Page 5
ਨਾਨਕ ਆਖਣਿ ਸਭੁ ਕੋ ਆਖੈ ਇਕ ਦੂ ਇਕੁ ਸਿਆਣਾ ॥
ନାନକ ଆଖାଣି ସଭୁ କୋ ଆଖୈ ଇକ ଦୂ ଇକୁ ସିଆଣା॥
ସଦଗୁରୁ କହନ୍ତି ଯେ ଯେ କୌଣସି ଅନ୍ୟ ଠାରୁ ବୁଦ୍ଧିମାନ ଭାବି ପରମାତ୍ମାଙ୍କ ବିଷୟରେ କୁହେ।
ਵਡਾ ਸਾਹਿਬੁ ਵਡੀ ਨਾਈ ਕੀਤਾ ਜਾ ਕਾ ਹੋਵੈ ॥
ବଡା ସାହିବୁ ବଡୀ ନାଇ କୀତା ଜା କା ହୋବୈ॥
କିନ୍ତୁ ପରମେଶ୍ଵର ମହାନ ଅଟେ, ତାଙ୍କରି ନାମ ତାଙ୍କ ଠାରୁ ମଧ୍ୟ ମହାନ ଅଟେ, ସୃଷ୍ଟିରେ ଯାହା ହେଉଛି ସବୁ ତାଙ୍କରି ଆଦେଶରେ ହିଁ ହେଉଛି।
ਨਾਨਕ ਜੇ ਕੋ ਆਪੌ ਜਾਣੈ ਅਗੈ ਗਇਆ ਨ ਸੋਹੈ ॥੨੧॥
ନାନକ ଜେ କୋ ଆପୌ ଜାଣଉ ଅର୍ଗଇ ଗଇଆ ନ ସୋହୈ ॥୨୧॥
ହେ ନାନକ! ଯଦି କୌଣସି ତାହାର ଗୁଣ ଜାଣିବା ଅଥବା ନିରଙ୍କାରଙ୍କ ଭେଦ ଜାଣିବା ପାଇଁ ଅଭିମାନ କରିଥାଏ ତାହାହେଲେ ସେ ଏହି ଲୋକରେ କଣ ପରଲୋକରେ ମଧ୍ୟ ସମ୍ମାନ ପାଏ ନାହିଁ। ॥21॥
ਪਾਤਾਲਾ ਪਾਤਾਲ ਲਖ ਆਗਾਸਾ ਆਗਾਸ ॥
ପାତାଲା ପାତାଲା ଳଖ ଆଗାସା ଆଗାସା॥
ସଦଗୁରୁ ଜଣ-ସାଧାରଣଙ୍କ ମନରେ ସପ୍ତ ଆକାଶ ଓ ସପ୍ତ ପାତାଳ ହେବାର ସଂଶୟର ନିବୃତ୍ତି କରି କହନ୍ତି ଯେ ଅନେକ ଅନେକ ପାତାଳ ଓ ଆକାଶ ଅଛି।
ਓੜਕ ਓੜਕ ਭਾਲਿ ਥਕੇ ਵੇਦ ਕਹਨਿ ਇਕ ਵਾਤ ॥
ଓଡକ ଓଡକ ଭାଲି ଥକେ ବେଦ କହନି ଇକ ବାତ॥
ବେଦ ଗ୍ରନ୍ଥରେ ମଧ୍ୟ ଏହି ଏକ କଥା କୁହାଯାଇଛି ଯେ ଏହା ଖୋଜିବା ଜୀବ ଏହା ଖୋଜି ଖୋଜି ଥକି ଯାଇଛି କିନ୍ତୁ ଏହାର ଅନ୍ତ ପାଇନାହିଁ।
ਸਹਸ ਅਠਾਰਹ ਕਹਨਿ ਕਤੇਬਾ ਅਸੁਲੂ ਇਕੁ ਧਾਤੁ ॥
ସହସ ଅଠାରହ କହନି କତେବା ଅସୁଲୂ ଆଇକୁ ଧାତୁ॥
ସବୁ ଧର୍ମ ଗ୍ରନ୍ଥରେ ଅଠର ହଜାର ଜଗତ ଥିବା କଥା କୁହାଯାଇଛି, କିନ୍ତୁ ବାସ୍ତବରେ ଏହାର ମୂଳ ପରମେଶ୍ଵର ହିଁ ଯିଏ ଏହାର ସ୍ରଷ୍ଟା ଅଟନ୍ତି।
ਲੇਖਾ ਹੋਇ ਤ ਲਿਖੀਐ ਲੇਖੈ ਹੋਇ ਵਿਣਾਸੁ ॥
ଲେଖା ହୋଇ ତ ଲିଖିଏ ଲେଖଇ ହୋଇ ବୀଣାଶୁ॥
ଯଦି ସେହି ସୃଷ୍ଟିର ଲେଖା ହୋଇପାରିବ ତାହାହେଲେ କେହି ଲେଖେ, କିନ୍ତୁ ସେହି ଲେଖା କରିବାବାଲା ସ୍ଵୟଂ ନଷ୍ଟ ହୋଇଯାଏ।
ਨਾਨਕ ਵਡਾ ਆਖੀਐ ਆਪੇ ਜਾਣੈ ਆਪੁ ॥੨੨॥
ନାନକ ବଡା ଆଖିଏ ଆପେ ଜାଣଇ ଆପୁ॥୨୨॥
ହେ ନାନକ! ରଚୟିତାକୁ ଏହି ସଂପୂର୍ଣ୍ଣ ଜଗତର ମହାନ କୁହାଯାଏ, ସେ ନିଜକୁ ନିଜେ ଜାଣିଛନ୍ତି ଅଥବା ଜାଣିପାରିବେ। ॥22॥
ਸਾਲਾਹੀ ਸਾਲਾਹਿ ਏਤੀ ਸੁਰਤਿ ਨ ਪਾਈਆ ॥
ସାଲାହୀ ସାଲାହୀ ଏତି ସୁରତି ନ ପାଇଆ॥
ସ୍ତୁତି କରୁଥିବା ସାଧକ ମଧ୍ୟ ପରମାତ୍ମାଙ୍କ ସ୍ତୁତି କରି ତାହାଙ୍କର ସୀମା ପାଇନାହିଁ।
ਨਦੀਆ ਅਤੈ ਵਾਹ ਪਵਹਿ ਸਮੁੰਦਿ ਨ ਜਾਣੀਅਹਿ ॥
ନଦୀଆ ଅତୈ ୱାହ ପବହି ସମୁନ୍ଦି ନ ଜାଣୀଅହି ॥
ଯେପରି ନଦୀ-ନାଳ ସମୁଦ୍ରରେ ମିଶି ତାହାର ଅଥଳର ଅନ୍ତ ପାଇପାରେ ନାହିଁ, ବରଂ ନିଜ ଅସ୍ତିତ୍ଵ ମଧ୍ୟ ହରାଇଦିଏ, ସେହିପରି ସ୍ତୁତି କରୁଥିବା ବ୍ୟକ୍ତି ସ୍ତୁତି କରି କରି ସେଥିରେ ହିଁ ଲୀନ ହୋଇଯାଏ।
ਸਮੁੰਦ ਸਾਹ ਸੁਲਤਾਨ ਗਿਰਹਾ ਸੇਤੀ ਮਾਲੁ ਧਨੁ ॥
ମୁନ୍ଦ ସାହ ସୁଲତାନ ଗିରହା ସେତୀ ମାଲୁ ଧନୁ॥
ସମୁଦ୍ରର ଶାହ ହୋଇ ପର୍ବତ ସମାନ ଧନ-ସମ୍ପତ୍ତିର ମାଲିକ ହୋଇ ମଧ୍ୟ,
ਕੀੜੀ ਤੁਲਿ ਨ ਹੋਵਨੀ ਜੇ ਤਿਸੁ ਮਨਹੁ ਨ ਵੀਸਰਹਿ ॥੨੩॥
କିଡି ତୁଲି ନ ହୋବନୀ ଜେ ତିସୁ ମନହୁ ନ ବୀସରହି॥୨୩॥
ସେ ପିମ୍ପୁଡି ସମାନ ହୋଇପାରିବ ନାହିଁ, ଯଦି ତାହାର ମନରୁ ପରମେଶ୍ଵର ବିସ୍ମୃତ ହୋଇନଥାନ୍ତେ। ॥23॥
ਅੰਤੁ ਨ ਸਿਫਤੀ ਕਹਣਿ ਨ ਅੰਤੁ ॥
ଅନ୍ତୁ ନ ସିଫତୀ କହଣି ନ ଅନ୍ତୁ॥
ସେହି ନିରଙ୍କାରଙ୍କ ସ୍ତୁତି କରିବା ଆଉ ପ୍ରଶଂସା କରିବା ଦ୍ଵାରା କୌଣସି ଅନ୍ତ ହୋଇପାରେ ନାହିଁ।
ਅੰਤੁ ਨ ਕਰਣੈ ਦੇਣਿ ਨ ਅੰਤੁ ॥
ଅନ୍ତୁ ନ କରଣଇ ଦେଣି ନ ଅନ୍ତୁ॥
ରଚୟିତା ଦ୍ଵାରା ରଚନା ହୋଇଥିବା ସୃଷ୍ଟିର କୌଣସି ଅନ୍ତ ନାହିଁ ପରନ୍ତୁ ଯେବେ ସେ ଦିଅନ୍ତି ସେତେବେଳେ ମଧ୍ୟ କୌଣସି ଅନ୍ତ ନାହିଁ।
ਅੰਤੁ ਨ ਵੇਖਣਿ ਸੁਣਣਿ ਨ ਅੰਤੁ ॥
ଅନ୍ତୁ ନ ବେଖଣି ନ ଅନ୍ତୁ॥
ତାହାଙ୍କୁ ଦେଖିବା ଓ ଶୁଣିବାରେ ମଧ୍ୟ କୌଣସି ଅନ୍ତ ନାହିଁ, ଅର୍ଥାତ, ସେହି ନିରଙ୍କାର ସର୍ବଦ୍ରଷ୍ଟା ଓ ସର୍ବଶ୍ରୋତା ଅଟନ୍ତି।
ਅੰਤੁ ਨ ਜਾਪੈ ਕਿਆ ਮਨਿ ਮੰਤੁ ॥
ଅନ୍ତୁ ନ ଜାପୈ କିଆ ମନୁ ମନ୍ତୁ॥
ଈଶ୍ବରଙ୍କ ହୃଦୟର ରହସ୍ୟ କଣ, ତାହାର ବୋଧ ମଧ୍ୟ ହୋଇପାରୁ ନାହିଁ।
ਅੰਤੁ ਨ ਜਾਪੈ ਕੀਤਾ ਆਕਾਰੁ ॥
ଅନ୍ତୁ ନ ଜାପୈ କୀତା ଆକାରୁ॥
ସେ ପ୍ରସାର କରିଥିବା ସୃଷ୍ଟିର ଅବଧି ଅଥବା ସୀମା ଜାଣି ହେଉ ନାହିଁ।
ਅੰਤੁ ਨ ਜਾਪੈ ਪਾਰਾਵਾਰੁ ॥
ଅନ୍ତୁ ନ ଜାପୈ ପାରାବାରୁ॥
ତାଙ୍କରି ଆଦି ଓ ଅନ୍ତ ଜାଣି ହେଉ ନାହିଁ।
ਅੰਤ ਕਾਰਣਿ ਕੇਤੇ ਬਿਲਲਾਹਿ ॥
ଅନ୍ତ କାରଣି କେତେ ବିଲଲାହି॥
ଅନେକ ଅନେକ ଜୀବ ତାଙ୍କରି ଅନ୍ତ ପାଇବା ପାଇଁ ସଂଘର୍ଷ କରୁଛନ୍ତି।
ਤਾ ਕੇ ਅੰਤ ਨ ਪਾਏ ਜਾਹਿ ॥
ତା କେ ଅନ୍ତ ନ ପାଏ ଜାହି॥
କିନ୍ତୁ ସେହି ଅଥଳ, ଅନନ୍ତ ଅକାଳ-ପୁରୁଷଙ୍କ ଅନ୍ତ ପାଇ ହେଉ ନାହିଁ।
ਏਹੁ ਅੰਤੁ ਨ ਜਾਣੈ ਕੋਇ ॥
ଏହୁ ଅନ୍ତୁ ନ ଜାଣଇ କୋଇ॥
ତାଙ୍କରି ଗୁଣର ଅନ୍ତ କେଉଁଠି ଅଛି କେହି ଜାଣେ ନାହିଁ।
ਬਹੁਤਾ ਕਹੀਐ ਬਹੁਤਾ ਹੋਇ ॥
ବହୁତା କହୀଏ ବହୁତା ହୋଇ॥
ସେହି ପରଂବ୍ରହ୍ମଙ୍କ ପ୍ରଶଂସା, ସ୍ତୁତି, ଆକାର ଅଥବା ଗୁଣକୁ ଯେତେ କୁହାଯାଇପାରିବ ସେତେ ଅଧିକ ହୋଇଯାଉଛି।
ਵਡਾ ਸਾਹਿਬੁ ਊਚਾ ਥਾਉ ॥
ବଡା ସାହିବୁ ଉଚା ଥାଉ॥
ନିରଙ୍କାର ସର୍ବଶ୍ରେଷ୍ଠ ଅଟନ୍ତି, ତାଙ୍କରି ସ୍ଥାନ ସର୍ବୋଚ୍ଚ ଅଟେ।
ਊਚੇ ਉਪਰਿ ਊਚਾ ਨਾਉ ॥
ଉଚେ ଉପରି ଉଚା ନାଉ॥
କିନ୍ତୁ ସେହି ସର୍ବଶ୍ରେଷ୍ଠ ନିରଙ୍କାରଙ୍କ ନାମ ମହାନତମ ଅଟେ।
ਏਵਡੁ ਊਚਾ ਹੋਵੈ ਕੋਇ ॥
ଏବହୁ ଉଚା ହୋବେ କୋଇ॥
ଯଦି କୌଣସି ଶକ୍ତି ତାଙ୍କରି ଠାରୁ ବଡ ଅଥବା ଉଚ୍ଚ ଅଟେ,
ਤਿਸੁ ਊਚੇ ਕਉ ਜਾਣੈ ਸੋਇ ॥
ତିସୁ ଉଚେ କଉ ଜାଣଇ ସୋଇ॥
ତାହାହେଲେ, ସେ ସର୍ବୋଚ୍ଚ ମାଲିକଙ୍କୁ ଜାଣି ପାରେ।
ਜੇਵਡੁ ਆਪਿ ਜਾਣੈ ਆਪਿ ਆਪਿ ॥
ଜେବହୁ ଆପୀ ଜାଣଇ ଆପି ଆପି॥
ନିରଙ୍କାର ନିଜର ସର୍ବସ୍ଵ ନିଜେ ହିଁ ଜାଣନ୍ତି, ଅନ୍ୟ କେହି ନୁହେଁ।
ਨਾਨਕ ਨਦਰੀ ਕਰਮੀ ਦਾਤਿ ॥੨੪॥
ନାନକ ନଦରୀ କରମୀ ଦାତି॥୨୪॥
ସଦଗୁରୁ ନାନକ ଦେବ ଜୀଙ୍କ କଥନ ଅଛି ଯେ ସେ କୃପାସାଗର ଜୀବ ଉପରେ କରୁଣା କରି ତାଙ୍କରି କର୍ମ ଅନୁସାରେ ତାହାଙ୍କୁ ସମସ୍ତ ପଦାର୍ଥ ପ୍ରଦାନ କରନ୍ତି ॥24॥
ਬਹੁਤਾ ਕਰਮੁ ਲਿਖਿਆ ਨਾ ਜਾਇ ॥
ବହୁତା କରମୁ ଲିଖିଆ ନା ଜାଇ॥
ତାଙ୍କରି ଉପକାର ଏତେ ଅଧିକ ଅଟେ ଯେ ତାହାଙ୍କୁ ଲେଖିବାର ସାମର୍ଥ୍ୟ କାହା ପାଖରେ ନାହିଁ।
ਵਡਾ ਦਾਤਾ ਤਿਲੁ ਨ ਤਮਾਇ ॥
ବଡା ଦାତା ତିଲୁ ନ ତମାଇ॥
ସେ ଅନେକ ଆଶୀର୍ବାଦ କରୁଥିବା କାରଣ ବଡ ଅଟେ, କିନ୍ତୁ ସେଥିରେ ଲୋଭ ତିଳେ ମାତ୍ର ନାହିଁ।
ਕੇਤੇ ਮੰਗਹਿ ਜੋਧ ਅਪਾਰ ॥
କେତେ ମଙ୍ଗହି ଜୋଧ ଅପାର॥
କେତେ ଅଗଣିତ ବୀର ତାହାଙ୍କ କୃପା ଦୃଷ୍ଟିକୁ ଚାହିଁ ରହିଥାନ୍ତି।
ਕੇਤਿਆ ਗਣਤ ਨਹੀ ਵੀਚਾਰੁ ॥
କେତିଆ ଗଣତ ନହୀ ବୀଚାରୁ॥
ତାହାଙ୍କ ସଂଖ୍ୟାର ଗଣତି ହିଁ ହୋଇପାରିବ ନାହିଁ।
ਕੇਤੇ ਖਪਿ ਤੁਟਹਿ ਵੇਕਾਰ ॥
କେତେ ଖପି ତୁଟାହି ବେକାର॥
କେତେ ମାନବ ନିରଙ୍କାର ଦ୍ଵାରା ପ୍ରଦତ୍ତ ପଦାର୍ଥକୁ ବିକାର ଯୋଗୁଁ ଭୋଗିବା ପାଇଁ ସଂଘର୍ଷ କରି କରି ମରିଯାନ୍ତି।
ਕੇਤੇ ਲੈ ਲੈ ਮੁਕਰੁ ਪਾਹਿ ॥
କେତେ ଳୈ ଳୈ ମୁକରୁ ପାହି॥
କେହି ଅକାଳ-ପୁରୁଷଙ୍କ ଦ୍ଵାରା ଦିଆଯାଇଥିବା ପଦାର୍ଥକୁ ନେଇ ଅସ୍ଵୀକାର କରିଥାଏ।
ਕੇਤੇ ਮੂਰਖ ਖਾਹੀ ਖਾਹਿ ॥
କେତେ ମୂରଖ ଖାହୀ ଖାହୀ॥
କେହି ମୂଢ ବ୍ୟକ୍ତି ପରମାତ୍ମାଙ୍କ ଠାରୁ ପଦାର୍ଥ ନେଇ ଖାଇଥାଏ, କେବେ ତାହାଙ୍କୁ ସ୍ମରଣ କରେ ନାହିଁ।
ਕੇਤਿਆ ਦੂਖ ਭੂਖ ਸਦ ਮਾਰ ॥
କେତିଆ ଦୁଖ ଭୁଖ ସଦ ମାର॥
କେତେଜଣଙ୍କୁ ଦୁଃଖ ଓ ଭୋକ ସର୍ବଦା ଥାଏ, କାରଣ ତାହା ତାଙ୍କରି କର୍ମରେ ହିଁ ଲେଖା ହୋଇଥାଏ।
ਏਹਿ ਭਿ ਦਾਤਿ ਤੇਰੀ ਦਾਤਾਰ ॥
ଏହି ଭି ଦାତି ତେରୀ ଦାତାର॥
କିନ୍ତୁ ଏମିତି ସଜ୍ଜନ ଏହି ମାଡକୁ ସେହି ପରମାତ୍ମା ର ଆଶୀର୍ବାଦ ମାନନ୍ତି।
ਬੰਦਿ ਖਲਾਸੀ ਭਾਣੈ ਹੋਇ ॥
ବନ୍ଦି ଖଲାସୀ ଭାଣଇ ହୋଇ॥
ଏହି କଷ୍ଟ ଯୋଗୁଁ ହିଁ ମାନବ ଜୀବକୁ ୱାହିଗୁରୁଙ୍କ ସ୍ମରଣ ହେଉ ଥାଏ।
ਹੋਰੁ ਆਖਿ ਨ ਸਕੈ ਕੋਇ ॥
ହୋରୁ ଆଖି ନ ସକଇ କୋଇ॥
ମନୁଷ୍ୟ କୁ ମାୟା - ମୋହର ବନ୍ଧନରୁ ମୁକ୍ତି ମଧ୍ୟ ଈଶ୍ଵରଙ୍କ ଆଜ୍ଞାରେ ରହିଲେ ହିଁ ମିଳିଥାଏ ।
ਜੇ ਕੋ ਖਾਇਕੁ ਆਖਣਿ ਪਾਇ ॥
ଜୋ କୋ ଖାଇକୁ ଆଖଣି ପାଇ॥
ଏଥିପାଇଁ କିଛି ଅନ୍ୟ ବିଧି ହେଉ , କେହି ମଧ୍ୟ କହି ପାରିବ ନାହିଁ ; ଅର୍ଥାତ - ଈଶ୍ଵରଙ୍କ ଆଜ୍ଞାରେ ରହିଲେ ଅତିରିକ୍ତ ମାୟାର ମୋହ - ବନ୍ଧନରୁ ମୁକ୍ତ ହେବାର କୌଣସି ଅନ୍ୟ ବିଧି କିଏ କହିପାରିବ ନାହିଁ।
ਓਹੁ ਜਾਣੈ ਜੇਤੀਆ ਮੁਹਿ ਖਾਇ ॥
ଓହୁ ଜାଣଇ ଜେତିଆ ମୁହି ଖାଇ॥
ଯଦି ଅଜ୍ଞାନତା ବଶତଃ କୌଣସି ବ୍ୟକ୍ତି ଏହି ବିଷୟରେ କଥା ହେବାର ଚେଷ୍ଟା କରିବ ତାହା ହେଲେ ତାକୁ ଜଣା ପଡିବ ଯେ ସେ ନିଜ ମୁହଁରେ ଯମ ଆଦିର କେତେ ଚୋଟ ଖାଇବାକୁ ପଡେ।
ਆਪੇ ਜਾਣੈ ਆਪੇ ਦੇਇ ॥
ଆପେ ଜାଣଇ ଆପେ ଦେଇ॥
ପରମାତ୍ମା ସଂସାରର ସମସ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ଜାଣୁଛନ୍ତି ଏବଂ ତାଙ୍କୁ ସ୍ଵୟଂ ହିଁ ପ୍ରଦାନ ମଧ୍ୟ କରୁଛନ୍ତି ।
ਆਖਹਿ ਸਿ ਭਿ ਕੇਈ ਕੇਇ ॥
ଆଖାହି ସି ଭି କେଇ କେଇ॥
ସଂସାରରେ ସମସ୍ତ ଜୀବ କୃତଜ୍ଞ ହିଁ ନାହାନ୍ତି , କେତେ ବ୍ୟକ୍ତି ଏମିତି ଅଛନ୍ତି ଯିଏ ଏହି କଥା କୁ ମାନନ୍ତି ।
ਜਿਸ ਨੋ ਬਖਸੇ ਸਿਫਤਿ ਸਾਲਾਹ ॥
ଜିସ ନୋ ବଖସେ ସିଫତି ସାଲାହ॥
ପରମାତ୍ମା ପ୍ରସନ୍ନ ହୋଇ ଯେଉଁ ବ୍ୟକ୍ତିକୁ ନିଜର ସ୍ତୁତି ଗାନ କରିବାର ଶକ୍ତି ପ୍ରଦାନ କରନ୍ତି ।
ਨਾਨਕ ਪਾਤਿਸਾਹੀ ਪਾਤਿਸਾਹੁ ॥੨੫॥
ନାନକ ପାତିସାହୀ ପାତିସାହୁ॥୨୫॥
ହେ ନାନକ ! ସିଏ ତ ବାଦଶାହ ମାନଙ୍କ ବାଦଶାହ ହୋଇଯାନ୍ତି; ଅର୍ଥାତ - ତାଙ୍କୁ ଉଚ୍ଚ ଓ ଉତ୍ତମ ପଦ ପ୍ରାପ୍ତ ହୋଇଥାଏ।॥25॥
ਅਮੁਲ ਗੁਣ ਅਮੁਲ ਵਾਪਾਰ ॥
ଅମୁଲ ଗୁଣ ଅମୁଲ ବାପାର॥
ନିରଙ୍କାରଙ୍କ ଯେଉଁ ଗୁଣକୁ କଥନ କରିପାରିବା ନାହିଁ ତାହା ଅମୂଲ୍ୟ ଅଟେ, ଆଉ ଏହି ନିରଙ୍କାରଙ୍କ ସ୍ମରଣ ଅମୂଲ୍ୟ ବ୍ୟାପାର ଅଟେ।
ਅਮੁਲ ਵਾਪਾਰੀਏ ਅਮੁਲ ਭੰਡਾਰ ॥
ଅମୁଲ ବାପାରିଏ ଅମୁଲ ଭଣ୍ଡାର॥
ଏହି ସ୍ମରଣ ରୂପୀ ବ୍ୟାପାରର ମାର୍ଗଦର୍ଶନ କରୁଥିବା ସନ୍ଥ ମଧ୍ୟ ଅମୂଲ୍ୟ ବ୍ୟାପାରୀ ଅଟନ୍ତି ଏବଂ ସେହି ସନ୍ଥ ମାନଙ୍କ ପାଖରେ ଯେଉଁ ସଦଗୁଣର ଭଣ୍ଡାର ଅଛି ତାହା ମଧ୍ୟ ଅମୂଲ୍ୟ ଅଟେ ।
ਅਮੁਲ ਆਵਹਿ ਅਮੁਲ ਲੈ ਜਾਹਿ ॥
ଅମୁଲ ଆବହି ଅମୁଲ ଳୈ ଜାହି॥
ଯେଉଁ ବ୍ୟକ୍ତି ଏହି ସନ୍ଥ ମାନଙ୍କ ପାଖରେ ପ୍ରଭୁ – ମିଳନ ପାଇଁ ଆସନ୍ତି ସେମାନେ ମଧ୍ୟ ଅମୂଲ୍ୟ ଏବଂ ଯେଉଁ ଗୁଣ ନେଇଥାନ୍ତି ତାହା ମଧ୍ୟ ଅମୂଲ୍ୟ ଅଟେ ।
ਅਮੁਲ ਭਾਇ ਅਮੁਲਾ ਸਮਾਹਿ ॥
ଅମୁଲ ଭାଇ ଅମୁଳା ସମାହି॥
ପରସ୍ପର ଗୁରୁ - ଶିଖ ଙ୍କ ପ୍ରେମ ଅମୂଲ୍ୟ ଅଟେ , ଗୁରୁ ଙ୍କ ପ୍ରେମ ରୁ ଆତ୍ମା କୁ ପ୍ରାପ୍ତ ହେବାର ଆନନ୍ଦ ମଧ୍ୟ ଅମୂଲ୍ୟ ଅଟେ ।
ਅਮੁਲੁ ਧਰਮੁ ਅਮੁਲੁ ਦੀਬਾਣੁ ॥
ଅମୁଲୁ ଧରମୁ ଅମୁଲୁ ଦୀବାଣୁ ॥
ଅକାଳ - ପୁରୁଷ ଙ୍କ ନ୍ୟାୟ ମଧ୍ୟ ଅମୂଲ୍ୟ ଅଟେ , ତାଙ୍କ ନ୍ୟାୟୟାଳୟ ମଧ୍ୟ ଅମୂଲ୍ୟ ଅଟେ।
ਅਮੁਲੁ ਤੁਲੁ ਅਮੁਲੁ ਪਰਵਾਣੁ ॥
ଅମୁଲୁ ତୁଲୁ ଅମୁଲୁ ପରବାଣୁ॥
ଅକାଳ ପୁରୁଷ ଙ୍କ ନ୍ୟାୟ କରିବାର ଶୈଳୀ ଅମୂଲ୍ୟ ଅଟେ , ଏବଂ ଜୀବ ମାନଙ୍କ ଭଲ - ମନ୍ଦ କର୍ମ କୁ ତୁଲେଇବା ଯୋଗୁଁ ପରିମାଣ ମଧ୍ୟ ଅମୂଲ୍ୟ ଅଟେ ।
ਅਮੁਲੁ ਬਖਸੀਸ ਅਮੁਲੁ ਨੀਸਾਣੁ ॥
ଅମୁଲୁ ବଖସୀସ ଅମୁଲୁ ନୀଷାଣୁ॥
ଅକାଳ ପୁରୁଷ ଦ୍ଵାରା ପ୍ରଦାନ କରାଯାଉଥିବା ପଦାର୍ଥ ମଧ୍ୟ ଅମୂଲ୍ୟ ଅଟେ ଏବଂ ସେହି ପଦାର୍ଥ ର ଚିହ୍ନ ମଧ୍ୟ ଅମୂଲ୍ୟ ଅଟେ ।
ਅਮੁਲੁ ਕਰਮੁ ਅਮੁਲੁ ਫੁਰਮਾਣੁ ॥
ଅମୁଲୁ କରମୁ ଅମୁଲୁ ଫୁରମାଣୁ ॥
ନିରଙ୍କାର ଙ୍କ ଜୀବ ଉପରେ ହେଉଥିବା କୃପା ମଧ୍ୟ ଅମୂଲ୍ୟ ଅଟେ ତଥା ତାଙ୍କ ଆଦେଶ ମଧ୍ୟ ଅମୂଲ୍ୟ ଅଟେ ।
ਅਮੁਲੋ ਅਮੁਲੁ ਆਖਿਆ ਨ ਜਾਇ ॥
ଅମୁଲୋ ଅମୁଲୁ ଆଖିଆ ନ ଜାଇ॥
ସେହି ପରମାତ୍ମା ଅତି ଅମୂଲ୍ୟ ଅଟନ୍ତି ତାଙ୍କ କଥା ଘନିଷ୍ଠତା ସହିତ କରିବା ଅସମ୍ଭବ ଅଟେ।
ਆਖਿ ਆਖਿ ਰਹੇ ਲਿਵ ਲਾਇ ॥
ଆଖି ଆଖି ରହେ ଲିବ ଲାଇ॥
ପରନ୍ତୁ ତାପରେ ମଧ୍ୟ ଅନେକ ଭକ୍ତଜଣ ତାଙ୍କ ଗୁଣର ଭାଷଣ କରିକି ଅର୍ଥାତ ତାଙ୍କ ସ୍ତୁତୁ କରି - କରିକି ଭୁତ , ଭବିଷ୍ୟ ଆଉ ବର୍ତମାନ କାଳ ତାଙ୍କର ଲିବଳୀନ ହୋଉଛନ୍ତି ।
ਆਖਹਿ ਵੇਦ ਪਾਠ ਪੁਰਾਣ ॥
ଆଖାହୀ ବେଦ ପାଠ ପୁରାଣ॥
ଚାରିଟା ବେଦ ଏବଂ ଅଠର ପୁରାଣରେ ମଧ୍ୟ ତାଙ୍କ ମହିମା କୁହା ଯାଇଛି ।
ਆਖਹਿ ਪੜੇ ਕਰਹਿ ਵਖਿਆਣ ॥
ଆଖାହୀ ପଡେ କରହି ବଖିଆଣ॥
ତାଙ୍କୁ ପଢିବା ବାଲା ମଧ୍ୟ ଅକାଳ - ପୁରୁଷଙ୍କ ଭାଷଣ କରନ୍ତି ।
ਆਖਹਿ ਬਰਮੇ ਆਖਹਿ ਇੰਦ ॥
ଆଖହୀ ବରମେ ଆଖହୀ ଇନ୍ଦ॥
ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ସ୍ୱର୍ଗର ଶାସକ ଇନ୍ଦ୍ର ମଧ୍ୟ ତାଙ୍କର ଅମୂଲ୍ୟ ଗୁଣ ବର୍ଣ୍ଣନା କରନ୍ତି |