Guru Granth Sahib Translation Project

guru granth sahib odia page-3

Page 3

ਸੁਣਿਐ ਦੂਖ ਪਾਪ ਕਾ ਨਾਸੁ॥੯॥ ସୁଣିଐ ଦୂଖ ପାପ କା ନାସୁ॥9॥ ପରମାତ୍ମାଙ୍କ ନାମ ଶୁଣିବା ଦ୍ଵାରା ସମସ୍ତ ଦୁଃଖ ଓ ଦୁଷ୍କର୍ମ ନାଶ ହୋଇଯାଏ ॥1॥
ਸੁਣਿਐ ਸਤੁ ਸੰਤੋਖੁ ਗਿਆਨੁ ॥ ସୁଣିଐ ସତୁ ସନ୍ତୋଖୁ ଗିଆନୁ॥ ନାମ ଶୁଣିବା ଦ୍ଵାରା ମନୁଷ୍ୟକୁ ସତ୍ୟ, ସନ୍ତୋଷ ଓ ଜ୍ଞାନ ଭଳି ମୂଳ ଧର୍ମ ପ୍ରାପ୍ତି ହୋଇଥାଏ।
ਸੁਣਿਐ ਅਠਸਠਿ ਕਾ ਇਸਨਾਨੁ ॥ ସୁଣିଐ ଅଠସାଠି କା ଈନସାନୁ॥ ନାମ ଶୁଣିବା ଦ୍ଵାରା ସମସ୍ତ ତୀର୍ଥରେ ଶ୍ରେଷ୍ଠ ଅଠଷଠି ତୀର୍ଥର ସ୍ନାନର ଫଳ ପ୍ରାପ୍ତ ହୋଇଯାଏ।
ਸੁਣਿਐ ਪੜਿ ਪੜਿ ਪਾਵਹਿ ਮਾਨੁ ॥ ସୁଣିଐ ପଡି ପଡି ପାବହି ମାନୁ॥ ନିରଙ୍କାରଙ୍କ ନାମ ଶୁଣିବା ପରେ ମନୁଷ୍ୟକୁ ତାଙ୍କରି ଦରବାରରେ ସମ୍ମାନ ପ୍ରାପ୍ତ ହୋଇଥାଏ।
ਸੁਣਿਐ ਲਾਗੈ ਸਹਜਿ ਧਿਆਨੁ ॥ ସୁଣିଐ ଲାଗୈ ସହଜି ଧିଆନୁ॥ ନାମ ଶୁଣିବା ଦ୍ଵାରା ପରମାତ୍ମାଙ୍କ ଠାରେ ଲୀନ ହୋଇଯାଆନ୍ତି, କାରଣ ଏଥିଦ୍ବାରା ଆତ୍ମିକ ଶୁଦ୍ଧି ହୋଇ ଜ୍ଞାନ ପ୍ରାପ୍ତ ହୋଇଥାଏ।
ਨਾਨਕ ਭਗਤਾ ਸਦਾ ਵਿਗਾਸੁ ॥ ନାନକ ଭଗତା ସଦା ବିଗାସୁ ହେ ନାନକ! ପ୍ରଭୁଙ୍କ ଭକ୍ତକୁ ସର୍ବଦା ଆତ୍ମିକ ଆନନ୍ଦ ପ୍ରକାଶ ରହିଥାଏ।
ਸੁਣਿਐ ਦੂਖ ਪਾਪ ਕਾ ਨਾਸੁ ॥੧੦॥ ସୁଣିଐ ଦୂଖ ପାପ କା ନାସୁ॥10॥ ପରମାତ୍ମାଙ୍କ ନାମ ଶୁଣିବା ଦ୍ଵାରା ସମସ୍ତ ଦୁଃଖ ଓ ଦୁଷ୍କର୍ମ ନାଶ ହୋଇଯାଏ॥10॥
ਸੁਣਿਐ ਸਰਾ ਗੁਣਾ ਕੇ ਗਾਹ ॥ ସୁଣିଐ ସରା ଗୁଣା କେ ଗାହ॥ ନାମ ଶୁଣିବା ଦ୍ଵାରା ଗୁଣର ସାଗର ଶ୍ରୀ ହରି ଠାରେ ଲୀନ ହୋଇଯାଇପାରିବ।
ਸੁਣਿਐ ਸੇਖ ਪੀਰ ਪਾਤਿਸਾਹ ॥ ସୁଣିଐ ସେଖ ପୀର ପାତିସାହ॥ ନାମ-ଶ୍ରବଣର ପ୍ରଭାବ ଦ୍ଵାରା ହିଁ ଶେଖ, ଧର୍ମ ପ୍ରଚାରକ ଆଉ ବାଦଶାହ ନିଜ ପଦରେ ଶୋଭା ପାଉଛନ୍ତି।
ਸੁਣਿਐ ਅੰਧੇ ਪਾਵਹਿ ਰਾਹੁ ॥ ସୁଣିଐ ଅନ୍ଧେ ପାବହି ରାହୁ॥ ଅଜ୍ଞାନ ମନୁଷ୍ୟ ପ୍ରଭୁ-ଭକ୍ତିର ମାର୍ଗ ନାମ-ଶ୍ରବଣ କରିବା ଦ୍ଵାରା ହିଁ ପ୍ରାପ୍ତ କରିପାରେ।
ਸੁਣਿਐ ਹਾਥ ਹੋਵੈ ਅਸਗਾਹੁ ॥ ସୁଣିଐ ହାଥ ହୋବୈ ଅସାଗାହୁ॥ ଏହି ଭବ ସାଗରର ଅଥଳ ଗଭୀରତା ଜାଣିପାରିବା ମଧ୍ୟ ନାମ-ଶ୍ରବଣ ଶକ୍ତି ଦ୍ଵାରା ସମ୍ଭବ ହୋଇପାରେ।
ਨਾਨਕ ਭਗਤਾ ਸਦਾ ਵਿਗਾਸੁ ॥ ନାନକ ଭଗତା ସଦା ବିଗାସୁ॥ ହେ ନାନକ! ସତ୍ ପୁରୁଷଙ୍କ ଅନ୍ତରରେ ସର୍ବଦା ଆନନ୍ଦ ପ୍ରକାଶ ରହିଥାଏ।
ਸੁਣਿਐ ਦੂਖ ਪਾਪ ਕਾ ਨਾਸੁ ॥੧੧॥ ସୁଣିଐ ଦୂଖ ପାପ କା ନାସୁ॥11॥ ପରମାତ୍ମାଙ୍କ ନାମ ଶୁଣିବା ଦ୍ଵାରା ସମସ୍ତ ଦୁଃଖ ଓ ଦୁଷ୍କର୍ମ ନାଶ ହୋଇଯାଏ। ॥11॥
ਮੰਨੇ ਕੀ ਗਤਿ ਕਹੀ ਨ ਜਾਇ ॥ ମନେ କି ଗତି କହି ନ ଜାଇ॥ ଏହି ଅକାଳ ପୁରୁଷଙ୍କ ନାମ ଶୁଣିବା ପରେ ତାହାକୁ ମାନିବା ବାଲା ଅର୍ଥାତ ତାହାକୁ ନିଜ ହୃଦୟରେ ବସାଇଥିବା ମନୁଷ୍ୟର ଅବସ୍ଥା କଥା କୁହାଯାଇପାରିବ ନାହିଁ।
ਜੇ ਕੋ ਕਹੈ ਪਿਛੈ ਪਛੁਤਾਇ ॥ ଜେ କୋ କହୈ ପିଛୈ ପଛୁତାଇ॥ ଯିଏ ବି ଏହି ଅବସ୍ଥା ବର୍ଣ୍ଣନା କରିଥାଏ , ପରେ ପଶ୍ଚାତାପ କରିଥାଏ।
ਕਾਗਦਿ ਕਲਮ ਨ ਲਿਖਣਹਾਰੁ ॥ କାଗଦି କଲମ ନ ଲିଖଣହାରୁ॥ ଏହି ଅବସ୍ଥାକୁ ଯଦି ଲେଖାଯାଏ ମଧ୍ୟ , ଏଥିପାଇଁ ନା କାଗଜ, ନା କଲମ , ନା ଲେଖିବା ବାଲା ଜିଜ୍ଞାସୁ,
ਮੰਨੇ ਕਾ ਬਹਿ ਕਰਨਿ ਵੀਚਾਰੁ ॥ ମନେ କା ବହି କରନି ବୀଚାରୁ॥ ଯିଏ ୱାହିଗୁରୁଙ୍କ ଠାରେ ଲୀନ ହେବା ବିଚାର କରିପାରେ,
ਐਸਾ ਨਾਮੁ ਨਿਰੰਜਨੁ ਹੋਇ ॥ ଐସା ନାମୁ ନିରଞ୍ଜନୁ ହୋଇ॥ ପରମାତ୍ମାଙ୍କ ନାମ ସର୍ବଶ୍ରେଷ୍ଠ ଓ ମାୟାତୀତ ଅଟେ।
ਜੇ ਕੋ ਮੰਨਿ ਜਾਣੈ ਮਨਿ ਕੋਇ ॥੧੨॥ ଯେକୋ ମନି ଜାଣଈ ମନି କୋଇ॥12॥ ଯଦି କିଏ ତାହାଙ୍କୁ ନିଜ ହୃଦୟରେ ବସାଇ ତାହାଙ୍କ ଚିନ୍ତନ କରେ ॥12॥
ਮੰਨੈ ਸੁਰਤਿ ਹੋਵੈ ਮਨਿ ਬੁਧਿ ॥ ମନୈ ସୁରତି ହୋବୈ ମନି ବୁଧି॥ ପରମାତ୍ମାଙ୍କ ନାମ ଶୁଣି ତାହାଙ୍କ ଚିନ୍ତନ କରିବା ଦ୍ଵାରା ମନ ଆଉ ବୁଦ୍ଧିରେ ଉତ୍ତମ ପ୍ରୀତି ଜାତ ହୋଇଯାଏ।
ਮੰਨੈ ਸਗਲ ਭਵਣ ਕੀ ਸੁਧਿ ॥ ମନୈ ସଗଲ ଭବଣ କୀ ସୁଧି॥ ଚିନ୍ତନ କରିବା ଦ୍ଵାରା ସଂପୂର୍ଣ୍ଣ ସୃଷ୍ଟିର ଜ୍ଞାନ ବୋଧ ହୋଇଯାଏ।
ਮੰਨੈ ਮੁਹਿ ਚੋਟਾ ਨਾ ਖਾਇ ॥ ମନୈ ମୁହି ଚୋଟା ନା ଖାଇ॥ ଚିନ୍ତନ କରୁଥିବା ମନୁଷ୍ୟ କେବେ ସାଂସାରିକ କଷ୍ଟ ଅଥବା ପରଲୋକରେ ଯମର ଦଣ୍ଡ ଭୋଗ କରେ ନାହିଁ।
ਮੰਨੈ ਜਮ ਕੈ ਸਾਥਿ ਨ ਜਾਇ ॥ ମନୈ ଜମ କୈ ସାଥି ନ ଜାଇ॥ ଚିନ୍ତନଶୀଳ ମନୁଷ୍ୟ ଅନ୍ତକାଳରେ ଯମ ସହିତ ନର୍କକୁ ଯାଏ ନାହିଁ, ବରଂ ଦେବଗଣ ସାଥିରେ ସ୍ଵର୍ଗ-ଲୋକକୁ ଯାଏ।
ਐਸਾ ਨਾਮੁ ਨਿਰੰਜਨੁ ਹੋਇ ॥ ଐସା ନାମୁ ନିରଞ୍ଜନୁ ହୋଇ॥ ପରମାତ୍ମାଙ୍କ ନାମ ବହୁତ ହିଁ ଶ୍ରେଷ୍ଠ ଏବଂ ମାୟାତୀତ ଅଟେ।
ਜੇ ਕੋ ਮੰਨਿ ਜਾਣੈ ਮਨਿ ਕੋਇ ॥੧੩॥ ଜେ କୋ ମନି ଜାଣଉ ମନି କୋଇ ॥୧୩॥ ଯଦି କିଏ ତାହାଙ୍କୁ ନିଜ ହୃଦୟରେ ଲୀନ କରି ତାହାଙ୍କ ଚିନ୍ତନ କରେ॥13॥
ਮੰਨੈ ਮਾਰਗਿ ਠਾਕ ਨ ਪਾਇ ॥ ମନୈ ମାରଗି ଠାକ ନ ପାଇ॥ ନିରଙ୍କାରଙ୍କ ନାମ ଚିନ୍ତନ କରୁଥିବା ମାନବ ଜୀବର ମାର୍ଗରେ କୌଣସି ପ୍ରକାର କିଛି ବାଧା ଆସେ ନାହିଁ।
ਮੰਨੈ ਪਤਿ ਸਿਉ ਪਰਗਟੁ ਜਾਇ ॥ ମନୈ ପତି ସିଉ ପରଗଟୁ ଜାଇ॥ ଚିନ୍ତନଶୀଳ ମନୁଷ୍ୟ ସଂସାରରେ ଶୋଭାର ପାତ୍ର ହୋଇଥାଏ।
ਮੰਨੈ ਮਗੁ ਨ ਚਲੈ ਪੰਥੁ ॥ ମନୈ ମଗୁ ନ ଚଲଇ ପନ୍ଥୁ॥ ଏପରି ବ୍ୟକ୍ତିତ୍ଵ ଦ୍ଵିଧାପୂର୍ଣ୍ଣ ମାର୍ଗ ଅଥବା ସାମ୍ପ୍ରଦାୟିକତାକୁ ଛାଡି ଧର୍ମ-ପଥରେ ଚାଲେ।
ਮੰਨੈ ਧਰਮ ਸੇਤੀ ਸਨਬੰਧੁ ॥ ମନୈ ଧରମ ସେତୀ ସନବନ୍ଧୁ॥ ଚିନ୍ତନଶୀଳର ଧର୍ମ-କାର୍ଯ୍ୟରେ ସତ୍ ସମ୍ବନ୍ଧ ହୋଇଥାଏ।
ਐਸਾ ਨਾਮੁ ਨਿਰੰਜਨੁ ਹੋਇ ॥ ଐସା ନାମୁ ନିରଞ୍ଜନୁ ହୋଇ॥ ପରମାତ୍ମାଙ୍କ ନାମ ବହୁତ ହିଁ ଶ୍ରେଷ୍ଠ ଓ ମାୟାତୀତ ହୋଇଥାଏ।
ਜੇ ਕੋ ਮੰਨਿ ਜਾਣੈ ਮਨਿ ਕੋਇ ॥੧੪॥ ଜେ କୋ ମନି ଜାଣଇ ମନି କୋଇ॥୧୪॥ ଯଦି କିଏ ତାହାଙ୍କୁ ନିଜ ହୃଦୟରେ ଲୀନ କରି ତାହାଙ୍କୁ ଚିନ୍ତନ କରେ ॥14॥
ਮੰਨੈ ਪਾਵਹਿ ਮੋਖੁ ਦੁਆਰੁ ॥ ମନୈ ପାବହି ମୋଖୁ ଦୁଆରୁ॥ ପ୍ରଭୁଙ୍କ ନାମ ଚିନ୍ତନ କରୁଥିବା ମନୁଷ୍ୟ ମୋକ୍ଷ ଦ୍ଵାର ପ୍ରାପ୍ତ କରିନିଏ।
ਮੰਨੈ ਪਰਵਾਰੈ ਸਾਧਾਰੁ ॥ ମନୈ ପରବାରେ ସାଧାରୁ॥ ଚିନ୍ତନ କରୁଥିବା ନିଜର ସମସ୍ତ ପରିଜନଙ୍କୁ ମଧ୍ୟ ସେହି ନାମର ଆଶ୍ରୟ ଦେଇଥାଏ।
ਮੰਨੈ ਤਰੈ ਤਾਰੇ ਗੁਰੁ ਸਿਖ ॥ ମନୈ ତରୈ ତାରେ ଗୁରୁ ଶିଖ॥ ଚିନ୍ତନଶୀଳ ଗୁରୁଶିଖ ସ୍ଵୟଂ ଏହି ଭବ-ସାଗରକୁ ପାର କରିଥାଏ, ତଥା ଅନ୍ୟ ସଙ୍ଗକୁ ମଧ୍ୟ ପାର କରାଏ।
ਮੰਨੈ ਨਾਨਕ ਭਵਹਿ ਨ ਭਿਖ ॥ ମନୈ ନାନକ ଭବାହି ନ ଭିଖ॥ ଚିନ୍ତନ କରୁଥିବା ମାନବ ଜୀବ, ହେ ନାନକ! ଦ୍ଵାର ଦ୍ଵାର ଭିକ୍ଷା ବୃତ୍ତି କରେ ନାହିଁ।
ਐਸਾ ਨਾਮੁ ਨਿਰੰਜਨੁ ਹੋਇ ॥ ଐସା ନାମୁ ନିରଞ୍ଜନୁ ହୋଇ॥ ପରମାତ୍ମାଙ୍କ ନାମ ବହୁତ ହିଁ ଶ୍ରେଷ୍ଠ ଓ ମାୟାତୀତ ଅଟେ।
ਜੇ ਕੋ ਮੰਨਿ ਜਾਣੈ ਮਨਿ ਕੋਇ ॥੧੫॥ ଜେ କୋ ମନି ଜାଣଇ ମନି କୋଇ॥୧୫॥ ଯଦି କିଏ ତାହାଙ୍କୁ ନିଜ ହୃଦୟରେ ଲୀନ କରି ତାହାଙ୍କୁ ଚିନ୍ତନ କରେ ॥15॥
ਪੰਚ ਪਰਵਾਣ ਪੰਚ ਪਰਧਾਨੁ ॥ ପଞ୍ଚ ପରବାନ ପଞ୍ଚ ପରଧାନୁ॥ ଯିଏ ପ୍ରଭୁ ନାମର ଚିନ୍ତନ କରିଛି ସେ ଶ୍ରେଷ୍ଠ ସନ୍ଥ ନିରଙ୍କାରଙ୍କ ଦ୍ଵାରରେ ସ୍ଵୀକୃତ ହୋଇଥାଏ, ସେ ହିଁ ସେଠାରେ ପ୍ରମୁଖ ହୋଇଥାଏ।
ਪੰਚੇ ਪਾਵਹਿ ਦਰਗਹਿ ਮਾਨੁ ॥ ପଞ୍ଚେ ପାବାହି ଦରଗହି ମାନୁ॥ ଏପରି ଗୁରୁମୁଖ ପ୍ରିୟ ଅକାଳପୁରୁଷଙ୍କ ସଭାରେ ସମ୍ମାନ ପାଇଥାଏ।
ਪੰਚੇ ਸੋਹਹਿ ਦਰਿ ਰਾਜਾਨੁ ॥ ପଞ୍ଚେ ସୋହହି ଦରି ରାଜାନୁ॥ ଏପରି ସଦପୁରୁଷ ରାଜ ଦରବାରରେ ଶୋଭାବାନ ହୋଇଥାଏ।
ਪੰਚਾ ਕਾ ਗੁਰੁ ਏਕੁ ਧਿਆਨੁ ॥ ପଞ୍ଚା କା ଗୁରୁ ଏକୁ ଦିଆନୁ॥ ସଦଗୁଣୀ ମାନବର ଧ୍ୟାନ ସେହି ଏକ ସଦଗୁରୁ (ନିରଙ୍କାର) ଠାରେ ହିଁ ରହିଥାଏ।
ਜੇ ਕੋ ਕਹੈ ਕਰੈ ਵੀਚਾਰੁ ॥ ଜେ କୋ କହୈ କରୈ ବିଚାରୁ॥ ଯଦି କୌଣସି ବ୍ୟକ୍ତିତ୍ଵ ସେହି ରଚୟିତାଙ୍କ ବିଷୟରେ କହିବାକୁ ଚାହେଁ ଅଥବା ତାହାଙ୍କର ରଚନାର ଲେଖା କରେ
ਕਰਤੇ ਕੈ ਕਰਣੈ ਨਾਹੀ ਸੁਮਾਰੁ ॥ କରତେ କୈ କରନୈ ନାହୀ ସୁମାରୁ॥ ତାହାହେଲେ ସେହି ରଚୟିତାଙ୍କ ପ୍ରକୃତିର ଆକଳନ କରାଯାଇପାରିବ ନାହିଁ।
ਧੌਲੁ ਧਰਮੁ ਦਇਆ ਕਾ ਪੂਤੁ ॥ ଧୌଲୁ ଧରମୁ ଦଇଆ କା ପୂତୁ ॥ ନିରଙ୍କାର ଦ୍ଵାରା ରଚା ହୋଇଥିବା ସୃଷ୍ଟିକୁ ଧର୍ମ-ରୂପୀ ବୃଷଭ ନିଜ ଉପରେ ଧାରଣ କରି ରଖିଛି ଯିଏ କି ଦୟାର ପୁତ୍ର ଅଟେ।
ਸੰਤੋਖੁ ਥਾਪਿ ਰਖਿਆ ਜਿਨਿ ਸੂਤਿ ॥ ସନ୍ତୋଖୁ ଥାପି ରଖିଆ ଜିନି ସୂତି॥ ଯାହା ସହିତ ସନ୍ତୋଷ ରୂପୀ ସୂତ୍ର ସାଥିରେ ବାନ୍ଧି ହୋଇଛି।
ਜੇ ਕੋ ਬੁਝੈ ਹੋਵੈ ਸਚਿਆਰੁ ॥ ଜେ କୋ ବୁଝଇ ହୋୱେ ସଚିଆରୁ॥ ଯଦି କିଏ ପରମାତ୍ମାଙ୍କ ଏହି ରହସ୍ୟକୁ ଜାଣି ନେବା, ତାହାହେଲେ ସେ ସତ୍ୟନିଷ୍ଠ ହୋଇପାରେ।
ਧਵਲੈ ਉਪਰਿ ਕੇਤਾ ਭਾਰੁ ॥ ଧବଳୈ ଉପରି କେତା ଭାରୁ॥ କେତେ ବୋଝ ଅଟେ, ସେ କେତେ ବୋଝ ଉଠାଇବା ପାଇଁ ସାମର୍ଥ୍ୟ ରଖିଥାନ୍ତି।
ਧਰਤੀ ਹੋਰੁ ਪਰੈ ਹੋਰੁ ਹੋਰੁ ॥ ଧରତୀ ହୋରୁ ପରୈ ହୋରୁ ହୋରୁ॥ କାରଣ ଏହି ଧରିତ୍ରିରେ ରଚୟିତା ଯାହା ରଚନା କରିଛନ୍ତି ସେ ଉର୍ଦ୍ଧ୍ଵର ଉର୍ଦ୍ଧ୍ଵ, ଅନନ୍ତ ଅଟେ।
ਤਿਸ ਤੇ ਭਾਰੁ ਤਲੈ ਕਵਣੁ ਜੋਰੁ ॥ ତିସ ତେ ଭାରୁ ତଳୈ କବଣୁ ଜୋରୁ॥ ପୁଣି ସେହି ବୃଷଭର ବୋଝ କେଉଁ ଶକ୍ତି ଉପରେ ଆଶ୍ରିତ।
ਜੀਅ ਜਾਤਿ ਰੰਗਾ ਕੇ ਨਾਵ ॥ ଜୀଅ ଜାତି ରଙ୍ଗା କେ ନାୱ॥ ରଚୟିତାର ଏହି ରଚନାରେ ଅନେକ ଜାତି, ରଙ୍ଗ ତଥା ଅଲଗା-ଅଲଗା ନାମରେ ଜଣା ହେଉଥିବା ଲୋକ ମହଜୁଦ ଅଛି।
ਸਭਨਾ ਲਿਖਿਆ ਵੁੜੀ ਕਲਾਮ ॥ ସଭନା ଲିଖିଆ ବୁଡୀ କଲାମ॥ ଯାହାର ମସ୍ତିସ୍କ ଉପରେ ପରମାତ୍ମାଙ୍କ ଆଜ୍ଞାରେ ଚାଲୁଥିବା କଲମରେ କର୍ମର ଲେଖା ଲେଖାଯାଇଛି।
ਏਹੁ ਲੇਖਾ ਲਿਖਿ ਜਾਣੈ ਕੋਇ ॥ ଏହୁ ଲେଖା ଲିଖି ଜାଣଇ କୋଇ॥ କିନ୍ତୁ ଯଦି କୌଣସି ଜଣ-ସାଧାରଣ ଏହି କର୍ମ-ଲେଖା ଲେଖିବା କଥା କହେ, ତାହାହେଲେ
ਲੇਖਾ ਲਿਖਿਆ ਕੇਤਾ ਹੋਇ ॥ ଲେଖା ଲିଖିଆ କେତା ହୋଇ॥ ସେ ଏହା ମଧ୍ୟ ଜାଣିପାରିବ ନାହିଁ ଯେ ଏହି ଲେଖା ଲେଖିବା ବାଲା କେତେ ହେବ।
ਕੇਤਾ ਤਾਣੁ ਸੁਆਲਿਹੁ ਰੂਪੁ ॥ କେତା ତାଣୁ ସୁଆଲିହୁ ଲେଖିବା ବାଲା ଏହି ପରମାତ୍ମାଙ୍କ ଠାରେ କେତେ ଶକ୍ତି ଥିବ, ତାଙ୍କରି ରୂପ କେତେ ସୁନ୍ଦର ଅଟେ।
ਕੇਤੀ ਦਾਤਿ ਜਾਣੈ ਕੌਣੁ ਕੂਤੁ ॥ କେତୀ ଦାତି ଜାଣଇ କୌନୁ କୂତୁ॥ ତାଙ୍କରି କେତେ ଦାନ ଅଛି, ଏପରି କିଏ ଅଛି ଯିଏ ସଂପୂର୍ଣ୍ଣ ଅନୁମାନ ଲଗାଇପାରିବ।
ਕੀਤਾ ਪਸਾਉ ਏਕੋ ਕਵਾਉ ॥ କୀତା ପସାଉ ଏକୋ କବାଉ॥ ଅକାଳ ପୁରୁଷଙ୍କ ମାତ୍ର ଏକ ଶବ୍ଦରେ ସମସ୍ତ ସୃଷ୍ଟିର ପ୍ରସାର ହୋଇଥାଏ।
ਤਿਸ ਤੇ ਹੋਏ ਲਖ ਦਰੀਆਉ ॥ ତିସ ତେ ହୋଏ ଲଖ ଦରିଆଉ॥ ସେହି ଏକ ଶବ୍ଦ-ରୂପୀ ଆଦେଶରୁ ହିଁ ସୃଷ୍ଟିରେ ଏକରୁ ଅନେକ ଜୀବଜନ୍ତୁ, ତଥା ଅନ୍ୟ ପଦାର୍ଥର ପ୍ରବାହ ଚାଲିଥାଏ।
ਕੁਦਰਤਿ ਕਵਣ ਕਹਾ ਵੀਚਾਰੁ ॥ କୁଦରତି କବଣ କାହା ବିଚାରୁ॥ ଏଥିପାଇଁ ମୋ’ ଠାରେ ଏତେ ବୁଦ୍ଧି କାହିଁ ଯେ ମୁଁ ସେହି ଅକଥନୀୟ ପ୍ରଭୁଙ୍କ ସାମର୍ଥ୍ୟର ବିଚାର କରିପାରିବି।
ਵਾਰਿਆ ਨ ਜਾਵਾ ਏਕ ਵਾਰ ॥ ବାରିଆ ନ ଜାବା ଏକ ୱାର॥ ହେ ଅନନ୍ତ ସ୍ୱରୂପ! ମୁଁ ତୁମ ପାଖରେ ଥରେ ମଧ୍ୟ ସମର୍ପିତ ହେବା ଯୋଗ୍ୟ ନୁହେଁ।
ਜੋ ਤੁਧੁ ਭਾਵੈ ਸਾਈ ਭਲੀ ਕਾਰ ॥ ଜୋ ତୁଧୁ ଭାୱେ ସାଇ ଭଲୀ କାର॥ ଯାହା ତୁମକୁ ଭଲ ଲାଗେ ସେହି କାର୍ଯ୍ୟ ଶ୍ରେଷ୍ଠ ଅଟେ।
ਤੂ ਸਦਾ ਸਲਾਮਤਿ ਨਿਰੰਕਾਰ ॥੧੬॥ ତୁ ସଦା ସଲାମତି ନିରଙ୍କାର ॥16॥ ହେ ନିରଙ୍କାର! ହେ ପରଂବ୍ରହ୍ମ! ତୁମେ ସଦା ଶାଶ୍ଵତ ରୂପ ଅଟ। ॥16॥
ਅਸੰਖ ਜਪ ਅਸੰਖ ਭਾਉ ॥ ଅସଙ୍ଖ ଜପ ଅସଙ୍ଖ ଭାଉ॥ ଏହି ସୃଷ୍ଟିରେ ଅସଂଖ୍ୟ ଲୋକ ଏହି ରଚୟିତାକୁ ଜପ କରନ୍ତି, ଅସଂଖ୍ୟ ହିଁ ତାହାଙ୍କୁ ପ୍ରେମ କରନ୍ତି।
ਅਸੰਖ ਪੂਜਾ ਅਸੰਖ ਤਪ ਤਾਉ ॥ ଅସଙ୍ଖ ପୂଜା ଅସଙ୍ଖ ତପ ତାଉ॥ ଅସଂଖ୍ୟ ତାଙ୍କରି ଅର୍ଚ୍ଚନା କରନ୍ତି, ଅସଂଖ୍ୟ ତପସ୍ଵୀ ତପସ୍ୟା କରୁଛନ୍ତି।
ਅਸੰਖ ਗਰੰਥ ਮੁਖਿ ਵੇਦ ਪਾਠ ॥ ଅସଙ୍ଖ ଗରନ୍ଥ ମୁଖି ବେଦ ପାଠ॥ ଅସଂଖ୍ୟ ଲୋକ ଧାର୍ମିକ ଗ୍ରନ୍ଥ ଓ ବେଦ ଆଦିକୁ ମୁଖରେ ପାଠ କରୁଛନ୍ତି।
ਅਸੰਖ ਜੋਗ ਮਨਿ ਰਹਹਿ ਉਦਾਸ ॥ ଅସଙ୍ଖ ଜୋଗ ମନି ରହହି ଉଦାସ॥ ଅସଂଖ୍ୟ ହିଁ ଯୋଗ-ସାଧନାରେ ଲୀନ ରହି ମନକୁ ଆସକ୍ତି ଠାରୁ ମୁକ୍ତ ରଖନ୍ତି।


© 2025 SGGS ONLINE
error: Content is protected !!
Scroll to Top