Guru Granth Sahib Translation Project

guru granth sahib odia page-270

Page 270

ਮੁਖਿ ਤਾ ਕੋ ਜਸੁ ਰਸਨ ਬਖਾਨੈ ॥ ନିଜ ମୁହଁ ଏବଂ ଜିହ୍ଵାରେ ତାହାର ଯଶ ସର୍ବଦା ବର୍ଣ୍ଣନା କର।
ਜਿਹ ਪ੍ਰਸਾਦਿ ਤੇਰੋ ਰਹਤਾ ਧਰਮੁ ॥ ଯାହାଙ୍କ କୃପାରୁ ତୋର ଧର୍ମ କାୟମ ରହିଥାଏ,
ਮਨ ਸਦਾ ਧਿਆਇ ਕੇਵਲ ਪਾਰਬ੍ਰਹਮੁ ॥ ହେ ମୋର ମନ! ତୁ ସର୍ବଦା ସେହି ପରଂବ୍ରହ୍ମଙ୍କୁ ଧ୍ୟାନ କର।
ਪ੍ਰਭ ਜੀ ਜਪਤ ਦਰਗਹ ਮਾਨੁ ਪਾਵਹਿ ॥ ପୂଜ୍ୟ ପରମେଶ୍ଵରଙ୍କ ଆରାଧନା କରିଲେ ତୁ ତାହାଙ୍କ ଦରବାରରେ ଶୋଭା ପ୍ରାପ୍ତ କରିବୁ।
ਨਾਨਕ ਪਤਿ ਸੇਤੀ ਘਰਿ ਜਾਵਹਿ ॥੨॥ ହେ ନାନକ! ଏହିପରି ତୁମ ପ୍ରତିଷ୍ଠା ସହିତ ନିଜ ଧାମ (ପରଲୋକ) ଯିବ ॥2॥
ਜਿਹ ਪ੍ਰਸਾਦਿ ਆਰੋਗ ਕੰਚਨ ਦੇਹੀ ॥ ହେ ମନ! ଯାହାଙ୍କ କୃପାରୁ ତୋତେ ସୁନା ଭଳି ସୁନ୍ଦର ଶରୀର ମିଳିଛି,
ਲਿਵ ਲਾਵਹੁ ਤਿਸੁ ਰਾਮ ਸਨੇਹੀ ॥ ସେହି ପ୍ରିୟତମ ରାମଙ୍କ ଠାରେ ବୃତ୍ତି ଲଗା।
ਜਿਹ ਪ੍ਰਸਾਦਿ ਤੇਰਾ ਓਲਾ ਰਹਤ ॥ ଯାହାଙ୍କ କୃପାରୁ ତୋର ମାନ ରହିଥାଏ,
ਮਨ ਸੁਖੁ ਪਾਵਹਿ ਹਰਿ ਹਰਿ ਜਸੁ ਕਹਤ ॥ ସେହି ପ୍ରଭୁ-ପରମେଶ୍ଵରଙ୍କ ସ୍ତୁତି କରିଲେ ତୁମେ ସୁଖ ପ୍ରାପ୍ତ କରିବ।
ਜਿਹ ਪ੍ਰਸਾਦਿ ਤੇਰੇ ਸਗਲ ਛਿਦ੍ਰ ਢਾਕੇ ॥ ଯାହାଙ୍କ କୃପାରୁ ତୋର ସବୁ ପାପ ଲୁଚିଯାଏ।
ਮਨ ਸਰਨੀ ਪਰੁ ਠਾਕੁਰ ਪ੍ਰਭ ਤਾ ਕੈ ॥ ହେ ମନ! ସେହି ପ୍ରଭୁ-ପରମେଶ୍ଵରଙ୍କ ଶରଣ ନିଅ।
ਜਿਹ ਪ੍ਰਸਾਦਿ ਤੁਝੁ ਕੋ ਨ ਪਹੂਚੈ ॥ ଯାହାଙ୍କ କୃପାରୁ ତୋ’ ସମକକ୍ଷ କେହି ପହଞ୍ଚି ପାରେ ନାହିଁ,
ਮਨ ਸਾਸਿ ਸਾਸਿ ਸਿਮਰਹੁ ਪ੍ਰਭ ਊਚੇ ॥ ହେ ମୋର ମନ! ନିଜର ପ୍ରତି ଶ୍ଵାସରେ ସର୍ବୋପରି ପ୍ରଭୁଙ୍କୁ ସ୍ମରଣ କର।
ਜਿਹ ਪ੍ਰਸਾਦਿ ਪਾਈ ਦ੍ਰੁਲਭ ਦੇਹ ॥ ଯାହାଙ୍କ କୃପାରୁ ତୋତେ ଦୁର୍ଲଭ ମନୁଷ୍ୟ ଶରୀର ମିଳିଅଛି,
ਨਾਨਕ ਤਾ ਕੀ ਭਗਤਿ ਕਰੇਹ ॥੩॥ ହେ ନାନକ! ସେହି ଭଗବାନଙ୍କ ଭକ୍ତି କର ॥3॥
ਜਿਹ ਪ੍ਰਸਾਦਿ ਆਭੂਖਨ ਪਹਿਰੀਜੈ ॥ ଯାହାଙ୍କ କୃପାରୁ ଆଭୁଷଣ ପିନ୍ଧାଯାଏ,
ਮਨ ਤਿਸੁ ਸਿਮਰਤ ਕਿਉ ਆਲਸੁ ਕੀਜੈ ॥ ହେ ମନ! ତାହାର ଆରାଧନା କରିବାକୁ ଆଳସ୍ୟ କାହିଁକି କରିବା?
ਜਿਹ ਪ੍ਰਸਾਦਿ ਅਸ੍ਵ ਹਸਤਿ ਅਸਵਾਰੀ ॥ ଯାହାଙ୍କ କୃପାରୁ ତୁମେ ଘୋଡା ଏବଂ ହାତୀର ସବାରି କରିଅଛ,
ਮਨ ਤਿਸੁ ਪ੍ਰਭ ਕਉ ਕਬਹੂ ਨ ਬਿਸਾਰੀ ॥ ହେ ମନ! ସେହି ଈଶ୍ଵରଙ୍କୁ କେବେ ବିସ୍ମୃତ କର ନାହିଁ।
ਜਿਹ ਪ੍ਰਸਾਦਿ ਬਾਗ ਮਿਲਖ ਧਨਾ ॥ ଯାହାଙ୍କ କୃପାରୁ ଉଦ୍ୟାନ, ଧରିତ୍ରୀ, ଏବଂ ଧନ ପ୍ରାପ୍ତ ହୋଇଛି,
ਰਾਖੁ ਪਰੋਇ ਪ੍ਰਭੁ ਅਪੁਨੇ ਮਨਾ ॥ ସେହି ଈଶ୍ଵରଙ୍କୁ ନିଜ ମନରେ ସ୍ଥାପନ କର।
ਜਿਨਿ ਤੇਰੀ ਮਨ ਬਨਤ ਬਨਾਈ ॥ ହେ ମନ! ଯେଉଁ ଈଶ୍ଵର ତୋର ରଚନା କରିଛନ୍ତି,
ਊਠਤ ਬੈਠਤ ਸਦ ਤਿਸਹਿ ਧਿਆਈ ॥ ଉଠିବ ବସିବା ସବୁ ସମୟରେ ତାହାଙ୍କ ଧ୍ୟାନ କରିବା ଉଚିତ।
ਤਿਸਹਿ ਧਿਆਇ ਜੋ ਏਕ ਅਲਖੈ ॥ ହେ ନାନକ! ସେହି ଏକ ଅଦୃଶ୍ୟ ପ୍ରଭୁଙ୍କ ଚିନ୍ତନ କର।
ਈਹਾ ਊਹਾ ਨਾਨਕ ਤੇਰੀ ਰਖੈ ॥੪॥ ସେ ଲୋକ-ପରଲୋକ ଦୁଇଟିରେ ତୋର ରକ୍ଷା କରିବେ ॥4॥
ਜਿਹ ਪ੍ਰਸਾਦਿ ਕਰਹਿ ਪੁੰਨ ਬਹੁ ਦਾਨ ॥ ଯାହାଙ୍କ କୃପାରୁ ତୁମେ ବଡ ଦାନ ପୂଣ୍ୟ କରୁଅଛ,
ਮਨ ਆਠ ਪਹਰ ਕਰਿ ਤਿਸ ਕਾ ਧਿਆਨ ॥ ହେ ମନ! ଆଠ ପହର ତାହାଙ୍କ ହିଁ ଧ୍ୟାନ କରିବା ଉଚିତ।
ਜਿਹ ਪ੍ਰਸਾਦਿ ਤੂ ਆਚਾਰ ਬਿਉਹਾਰੀ ॥ ଯାହାଙ୍କ କୃପାରୁ ତୁ ଧାର୍ମିକ ସଂସ୍କାର ଏବଂ ସାଂସାରିକ କର୍ମ କରିଥାଉ,
ਤਿਸੁ ਪ੍ਰਭ ਕਉ ਸਾਸਿ ਸਾਸਿ ਚਿਤਾਰੀ ॥ ନିଜର ପ୍ରତି ଶ୍ଵାସରେ ସେହି ପ୍ରଭୁଙ୍କ ଚିନ୍ତନ କରିବା ଉଚିତ।
ਜਿਹ ਪ੍ਰਸਾਦਿ ਤੇਰਾ ਸੁੰਦਰ ਰੂਪੁ ॥ ଯାହାଙ୍କ କୃପାରୁ ତୋର ସୁନ୍ଦର ରୂପ ଅଛି,
ਸੋ ਪ੍ਰਭੁ ਸਿਮਰਹੁ ਸਦਾ ਅਨੂਪੁ ॥ ସେହି ଅନୁପମ ପ୍ରଭୁଙ୍କ ସର୍ବଦା ସ୍ମରଣ କରିବା ଉଚିତ।
ਜਿਹ ਪ੍ਰਸਾਦਿ ਤੇਰੀ ਨੀਕੀ ਜਾਤਿ ॥ ଯାହାଙ୍କ କୃପାରୁ ତୋତେ ଉଚ୍ଚ ମନୁଷ୍ୟ ଜାତି ମିଳିଛି,
ਸੋ ਪ੍ਰਭੁ ਸਿਮਰਿ ਸਦਾ ਦਿਨ ਰਾਤਿ ॥ ସଦା ସେହି ପ୍ରଭୁଙ୍କ ଚିନ୍ତନ ଦିନ ରାତି କର।
ਜਿਹ ਪ੍ਰਸਾਦਿ ਤੇਰੀ ਪਤਿ ਰਹੈ ॥ ଯାହାଙ୍କ କୃପାରୁ ତୋର ପ୍ରତିଷ୍ଠା ବଜାୟ ରହିଛି,
ਗੁਰ ਪ੍ਰਸਾਦਿ ਨਾਨਕ ਜਸੁ ਕਹੈ ॥੫॥ ହେ ନାନକ! ଗୁରୁଙ୍କ କୃପାରୁ ତାହାଙ୍କ ମହିମା କର ॥5॥
ਜਿਹ ਪ੍ਰਸਾਦਿ ਸੁਨਹਿ ਕਰਨ ਨਾਦ ॥ ଯାହାଙ୍କ କୃପାରୁ ତୋର କାନକୁ ଶବ୍ଦ ଶୁଣାଯାଏ।
ਜਿਹ ਪ੍ਰਸਾਦਿ ਪੇਖਹਿ ਬਿਸਮਾਦ ॥ ଯାହାଙ୍କ କୃପାରୁ ତୁ ଆଶ୍ଚର୍ଯ୍ୟ ଜନକ କୌତୁକ ଦେଖିଥାଉ,
ਜਿਹ ਪ੍ਰਸਾਦਿ ਬੋਲਹਿ ਅੰਮ੍ਰਿਤ ਰਸਨਾ ॥ ଯାହାଙ୍କ କୃପାରୁ ତୁ ନିଜ ଜିହ୍ଵାରେ ମିଠା ବଚନ ବୋଲୁଛୁ,
ਜਿਹ ਪ੍ਰਸਾਦਿ ਸੁਖਿ ਸਹਜੇ ਬਸਨਾ ॥ ଯାହାଙ୍କ କୃପାରୁ ତୁ ସ୍ଵାଭାବିକ ଭାବରେ ସୁଖପୂର୍ବକ ରହିଥାଉ,
ਜਿਹ ਪ੍ਰਸਾਦਿ ਹਸਤ ਕਰ ਚਲਹਿ ॥ ଯାହାଙ୍କ କୃପାରୁ ତୋର ହାତ ହଲିଥାଏ ଆଉ କାମ କରିଥାଉ,
ਜਿਹ ਪ੍ਰਸਾਦਿ ਸੰਪੂਰਨ ਫਲਹਿ ॥ ଯାହାଙ୍କ କୃପାରୁ ତୋର ସଂପୂର୍ଣ୍ଣ କମ ସଫଳ ହୋଇଥାଏ,
ਜਿਹ ਪ੍ਰਸਾਦਿ ਪਰਮ ਗਤਿ ਪਾਵਹਿ ॥ ଯାହାଙ୍କ କୃପାରୁ ତୋତେ ପରମ ଗତି ମିଳିଥାଏ,
ਜਿਹ ਪ੍ਰਸਾਦਿ ਸੁਖਿ ਸਹਜਿ ਸਮਾਵਹਿ ॥ ଯାହାଙ୍କ କୃପାରୁ ତୁମେ ସ୍ଵାଭାବିକ ଭାବରେ ସୁଖରେ ଲି ହୋଇଥାଅ,
ਐਸਾ ਪ੍ਰਭੁ ਤਿਆਗਿ ਅਵਰ ਕਤ ਲਾਗਹੁ ॥ ଏପରି ପ୍ରଭୁଙ୍କୁ ଛାଡି ତୁମେ କାହିଁକି ଅନ୍ୟ ପାଖରେ ଲାଗିଅଛ?
ਗੁਰ ਪ੍ਰਸਾਦਿ ਨਾਨਕ ਮਨਿ ਜਾਗਹੁ ॥੬॥ ହେ ନାନକ! ଗୁରୁଙ୍କ କୃପାରୁ ନିଜର ମନକୁ ଈଶ୍ବରଙ୍କ ପ୍ରତି ଜାଗ୍ରତ କର ॥୬॥
ਜਿਹ ਪ੍ਰਸਾਦਿ ਤੂੰ ਪ੍ਰਗਟੁ ਸੰਸਾਰਿ ॥ ଯାହାଙ୍କ କୃପାରୁ ତୁ ଦୁନିଆରେ ଲୋକପ୍ରିୟ ହୋଇଛୁ,
ਤਿਸੁ ਪ੍ਰਭ ਕਉ ਮੂਲਿ ਨ ਮਨਹੁ ਬਿਸਾਰਿ ॥ ସେହି ପ୍ରଭୁଙ୍କୁ କେବେ ନିଜ ହୃଦୟରୁ ଭୁଲ ନାହିଁ।
ਜਿਹ ਪ੍ਰਸਾਦਿ ਤੇਰਾ ਪਰਤਾਪੁ ॥ ଯାହାଙ୍କ କୃପାରୁ ତୋର ତେଜ ପ୍ରତାପ ବନିଥାଏ,
ਰੇ ਮਨ ਮੂੜ ਤੂ ਤਾ ਕਉ ਜਾਪੁ ॥ ହେ ମୋର ମୂର୍ଖ ମନ! ତୁ ତାହାଙ୍କ ଆରାଧନା କର।
ਜਿਹ ਪ੍ਰਸਾਦਿ ਤੇਰੇ ਕਾਰਜ ਪੂਰੇ ॥ ଯାହାଙ୍କ କୃପାରୁ ତୋର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି,
ਤਿਸਹਿ ਜਾਨੁ ਮਨ ਸਦਾ ਹਜੂਰੇ ॥ ନିଜ ହୃଦୟରେ ତାହାଙ୍କୁ ସଦା ନିକଟ ଭାବ।
ਜਿਹ ਪ੍ਰਸਾਦਿ ਤੂੰ ਪਾਵਹਿ ਸਾਚੁ ॥ ଯାହାଙ୍କ କୃପାରୁ ତୋତେ ସତ୍ୟ ପ୍ରାପ୍ତ ହୋଇଥାଏ,
ਰੇ ਮਨ ਮੇਰੇ ਤੂੰ ਤਾ ਸਿਉ ਰਾਚੁ ॥ ହେ ମୋର ମନ! ତୁ ତାହାଙ୍କ ସହିତ ପ୍ରେମ କର।
ਜਿਹ ਪ੍ਰਸਾਦਿ ਸਭ ਕੀ ਗਤਿ ਹੋਇ ॥ ଯାହାଙ୍କ କୃପାରୁ ସବୁଙ୍କ ଗତି ହୋଇଥାଏ ,
ਨਾਨਕ ਜਾਪੁ ਜਪੈ ਜਪੁ ਸੋਇ ॥੭॥ ହେ ନାନକ! ସେହି ପ୍ରଭୁଙ୍କ ନାମର ଏକ ରସ ଜପ କରିବା ଉଚିତ ॥୭॥
ਆਪਿ ਜਪਾਏ ਜਪੈ ਸੋ ਨਾਉ ॥ ସେହି ପୁରୁଷ ଈଶ୍ଵରଙ୍କ ନାମ ଜପିଥାଏ, ଯାହାଙ୍କ ଦ୍ଵାରା ସେ ସ୍ଵୟଂ ଜାପାଇଥାନ୍ତି।
ਆਪਿ ਗਾਵਾਏ ਸੁ ਹਰਿ ਗੁਨ ਗਾਉ ॥ କେବଳ ସିଏ ଈଶ୍ଵରଙ୍କ ଯଶୋଗାନ କରିଥାଏ, ଯାହା ଦ୍ଵାରା ସେ ସ୍ଵୟଂ ଗୁଣଗାନ କରାଇଥାନ୍ତି।


© 2017 SGGS ONLINE
error: Content is protected !!
Scroll to Top