Guru Granth Sahib Translation Project

guru granth sahib odia page-11

Page 11

ਤੂੰ ਘਟ ਘਟ ਅੰਤਰਿ ਸਰਬ ਨਿਰੰਤਰਿ ਜੀ ਹਰਿ ਏਕੋ ਪੁਰਖੁ ਸਮਾਣਾ ॥ ତୁ ଘଟ ଘଟ ଅନ୍ତରି ସରବ ନିରନ୍ତରି ଜୀ ହରି ଏକୋ ପୁରଖୁ ସମାଣା॥ ସର୍ବବ୍ୟାପକ ନିରଙ୍କାର ସମସ୍ତ ପ୍ରାଣୀଙ୍କ ହୃଦୟରେ ଭେଦହୀନ ଭାବରେ ବାସ କରନ୍ତି।
ਇਕਿ ਦਾਤੇ ਇਕਿ ਭੇਖਾਰੀ ਜੀ ਸਭਿ ਤੇਰੇ ਚੋਜ ਵਿਡਾਣਾ ॥ ଇକି ଦାତେ ଇକି ଭେଖାରୀ ଜୀ ସଭି ତେରେ ଚୋଜ ବିଡାଣା॥ ସଂସାରରେ କିଏ ଦାତା ବନିଛି, କିଏ ଭିକ୍ଷୁର ରୂପ ନେଇଛି, ହେ ପରମାତ୍ମା! ଏହାସବୁ ତୁମର ହିଁ ଆଶ୍ଚର୍ଯ୍ୟ ଗଣକ କୌତୁକ ଅଟେ।
ਤੂੰ ਆਪੇ ਦਾਤਾ ਆਪੇ ਭੁਗਤਾ ਜੀ ਹਉ ਤੁਧੁ ਬਿਨੁ ਅਵਰੁ ਨ ਜਾਣਾ ॥ ତୁ ଆପେ ଦାତା ଆପେ ଭୁଗତା ଜୀ ହଉ ତୁଧୁ ବିନୁ ଅବରୁ ନ ଜାଣା॥ ତୁମେ ସ୍ଵୟଂ ଦିଅ ଆଉ ସ୍ଵୟଂ ଭୋଗ କର, ତୁମ ବିନା ଅନ୍ୟ କେହି ଜାଣନ୍ତି ନାହିଁ।
ਤੂੰ ਪਾਰਬ੍ਰਹਮੁ ਬੇਅੰਤੁ ਬੇਅੰਤੁ ਜੀ ਤੇਰੇ ਕਿਆ ਗੁਣ ਆਖਿ ਵਖਾਣਾ ॥ ତୁ ପାରବ୍ରହମୁ ବେଅନ୍ତୁ ଜୀ ତେରେ କିଆ ଗୁଣ ଆଖି ବଖାଣା॥ ତୁମେ ପରଂବ୍ରହ୍ମ ଅଟ, ତୁମ ତିନି ଲୋକରେ ରହିଛ, ମୁଁ ତୁମର ଗୁଣକୁ ମୁଖରେ କଥନ କିପରି କରିବି।
ਜੋ ਸੇਵਹਿ ਜੋ ਸੇਵਹਿ ਤੁਧੁ ਜੀ ਜਨੁ ਨਾਨਕੁ ਤਿਨ ਕੁਰਬਾਣਾ ॥੨॥ ଜୋ ସେବହି ତୁଧୁ ଜୀ ଜନୂ ନାନକୁ ତିନ କୁର୍ବାଣା॥2॥ ସଦଗୁରୁ ଜୀ କହନ୍ତି କି ଯେଉଁ ଜୀବ ଆପଣଙ୍କୁ ଅନ୍ତଃ ମନରେ ସ୍ମରଣ କରେ, ସେବା ଭାବରେ ସମର୍ପିତ ହୋଇଥାଏ, ସେମାନଙ୍କ ପାଇଁ ମୋ’ ଜୀବନ ତ୍ୟାଗ କରେ। ॥2॥
ਹਰਿ ਧਿਆਵਹਿ ਹਰਿ ਧਿਆਵਹਿ ਤੁਧੁ ਜੀ ਸੇ ਜਨ ਜੁਗ ਮਹਿ ਸੁਖਵਾਸੀ ॥ ହରି ଧିଆବହି ହରି ଧିଆବହି ତୁଧୁ ଜୀ ସେ ଜନ ଯୁଗ ମହି ସୁଖବାସୀ॥ ହେ ନିରଙ୍କାର! ଯିଏ ଆପଣଙ୍କୁ ମନ ଓ ବାଣୀ ଦ୍ଵାରା ଧ୍ୟାନ କରେ, ସେ ମାନବ-ଜୀବ ଯୁଗ ଯୁଗ ପର୍ଯ୍ୟନ୍ତ ସୁଖ ଭୋଗ କରେ।
ਸੇ ਮੁਕਤੁ ਸੇ ਮੁਕਤੁ ਭਏ ਜਿਨ ਹਰਿ ਧਿਆਇਆ ਜੀ ਤਿਨ ਤੂਟੀ ਜਮ ਕੀ ਫਾਸੀ ॥ ସେ ମୁକତୁ ସେ ମୁକତୁ ଭଏ ଜିନ ହରି ଧିଆଇଆ ଜୀ ତିନ ତୂଟୀ ଯମ କି ଫାଶୀ। ଯିଏ ଆପଣଙ୍କୁ ସ୍ମରଣ କରିଛି ସେ ସଂସାରରୁ ମୁକ୍ତି ପ୍ରାପ୍ତ କରେ ଆଉ ତାହାର ଯମ-ଫାଶ ଛିଣ୍ଡିଯାଏ।
ਜਿਨ ਨਿਰਭਉ ਜਿਨ ਹਰਿ ਨਿਰਭਉ ਧਿਆਇਆ ਜੀ ਤਿਨ ਕਾ ਭਉ ਸਭੁ ਗਵਾਸੀ ॥ ଜିନ ନିର୍ଭଉ ଜିନ ହରି ନିର୍ଭଉ ଧିଆଇଆ ଜୀ ତିନ କା ଭଉ ସଭୁ ଗବାସୀ ॥ ଯିଏ ଭୟରୁ ମୁକ୍ତ ହୋଇ ସେହି ଅଭୟ ସ୍ୱରୂପ ଅକାଳ-ପୁରୁଷଙ୍କୁ ଧ୍ୟାନ କରିଛି ତାହାର ଜୀବନର ସମସ୍ତ ଭୟ ସମାପ୍ତ ହୋଇଯାଇଛି।
ਜਿਨ ਸੇਵਿਆ ਜਿਨ ਸੇਵਿਆ ਮੇਰਾ ਹਰਿ ਜੀ ਤੇ ਹਰਿ ਹਰਿ ਰੂਪਿ ਸਮਾਸੀ ॥ ଜିନ ସେବିଆ ଜିନ ସେବିଆ ମେରା ହରି ଜୀ ତେ ହରି ହରି ରୂପୀ ସମାସୀ॥ ଯିଏ ନିରଙ୍କାରଙ୍କୁ ଚିନ୍ତନ କରିଛି, ସେବା-ଭାବ ଦ୍ଵାରା ସେଥିରେ ଲୀନ ହୁଏ, ସେ ତୁମର ଦୁଃଖହର୍ତା ରୂପରେ ବିଲୀନ ହୁଏ।
ਸੇ ਧੰਨੁ ਸੇ ਧੰਨੁ ਜਿਨ ਹਰਿ ਧਿਆਇਆ ਜੀ ਜਨੁ ਨਾਨਕੁ ਤਿਨ ਬਲਿ ਜਾਸੀ ॥੩॥ ସେ ଧନୁ ସେ ଧନୁ ଜିନ ହରି ଧିଆଇଆ ଜୀ ଜନୂ ନାନକୁ ତିନ ବଳି ଜାସୀ॥3॥ ହେ ନାନକ! ଯିଏ ନାରାୟଣ ସ୍ୱରୂପ ନିରଙ୍କାରଙ୍କୁ ସ୍ମରଣ କରିଛି, ସେ ଧନ୍ୟ ହିଁ ଧନ୍ୟ ଅଟେ,ମୁଁ ତାଙ୍କ ପାଖରେ ସମର୍ପିତ ଅଟେ।
ਤੇਰੀ ਭਗਤਿ ਤੇਰੀ ਭਗਤਿ ਭੰਡਾਰ ਜੀ ਭਰੇ ਬਿਅੰਤ ਬੇਅੰਤਾ ॥ ତେରୀ ଭଗତୀ ତେରୀ ଭଗତୀ ଭଣ୍ଡାର ଜୀ ଭାରେ ବିଅନ୍ତ ବେଅନ୍ତ॥ ହେ ଅନନ୍ତ ସ୍ୱରୂପ! ତୋର ଭକ୍ତିର ଖଜଣା ଭକ୍ତର ହୃଦୟରେ ଅନନ୍ତ ଅନନ୍ତ ଭରି ହୋଇଛି।
ਤੇਰੇ ਭਗਤ ਤੇਰੇ ਭਗਤ ਸਲਾਹਨਿ ਤੁਧੁ ਜੀ ਹਰਿ ਅਨਿਕ ਅਨੇਕ ਅਨੰਤਾ ॥ ତେରେ ଭଗତ ଟରେ ଭଗତ ସଲାହନି ତୁଧୁ ଯେ ହରି ଅନିକ ଅନେକ ଅନନ୍ତା॥ ତୋର ଭକ୍ତ ତିନି କାଳ ତୋର ପ୍ରଶଂସାର ଗୀତ ଗାଆନ୍ତି ଯେ ହେ ପରମେଶ୍ଵର! ତୁ ଅନେକ ଅନେକ ଓ ଅନନ୍ତ ସ୍ୱରୂପ ଅଟ।
ਤੇਰੀ ਅਨਿਕ ਤੇਰੀ ਅਨਿਕ ਕਰਹਿ ਹਰਿ ਪੂਜਾ ਜੀ ਤਪੁ ਤਾਪਹਿ ਜਪਹਿ ਬੇਅੰਤਾ ॥ ତେରୀ ଅନିକ ତେରୀ ଅନିକ କରହି ହରି ପୂଜା ଜୀ ତପୁ ତାପହି ଜପହି ବେଅନ୍ତା॥ ସଂସାରରେ ତୋର ନାନା ପ୍ରକାର ଆରୋଧନା ଆଉ ଜପ-ଜପାଦି ଦ୍ଵାରା ସାଧନ କରାଯାଏ।
ਤੇਰੇ ਅਨੇਕ ਤੇਰੇ ਅਨੇਕ ਪੜਹਿ ਬਹੁ ਸਿਮ੍ਰਿਤਿ ਸਾਸਤ ਜੀ ਕਰਿ ਕਿਰਿਆ ਖਟੁ ਕਰਮ ਕਰੰਤਾ ॥ ତେରେ ଅନେକ ତେରେ ଅନେକ ପଡହି ବହୁ ଶିମ୍ରି ତି ଶାସତ ଜୀ କରି କିରିଆ ଖଟୁ କରମ କରନ୍ତା॥ ଅନେକ ଅନେକ ଋଷି-ମୁନି ଓ ବିଦ୍ଵାନ କେତେ ପ୍ରକାରର ଶାସ୍ତ୍ର, ସ୍ମୃତି, ଅଧ୍ୟୟନ କରି ତଥା ଷଡକର୍ମ, ଯଜ୍ଞ ଆଦି ଧର୍ମ କାର୍ଯ୍ୟ ଦ୍ଵାରା ତୁମର ସ୍ତୁତି ଗାନ କରନ୍ତି।
ਸੇ ਭਗਤ ਸੇ ਭਗਤ ਭਲੇ ਜਨ ਨਾਨਕ ਜੀ ਜੋ ਭਾਵਹਿ ਮੇਰੇ ਹਰਿ ਭਗਵੰਤਾ ॥੪॥ ସେ ଭଗତ ସେ ଭଗତ ଭଲେ ଜନ ନାକ ଜୀ ଜୋ ଭାବହି ମୀରେ ହରି ଭଗବନ୍ତା॥4॥ ହେ ନାନକ! ସେ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ସଂସାରରେ ଅଛନ୍ତି ଯିଏ ନିରଙ୍କାରଙ୍କୁ ଭଲ ଲାଗେ । ॥4॥
ਤੂੰ ਆਦਿ ਪੁਰਖੁ ਅਪਰੰਪਰੁ ਕਰਤਾ ਜੀ ਤੁਧੁ ਜੇਵਡੁ ਅਵਰੁ ਨ ਕੋਈ ॥ ତୁ ଆଦି ପୁରଖୁ ଅପର୍ମପରୁ କରତା ଜୀ ତୁଧୁ ଜେବଡୁ ଅବରୁ ନ କୋଇ॥ ହେ ଅକାଳ-ପୁରୁଷ! ତୁମ ଅପରିମେୟ ପରଂବ୍ରହ୍ମ ଅନନ୍ତ ସ୍ୱରୂପ ଅଟେ, ତୁମ ସମାନ ଅନ୍ୟ କେହି ମଧ୍ୟ ନୁହେଁ।
ਤੂੰ ਜੁਗੁ ਜੁਗੁ ਏਕੋ ਸਦਾ ਸਦਾ ਤੂੰ ਏਕੋ ਜੀ ਤੂੰ ਨਿਹਚਲੁ ਕਰਤਾ ਸੋਈ ॥ ତୁ ଜୁଗୁ ଜୁଗୁ ଏକୋ ସଦା ସଦା ତୁ ଏକୋ ଜୀ ତୁ ନିହଚଳୁ କରତା ସୋଇ। ଯୁଗ ଯୁଗରୁ ତୁମେ ଏକ ଅଟ, ସଦା ସର୍ବଦା ତୁମ ଅଦ୍ଵିତୀୟ ସ୍ୱରୂପ ଆଉ ତୁମେ ହିଁ ନିଶ୍ଚଲ ରଚୟିତା ଅଟ।
ਤੁਧੁ ਆਪੇ ਭਾਵੈ ਸੋਈ ਵਰਤੈ ਜੀ ਤੂੰ ਆਪੇ ਕਰਹਿ ਸੁ ਹੋਈ ॥ ତୁଦଧି ଆପେ ଭାବୈ ସୋଇ ବରତଇ ଜୀ ତୁ ଆପେ କରହି ସୁ ହୋଇ॥ ଯାହା ତୁମକୁ ଭଲ ଲାଗେ ତାହା ହୁଏ, ଯାହା ତୁମେ ସ୍ଵେଚ୍ଛାରେ କର ତାହା ହିଁ ହୁଏ।
ਤੁਧੁ ਆਪੇ ਸ੍ਰਿਸਟਿ ਸਭ ਉਪਾਈ ਜੀ ਤੁਧੁ ਆਪੇ ਸਿਰਜਿ ਸਭ ਗੋਈ ॥ ତୁଧୁ ଆପେ ସିସତି ସଭ ଉପାଇ ଜୀ ତୁଧୁ ଆପେ ସିରଜି ସଭ ଗୋଇ। ତୁମେ ସ୍ଵୟଂ ହିଁ ଏହି ସୃଷ୍ଟିକୁ ରଚନା କରିଛ ଆଉ ସ୍ଵୟଂ ହିଁ ରଚି ତାହାର ସଂହାର କରୁଛ।
ਜਨੁ ਨਾਨਕੁ ਗੁਣ ਗਾਵੈ ਕਰਤੇ ਕੇ ਜੀ ਜੋ ਸਭਸੈ ਕਾ ਜਾਣੋਈ ॥੫॥੧॥ ଜନୂ ନାନକୁ ଗୁଣ ଗାବୈ କରତେ କେ ଜୀ ଜୋ ସଭସଇ କା ଜାଣୋଇ॥5॥1॥ ହେ ନାନକ! ମୁଁ ସେହି ସ୍ରଷ୍ଟା ପ୍ରଭୁଙ୍କ ଗୁଣ ଗାନ କରୁଛି, ଯିଏ ସମସ୍ତ ସୃଷ୍ଟିର ସୃଜକ ଅଟେ ଅଥବା ଯିଏ ସମସ୍ତ ଜୀବଙ୍କ ଅନ୍ତର୍ମନକୁ ଜାଣନ୍ତି॥5॥1॥
ਆਸਾ ਮਹਲਾ ੪ ॥ ଆସା ମହଲା 4 ॥ ଆଶା ମହଲା 4 ॥
ਤੂੰ ਕਰਤਾ ਸਚਿਆਰੁ ਮੈਡਾ ਸਾਂਈ ॥ ତୁ କରତା ସଚିଆରୁ ମେଇଡା ସାଇ॥ ହେ ନିରଙ୍କାର! ତୁମେ ହିଁ ରଚୟିତା, ସତ୍ୟସ୍ଵରୂପ ଆଉ ମୋର ମାଲିକ ଅଟ।
ਜੋ ਤਉ ਭਾਵੈ ਸੋਈ ਥੀਸੀ ਜੋ ਤੂੰ ਦੇਹਿ ਸੋਈ ਹਉ ਪਾਈ ॥੧॥ ਰਹਾਉ ॥ ଯ ତଊ ଭାବଇ ସୋଇ ଥିସୀ ଜୋ ତୁ ଦେହି ସୋଇ ହଉ ପାଇ॥1॥ରହାଉ॥ ଯାହା ତୁମକୁ ଭଲ ଲାଗେ ତାହା ହୁଏ, ଯାହା ତୁମେ ଦିଅ ତାହା ମୁଁ ପ୍ରାପ୍ତ କରେ। ॥1॥ରୁହ॥
ਸਭ ਤੇਰੀ ਤੂੰ ਸਭਨੀ ਧਿਆਇਆ ॥ ସଭ ତେରୀ ତୁ ସଭନୀ ଧିଆଇଆ॥ ସଂପୂର୍ଣ୍ଣ ସୃଷ୍ଟି ତୁମ ଦ୍ଵାରା ସୃଷ୍ଟ ହୋଇଛି, ତୁମକୁ ସବୁ ଜୀବ ସ୍ମରଣ କରିଛନ୍ତି
ਜਿਸ ਨੋ ਕ੍ਰਿਪਾ ਕਰਹਿ ਤਿਨਿ ਨਾਮ ਰਤਨੁ ਪਾਇਆ ॥ ଜିସ ନୋ କ୍ରିପା କରହି ତିନି ନାମ ରତନୁ ପାଇଆ। କିନ୍ତୁ ଯାହା ଉପରେ ତୁମର ଦୟା ହୁଏ, ସିଏ ହିଁ ତୁମର ନାମ ରୂପୀ ରତ୍ନ-ପ୍ଦାରହ ପ୍ରାପ୍ତ କରିଛି।
ਗੁਰਮੁਖਿ ਲਾਧਾ ਮਨਮੁਖਿ ਗਵਾਇਆ ॥ ଗୁରମୁଖୀ ଲାଧା ମନମୁଖୀ ଗବାଇଆ॥ ଏହି ନାମ-ରତ୍ନ ଶ୍ରେଷ୍ଠ ସାଧକ ପାଇଥାଏ ଆଉ ସ୍ଵେଛାଚାରୀ ମନୁଷ୍ୟ ଏହାକୁ ହରାଇ ବସେ।
ਤੁਧੁ ਆਪਿ ਵਿਛੋੜਿਆ ਆਪਿ ਮਿਲਾਇਆ ॥੧॥ ତୁଧୁ ଆପୀ ବିଛୋଡିଆ ଆପୀ ମିଲାଇଆ॥1॥ ତୁମେ ସ୍ଵୟଂ ହିଁ ବିଚ୍ଛିନ୍ନ କର ଆଉ ସ୍ଵୟଂ ହିଁ ସମ୍ମିଳିତ କର। ॥1॥
ਤੂੰ ਦਰੀਆਉ ਸਭ ਤੁਝ ਹੀ ਮਾਹਿ ॥ ତୁ ଦରୀଆଉ ସଭ ତୁଜ ହୀ ମାହି॥ ହେ ପରମେଶ୍ଵର! ତୁମେ ନଦୀ ଅଟ, ସବୁ ପ୍ରପଞ୍ଚ ତୁମ ଠାରେ ହିଁ ତରଂଗ ରୂପ ଅଟେ।
ਤੁਝ ਬਿਨੁ ਦੂਜਾ ਕੋਈ ਨਾਹਿ ॥ ତୁଝ ବିନୁ ଦୂଜା କୋଇ ନାହି॥ ତୁମ ଅତିରିକ୍ତ ଅନ୍ୟ କେହି ନାହାନ୍ତି।
ਜੀਅ ਜੰਤ ਸਭਿ ਤੇਰਾ ਖੇਲੁ ॥ ଜୀଅ ଜନ୍ତ ସଭି ତେରା ଖେଳୁ। ସୃଷ୍ଟିର ସବୁ ଛୋଟ-ବଡ ଜୀବ ତୁମର ହିଁ କୌତୁକ ଅଟେ।
ਵਿਜੋਗਿ ਮਿਲਿ ਵਿਛੁੜਿਆ ਸੰਜੋਗੀ ਮੇਲੁ ॥੨॥ ବିଯୋଗୀ ମିଳି ବିଛୁଡିଆ ସଂଯୋଗୀ ମେଳୁ॥2॥ ବିଯୋଗୀ କର୍ମ କାରଣରୁ ଯିଏ ତୁମ ଠାରେ ଲୀନ ଥିଲା, ସେ ଅଲଗା ହୋଇଗଲା ଆଉ ସଂଯୋଗ କାରଣରୁ ତୁମ ସହିତ ମିଶିଗଲା; ଅର୍ଥାତ ତୁମର କୃପାରୁ ଯାହାକୁ ସତସଙ୍ଗତି ପ୍ରାପ୍ତ ହୋଇନାହିଁ ସେ ତୁମ ଠାରୁ ଅଲଗା ହୋଇଛି ଆଉ ଯାହାକୁ ସନ୍ଥଙ୍କ ସଙ୍ଗ ମିଳିଗଲା ତାହାକୁ ତୁମର ଭକ୍ତି ମିଳିଯାଇଛି। ॥2॥
ਜਿਸ ਨੋ ਤੂ ਜਾਣਾਇਹਿ ਸੋਈ ਜਨੁ ਜਾਣੈ ॥ ଜିସ ନୋ ତୁ ଜାଣାଇହି ସୋଇ ଜନୂ ଜାଣଇ॥ ହେ ପରମାତ୍ମା! ଯାହାକୁ ତୁମେ ଗୁରୁ ଦ୍ଵାରା ଜ୍ଞାନ ପ୍ରଦାନ କରୁଅଛ ସେ ଏହି ବିଧିକୁ ଜାଣିପାରିବ। ପୁଣି ସେ ସର୍ବଦା ତୁମ ଗୁଣର ବ୍ୟାଖ୍ୟା କରେ।
ਹਰਿ ਗੁਣ ਸਦ ਹੀ ਆਖਿ ਵਖਾਣੈ ॥ ହରି ଗୁଣ ସଦ ହୀ ଆଖି ବଖାଣଇ॥ ପୁଣି ସେ ସର୍ବଦା ତୁମ ଗୁଣର ବ୍ୟାଖ୍ୟା କରେ।
ਜਿਨਿ ਹਰਿ ਸੇਵਿਆ ਤਿਨਿ ਸੁਖੁ ਪਾਇਆ ॥ ଜିନି ହରି ସେବିଆ ତିନି ସୁଖୁ ପାଇଆ॥ ଯିଏ ସେହି ଅକାଳ-ପୁରୁଷଙ୍କୁ ସ୍ମରଣ କରେ, ତାହାକୁ ଆତ୍ମିକ ସୁଖ ପ୍ରାପ୍ତି ହୋଇଛି।
ਸਹਜੇ ਹੀ ਹਰਿ ਨਾਮਿ ਸਮਾਇਆ ॥੩॥ ସହଜେ ହୀ ହରି ନାମୀ ସମାଇଆ॥3॥ ପୁଣି ସେ ପରମ ପୁରୁଷ ସହଜରେ ପ୍ରଭୁ ନାମରେ ସମାହିତ ହୋଇଯାଏ। ॥3॥


© 2025 SGGS ONLINE
error: Content is protected !!
Scroll to Top