Guru Granth Sahib Translation Project

guru granth sahib odia page-271

Page 271

ਪ੍ਰਭ ਕਿਰਪਾ ਤੇ ਹੋਇ ਪ੍ਰਗਾਸੁ ॥ ପ୍ରଭୁଙ୍କ କୃପାରୁ ପ୍ରକାଶ ହୋଇଥାଏ।
ਪ੍ਰਭੂ ਦਇਆ ਤੇ ਕਮਲ ਬਿਗਾਸੁ ॥ ପ୍ରଭୁଙ୍କ କୃପାରୁ ହୃଦୟ-କମଳ ପ୍ରଫୁଲ୍ଲିତ ହୋଇଯାଏ।
ਪ੍ਰਭ ਸੁਪ੍ਰਸੰਨ ਬਸੈ ਮਨਿ ਸੋਇ ॥ ଯେତେବେଳ ପ୍ରଭୁ ସୁପ୍ରସନ୍ନ ହୋଇଥାନ୍ତି, ସେତେବେଳେ ସେ ମନୁଷ୍ୟର ହୃଦୟରେ ନିବାସ କରିଥାନ୍ତି।
ਪ੍ਰਭ ਦਇਆ ਤੇ ਮਤਿ ਊਤਮ ਹੋਇ ॥ ପ୍ରଭୁଙ୍କ କୃପାରୁ ମନୁଷ୍ୟର ବୁଦ୍ଧି ଉତ୍ତମ ହୋଇଯାଏ।
ਸਰਬ ਨਿਧਾਨ ਪ੍ਰਭ ਤੇਰੀ ਮਇਆ ॥ ହେ ପ୍ରଭୁ! ତୋର ଦୟାରୁ ହିଁ ସବୁ ଖଜଣା ଅଛି।
ਆਪਹੁ ਕਛੂ ਨ ਕਿਨਹੂ ਲਇਆ ॥ ନିଜକୁ ନିଜେ କାହାକୁ କିଛି ପ୍ରାପ୍ତ ହୁଏନାହିଁ।
ਜਿਤੁ ਜਿਤੁ ਲਾਵਹੁ ਤਿਤੁ ਲਗਹਿ ਹਰਿ ਨਾਥ ॥ ହେ ହରି-ପରମେଶ୍ଵର! ତୁମେ ପ୍ରାଣୀକୁ ଯେଉଁଠି ଲଗାଇ ଥାଅ, ସେ ସେଠାରେ ହିଁ ଲାଗିଥାଏ।
ਨਾਨਕ ਇਨ ਕੈ ਕਛੂ ਨ ਹਾਥ ॥੮॥੬॥ ହେ ନାନକ! ସେହି ପ୍ରାଣୀର ବଶରେ କିଛି ମଧ୍ୟ ନଥାଏ ॥8॥6॥
ਸਲੋਕੁ ॥ ଶ୍ଳୋକ॥
ਅਗਮ ਅਗਾਧਿ ਪਾਰਬ੍ਰਹਮੁ ਸੋਇ ॥ ସେହି ପରଂବ୍ରହ୍ମ ପ୍ରଭୁ ଅଗମ୍ୟ ଏବଂ ଅନନ୍ତ ଅଟନ୍ତି।
ਜੋ ਜੋ ਕਹੈ ਸੁ ਮੁਕਤਾ ਹੋਇ ॥ ଯିଏ ମଧ୍ୟ ତାହାଙ୍କ ନାମକୁ ଜପ କରିଥାଏ, ସେ ମୋକ୍ଷ ପ୍ରାପ୍ତ କରିଥାଏ।
ਸੁਨਿ ਮੀਤਾ ਨਾਨਕੁ ਬਿਨਵੰਤਾ ॥ ନାନକ ପ୍ରାର୍ଥନା କରନ୍ତି ଯେ “ହେ ମୋର ମିତ୍ର ! ଧ୍ୟାନପୂର୍ବକ ଶୁଣ,
ਸਾਧ ਜਨਾ ਕੀ ਅਚਰਜ ਕਥਾ ॥੧॥ ସାଧୁଙ୍କ କଥା ବଡ ଅଦ୍ଭୁତ ଅଟେ ॥1॥
ਅਸਟਪਦੀ ॥ ଅଷ୍ଟପଦୀ॥
ਸਾਧ ਕੈ ਸੰਗਿ ਮੁਖ ਊਜਲ ਹੋਤ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମୁଖ ଉଜ୍ଜଳ ହୋଇଯାଏ।
ਸਾਧਸੰਗਿ ਮਲੁ ਸਗਲੀ ਖੋਤ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ବିକାରର ସବୁ ମଇଳା ଦୂର ହୋଇଯାଏ।
ਸਾਧ ਕੈ ਸੰਗਿ ਮਿਟੈ ਅਭਿਮਾਨੁ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ଅଭିମାନ ସମାପ୍ତ ହୋଇଯାଏ।
ਸਾਧ ਕੈ ਸੰਗਿ ਪ੍ਰਗਟੈ ਸੁਗਿਆਨੁ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ଆତ୍ମ-ଜ୍ଞାନ ପ୍ରକଟ ହୋଇଯାଏ।
ਸਾਧ ਕੈ ਸੰਗਿ ਬੁਝੈ ਪ੍ਰਭੁ ਨੇਰਾ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ପ୍ରଭୁ ନିକଟରେ ଥିବା ପ୍ରତୀତ ହୋଇଥାନ୍ତି।
ਸਾਧਸੰਗਿ ਸਭੁ ਹੋਤ ਨਿਬੇਰਾ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସବୁ ବିବାଦ ଦୂର ହୋଇଯାଏ।
ਸਾਧ ਕੈ ਸੰਗਿ ਪਾਏ ਨਾਮ ਰਤਨੁ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ନାମ-ରତ୍ନ ପ୍ରାପ୍ତ ହୋଇଯାଏ।
ਸਾਧ ਕੈ ਸੰਗਿ ਏਕ ਊਪਰਿ ਜਤਨੁ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ କେବଳ ଏକ ଈଶ୍ଵରଙ୍କ ପାଇଁ ପ୍ରୟାସ କରିଥାନ୍ତି।
ਸਾਧ ਕੀ ਮਹਿਮਾ ਬਰਨੈ ਕਉਨੁ ਪ੍ਰਾਨੀ ॥ କେଉଁ ପ୍ରାଣୀ ସାଧୁଙ୍କ ମହିମା ବର୍ଣ୍ଣନା କରିପାରିବ?
ਨਾਨਕ ਸਾਧ ਕੀ ਸੋਭਾ ਪ੍ਰਭ ਮਾਹਿ ਸਮਾਨੀ ॥੧॥ ହେ ନାନକ! ସାଧୁଙ୍କ ଶୋଭା ପ୍ରଭୁଙ୍କ ମହିମାରେ ହିଁ ଲୀନ ହୋଇଥାଏ ॥1॥
ਸਾਧ ਕੈ ਸੰਗਿ ਅਗੋਚਰੁ ਮਿਲੈ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ଅଗୋଚର ପ୍ରଭୁ ମିଳିଯାନ୍ତି।
ਸਾਧ ਕੈ ਸੰਗਿ ਸਦਾ ਪਰਫੁਲੈ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ପ୍ରାଣୀ ସଦା ପ୍ରଫୁଲ୍ଲିତ ରହିଥାଏ।
ਸਾਧ ਕੈ ਸੰਗਿ ਆਵਹਿ ਬਸਿ ਪੰਚਾ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ପାଞ୍ଚ ଶତ୍ରୁ (କାମ, କ୍ରୋଧ, ଲୋଭ, ମୋହ, ଅହଂକାର) ବଶରେ ଆସିଯାନ୍ତି।
ਸਾਧਸੰਗਿ ਅੰਮ੍ਰਿਤ ਰਸੁ ਭੁੰਚਾ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ଅମୃତ ରୂପ ନାମର ରସ ଚାଖିଥାଏ।
ਸਾਧਸੰਗਿ ਹੋਇ ਸਭ ਕੀ ਰੇਨ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ସବୁଙ୍କ ଧୁଳି ବନିଯାଏ।
ਸਾਧ ਕੈ ਸੰਗਿ ਮਨੋਹਰ ਬੈਨ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ବାଣୀ ମନୋହର ହୋଇଯାଏ।
ਸਾਧ ਕੈ ਸੰਗਿ ਨ ਕਤਹੂੰ ਧਾਵੈ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନ କୁଆଡେ ଯାଏ ନାହିଁ।
ਸਾਧਸੰਗਿ ਅਸਥਿਤਿ ਮਨੁ ਪਾਵੈ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନ ସ୍ଥିରତା ପ୍ରାପ୍ତ କରିନିଏ।
ਸਾਧ ਕੈ ਸੰਗਿ ਮਾਇਆ ਤੇ ਭਿੰਨ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସେ ମାୟରୁ ମୁକ୍ତି ପ୍ରାପ୍ତ କରିନିଏ।
ਸਾਧਸੰਗਿ ਨਾਨਕ ਪ੍ਰਭ ਸੁਪ੍ਰਸੰਨ ॥੨॥ ହେ ନାନକ! ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ପ୍ରଭୁ ସୁପ୍ରସନ୍ନ ହୋଇଯାନ୍ତି ॥2॥
ਸਾਧਸੰਗਿ ਦੁਸਮਨ ਸਭਿ ਮੀਤ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସବୁ ଶତ୍ରୁ ମିତ୍ର ବନିଯାନ୍ତି।
ਸਾਧੂ ਕੈ ਸੰਗਿ ਮਹਾ ਪੁਨੀਤ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ମହା ପବିତ୍ର ହୋଇଯାଏ।
ਸਾਧਸੰਗਿ ਕਿਸ ਸਿਉ ਨਹੀ ਬੈਰੁ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସେ କାହାର ଶତ୍ରୁ ହୋଇନଥାଏ।
ਸਾਧ ਕੈ ਸੰਗਿ ਨ ਬੀਗਾ ਪੈਰੁ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ କୁମାର୍ଗ ଆଡକୁ ଯାଏ ନାହିଁ।
ਸਾਧ ਕੈ ਸੰਗਿ ਨਾਹੀ ਕੋ ਮੰਦਾ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନ୍ଦ ଦେଖା ଦିଏ ନାହିଁ।
ਸਾਧਸੰਗਿ ਜਾਨੇ ਪਰਮਾਨੰਦਾ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ମହାନ ସୁଖର ମାଲିକ ଈଶ୍ଵରଙ୍କୁ ହିଁ ଜାଣିଥାଏ।
ਸਾਧ ਕੈ ਸੰਗਿ ਨਾਹੀ ਹਉ ਤਾਪੁ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟର ଅହଙ୍କାରର ତାପ ବାହାରିଯାଏ।
ਸਾਧ ਕੈ ਸੰਗਿ ਤਜੈ ਸਭੁ ਆਪੁ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ସବୁ ଅହଂକୁ ତ୍ୟାଗ କରିଥାଏ।
ਆਪੇ ਜਾਨੈ ਸਾਧ ਬਡਾਈ ॥ ଇଶ୍ଵର ସ୍ଵୟଂ ହିଁ ସାଧୁଙ୍କ ମହିମା ଜାଣିଥାନ୍ତି।
ਨਾਨਕ ਸਾਧ ਪ੍ਰਭੂ ਬਨਿ ਆਈ ॥੩॥ ହେ ନାନକ! ସାଧୁ ଏବଂ ପରମେଶ୍ଵରଙ୍କ ପ୍ରେମ ପରିପକ୍ଵ ହୋଇଯାଏ||3
ਸਾਧ ਕੈ ਸੰਗਿ ਨ ਕਬਹੂ ਧਾਵੈ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା
ਸਾਧ ਕੈ ਸੰਗਿ ਸਦਾ ਸੁਖੁ ਪਾਵੈ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା
ਸਾਧਸੰਗਿ ਬਸਤੁ ਅਗੋਚਰ ਲਹੈ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା
ਸਾਧੂ ਕੈ ਸੰਗਿ ਅਜਰੁ ਸਹੈ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ଶିଥିଳ ନ ହେବା ବାଲା ଶକ୍ତିକୁ ସହ୍ୟ କରି ନିଏ।
ਸਾਧ ਕੈ ਸੰਗਿ ਬਸੈ ਥਾਨਿ ਊਚੈ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ପ୍ରାଣୀ ସର୍ବୋଚ୍ଚ ସ୍ଥାନରେ ନିବାସ କରିଥାଏ।
ਸਾਧੂ ਕੈ ਸੰਗਿ ਮਹਲਿ ਪਹੂਚੈ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ଆତ୍ମସ୍ଵରୂପରେ ପହଞ୍ଚିଯାଏ।
ਸਾਧ ਕੈ ਸੰਗਿ ਦ੍ਰਿੜੈ ਸਭਿ ਧਰਮ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ପ୍ରାଣୀର ଧର୍ମ ପୂର୍ଣ୍ଣ ଭାବରେ ସୁଦୃଢ ହୋଇଯାଏ।
ਸਾਧ ਕੈ ਸੰਗਿ ਕੇਵਲ ਪਾਰਬ੍ਰਹਮ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ କେବଳ ପରଂବ୍ରହ୍ମଙ୍କ ହିଁ ଆରାଧନା କରିଥାଏ।
ਸਾਧ ਕੈ ਸੰਗਿ ਪਾਏ ਨਾਮ ਨਿਧਾਨ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ନାମ ରୂପୀ ଖଜଣା ପ୍ରାପ୍ତ କରିନିଏ।
ਨਾਨਕ ਸਾਧੂ ਕੈ ਕੁਰਬਾਨ ॥੪॥ ହେ ନାନକ! ମୁଁ ସେହି ସାଧୁଙ୍କ ପ୍ରତି ସମର୍ପିତ ଅଟେ ॥4॥
ਸਾਧ ਕੈ ਸੰਗਿ ਸਭ ਕੁਲ ਉਧਾਰੈ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟର ସଂପୂର୍ଣ୍ଣ ବଂଶ ଉଦ୍ଧାର ହୋଇଯାନ୍ତି।
ਸਾਧਸੰਗਿ ਸਾਜਨ ਮੀਤ ਕੁਟੰਬ ਨਿਸਤਾਰੈ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟର ମିତ୍ର-ସଜ୍ଜନ ଏବଂ ପରିବାର ଭବସାଗରରୁ ଉଦ୍ଧାର ହୋଇଯାନ୍ତି।
ਸਾਧੂ ਕੈ ਸੰਗਿ ਸੋ ਧਨੁ ਪਾਵੈ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସେ ଧନ ପ୍ରାପ୍ତ କରିଥାଏ,
ਜਿਸੁ ਧਨ ਤੇ ਸਭੁ ਕੋ ਵਰਸਾਵੈ ॥ ଯେଉଁ ଧନ ଦ୍ଵାରା ସମସ୍ତ ପୁରୁଷ ଲାଭ ପ୍ରାପ୍ତ କରିଥାନ୍ତି ଆଉ ତୃପ୍ତ ହୋଇଯାନ୍ତି।
ਸਾਧਸੰਗਿ ਧਰਮ ਰਾਇ ਕਰੇ ਸੇਵਾ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ଯମରାଜ ମଧ୍ୟ ସେବା କରିଥାନ୍ତି।
ਸਾਧ ਕੈ ਸੰਗਿ ਸੋਭਾ ਸੁਰਦੇਵਾ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ଦେବଦୂତ ଏବଂ ଦେବତା ମଧ୍ୟ ତାହାର ଯଶୋଗାନ କରିଥାନ୍ତି।
ਸਾਧੂ ਕੈ ਸੰਗਿ ਪਾਪ ਪਲਾਇਨ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ସଂପୂର୍ଣ୍ଣ ପାପ ନାଶ ହୋଇଯାଏ।
ਸਾਧਸੰਗਿ ਅੰਮ੍ਰਿਤ ਗੁਨ ਗਾਇਨ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ଅମୃତମୟୀ ନାମର ଯଶୋଗାନ କରିଥାଏ।
ਸਾਧ ਕੈ ਸੰਗਿ ਸ੍ਰਬ ਥਾਨ ਗੰਮਿ ॥ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମନୁଷ୍ୟ ସମସ୍ତ ସ୍ଥାନରେ ପହଞ୍ଚିପାରେ।
Scroll to Top
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/