Page 269
ਮਿਥਿਆ ਨੇਤ੍ਰ ਪੇਖਤ ਪਰ ਤ੍ਰਿਅ ਰੂਪਾਦ ॥
ସେହି ନେତ୍ର ମଧ୍ୟ ମିଥ୍ୟା ଅଟେ, ଯିଏ ପରର ନାରୀର ସୌନ୍ଦର୍ଯ୍ୟ ଦେଖିଥାଏ।
ਮਿਥਿਆ ਰਸਨਾ ਭੋਜਨ ਅਨ ਸ੍ਵਾਦ ॥
ସେ ଜିହ୍ଵା ମଧ୍ୟ ମିଥ୍ୟା ଅଟେ, ଯିଏ ଅନ୍ୟର ଖାଦ୍ୟ ସ୍ଵାଦ ଭୋଗ କରିଥାଏ।
ਮਿਥਿਆ ਚਰਨ ਪਰ ਬਿਕਾਰ ਕਉ ਧਾਵਹਿ ॥
ସେ ଚରଣ ମଧ୍ୟ ମିଥ୍ୟା ଅଟେ, ଯିଏ ଅନ୍ୟର ମନ୍ଦ କରିବା ପାଇଁ ଦଉଡିଥାଏ।
ਮਿਥਿਆ ਮਨ ਪਰ ਲੋਭ ਲੁਭਾਵਹਿ ॥
ସେ ମନ ମଧ୍ୟ ମିଥ୍ୟା ଅଟେ, ଯିଏ ଅନ୍ୟର ଧନର ଲୋଭ କରିଥାଏ।
ਮਿਥਿਆ ਤਨ ਨਹੀ ਪਰਉਪਕਾਰਾ ॥
ସେ ଶରୀର ମଧ୍ୟ ମିଥ୍ୟା ଅଟେ, ଯିଏ ଅନ୍ୟର ଉପକାର କରେ ନାହିଁ।
ਮਿਥਿਆ ਬਾਸੁ ਲੇਤ ਬਿਕਾਰਾ ॥
ସେ ନାକ ବିର୍ଥ ଅଟେ, ଯିଏ ବିକାରର ଗନ୍ଧ ଶୁଙ୍ଘିଥାଏ।
ਬਿਨੁ ਬੂਝੇ ਮਿਥਿਆ ਸਭ ਭਏ ॥
ଏପରି ଭାବିବା ବିନା ପ୍ରତ୍ୟେକ ଅଙ୍ଗ ନଶ୍ଵର ଅଟେ।
ਸਫਲ ਦੇਹ ਨਾਨਕ ਹਰਿ ਹਰਿ ਨਾਮ ਲਏ ॥੫॥
ହେ ନାନକ! ସେହି ଶରୀର ସଫଳ ଅଟେ, ଯିଏ ହରି-ପରମେଶ୍ଵରଙ୍କ ନାମ ଜପୁଥାଏ ॥5॥
ਬਿਰਥੀ ਸਾਕਤ ਕੀ ਆਰਜਾ ॥
ଶାକ୍ତ ମନୁଷ୍ୟର ଜୀବନ ବ୍ୟର୍ଥ ଅଟେ।
ਸਾਚ ਬਿਨਾ ਕਹ ਹੋਵਤ ਸੂਚਾ ॥
ସତ୍ୟ ବିନା ସେ କିପରି ଶୁଦ୍ଧ ହୋଇପାରେ?
ਬਿਰਥਾ ਨਾਮ ਬਿਨਾ ਤਨੁ ਅੰਧ ॥
ନାମ ବିନା ଅଜ୍ଞାନ ପୁରୁଷର ଶରୀର ବ୍ୟର୍ଥ ଅଟେ, (କାରଣ)
ਮੁਖਿ ਆਵਤ ਤਾ ਕੈ ਦੁਰਗੰਧ ॥
ତାହାର ମୁଖରୁ ଗନ୍ଧ ଆସୁଥାଏ।
ਬਿਨੁ ਸਿਮਰਨ ਦਿਨੁ ਰੈਨਿ ਬ੍ਰਿਥਾ ਬਿਹਾਇ ॥
ପ୍ରଭୁଙ୍କ ସ୍ମରଣ ବିନା ଦିନ ଓ ରାତି ବ୍ୟର୍ଥ ହୋଇଯାଏ,
ਮੇਘ ਬਿਨਾ ਜਿਉ ਖੇਤੀ ਜਾਇ ॥
ଯେପରି ବର୍ଷା ବିନା ଫସଲ ନଷ୍ଟ ହୋଇଯାଏ।
ਗੋਬਿਦ ਭਜਨ ਬਿਨੁ ਬ੍ਰਿਥੇ ਸਭ ਕਾਮ ॥
ଗୋବିନ୍ଦଙ୍କ ଭଜନ ବିନା ସବୁ କାର୍ଯ୍ୟ ବ୍ୟର୍ଥ ଅଟେ,
ਜਿਉ ਕਿਰਪਨ ਕੇ ਨਿਰਾਰਥ ਦਾਮ ॥
ଯେପରି କୃପଣ ବ୍ୟକ୍ତିର ଦୌଲତ ବ୍ୟର୍ଥ ଅଟେ।
ਧੰਨਿ ਧੰਨਿ ਤੇ ਜਨ ਜਿਹ ਘਟਿ ਬਸਿਓ ਹਰਿ ਨਾਉ ॥
ସେହି ମନୁଷ୍ୟ ବଡ ଭାଗ୍ୟଶାଳୀ ଅଟେ, ଯାହାଙ୍କ ହୃଦୟରେ ଭଗବାନଙ୍କ ନାମ ବାସ କରିଥାଏ।
ਨਾਨਕ ਤਾ ਕੈ ਬਲਿ ਬਲਿ ਜਾਉ ॥੬॥
ହେ ନାନକ! ମୁଁ ତାହାଙ୍କ ପ୍ରତି ସମର୍ପିତ ଅଟେ ॥6॥
ਰਹਤ ਅਵਰ ਕਛੁ ਅਵਰ ਕਮਾਵਤ ॥
ମନୁଷ୍ୟ କିଛି କହିଥାଏ ଆଉ ଅନ୍ୟ କିଛି କରିଥାଏ।
ਮਨਿ ਨਹੀ ਪ੍ਰੀਤਿ ਮੁਖਹੁ ਗੰਢ ਲਾਵਤ ॥
ତାହାର ହୃଦୟରେ ପ୍ରଭୁଙ୍କ ପ୍ରତି ପ୍ରେମ ନାହିଁ, କିନ୍ତୁ ବ୍ୟର୍ଥ କଥା କହିଥାଏ।
ਜਾਨਨਹਾਰ ਪ੍ਰਭੂ ਪਰਬੀਨ ॥
ସବୁ କିଛି ଜାଣିବା ବାଲା ପ୍ରଭୁ ବଡ ଚତୁର ଅଟନ୍ତି,
ਬਾਹਰਿ ਭੇਖ ਨ ਕਾਹੂ ਭੀਨ ॥
(ସେ କେବେ) କାହାର ବାହ୍ୟ ବେଶରେ ଖୁସି ହୁଅନ୍ତି ନାହିଁ।
ਅਵਰ ਉਪਦੇਸੈ ਆਪਿ ਨ ਕਰੈ ॥
(ଯେଉଁ ମନୁଷ୍ୟ) ଅନ୍ୟ ଲୋକଙ୍କୁ ପରାମର୍ଶ ଦିଏ (କିନ୍ତୁ ) ନିଜେ ( ସେହି ପରମର୍ଶକୁ) ମାନେ ନାହିଁ,
ਆਵਤ ਜਾਵਤ ਜਨਮੈ ਮਰੈ ॥
ସେ ସର୍ବଦା ଜନ୍ମ ମରଣର ଚକ୍ରରେ ପଡିଥାଏ।
ਜਿਸ ਕੈ ਅੰਤਰਿ ਬਸੈ ਨਿਰੰਕਾਰੁ ॥
ଯେଉଁ ମନୁଷ୍ୟର ହୃଦୟରେ ନିରଙ୍କାର ବାସ କରନ୍ତି
ਤਿਸ ਕੀ ਸੀਖ ਤਰੈ ਸੰਸਾਰੁ ॥
ତାଙ୍କରି ଶିକ୍ଷାରେ ସଂପୂର୍ଣ୍ଣ ଜଗତ (ବିକାର ଠାରୁ) ବଞ୍ଚିଯାଏ।
ਜੋ ਤੁਮ ਭਾਨੇ ਤਿਨ ਪ੍ਰਭੁ ਜਾਤਾ ॥
ହେ ପ୍ରଭ! ଯିଏ ତୋତେ ଭଲ ଲାଗିଥାଏ, କେବଳ ସେ ହିଁ ତୋତେ ଜାଣିପାରେ।
ਨਾਨਕ ਉਨ ਜਨ ਚਰਨ ਪਰਾਤਾ ॥੭॥
ହେ ନାନକ! ମୁଁ ସେହି ଭକ୍ତର ଚରଣରେ ପଡିଥାଏ।॥7॥
ਕਰਉ ਬੇਨਤੀ ਪਾਰਬ੍ਰਹਮੁ ਸਭੁ ਜਾਨੈ ॥
ମୁଁ ସେହି ପରଂବ୍ରହ୍ମଙ୍କ ସମ୍ମୁଖରେ ପ୍ରାର୍ଥନା କରିଥାଏ, ଯିଏ ସବୁ କିଛି ଜାଣିଥାନ୍ତି।
ਅਪਨਾ ਕੀਆ ਆਪਹਿ ਮਾਨੈ ॥
ନିଜେ ଉତ୍ପନ୍ନ କରିଥିବା ଜୀବଙ୍କୁ ସେ ନିଜେ ସମ୍ମାନ ଦିଅନ୍ତି
ਆਪਹਿ ਆਪ ਆਪਿ ਕਰਤ ਨਿਬੇਰਾ ॥
ଇଶ୍ଵର ସ୍ଵୟଂ ହିଁ ଜୀବ କରିଥିବା କର୍ମ ଅନୁସାରେ ନ୍ୟାୟ କରିଥାନ୍ତି।
ਕਿਸੈ ਦੂਰਿ ਜਨਾਵਤ ਕਿਸੈ ਬੁਝਾਵਤ ਨੇਰਾ ॥
କାହାକୁ ଏହି ବୁଦ୍ଧି ଆସେ କି ପ୍ରଭୁ ଆମର ନିକଟରେ ଅଛନ୍ତି ଆଉ କାହାକୁ ଜଣା ଅଛି ଯେ ପ୍ରଭୁ କାହିଁ ଦୂରରେ ଅଛନ୍ତି।
ਉਪਾਵ ਸਿਆਨਪ ਸਗਲ ਤੇ ਰਹਤ ॥
ସବୁ ପ୍ରକାରର ପ୍ରୟାସ ଏବଂ ଚତୁରତାରୁ ଇଶ୍ଵର ଉର୍ଦ୍ଧ୍ଵରେ ଅଛନ୍ତି।
ਸਭੁ ਕਛੁ ਜਾਨੈ ਆਤਮ ਕੀ ਰਹਤ ॥
(କାରଣ) ସେ ମନୁଷ୍ୟର ମନର ଅବସ୍ଥାକୁ ଭଲ ଭାବରେ ବୁଝିଥାନ୍ତି।
ਜਿਸੁ ਭਾਵੈ ਤਿਸੁ ਲਏ ਲੜਿ ਲਾਇ ॥
ସେ ତାହାକୁ ନିଜ ସାଥିରେ ମିଶାଇ ଦିଅନ୍ତି, ଯିଏ ତାହାଙ୍କୁ ଭଲ ଲାଗିଥାଏ।
ਥਾਨ ਥਨੰਤਰਿ ਰਹਿਆ ਸਮਾਇ ॥
ପ୍ରଭୁ ସମସ୍ତ ସ୍ଥାନ ଓ ସ୍ଥାନ ମଧ୍ୟରେ ସର୍ବବ୍ୟାପକ ହୋଇ ରହିଛନ୍ତି।
ਸੋ ਸੇਵਕੁ ਜਿਸੁ ਕਿਰਪਾ ਕਰੀ ॥
ସେହି ମନୁଷ୍ୟ ସେବକ ବନି ଯାଏ ଯାହା ଉପରେ ପ୍ରଭୁ କୃପା କରନ୍ତି।
ਨਿਮਖ ਨਿਮਖ ਜਪਿ ਨਾਨਕ ਹਰੀ ॥੮॥੫॥
ହେ ନାନକ! ପ୍ରତି କ୍ଷଣରେ ହରିଙ୍କ ଜପ କର ॥8॥5॥
ਸਲੋਕੁ ॥
ସଲୋକୁ ॥
ਕਾਮ ਕ੍ਰੋਧ ਅਰੁ ਲੋਭ ਮੋਹ ਬਿਨਸਿ ਜਾਇ ਅਹੰਮੇਵ ॥
ହେ ଇଶ୍ଵର! କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାର ଦୂର ହୋଇଯାଉ॥1॥
ਨਾਨਕ ਪ੍ਰਭ ਸਰਣਾਗਤੀ ਕਰਿ ਪ੍ਰਸਾਦੁ ਗੁਰਦੇਵ ॥੧॥
ମୁଁ ତୋର ଶରଣ ଆସିଛି, ହେ ଗୁରୁ ଦେବ! (ମୋ' ଉପରେ) କୃପା କର ॥1॥
ਅਸਟਪਦੀ ॥
ଅଷ୍ଟପଦୀ॥
ਜਿਹ ਪ੍ਰਸਾਦਿ ਛਤੀਹ ਅੰਮ੍ਰਿਤ ਖਾਹਿ ॥
“(ହେ ଜୀବ!) ଯାହାର କୃପାରୁ ତୁ ଛତିଶ ପ୍ରକାର ସ୍ଵାଦିଷ୍ଟ ବ୍ୟଞ୍ଜନ ଖାଉ,
ਤਿਸੁ ਠਾਕੁਰ ਕਉ ਰਖੁ ਮਨ ਮਾਹਿ ॥
ତାଙ୍କୁ ମନରେ ସ୍ମରଣ କର।
ਜਿਹ ਪ੍ਰਸਾਦਿ ਸੁਗੰਧਤ ਤਨਿ ਲਾਵਹਿ ॥
ଯାହାର କୃପାରୁ ନିଜର ଶରୀର ଉପରେ ସୁଗନ୍ଧ ଲଗାଉଛୁ
ਤਿਸ ਕਉ ਸਿਮਰਤ ਪਰਮ ਗਤਿ ਪਾਵਹਿ ॥
ତାହାଙ୍କ ଭଜନ କରିଲେ ତୋତେ ପରମ ଗତି ମିଳିଯିବ।
ਜਿਹ ਪ੍ਰਸਾਦਿ ਬਸਹਿ ਸੁਖ ਮੰਦਰਿ ॥
ଯାହାର ଦୟାରୁ ତୁ ସୁଖ ମହଲରେ ବାସ କରୁଛୁ
ਤਿਸਹਿ ਧਿਆਇ ਸਦਾ ਮਨ ਅੰਦਰਿ ॥
ତାହାକୁ ସର୍ବଦା ମନରେ ସ୍ମରଣ କର
ਜਿਹ ਪ੍ਰਸਾਦਿ ਗ੍ਰਿਹ ਸੰਗਿ ਸੁਖ ਬਸਨਾ ॥
ଯେଉଁ (ପ୍ରଭୁଙ୍କ) କୃପାରୁ ତୁ ଘରେ ମଉଜରେ ବସିଛୁ
ਆਠ ਪਹਰ ਸਿਮਰਹੁ ਤਿਸੁ ਰਸਨਾ ॥
ଜିଭ ଦ୍ଵାରା ଆଠ ପହର ତାହାଙ୍କୁ ସ୍ମରଣ କର
ਜਿਹ ਪ੍ਰਸਾਦਿ ਰੰਗ ਰਸ ਭੋਗ ॥
ହେ ନାନକ! ଯାହାଙ୍କ କୃପାରୁ ରଙ୍ଗ ତମାସା, ସ୍ଵାଦିଷ୍ଟ ବ୍ୟଞ୍ଜନ ଏବଂ ପଦାର୍ଥ ପ୍ରାପ୍ତ ହୋଇଥାଏ,
ਨਾਨਕ ਸਦਾ ਧਿਆਈਐ ਧਿਆਵਨ ਜੋਗ ॥੧॥
ସେହି ସ୍ମରଣ ଯୋଗ୍ୟ ଈଶ୍ଵରଙ୍କୁ ସର୍ବଦା ଧ୍ୟାନ କରିବା ଉଚିତ ॥1॥
ਜਿਹ ਪ੍ਰਸਾਦਿ ਪਾਟ ਪਟੰਬਰ ਹਢਾਵਹਿ ॥
ଯେଉଁ (ପ୍ରଭୁଙ୍କ) କୃପାରୁ ତୁ ରେଶମ କପଡା ପରିଧାନ କରୁଛୁ,
ਤਿਸਹਿ ਤਿਆਗਿ ਕਤ ਅਵਰ ਲੁਭਾਵਹਿ ॥
ତାଙ୍କୁ ବିସ୍ମରି ଆଉ କଣ ଲୋଭ କରୁଛୁ?
ਜਿਹ ਪ੍ਰਸਾਦਿ ਸੁਖਿ ਸੇਜ ਸੋਈਜੈ ॥
ଯାହାର କୃପାରୁ ଶେଯ ଉପରେ ସୁଖରେ ଶୟନ କରୁ;
ਮਨ ਆਠ ਪਹਰ ਤਾ ਕਾ ਜਸੁ ਗਾਵੀਜੈ ॥
ହେ ମୋର ମନ! ସେହି ପ୍ରଭୁଙ୍କ ଯଶ ଆଠ ପହର ଗାନ କରିବା ଉଚିତ।
ਜਿਹ ਪ੍ਰਸਾਦਿ ਤੁਝੁ ਸਭੁ ਕੋਊ ਮਾਨੈ ॥
ଯାହାର କୃପାରୁ ସବୁ ମନୁଷ୍ୟ ତୋର ଆଦର କରନ୍ତି