Guru Granth Sahib Translation Project

guru granth sahib odia page-131

Page 131

ਤੂੰ ਵਡਾ ਤੂੰ ਊਚੋ ਊਚਾ ॥ ହେ ପ୍ରଭୂ! ତୁମେ ମହାନ ଅଟ, ତୁମେ ସର୍ବୋଚ୍ଚ ଏବଂ ସବୁରି ଉର୍ଦ୍ଧ୍ଵରେ ଅଛ।
ਤੂੰ ਬੇਅੰਤੁ ਅਤਿ ਮੂਚੋ ਮੂਚਾ ॥ ହେ ଦାତା! ତୁମେ ଅନନ୍ତ ଅଟ ଆଉ ସର୍ବଶ୍ରେଷ୍ଠ ଅଟ।
ਹਉ ਕੁਰਬਾਣੀ ਤੇਰੈ ਵੰਞਾ ਨਾਨਕ ਦਾਸ ਦਸਾਵਣਿਆ ॥੮॥੧॥੩੫॥ ହେ ପ୍ରଭୁ! ମୁଁ ତୁମ ପାଖରେ ସମର୍ପିତ ଅଟେ। ହେ ନାନକ! ମୁଁ ପ୍ରଭୁଙ୍କ ଦାସର ଦାସ ଅଟେ ॥8॥1॥35॥
ਮਾਝ ਮਹਲਾ ੫ ॥ ମାଝ ମହଲା 5 ॥
ਕਉਣੁ ਸੁ ਮੁਕਤਾ ਕਉਣੁ ਸੁ ਜੁਗਤਾ ॥ ସେ କିଏ ଯିଏ ମାୟାର ବନ୍ଧନରୁ ମୁକ୍ତ ହୋଇଯାଇଛି? ଆଉ କିଏ ପରମାତ୍ମାଙ୍କ ନାମ ଦ୍ଵାରା ଯୋଡା ହୋଇଛି?
ਕਉਣੁ ਸੁ ਗਿਆਨੀ ਕਉਣੁ ਸੁ ਬਕਤਾ ॥ କିଏ ଜ୍ଞାନୀ ଅଟେ? ଆଉ କିଏ ବକ୍ତା ଅଟେ?
ਕਉਣੁ ਸੁ ਗਿਰਹੀ ਕਉਣੁ ਉਦਾਸੀ ਕਉਣੁ ਸੁ ਕੀਮਤਿ ਪਾਏ ਜੀਉ ॥੧॥ କିଏ ଗୃହସ୍ଥି ଅଟେ? ଆଉ କିଏ ତ୍ୟାଗୀ ଅଟେ? ଆଉ ପରମେଶ୍ଵରଙ୍କ ମୂଲ୍ୟ କିଏ ପାଇପାରିବ? ॥1॥
ਕਿਨਿ ਬਿਧਿ ਬਾਧਾ ਕਿਨਿ ਬਿਧਿ ਛੂਟਾ ॥ ମନୁଷ୍ୟ କିପରି ମାୟାର ବନ୍ଧନରେ ବାନ୍ଧି ହୋଇଯାଏ? ଆଉ କିପରି ମୁକ୍ତ ହୁଏ?
ਕਿਨਿ ਬਿਧਿ ਆਵਣੁ ਜਾਵਣੁ ਤੂਟਾ ॥ କେଉଁ ବିଧି ଦ୍ଵାରା ଜୀବ ଜନ୍ମ ମରଣ ଚକ୍ରରୁ ବଞ୍ଚିଥାଏ?
ਕਉਣ ਕਰਮ ਕਉਣ ਨਿਹਕਰਮਾ ਕਉਣੁ ਸੁ ਕਹੈ ਕਹਾਏ ਜੀਉ ॥੨॥ ଧର୍ମ-କର୍ମ କରିବା ବାଲା କିଏ ଅଟେ? ଆଉ ବାସନା ରହିତ ହୋଇ କର୍ମ କରିବା ବାଲା କିଏ ଅଟେ? କିଏ ଈଶ୍ଵରଙ୍କ ନାମର ମହିମା କରିଥାଏ ଆଉ ଅନ୍ୟ ଦ୍ଵାରା ମହିମା କରାଇଥାଏ? ॥2॥
ਕਉਣੁ ਸੁ ਸੁਖੀਆ ਕਉਣੁ ਸੁ ਦੁਖੀਆ ॥ ଜଗତରେ କିଏ ସୁଖୀ ଆଉ କିଏ ଦୁଃଖୀ ଅଟେ?
ਕਉਣੁ ਸੁ ਸਨਮੁਖੁ ਕਉਣੁ ਵੇਮੁਖੀਆ ॥ କିଏ ବୁଝିବା ବାଲା ଆଉ କିଏ ବିମୁଖ ଅଟେ?
ਕਿਨਿ ਬਿਧਿ ਮਿਲੀਐ ਕਿਨਿ ਬਿਧਿ ਬਿਛੁਰੈ ਇਹ ਬਿਧਿ ਕਉਣੁ ਪ੍ਰਗਟਾਏ ਜੀਉ ॥੩॥ କେଉଁ ବିଧି ଦ୍ଵାରା ପରମାତ୍ମା ମିଳିଥାନ୍ତି ଆଉ କେଉଁ ବିଧି ଦ୍ଵାରା ମନୁଷ୍ୟ ତାଙ୍କରି ଠାରୁ ବିଚ୍ଛେଦ ହୋଇଥାଏ? ଏହି ବିଧି ମୋତେ କିଏ ବତାଇବ? ॥3॥
ਕਉਣੁ ਸੁ ਅਖਰੁ ਜਿਤੁ ਧਾਵਤੁ ਰਹਤਾ ॥ ତାହା କେଉଁ ଦିବ୍ୟ ଅକ୍ଷର ଅଟେ, ଯାହାର ଅଧ୍ୟୟନ ଦ୍ଵାରା ମନର ପଥଭ୍ରଷ୍ଟତା ଦୂର ହୋଇଯାଏ?
ਕਉਣੁ ਉਪਦੇਸੁ ਜਿਤੁ ਦੁਖੁ ਸੁਖੁ ਸਮ ਸਹਤਾ ॥ ତାହା କେଉଁ ଉପଦେଶ ଅଟେ, ଯାହା ଦ୍ଵାରା ପ୍ରାଣୀ ସୁଖ ଦୁଃଖକୁ ଏକ ସମାନ ଭାବି ସହ୍ୟ କରିଥାଏ?
ਕਉਣੁ ਸੁ ਚਾਲ ਜਿਤੁ ਪਾਰਬ੍ਰਹਮੁ ਧਿਆਏ ਕਿਨਿ ਬਿਧਿ ਕੀਰਤਨੁ ਗਾਏ ਜੀਉ ॥੪॥ ତାହା କେଉଁ ଯୁକ୍ତି ଅଟେ? ଯାହା ଦ୍ଵାରା ପ୍ରାଣୀ ପରଂବ୍ରହ୍ମ- ପରମେଶ୍ଵରଙ୍କ ଆରାଧନା କରେ? କେଉଁ ବିଧି ଦ୍ଵାରା ପ୍ରଭୁଙ୍କ ଭଜନ କରାଯାଇପାରିବ? ॥4॥
ਗੁਰਮੁਖਿ ਮੁਕਤਾ ਗੁਰਮੁਖਿ ਜੁਗਤਾ ॥ ଗୁରୁଜୀ ଉତ୍ତର ଦିଅନ୍ତି ଯେ ଗୁରୁମୁଖ ମୁକ୍ତ ଅଟେ ଆଉ ଗୁରୁମୁଖ ଈଶ୍ଵରଙ୍କ ସହିତ ଯୋଡି ରହିଥାଏ।
ਗੁਰਮੁਖਿ ਗਿਆਨੀ ਗੁਰਮੁਖਿ ਬਕਤਾ ॥ ଗୁରୁମୁଖ ଜ୍ଞାନୀ ଆଉ ଗୁରୁମୁଖ ବକ୍ତା ଅଟେ।
ਧੰਨੁ ਗਿਰਹੀ ਉਦਾਸੀ ਗੁਰਮੁਖਿ ਗੁਰਮੁਖਿ ਕੀਮਤਿ ਪਾਏ ਜੀਉ ॥੫॥ ଧନ୍ୟ ଅଟେ ସେହି ଗୁରୁମୁଖ, ସିଏ ଗୃହସ୍ଥି ହେଉ ଅଥବା ତ୍ୟାଗୀ। ଗୁରୁମୁଖ ହିଁ ପ୍ରଭୁଙ୍କ ମୂଲ୍ୟାଙ୍କନ ଜାଣିଥାଏ ॥5॥
ਹਉਮੈ ਬਾਧਾ ਗੁਰਮੁਖਿ ਛੂਟਾ ॥ ଜୀବ ଅହଂକାର ବଶତଃ ମାୟାର ବନ୍ଧନରେ ବାନ୍ଧି ହୋଇଯାଏ, ପରନ୍ତୁ, ଗୁରୁମୁଖ ମାୟାର ବନ୍ଧନରୁ ମୁକ୍ତ ହୋଇଯାଏ।
ਗੁਰਮੁਖਿ ਆਵਣੁ ਜਾਵਣੁ ਤੂਟਾ ॥ ଗୁରୁମୁଖର ଜନ୍ମ ମୃତ୍ୟୁ ଚକ୍ର ସମାପ୍ତ ହୋଇଥାଏ।
ਗੁਰਮੁਖਿ ਕਰਮ ਗੁਰਮੁਖਿ ਨਿਹਕਰਮਾ ਗੁਰਮੁਖਿ ਕਰੇ ਸੁ ਸੁਭਾਏ ਜੀਉ ॥੬॥ ଗୁରୁମୁଖ ସୁକର୍ମ(ଧର୍ମ-କର୍ମ)କରିଥାଏ, ପରନ୍ତୁ, ଫଳର ଇଚ୍ଛା ରାଖୀ ନଥାଏ। ଗୁରୁମୁଖ ପ୍ରଭୁ-ପ୍ରେମରେ ଯାହା ମଧ୍ୟ କର୍ମ କରିଥାଏ, ତାହା ଶୋଭନୀୟ ଅଟେ। ॥6॥
ਗੁਰਮੁਖਿ ਸੁਖੀਆ ਮਨਮੁਖਿ ਦੁਖੀਆ ॥ ଏହି ଦୁନିଆରେ ଗୁରୁମୁଖ ସର୍ବଦା ସୁଖୀ ରହିଥାଏ, ପରନ୍ତୁ, ମନମୁଖ ସର୍ବଦା ଦୁଃଖୀ ରହିଥାଏ।
ਗੁਰਮੁਖਿ ਸਨਮੁਖੁ ਮਨਮੁਖਿ ਵੇਮੁਖੀਆ ॥ ଗୁରୁମୁଖ ସର୍ବଦା ହିଁ ଭଗବାନଙ୍କ ସମ୍ମୁଖରେ ରହିଥାଏ, କିନ୍ତୁ, ମନମୁଖ ଭଗବାନଙ୍କ ଠାରୁ ବିମୁଖ ହୋଇଯାଏ।
ਗੁਰਮੁਖਿ ਮਿਲੀਐ ਮਨਮੁਖਿ ਵਿਛੁਰੈ ਗੁਰਮੁਖਿ ਬਿਧਿ ਪ੍ਰਗਟਾਏ ਜੀਉ ॥੭॥ ଗୁରୁମୁଖ ହିଁ ଭଗବାନଙ୍କ ସହିତ ମିଳନ କରିଥାଏ। ପରନ୍ତୁ, ମନମୁଖ ଭଗବାନଙ୍କ ଠାରୁ ବିଚ୍ଛେଦ ହୋଇଥାଏ। ଗୁରୁ ହିଁ ଭଗବାନଙ୍କ ସହିତ ମିଳନର ବିଧି ପ୍ରକଟ କରିଥାଏ ॥7॥
ਗੁਰਮੁਖਿ ਅਖਰੁ ਜਿਤੁ ਧਾਵਤੁ ਰਹਤਾ ॥ ଗୁରୁଙ୍କ ଉପଦେଶ ଦିବ୍ୟ ଅକ୍ଷର ଅଟେ, ଯାହା ଦ୍ଵାରା ପଥଭ୍ରଷ୍ଟ ମନ ବଶରେ ଆସିଥାଏ।
ਗੁਰਮੁਖਿ ਉਪਦੇਸੁ ਦੁਖੁ ਸੁਖੁ ਸਮ ਸਹਤਾ ॥ ଗୁରୁଙ୍କ ଉପଦେଶ ଦ୍ଵାରା ମନୁଷ୍ୟ ଦୁଃଖ ଏବଂ ସୁଖକୁ ଏକ ସମାନ ଭାବିଥାଏ।
ਗੁਰਮੁਖਿ ਚਾਲ ਜਿਤੁ ਪਾਰਬ੍ਰਹਮੁ ਧਿਆਏ ਗੁਰਮੁਖਿ ਕੀਰਤਨੁ ਗਾਏ ਜੀਉ ॥੮॥ ଗୁରୁଙ୍କ ଉପଦେଶ ହିଁ ସତମାର୍ଗ ଅଟେ, ଯାହା ଦ୍ଵାରା ପରଂବ୍ରହ୍ମ ପ୍ରଭୁଙ୍କ ଚିନ୍ତନ କରାଯାଇଥାଏ। ଗୁରୁମୁଖ ହିଁ ପରମେଶ୍ଵରଙ୍କ କୀର୍ତ୍ତନ ଗାନ କରିଥାଏ ॥8॥
ਸਗਲੀ ਬਣਤ ਬਣਾਈ ਆਪੇ ॥ ଜଗତ-ରଚନାର ସବୁ ସଂରଚନା ପ୍ରଭୁ ନିଜେ କରିଛନ୍ତି।
ਆਪੇ ਕਰੇ ਕਰਾਏ ਥਾਪੇ ॥ ପରମାତ୍ମା ପ୍ରାଣୀଙ୍କ କର୍ତ୍ତା ଅଟନ୍ତି, ସ୍ଵୟଂ ହିଁ କର୍ମ କରାନ୍ତି ଆଉ ସ୍ଵୟଂ ହିଁ ଜୀବକୁ ଜାତ କରିଥାନ୍ତି।
ਇਕਸੁ ਤੇ ਹੋਇਓ ਅਨੰਤਾ ਨਾਨਕ ਏਕਸੁ ਮਾਹਿ ਸਮਾਏ ਜੀਉ ॥੯॥੨॥੩੬॥ ସେ ସୃଷ୍ଟି ରଚନା ସମୟରେ ଅନନ୍ତ ରୂପ ହୋଇଯାନ୍ତି। ହେ ନାନକ! ଜଗତର ପ୍ରଳୟ କାଳରେ ସମସ୍ତ ପ୍ରାଣୀ ଏକ ଈଶ୍ଵରଙ୍କ ଠାରେ ଲୀନ ରୁହନ୍ତି ॥9॥2॥36॥
ਮਾਝ ਮਹਲਾ ੫ ॥ ମାଝ ମହଲା 5 ॥
ਪ੍ਰਭੁ ਅਬਿਨਾਸੀ ਤਾ ਕਿਆ ਕਾੜਾ ॥ ହେ ଅବିନାଶୀ ପ୍ରଭୁ! ଯେବେ ତୁ ମୋର ରଖୁଆଳ ଅଟୁ, ତାହାହେଲେ ମୋତେ କଣ ଚିନ୍ତା ଅଛି ?
ਹਰਿ ਭਗਵੰਤਾ ਤਾ ਜਨੁ ਖਰਾ ਸੁਖਾਲਾ ॥ ହେ ହରି-ପରମେଶ୍ଵର! ଯେବେ ତୁ ମୋର ରକ୍ଷକ ଅଟୁ, ତାହାହେଲେ ମୁଁ , ତୋର ଉପାସକ, ବହୁତ ସୁଖୀ ରହିଥାଏ।
ਜੀਅ ਪ੍ਰਾਨ ਮਾਨ ਸੁਖਦਾਤਾ ਤੂੰ ਕਰਹਿ ਸੋਈ ਸੁਖੁ ਪਾਵਣਿਆ ॥੧॥ ତୁ ହିଁ ମୋର ଆତ୍ମା, ପ୍ରାଣ ଏବଂ ମାନ-ପ୍ରତିଷ୍ଠା ଅଟୁ ଆଉ ତୁ ହିଁ ସୁଖଦାତା ଅଟୁ। ତୁମେ ଯାହା କିଛି ମଧ୍ୟ କରୁଅଛ , ସେଥିରୁ ହିଁ ମୁଁ ସୁଖ ପ୍ରାପ୍ତ କରୁଅଛି। ॥1॥
ਹਉ ਵਾਰੀ ਜੀਉ ਵਾਰੀ ਗੁਰਮੁਖਿ ਮਨਿ ਤਨਿ ਭਾਵਣਿਆ ॥ ମୁଁ ସେହି ଗୁରୁମୁଖ ପାଖରେ ତନ-ମନରେ ସମର୍ପିତ ଅଟେ, ଯାହାର ମନ ଓ ତନକୁ ତୁମେ ଭଲ ଲାଗୁଥାଅ।
ਤੂੰ ਮੇਰਾ ਪਰਬਤੁ ਤੂੰ ਮੇਰਾ ਓਲਾ ਤੁਮ ਸੰਗਿ ਲਵੈ ਨ ਲਾਵਣਿਆ ॥੧॥ ਰਹਾਉ ॥ ତୁ ହିଁ ମୋର ପର୍ବତ ଅଟେ ଆଉ ତୁ ହିଁ ମୋର ଆଧାର ଅଟେ। ହେ ପ୍ରଭୁ! ତୋର ସମକକ୍ଷ କେହି ମଧ୍ୟ ନାହାନ୍ତି ॥1॥ରୁହ॥
ਤੇਰਾ ਕੀਤਾ ਜਿਸੁ ਲਾਗੈ ਮੀਠਾ ॥ ଯେଉଁ ବ୍ୟକ୍ତିକୁ ତୋର କାର୍ଯ୍ୟ ମିଠା ଲାଗିଥାଏ,
ਘਟਿ ਘਟਿ ਪਾਰਬ੍ਰਹਮੁ ਤਿਨਿ ਜਨਿ ਡੀਠਾ ॥ ତାହାକୁ ପରଂବ୍ରହ୍ମ ପ୍ରଭୁ ପ୍ରତ୍ୟେକ ଜୀବର ହୃଦୟରେ ବିଦ୍ୟମାନ ଦେଖାଯାନ୍ତି।
ਥਾਨਿ ਥਨੰਤਰਿ ਤੂੰਹੈ ਤੂੰਹੈ ਇਕੋ ਇਕੁ ਵਰਤਾਵਣਿਆ ॥੨॥ ଏକ ତୁ ହିଁ ସମସ୍ତ ସ୍ଥାନରେ ରହିଥାଉ। ଏକ ତୁ ହିଁ ସର୍ବତ୍ର ନିଜର ହୁକୁମ ଚଲାଉଛୁ ॥2॥
ਸਗਲ ਮਨੋਰਥ ਤੂੰ ਦੇਵਣਹਾਰਾ ॥ ହେ ପ୍ରଭୁ! ତୁମେ ସମସ୍ତ ମନୋରଥ ପୂର୍ଣ୍ଣ କରିବା ବାଲା ଅଟ।
ਭਗਤੀ ਭਾਇ ਭਰੇ ਭੰਡਾਰਾ ॥ ତୋର ଭଣ୍ଡାର ପ୍ରେମ ଏବଂ ଭକ୍ତି ଦ୍ଵାରା ଭରି ହୋଇ ରହିଛି।
ਦਇਆ ਧਾਰਿ ਰਾਖੇ ਤੁਧੁ ਸੇਈ ਪੂਰੈ ਕਰਮਿ ਸਮਾਵਣਿਆ ॥੩॥ ହେ ନାଥ! ଯାହା ଉପରେ ଦୟା କରି ତୁମେ ରକ୍ଷା କରିଥାଅ, ସେ ତୋର ପୂର୍ଣ୍ଣ କୃପାରୁ ତୋ’ ଠାରେ ହିଁ ଲୀନ ହୋଇଯାଏ ॥3॥


© 2017 SGGS ONLINE
Scroll to Top