Guru Granth Sahib Translation Project

guru granth sahib odia page-4

Page 4

ਅਸੰਖ ਭਗਤ ਗੁਣ ਗਿਆਨ ਵੀਚਾਰ ॥ ଅସଙ୍ଖ ଭଗତ ଗୁଣ ଗିଆନ ବିଚାର॥ ଅସଂଖ୍ୟ ଏପରି ଭକ୍ତ ଅଛନ୍ତି ଯିଏ ଏହି ନିରଙ୍କାରଙ୍କ ଗୁଣ ବିଚାର କରି ଜ୍ଞାନ ଉପଲବ୍ଧି କରନ୍ତି।
ਅਸੰਖ ਸਤੀ ਅਸੰਖ ਦਾਤਾਰ ॥ ଅସଙ୍ଖ ସତୀ ଅସଙ୍ଖ ଦାତାର॥ ଅସଂଖ୍ୟ ସତ୍ୟକୁ ଜାଣୁଥିବା ଅଥବା ପରମାର୍ଥ-ପଥରେ ଚାଲୁଥିବା ଦାନୀ ସଜ୍ଜନ ଅଛନ୍ତି।
ਅਸੰਖ ਸੂਰ ਮੁਹ ਭਖ ਸਾਰ ॥ ଅସଙ୍ଖ ସୂର ମୂହ ଭଖ ସାର॥ ଅସଂଖ୍ୟ ବୀର ରଣଭୂମିରେ ଶତ୍ରୁର ସାମନା କରି ଶସ୍ତ୍ର ମାଡ ସହ୍ୟ କରନ୍ତି।
ਅਸੰਖ ਮੋਨਿ ਲਿਵ ਲਾਇ ਤਾਰ ॥ ଅସଙ୍ଖ ମୋନି ଲିବ ଲାଇ ତାର॥ ଅସଂଖ୍ୟ ମାନବ ଜୀବ ମୌନ ଧାରଣ କରି ଏକାଗ୍ରଚିତ୍ତ ହୋଇ ସେହି ଅକାଳ ପୁରୁଷଙ୍କ ଠାରେ ମଗ୍ନ ରହନ୍ତି।
ਕੁਦਰਤਿ ਕਵਣ ਕਹਾ ਵੀਚਾਰੁ ॥ କୁଦରତି କବଣ କାହା ବୀଚାରୁ॥ ଏଥିପାଇଁ ମୋ’ ପାଖରେ ଏତେ ବୁଦ୍ଧି କାହିଁ ଯେ ମୁଁ ସେହି ଅକଥନୀୟ ପ୍ରଭୁଙ୍କ ସାମର୍ଥ୍ୟ ବିଚାର କରିପାରିବି।
ਵਾਰਿਆ ਨ ਜਾਵਾ ਏਕ ਵਾਰ ॥ ବାରିଆ ଣ ଜାୱା ଏକ ୱାର॥ ହେ ଅନନ୍ତ ସ୍ୱରୂପ! ମୁଁ ତୁମ ପାଖରେ ଠାରେ ମଧ୍ୟ ସମର୍ପିତ ହେବା ଯୋଗ୍ୟ ନୁହେଁ ।
ਜੋ ਤੁਧੁ ਭਾਵੈ ਸਾਈ ਭਲੀ ਕਾਰ ॥ ଜୋ ତୁଧୁ ଭାବୈ ସାଇ ଭଲୀ କାର॥ ତୁମକୁ ଯାହା ଭଲ ଲାଗେ ସେହି କାର୍ଯ୍ୟ ଶ୍ରେଷ୍ଠ ଅଟେ।
ਤੂ ਸਦਾ ਸਲਾਮਤਿ ਨਿਰੰਕਾਰ ॥੧੭॥ ତୁ ସଦା ସଲାମତି ନିରଙ୍କାର॥୧୭॥ ହେ ନିରଙ୍କାର! ହେ ପରଂବ୍ରହ୍ମ! ତୁମେ ସଦା ଶାଶ୍ଵତ ରୂପ ଅଟ ॥17॥
ਅਸੰਖ ਮੂਰਖ ਅੰਧ ਘੋਰ ॥ ଅସଙ୍ଖ ମୂରଖ ଅନ୍ଧ ଘୋର॥ ଏହି ସୃଷ୍ଟିରେ ଅସଂଖ୍ୟ ମନୁଷ୍ୟ ବିମୁଢ ତଥା ଅଜ୍ଞାନ ଅଟନ୍ତି।
ਅਸੰਖ ਚੋਰ ਹਰਾਮਖੋਰ ॥ ଅସଙ୍ଖ ଚୋର ହରାମଖୋର॥ ଅସଂଖ୍ୟ ଚୋର ଆଉ ଅଭକ୍ଷ ଖାଆନ୍ତି।
ਅਸੰਖ ਅਮਰ ਕਰਿ ਜਾਹਿ ਜੋਰ ॥ ଅସଙ୍ଖ ଅମର କରି ଜାହି ଜୋର॥ ଅସଂଖ୍ୟ ଅନ୍ୟ ଉପରେ ବଳ ପ୍ରୟୋଗ କରି ଅତ୍ୟାଚାର କରି ଏହି ସଂସାର ତ୍ୟାଗ କରନ୍ତି।
ਅਸੰਖ ਗਲਵਢ ਹਤਿਆ ਕਮਾਹਿ ॥ ଅସଙ୍ଖ ଗଲବଦ ହତିଆ କମାହି॥ ଅସଂଖ୍ୟ ଅଧର୍ମୀ ମନୁଷ୍ୟ ଯିଏ ଅନ୍ୟର ଗଳା କାଟି ହତ୍ୟା କରି ପାପ ଅର୍ଜ୍ଜନ କରନ୍ତି।
ਅਸੰਖ ਪਾਪੀ ਪਾਪੁ ਕਰਿ ਜਾਹਿ ॥ ଅସଙ୍ଖ ପାପୀ ପାପୁ କରି ଜାହି॥ ଅସଂଖ୍ୟ ପାପୀ ଏହି ସଂସାରରୁ ପାପ କରି ଚାଲିଯାନ୍ତି।
ਅਸੰਖ ਕੂੜਿਆਰ ਕੂੜੇ ਫਿਰਾਹਿ ॥ ଅସଙ୍ଖ କୂଡିଆର କୂଡେ ଫିରାହି॥ ଅସଂଖ୍ୟ ହିଁ ମିଥ୍ୟା ସ୍ଵଭାବ ରଖି ମିଛ କହନ୍ତି।
ਅਸੰਖ ਮਲੇਛ ਮਲੁ ਭਖਿ ਖਾਹਿ ॥ ଅସଙ୍ଖ ମଲେଛ ମଲୁ ଭଖି ଖାହି॥ ଅସଂଖ୍ୟ ମାନବ ଏପରି ଅଛନ୍ତି ଯିଏ ମଳିନ ବୁଦ୍ଧି ଯୋଗୁଁ ବିଷ୍ଟା ଭୋଜନ ଖାଆନ୍ତି।
ਅਸੰਖ ਨਿੰਦਕ ਸਿਰਿ ਕਰਹਿ ਭਾਰੁ ॥ ଅସଙ୍ଖ ନିନ୍ଦକ ସିରି କରହି ଭାରୁ॥ ଅସଂଖ୍ୟ ଲୋକ ଅନ୍ୟକୁ ନିନ୍ଦା କରି ନିଜ ମୁଣ୍ଡରେ ପାପ ବୋଝ ରଖନ୍ତି।
ਨਾਨਕੁ ਨੀਚੁ ਕਹੈ ਵੀਚਾਰੁ ॥ ନାନକୁ ନୀଚୁ କହୈ ବିଚାରୁ॥ ଶ୍ରୀ ଗୁରୁଦେବ ନାନକ ସ୍ଵୟଂକୁ ନିମ୍ନ କହି ବିନତି କରନ୍ତି ଯେ ଆମେ ତ କୁକର୍ମ ଜୀବ ଅର୍ଥାତ ତାମସିକ ଓ ଆସୁରିକ ସମ୍ପଦ ବାଲା ସୃଷ୍ଟିର ବର୍ଣ୍ଣନା କରୁଛନ୍ତି।
ਵਾਰਿਆ ਨ ਜਾਵਾ ਏਕ ਵਾਰ ॥ ନାନକୁ ନୀଚୁ କହୈ ବିଚାରୁ॥ ହେ ଅନନ୍ତ ସ୍ୱରୂପ! ମୁଁ ତୁମ ଠାରେ ଠାରେ ମଧ୍ୟ ସମର୍ପିତ ହେବା ପାଇଁ ଯୋଗ୍ୟ ନୁହେଁ।
ਜੋ ਤੁਧੁ ਭਾਵੈ ਸਾਈ ਭਲੀ ਕਾਰ ॥ ବରିଆ ଣ ଜାୱା ଏକ ୱାର॥ ଯାହା ତୁମକୁ ଭଲ ଲାଗେ ସେହି କାର୍ଯ୍ୟ ଶ୍ରେଷ୍ଠ ଅଟେ।
ਤੂ ਸਦਾ ਸਲਾਮਤਿ ਨਿਰੰਕਾਰ ॥੧੮॥ ଜୋ ତୁଧୁ ଭାବୈ ସାଇ ଭଲୀ କାର॥ ହେ ନିରଙ୍କାର! ହେ ପରଂବ୍ରହ୍ମ! ତୁମେ ସଦା ଶାଶ୍ଵତ ରୂପ ଅଟ। ॥18॥
ਅਸੰਖ ਨਾਵ ਅਸੰਖ ਥਾਵ ॥ ତୁ ସଦା ସଲାମତି ନିରଙ୍କାର ॥୧୮॥ ତୁମ ସୃଷ୍ଟିରେ ଅକାଳ ପୁରୁଷଙ୍କ ଅସଂଖ୍ୟ ନାମ ଓ ଅସଂଖ୍ୟ ସ୍ଥାନ ଅଛି ଯେଉଁଠି ପରମାତ୍ମା ବାସ କରନ୍ତି।
ਅਗੰਮ ਅਗੰਮ ਅਸੰਖ ਲੋਅ ॥ ଅସଙ୍ଖ ନାବ ଅସଙ୍ଖ ଥାବ॥ ଅସଂଖ୍ୟ ହିଁ ଅକଳ୍ପନୀୟ ଲୋକ ଅଛି।
ਅਸੰਖ ਕਹਹਿ ਸਿਰਿ ਭਾਰੁ ਹੋਇ ॥ ଅଗମ ଅଗମ ଅସଙ୍ଖ ଲୋଅ॥ କିନ୍ତୁ ଯେଉଁ ମନୁଷ୍ୟ ତାଙ୍କରି ରଚନାର ଗଣିତ କରି ଅସଂଖ୍ୟ ଶବ୍ଦ ବ୍ୟବହାର କରେ ତାହାର ମୁଣ୍ଡ ମଧ୍ୟ ଭାରି ହୋଇଯାଏ।
ਅਖਰੀ ਨਾਮੁ ਅਖਰੀ ਸਾਲਾਹ ॥ ଅସଙ୍ଖ କହହି ସିରି ଭାରୁ ହୋଇ॥ ଶବ୍ଦ ଦ୍ଵାରା ହିଁ ଏହି ନିରଙ୍କାରଙ୍କ ନାମ ଜପ କରାଯାଇପାରିବ, ଶବ୍ଦ ଦ୍ଵାରା ହି ତାହାଙ୍କର ଗୁଣ ଗାନ କରାଯାଇପାରିବ।
ਅਖਰੀ ਗਿਆਨੁ ਗੀਤ ਗੁਣ ਗਾਹ ॥ ଅଖରୀ ନାମୁ ଅଖରୀ ସାଲାହ॥ ପରମାତ୍ମାଙ୍କ ଗୁଣ ଗାନ ଶବ୍ଦ ଦ୍ଵାରା ହି କରାଯାଇପାରିବ, ତାହାଙ୍କ ପ୍ରଶଂସା ମଧ୍ୟ ଶବ୍ଦ ଦ୍ଵାରା ହିଁ କରାଯାଇପାରିବ।
ਅਖਰੀ ਲਿਖਣੁ ਬੋਲਣੁ ਬਾਣਿ ॥ ଅଖରୀ ଗିଆନୁ ଗୀତ ଗୁଣ ଗାହ॥ ଶବ୍ଦ ଦ୍ଵାରା ହିଁ ତାଙ୍କରି ବାଣୀର ଲେଖା ଓ ଗାନ କରାଯାଇପାରିବ।
ਅਖਰਾ ਸਿਰਿ ਸੰਜੋਗੁ ਵਖਾਣਿ ॥ ଅଖରୀ ଲିଖଣୁ ବୋଲଣୁ ବାଣି॥ ଶବ୍ଦ ଦ୍ଵାରା ହିଁ ମସ୍ତିସ୍କରେ ଲେଖା ହୋଇଥିବା କର୍ମ ବତାଯାଇପାରିବ।
ਜਿਨਿ ਏਹਿ ਲਿਖੇ ਤਿਸੁ ਸਿਰਿ ਨਾਹਿ ॥ ଅଖରୀ ସିରି ସଞ୍ଜୋଗୁ ବଖାଣି॥ କିନ୍ତୁ ଯେଉଁ ନିରଙ୍କାର ଏହି କର୍ମ ଲେଖନ୍ତି ତାଙ୍କରି କପାଳରେ କୌଣସି କର୍ମ ଲେଖନ୍ତି ନାହିଁ।
ਜਿਵ ਫੁਰਮਾਏ ਤਿਵ ਤਿਵ ਪਾਹਿ ॥ ଜିନି ଏହି ଳିଖେ ତିସୁ ସିରି ନାହି॥ କର୍ମ ଅନୁସାରେ ଅକାଳ ପୁରୁଷ ଆଦେଶ ଦିଅନ୍ତି, ସେପରି କର୍ମ ଆମେ ଭୋଗ କରୁ।
ਜੇਤਾ ਕੀਤਾ ਤੇਤਾ ਨਾਉ ॥ ଜୀବ ଫୁରମାଏ ତିଵ ତିଵ ପାହି॥ ରଚୟିତା ଏହି ସୃଷ୍ଟିର ଯେତେ ପ୍ରସାରକରିଛନ୍ତି, ତାହା ସମସ୍ତ ନାମ-ରୂପ ଅଟେ।
ਵਿਣੁ ਨਾਵੈ ਨਾਹੀ ਕੋ ਥਾਉ ॥ ଜେତା କୀତା ତେତା ନାଉ॥ ତାଙ୍କ ନାମ ବିନା କୌଣସି ସ୍ଥାନ ନାହିଁ।
ਕੁਦਰਤਿ ਕਵਣ ਕਹਾ ਵੀਚਾਰੁ ॥ ବିଣୁ ନାବୈ ନାହି କୋ ଥାଉ॥ ଏଥିପାଇଁ ମୋ’ ଠାରେ ଏତେ ବୁଦ୍ଧି କାହିଁ ଯେ ମୁଁ ଏହି ଅକଥନୀୟ ପ୍ରଭୁଙ୍କ ସାମର୍ଥ୍ୟ ବିଚାର କରେଇପାରିବି।
ਵਾਰਿਆ ਨ ਜਾਵਾ ਏਕ ਵਾਰ ॥ କୁଦରତି କବଣ କାହା ବୀଚାରୁ॥ ମୁଁ ତୁମ ଠାରେ ଠାରେ ମଧ୍ୟ ସମର୍ପିତ ହେବା ପାଇଁ ଯୋଗ୍ୟ ନୁହେଁ।
ਜੋ ਤੁਧੁ ਭਾਵੈ ਸਾਈ ਭਲੀ ਕਾਰ ॥ ବାରିଆ ନ ଜାୱା ଏକ ୱାର॥ ତୁମକୁ ଯାହା ଭଲ ଲାଗେ ସେହି କାର୍ଯ୍ୟ ଶ୍ରେଷ୍ଠ ଅଟେ।
ਤੂ ਸਦਾ ਸਲਾਮਤਿ ਨਿਰੰਕਾਰ ॥੧੯॥ ଜୋ ତୁଧୁ ଭାବୈ ଭଲୀ କାର॥ ହେ ନିରଙ୍କାର! ହେ ପରଂବ୍ରହ୍ମ! ତୁମେ ସଦା ଶାଶ୍ଵତ ରୂପ ଅଟ। ॥19॥
ਭਰੀਐ ਹਥੁ ਪੈਰੁ ਤਨੁ ਦੇਹ ॥ ତୁ ସଦା ସଲାମତି ନିରଙ୍କାର॥୧୯॥ ଯଦି ଏହି ଶରୀରର ହାତ, ପାଦ ଅଥବା କୌଣସି ଅଙ୍ଗ ମଳିନ ହୋଇଯାଏ
ਪਾਣੀ ਧੋਤੈ ਉਤਰਸੁ ਖੇਹ ॥ ଭରୀଏ ହଥୁ ପୈରୁ ତନୁ ଦେହ॥ ତାହାହେଲେ ପାଣିରେ ଧୋଇଲେ ସଫା ହୋଇଯାଏ
ਮੂਤ ਪਲੀਤੀ ਕਪੜੁ ਹੋਇ ॥ ପାଣୀ ଧୋତୈ ଉତରସୁ ଖେହ॥ ଯଦି କୌଣସି ବସ୍ତ୍ର ମୁତ୍ର ଆଦି ଦ୍ଵାରା ଅପବିତ୍ର ହୋଇଯାଏ
ਦੇ ਸਾਬੂਣੁ ਲਈਐ ਓਹੁ ਧੋਇ ॥ ମୂତ ପଲୀତୀ କପଡୁ ହୋଇ॥ ସାବୁନରେ ଏହାକୁ ଧୁଆଯାଏ।
ਭਰੀਐ ਮਤਿ ਪਾਪਾ ਕੈ ਸੰਗਿ ॥ ଦେ ସାବୂଣୁ ଲଇଐ ଓହୁ ଧୋଇ॥ ଯଦି ମନୁଷ୍ୟର ବୁଦ୍ଧି କରିବା ଯୋଗୁଁ ମଳିନ ହୋଇଯାଏ
ਓਹੁ ਧੋਪੈ ਨਾਵੈ ਕੈ ਰੰਗਿ ॥ ଭରୀଐ ମତି ପାପା କୈ ସଙ୍ଗି॥ ତାହାହେଲେ ସେହି ୱାହିଗୁରୁଙ୍କ ନାମ ସ୍ମରଣ କରି ପବିତ୍ର ହୋଇପାରିବ।
ਪੁੰਨੀ ਪਾਪੀ ਆਖਣੁ ਨਾਹਿ ॥ ଓହୁ ଘୋପୈ ନାବୈ କୈ ରଙ୍ଗି॥ ପୂଣ୍ୟ ଓ ପାପ କେବଳ କହିବା ପାଇଁ ନାହିଁ।
ਕਰਿ ਕਰਿ ਕਰਣਾ ਲਿਖਿ ਲੈ ਜਾਹੁ ॥ ପୁନୀ ପାପୀ ଆଖଣୁ ନାହି॥ ଏହି ସଂସାରରେ ଆମେ ଯେଉଁ ଯେଉଁ କର୍ମ କରିବା ତାହା ଚିତ୍ରଗୁପ୍ତ ଦ୍ଵାରା ଲେଖା ହୋଇ ରହୁଛି, ଯାହାର ଫଳ ଅନୁସାରେ ସ୍ଵର୍ଗ ଅଥବା ନର୍କ ପ୍ରାପ୍ତି ହେଉଛି।
ਆਪੇ ਬੀਜਿ ਆਪੇ ਹੀ ਖਾਹੁ ॥ କରି କରି କରଣା ଲିଖି ଳୈ ଜାହୁ॥ ମନୁଷ୍ୟ ନିଜେ ବୀଜ ବୁଣେ ଆଉ ନିଜେ ହିଁ ତାହାର ଫଳ ପ୍ରାପ୍ତ କରେ।
ਨਾਨਕ ਹੁਕਮੀ ਆਵਹੁ ਜਾਹੁ ॥੨੦॥ ଆପେ ବୀଜେ ଆପେ ହୀ ଖାହୁ॥ ଗୁରୁ ନାନକଙ୍କ କଥନ ଯେ ଜୀବ ନିଜ କର୍ମ ଅନୁସାରେ ଫଳ ଭୋଗିବା ପାଇଁ ଅକାଳ-ପୁରୁଷଙ୍କ ଆଦେଶରେ ଏହି ଜନ୍ମ-ମୃତ୍ୟୁ ଚକ୍ରରେ ଛନ୍ଦି ରହିଥାଏ। ॥20।
ਤੀਰਥੁ ਤਪੁ ਦਇਆ ਦਤੁ ਦਾਨੁ ॥ ନାନକ ହୁକମୀ ଆବହୁ ଜାହୁ॥ ॥୨୦॥ ତୀର୍ଥ-ଯାତ୍ରା-ତପ-ସାଧନା, ଜୀବ ଉପରେ ଦୟା ଭାବ କରି ତଥା ନିଃସ୍ଵାର୍ଥ ଦାନ ଦେଇ
ਜੇ ਕੋ ਪਾਵੈ ਤਿਲ ਕਾ ਮਾਨੁ ॥ ତୀରଥୁ ତପୁ ଦଇଆ ଦତୁ ଦାନୁ॥ ଯଦି କୌଣସି ମନୁଷ୍ୟ ସମ୍ମାନ ପ୍ରାପ୍ତ କରିଥାଏ ତାହାହେଲେ ସେ ଅତି ଲଘୁ ହୋଇଯାଏ।
ਸੁਣਿਆ ਮੰਨਿਆ ਮਨਿ ਕੀਤਾ ਭਾਉ ॥ ତୀରଥୁ ତପୁ ଦଇଆ ଦତୁ ଦାନୁ॥ କିନ୍ତୁ ଯିଏ ପରମେଶ୍ଵରଙ୍କ ନାମକୁ ମନରେ ପ୍ରୀତ କରି ଶୁଣିଛି ଓ ତାଙ୍କରି ନିରନ୍ତର ଚିନ୍ତନ କରିଛି,
ਅੰਤਰਗਤਿ ਤੀਰਥਿ ਮਲਿ ਨਾਉ ॥ ଜେ କୋ ପାବୈ ତିଲ କା ମାନୁ॥ ଭାବ, ସେ ନିଜ ଅନ୍ତରର ତୀର୍ଥ ସ୍ନାନ କରିଛି ଆଉ ନିଜ ମଳିନତାକୁ ଦୂର କରିଦେଇଛି (ଅର୍ଥାତ ସେହି ଜୀବ ନିଜ ହୃଦୟରେ ବାସ କରୁଥିବା ନିରଙ୍କାର ଠାରେ ଲୀନ ହୋଇ ନିଜ ଅନ୍ତରାତ୍ମାର ମଇଳା ସଫା କରିଦେଇଛି)।
ਸਭਿ ਗੁਣ ਤੇਰੇ ਮੈ ਨਾਹੀ ਕੋਇ ॥ ସୁଣିଏ ମନିଆ ମନି କୀତା ଭାଉ॥ ହେ ପ୍ରଭୁ! ସବୁ ଗୁଣ ତୁମ ଠାରେ ଅଛି, ମୋ’ ଠାରେ ଶୁଭ ଗୁଣ କିଛି ନାହିଁ।
ਵਿਣੁ ਗੁਣ ਕੀਤੇ ਭਗਤਿ ਨ ਹੋਇ ॥ ଅନ୍ତରଗତି ତୀରଥି ମଲି ନାଉ॥ ସଦାଚାରର ଗୁଣ ଧାରଣ କରିବା ବିନା ପରମେଶ୍ଵରଙ୍କ ଭକ୍ତି ମଧ୍ୟ ହୋଇପାରିବ ନାହିଁ।
ਸੁਅਸਤਿ ਆਥਿ ਬਾਣੀ ਬਰਮਾਉ ॥ ସଭି ଗୁଣ ତେରେ ମୈ ନାହୀ କୋଇ॥ ହେ ନିରଙ୍କାର! ସର୍ବଦା ତୁମର ଜୟ ହେଉ, ତୁମେ କଲ୍ୟାଣ ସ୍ୱରୂପ, ବ୍ରହ୍ମ ରୂପ ଅଟ।
ਸਤਿ ਸੁਹਾਣੁ ਸਦਾ ਮਨਿ ਚਾਉ ॥ ବିଣୁ ଗୁଣ କୀତେ ଭଗତି ନ ହୋଇ॥ ତୁମେ ସତ୍ୟ ଅଟ, ଚେତନଶୀଳ ଆଉ ସର୍ବଦା ଆନନ୍ଦ ସ୍ୱରୂପ ଅଟ।
ਕਵਣੁ ਸੁ ਵੇਲਾ ਵਖਤੁ ਕਵਣੁ ਕਵਣ ਥਿਤਿ ਕਵਣੁ ਵਾਰੁ ॥ ସୁଅସତି ଆଥି ବାଣୀ ବରମାଉ॥ ପରମାତ୍ମା ଏହିସୃଷ୍ଟି ଯେବେ ତିଆରି କରିଥିଲେ, ସେତେବେଳେ କେଉଁ ସମୟ, କେଉଁ ତାରିଖ, କେଉଁ ଦିନ ଥିଲା?
ਕਵਣਿ ਸਿ ਰੁਤੀ ਮਾਹੁ ਕਵਣੁ ਜਿਤੁ ਹੋਆ ਆਕਾਰੁ ॥ ସତୀ ସୁହାଣୁ ସଦା ମନି ଚାଉ॥ କେଉଁ ଋତୁ, କେଉଁ ମାସ ଥିଲା, ଯେବେ ଏହାର ପ୍ରସାର ହୋଇଥିଲା, ଏହା ସବୁ କିଏ ଜାଣିଛି?
ਵੇਲ ਨ ਪਾਈਆ ਪੰਡਤੀ ਜਿ ਹੋਵੈ ਲੇਖੁ ਪੁਰਾਣੁ ॥ କବଣୁ ସୁ ବେଳା ବଖତୁ କବଣୁ କବଣ ଥିତି କବଣୁ ୱାରୁ॥ ସୃଷ୍ଟି ପ୍ରସାରର ନିଶ୍ଚିତ ସମୟ ମହା ବିଦ୍ଵାନ, ଋଷି-ମୁନି ଆଦି ମଧ୍ୟ ଜାଣିପାରି ନାହାନ୍ତି, ଯଦି ଏହା ଜାଣିପାରିଥାନ୍ତେ ତାହାହେଲେ ନିଶ୍ଚିତ ରୂପରେ ବେଦ ଅଥବା ଧର୍ମ-ଗ୍ରନ୍ଥରେ ଉଲ୍ଲେଖ କରିଥାନ୍ତେ।
ਵਖਤੁ ਨ ਪਾਇਓ ਕਾਦੀਆ ਜਿ ਲਿਖਨਿ ਲੇਖੁ ਕੁਰਾਣੁ ॥ କବଣୀ ସି ରୁତୀ ମାହୁ କବଣୁ ଜିତୁ ହୋଆୟା ଆକାରୁ॥ ଏହି ସମୟର ଜ୍ଞାନ କାଜୀକୁ ମଧ୍ୟ ଜଣା ନାହିଁ, ଯଦି ଜଣା ଥାଆନ୍ତା କୋରାନ ଆଦିରେ ଉଲ୍ଲେଖ ଥାଆନ୍ତା।
ਥਿਤਿ ਵਾਰੁ ਨਾ ਜੋਗੀ ਜਾਣੈ ਰੁਤਿ ਮਾਹੁ ਨਾ ਕੋਈ ॥ ବେଲ ନ ପାଇଆ ପଣ୍ଡତୀ ଜି ହୋଏ ଲେଖୁ ପୁରାଣୁ॥ ଏହି ସୃଷ୍ଟି ରଚନାର ଦିନ, ବାର, ଋତୁ ଓ ମାସ ଆଦି କୌଣସି ଯୋଗୀ ମଧ୍ୟ ଜାଣିପାରି ନାହାନ୍ତି।
ਜਾ ਕਰਤਾ ਸਿਰਠੀ ਕਉ ਸਾਜੇ ਆਪੇ ਜਾਣੈ ਸੋਈ ॥ ବଖତୁ ନ ପାଇଓ କାଦୀଆ ଜି ଲିଖନୀ ଲେଖୁ କୁରାଣୁ॥ ଏହି ବିଷୟରେ ତାହାହେଲେ ଏହି ଜଗତର ରଚୟିତା ସ୍ଵୟଂ ହିଁ ଜାଣିପାରିବେ ଯେ ଏହି ସୃଷ୍ଟିର ପ୍ରସାର କେବେ ହୋଇଥିଲା।
ਕਿਵ ਕਰਿ ਆਖਾ ਕਿਵ ਸਾਲਾਹੀ ਕਿਉ ਵਰਨੀ ਕਿਵ ਜਾਣਾ ॥ ଥିତି ୱାରୁ ନା ଜୋଗୀ ଜାଣଇ ରୁତି ମାହୁ ନା କୋଇ॥ ମୁଁ ସେହି ଅକାଳ-ପୁରୁଷଙ୍କ କୌତୁକ କିଭଳି କହିବି, ତାଙ୍କରି ପ୍ରଶଂସା କରିବି, କେଉଁ ଭଳି ବର୍ଣ୍ଣନା କରିବି ଆଉ କେମିତି ତାଙ୍କରି ଭେଦକୁ ଜାଣିପାରିବି?


© 2025 SGGS ONLINE
error: Content is protected !!
Scroll to Top