Odia Page 8

ਸਰਮ ਖੰਡ ਕੀ ਬਾਣੀ ਰੂਪੁ ॥ਤਿਥੈ ਘਾੜਤਿ ਘੜੀਐ ਬਹੁਤੁ ਅਨੂਪੁ ॥
ଶ୍ରମ ଅବସ୍ଥାର ରଚନାସୁନ୍ଦର ଅଟେ ( ଭାବ- ଏହି ଅବସ୍ଥାକୁ ଆସି ମନ ଦିନକୁ ଦିନ ସୁନ୍ଦର ହେବା ଆରମ୍ଭ ହୁଏ)। ଏହି ଅବସ୍ଥାରେ ନୂଆ ଗଧାନ ଯୋଗୁଁ ମନ ବହୁତ ସୁନ୍ଦର ଗଢା ହୁଏ।

ਤਾ ਕੀਆ ਗਲਾ ਕਥੀਆ ਨਾ ਜਾਹਿ ॥ ਜੇ ਕੋ ਕਹੈ ਪਿਛੈ ਪਛੁਤਾਇ ॥
ଏହି ଅବସ୍ଥାର କଥା ବର୍ଣ୍ଣନା କରାଯାଇପାରିବ ନାହିଁ। ଯଦି କୌଣସି ମନୁଷ୍ୟ ବର୍ଣ୍ଣନା କରେ , ତାହାହେଲେ ପରେ ପଶ୍ଚାତାପ କରେ ( କାରଣ ସେ ବର୍ଣ୍ଣନା କରିବାକୁ ଅସମର୍ଥ ରହେ )

ਤਿਥੈ ਘੜੀਐ ਸੁਰਤਿ ਮਤਿ ਮਨਿ ਬੁਧਿ ॥ਤਿਥੈ ਘੜੀਐ ਸੁਰਾ ਸਿਧਾ ਕੀ ਸੁਧਿ ॥੩੬॥
ଏହି ଶ୍ରମ ଅବସ୍ଥାରେ ମନୁଷ୍ୟର ବିବେକ ଓ ମତି ଗଢା ଯାଏ , ( ଭାବ- ଶ୍ରୁତି ଏବଂ ମତି ଉଚ୍ଚ ହୋଇଯାଏ) ଏବଂ ମନରେ ଜାଗୃତି ଜନ୍ମ ହୁଏ। ଶ୍ରମ ଖଣ୍ଡରେ ଦେବତା ଓ ସାଧୁ ବୁଦ୍ଧି( ମନୁଷ୍ୟ ଭିତରେ) ଜାତ ହୁଏ। ॥36॥

ଛନ୍ଦ 37

ଏହି ଶ୍ଳୋକରେ , ଗୁରୁ ନାନକ ଚତୁର୍ଥ ଚରଣର ବର୍ଣ୍ଣନା କରିଛନ୍ତି , ଯାହାକୁ କରମ ଖଣ୍ଡ ରୂପରେ ଜଣା ଯାଏ – ଦିବ୍ୟ ଅନୁଗ୍ରହର ଚରଣ ଏବଂ ସଚ୍ଚ ଖଣ୍ଡର ଅନ୍ତିମ ଚରଣ ବା ଅନୁଭବ – ଭଗବାନଙ୍କ ସହିତ ମିଳନର ଚରଣ ଅଟେ। କର୍ମ ଖଣ୍ଡ ସର୍ବଶକ୍ତିମାନର କୃପାରେ ସଂପୂର୍ଣ୍ଣ ଭାବରେ ଧନ୍ୟ ହେବାର ଚରଣ ଅଟେ। ଆଧ୍ୟାତ୍ମିକ ରୂପରେ ଆପଣ ଏତେ ଗମ୍ଭୀର ହୋଇଯାନ୍ତି ଯେ ସାଂସାରିକ ଇଚ୍ଛା ଏବଂ ଆସକ୍ତି ଆପଣଙ୍କୁ ପ୍ରଭାବିତ କରେ ନାହିଁ। ସେ ସଂପୂର୍ଣ୍ଣ ରୂପରେ ଭଗବାନଙ୍କ ନାମରେ ଡୁବି ରହେ ଏବଂ ଶାଶ୍ଵତ ଆନନ୍ଦର ଅନୁଭବ କରେ। ସଚ୍ଚ ଖଣ୍ଡ ଅନ୍ତିମ ଚରଣ ଅଟେ ଏବଂ ଏହା ଭଗବାନଙ୍କ ସହିତ ମିଳନର ଚରଣ ଅଟେ। ପ୍ରଚଳିତ ସତ୍ୟରେ , ଭକ୍ତକୁ ଜଣା ପଡେ କି ନିରାକାର ହୃଦୟରେ ସର୍ବଶକ୍ତିମାନ ଅଛନ୍ତି।ଏଠାରେ, ଏକ ବ୍ୟକ୍ତିତ୍ବ ପୁରା ବିଶ୍ବାସର ସହିତ ଜାଣେ ଯେ ପୁରା ବ୍ରହ୍ମାଣ୍ଡ ଈଶ୍ବରଙ୍କ ଆଜ୍ଞା ଅନୁସାରେ କାର୍ଯ୍ୟ କରେ , ଇଶ୍ଵର ସର୍ବବ୍ୟାପୀ ଅଟନ୍ତି, ଏବଂ ସମସ୍ତଙ୍କ ଉପରେ ତାଙ୍କର ଅନୁଗ୍ରହ ପ୍ରାପ୍ତ ହୋଇଛି। ଗୁରୁ ନାନକ କହନ୍ତି କି ଏହି ଅବସ୍ଥା ଏତେଉନ୍ନତ ଯେ ଏହା ବର୍ଣ୍ଣନାର ଉର୍ଦ୍ଧ୍ଵରେ , ଏହାକୁ କେବଳ ଅନୁଭବ କରାଯାଇପାରିବ।

In this stanza, Guru Nanak describes the fourth stage, known as Karam Khand – the stage of Divine Grace and the final stage or experience of Sach Khand – the stage of union with God.Karam Khand is the stage of being completely blessed with the Grace of the Almighty. Spiritually, you become so profound that the worldly desires and attachments do not affect you anymore. One is totally immersed in God’s Name and experiences eternal joy and bliss.Sach khand is the final stage and it is the stage of union with God. In this realm of Truth, the devotee realizes that the formless Almighty is abiding in the heart.Here, a person knows with full belief that the whole Universe is functioning under God’s command, that God is all-pervading and His Grace is being bestowed on everyone. Guru Nanak says that this stage is so elevated that it is beyond description; it can only be experienced

ਕਰਮ ਖੰਡ ਕੀ ਬਾਣੀ ਜੋਰੁ ॥ਤਿਥੈ ਹੋਰੁ ਨ ਕੋਈ ਹੋਰੁ ॥ਤਿਥੈ ਜੋਧ ਮਹਾਬਲ ਸੂਰ ॥ਤਿਨ ਮਹਿ ਰਾਮੁ ਰਹਿਆ ਭਰਪੂਰ ॥
ଆଶୀର୍ବାଦ(ଉପହାର) ଓ କୃପା ଥିବା ଅବସ୍ଥାର ଗଠନ ବଳ ଅଟେ (ଭାବ- ଯେବେ ମନୁଷ୍ୟ ଊପରେ ପ୍ରଭୁଙ୍କ କୃପାର ନଜର ପଡେ, ସେତେବେଳେ ତାର ଭିତରେ ଏପରି ବଳ ଜାତ ହୁଏ ଯେ ବିକାର ତାହା ଉପରେ ନିଜର ପ୍ରଭାବ ପକାଇପାରେ ନାହିଁ।), କାରଣ ଏହି ଅବସ୍ଥାରେ ( ମନୁଷ୍ୟ ଭିତରେ) ପ୍ରଭୁଙ୍କ ବିନା ଆଉ କେହି ଆଦୌ ରହେ ନାହିଁ।ଏହି ଅବସ୍ଥାରେ ଯେଉଁ ମନୁଷ୍ୟ ଯୋଦ୍ଧା , ମହାବଳୀ ଓ ବାହାଦୁର ଅଟନ୍ତି , ତାଙ୍କର ରୁମ ରୁମରେ ପ୍ରଭୁ ବାସ କରନ୍ତି।

ਤਿਥੈ ਸੀਤੋ ਸੀਤਾ ਮਹਿਮਾ ਮਾਹਿ ॥ਤਾ ਕੇ ਰੂਪ ਨ ਕਥਨੇ ਜਾਹਿ ॥
ଏହି (ଆଶୀର୍ବାଦ, ଉପହାର) ଅବସ୍ଥାରେ ପହଞ୍ଚି ମନୁଷ୍ୟର ମନ ସଂପୂର୍ଣ୍ଣ ଭାବେ ପ୍ରଭୁଙ୍କ ବଡିମାରେ ଡୁବି ରହେ ( ତାଙ୍କରି ଶରୀରରେ ସୁନାର ଚମକ ଦେଖାଯାଏ), ତାଙ୍କର ସୁନ୍ଦର ରୂପର ବର୍ଣ୍ଣନା କରାଯାଇପାରିବ ନାହିଁ।

ਨਾ ਓਹਿ ਮਰਹਿ ਨ ਠਾਗੇ ਜਾਹਿ ॥ਜਿਨ ਕੈ ਰਾਮੁ ਵਸੈ ਮਨ ਮਾਹਿ ॥
(ତାଙ୍କରି ମୁଖରେ ଚମକ ଦେଖାଯାଏ)।( ଏହି ଅବସ୍ଥାରେ) ମନରେ ପ୍ରଭୁ ବାସ କରନ୍ତି , ସେ ଆତ୍ମିକ ମୃତ୍ୟୁ ଭୋଗ କରନ୍ତି ନାହିଁ ଏବଂ ମାୟା ତାଙ୍କୁ ପ୍ରଭାବିତ କରିପାରେ ନାହିଁ।

ਤਿਥੈ ਭਗਤ ਵਸਹਿ ਕੇ ਲੋਅ ॥ਕਰਹਿ ਅਨੰਦੁ ਸਚਾ ਮਨਿ ਸੋਇ ॥
ଏହି ଅବସ୍ଥାରେ ଅନେକ ଭୁବନର ଭକ୍ତମାନେ ବାସ କରନ୍ତି, ଯେଉଁମାନେ ସର୍ବଦା ପ୍ରସନ୍ନ ରହନ୍ତି , କାରଣ ସେ ସଚ୍ଚା, ପ୍ରଭୁ ତାଙ୍କର ମନରେ ରହନ୍ତି।

ਸਚ ਖੰਡਿ ਵਸੈ ਨਿਰੰਕਾਰੁ ॥ਕਰਿ ਕਰਿ ਵੇਖੈ ਨਦਰਿ ਨਿਹਾਲ ॥
ସଚ୍ଚା ଖଣ୍ଡରେ ( ଭାବ- ପ୍ରଭୁଙ୍କ ସହିତ ଏକରୂପ ହେବା ଅବସ୍ଥାରେ) ମନୁଷ୍ୟର ଭିତରେ ସେ ପ୍ରଭୁ ସ୍ଵୟଂ ବାସ କରନ୍ତି , ଯିଏ ସୃଷ୍ଟି ରଚନା କରି କରି କୃପାର ନଜରରେ ଏହାକୁ ପାଳନ କରନ୍ତି।

ਤਿਥੈ ਖੰਡ ਮੰਡਲ ਵਰਭੰਡ ॥ ਜੇ ਕੋ ਕਥੈ ਤ ਅੰਤ ਨ ਅੰਤ ॥
ଏହି ଅବସ୍ଥାରେ (ଭାବ- ପ୍ରଭୁଙ୍କ ସହିତ ଏକରୂପ ହେବା ଅବସ୍ଥାରେ) ମନୁଷ୍ୟକୁ ଅସଂଖ୍ୟ ଖଣ୍ଡ, ମଣ୍ଡଳ ଓ ବ୍ରହ୍ମାଣ୍ଡ ଦେଖାଯାଏ , ଏତେ ଯେ ଯଦି କୌଣସି ମନୁଷ୍ୟ ତାଙ୍କ କଥା କହି ଚାଲେ , ତାହାହେଲେ ତାହା କମ ହୋଇପାରିବ ନାହିଁ କି ଅନ୍ତ ହେବ ନାହିଁ।

ਤਿਥੈ ਲੋਅ ਲੋਅ ਆਕਾਰ ॥ਜਿਵ ਜਿਵ ਹੁਕਮੁ ਤਿਵੈ ਤਿਵ ਕਾਰ ॥
ଏହି ଅବସ୍ଥାରେ ଅସଂଖ୍ୟ ଭୁବନ ତଥା ଆକାର ଦେଖାଯାଏ,, ଯେଉଁ ସବୁରେସେହିଭଳି କାର – ବ୍ୟବହାର ଚାଲୁଅଛି ଯେଉଭଳି ପ୍ରଭୁଙ୍କ ଆଦେଶ ହୁଏ। ( ଭାବ- ଏହି ଅବସ୍ଥାରେ ପହଞ୍ଚି ମନୁଷ୍ୟ ସବୁ ଜାଗାରେ ପ୍ରଭୁଙ୍କୁ ଦେଖେ) । ତାଙ୍କୁ ପ୍ରତ୍ୟେକ୍ଷ ଭାବରେ ଦେଖାଯାଏ ଯେ ବିଚାର କରି ସବୁ ଜୀବଙ୍କୁ ସମ୍ଭାଳୁଛନ୍ତି ଓ ଖୁସି ହେଉଛନ୍ତି।

ਵੇਖੈ ਵਿਗਸੈ ਕਰਿ ਵੀਚਾਰੁ ॥ਨਾਨਕ ਕਥਨਾ ਕਰੜਾ ਸਾਰੁ ॥੩੭॥
ହେ ନାନକ! ଏହି ଅବସ୍ଥା ବିଷୟରେ କହିବା ବଡ କଠିନ ଅଟେ (ଭାବ- ଏ ଅବସ୍ଥା ବର୍ଣ୍ଣନା କରାଯାଇପାରିବ ନାହିଁ , କେବଳ ଅନୁଭବ ହିଁ କରାଯାଇପାରିବ!)॥37॥

ଛନ୍ଦ 38

ପୂର୍ବ ଚାରିଟି ଶ୍ଳୋକ ଆଧ୍ୟାତ୍ମିକ ବିକାଶର ଚରଣକୁ ବୁଝାଇଛନ୍ତି । ଏହି ଶ୍ଳୋକ ଏଠାରେ ସବୁ କିଛି କହେ ଏବଂ ଏକ ରୂପକର ଊପଯୋଗ ସହିତ ଦେଖାଏ ଯେ ଈଶ୍ବରଙ୍କ ସହିତ କିପରି ମିଳନ ହୁଏ । ଏଠାରେ, ଏକ ସୁନାରୀର ସୁନ୍ଦର ଉଦାହରଣ ସନ୍ଦେଶକୁ ବ୍ୟକ୍ତ କରିବା ପାଇଁ ଉପଯୋଗ କରାଯାଇଛି। ଯେପରି ଆମକୁ ଜ୍ଞାତ ଅଛି ଯେ ଏକ ଛାଞ୍ଚର ତଳେ ଅଗ୍ନି ପ୍ରଜ୍ଜ୍ଵଳିତ କରି ସେହି ଛାଞ୍ଚରେ ସୁନା ଗରମ କରେ , ଢାଙ୍କୁଣି ଉପଯୋଗ କରି ଅଗ୍ନିକୁ ତେଜ କରିବା ପାଇଁ ପବନ ଦିଏ, ଏବଂ ଗରମ ସୁନାକୁ ଢାଳିବା ପାଇଁ ଏକ ହାତୁଡି ଓ ଲିହାର ( ଲୁହାମୁଣ୍ଡା) ଉପଯୋଗ କରେ। ଗୋଟିଏ ରୂପକର ରୂପରେ ଏହି ଉଦାହରଣର ଉପଯୋଗ କରି ଏହା ଉପଦେଶ ଦିଆଯାଉଛି ଯେ ବ୍ୟକ୍ତିକୁ ଆତ୍ମ-ଅନୁଶାସନ ଧୈର୍ଯ୍ୟର ଆବଶ୍ୟକ ଗୁଣର ବିକାଶ କରିବା ଉଚିତ। ଆଧ୍ୟାତ୍ମିକ ଜ୍ଞାନ ସାଥିରେ ମନକୁ ଜାଗୃତି କରିବା, ଈଶ୍ବରଙ୍କ ପାଖରେ ଭୟଭୀତ ହେବା,ଏବଂ ଈଶ୍ବରଙ୍କ ନାମରେ ତାଙ୍କ ସହିତ ପ୍ରେମ ରଖିବା ଓ ତାଙ୍କ ରଚନା ପାଇଁ ପ୍ରେମ କରିବା ପ୍ରୟାସ କରିବା ଉଚିତ। ଯେତେବେଳେ, କୌଣସି ବ୍ୟକ୍ତିରେ ଏହି ଗୁଣ ଥାଏ, ତାହାହେଲେ ଭଗବାନ ତାଙ୍କୁ କୃପା ପ୍ରଦାନ କରନ୍ତି ଏବଂ ସେ ଭଗବାନଙ୍କ ସହିତ ଏକ ହେବାର ଅନ୍ତିମ ଲକ୍ଷ୍ୟ ପ୍ରାପ୍ତ କରେ।

The previous four stanzas explained the stages of spiritual development. This stanza sums it all up and by the use of a metaphor, shows how to achieve union with God.Here, a beautiful example of a goldsmith is used to convey the message. As is known, a goldsmith heats gold in a crucible by igniting fire under the crucible, uses bellows to provide air to intensify the fire and uses a hammer and an anvil to mold the hot gold.Using this example as a metaphor it is advised that one should develop the essential qualities of self-discipline and patience. One should make a determined effort to awaken the mind with spiritualknowledge, become God fearing and stay imbued in the name of God with love for Him and love for His creation.When a person has these qualities, the merciful God bestows His Grace and he achieves his ultimate goal of becoming one with God.

ਜਤੁ ਪਾਹਾਰਾ ਧੀਰਜੁ ਸੁਨਿਆਰੁ ॥ਅਹਰਣਿ ਮਤਿ ਵੇਦੁ ਹਥੀਆਰੁ ॥
(ଯଦି) ପ୍ରୟାସ ରୂପକ ଦୋକାନ, ସୁନାର ଧୈର୍ଯ୍ୟ ସୁନାର, ବୁଦ୍ଧି ଯନ୍ତ୍ରପାତି , ଜ୍ଞାନ ହାତୁଡି ହୁଏ ;

ਭਉ ਖਲਾ ਅਗਨਿ ਤਪ ਤਾਉ ॥ਭਾਂਡਾ ਭਾਉ ਅੰਮ੍ਰਿਤੁ ਤਿਤੁ ਢਾਲਿ ॥
(ଯଦି) ପ୍ରଭୁଙ୍କ ଡର ଢାଙ୍କୁଣି, ପରିଶ୍ରମ ଅଗ୍ନି, ପ୍ରେମ ସଙ୍ଗଳନ( ତରଳାଇବା) ପାତ୍ର ହୁଏ , ତେବେ ସେହି ପାତ୍ରରେ ପ୍ରଭୁଙ୍କ ଅମୃତ ଭର।

ਘੜੀਐ ਸਬਦੁ ਸਚੀ ਟਕਸਾਲ ॥
(କାରଣ ଏପରି ଅଟେ) ସଚ୍ଚି ଟଙ୍କାଶାଳରେ (ଗୁରୁଙ୍କ) ଶବ୍ଦ ଗଢା ଯାଇପାରେ।

ਜਿਨ ਕਉ ਨਦਰਿ ਕਰਮੁ ਤਿਨ ਕਾਰ ॥ਨਾਨਕ ਨਦਰੀ ਨਦਰਿ ਨਿਹਾਲ ॥੩੮॥
ଏହି କାର୍ଯ୍ୟ-ବ୍ୟବହାର ସେହି ମନୁଷ୍ୟର ହିଁ ଅଟେ , ଯାହା ଉପରେ କୃପାର ନଜର ହୋଇଥାଏ। ହେ ନାନକ! ଏ ମନୁଷ୍ୟ ପ୍ରଭୁଙ୍କ କୃପା ଦୃଷ୍ଟି ଦ୍ଵାରା ଲିହାର(ଲୁହା ମୁଣ୍ଡା) ହୋଇଯାଏ।॥38॥

ସଲୋକୁ

ଜାପଜୀ ସାହିବ ସଲୋକେ ସହିତ ସମାପ୍ତ ହୁଏ , ଯାହା ପୁରା ରଚନା ପାଇଁ ଉପସଂହାର ଅଟେ। ଯେପରି ବାୟୁ ବା ଶ୍ଵାସ ଶରୀରର ଅଟେ, ଗୁରୁ ଆତ୍ମାର ଅଟେ। ଜଳ, ପିତା ଓ ପୃଥିବୀ ରୂପରେ ମହାନ ମାତା ଅଟନ୍ତି। ଦିନ ଓ ରାତି ପୁରୁଷ ଓ ମହିଳା ଭଳି ( ଦୁନିଆରେ ସକାରାତ୍ମକ ଓ ନକରାତ୍ମକ ଶକ୍ତି) ଅଟେ, ଯାହାର କୋଳରେ ପୁରା ଦୁନିଆ ଖେଳୁଛି ; ପୁରା ଦୁନିଆ ଏକ ନାଟକ ଭଳି ଯେଉଁଠି ଆମେ ସବୁ ଅଭିନେତା ଅଟୁ ଏବଂ ଆମେ ନିଜର ଭୂମିକା ନେଉ। ଯେଉଁ ଲୋକ ଲଗ୍ନ ଓ ପ୍ରେମ ଦ୍ଵାରା ଭକ୍ତି ସହିତ, ନାମର ଧ୍ୟାନପୂର୍ବକ ଧ୍ୟାନ କରେ , ସେ ଭଗବାନଙ୍କ ସହିତ ଏକ ହେବା ପାଇଁ ଅନ୍ତିମ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଏହି ଦୁନିଆରୁ ଚାଲିଯାଏ।

Japji ends with the Saloke which is the epilogue for the whole composition.As air or breath is to the body, Guru is to the soul. Water is as father and earth as the great mother. Days and nights are like male and female nurses (positive and negative forces in the world) in whose lap the whole world is at play; the whole world is like a theater where we all are actors and we play our roles assigned by Him.Those who meditate on Naam diligently, with passion and loving devotion, depart from this world achieving the ultimate goal of becoming one with God.

ਸਲੋਕੁ ॥
ସଲୋକୁ

ਪਵਣੁ ਗੁਰੂ ਪਾਣੀ ਪਿਤਾ ਮਾਤਾ ਧਰਤਿ ਮਹਤੁ ॥
ପ୍ରାଣ(ଶରୀରରେ ଏହି ପ୍ରକାର ଯେପରି) ଗୁରୁ(ଜୀବଙ୍କ ଆତ୍ମା ପାଇଁ) ଅଟେ। ପାଣି ( ସବୁ ଜୀବଙ୍କ) ପିତା ଅଟେ ଏବଂ ଧରିତ୍ରୀ (ସବୁଙ୍କ) ମା’ ଅଟେ ।

ਦਿਵਸੁ ਰਾਤਿ ਦੁਇ ਦਾਈ ਦਾਇਆ ਖੇਲੈ ਸਗਲ ਜਗਤੁ ॥
ଦିନ ଏବଂ ରାତି ଦୁଇଟି ଖେଳ ଖେଳୁଛନ୍ତି , ସାରା ସଂସାର ଖେଳ ଖେଳୁଛି ( ଭାବ- ସଂସାରର ସବୁ ଜୀବ ରାତିରେ ଶୟନ ବେଳେ ଓ ଦିନରେ କାର୍ଯ୍ୟ କରିବା ବେଳେ ପରୀକ୍ଷିତ ହେଉଛନ୍ତି)

ਚੰਗਿਆਈਆ ਬੁਰਿਆਈਆ ਵਾਚੈ ਧਰਮੁ ਹਦੂਰਿ ॥
ଧର୍ମରାଜ ପ୍ରଭୁଙ୍କ ଉପସ୍ଥିତିରେ ( ଜୀବଙ୍କ ଦ୍ଵାରା ହୋଇଥିବା) କାର୍ଯ୍ୟର ବିଚାର କରେ।

ਕਰਮੀ ਆਪੋ ਆਪਣੀ ਕੇ ਨੇੜੈ ਕੇ ਦੂਰਿ ॥
ନିଜ ନିଜ ( କରାଯାଇଥିବା ) କର୍ମ ଅନୁସାରେ କେତେ ଜୀବ ପ୍ରଭୁଙ୍କ ନିକଟକୁ ଯାଆନ୍ତି ଏବଂ କିଛି ପ୍ରଭୁଙ୍କ ଠାରୁ ଦୂରେଇ ଯାଆନ୍ତି।

ਜਿਨੀ ਨਾਮੁ ਧਿਆਇਆ ਗਏ ਮਸਕਤਿ ਘਾਲਿ ॥
ଯେଉଁ ମନୁଷ୍ୟ ପ୍ରଭୁଙ୍କ ନାମ ସ୍ମରଣ କରେ , ସେ ନିଜର ପରିଶ୍ରମ ସଫଳ କରିଛି ।

ਨਾਨਕ ਤੇ ਮੁਖ ਉਜਲੇ ਕੇਤੀ ਛੁਟੀ ਨਾਲਿ ॥੧॥
ହେ ନାନକ ! ( ଅକାଳ-ପୁରୁଷଙ୍କ ଦ୍ଵାରରେ )ସେ ଉଜ୍ଜଳ ମୁଖ ଧାରୀ ଅଟେ ଏବଂ କିଛି ଜୀବ ତାଙ୍କରି ସଙ୍ଗତରେ ରହି (ମାୟାର ବନ୍ଧନରୁ)ମୁକ୍ତ ହୋଇଗଲେ।

ਸੋ ਦਰੁ ਰਾਗੁ ਆਸਾ ਮਹਲਾ ੧
ସୋ ଦରୁ ~ ଏହି ରାଗ ଆଶା ପ୍ରଥମ ଗୁରୁ ଦ୍ଵାରା ଅଟେ।

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯିଏ ନିର୍ମାତା ଅଟନ୍ତି। ସଚ୍ଚା ଗୁରୁଙ୍କ କୃପା ଦ୍ଵାରା ସାକାର ହୋଇଛି।

ਸੋ ਦਰੁ ਤੇਰਾ ਕੇਹਾ ਸੋ ਘਰੁ ਕੇਹਾ ਜਿਤੁ ਬਹਿ ਸਰਬ ਸਮਾਲੇ ॥
(ହେ ପ୍ରଭୁ!) ତୁମର ସେହି ଘର ( ସେହି ଘରର) ସେହି ଦୁଆର ବଡ ଆଶ୍ଚର୍ଯ୍ୟଜନକ ଅଟେ ଯେଉଁଠି ବସି ତୁମେ ସବୁ ଜୀବଙ୍କୁ ସମ୍ଭାଳୁଛ।

ਵਾਜੇ ਤੇਰੇ ਨਾਦ ਅਨੇਕ ਅਸੰਖਾ ਕੇਤੇ ਤੇਰੇ ਵਾਵਣਹਾਰੇ ॥
( ତୁମ ଦ୍ଵାରା ରଚା ହୋଇଥିବା ପ୍ରକୃତିରେ) ଅନେକ ଆହୁରି ଅଗଣିତ ବାଜା ଆଉ ରାଗ( ସଙ୍ଗୀତ) ଅଛି ; ଅସଂଖ୍ୟ ଜୀବ ଏହି ବାଜାକୁ ବଜାଇବାକୁ ଅଛନ୍ତି।

ਕੇਤੇ ਤੇਰੇ ਰਾਗ ਪਰੀ ਸਿਉ ਕਹੀਅਹਿ ਕੇਤੇ ਤੇਰੇ ਗਾਵਣਹਾਰੇ ॥
ଅସଂଖ୍ୟ ସଙ୍ଗୀତ ଓ ରାଗର ନାମ ନିଆଯାଉଛି । ଅନେକ ଜୀବ (ଏହି ରାଗ ଓ ସଙ୍ଗୀତ ଦ୍ଵାରା)ତୁମର ଗାନ କରିବାକୁ( ତୁମର ପ୍ରଶଂସା) ଅଛନ୍ତି।

ਗਾਵਨਿ ਤੁਧਨੋ ਪਵਣੁ ਪਾਣੀ ਬੈਸੰਤਰੁ ਗਾਵੈ ਰਾਜਾ ਧਰਮੁ ਦੁਆਰੇ ॥
( ହେ ନିରଙ୍କାର !) ପବନ, ପାଣି, ଅଗ୍ନି (ଆଦି ତତ୍ତ୍ଵ) ତୁମର ଗୁଣ ଗାନ କରୁଛନ୍ତି ( ତୁମ ଇଚ୍ଛାରେ ଚାଲୁଛନ୍ତି)। ଧର୍ମରାଜ ତୁମ ଦ୍ଵାରରେ ତୁମର ସ୍ତୁତି କରୁଛନ୍ତି।

ਗਾਵਨਿ ਤੁਧਨੋ ਚਿਤੁ ਗੁਪਤੁ ਲਿਖਿ ਜਾਣਨਿ ਲਿਖਿ ਲਿਖਿ ਧਰਮੁ ਬੀਚਾਰੇ ॥
ସେ ଚିତ୍ରଗୁପ୍ତ ମଧ୍ୟ (ଯିଏ ଜୀବଙ୍କ ଭଲ-ମନ୍ଦ କର୍ମରଲେଖା) ଲେଖିବା ଜାଣନ୍ତି ଏବଂ ଯାହା ଦ୍ଵାରା ଲେଖା ହୋଇଥିବା ଲେଖାକୁ ଧର୍ମରାଜ ବିଚାର କରନ୍ତି , ତୁମର ମହାନତାର ଗୁଣ ଗାନ କରୁଛନ୍ତି।

ਗਾਵਨਿ ਤੁਧਨੋ ਈਸਰੁ ਬ੍ਰਹਮਾ ਦੇਵੀ ਸੋਹਨਿ ਤੇਰੇ ਸਦਾ ਸਵਾਰੇ ॥
ଅନେକ ଦେବୀ, ଶିବ ଓ ବ୍ରହ୍ମା , ଯିଏ ତୁମର ଦ୍ଵାରରେ ସର୍ବଦା ଥାନ୍ତି , ଶୋଭାବାନ ହୋଇ ତୁମର ଗୁଣ ଗାନ କରୁଛନ୍ତି।

ਗਾਵਨਿ ਤੁਧਨੋ ਇੰਦ੍ਰ ਇੰਦ੍ਰਾਸਣਿ ਬੈਠੇ ਦੇਵਤਿਆ ਦਰਿ ਨਾਲੇ ॥
କେତେ ଇନ୍ଦ୍ର ଦେବତା ନିଜର ସିଂହାସନରେ ବିରାଜମାନ ହୋଇ ଅନେକ ଦେବତାଙ୍କ ସମେତ ତୁମର ମହିମା ଗାନ କରୁଛନ୍ତି।

ਗਾਵਨਿ ਤੁਧਨੋ ਸਿਧ ਸਮਾਧੀ ਅੰਦਰਿ ਗਾਵਨਿ ਤੁਧਨੋ ਸਾਧ ਬੀਚਾਰੇ ॥
(ହେ ପ୍ରଭୁ !)ସିଦ୍ଧ ଲୋକ ସମାଧି ହୋଇ ତୁମର ଗୁଣ ଗାନ କରୁଛନ୍ତି। ସାଧୁମାନେ ତୁମର ଗୁଣ ଚିନ୍ତନ କରି କରି ତୁମକୁ ସ୍ମରଣ କରୁଛନ୍ତି।