Page 10
                    ਜਿਨਿ ਦਿਨੁ ਕਰਿ ਕੈ ਕੀਤੀ ਰਾਤਿ ॥
                   
                    
                                          
                        ଯିଏ ଦିନ ସୃଷ୍ଟି କରି ପୁଣି ରାତି ସୃଷ୍ଟି କରିଛନ୍ତି।
                                            
                    
                    
                
                                   
                    ਖਸਮੁ ਵਿਸਾਰਹਿ ਤੇ ਕਮਜਾਤਿ ॥
                   
                    
                                          
                        ଏପରି ପରମେଶ୍ଵରଙ୍କୁ ଯିଏ ବିସ୍ମୃତ କରି ଦିଏ ସିଏ ନୀଚ ଅଟେ। 
                                            
                    
                    
                
                                   
                    ਨਾਨਕ ਨਾਵੈ ਬਾਝੁ ਸਨਾਤਿ ॥੪॥੩॥
                   
                    
                                          
                        ଗୁରୁ ନାନକ ଜୀ କହନ୍ତି ଯେ ପରମାତ୍ମାଙ୍କ ନାମ ସ୍ମରଣ ବିନା ମନୁଷ୍ୟ ସଂକୀର୍ଣ୍ଣ ଜାତିର ହୋଇଥାଏ ॥4॥3॥
                                            
                    
                    
                
                                   
                    ਰਾਗੁ ਗੂਜਰੀ ਮਹਲਾ ੪ ॥
                   
                    
                                          
                        ରାଗ ଗୁଜରି ମହଲା 4॥
                                            
                    
                    
                
                                   
                    ਹਰਿ ਕੇ ਜਨ ਸਤਿਗੁਰ ਸਤ ਪੁਰਖਾ ਹਉ ਬਿਨਉ ਕਰਉ ਗੁਰ ਪਾਸਿ ॥
                   
                    
                                          
                        ହେ ପରମାତ୍ମା ସ୍ୱରୂପ, ସଦଗୁରୁ, ସତୀ ପୁରୁଷ ଜୀ! ଆପଣଙ୍କୁ ମୋର ବିନତି ଏହା ଯେ 
                                            
                    
                    
                
                                   
                    ਹਮ ਕੀਰੇ ਕਿਰਮ ਸਤਿਗੁਰ ਸਰਣਾਈ ਕਰਿ ਦਇਆ ਨਾਮੁ ਪਰਗਾਸਿ ॥੧॥
                   
                    
                                          
                        ମୁଁ ଅତି ସୂକ୍ଷ୍ମ କୁର୍ମି ସମାନ ଜୀବ ଅଟେ, ହେ ସଦଗୁରୁ ଜୀ! ମୁଁ ଆପଣଙ୍କ ଶରଣରେ ଉପସ୍ଥିତ ଅଟେ, କୃପା କରି ମୋର ଅନ୍ତଃ କରଣରେ ପ୍ରଭୁ ନାମର ପ୍ରକାଶ କରିଦିଅ॥1॥
                                            
                    
                    
                
                                   
                    ਮੇਰੇ ਮੀਤ ਗੁਰਦੇਵ ਮੋ ਕਉ ਰਾਮ ਨਾਮੁ ਪਰਗਾਸਿ ॥
                   
                    
                                          
                        ହେ ମୋର ମିତ୍ର ଗୁରୁଦେବ! ମୋତେ ରାମ ନାମର ପ୍ରକାଶ ପ୍ରଦାନ କର।
                                            
                    
                    
                
                                   
                    ਗੁਰਮਤਿ ਨਾਮੁ ਮੇਰਾ ਪ੍ਰਾਨ ਸਖਾਈ ਹਰਿ ਕੀਰਤਿ ਹਮਰੀ ਰਹਰਾਸਿ ॥੧॥ ਰਹਾਉ ॥
                   
                    
                                          
                        ଗୁରୁ ଉପଦେଶ ଅନୁସାରେ ଯିଏ ପରମାତ୍ମାଙ୍କ ନାମ ସ୍ମରଣ କରେ ସେ ମୋର ପ୍ରାଣର ସହାୟକ ଅଟେ, ପରମେଶ୍ଵରଙ୍କ ମହିମା କଥନ କରିବା ହିଁ ମୋର ରୀତି ଅଟେ। ॥1॥ରୁହ॥
                                            
                    
                    
                
                                   
                    ਹਰਿ ਜਨ ਕੇ ਵਡਭਾਗ ਵਡੇਰੇ ਜਿਨ ਹਰਿ ਹਰਿ ਸਰਧਾ ਹਰਿ ਪਿਆਸ ॥
                   
                    
                                          
                        ହେ ସଦଗୁରୁ ଜୀ! ଆପଣଙ୍କ କୃପାରୁ ମୁଁ ଜାଣେ ଯେ ଯାହାର ପ୍ରଭୁ ନାମରେ ନିଷ୍ଠା ଅଛି, ଆଉ ତାହାକୁ ଜପିବାର ତୃଷ୍ଣା ଅଛି ସେହି ହରି- ଭକ୍ତଙ୍କ ସୌଭାଗ୍ୟ ଅଛି।
                                            
                    
                    
                
                                   
                    ਹਰਿ ਹਰਿ ਨਾਮੁ ਮਿਲੈ ਤ੍ਰਿਪਤਾਸਹਿ ਮਿਲਿ ਸੰਗਤਿ ਗੁਣ ਪਰਗਾਸਿ ॥੨॥
                   
                    
                                          
                        କାରଣ ସେହି ହରିଙ୍କ ହରି-ନାମ ପ୍ରାପ୍ତ ହେଲେ ହିଁ ତାଙ୍କରି ଭକ୍ତଙ୍କୁ ସନ୍ତୁଷ୍ଟି ପ୍ରାପ୍ତ ହୋଇଥାଏ ତଥା ସନ୍ଥଙ୍କ ସଙ୍ଗତ ମିଳିବା ଦ୍ଵାରା ତାଙ୍କରି ହୃଦୟରେ ହରିଙ୍କ ଗୁଣର ଜ୍ଞାନ ରୂପୀ ପ୍ରକାଶ ଥାଏ। ॥2॥
                                            
                    
                    
                
                                   
                    ਜਿਨ੍ਹ੍ ਹਰਿ ਹਰਿ ਹਰਿ ਰਸੁ ਨਾਮੁ ਨ ਪਾਇਆ ਤੇ ਭਾਗਹੀਣ ਜਮ ਪਾਸਿ ॥
                   
                    
                                          
                        ଯିଏ ହରିଙ୍କ ହରି ହରି ନାମ ରସ ଚାଖି ନାହିଁ, ଅର୍ଥାତ ଯେଉଁ ପ୍ରାଣୀ ଈଶ୍ବରଙ୍କ ନାମରେ ଲୀନ ହୁଏ ନାହିଁ, ସେ ଭାଗ୍ୟହୀନ ଯମର ଭୟରେ ଛନ୍ଦି ହୋଇଯାଏ।
                                            
                    
                    
                
                                   
                    ਜੋ ਸਤਿਗੁਰ ਸਰਣਿ ਸੰਗਤਿ ਨਹੀ ਆਏ ਧ੍ਰਿਗੁ ਜੀਵੇ ਧ੍ਰਿਗੁ ਜੀਵਾਸਿ ॥੩॥
                   
                    
                                          
                        ଯିଏ ସଦଗୁରୁଙ୍କ ଶରଣ ଆସି ସତ୍ ସଂଗତି ପ୍ରାପ୍ତ କରେ ନାହିଁ ସେହି ବିମୁଖ ବ୍ୟକ୍ତିର ଜୀବନକୁ ଧିକ୍କାର ଅଟେ, ଆଉ ଭବିଷ୍ୟତରେ ତାହାର ବଞ୍ଚିବା ପାଇଁ ମଧ୍ୟ ଧିକ୍କାର ଅଟେ।
                                            
                    
                    
                
                                   
                    ਜਿਨ ਹਰਿ ਜਨ ਸਤਿਗੁਰ ਸੰਗਤਿ ਪਾਈ ਤਿਨ ਧੁਰਿ ਮਸਤਕਿ ਲਿਖਿਆ ਲਿਖਾਸਿ ॥
                   
                    
                                          
                        ଯେଉଁ ହରି ଭକ୍ତ ସଦଗୁରୁଙ୍କ ସଙ୍ଗତି ପ୍ରାପ୍ତ କରିଛି, ତାହାର କପାଳରେ ଅକାଳ-ପୁରୁଷ ପୂର୍ବରୁ ଶୁଭ ଲେଖିଛନ୍ତି।
                                            
                    
                    
                
                                   
                    ਧੰਨੁ ਧੰਨੁ ਸਤਸੰਗਤਿ ਜਿਤੁ ਹਰਿ ਰਸੁ ਪਾਇਆ ਮਿਲਿ ਜਨ ਨਾਨਕ ਨਾਮੁ ਪਰਗਾਸਿ ॥੪॥੧॥
                   
                    
                                          
                        ସଦଗୁରୁଙ୍କ ବିନତି ଯେ ହେ ନିରଙ୍କାର! ଧନ୍ୟ ସେହି ସତସଙ୍ଗତି, ଯେଉଁଥିରେ ହରି-ରସ ପ୍ରାପ୍ତ ହୋଇଥାଏ ଆଉ ପ୍ରଭୁ ଭକ୍ତଙ୍କୁ ତାହାଙ୍କ ନାମର ଜ୍ଞାନ-ପ୍ରକାଶ ମିଳିଯାଏ। ଏଥିପାଇଁ ହେ ସଦଗୁରୁ ଜୀ! ମୋତେ ଅକାଳ-ପୁରୁଷଙ୍କ ନାମର ଆଶୀର୍ବାଦ ଦିଅ॥4॥4॥4॥
                                            
                    
                    
                
                                   
                    ਰਾਗੁ ਗੂਜਰੀ ਮਹਲਾ ੫ ॥
                   
                    
                                          
                        ରାଗ ଗୁଜରି ମହଲା 5 ॥
                                            
                    
                    
                
                                   
                    ਕਾਹੇ ਰੇ ਮਨ ਚਿਤਵਹਿ ਉਦਮੁ ਜਾ ਆਹਰਿ ਹਰਿ ਜੀਉ ਪਰਿਆ ॥
                   
                    
                                          
                        ହେ ମନ! ତୁ କାହା ପାଇଁ ଭାବୁଛୁ, ଯେତେବେଳେ ସମସ୍ତ ସୃଷ୍ଟି ପାଳନର ଉଦ୍ୟମ ସ୍ଵୟଂ ଅକାଳ-ପୁରୁଷ କରୁଛନ୍ତି।
                                            
                    
                    
                
                                   
                    ਸੈਲ ਪਥਰ ਮਹਿ ਜੰਤ ਉਪਾਏ ਤਾ ਕਾ ਰਿਜਕੁ ਆਗੈ ਕਰਿ ਧਰਿਆ ॥੧॥
                   
                    
                                          
                        ଚଟାଣ ଓ ପଥରରେ ଯେଉଁ ଜୀବକୁ ନିରଙ୍କାର ଜନ୍ମ କରିଛନ୍ତି, ତାଙ୍କର ଭୋଜନ ମଧ୍ୟ ସେ ପୂର୍ବରୁ ହିଁ ତିଆରି କରି ରଖିଛନ୍ତି। ॥1॥
                                            
                    
                    
                
                                   
                    ਮੇਰੇ ਮਾਧਉ ਜੀ ਸਤਸੰਗਤਿ ਮਿਲੇ ਸੁ ਤਰਿਆ ॥
                   
                    
                                          
                        ହେ ନିରଙ୍କାର! ଯିଏ ମଧ୍ୟ ସନ୍ଥଙ୍କ ସଙ୍ଗତିରେ ଯାଇ ବସେ ସେ ଭାବ-ସାଗରରୁ ପାର ହୋଇଯାଇଛି।
                                            
                    
                    
                
                                   
                    ਗੁਰ ਪਰਸਾਦਿ ਪਰਮ ਪਦੁ ਪਾਇਆ ਸੂਕੇ ਕਾਸਟ ਹਰਿਆ ॥੧॥ ਰਹਾਉ ॥
                   
                    
                                          
                        ସେ ଗୁରୁଙ୍କ କୃପାରୁ ପରମ ପଦ (ମୋକ୍ଷ) ପ୍ରାପ୍ତ କରିଛି ଆଉ ତାଙ୍କରି ହୃଦୟ ଏପରି ହୋଇଯାଏ ଯେପରି କୌଣସି ଶୁଖିଲା କାଠ ସବୁଜ ହୁଏ। ॥1॥ରୁହ॥  
                                            
                    
                    
                
                                   
                    ਜਨਨਿ ਪਿਤਾ ਲੋਕ ਸੁਤ ਬਨਿਤਾ ਕੋਇ ਨ ਕਿਸ ਕੀ ਧਰਿਆ ॥
                   
                    
                                          
                        ଜୀବନରେ ମାତା, ପିତା, ପୁତ୍ର, ପତ୍ନୀ ଓ ଅନ୍ୟ ସମ୍ବନ୍ଧୀୟ ମଧ୍ୟରୁ କେହି ମଧ୍ୟ କୌଣସି ଜାଗାରେ ଆଶ୍ରୟ ହୁଅନ୍ତି ନାହିଁ।
                                            
                    
                    
                
                                   
                    ਸਿਰਿ ਸਿਰਿ ਰਿਜਕੁ ਸੰਬਾਹੇ ਠਾਕੁਰੁ ਕਾਹੇ ਮਨ ਭਉ ਕਰਿਆ ॥੨॥
                   
                    
                                          
                        ପ୍ରତ୍ୟେକ ଜୀବକୁ ସୃଷ୍ଟିରେ ଜନ୍ମ କରି ନିରଙ୍କାର ସ୍ଵୟଂ ଭୋଗ ପଦାର୍ଥ ପହଞ୍ଚାନ୍ତି, ପୁଣି ହେ ମନ! ତୁ ଭୟ କାହିଁକି କରୁଛୁ? ॥2॥
                                            
                    
                    
                
                                   
                    ਊਡੈ ਊਡਿ ਆਵੈ ਸੈ ਕੋਸਾ ਤਿਸੁ ਪਾਛੈ ਬਚਰੇ ਛਰਿਆ ॥
                   
                    
                                          
                        ପକ୍ଷୀ ସମୂହ ଉଡି କରି ଏକ ଶହ ଶହ ମାଇଲ ଚାଲି ଯାଆନ୍ତି ଆଉ ନିଜ ଛୁଆକୁ ସେମାନେ ପଛରେ ଛାଡି ଯାଆନ୍ତି।
                                            
                    
                    
                
                                   
                    ਤਿਨ ਕਵਨੁ ਖਲਾਵੈ ਕਵਨੁ ਚੁਗਾਵੈ ਮਨ ਮਹਿ ਸਿਮਰਨੁ ਕਰਿਆ ॥੩॥
                   
                    
                                          
                        ତାଙ୍କ ପଛରେ କିଏ ଖାଦ୍ୟ ଖୁଆଉଛି, କିଏ ଖେଳାଉଛି, ଅର୍ଥାତ ତାଙ୍କର ପୋଷଣ ମାତା ବିନା କିଏ କରୁଛି ( ଉତ୍ତର ହେଉଛି) ତାଙ୍କରି ମାତାର ହୃଦୟରେ ନିଜ ଛୁଆର ସ୍ମରଣ ହୋଇଥାଏ, ତାହା ସେମାନଙ୍କ ପୋଷଣର ସାଧନ ହୋଇଯାଏ।
                                            
                    
                    
                
                                   
                    ਸਭ ਨਿਧਾਨ ਦਸ ਅਸਟ ਸਿਧਾਨ ਠਾਕੁਰ ਕਰ ਤਲ ਧਰਿਆ ॥
                   
                    
                                          
                        ସମସ୍ତ ନଅ ନିଧି, ଅଠର ସିଦ୍ଧି ନିରଙ୍କାର ନିଜ ହାତ ପାଖରେ ରଖିଛନ୍ତି।
                                            
                    
                    
                
                                   
                    ਜਨ ਨਾਨਕ ਬਲਿ ਬਲਿ ਸਦ ਬਲਿ ਜਾਈਐ ਤੇਰਾ ਅੰਤੁ ਨ ਪਾਰਾਵਰਿਆ ॥੪॥੧॥
                   
                    
                                          
                        ହେ ନାନକ! ଏପରି ଅକାଳ-ପୁରୁଷ ପାଖରେ ମୁଁ ସଦା ସମର୍ପିତ, ଅସୀମ ନିରଙ୍କାରଙ୍କ କୌଣସି ପାରାବାର ଓ ଅନ୍ତ ନାହିଁ। ॥4॥5॥
                                            
                    
                    
                
                                   
                    ਆਸਾ ਮਹਲਾ ੪ ਸੋ ਪੁਰਖੁ
                   
                    
                                          
                        ରାଗ ଆଶା ମହଲା 4 ସୋ ପୁରଖ
                                            
                    
                    
                
                                   
                    ੴ ਸਤਿਗੁਰ ਪ੍ਰਸਾਦਿ ॥
                   
                    
                                          
                        ଇଶ୍ଵର ଏକ ଅଟନ୍ତି, ଯାହାକୁ ସଦଗୁରୁଙ୍କ କୃପାରୁ ମିଳିପାରେ।
                                            
                    
                    
                
                                   
                    ਸੋ ਪੁਰਖੁ ਨਿਰੰਜਨੁ ਹਰਿ ਪੁਰਖੁ ਨਿਰੰਜਨੁ ਹਰਿ ਅਗਮਾ ਅਗਮ ਅਪਾਰਾ ॥
                   
                    
                                          
                        ସେହି ଅକାଳ-ପୁରୁଷ ସୃଷ୍ଟିର ସମସ୍ତ ଜୀବ ଠାରେ ବ୍ୟାପକ ଅଟନ୍ତି, ପୁଣି ମାୟାତୀତ, ଅଗମ୍ୟ ତଥା ଅନନ୍ତ ଅଟନ୍ତି।
                                            
                    
                    
                
                                   
                    ਸਭਿ ਧਿਆਵਹਿ ਸਭਿ ਧਿਆਵਹਿ ਤੁਧੁ ਜੀ ਹਰਿ ਸਚੇ ਸਿਰਜਣਹਾਰਾ ॥
                   
                    
                                          
                        ହେ ସତ୍ୟସ୍ଵରୂପ ସୃଜନହାର ପରମାତ୍ମା! ତୁମର ଧ୍ୟାନ ଅତୀତରେ ସବୁ କରୁଥିଲେ, ବର୍ତ୍ତମାନ ମଧ୍ୟ କରୁଛନ୍ତି ଆଉ ଭବିଷ୍ୟତରେ ମଧ୍ୟ କରିବେ।
                                            
                    
                    
                
                                   
                    ਸਭਿ ਜੀਅ ਤੁਮਾਰੇ ਜੀ ਤੂੰ ਜੀਆ ਕਾ ਦਾਤਾਰਾ ॥
                   
                    
                                          
                        ସୃଷ୍ଟିର ସମସ୍ତ ଜୀବ ତୁମର ହିଁ ରଚନା ଆଉ ତୁମେ ହିଁ ସ୍ଵୟଂ ଜୀବଙ୍କୁ ପ୍ରତିଭୋଗ ଓ ମୁକ୍ତି ଦାତା ଅଟ।
                                            
                    
                    
                
                                   
                    ਹਰਿ ਧਿਆਵਹੁ ਸੰਤਹੁ ਜੀ ਸਭਿ ਦੂਖ ਵਿਸਾਰਣਹਾਰਾ ॥
                   
                    
                                          
                        ହେ ଭକ୍ତ! ସେହି ନିରଙ୍କାରଙ୍କ ସ୍ମରଣ କର ଯିଏ ସମସ୍ତ ଦୁଃଖ ନାଶ କରି ସୁଖ ପ୍ରଦାନ କରନ୍ତି।
                                            
                    
                    
                
                                   
                    ਹਰਿ ਆਪੇ ਠਾਕੁਰੁ ਹਰਿ ਆਪੇ ਸੇਵਕੁ ਜੀ ਕਿਆ ਨਾਨਕ ਜੰਤ ਵਿਚਾਰਾ ॥੧॥
                   
                    
                                          
                        ନିରଙ୍କାର ସ୍ଵୟଂ ସ୍ଵାମୀ ଓ ସ୍ଵୟଂ ହିଁ ସେବକ ଅଟନ୍ତି, ସୋ ହେ ନାନକ! ମୁଁ ଦିନ ଜୀବର ଯୋଗ୍ୟତା କଣ ଯେ ସେହି ଅକଥନୀୟ ପ୍ରଭୁଙ୍କ ବର୍ଣ୍ଣନା କରିବି? ॥1॥