Guru Granth Sahib Translation Project

guru granth sahib odia page-133

Page 133

ਚਰਨ ਸੇਵ ਸੰਤ ਸਾਧ ਕੇ ਸਗਲ ਮਨੋਰਥ ਪੂਰੇ ॥੩॥ ସନ୍ଥ ଓ ସାଧୁଙ୍କ ସେବା କରିବା ଦ୍ଵାରା ମୋର ସମସ୍ତ ଅଭିଳାଷ ପୂର୍ଣ୍ଣ ହୋଇଯାଇଛି ॥3॥
ਘਟਿ ਘਟਿ ਏਕੁ ਵਰਤਦਾ ਜਲਿ ਥਲਿ ਮਹੀਅਲਿ ਪੂਰੇ ॥੪॥ କୋଣ କୋଣରେ ଏକ ଇଶ୍ଵର ହି ବିଦ୍ୟମାନ ଅଛନ୍ତି। ଜଳ, ସ୍ଥଳ ଏବଂ ଗଗନରେ ମଧ୍ୟ ସେ ରହିଥାନ୍ତି ॥4॥
ਪਾਪ ਬਿਨਾਸਨੁ ਸੇਵਿਆ ਪਵਿਤਰ ਸੰਤਨ ਕੀ ਧੂਰੇ ॥੫॥ ସନ୍ଥଙ୍କ ଚରଣର ଧୁଳି ଦ୍ଵାରା ପବିତ ହୋଇ ମୁଁ ପାପ ନାଶକ ପ୍ରଭୁଙ୍କ ସେବା କରିଅଛି ॥5॥
ਸਭ ਛਡਾਈ ਖਸਮਿ ਆਪਿ ਹਰਿ ਜਪਿ ਭਈ ਠਰੂਰੇ ॥੬॥ ସାରା ସୃଷ୍ଟିର ମାଲିକ ପ୍ରଭୁ ସ୍ଵୟଂ ହିଁ ମାୟା-ଜାଲରୁ ମୁକ୍ତ କରିଛନ୍ତି ଆଉ ସାରା ସୃଷ୍ଟି ଭଗବାନଙ୍କ ନାମ ଜପ କରି ଶୀତଳ ହୋଇଯାଇଛି ॥6॥
ਕਰਤੈ ਕੀਆ ਤਪਾਵਸੋ ਦੁਸਟ ਮੁਏ ਹੋਇ ਮੂਰੇ ॥੭॥ ରଚୟିତା ପ୍ରଭୁ ସ୍ଵୟଂ ନ୍ୟାୟ କରିଛନ୍ତି ଆଉ କାମ, କ୍ରୋଧ, ଲୋଭ, ମୋହ ଆଦି ସବୁ ଦୁଷ୍ଟ ମୁକ ହୋଇ ପ୍ରାଣ ତ୍ୟାଗ କରିଛନ୍ତି ॥7॥
ਨਾਨਕ ਰਤਾ ਸਚਿ ਨਾਇ ਹਰਿ ਵੇਖੈ ਸਦਾ ਹਜੂਰੇ ॥੮॥੫॥੩੯॥੧॥੩੨॥੧॥੫॥੩੯॥ ହେ ନାନକ! ଯେଉଁ ବ୍ୟକ୍ତି ସାତ୍ୟ ନାମରେ ମଗ୍ନ ହୋଇଯାଏ, ସେ ପ୍ରଭୁ ପରମେଶ୍ଵରଙ୍କୁ ସର୍ବଦା ନିଜ ନେତ୍ର ସମ୍ମୁଖରେ ପ୍ରତ୍ୟକ୍ଷ ଦେଖିଥାଏ ॥8॥5॥39॥1॥5॥39॥
ਬਾਰਹ ਮਾਹਾ ਮਾਂਝ ਮਹਲਾ ੫ ਘਰੁ ੪ ବାର ମାସ ମାଝ ମହଲା 5 ଘରୁ 4 ॥
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରି ପାଇ ପାରିବ।
ਕਿਰਤਿ ਕਰਮ ਕੇ ਵੀਛੁੜੇ ਕਰਿ ਕਿਰਪਾ ਮੇਲਹੁ ਰਾਮ ॥ ହେ ମୋର ରାମ! ପୂର୍ବ ଜନ୍ମର କୃତ କର୍ମ ଅନୁସାରେ ଲେଖା ହୋଇଥିବା ଭାଗ୍ୟରୁ ଆମେ ତୁମ ଠାରୁ ଅଲଗା ହୋଇଛୁ, ଏଣୁ, କୃପା କରି ଆମକୁ ସାଥିରେ ମିଳନ କରାଅ।
ਚਾਰਿ ਕੁੰਟ ਦਹ ਦਿਸ ਭ੍ਰਮੇ ਥਕਿ ਆਏ ਪ੍ਰਭ ਕੀ ਸਾਮ ॥ ହେ ପ୍ରଭୁ! ଚାରି କୋଣ ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ ଏବଂ ଦଶ ଦିଗରେ ପଥଭ୍ରଷ୍ଟ ହୋଇ ଥକିଯାଇ ତୋର ଶରଣକୁ ଆସିଛୁ।
ਧੇਨੁ ਦੁਧੈ ਤੇ ਬਾਹਰੀ ਕਿਤੈ ਨ ਆਵੈ ਕਾਮ ॥ କ୍ଷୀର ଦେଉନଥିବା ଗାଈ କୌଣସି କାର୍ଯ୍ୟରେ ଆସେ ନାହିଁ।
ਜਲ ਬਿਨੁ ਸਾਖ ਕੁਮਲਾਵਤੀ ਉਪਜਹਿ ਨਾਹੀ ਦਾਮ ॥ ଜଳବିନା ଫସଲ ଝାଉଁଳି ଯାଏ ଆଉ ଶସ୍ୟ ନାମଳ ହୁଏନାହିଁ।
ਹਰਿ ਨਾਹ ਨ ਮਿਲੀਐ ਸਾਜਨੈ ਕਤ ਪਾਈਐ ਬਿਸਰਾਮ ॥ ଯଦି ଆମେ ପ୍ରଭୁ-ପତି ନିଜ ମିତ୍ର ସହିତ ମିଶିବା ନାହିଁ, ତାହାହେଲେ କିଭଳି ବିଶ୍ରାମ ପାଇପାରିବା?
ਜਿਤੁ ਘਰਿ ਹਰਿ ਕੰਤੁ ਨ ਪ੍ਰਗਟਈ ਭਠਿ ਨਗਰ ਸੇ ਗ੍ਰਾਮ ॥ ସେହି ଘର, ଗାଁ ଏବଂ ନଗର, ଯେଉଁଠି ହରି ପ୍ରଭୁ ପ୍ରତ୍ୟକ୍ଷ ହୁଅନ୍ତି ନାହିଁ, ଅଗ୍ନିକୁଣ୍ଡ ତୁଲ୍ୟ ଅଟେ।
ਸ੍ਰਬ ਸੀਗਾਰ ਤੰਬੋਲ ਰਸ ਸਣੁ ਦੇਹੀ ਸਭ ਖਾਮ ॥ ସମୂହ ହାର-ଶୃଙ୍ଗାର, ପାନ ଏବଂ ରସ ସହିତ ଶରୀରର ସବୁ ଅଙ୍ଗ ବ୍ୟର୍ଥ ଅଟେ।
ਪ੍ਰਭ ਸੁਆਮੀ ਕੰਤ ਵਿਹੂਣੀਆ ਮੀਤ ਸਜਣ ਸਭਿ ਜਾਮ ॥ ପ୍ରଭୁ-ପରମେଶ୍ଵରଙ୍କ ବିନା ସବୁ ମିତ୍ର ଏବଂ ସଖା ଯମଦୂତ ତୁଲ୍ୟ ଅଟେ।
ਨਾਨਕ ਕੀ ਬੇਨੰਤੀਆ ਕਰਿ ਕਿਰਪਾ ਦੀਜੈ ਨਾਮੁ ॥ ନାନକଙ୍କ ବିନତି ଯେ ହେ ପ୍ରଭୁ! ନିଜ କୃପା କରି ମୋତେ ନିଜର ନାମ ପ୍ରଦାନ କର।
ਹਰਿ ਮੇਲਹੁ ਸੁਆਮੀ ਸੰਗਿ ਪ੍ਰਭ ਜਿਸ ਕਾ ਨਿਹਚਲ ਧਾਮ ॥੧॥ ହେ ସଦଗୁରୁ! ମୋତେ ମୋର ସ୍ଵାମୀ ପ୍ରଭୁଙ୍କ ସହିତ ମିଳନ କରାଇ ଦିଅ।, ଯାହାର ଧାମ(ବୈକୁଣ୍ଠ) ସର୍ବଦା ଅଟଳ ଅଟେ ॥1॥
ਚੇਤਿ ਗੋਵਿੰਦੁ ਅਰਾਧੀਐ ਹੋਵੈ ਅਨੰਦੁ ਘਣਾ ॥ ଯଦି ଚୈତ୍ର ମାସରେ ଗୋବିନ୍ଦଙ୍କ ସ୍ମରଣ କରାଯାଏ, ତାହାହେଲେ ନ୍ବାଦ ଆନନ୍ଦ ପ୍ରାପ୍ତ ହୋଇଥାଏ।
ਸੰਤ ਜਨਾ ਮਿਲਿ ਪਾਈਐ ਰਸਨਾ ਨਾਮੁ ਭਣਾ ॥ ସନ୍ଥଙ୍କ ସହିତ ମିଶି ନିଜ ଜିହ୍ଵାରେ ନାମ ଜପ କଲେ ହରିପ୍ରଭୁ ମିଳିଥାନ୍ତି।
ਜਿਨਿ ਪਾਇਆ ਪ੍ਰਭੁ ਆਪਣਾ ਆਏ ਤਿਸਹਿ ਗਣਾ ॥ ଯିଏ ହରିପ୍ରଭୁଙ୍କୁ ପ୍ରାପ୍ତ କରି ନେଇଛି, ତାହର ଜଗତରେ ଜନ୍ମ ନେବା ସଫଳ ହୋଇଛି।
ਇਕੁ ਖਿਨੁ ਤਿਸੁ ਬਿਨੁ ਜੀਵਣਾ ਬਿਰਥਾ ਜਨਮੁ ਜਣਾ ॥ ଏକ କ୍ଷଣ ପାଇଁ ମଧ୍ୟ ପ୍ରଭୁଙ୍କୁ ସ୍ମରଣ ନ କରିଲେ ମନୁଷ୍ୟର ସବୁ ଜନ୍ମ ହିଁ ବ୍ୟର୍ଥ ଯାଏ।
ਜਲਿ ਥਲਿ ਮਹੀਅਲਿ ਪੂਰਿਆ ਰਵਿਆ ਵਿਚਿ ਵਣਾ ॥ ପରମେଶ୍ଵର ଜଳ, ସ୍ଥଳ, ଆକାଶ ସର୍ବତ୍ର ବିଦ୍ୟମାନ ଅଛନ୍ତି ଆଉ ଜଙ୍ଗଲରେ ମଧ୍ୟ ଅଛନ୍ତି।
ਸੋ ਪ੍ਰਭੁ ਚਿਤਿ ਨ ਆਵਈ ਕਿਤੜਾ ਦੁਖੁ ਗਣਾ ॥ ଯଦି ଏପରି ପ୍ରଭୁଙ୍କୁ ମୋର ସ୍ମରଣ ହୁଏନାହିଁ, ତାହାହେଲେ କିପରି କହିବି ମୋତେ କେତେ ଦୁଃଖ ହେବ?
ਜਿਨੀ ਰਾਵਿਆ ਸੋ ਪ੍ਰਭੂ ਤਿੰਨਾ ਭਾਗੁ ਮਣਾ ॥ ଯିଏ ସେହି ପରଂବ୍ରହ୍ମଙ୍କୁ ସ୍ମରଣ କରିଅଛି, ସେ ବଡ ଭାଗ୍ୟବାନ ଅଟେ।
ਹਰਿ ਦਰਸਨ ਕੰਉ ਮਨੁ ਲੋਚਦਾ ਨਾਨਕ ਪਿਆਸ ਮਨਾ ॥ ହେ ନାନକ! ମୋର ମନ ହରିଙ୍କ ଦର୍ଶନ ପାଇଁ ଅଭିଳାଷୀ ଅଟେ, ଆଉ ଏଥିପାଇଁ ଲାଳସା ତୀବ୍ର ହେଉଛି।
ਚੇਤਿ ਮਿਲਾਏ ਸੋ ਪ੍ਰਭੂ ਤਿਸ ਕੈ ਪਾਇ ਲਗਾ ॥੨॥ ମୁଁ ତାହାଙ୍କ ଚରଣ ସ୍ପର୍ଶ କରୁଅଛି, ଯିଏ ମୋତେ ଚୈତ୍ର ମାସରେ ସେହି ଈଶ୍ବରଙ୍କ ସହିତ ମିଳନ କରାଇଦେବ ॥2॥
ਵੈਸਾਖਿ ਧੀਰਨਿ ਕਿਉ ਵਾਢੀਆ ਜਿਨਾ ਪ੍ਰੇਮ ਬਿਛੋਹੁ ॥ ବୈଶାଖ ମାସରେ ସେ ଜୀବ-ସ୍ତ୍ରୀ କିପରି ଧୈର୍ଯ୍ୟ ଧରିଥାଏ, ଯାହାର ନିଜର ପ୍ରିୟତମ ବିଚ୍ଛେଦ ହୋଇଛନ୍ତି।
ਹਰਿ ਸਾਜਨੁ ਪੁਰਖੁ ਵਿਸਾਰਿ ਕੈ ਲਗੀ ਮਾਇਆ ਧੋਹੁ ॥ ନିଜର ହରିପ୍ରଭୁ ସାଜନକୁ ଭୁଲି ସେ ମିଥ୍ୟା ମାୟାର ମୋହରେ ଫସିଯାଇଛି।
ਪੁਤ੍ਰ ਕਲਤ੍ਰ ਨ ਸੰਗਿ ਧਨਾ ਹਰਿ ਅਵਿਨਾਸੀ ਓਹੁ ॥ ମରଣ ପରେ ପୁତ୍ର, ପତ୍ନୀ ତଥା ଧନ ଦୌଲତ ପ୍ରାଣୀର ସାଥିରେ ଯାଏ ନାହିଁ, ତେଣୁ, ଅବିନାଶୀ ପ୍ରଭୁ ତାହାର ରକ୍ଷକ ବନିଥାଏ ।
ਪਲਚਿ ਪਲਚਿ ਸਗਲੀ ਮੁਈ ਝੂਠੈ ਧੰਧੈ ਮੋਹੁ ॥ ସାରା ଦୁନିଆ ମିଥ୍ୟା କର୍ମର ଲଗ୍ନରେ ନଷ୍ଟ ହୋଇଯାଇଛି
ਇਕਸੁ ਹਰਿ ਕੇ ਨਾਮ ਬਿਨੁ ਅਗੈ ਲਈਅਹਿ ਖੋਹਿ ॥ ପରବର୍ତ୍ତୀ ସମୟରେ, ଏକ ଇଶ୍ବରଙ୍କ ନାମ ବ୍ୟତୀତ, ମନୁଷ୍ୟ ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟ ଏବଂ ଧର୍ମକୁ ଛଡ଼ାଇ ନିଆଯାଏ | ଯଥା ସେମାନେ କୌଣସି ଫଳ ପାଆନ୍ତି ନାହିଁ |
ਦਯੁ ਵਿਸਾਰਿ ਵਿਗੁਚਣਾ ਪ੍ਰਭ ਬਿਨੁ ਅਵਰੁ ਨ ਕੋਇ ॥ ଦୟାଳୁ ପରମାତ୍ମାଙ୍କୁ ଭୁଲି ମନୁଷ୍ୟ ବିନାଶ ହୁଏ | ହରି-ପ୍ରଭୂଙ୍କ ବ୍ୟତୀତ କେହି ଜୀବର ରକ୍ଷକ ହୁଅନ୍ତି ନାହିଁ |
ਪ੍ਰੀਤਮ ਚਰਣੀ ਜੋ ਲਗੇ ਤਿਨ ਕੀ ਨਿਰਮਲ ਸੋਇ ॥ ଯିଏ ପ୍ରିୟତମଙ୍କ ଚରଣରେ ଲାଗିଯାଏ, ସେ ବଡ ପବିତ୍ର ଅଟେ ଆଉ ତାହାର ବହୁତ ଶୋଭା ହୋଇଥାଏ।
Scroll to Top
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/
https://keuangan.usbypkp.ac.id/user_guide/lgacor/ https://learning.poltekkesjogja.ac.id/lib/pear/ https://learning.poltekkesjogja.ac.id/lib/ situs slot gacor slot gacor hari ini https://pelatihan-digital.smesco.go.id/.well-known/sgacor/ https://biropemotda.riau.go.id/wp-content/ngg/modules-demo/ https://jurnal.unpad.ac.id/classes/core/appdemo/ slot gacor
jp1131 https://bobabet-asik.com/ https://sugoi168daftar.com/ https://76vdomino.com/ https://jurnal.unpad.ac.id/help/ez_JP/ https://library.president.ac.id/event/jp-gacor/ https://biropemotda.riau.go.id/menus/1131-gacor/ https://akuntansi.feb.binabangsa.ac.id/beasiswa/sijp/ https://pmursptn.unib.ac.id/wp-content/boba/
https://pti.fkip.binabangsa.ac.id/product/hk/ http://febi.uindatokarama.ac.id/wp-content/hk/