Page 2
ਗਾਵੈ ਕੋ ਵੇਖੈ ਹਾਦਰਾ ਹਦੂਰਿ ॥
ଗାବୈ କୋ ବେଖୈ ହାଦରା ହଦୂରି
କିଏ ତାହାଙ୍କୁ ସର୍ବବ୍ୟାପୀ ଭାବି ତାଙ୍କରି ମହିମା ଗାନ କରିଥାଏ।
ਕਥਨਾ ਕਥੀ ਨ ਆਵੈ ਤੋਟਿ ॥
କଥନା କଥୀ ନ ଆବୈ ତୋଟି ॥
ଅନେକ ଅନେକ ତାଙ୍କରି କିର୍ତ୍ତୀର କଥନ କରିଛନ୍ତି, କିନ୍ତୁ ପୁଣି ଅନ୍ତ ହୋଇ ନାହିଁ।
ਕਥਿ ਕਥਿ ਕਥੀ ਕੋਟੀ ਕੋਟਿ ਕੋਟਿ ॥
କଥି କଥି କଥୀ କୋଟୀ କୋଟି କୋଟି ॥
କୋଟି କୋଟି ଜୀବ ତାଙ୍କରି ଗୁଣ ଗାନ କରିଛନ୍ତି, ତଥାପି ତାଙ୍କରି ବାସ୍ତବିକ ସ୍ୱରୂପ ପାଇ ପାରିନାହାନ୍ତି।
ਦੇਦਾ ਦੇ ਲੈਦੇ ਥਕਿ ਪਾਹਿ ॥
ଦେଦା ଦେ ଲେଇଦେ ଥକି ପାହି ॥
ଅକାଳ ପୁରୁଷ ଦାତା ବନି ଜୀବକୁ ଭୌତିକ ପଦାର୍ଥ ଦେଉଛନ୍ତି, (ପରନ୍ତୁ) ଜୀବ ନେଇ ନେଇ ଥକି ଯାଉଛି।
ਜੁਗਾ ਜੁਗੰਤਰਿ ਖਾਹੀ ਖਾਹਿ ॥
ଜୁଗା ଜୁଙ୍ଗତରି ଖାହୀ ଖାହି ॥
ସମସ୍ତ ଜୀବ ଯୁଗ ଯୁଗରୁ ଏହି ପଦାର୍ଥ ଭୋଗ କରି ଆସୁଛନ୍ତି।
ਹੁਕਮੀ ਹੁਕਮੁ ਚਲਾਏ ਰਾਹੁ ॥
ହୁକମୀ ହୁକମୁ ଚଲାଏ ରାହୁ ॥
ଆଦେଶ ଦାତା ନିରଙ୍କାରଙ୍କ ଇଚ୍ଛାରେ ହିଁ ସଂପୂର୍ଣ୍ଣ ସୃଷ୍ଟି ଚାଲୁଅଛି।
ਨਾਨਕ ਵਿਗਸੈ ਵੇਪਰਵਾਹੁ ॥੩॥
ନାନକ ବିଗସୈ ବେପରୱାହୁ ॥3॥
ଶ୍ରୀ ଗୁରୁ ନାନକ ଦେବ ଜୀ ସୃଷ୍ଟିର ଜୀବଙ୍କୁ ସୂଚିତ କରି କହନ୍ତି ଯେ ସେହି ନିରଙ୍କାର (ୱାହିଗୁରୁ) ଚିନ୍ତା ରହିତ ହୋଇ ସର୍ବଦା ପ୍ରସନ୍ନ ରହନ୍ତି।॥3॥
ਸਾਚਾ ਸਾਹਿਬੁ ਸਾਚੁ ਨਾਇ ਭਾਖਿਆ ਭਾਉ ਅਪਾਰੁ ॥
ସାଚା ସାହିବୁ ସାଚୁ ନାଇ ଭାଖିଆ ଭାଉ ଅପାରୁ ॥
ସେହି ଅକାଳ ପୁରୁଷ (ନିରଙ୍କାର)ନିଜର ସତ୍ୟ ନାମ ସହିତ ସ୍ଵୟଂ ମଧ୍ୟ ସତ୍ୟ ଅଟେ, ସେ ଅନନ୍ତ ଅଟେ।
ਆਖਹਿ ਮੰਗਹਿ ਦੇਹਿ ਦੇਹਿ ਦਾਤਿ ਕਰੇ ਦਾਤਾਰੁ ॥
ଆଖହି ମଙ୍ଗହି ଦେହି ଦାତି କରେ ଦାତାରୁ ॥
ସମସ୍ତେ ନିଜକୁ ଜୀବ କହୁଛନ୍ତି, ମାଗୁଛନ୍ତି,ଦିଅ ଦିଅ କରୁଛନ୍ତି,ସେହି ଦାତା (ପରମାତ୍ମା) ସମସ୍ତଙ୍କୁ ଦେଉଛନ୍ତି।
ਫੇਰਿ ਕਿ ਅਗੈ ਰਖੀਐ ਜਿਤੁ ਦਿਸੈ ਦਰਬਾਰੁ ॥
ଫେରି କି ଅଗୈ ରଖିଐ ଜିତୁ ଦିସୈ ଦରବାରୁ ॥
ସେହି ପରମାତ୍ମାଙ୍କ ସମ୍ମୁଖକୁ କେଉଁ ଭେଟି ନେଇଯିବା ଯେ ଆମେ ତାଙ୍କରି ଦରବାରକୁ ଦେଖିପାରିବା?
ਮੁਹੌ ਕਿ ਬੋਲਣੁ ਬੋਲੀਐ ਜਿਤੁ ਸੁਣਿ ਧਰੇ ਪਿਆਰੁ ॥
ମୁହୌ କି ବୋଲଣୁ ବୋଲିଏ ଜିତୁ ସୁଣି ଘରେ ପିଆରୁ ॥
ମୁଖରେ ତାଙ୍କରି ଗୁଣ ଗାନ କେଉଁ ପ୍ରକାର କରିବା ଯେ ତାହା ଶୁଣି ସେହି ଅନନ୍ତ ଶକ୍ତି(ଇଶ୍ଵର) ଆମକୁ ପ୍ରେମ-ପ୍ରସାଦ ପ୍ରଦାନ କରିବେ?
ਅੰਮ੍ਰਿਤ ਵੇਲਾ ਸਚੁ ਨਾਉ ਵਡਿਆਈ ਵੀਚਾਰੁ ॥
ଅମ୍ରିତ ବେଲା ସଚୁ ନାଉ ବଡିଆଇ ବିଚାରୁ ॥
ଏହାର ଉତ୍ତର ଗୁରୁ ମହାରାଜ ସ୍ପଷ୍ଟ କରନ୍ତି ଯେ ପ୍ରଭାତ କାଳରେ(ଅମୃତ ବେଳାରେ) ସତ୍ୟ ନାମ ଧାରୀ ଅକାଳ ପୁରୁଷଙ୍କ ନାମ ସ୍ମରଣ କର ଆଉ ତାଙ୍କରି ମହିମା ଗାନ କର, ତାହାହେଲେ ତାଙ୍କରି ପ୍ରେମ ପ୍ରାପ୍ତ କରିପାରିବ।
ਕਰਮੀ ਆਵੈ ਕਪੜਾ ਨਦਰੀ ਮੋਖੁ ਦੁਆਰੁ ॥
କରମୀ ଆବୈ କପଡା ନଦରୀ ମୋଖୁ ଦୁଆରୁ ॥
ଗୁରୁଜୀ କହନ୍ତି ଯେ କର୍ମ ମାତ୍ର ଦ୍ଵାରା ଜୀବକୁ ଏହି ଶରୀର ରୂପୀ କପଡା ଅର୍ଥାତ ମାନବ ଜନ୍ମ ପ୍ରାପ୍ତ ହୋଇଥାଏ, ଏଥିରୁ ମୁକ୍ତି ମିଳେ ନାହିଁ , ମୋକ୍ଷ ପ୍ରାପ୍ତ କରିବା ପାଇଁ ତାଙ୍କରି କୃପାମୟୀ ଦୃଷ୍ଟି ଆବଶ୍ୟକ।
ਨਾਨਕ ਏਵੈ ਜਾਣੀਐ ਸਭੁ ਆਪੇ ਸਚਿਆਰੁ ॥੪॥
ନାନକ ଏବୈ ଜାଣିଐ ସଭୁ ଆପେ ସଚିଆରୁ ॥୪॥
ହେ ନାନକ! ଏହି ପ୍ରକାର ବୋଧ ଗ୍ରହଣ କର ଯେ ସେହି ସତ୍ୟ ସ୍ୱରୂପ ନିରଙ୍କାର ହିଁ ସର୍ବସ୍ଵ ଅଟେ, ଏଥିଦ୍ଵାରା ମନୁଷ୍ୟର ସମସ୍ତ ଶଙ୍କା ଦୂର ହୋଇଯାଏ।॥4॥
ਥਾਪਿਆ ਨ ਜਾਇ ਕੀਤਾ ਨ ਹੋਇ ॥
ଥାପିଆ ନ ଜାଇ କୀତା ନ ହୋଇ ॥
ସେହି ପରମାତ୍ମା କାହା ଦ୍ଵାରା ମୂର୍ତ୍ତୀ ରୂପେ ସ୍ଥାପିତ କରାଯାଇପାରିବ ନାହିଁ, ନା ହିଁ ତାହାକୁ ବନା ଯାଇପାରିବ।
ਆਪੇ ਆਪਿ ਨਿਰੰਜਨੁ ਸੋਇ ॥
ଆପେ ଆପି ନିରଞ୍ଜନୁ ସୋଇ ॥
ସେ ମାୟାତୀତ ହୋଇ ସ୍ଵୟଂ ଠାରୁ ହିଁ ପ୍ରକାଶମାନ ଅଟେ।
ਜਿਨਿ ਸੇਵਿਆ ਤਿਨਿ ਪਾਇਆ ਮਾਨੁ ॥
ଜିନି ସେୱିଆ ତିନି ପାଇଆ ମାନୁ॥
ଯେଉଁ ମାନବ ସେହି ଈଶ୍ବରଙ୍କ ନାମ ସ୍ମରଣ କରେ ସେ ତାଙ୍କରି ଦରବାରରେ ସମ୍ମାନ ପାଇଥାଏ।
ਨਾਨਕ ਗਾਵੀਐ ਗੁਣੀ ਨਿਧਾਨੁ ॥
ନାନକ ଗାବୀଐ ଗୁଣୀ ନିଧାନୁ॥
ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ କଥନ ଅଟେ ଯେ ସେହି ଗୁଣର ଭଣ୍ଡାର ନିରଙ୍କାରଙ୍କ ବନ୍ଦନା କରିବା ଉଚିତ।
ਗਾਵੀਐ ਸੁਣੀਐ ਮਨਿ ਰਖੀਐ ਭਾਉ ॥
ଗାବୀଐ ସୁଣୀଐ ମନି ରଖୀଐ ଭାଉ॥
ତାଙ୍କର ଗୁଣ ଗାନ କରି, ପ୍ରଶଂସା ଶୁଣି ନିଜ ହୃଦୟରେ ତାଙ୍କ ପ୍ରତି ଶ୍ରଦ୍ଧା ଧାରଣ କର।
ਦੁਖੁ ਪਰਹਰਿ ਸੁਖੁ ਘਰਿ ਲੈ ਜਾਇ ॥
ଦୁଖୁ ପରହରି ସୁଖୁ ଘରି ଳୈ ଜାଇ॥
ଏପରି କରିବା ଦ୍ଵାରା ଘରେ ଦୁଃଖର ନାଶ ହୋଇ ସୁଖର ବାସ ହୋଇଯାଏ।
ਗੁਰਮੁਖਿ ਨਾਦੰ ਗੁਰਮੁਖਿ ਵੇਦੰ ਗੁਰਮੁਖਿ ਰਹਿਆ ਸਮਾਈ ॥
ଗୁରମୁଖି ନାନ୍ଦ ଗୁରମୁଖି ବେନ୍ଦ ଗୁରମୁଖୀ ରହିଆ ସମାଇ।
ଗୁରୁଙ୍କ ମୁଖରୁ ବାହାରୁଥିବା ଶବ୍ଦ ହିଁ ବେଦର ଜ୍ଞାନ ଅଟେ, ସେହି ଉପଦେଶ ରୂପୀ ଜ୍ଞାନ ସବୁ ଜାଗାରେ ବିଦ୍ୟମାନ ଅଛି।
ਗੁਰੁ ਈਸਰੁ ਗੁਰੁ ਗੋਰਖੁ ਬਰਮਾ ਗੁਰੁ ਪਾਰਬਤੀ ਮਾਈ ॥
ଗୁରୁ ଇସରୁ ଗୁରୁ ଗୋରଖୁ ବରମା ଗୁରୁ ପାରବତୀ ମାଈ॥
ଗୁରୁ ହିଁ, ଶିବ, ବିଷ୍ଣୁ, ବ୍ରହ୍ମା ଆଉ ମାତା ପାର୍ବତୀ ଅଟେ, କାରଣ ଗୁରୁ ପରମ ଶକ୍ତି ଅଟେ।
ਜੇ ਹਉ ਜਾਣਾ ਆਖਾ ਨਾਹੀ ਕਹਣਾ ਕਥਨੁ ਨ ਜਾਈ ॥
ଜେ ହାଉ ଜାଣା ଆଖା ନାହୀ କହଣା କଥନୁ ନ ଜାଇ ॥
ଯଦି ମୁଁ ସେହି ସୁଗୁଣ ସ୍ୱରୂପ ପରମାତ୍ମାଙ୍କୁ ଜାଣେ ମଧ୍ୟ, ତଥାପି ଏହାକୁ କଥନ କରିପାରେ ନାହିଁ, କାରଣ ତାଙ୍କରି କଥନ କରାଯାଇପାରିବ ନାହିଁ।
ਗੁਰਾ ਇਕ ਦੇਹਿ ਬੁਝਾਈ ॥
ଗୁରା ଇକ ଦେହି ବୁଝାଇ ॥
ହେ ସଚ୍ଚା ଗୁରୁ! ମୋତେ କେବଳ ଏତିକି ବୁଝାଅ ଯେ
ਸਭਨਾ ਜੀਆ ਕਾ ਇਕੁ ਦਾਤਾ ਸੋ ਮੈ ਵਿਸਰਿ ਨ ਜਾਈ ॥੫॥
ସଭନା ଜୀଆ କା ଇକୁ ଦାତା ସୋ ମୈ ବିସରି ନ ଜାଇ॥5॥
ସମସ୍ତ ଜୀବଙ୍କର ଯିଏ ଏକ ମାତ୍ର ଦାତା ଅଟେ, ମୁଁ କେବେ ମଧ୍ୟ ତାଙ୍କୁ ଭୁଲିପାରିବି ନାହିଁ। ॥5॥
ਤੀਰਥਿ ਨਾਵਾ ਜੇ ਤਿਸੁ ਭਾਵਾ ਵਿਣੁ ਭਾਣੇ ਕਿ ਨਾਇ ਕਰੀ ॥
ତୀରଥି ନାୱା ଜେ ତିସୁ ଭାୱା ବିଣୁ ଭାଣେ କି ନାଇ କରୀ॥
ତୀର୍ଥ ମଧ୍ୟ ସେତେବେଳେ କରାଯାଇପାରିବ ଯଦି ଏପରି କରିବା ତାଙ୍କୁ ସ୍ଵୀକାର ଅଛି, ସେହି ଅକାଳ ପୁରୁଷଙ୍କ ଇଚ୍ଛା ବିନା ମୁଁ ତୀର୍ଥ ସ୍ନାନ କରି କଣ କରିବି, କାରଣ ତାହାସବୁ ପୁଣି ଅର୍ଥହୀନ ହୋଇଯିବ।
ਜੇਤੀ ਸਿਰਠਿ ਉਪਾਈ ਵੇਖਾ ਵਿਣੁ ਕਰਮਾ ਕਿ ਮਿਲੈ ਲਈ ॥
ଜେତୀ ସିରଠି ଉପାଇ ବେଖା ବିଣୁ କରମା କି ମିଳୈ ଲଈ॥
ସେହି ରଚୟିତା ଦ୍ଵାରା ଜାତ ହୋଇଥିବା ଯେତେ ସୃଷ୍ଟି ମୁଁ ଦେଖୁଛି, ସେଥିରେ କର୍ମ ବିନା କୌଣସି ଜୀବ ନା କିଛି ପ୍ରାପ୍ତ କରିଥାଏ ଆଉ ନା ହିଁ ତାହାକୁ କିଛି ମିଳିଥାଏ।
ਮਤਿ ਵਿਚਿ ਰਤਨ ਜਵਾਹਰ ਮਾਣਿਕ ਜੇ ਇਕ ਗੁਰ ਕੀ ਸਿਖ ਸੁਣੀ ॥
ମତି ବିଚି ରତନ ଜୱାହର ମାଣିକ ଜେ ଇକ ଗୁର କୀ ସିଖ ସୁଣୀ ॥
ଯଦି ସଚ୍ଚା ଗୁରୁଙ୍କ ଏକ ମାତ୍ର ଜ୍ଞାନ ଗ୍ରହଣ କରାଯାଏ, ତାହାହେଲେ ମାନବର ବୁଦ୍ଧି ରତ୍ନ, ମାଣିକ ଭଳି ପଦାର୍ଥ ଦ୍ଵାରା ପରିପୂର୍ଣ୍ଣ ହୋଇଯାଏ।
ਗੁਰਾ ਇਕ ਦੇਹਿ ਬੁਝਾਈ ॥
ଗୁରା ଇକ ଦେହି ବୁଝାଇ॥
ହେ ଗୁରୁଜୀ! ମୋତେ କେବଳ ଏହି ବୋଧ ଦିଅ ଯେ
ਸਭਨਾ ਜੀਆ ਕਾ ਇਕੁ ਦਾਤਾ ਸੋ ਮੈ ਵਿਸਰਿ ਨ ਜਾਈ ॥੬॥
ସଭନା ଜୀଆ କା ଇକୁ ଦାତା ସୋ ମୈ ବିସରି ନ ଜାଇ ॥6॥
ସୃଷ୍ଟିର ସମସ୍ତ ପ୍ରାଣୀଙ୍କୁ ଦେବାବାଲା ନିରଙ୍କାରଙ୍କୁ ମୁଁ ଭୁଲି ନ ଯାଏ। ॥6॥
ਜੇ ਜੁਗ ਚਾਰੇ ਆਰਜਾ ਹੋਰ ਦਸੂਣੀ ਹੋਇ ॥
ଜେ ଜୁଗ ଚାରେ ଆରଜା ହୋର ଦସୁଣୀ ହୋଇ॥
ଯଦି କୌଣସି ମନୁଷ୍ୟ ଅଥବା ଯୋଗୀଙ୍କ ଯୋଗ-ସାଧନା କରି ଚାରି ଯୁଗରେ ଦଶ ଗୁଣ ଅଧିକ, ଅର୍ଥାତ ଚାଳିଶ ଯୁଗର ଆୟୁ ହୋଇଯାଏ
ਨਵਾ ਖੰਡਾ ਵਿਚਿ ਜਾਣੀਐ ਨਾਲਿ ਚਲੈ ਸਭੁ ਕੋਇ ॥
ନୱା ଖଣ୍ଡା ବିଚି ଜାଣୀଏ ନାଲି ଚଳୈ ସଭୁ କୋଇ॥
ନବ ଖଣ୍ଡ( ପୌରାଣିକ ଧର୍ମ ଗ୍ରନ୍ଥରେ ବର୍ଣ୍ଣିତ ଇଲାବୃତ, କିମ୍ପୁରୁଷ, ଭଦ୍ର, ଭରତ, କେତୁମାଳ, ହରି, ହିରଣ୍ୟ, ରମ୍ୟ ଆଉ କୁଶ)ରେ ତାଙ୍କରି କୀର୍ତ୍ତି ହୁଏ, ସମସ୍ତେ ତାଙ୍କରି ସମ୍ମାନ ସହିତ ଚାଲନ୍ତି।
ਚੰਗਾ ਨਾਉ ਰਖਾਇ ਕੈ ਜਸੁ ਕੀਰਤਿ ਜਗਿ ਲੇਇ ॥
ଚଙ୍ଗା ନାଉ ରଖାଇ କୈ ଜସୁ କୀରତି ଜଗି ଲେଇ॥
ସଂସାରରେ ପ୍ରଖ୍ୟାତ ପୁରୁଷ ବନି ନିଜର ଶୋଭାର ଜ୍ଞାନ କରାନ୍ତି।
ਜੇ ਤਿਸੁ ਨਦਰਿ ਨ ਆਵਈ ਤ ਵਾਤ ਨ ਪੁਛੈ ਕੇ ॥
ଜେ ତିସୁ ନଦରି ନ ଆବଇ ତ ବାତ ନ ପୁଛୈ କେ॥
ଯଦି ଅକାଳପୁରୁଷଙ୍କ କୃପାଦୃଷ୍ଟିରେ ସେହି ମନୁଷ୍ୟ ଆସେ ନାହିଁ, ତାହାହେଲେ କେହି ମଧ୍ୟ ତାଙ୍କରି କ୍ଷମତା ପଚାରନ୍ତି ନାହିଁ।
ਕੀਟਾ ਅੰਦਰਿ ਕੀਟੁ ਕਰਿ ਦੋਸੀ ਦੋਸੁ ਧਰੇ ॥
କୀଟା ଅନ୍ଦରି କୀଟୁ କରି ଦୋସୀ ଦୋସୁ ଘରେ॥
ଏତେ ବୈଭବ ଓ ମାନ-ସମ୍ମାନ ପାଇ ମଧ୍ୟ ଏପରି ମନୁଷ୍ୟ ପରମାତ୍ମାଙ୍କ ସମ୍ମୁଖରେ କୀଟମାନଙ୍କ ମଧ୍ୟରେ କ୍ଷୁଦ୍ର କୀଟ ଅର୍ଥାତ ଅତ୍ୟନ୍ତ ଅଧମ ବୁଝାଯାଏ, ଦୋଷଯୁକ୍ତ ମନୁଷ୍ୟ ମଧ୍ୟ ତାହାକୁ ଦୋଷୀ ବୁଝେ।
ਨਾਨਕ ਨਿਰਗੁਣਿ ਗੁਣੁ ਕਰੇ ਗੁਣਵੰਤਿਆ ਗੁਣੁ ਦੇ ॥
ନାନକ ନିର୍ଗୁଣୀ ଗୁଣୁ କରେ ଗୁଣବନ୍ତିଆ ଗୁଣୁ ଦେ॥
ଗୁରୁ ନାନକଜୀଙ୍କ କଥନ ଅଛି ଯେ ସେହି ଅସିମ-ଶକ୍ତି ନିରଙ୍କାର ଗୁଣହୀନ ମନୁଷ୍ୟକୁ ଗୁଣ ପ୍ରଦାନ କରିଥାଏ ଆଉ ଗୁନି ମନୁଷ୍ୟକୁ ଅତିରିକ୍ତ ଗୁଣବାନ ବନାଇଥାଏ।
ਤੇਹਾ ਕੋਇ ਨ ਸੁਝਈ ਜਿ ਤਿਸੁ ਗੁਣੁ ਕੋਇ ਕਰੇ ॥੭॥
ତେହା କୋଇ ନ ସୁଝଇ ଜି ତିସୁ ଗୁଣୁ କୋଇ କରେ॥7॥
ପରନ୍ତୁ, କୌଣସି ଆଉ ଦେଖାଯାଏ ନାହିଁ, ଯାହା ଏହି ଗୁଣରେ ପରିପୂର୍ଣ୍ଣ ପରମାତ୍ମାଙ୍କୁ କୌଣସି ଗୁଣ ପ୍ରଦାନ କରିପାରିବ। ॥7॥
ਸੁਣਿਐ ਸਿਧ ਪੀਰ ਸੁਰਿ ਨਾਥ ॥
ସୁଣିଐ ସିଧ ପୀର ସୁରି ନାଥ ॥
ପରମାତ୍ମାଙ୍କ ନାମ ଶୁଣିବା, ଅର୍ଥାତ ତାଙ୍କରି କିର୍ତ୍ତୀରେ ନିଜ ହୃଦୟକୁ ଲଗାଇବା କାରଣରୁ ହିଁ ସିଦ୍ଧ, ଧର୍ମ ପ୍ରଚାରକ, ଅଧ୍ୟାତ୍ମିକ ଭଳି ପରମ-ପଦର ପ୍ରାପ୍ତ ହୋଇଥାଏ।
ਸੁਣਿਐ ਧਰਤਿ ਧਵਲ ਆਕਾਸ ॥
ସୁଣିଐ ଧରତି ଧବଳ ଆକାଶ॥
ନାମ ଶୁଣିବା ଦ୍ଵାରା ପୃଥିବୀ, ତାହାକୁ ଧାରଣ କରିଥିବା ବୃଷଭ ତଥା ଆକାଶର ସ୍ଥାୟିତ୍ଵର ଶକ୍ତିର ଜ୍ଞାନ ପ୍ରାପ୍ତ ହୋଇଯାଏ।
ਸੁਣਿਐ ਦੀਪ ਲੋਅ ਪਾਤਾਲ ॥
ସୁଣିଐ ଦୀପ ଲୋଅ ପାତାଲ॥
ନାମ ଶୁଣିବା ଦ୍ଵାରା ସପ୍ତ ଦ୍ଵୀପ( ସାଲମିଲି, କ୍ରୌଞ୍ଚ, ଜମ୍ବୁ, ପଲକ ଆଦି), ଚଉଦ ଲୋକ ଆଉ ସପ୍ତ ପାତାଳର ଜ୍ଞାନ ପ୍ରାପ୍ତ ହୋଇଥାଏ।
ਸੁਣਿਐ ਪੋਹਿ ਨ ਸਕੈ ਕਾਲੁ ॥
ସୁଣିଐ ପୋହି ନ ସକୈ କାଲୁ॥
ନାମ ଶୁଣିବା ବାଲାକୁ କାଳ ସ୍ପର୍ଶ କରିପାରେ ନାହିଁ।
ਨਾਨਕ ਭਗਤਾ ਸਦਾ ਵਿਗਾਸੁ ॥
ନାନକ ଭଗତା ସଦା ବିଗାସୁ॥
ହେ ନାନକ! ପ୍ରଭୁଙ୍କ ଭକ୍ତିରେ ସର୍ବଦା ଆନନ୍ଦର ପ୍ରକାଶ ରହିଥାଏ,
ਸੁਣਿਐ ਦੂਖ ਪਾਪ ਕਾ ਨਾਸੁ ॥੮॥
ସୁଣିଐ ଦୁଖ ପାପ କା ନାସୁ॥8॥
God ଶ୍ବରଙ୍କ ନାମ ଶୁଣିବା ଦ୍ୱାରା ସମସ୍ତ ଦୁ ows ଖ ଓ ଦୁଷ୍କର୍ମ ନଷ୍ଟ ହୋଇଯାଏ | 8।
ਸੁਣਿਐ ਈਸਰੁ ਬਰਮਾ ਇੰਦੁ ॥
ସୁଣିଐ ଇସରୁ ବରମା ଇନ୍ଦୁ॥
ସର୍ବୋପରି ପ୍ରାଣର ନାମ ଶୁଣି ହିଁ ଶିବ, ବ୍ରହ୍ମା ଏବଂ ଇନ୍ଦ୍ର ଇତ୍ୟାଦି ସର୍ବୋଚ୍ଚ ମାନ୍ୟତା ପାଇଛନ୍ତି।
ਸੁਣਿਐ ਮੁਖਿ ਸਾਲਾਹਣ ਮੰਦੁ ॥
ସୁଣିଐ ମୁଖି ସାଲାହଣ ମନ୍ଦୁ॥
ଅବସରପ୍ରାପ୍ତ ଲୋକ ଯଥା ଖରାପ କାମ କରୁଥିବା ଲୋକମାନେ ମଧ୍ୟ ନାମ ଶୁଣି କେବଳ ପ୍ରଶଂସା ପାଇବାକୁ ଯୋଗ୍ୟ ହୁଅନ୍ତି |
ਸੁਣਿਐ ਜੋਗ ਜੁਗਤਿ ਤਨਿ ਭੇਦ ॥
ସୁଣିଐ ଜୋଗ ଯୁଗତି ତନି ଭେଦ॥
ନାମ ସହିତ ଜଡିତ ହୋଇ ଯୋଗୀ ଏବଂ ଶରୀରର ଶୁଦ୍ଧ, ମଣିପୁରକ୍, ମୁଲାଧର ଇତ୍ୟାଦିର ଛଅ ଚକ୍ର ହୃଦୟଙ୍ଗମ ହୁଏ |
ਸੁਣਿਐ ਸਾਸਤ ਸਿਮ੍ਰਿਤਿ ਵੇਦ ॥
ସୁଣିଐ ଶାସନ ଶିମ୍ରିତି ବେଦ॥
ନାମ ଶୁଣିବା ଦ୍ୱାରା ଶତ-ଶାସ୍ତ୍ରୀ, (ସାଧ୍ୟା, ଯୋଗ, ନୟା ଇତ୍ୟାଦି), ସତେଇଶ ସ୍ମୃତି (ମନୁ, ଯଜନାଭାଲକାୟ ସ୍ମୃତି ଇତ୍ୟାଦି) ଏବଂ ଚାରୋଟି ବେଦ ଉପଲବ୍ଧ |
ਨਾਨਕ ਭਗਤਾ ਸਦਾ ਵਿਗਾਸੁ ॥
ନାନକ ଭଗତା ସଦା ବିଗାସୁ॥
ହେ ନାନକ! ସାଧୁମାନଙ୍କ ହୃଦୟରେ ସର୍ବଦା ଆନନ୍ଦର ଆଲୋକ ଥାଏ |