Page 789
ਪਉੜੀ ॥
ପଉଡୀ॥
ਹਰਿ ਸਾਲਾਹੀ ਸਦਾ ਸਦਾ ਤਨੁ ਮਨੁ ਸਉਪਿ ਸਰੀਰੁ ॥
ନିଜ ତନ-ମନ ଏବଂ ଶରୀର ସବୁ ସମର୍ପଣ କରି ସର୍ବଦା ପରମାତ୍ମାଙ୍କ ସ୍ତୁତି କର।
ਗੁਰ ਸਬਦੀ ਸਚੁ ਪਾਇਆ ਸਚਾ ਗਹਿਰ ਗੰਭੀਰੁ ॥
ଗୁରୁଙ୍କ ଉପଦେଶ ଦ୍ଵାରା ସତ୍ୟକୁ ପ୍ରାପ୍ତ କରାଯାଇ ପାରେ, ଯାହା ଗହନ ଗମ୍ଭୀର ଏବଂ ଶାଶ୍ଵତ ଅଟେ।
ਮਨਿ ਤਨਿ ਹਿਰਦੈ ਰਵਿ ਰਹਿਆ ਹਰਿ ਹੀਰਾ ਹੀਰੁ ॥
ପରମାତ୍ମା ରୂପୀ ଅମୂଲ୍ୟ ହୀରା ତନ-ମନ-ହୃଦୟ ସବୁଠି ବିଦ୍ୟମାନ ଅଛନ୍ତି।
ਜਨਮ ਮਰਣ ਕਾ ਦੁਖੁ ਗਇਆ ਫਿਰਿ ਪਵੈ ਨ ਫੀਰੁ ॥
ମୋର ଜନ୍ମ-ମରଣର ଦୁଃଖ ଦୂର ହୋଇ ଯାଇଛି ଆଉ ମୋତେ ଏଥିରେ ଆସିବାକୁ ପଡେ ନାହିଁ।
ਨਾਨਕ ਨਾਮੁ ਸਲਾਹਿ ਤੂ ਹਰਿ ਗੁਣੀ ਗਹੀਰੁ ॥੧੦॥
ହେ ନାନକ! ପରମାତ୍ମା ଗୁଣର ଗଭୀର ସାଗର ଅଟନ୍ତି, ତୁ ତାହାଙ୍କ ନାମର ସ୍ତୁତିଗାନ କରି ଚାଲ॥10॥
ਸਲੋਕ ਮਃ ੧ ॥
ଶ୍ଳୋକ ମହଲା 1॥
ਨਾਨਕ ਇਹੁ ਤਨੁ ਜਾਲਿ ਜਿਨਿ ਜਲਿਐ ਨਾਮੁ ਵਿਸਾਰਿਆ ॥
ହେ ନାନକ! ଏହି ଶରୀର ଜଳାଇ ଦିଅ, ଯିଏ ପରମାତ୍ମାଙ୍କ ନାମ ଭୁଲି ଯାଇଛି।
ਪਉਦੀ ਜਾਇ ਪਰਾਲਿ ਪਿਛੈ ਹਥੁ ਨ ਅੰਬੜੈ ਤਿਤੁ ਨਿਵੰਧੈ ਤਾਲਿ ॥੧॥
ତୋର ହୃଦୟରେ ପାପର ମଇଳା ପଡି ରହିଛି, ଯାହା ସଫା କରିବା ପାଇଁ ତୋର ହାତ ସେ ପର୍ଯ୍ୟନ୍ତ ପହଞ୍ଚିବ ନାହିଁ।
ਮਃ ੧ ॥
ମହଲା 1॥
ਨਾਨਕ ਮਨ ਕੇ ਕੰਮ ਫਿਟਿਆ ਗਣਤ ਨ ਆਵਹੀ ॥
ହେ ନାନକ! ମୋର ମନର କାର୍ଯ୍ୟ ଏତେ ଧିକ୍କାର ଯୋଗ୍ୟ ଅଟେ, ଯାହା କଳନା କରାଯାଇ ପାରିବ ନାହିଁ।
ਕਿਤੀ ਲਹਾ ਸਹੰਮ ਜਾ ਬਖਸੇ ਤਾ ਧਕਾ ਨਹੀ ॥੨॥
ଓହ! ଏହି କାରଣରୁ ବୋଧ ହୁଏ ମୁଁ ଅନେକ ଦୁଃଖ ପ୍ରାପ୍ତ କରିବି, ଯଦି ପରମାତ୍ମା କ୍ଷମା କରି ଦିଅନ୍ତି ମୋତେ ବିପଦର ଧକ୍କା ଲାଗିବ ନାହିଁ॥2॥
ਪਉੜੀ ॥
ପଉଡୀ॥
ਸਚਾ ਅਮਰੁ ਚਲਾਇਓਨੁ ਕਰਿ ਸਚੁ ਫੁਰਮਾਣੁ ॥
ପରମାତ୍ମା ସଚ୍ଚା ବିଧାନ ଲାଗୁ କରି ସାରା ଦୁନିଆରେ ନିଜର ସଚ୍ଚା ହୁକୁମ ଚଲାଇଛନ୍ତି।
ਸਦਾ ਨਿਹਚਲੁ ਰਵਿ ਰਹਿਆ ਸੋ ਪੁਰਖੁ ਸੁਜਾਣੁ ॥
ସେହି ଚତୁର ପରମ ପୁରୁଷ ସର୍ବଦା ଅଟଳ ଅଟନ୍ତି ଆଉ ବିଶ୍ୱବ୍ୟାପକ ଅଟନ୍ତି।
ਗੁਰ ਪਰਸਾਦੀ ਸੇਵੀਐ ਸਚੁ ਸਬਦਿ ਨੀਸਾਣੁ ॥
ଗୁରୁଙ୍କ କୃପାରୁ ହିଁ ତାହାଙ୍କ ଭକ୍ତି ହୋଇଥାଏ ଆଉ ତାହାଙ୍କ ଦରବାରରେ ପହଞ୍ଚିବା ପାଇଁ ସତ୍ୟ ଶବ୍ଦ ହିଁ ସମର୍ଥ ଅଟେ।
ਪੂਰਾ ਥਾਟੁ ਬਣਾਇਆ ਰੰਗੁ ਗੁਰਮਤਿ ਮਾਣੁ ॥
ସେ ସଂପୂର୍ଣ୍ଣ ବିଶ୍ଵ ବନାଇଛନ୍ତି ଆଉ ଗୁରୁଙ୍କ ଉପଦେଶ ଅନୁସାରେ ତାହାଙ୍କ ରଙ୍ଗର ଆନନ୍ଦ ପ୍ରାପ୍ତ କର।
ਅਗਮ ਅਗੋਚਰੁ ਅਲਖੁ ਹੈ ਗੁਰਮੁਖਿ ਹਰਿ ਜਾਣੁ ॥੧੧॥
ସେ ଅଗମ୍ୟ, ଅଗୋଚର ଏବଂ ଅଲକ୍ଷ୍ୟ ଅଟନ୍ତି ଆଉ ଗୁରୁଙ୍କ ମାଧ୍ୟମରୁ ହିଁ ସେହି ପରମାତ୍ମାଙ୍କୁ ଜଣାଯାଇ ଥାଏ॥11॥
ਸਲੋਕ ਮਃ ੧ ॥
ଶ୍ଳୋକ ମହଲା 1॥
ਨਾਨਕ ਬਦਰਾ ਮਾਲ ਕਾ ਭੀਤਰਿ ਧਰਿਆ ਆਣਿ ॥
ହେ ନାନକ! ଜୀବର ଶୁଭାଶୁଭ କର୍ମର ଲେଖା ପ୍ରଭୁଙ୍କ ପାଖରେ ରଖାଯାଇଥାଏ।
ਖੋਟੇ ਖਰੇ ਪਰਖੀਅਨਿ ਸਾਹਿਬ ਕੈ ਦੀਬਾਣਿ ॥੧॥
ମାଲିକଙ୍କ ଦରବାରରେ ଶୁଭ ଅଅଶୁଭ କର୍ମର ପରଖ କରାଯାଏ॥1॥
ਮਃ ੧ ॥
ମହଲା 1 ॥
ਨਾਵਣ ਚਲੇ ਤੀਰਥੀ ਮਨਿ ਖੋਟੈ ਤਨਿ ਚੋਰ ॥
କିଛି ଲୋକଙ୍କ ମନରେ ବହୁତ ମନ୍ଦ ବୁଦ୍ଧି ଓ ତନରେ ବିକାର ରୂପୀ ଚୋର ଥାଏ, ସେ ପାପରୁ ମୁକ୍ତି ପାଇବା ପାଇଁ ତୀର୍ଥରେ ସ୍ନାନ କରିବା ପାଇଁ ଯାଇଥାଏ।
ਇਕੁ ਭਾਉ ਲਥੀ ਨਾਤਿਆ ਦੁਇ ਭਾ ਚੜੀਅਸੁ ਹੋਰ ॥
ଫଳରେ ତୀର୍ଥରେ ସ୍ନାନ କରିବା ଦ୍ଵାରା ବିକାରର ଏକ ଭାଗ ଚାଲିଯାଏ, କିନ୍ତୁ ପୁନଃ ଦୁଇ ଭାଗ ତାହା ପାଖକୁ ଆସିଥାଏ।
ਬਾਹਰਿ ਧੋਤੀ ਤੂਮੜੀ ਅੰਦਰਿ ਵਿਸੁ ਨਿਕੋਰ ॥
ବାହାରେ ମିଠା ଥାଏ ଓ ଅନ୍ତର୍ମନରେ ବିଷ ଭରି ରହିଥାଏ।
ਸਾਧ ਭਲੇ ਅਣਨਾਤਿਆ ਚੋਰ ਸਿ ਚੋਰਾ ਚੋਰ ॥੨॥
ସାଧୁ ଧନ୍ୟ ଅଟେ ଏପରିକି ଏଏହି ସ୍ନାନ ବିନା, ପରନ୍ତୁ ସ୍ନାନ କରିଲେ ମଧ୍ୟ ଏକ ଚୋର , ଚୋର ହିଁ ଅଟେ॥2॥
ਪਉੜੀ ॥
ପଉଡୀ॥
ਆਪੇ ਹੁਕਮੁ ਚਲਾਇਦਾ ਜਗੁ ਧੰਧੈ ਲਾਇਆ ॥
ଇଶ୍ଵର ସ୍ଵୟଂ ହିଁ ସବୁଙ୍କ ଉପରେ ନିଜର ହୁକୁମ ଚଲାଇ ଥାଆନ୍ତି ଆଉ ସଂପୂର୍ଣ୍ଣ ଜଗତକୁ ଭିନ୍ନ-ଭିନ୍ନ କାୟାରେ ଲଗାଇଛନ୍ତି।
ਇਕਿ ਆਪੇ ਹੀ ਆਪਿ ਲਾਇਅਨੁ ਗੁਰ ਤੇ ਸੁਖੁ ਪਾਇਆ ॥
ସେ କିଛି ଜୀବଙ୍କୁ ନିଜେ ନାମ-ସ୍ମରଣରେ ଲଗାଇଛନ୍ତି ଏବଂ ତାହାଙ୍କୁ ଗୁରୁଙ୍କ ଠାରୁ ସୁଖ ପ୍ରାପ୍ତ ହୋଇ ଯାଇଛି।
ਦਹ ਦਿਸ ਇਹੁ ਮਨੁ ਧਾਵਦਾ ਗੁਰਿ ਠਾਕਿ ਰਹਾਇਆ ॥
ଏହି ମନ ଦଶ ଦିଗରେ ଦୌଡି ଥାଏ, କିନ୍ତୁ ଗୁରୁ ଏହା ଉପରେ ଅଙ୍କୁଶ ଲଗାଇଛନ୍ତି।
ਨਾਵੈ ਨੋ ਸਭ ਲੋਚਦੀ ਗੁਰਮਤੀ ਪਾਇਆ ॥
ସାରା ଦୁନିଆ ହିଁ ନାମର ଅଭିଳାଷ କରିଥାଏ, ପରନ୍ତୁ ଏହା ଗୁରୁ ମତ ଅନୁସାରେ ହିଁ ମିଳିଥାଏ।
ਧੁਰਿ ਲਿਖਿਆ ਮੇਟਿ ਨ ਸਕੀਐ ਜੋ ਹਰਿ ਲਿਖਿ ਪਾਇਆ ॥੧੨॥
ଇଶ୍ଵର ଯାହା ଭାଗ୍ୟରେ ଲେଖି ଦେଇଛନ୍ତି, ତାହାକୁ ଟାଳି ହେବ ନାହିଁ।
ਸਲੋਕ ਮਃ ੧ ॥
ଶ୍ଳୋକ ମହଲା 1॥
ਦੁਇ ਦੀਵੇ ਚਉਦਹ ਹਟਨਾਲੇ ॥
ଦୁନିଆକୁ ଉଜ୍ଜ୍ଵଳ କରିବା ପାଇଁ ପରମାତ୍ମା ସୂର୍ଯ୍ୟ ଓ ଚନ୍ଦ୍ର୍କୁ ଦୀପକ ବନାଇଛନ୍ତି ଏବଂ ଚଉଦଟି ସଂସାରକୁ ଦୋକାନ ବନାଇଛନ୍ତି।
ਜੇਤੇ ਜੀਅ ਤੇਤੇ ਵਣਜਾਰੇ ॥
ଦୁନିଆରେ ଯେତେ ମଧ୍ୟ ଜୀବ ଅଛନ୍ତି, ସମସ୍ତେ ବ୍ୟାପାରୀ ଅଟନ୍ତି।
ਖੁਲ੍ਹ੍ਹੇ ਹਟ ਹੋਆ ਵਾਪਾਰੁ ॥
ଯେତେବେଳେ ଦୋକାନ ଖୋଲି ଯାଇଛି, ବ୍ୟାପାର ହେବାରେ ଲାଗିଛି।
ਜੋ ਪਹੁਚੈ ਸੋ ਚਲਣਹਾਰੁ ॥
ଯିଏ ମଧ୍ୟ ଜନ୍ମ ନେଇ ଆସିଥାଏ, ସେ ଏଠାରୁ ଚାଲି ଯିବାକୁ ପଡିଥାଏ।
ਧਰਮੁ ਦਲਾਲੁ ਪਾਏ ਨੀਸਾਣੁ ॥
ଯମରାଜ ରୂପୀ ଦଲାଲ ଜୀବର ଶୁଭାଶୁଭ କର୍ମ ଉପରେ ମୋହର ଲଗାଇ ଥାଏ।
ਨਾਨਕ ਨਾਮੁ ਲਾਹਾ ਪਰਵਾਣੁ ॥
ହେ ନାନକ! ଜୀବର ଅର୍ଜିତ ନାମ ରୂପୀ ଲାଭ ହିଁ ମଞ୍ଜୁର ହୋଇଥାଏ।
ਘਰਿ ਆਏ ਵਜੀ ਵਾਧਾਈ ॥
ଯେଉଁ ଜୀବ ନାମ ରୂପୀ ଲାଭ ଅର୍ଜନ କରି ନିଜ ଘରକୁ ଆସିଥାଏ, ତାହାକୁ ଶୁଭ କାମନା ମିଳିଥାଏ।
ਸਚ ਨਾਮ ਕੀ ਮਿਲੀ ਵਡਿਆਈ ॥੧॥
ଆଉ ତାହାକୁ ହିଁ ସତ୍ୟନାମର ବଡିମା ମିଳିଥାଏ॥1॥
ਮਃ ੧ ॥
ମହଲା 1॥
ਰਾਤੀ ਹੋਵਨਿ ਕਾਲੀਆ ਸੁਪੇਦਾ ਸੇ ਵੰਨ ॥
ଯେତେବେଳେ ରାତ୍ରି ହୋଇଥାଏ, ଧଳା ବସ୍ତ୍ରର ରଙ୍ଗ ଧଳା ହିଁ ରହିଥାଏ ଅର୍ଥାତ ଦୁଃଖରେ ମଧ୍ୟ ଧୈର୍ଯ୍ୟବାନ ଧୈର୍ଯ୍ୟ ଛାଡେ ନାହିଁ।
ਦਿਹੁ ਬਗਾ ਤਪੈ ਘਣਾ ਕਾਲਿਆ ਕਾਲੇ ਵੰਨ ॥
ନିଃଶଙ୍କୋଚରେ ଦିନ ଧଳା ହୋଇଥାଏ ଆଉ ଅଧିକ ଗରମ ହୋଇଥାଏ, ତଥାପି କଳା ବସ୍ତୁର ରଙ୍ଗ କଳା ହିଁ ରହିଥାଏ।
ਅੰਧੇ ਅਕਲੀ ਬਾਹਰੇ ਮੂਰਖ ਅੰਧ ਗਿਆਨੁ ॥
ଜ୍ଞାନହୀନ ମନୁଷ୍ୟ ଅବୁଝା ହିଁ ରହିଥାଏ, ମୂର୍ଖ ଅନ୍ଧ ହିଁ ହୋଇଥାଏ ଅର୍ଥାତ ମୂର୍ଖ ଜ୍ଞାନହୀନ ହିଁ ହୋଇଥାଏ।
ਨਾਨਕ ਨਦਰੀ ਬਾਹਰੇ ਕਬਹਿ ਨ ਪਾਵਹਿ ਮਾਨੁ ॥੨॥
ହେ ନାନକ! ଯାହା ଉପରେ ପରମାତ୍ମା କୃପା-ଦୃଷ୍ଟି କରନ୍ତି ନାହିଁ, ସେ କେବେ ମଧ୍ୟ ଶୋଭାର ପାତ୍ର ବନି ନଥାଏ॥2॥
ਪਉੜੀ ॥
ପଉଡୀ॥
ਕਾਇਆ ਕੋਟੁ ਰਚਾਇਆ ਹਰਿ ਸਚੈ ਆਪੇ ॥
ସଚ୍ଚା ପରମେଶ୍ଵର ସ୍ଵୟଂ ହିଁ ଶରୀର ରୂପୀ ଦୁର୍ଗ ବନାଇଛନ୍ତି।
ਇਕਿ ਦੂਜੈ ਭਾਇ ਖੁਆਇਅਨੁ ਹਉਮੈ ਵਿਚਿ ਵਿਆਪੇ ॥
କାହାକୁ ଦୈତ୍ୟଭାବରେ ପ୍ରବୃତ୍ତ କରି ପଥଭ୍ରଷ୍ଟ କରିଥାନ୍ତି, ଯିଏ ଅହଂ ଭାବନାରେ ଲୀନ ରହିଥାଏ।
ਇਹੁ ਮਾਨਸ ਜਨਮੁ ਦੁਲੰਭੁ ਸਾ ਮਨਮੁਖ ਸੰਤਾਪੇ ॥
ଏହି ମାନବ ଜନ୍ମ ଦୁର୍ଲଭ ଅଟେ, ପରନ୍ତୁ ମନମୁଖୀ ଦୁଃଖୀ ହୋଇଥାଏ।
ਜਿਸੁ ਆਪਿ ਬੁਝਾਏ ਸੋ ਬੁਝਸੀ ਜਿਸੁ ਸਤਿਗੁਰੁ ਥਾਪੇ ॥
ଏହି ଜ୍ଞାନ ତାହାକୁ ହିଁ ହୋଇଥାଏ, ଯାହାକୁ ପରମାତ୍ମା ସ୍ଵୟଂ ହିଁ ଜ୍ଞାନ ଦେଇଥାନ୍ତି ଆଉ ଯାହାକୁ ସଦଗୁରୁ ପ୍ରେରିତ କରିଥାନ୍ତି।
ਸਭੁ ਜਗੁ ਖੇਲੁ ਰਚਾਇਓਨੁ ਸਭ ਵਰਤੈ ਆਪੇ ॥੧੩॥
ଏହି ସଂପୂର୍ଣ୍ଣ ଜଗତ ପରମାତ୍ମାଙ୍କ ଦ୍ଵାରା ରଚିତ ଏକ ଖେଳ ଅଟେ, ଯେଉଁଠି ସେ ସ୍ଵୟଂ ହିଁ ସମାନ ରୂପରେ ବ୍ୟାପ୍ତ ଅଛନ୍ତି॥13॥