Page 7
ਆਦੇਸੁ ਤਿਸੈ ਆਦੇਸੁ ॥
ସଞ୍ଜୋଗୁ ବିଯୋଗୁ ଦୁଇ କାର ଚଲାଵହି ଲେଖେ ଆବହି ଭାଗ॥
ନମସ୍କାର, କେବଳ ସେହି ସୁଗୁଣ ସ୍ୱରୂପ ନିରଙ୍କାରଙ୍କୁ ନମସ୍କାର ଅଟେ।
ਆਦਿ ਅਨੀਲੁ ਅਨਾਦਿ ਅਨਾਹਤਿ ਜੁਗੁ ਜੁਗੁ ਏਕੋ ਵੇਸੁ ॥੨੯॥
ଆଦି ଅନିଲୁ ଅନାଦି ଅନାହତି ଜୁଗୁ ଜୁଗୁ ଏକୋ ବେସୁ॥୨୯॥
ଯିଏ ସବୁଙ୍କ ମୂଳ, ରଙ୍ଗ ରହିତ, ପବିତ୍ର ସ୍ୱରୂପ, ଆଦି ରହିତ, ଅନଶ୍ଵର ଓ ଅପରିବର୍ତ୍ତନୀୟ ସ୍ୱରୂପ ଅଟେ ॥29॥
ਏਕਾ ਮਾਈ ਜੁਗਤਿ ਵਿਆਈ ਤਿਨਿ ਚੇਲੇ ਪਰਵਾਣੁ ॥
ଏକା ମାଈ ଜୁଗତି ବିଆଇ ତିନି ଚେଲେ ପରଖାଣୁ॥
ଏକ ବ୍ରହ୍ମର କୌଣସି ରହସ୍ୟମୟ ମିଳନ ଦ୍ଵାରା ମାୟାର ପ୍ରସୂତିରୁ ତିନି ପୁତ୍ର ଜନ୍ମ ହୋଇଛନ୍ତି।
ਇਕੁ ਸੰਸਾਰੀ ਇਕੁ ਭੰਡਾਰੀ ਇਕੁ ਲਾਏ ਦੀਬਾਣੁ ॥
ଇକୁ ସଂସାରୀ ଇକୁ ଭଣ୍ଡାରୀ ଇକୁ ଲାଏ ଦୀବାଣୁ॥
ଏହା ମଧ୍ୟରୁ ଏକ ବ୍ରହ୍ମ ସୃଷ୍ଟି ରଚୟିତା, ଏକ ବିଷ୍ଣୁ ସଂସାରର ପୋଷକ, ଆଉ ଏକ ଶିବ ସଂହାରକ ରୂପରେ ଦରବାର ସଜାଇ ବସିଛନ୍ତି।
ਜਿਵ ਤਿਸੁ ਭਾਵੈ ਤਿਵੈ ਚਲਾਵੈ ਜਿਵ ਹੋਵੈ ਫੁਰਮਾਣੁ ॥
ଜିଵ ତିସୁ ଭାବୈ ତିବଇ ଚଲାବୈ ଜିଵ ହୋଏ ଫୁରମାଣୁ॥
ଅକାଳ-ପୁରୁଷଙ୍କୁ ଯେଭଳି ଭଲ ଲାଗେ ସେ ସେଭଳି ଏହି ତିନି ଜଣଙ୍କୁ ଚଲାଉଛନ୍ତି ଆଉ ତାଙ୍କରି ଆଦେଶ ଯେଉଁ ଭଳି ହେଉଛି ସେହି ଦେବ ସେଭଳି କାର୍ଯ୍ୟ କରୁଛନ୍ତି।
ਓਹੁ ਵੇਖੈ ਓਨਾ ਨਦਰਿ ਨ ਆਵੈ ਬਹੁਤਾ ਏਹੁ ਵਿਡਾਣੁ ॥
ଓହୁ ବେଖୈ ଓନା ନଦୀର ନ ଆୱେ ବହତା ଏହୁ ବିଦାଣୁ॥
ସେହି ଅକାଳ-ପୁରୁଷ ଏହି ତିନି ଜଣଙ୍କୁ ଆଦି ଓ ଅନ୍ତ ସମୟରେ ଦେଖୁଛନ୍ତି କିନ୍ତୁ ତାଙ୍କରି ସେହି ଅଦୃଶ୍ୟ ସ୍ୱରୂପ ନିରଙ୍କାର ନଜର ଆସେ ନାହିଁ, ଏହା ଅତି ଆଶ୍ଚର୍ଯ୍ୟର କଥା।
ਆਦੇਸੁ ਤਿਸੈ ਆਦੇਸੁ ॥
ଆଦେଶୁ ତିସେ ଆଦେଶୁ॥
ନମସ୍କାର, କେବଳ ସେହି ସୁଗୁଣ ସ୍ୱରୂପ ନିରଙ୍କାରଙ୍କୁ ନମସ୍କାର ଅଟେ।
ਆਦਿ ਅਨੀਲੁ ਅਨਾਦਿ ਅਨਾਹਤਿ ਜੁਗੁ ਜੁਗੁ ਏਕੋ ਵੇਸੁ ॥੩੦॥
ଆଦି ଅନିଲୁ ଅନାଦି ଅନାହତି ଜୁଗୁ ଜୁଗୁ ଏକୋ ବେସୁ॥୩୦॥
ଯିଏ ସବୁଙ୍କ ମୂଳ, ରଙ୍ଗ ରହିତ, ପବିତ୍ର ସ୍ୱରୂପ, ଆଦି ରହିତ, ଅନଶ୍ଵର ଓ ଅପରିବର୍ତ୍ତନୀୟ ସ୍ୱରୂପ ଅଟେ ॥30॥
ਆਸਣੁ ਲੋਇ ਲੋਇ ਭੰਡਾਰ ॥
ଆସଣୁ ଲୋଇ ଲୋଇ ଭଣ୍ଡାର॥
ତାଙ୍କରି ଆସନ ପ୍ରତ୍ୟେକ ଲୋକରେ ହିଁ ତଥା ପ୍ରତ୍ୟେକ ଲୋକରେ ହିଁ ତାଙ୍କରି ଭଣ୍ଡାର ଅଛି।
ਜੋ ਕਿਛੁ ਪਾਇਆ ਸੁ ਏਕਾ ਵਾਰ ॥
ଜୋ କେଛୁ ପାଇଆ ସୁ ଏକା ୱାର॥
ସେହି ପରମାତ୍ମା ସବୁ ଭଣ୍ଡାରକୁ ଏକ ଥର ହିଁ ପରିପୂର୍ଣ୍ଣ କରିଦେଇଛନ୍ତି।
ਕਰਿ ਕਰਿ ਵੇਖੈ ਸਿਰਜਣਹਾਰੁ ॥
କରି କରି ବେଖୈ ସିରଜନହାରୁ॥
ସେହି ରଚୟିତା ରଚନା କରି ସୃଷ୍ଟିକୁ ଦେଖୁଛନ୍ତି।
ਨਾਨਕ ਸਚੇ ਕੀ ਸਾਚੀ ਕਾਰ ॥
ନାନକ ସଚେ କୀ ସାଚୀ କାର॥
ହେ ନାନକ! ସେହି ସତ୍ୟ ସ୍ୱରୂପ ନିରଙ୍କାରଙ୍କ ସଂପୂର୍ଣ୍ଣ ରଚନା ମଧ୍ୟ ସତ୍ୟ ଅଟେ।
ਆਦੇਸੁ ਤਿਸੈ ਆਦੇਸੁ ॥
ଆଦେଶୁ ତିସେ ଆଦେଶୁ॥
ନମସ୍କାର, କେବଳ ସେହି ସୁଗୁଣ ସ୍ୱରୂପ ନିରଙ୍କାରଙ୍କୁ ନମସ୍କାର ଅଟେ।
ਆਦਿ ਅਨੀਲੁ ਅਨਾਦਿ ਅਨਾਹਤਿ ਜੁਗੁ ਜੁਗੁ ਏਕੋ ਵੇਸੁ ॥੩੧॥
ଆଦି ଅନିଲୁ ଅନାଦି ଅନାହତି ଜୁଗୁ ଜୁଗୁ ଏକୋ ବେସୁ॥୩୧॥
ଯିଏ ସବୁଙ୍କ ମୂଳ, ରଙ୍ଗ ରହିତ, ପବିତ୍ର ସ୍ୱରୂପ, ଆଦି ରହିତ, ଅନଶ୍ଵର ଓ ଅପରିବର୍ତ୍ତନୀୟ ସ୍ୱରୂପ ଅଟେ ॥31॥
ਇਕ ਦੂ ਜੀਭੌ ਲਖ ਹੋਹਿ ਲਖ ਹੋਵਹਿ ਲਖ ਵੀਸ ॥
ଇକ ଦୂ ଜିଭଇ ଲଖ ହୋହି ଲଖ ହୋଵହି ଲଖ ବୀସ॥
ଗୋଟିଏ ଜିହ୍ଵାରୁ ଲକ୍ଷେ ଜିହ୍ଵା ହୋଇଯାଏ, ପୁଣି ଲକ୍ଷେରୁ କୋଡିଏ ଲକ୍ଷ ହୋଇଯାଏ।
ਲਖੁ ਲਖੁ ਗੇੜਾ ਆਖੀਅਹਿ ਏਕੁ ਨਾਮੁ ਜਗਦੀਸ ॥
ଲଖୁ ଲଖୁ ଗେଡା ଆଖୀ ଆହି ଏକୁ ନାମୁ ଜଗଦୀଶ॥
ପୁଣି ଗୋଟିଏ ଗୋଟିଏ ଜିହ୍ଵାରୁ ଲକ୍ଷେ ଲକ୍ଷେ ଥର ସେହି ଜଗଦୀଶ୍ଵରଙ୍କ ନାମ ଉଚ୍ଚାରଣ କର, ଅର୍ଥାତ ସେହି ପ୍ରଭୁଙ୍କ ନାମ ସ୍ମରଣ କରାଯାଏ।
ਏਤੁ ਰਾਹਿ ਪਤਿ ਪਵੜੀਆ ਚੜੀਐ ਹੋਇ ਇਕੀਸ ॥
ଏନୁ ରାହି ପତି ପବଡିଆ ଚଡୀଏ ହୋଇ ଇକିସ॥
ଏହି ମାର୍ଗରେ ପଟି-ପରମେଶ୍ଵରଙ୍କୁ ମିଲନ ହେତୁ ହୋଇଥିବା ନାମ-ରୂପୀ ସିଡି ଉପରେ ଚଢି ସେହି ଅଦ୍ଵିତୀୟ ପ୍ରଭୁଙ୍କ ସହିତ ମିଳନ ହୋଇପାରେ।
ਸੁਣਿ ਗਲਾ ਆਕਾਸ ਕੀ ਕੀਟਾ ਆਈ ਰੀਸ ॥
ଶୁଣି ଗଲା ଆକାଶ କୀ କୋଟା ଆଇ ରୀସ॥
ଏପରି ତ ବ୍ରହ୍ମ ଜ୍ଞାନୀଙ୍କ ବଡ ବଡ କଥା ଶୁଣି ନିକୃଷ୍ଟ ଜୀବ ମଧ୍ୟ ଦେହାଭିମାନରେ ଅନୁକରଣ କରିବା ଇଚ୍ଛା ରଖନ୍ତି।
ਨਾਨਕ ਨਦਰੀ ਪਾਈਐ ਕੂੜੀ ਕੂੜੈ ਠੀਸ ॥੩੨॥
ନାନକ ନଦରୀ ପାଇଏ କୁଡି କୁଡଇ ଠୀସ॥୩୨॥
ପରନ୍ତୁ ଗୁରୁ ନାନକ କହନ୍ତି ଯେ ସେହି ପରମାତ୍ମାଙ୍କ ପ୍ରାପ୍ତି ତ ତାଙ୍କରି କୃପାରୁ ହିଁ ହୋଇଥାଏ, ବରଂ ଏହା ତ ମିଥ୍ୟା ଲୋକଙ୍କ ମିଥ୍ୟା କଥା ଅଟେ। ॥32॥
ਆਖਣਿ ਜੋਰੁ ਚੁਪੈ ਨਹ ਜੋਰੁ ॥
ଆଖଣି ଜୋରୁ ଚୁପଇ ନହ ଜୋରୁ॥
ଅକାଳ-ପୁରୁଷଙ୍କ କୃପା ଦୃଷ୍ଟି ବିନା ଏହି ଜୀବରେ କିଛି କହିବା ପାଇଁ କିମ୍ବା ଚୁପ ରହିବା ପାଇଁ ଶକ୍ତି ନାହିଁ।
ਜੋਰੁ ਨ ਮੰਗਣਿ ਦੇਣਿ ਨ ਜੋਰੁ ॥
ଜୋରୁ ନ ମଙ୍ଗଣୀ ଦେଣି ନ ଜୋରୁ॥
ମାଗିବା ପାଇଁ ଶକ୍ତି ମଧ୍ୟ ତାଙ୍କ ପାଖରେ ନାହିଁ ଆଉ ନା ହିଁ ଦେବାର ସାମର୍ଥ୍ୟ ଅଛି।
ਜੋਰੁ ਨ ਜੀਵਣਿ ਮਰਣਿ ਨਹ ਜੋਰੁ ॥
ଜୋରୁ ନ ଜୀବଣୀ ମରଣୀ ନହ ଜୋରୁ॥
ଯଦି ଜୀବ ଚାହେଁ ଯେ ମୁଁ ଜୀବିତ ରହିବି ତାହାହେଲେ ମଧ୍ୟ ଏଥିରେ ବଳ ନାହିଁ, କାରଣ ମରିବା ,ମଧ୍ୟ ତାହାର ବଶରେ ନାହିଁ।
ਜੋਰੁ ਨ ਰਾਜਿ ਮਾਲਿ ਮਨਿ ਸੋਰੁ ॥
ଜୋରୁ ନ ରାଜି ମାଲି ମନି ସୋରୁ॥
ଧନ, ସମ୍ପତି ଓ ବୈଭବ ପ୍ରାପ୍ତ କରିବା ପାଇଁ ମଧ୍ୟ ସେହି ଜୀବର ବଳ ନାହିଁ, ଯେଉଁଥି ପାଇଁ ମନରେ ଯେଉଁ ଅହଂ ଆସିଥାଏ।
ਜੋਰੁ ਨ ਸੁਰਤੀ ਗਿਆਨਿ ਵੀਚਾਰਿ ॥
ଜୋରୁ ନ ସୁରତୀ ଗିଆନି ବିଚାରୀ॥
ଶ୍ରୁତି ବେଦ ଜ୍ଞାନର ବିଚାର କରିବା ବଳ ମଧ୍ୟ ଏଥିରେ ନାହିଁ।
ਜੋਰੁ ਨ ਜੁਗਤੀ ਛੁਟੈ ਸੰਸਾਰੁ ॥
ଜୋରୁ ନ ଜୁଗତି ଛୁଟଇ ସଂସାରୁ॥
ସଂସାରରୁ ମୁକ୍ତ ହେବା ପାଇଁ ଷଡ-ଶାସ୍ତ୍ରରେ ଦିଆଯାଇଥିବା ଯୁକ୍ତି ଧାରଣ କରିବା ଶକ୍ତି ମଧ୍ୟ ଏଥିରେ ନାହିଁ।
ਜਿਸੁ ਹਥਿ ਜੋਰੁ ਕਰਿ ਵੇਖੈ ਸੋਇ ॥
ଜିସୁ ହଥି ଜୋରୁ କରି ବେଖୈ ସୋଇ॥
ଯେଉଁ ଅକାଳ-ପୁରୁଷଙ୍କ ହାତରେ ଶକ୍ତି ଅଛି ସେ ରଚନା କରି ଦେଖୁଛନ୍ତି।
ਨਾਨਕ ਉਤਮੁ ਨੀਚੁ ਨ ਕੋਇ ॥੩੩॥
ନାନକ ଉତମୁ ନୀଚୁ ନ କୋଇ॥୩୩॥
ଗୁରୁ ନାନକ କହନ୍ତି ଯେ କିଏ ଉଚ୍ଚ ଓ ନୀଚ ରହେ ନାହିଁ, କର୍ମ ଅନୁସାରେ ଏପରି ହୋଇଥାଏ। ॥33॥
ਰਾਤੀ ਰੁਤੀ ਥਿਤੀ ਵਾਰ ॥
ରାତି ରୁତି ଥିତି ୱାର॥
ରାତ୍ରି, ଋତୁ, ତିଥି, ସପ୍ତାହ, ବାର,
ਪਵਣ ਪਾਣੀ ਅਗਨੀ ਪਾਤਾਲ ॥
ପବଣ ପାଣି ଅଗନି ପାତାଳ॥
ବାୟୁ, ଜଳ, ଅଗ୍ନି, ଓ ପାତାଳ ଆଦି ପ୍ରପଞ୍ଚ।
ਤਿਸੁ ਵਿਚਿ ਧਰਤੀ ਥਾਪਿ ਰਖੀ ਧਰਮ ਸਾਲ ॥
ତିସୁ ବିଚି ଧରତୀ ଥାପି ରଖି ଧରମ ସାଲ॥
ସ୍ରଷ୍ଟା ପ୍ରଭୁ ଏଥିରେ ପୃଥିବୀ ରୂପୀ ଧର୍ମଶାଳା ସ୍ଥାପିତ କରି ରଖିଛନ୍ତି, ଏହାକୁ କର୍ମଭୂମି କହନ୍ତି।
ਤਿਸੁ ਵਿਚਿ ਜੀਅ ਜੁਗਤਿ ਕੇ ਰੰਗ ॥
ତିସୁ ବିଚି ଜୀଅ ଜୁଗତି କେ ରଙ୍ଗ॥
ସେହି ଧର୍ମଶାଳାରେ ନାନା ପ୍ରକାରର ଜୀବ ଅଛନ୍ତି, ଅନେକ ଜାତି, ଅନେକ ବର୍ଣ୍ଣ ଅଛନ୍ତି।
ਤਿਨ ਕੇ ਨਾਮ ਅਨੇਕ ਅਨੰਤ ॥
ତିନ କେ ନାମ ଅନେକ ଅନନ୍ତ॥
ଅନେକ ଅନେକ ପ୍ରକାରର ଅନନ୍ତ ନାମ ଅଛି।
ਕਰਮੀ ਕਰਮੀ ਹੋਇ ਵੀਚਾਰੁ ॥
କରମୀ କରମୀ ହୋଇ ବିଚାରୁ॥
ସଂସାରରେ ବିଚରଣ କରୁଥିବା ଅନେକ ଅନେକ ଜୀବଙ୍କୁ ନିଜ ଶୁଭାଶୁଭ କର୍ମ ଅନୁସାରେ ହିଁ ତାହା ଉପରେ ବିଚାର କରାଯାଏ।
ਸਚਾ ਆਪਿ ਸਚਾ ਦਰਬਾਰੁ ॥
ସଚା ଆପି ସଚା ଦରବାରୁ॥
ବିଚାର କରିବା ବାଲା ସେହି ନିରଙ୍କାର ସ୍ଵୟଂ ମଧ୍ୟ ସତ୍ୟ ଅଟେ ଆଉ ତାଙ୍କରି ଦରବାର ମଧ୍ୟ ସତ୍ୟ ଅଟେ।
ਤਿਥੈ ਸੋਹਨਿ ਪੰਚ ਪਰਵਾਣੁ ॥
ତିଥେଇ ସୋହନି ପଞ୍ଚ ପରବାଣୁ॥
ସେ ତାଙ୍କରି ଦରବାରରେ ଶୋଭାବାନ ହୋଇଥାଏ ଯିଏ ପ୍ରାମାଣିକ ସନ୍ଥ ଅଟେ,
ਨਦਰੀ ਕਰਮਿ ਪਵੈ ਨੀਸਾਣੁ ॥
ନଦରୀ କରମି ପବଇ ନୀଷାଣୁ॥
ଯାହାର କପାଳରେ କୃପାଳୁ ପରମାତ୍ମାଙ୍କ କୃପାର ଚିହ୍ନ ଅଙ୍କିତ ହୋଇଥାଏ।
ਕਚ ਪਕਾਈ ਓਥੈ ਪਾਇ ॥
କଚ ପକାଇ ଓର୍ଥେ ପାଇ॥
ପ୍ରଭୁଙ୍କ ଦରବାରରେ କଚ୍ଚା-ପକ୍କା ହେବାର ପରୀକ୍ଷା ହୁଏ।
ਨਾਨਕ ਗਇਆ ਜਾਪੈ ਜਾਇ ॥੩੪॥
ନାନକ ଗଇଆ ଜାପଇ ଜାଇ॥୩୪॥
ହେ ନାନକ! ଏହି ତଥ୍ୟର ନିର୍ଣ୍ଣୟ ସେଠାକୁ ଯିବା ପରେ ହିଁ ହୁଏ। ॥34॥
ਧਰਮ ਖੰਡ ਕਾ ਏਹੋ ਧਰਮੁ ॥
ଧରମ ଖଣ୍ଡ କା ଏହୋ ଧରମୁ॥
(କର୍ମକାଣ୍ଡରେ) ଧର୍ମଖଣ୍ଡର ଏହି ନିୟମ ଅଟେ; ଯାହା ପୂର୍ବ ପଂକ୍ତିରେ କଥନ କରାଯାଇଛି।
ਗਿਆਨ ਖੰਡ ਕਾ ਆਖਹੁ ਕਰਮੁ ॥
ଗିଆନ ଖଣ୍ଡ କା ଆଖହୁ କରମୁ॥
(ଗୁରୁ ନାନକ ଜୀ) ବର୍ତ୍ତମାନ ଜ୍ଞାନଖଣ୍ଡର ବ୍ୟବହାର ବର୍ଣ୍ଣନା କରୁଛନ୍ତି।
ਕੇਤੇ ਪਵਣ ਪਾਣੀ ਵੈਸੰਤਰ ਕੇਤੇ ਕਾਨ ਮਹੇਸ ॥
କେତେ ପବଣ ପାଣି ବୈଶାନ୍ତର କେତେ କାନ ମହେଶ॥
(ଏହି ସଂସାରରେ) କେତେ ପ୍ରକାର ପବନ, ଜଳ, ଅଗ୍ନି ଅଛନ୍ତି, ଆଉ କେତେ ହିଁ ରୂପ କୃଷ୍ଣ ଓ ରୁଦ୍ର (ଶିବ)ଙ୍କ ଅଛି।
ਕੇਤੇ ਬਰਮੇ ਘਾੜਤਿ ਘੜੀਅਹਿ ਰੂਪ ਰੰਗ ਕੇ ਵੇਸ ॥
କେତେ ବରମେ ଘାଡତି ଘଡିଆହି ରୂପ ରଙ୍ଗ କେ ବେସ॥
କେତେ ହିଁ ବ୍ରହ୍ମା ଏହି ସୃଷ୍ଟିରେ ଅନେକ ଅନେକ ରୂପ ରଙ୍ଗର ବେଶରେ ଜୀବ ଜାତ କରାଉଛନ୍ତି।
ਕੇਤੀਆ ਕਰਮ ਭੂਮੀ ਮੇਰ ਕੇਤੇ ਕੇਤੇ ਧੂ ਉਪਦੇਸ ॥
କେତୀଆ କରମ ଭୂମି ମେର କେତେ ଧୂ ଉପଦେଶ॥
କେତେ ହିଁ କର୍ମଭୂମି, ପର୍ବତ, ଧ୍ରୁବ ଭକ୍ତ ଓ ଅନେକ ଉପଦେଷ୍ଟା ଅଛନ୍ତି।
ਕੇਤੇ ਇੰਦ ਚੰਦ ਸੂਰ ਕੇਤੇ ਕੇਤੇ ਮੰਡਲ ਦੇਸ ॥
କେତେ ଇନ୍ଦ ଚନ୍ଦ ସୂର କେତେ କେତେ ମଣ୍ଡଲ ଦେଶ॥
ଇନ୍ଦ୍ର ଓ ଚନ୍ଦ୍ର ମଧ୍ୟ କେତେ ଅଛନ୍ତି, କେତେ ସୂର୍ଯ୍ୟ, କେତେ ମଣ୍ଡଳ ଓ ମଣ୍ଡଳ ଅନ୍ତର୍ଗତ ଦେଶ ଅଛି।
ਕੇਤੇ ਸਿਧ ਬੁਧ ਨਾਥ ਕੇਤੇ ਕੇਤੇ ਦੇਵੀ ਵੇਸ ॥
କେତେ ସିଧ ବୁଧ ନାଥ କେତେ କେତେ ଦେବୀ ବେଶ॥
କେତେ ସିଦ୍ଧ, ବିଦ୍ଵାନ ଓ ନାଥ ଅଛନ୍ତି, କେତେ ଦେବୀଙ୍କ ସ୍ୱରୂପ ଅଛନ୍ତି।
ਕੇਤੇ ਦੇਵ ਦਾਨਵ ਮੁਨਿ ਕੇਤੇ ਕੇਤੇ ਰਤਨ ਸਮੁੰਦ ॥
କେତେ ଦେବ ଦାନବ ମୁନି କେତେ କେତେ ରତନ ସମୁନ୍ଦ॥
କେତେ ଦେବ, ଦୈତ୍ୟ ଓ ମୁନି ଅଛନ୍ତି ଆଉ ରତ୍ନରେ ଭରପୁର କେତେ ସମୁଦ୍ର ଅଛି।
ਕੇਤੀਆ ਖਾਣੀ ਕੇਤੀਆ ਬਾਣੀ ਕੇਤੇ ਪਾਤ ਨਰਿੰਦ ॥
କେତୀଆ ଖାଣି କେତୀଆ ବାଣୀ କେତେ ପାତ ନରିନ୍ଦ॥
କେତେ ଉତ୍ପତିର ସ୍ରୋତ,କେତେ ବାଣୀ,କେତେ ବାଦଶାହ ଆଉ କେତେ ରାଜା ଅଛନ୍ତି।
ਕੇਤੀਆ ਸੁਰਤੀ ਸੇਵਕ ਕੇਤੇ ਨਾਨਕ ਅੰਤੁ ਨ ਅੰਤੁ ॥੩੫॥
କେତୀଆ ସୁରତୀ ସେବକ କେତେ ନାନକ ଅନ୍ତୁ ନ ଅନ୍ତୁ॥୩୫॥
କେତେ ବେଦ ଶ୍ରୁତି, ଅନେକ ସେବକ ଅଛନ୍ତି, ଗୁରୁ ନାନକ ଜୀ କହନ୍ତି ଯେ ତାଙ୍କରି ରଚନାର କୌଣସି ଅନ୍ତ ନାହିଁ; ଏହି ସବୁର ବୋଧ ଜ୍ଞାନଖଣ୍ଡକୁ ଗଲେ ଜଣାଯାଏ, ଯେଉଁଠି ଜୀବ ଜ୍ଞାନବାନ ହୋଇଯାଏ। ॥35॥
ਗਿਆਨ ਖੰਡ ਮਹਿ ਗਿਆਨੁ ਪਰਚੰਡੁ ॥
ଗିଆନ ଖଣ୍ଡ ମହି ଗିଆନୁ ପରଚନ୍ଦୁ॥
ଜ୍ଞାନଖଣ୍ଡରେ ଯେଉଁ ଜ୍ଞାନ କଥନ କରାଯାଏ ତାହା ପ୍ରବଳ ଅଟେ।
ਤਿਥੈ ਨਾਦ ਬਿਨੋਦ ਕੋਡ ਅਨੰਦੁ ॥
ତିଥେଇ ନାଦ ବିନୋଦ କୋଡ ଅନନ୍ଦୁ॥
ଏହି ଖଣ୍ଡରେ ରାଗମୟୀ, ପ୍ରସନ୍ନତାପୂର୍ଣ୍ଣ ଓ କୌତୁକ ଆନନ୍ଦ ବିଦ୍ୟମାନ ଅଟେ।