୍ଥାତ ବିକାର ଭୋଗିବାରେ ଲାଗିଯାଏ।
ਫਿਟੁ ਇਵੇਹਾ ਜੀਵਿਆ ਜਿਤੁ ਖਾਇ ਵਧਾਇਆ ਪੇਟੁ ॥ ତାହର ଏପରି ବଞ୍ଚିବା ଧିକ୍କାର ଯୋଗ୍ୟ ଅଟେ, ଯେଉଁଥିରେ ସ୍ଵାଦିଷ୍ଟ ପଦାର୍ଥ ଖାଇ ନିଜ ପେଟ ବଢାଇଥାଏ।
ਨਾਨਕ ਸਚੇ ਨਾਮ ਵਿਣੁ ਸਭੋ ਦੁਸਮਨੁ ਹੇਤੁ ॥੨॥ ହେ ନାନକ! ସତ୍ୟ ନାମ ବିନା ଏହି ସାରା ମୋହ ଜୀବର ଶତ୍ରୁ ଅର୍ଥାତ ହାନିକାରକ ବନିଯାଏ॥2॥
ਪਉੜੀ ॥ ପଉଡୀ॥
ਢਾਢੀ ਗੁਣ ਗਾਵੈ ਨਿਤ ਜਨਮੁ ਸਵਾਰਿਆ ॥ ଭାଟ ନିତ୍ୟ ପରମାତ୍ମାଙ୍କ ଗୁଣଗାନ କରି ନିଜ ଜନ୍ମ ସଫଳ କରିନିଏ।
ਗੁਰਮੁਖਿ ਸੇਵਿ ਸਲਾਹਿ ਸਚਾ ਉਰ ਧਾਰਿਆ ॥ ଗୁରୁଙ୍କ ମାଧ୍ୟମରୁ ଭକ୍ତି ସ୍ତୁତିଗାନ କରି ସେ ସତ୍ୟକୁ ନିଜ ହୃଦୟରେ ସ୍ଥାପନ କରିଥାଏ।


© 2025 SGGS ONLINE
error: Content is protected !!
Scroll to Top