Guru Granth Sahib Translation Project

guru granth sahib odia page-130

Page 130

ਤਿਸੁ ਰੂਪੁ ਨ ਰੇਖਿਆ ਘਟਿ ਘਟਿ ਦੇਖਿਆ ਗੁਰਮੁਖਿ ਅਲਖੁ ਲਖਾਵਣਿਆ ॥੧॥ ਰਹਾਉ ॥ ସେହି ପ୍ରଭୁଙ୍କ ନା କିଛି ରୂପ ଅଛି ନା କିଛି ରେଖା ଅଛି, ତାହାଙ୍କୁ ଗୁରୁମୁଖ ପ୍ରତି ଜୀବରେ ଦେଖୁଅଛନ୍ତି। ଗୁରୁମୁଖ ଅନ୍ୟକୁ ମଧ୍ୟ ପ୍ରଭୁଙ୍କ ସ୍ଵରୂପ ଦର୍ଶନ କରାନ୍ତି ॥1॥ରୁହ॥
ਤੂ ਦਇਆਲੁ ਕਿਰਪਾਲੁ ਪ੍ਰਭੁ ਸੋਈ ॥ ହେ ଇଶ୍ଵର! ତୁମେ ବଡ ଦୟାଳୁ ଏବଂ କୃପାଳୁ ଅଟ
ਤੁਧੁ ਬਿਨੁ ਦੂਜਾ ਅਵਰੁ ਨ ਕੋਈ ॥ ଆଉ ତୋର ବ୍ୟତୀତ ଅନ୍ୟ କେହି ମଧ୍ୟ ନାହାନ୍ତି।
ਗੁਰੁ ਪਰਸਾਦੁ ਕਰੇ ਨਾਮੁ ਦੇਵੈ ਨਾਮੇ ਨਾਮਿ ਸਮਾਵਣਿਆ ॥੨॥ ଯାହା ଉପରେ ଗୁରୁ କୃପା କରନ୍ତି, ତାହାକୁ ହିନ ସେ ନିଜ ନାମ ଦିଅନ୍ତି। ସେ ବ୍ୟକ୍ତି ନାମ ଦ୍ଵାରା ତୋର ନାମରେ ହିଁ ରହିଥାଏ ॥2॥
ਤੂੰ ਆਪੇ ਸਚਾ ਸਿਰਜਣਹਾਰਾ ॥ ହେ ନାଥ! ତୁମେ ସ୍ଵୟଂ ହିଁ ସଚ୍ଚା ସୃଷ୍ଟିକର୍ତ୍ତା ଅଟ।
ਭਗਤੀ ਭਰੇ ਤੇਰੇ ਭੰਡਾਰਾ ॥ ତୋର ଭଣ୍ଡାର ପ୍ରଭୁ-ଭକ୍ତିରେ ହିଁ ଅଛି।
ਗੁਰਮੁਖਿ ਨਾਮੁ ਮਿਲੈ ਮਨੁ ਭੀਜੈ ਸਹਜਿ ਸਮਾਧਿ ਲਗਾਵਣਿਆ ॥੩॥ ଯାହାକୁ ଗୁରୁଙ୍କ ମାଧ୍ୟମରୁ ତୋର ନାମ ମିଳିଯାଇଛି, ତାହାର ମନରେ ପ୍ରସନ୍ନତା ଆସିଯାଏ ଆଉ ସେ ହିଁ ସମାଧି ଲଗାଇଥାଏ। ॥3॥
ਅਨਦਿਨੁ ਗੁਣ ਗਾਵਾ ਪ੍ਰਭ ਤੇਰੇ ॥ ହେ ପ୍ରଭୁ! ମୁଁ ଦିନ ରାତି ତୋର ଯଶୋଗାନ କରୁଅଛି।
ਤੁਧੁ ਸਾਲਾਹੀ ਪ੍ਰੀਤਮ ਮੇਰੇ ॥ ହେ ମୋର ପ୍ରିୟତମ! ମୁଁ ତୋର ହିଁ ପ୍ରଶଂସା କରୁଅଛି।
ਤੁਧੁ ਬਿਨੁ ਅਵਰੁ ਨ ਕੋਈ ਜਾਚਾ ਗੁਰ ਪਰਸਾਦੀ ਤੂੰ ਪਾਵਣਿਆ ॥੪॥ ହେ ଇଶ୍ଵର! ତୋ’ ବିନା ଅନ୍ୟ କାହାକୁ ମାଗେ ନାହିଁ। ଗୁରୁଙ୍କ ଦୟାରୁ ହିଁ ତୁମେ ପ୍ରାପ୍ତ ହୋଇଥାଅ। ॥4॥
ਅਗਮੁ ਅਗੋਚਰੁ ਮਿਤਿ ਨਹੀ ਪਾਈ ॥ ହେ ଅଗମ୍ୟ, ଅଗୋଚର ପ୍ରଭୁ ! ତୋର ସୀମା ପାଇ ପାରିବା ନାହିଁ।
ਅਪਣੀ ਕ੍ਰਿਪਾ ਕਰਹਿ ਤੂੰ ਲੈਹਿ ਮਿਲਾਈ ॥ ହେ ସୃଷ୍ଟିକର୍ତ୍ତା! ନିଜ କୃପାରୁ ତୁମେ ପ୍ରାଣୀକୁ ନିଜ ସାଥିରେ ମିଳନ କରାଅ।
ਪੂਰੇ ਗੁਰ ਕੈ ਸਬਦਿ ਧਿਆਈਐ ਸਬਦੁ ਸੇਵਿ ਸੁਖੁ ਪਾਵਣਿਆ ॥੫॥ ତୋର ଧ୍ୟାନ ପୂର୍ଣ୍ଣ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ କରିବା ଉଚିତ। ପରମେଶ୍ଵରଙ୍କ ସେବା ଦ୍ଵାରା ବଡ ସୁଖ ପ୍ରାପ୍ତ ହୋଇଥାଏ ॥5॥
ਰਸਨਾ ਗੁਣਵੰਤੀ ਗੁਣ ਗਾਵੈ ॥ ସେହି ବ୍ୟକ୍ତି ଗୁଣବାନ ଯିଏ ପ୍ରଭୁଙ୍କ ଗୁଣଗାନ କରିଥାଏ।
ਨਾਮੁ ਸਲਾਹੇ ਸਚੇ ਭਾਵੈ ॥ ନାମର ଉପମା କରିବା ଦ୍ଵାରା ପ୍ରାଣୀ ସତ୍ୟ ସ୍ଵରୂପ ଈଶ୍ଵରଙ୍କୁ ଭଲ ଲାଗିଥାଏ।
ਗੁਰਮੁਖਿ ਸਦਾ ਰਹੈ ਰੰਗਿ ਰਾਤੀ ਮਿਲਿ ਸਚੇ ਸੋਭਾ ਪਾਵਣਿਆ ॥੬॥ ପବିତ୍ରାତ୍ମା ନିଜର ପ୍ରିୟତମ ପ୍ରଭୁଙ୍କ ପ୍ରେମରେ ମଗ୍ନ ରହିଥାଏ ଆଉ ସତ୍ୟ ସହିତ ମିଳନ କରି ବଡ ଶୋଭା ପ୍ରାପ୍ତ କରିଥାଏ ॥6॥
ਮਨਮੁਖੁ ਕਰਮ ਕਰੇ ਅਹੰਕਾਰੀ ॥ ମନମୁଖ ନିଜ କର୍ମ-ଧର୍ମ ଅହଂକାର ବଶତଃ ହିଁ କରିଥାଏ।
ਜੂਐ ਜਨਮੁ ਸਭ ਬਾਜੀ ਹਾਰੀ ॥ ସେ ନିଜର ସଂପୂର୍ଣ୍ଣ ଜୀବନକୁ ଜୁଆର ଖେଳରେ ପରାଜିତ କରିଥାଏ।
ਅੰਤਰਿ ਲੋਭੁ ਮਹਾ ਗੁਬਾਰਾ ਫਿਰਿ ਫਿਰਿ ਆਵਣ ਜਾਵਣਿਆ ॥੭॥ ତାହାର ହୃଦୟରେ ଲାଳସା ଏବଂ ଅଜ୍ଞାନତାର ଘୋର ଅନ୍ଧକାର ଥାଏ, ଏଥିପାଇଁ, ସେ ଜନ୍ମ ମରଣ ଚକ୍ରରେ ପଡି ରହିଥାଏ ॥7॥
ਆਪੇ ਕਰਤਾ ਦੇ ਵਡਿਆਈ ॥ ହେ ସୃଷ୍ଟିକର୍ତ୍ତା! ତୁମେ ସେମାନଙ୍କୁ ସ୍ଵୟଂ ହିଁ ମହାନତା ପ୍ରଦାନ କରିଥାଅ,
ਜਿਨ ਕਉ ਆਪਿ ਲਿਖਤੁ ਧੁਰਿ ਪਾਈ ॥ ଯାହାର ଭାଗ୍ୟରେ ସେ ସ୍ଵୟଂ ହିଁ ଆଦିରୁ ଏପରି ଲେଖା ଲେଖିଛନ୍ତି।
ਨਾਨਕ ਨਾਮੁ ਮਿਲੈ ਭਉ ਭੰਜਨੁ ਗੁਰ ਸਬਦੀ ਸੁਖੁ ਪਾਵਣਿਆ ॥੮॥੧॥੩੪॥ ହେ ନାନକ! ଯାହାକୁ ଗୁରୁଙ୍କ ଶବ୍ଦ ଦ୍ଵାରା ଭୟନାଶକ ପରମାତ୍ମାଙ୍କ ନାମ ମିଳିଯାଏ, ସେ ବହୁତ ସୁଖ ପ୍ରାପ୍ତ କରିଥାଏ ॥8॥1॥34॥
ਮਾਝ ਮਹਲਾ ੫ ਘਰੁ ੧ ॥ ମାଝ ମହଲା 5 ଘରୁ 1 ॥
ਅੰਤਰਿ ਅਲਖੁ ਨ ਜਾਈ ਲਖਿਆ ॥ ଅଲକ୍ଷ୍ୟ ପରମାତ୍ମା ଜୀବର ହୃଦୟରେ ହିଁ ବିଦ୍ୟମାନ ଅଟନ୍ତି, କିନ୍ତୁ, ତାହାଙ୍କୁ ଦେଖା ଯାଇ ପାରିବ ନାହିଁ।
ਨਾਮੁ ਰਤਨੁ ਲੈ ਗੁਝਾ ਰਖਿਆ ॥ ସେ ନାମ-ରତ୍ନକୁ ଆତ୍ମ ସ୍ଵରୂପରେ ଗୁପ୍ତ ରଖାଯାଇଥାଏ।
ਅਗਮੁ ਅਗੋਚਰੁ ਸਭ ਤੇ ਊਚਾ ਗੁਰ ਕੈ ਸਬਦਿ ਲਖਾਵਣਿਆ ॥੧॥ ଅଗମ୍ୟ, ଅଗୋଚର ପରମାତ୍ମା ସର୍ବଶ୍ରେଷ୍ଠ ଅଟନ୍ତି, ଯାହାଙ୍କୁ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ଜାଣିପାରିବା ॥1॥
ਹਉ ਵਾਰੀ ਜੀਉ ਵਾਰੀ ਕਲਿ ਮਹਿ ਨਾਮੁ ਸੁਣਾਵਣਿਆ ॥ ମୁଁ ତନ-ମନରେ ତାଙ୍କରି ପାଖରେ ସମର୍ପିତ ଅଟେ, ଯିଏ ଏହି କଳିଯୁଗରେ ଜୀବକୁ ଭଗବାନଙ୍କ ନାମ ଶୁଣାଇଥାନ୍ତି।
ਸੰਤ ਪਿਆਰੇ ਸਚੈ ਧਾਰੇ ਵਡਭਾਗੀ ਦਰਸਨੁ ਪਾਵਣਿਆ ॥੧॥ ਰਹਾਉ ॥ ହେ ସଚ୍ଚା ପରମେଶ୍ଵର! ତୋତେ ସନ୍ଥ ଆଦି ପ୍ରିୟ ଅଟନ୍ତି, ଯାହାଙ୍କୁ ତୁ ସାହାରା ଦେଇଅଛୁ। ବଡ ସୌଭାଗ୍ୟରୁ ହିଁ ତାହାଙ୍କ ଦର୍ଶନ ପ୍ରାପ୍ତ ହୋଇଥାଏ ॥1॥ରୁହ॥
ਸਾਧਿਕ ਸਿਧ ਜਿਸੈ ਕਉ ਫਿਰਦੇ ॥ ଯେଉଁ ପ୍ରଭୁଙ୍କୁ ପାଇବା ପାଇଁ ସାଧକ, ସିଦ୍ଧ ସନ୍ଧାନ କରିଥାନ୍ତି,
ਬ੍ਰਹਮੇ ਇੰਦ੍ਰ ਧਿਆਇਨਿ ਹਿਰਦੇ ॥ ବ୍ରହ୍ମା, ଇନ୍ଦ୍ର ମଧ୍ୟ ନିଜ ହୃଦୟରେ ତାହାଙ୍କ ଧ୍ୟାନ କରିଥାନ୍ତି,
ਕੋਟਿ ਤੇਤੀਸਾ ਖੋਜਹਿ ਤਾ ਕਉ ਗੁਰ ਮਿਲਿ ਹਿਰਦੈ ਗਾਵਣਿਆ ॥੨॥ ଆଉ ଯାହାକୁ ତେତିଶ କୋଟି ଦେବୀ-ଦେବତା ସନ୍ଧାନ କରନ୍ତି, ଗୁରୁଙ୍କ ସହିତ ଭେଟ କରି ସେହି ପ୍ରଭୁଙ୍କୁ ସନ୍ଥମାନେ ନିଜ ମନରେ ଯଶୋଗାନ କରିଥାନ୍ତି ॥2॥
ਆਠ ਪਹਰ ਤੁਧੁ ਜਾਪੇ ਪਵਨਾ ॥ ହେ ପ୍ରଭୁ! ବାୟୁ ଦେବତା ଆଠ ପ୍ରହର ତୋର ହିଁ ସ୍ମରଣ କରିଥାନ୍ତି
ਧਰਤੀ ਸੇਵਕ ਪਾਇਕ ਚਰਨਾ ॥ ଆଉ ଧରିତ୍ରୀ ମାତା ତୋର ଚରଣର ସେବା କରିଥାନ୍ତି।
ਖਾਣੀ ਬਾਣੀ ਸਰਬ ਨਿਵਾਸੀ ਸਭਨਾ ਕੈ ਮਨਿ ਭਾਵਣਿਆ ॥੩॥ ହେ ଇଶ୍ଵର! ସବୁ ଦିଗ ଏବଂ ସବୁ ବାଣୀରେ ତୋର ନିବାସ ଅଛି। ସର୍ବବ୍ୟାପକ ପରମାତ୍ମା ସବୁଙ୍କ ମନକୁ ଭଲ ଲାଗିଥାଏ ॥3॥
ਸਾਚਾ ਸਾਹਿਬੁ ਗੁਰਮੁਖਿ ਜਾਪੈ ॥ ହେ ସତ୍ୟସ୍ଵରୂପ ପରମାତ୍ମା! ଗୁରୁମୁଖ ତୋର ହିଁ ଜପ କରିଥାଏ।
ਪੂਰੇ ਗੁਰ ਕੈ ਸਬਦਿ ਸਿਞਾਪੈ ॥ କିନ୍ତୁ, ପୂର୍ଣ୍ଣ ଗୁରୁଙ୍କ ବାଣୀ ଦ୍ଵାରା ହିଁ ବୋଧ ହୋଇଥାଏ।
ਜਿਨ ਪੀਆ ਸੇਈ ਤ੍ਰਿਪਤਾਸੇ ਸਚੇ ਸਚਿ ਅਘਾਵਣਿਆ ॥੪॥ ଯିଏ ପରମାତ୍ମାଙ୍କ ନାମ ଅମୃତ ପାନ କରିଅଛି, ସିଏ ତୃପ୍ତ ହୋଇଯାଏ। ସେ ସତ୍ୟ ପ୍ରଭୁଙ୍କ ସତ୍ୟ ନାମରେ କୃତାର୍ଥ ହୋଇଯାଇଛି ॥4॥
ਤਿਸੁ ਘਰਿ ਸਹਜਾ ਸੋਈ ਸੁਹੇਲਾ ॥ ଯେଉଁ ବ୍ଯକ୍ତିର ହୃଦୟ ଘରେ ସ୍ଵାଭାବିକ ଅବସ୍ଥା ବିଦ୍ୟମାନ ଅଛି, ସେ ହିଁ ସୁଖୀ ରହିଥାଏ।
ਅਨਦ ਬਿਨੋਦ ਕਰੇ ਸਦ ਕੇਲਾ ॥ ସେ ସର୍ବଦା ପରମାନନ୍ଦରେ ଥାଏ।
ਸੋ ਧਨਵੰਤਾ ਸੋ ਵਡ ਸਾਹਾ ਜੋ ਗੁਰ ਚਰਣੀ ਮਨੁ ਲਾਵਣਿਆ ॥੫॥ ସେ ଧନବାନ ଅଟେ ଆଉ ପରମ ସମ୍ରାଟ ଅଟେ, ଯିଏ ଗୁରୁଙ୍କ ଚରଣରେ ନିଜର ହୃଦୟ ଲଗାଇଥାଏ ॥5॥
ਪਹਿਲੋ ਦੇ ਤੈਂ ਰਿਜਕੁ ਸਮਾਹਾ ॥ ହେ ଅକାଳପୁରୁଷ! ସର୍ବପ୍ରଥମେ ତୁ ପ୍ରାଣୀକୁ ଭୋଜନ ଦେଇଅଛୁ।
ਪਿਛੋ ਦੇ ਤੈਂ ਜੰਤੁ ਉਪਾਹਾ ॥ ତା’ପରେ, ତୁ ପ୍ରାଣୀକୁ ଉତ୍ପର୍ଣ୍ଣ କରିଅଛୁ।
ਤੁਧੁ ਜੇਵਡੁ ਦਾਤਾ ਅਵਰੁ ਨ ਸੁਆਮੀ ਲਵੈ ਨ ਕੋਈ ਲਾਵਣਿਆ ॥੬॥ ହେ ମୋର ସ୍ଵାମୀ! ତୋ’ ଭଳି ଆଉ କେହି,ମହାନ ଦାତା ନାହାନ୍ତି। ହେ ପ୍ରଭୁ! କେହି ମଧ୍ୟ ତୋର ସମକକ୍ଷ ନାହାନ୍ତି ॥6॥
ਜਿਸੁ ਤੂੰ ਤੁਠਾ ਸੋ ਤੁਧੁ ਧਿਆਏ ॥ ହେ ଇଶ୍ଵର! ଯାହା ଉପରେ ତୁମେ ପରମ ପ୍ରସନ୍ନ ହୁଅ, ସେ ତୋର ଆରାଧନା କରିଥାଏ।
ਸਾਧ ਜਨਾ ਕਾ ਮੰਤ੍ਰੁ ਕਮਾਏ ॥ ଏପରି ବ୍ୟକ୍ତି ହିଁ ସନ୍ଥଙ୍କ ମନ୍ତ୍ରର ଅନୁସରଣ କରିଥାଏ।
ਆਪਿ ਤਰੈ ਸਗਲੇ ਕੁਲ ਤਾਰੇ ਤਿਸੁ ਦਰਗਹ ਠਾਕ ਨ ਪਾਵਣਿਆ ॥੭॥ ସେ ସ୍ଵୟଂ ଏହି ସଂସାର ସାଗରରୁ ପାର ହୋଇଯାଏ ଆଉ ନିଜେ ସବୁ ବଂଶଧରକୁ ମଧ୍ୟ ପାର କରାଇଦିଏ। ପ୍ରଭୁଙ୍କ ଦରବାରରେ ପହଞ୍ଚିବାରେ ତାହାକୁ କିଏ ରୋକି ପାରିବ ନାହିଁ। ॥7॥


© 2025 SGGS ONLINE
error: Content is protected !!
Scroll to Top