Page 949
                    ਗੁਰਮਤੀ ਘਟਿ ਚਾਨਣਾ ਆਨੇਰੁ ਬਿਨਾਸਣਿ ॥
                   
                    
                                          
                        ଗୁରୁ ମତ ଅନୁସାରେ ହିଁ ହୃଦୟରେ ଜ୍ଞାନର ପ୍ରକାଶ ହୋଇଥାଏ ଏବଂ ଅଜ୍ଞାନତା ରୂପୀ ଅନ୍ଧକାରର ବିନାଶ ହୋଇଯାଏ। 
                                            
                    
                    
                
                                   
                    ਹੁਕਮੇ ਹੀ ਸਭ ਸਾਜੀਅਨੁ ਰਵਿਆ ਸਭ ਵਣਿ ਤ੍ਰਿਣਿ ॥
                   
                    
                                          
                        ଈଶ୍ଵର ନିଜ ହୁକୁମ ଦ୍ଵାରା ସଂପୂର୍ଣ୍ଣ ବିଶ୍ଵର ରଚନା କରିଛନ୍ତି ଆଉ କୋଣ-କୋଣରେ ବିଦ୍ୟମାନ ଅଟନ୍ତି।       
                                            
                    
                    
                
                                   
                    ਸਭੁ ਕਿਛੁ ਆਪੇ ਆਪਿ ਹੈ ਗੁਰਮੁਖਿ ਸਦਾ ਹਰਿ ਭਣਿ ॥
                   
                    
                                          
                        ସେ ସର୍ବଶକ୍ତିମାନ ଅଟନ୍ତି ଏବଂ ଗୁରୁମୁଖୀ ବନି ସଦା ଭଗବାନଙ୍କ ନାମ ଜପ କରିବା ଉଚିତ।                 
                                            
                    
                    
                
                                   
                    ਸਬਦੇ ਹੀ ਸੋਝੀ ਪਈ ਸਚੈ ਆਪਿ ਬੁਝਾਈ ॥੫॥
                   
                    
                                          
                        ଶବ୍ଦ ଦ୍ଵାରା ହି ଜ୍ଞାନ ପ୍ରାପ୍ତ ହୋଇଥାଏ ଆଉ ସତ୍ୟସ୍ଵରୂପ ପରମେଶ୍ଵର ସ୍ଵୟଂ ହିଁ ଜ୍ଞାନ ପ୍ରଦାନ କରିଛନ୍ତି||5||        
                                            
                    
                    
                
                                   
                    ਸਲੋਕ ਮਃ ੩ ॥
                   
                    
                                          
                        ଶ୍ଳୋକ ମହଲା 3॥ 
                                            
                    
                    
                
                                   
                    ਅਭਿਆਗਤ ਏਹਿ ਨ ਆਖੀਅਨਿ ਜਿਨ ਕੇ ਚਿਤ ਮਹਿ ਭਰਮੁ ॥
                   
                    
                                          
                        ଯାହାର ହୃଦୟରେ ଭ୍ରମ ଅଛି, ଘରକୁ ଆସିଥିବା ସାଧୁ ଫକୀରକୁ ଅଭ୍ୟାଗତ କୁହାଯାଏ ନାହିଁ। 
                                            
                    
                    
                
                                   
                    ਤਿਸ ਦੈ ਦਿਤੈ ਨਾਨਕਾ ਤੇਹੋ ਜੇਹਾ ਧਰਮੁ ॥
                   
                    
                                          
                        ହେ ନାନକ! ବାସ୍ତବରେ ଏପରି ବ୍ୟକ୍ତିକୁ ଦାନର ପୂଣ୍ୟ ଫଳ ମଧ୍ୟ ଏପରି ହୋଇଥାଏ।     
                                            
                    
                    
                
                                   
                    ਅਭੈ ਨਿਰੰਜਨੁ ਪਰਮ ਪਦੁ ਤਾ ਕਾ ਭੂਖਾ ਹੋਇ ॥
                   
                    
                                          
                        ହେ ନାନକ! ଯାହାକୁ ନିର୍ଭୀକ ନିରଞ୍ଜନ ପ୍ରଭୁଙ୍କ ପରମ ପଦକୁ ପାଇବାର କ୍ଷୁଧା ହୋଇଥାଏ,     
                                            
                    
                    
                
                                   
                    ਤਿਸ ਕਾ ਭੋਜਨੁ ਨਾਨਕਾ ਵਿਰਲਾ ਪਾਏ ਕੋਇ ॥੧॥
                   
                    
                                          
                        କେହି ବିରଳ ହିଁ ଏପରି ଭୋଜନ ପାଇଥାନ୍ତି||1||  
                                            
                    
                    
                
                                   
                    ਮਃ ੩ ॥
                   
                    
                                          
                        ମହଲା 3 ॥ 
                                            
                    
                    
                
                                   
                    ਅਭਿਆਗਤ ਏਹਿ ਨ ਆਖੀਅਨਿ ਜਿ ਪਰ ਘਰਿ ਭੋਜਨੁ ਕਰੇਨਿ ॥
                   
                    
                                          
                        ତାହାଙ୍କୁ ଅତିଥି କୁହାଯାଇ ପାରିବ ନାହିଁ, ଯିଏ ପର ଘରେ ଭୋଜନ କରିଥାନ୍ତି ଆଉ     
                                            
                    
                    
                
                                   
                    ਉਦਰੈ ਕਾਰਣਿ ਆਪਣੇ ਬਹਲੇ ਭੇਖ ਕਰੇਨਿ ॥
                   
                    
                                          
                        ସେ କେବଳ ନିଜ ପେଟ ଭରିବା ପାଇଁ ବହୁତ ବେଶ ଧାରଣ କରିଥାଏ।       
                                            
                    
                    
                
                                   
                    ਅਭਿਆਗਤ ਸੇਈ ਨਾਨਕਾ ਜਿ ਆਤਮ ਗਉਣੁ ਕਰੇਨਿ ॥
                   
                    
                                          
                        ହେ ନାନକ! ବାସ୍ତବରେ ସେ ହିଁ ଅଭ୍ୟାଗତ ଅଟେ, ଯିଏ ନିଜ ଆତ୍ମ-ତୀର୍ଥର ଯାତ୍ରା କରିଥାଏ।      
                                            
                    
                    
                
                                   
                    ਭਾਲਿ ਲਹਨਿ ਸਹੁ ਆਪਣਾ ਨਿਜ ਘਰਿ ਰਹਣੁ ਕਰੇਨਿ ॥੨॥
                   
                    
                                          
                        ସେ ପରମାତ୍ମାଙ୍କୁ ଖୋଜି ନେଇଥାଏ ଆଉ ନିଜ ସଚ୍ଚା ଘରେ ନିବାସ କରିନେଇ ଥାଏ||2||
                                            
                    
                    
                
                                   
                    ਪਉੜੀ ॥
                   
                    
                                          
                        ପଉଡୀ॥      
                                            
                    
                    
                
                                   
                    ਅੰਬਰੁ ਧਰਤਿ ਵਿਛੋੜਿਅਨੁ ਵਿਚਿ ਸਚਾ ਅਸਰਾਉ ॥
                   
                    
                                          
                        ପରମେଶ୍ଵର ଅମ୍ବର ଏବଂ ଧରିତ୍ରୀକୁ ପରସ୍ପର ଠାରୁ ଅଲଗା କରି ସେମାନଙ୍କ ମଝିରେ ନିଜ ଭକ୍ତିର ଆଧାର ରଖିଛନ୍ତି।    
                                            
                    
                    
                
                                   
                    ਘਰੁ ਦਰੁ ਸਭੋ ਸਚੁ ਹੈ ਜਿਸੁ ਵਿਚਿ ਸਚਾ ਨਾਉ ॥
                   
                    
                                          
                        ସେହି ଘର ଏବଂ ଦ୍ଵାର ସବୁ ସତ୍ୟ ଅଟେ, ଯେଉଁଠି ପରମେଶ୍ଵରଙ୍କ ନାମ ସ୍ମରଣ କରାଯାଇ ଥାଏ। 
                                            
                    
                    
                
                                   
                    ਸਭੁ ਸਚਾ ਹੁਕਮੁ ਵਰਤਦਾ ਗੁਰਮੁਖਿ ਸਚਿ ਸਮਾਉ ॥
                   
                    
                                          
                        ସାରା ଦୁନିଆରେ ପରମେଶ୍ଵରଙ୍କ ହୁକୁମ ହିନ ସର୍ବୋପରି ଅଟେ ଆଉ ଗୁରୁମୁଖୀ ସତ୍ୟରେ ହିଁ ବିଲୀନ ହୋଇଯାଏ।           
                                            
                    
                    
                
                                   
                    ਸਚਾ ਆਪਿ ਤਖਤੁ ਸਚਾ ਬਹਿ ਸਚਾ ਕਰੇ ਨਿਆਉ ॥
                   
                    
                                          
                        ସତ୍ୟର ସାକ୍ଷାତ ରୂପ ପରମେଶ୍ଵରଙ୍କ ସିଂହାସନ ମଧ୍ୟ ସତ୍ୟ ଅଟେ, ଯେଉଁଠି ସେ ବସି ସଚ୍ଚା ନ୍ୟାୟ କରିଥାନ୍ତି।     
                                            
                    
                    
                
                                   
                    ਸਭੁ ਸਚੋ ਸਚੁ ਵਰਤਦਾ ਗੁਰਮੁਖਿ ਅਲਖੁ ਲਖਾਈ ॥੬॥
                   
                    
                                          
                        ବିଶ୍ଵର ସବୁଆଡେ ପରମ ସତ୍ୟର ହିଁ ପ୍ରସାର ହୋଇଥାଏ ଆଉ ଗୁରୁ ହିଁ ସେହି ଅଲକ୍ଷ୍ୟ ପ୍ରଭୁଙ୍କ ଦର୍ଶନ କରାଇ ଥାଆନ୍ତି||6||    
                                            
                    
                    
                
                                   
                    ਸਲੋਕੁ ਮਃ ੩ ॥
                   
                    
                                          
                        ଶ୍ଳୋକ ମହଲା 3॥ 
                                            
                    
                    
                
                                   
                    ਰੈਣਾਇਰ ਮਾਹਿ ਅਨੰਤੁ ਹੈ ਕੂੜੀ ਆਵੈ ਜਾਇ ॥
                   
                    
                                          
                        ଏହି ଜଗତ ସାଗରରେ ଏକ ପରମାତ୍ମା ହିଁ ଅନନ୍ତ ଅଟନ୍ତି, ଅନ୍ୟ ସବୁ ମିଥ୍ୟା ଦୁନିଆ ଜନ୍ମ-ମରଣର ଚକ୍ରରେ ପଡି ରହିଥାଏ।        
                                            
                    
                    
                
                                   
                    ਭਾਣੈ ਚਲੈ ਆਪਣੈ ਬਹੁਤੀ ਲਹੈ ਸਜਾਇ ॥
                   
                    
                                          
                        ଯେଉଁ ବ୍ୟକ୍ତି ଜୀବନରେ ସ୍ଵେଚ୍ଛାଚାରିତା କରିଥାଏ, ତାହାକୁ ବହୁତ ଦଣ୍ଡ ଭୋଗିବାକୁ ପଡିଥାଏ।    
                                            
                    
                    
                
                                   
                    ਰੈਣਾਇਰ ਮਹਿ ਸਭੁ ਕਿਛੁ ਹੈ ਕਰਮੀ ਪਲੈ ਪਾਇ ॥
                   
                    
                                          
                        ଏହି ଜଗତ-ସାଗରରେ ସବୁକିଛି ଉପଲବ୍ଧ ଅଛି, ପରନ୍ତୁ ଭାଗ୍ୟରୁ ହିଁ ପ୍ରାପ୍ତି ହୋଇଥାଏ।                
                                            
                    
                    
                
                                   
                    ਨਾਨਕ ਨਉ ਨਿਧਿ ਪਾਈਐ ਜੇ ਚਲੈ ਤਿਸੈ ਰਜਾਇ ॥੧॥
                   
                    
                                          
                        ହେ ନାନକ! ଯଦି ଜୀବ ପରମାତ୍ମାଙ୍କ ଇଚ୍ଛାନୁସାରେ ଚାଲିଥାଏ, ତାହାକୁ ନବନିଧି ପ୍ରାପ୍ତ ହୋଇଯାଏ||1||      
                                            
                    
                    
                
                                   
                    ਮਃ ੩ ॥
                   
                    
                                          
                        ମହଲା 3॥ 
                                            
                    
                    
                
                                   
                    ਸਹਜੇ ਸਤਿਗੁਰੁ ਨ ਸੇਵਿਓ ਵਿਚਿ ਹਉਮੈ ਜਨਮਿ ਬਿਨਾਸੁ ॥
                   
                    
                                          
                        ଯିଏ ସ୍ଵାଭାବିକ ଶ୍ରଦ୍ଧା ସହିତ ସଦଗୁରୁଙ୍କ ସେବା କରିନାହି, ଅହଂକାରରେ ହିଁ ତାହାର ଜନ୍ମ ଅନ୍ତ ହୋଇ ଯାଇଛି। 
                                            
                    
                    
                
                                   
                    ਰਸਨਾ ਹਰਿ ਰਸੁ ਨ ਚਖਿਓ ਕਮਲੁ ਨ ਹੋਇਓ ਪਰਗਾਸੁ ॥
                   
                    
                                          
                        ଯାହାର ଜିହ୍ଵା ହରିନାମ ରୂପୀ ରସର ସ୍ଵାଦ ଜାଣି ନାହିଁ, ତାହାଙ୍କ ହୃଦୟ-କମଳରେ ପ୍ରକାଶ ହୋଇନାହିଁ।     
                                            
                    
                    
                
                                   
                    ਬਿਖੁ ਖਾਧੀ ਮਨਮੁਖੁ ਮੁਆ ਮਾਇਆ ਮੋਹਿ ਵਿਣਾਸੁ ॥
                   
                    
                                          
                        ସେହି ମନମୁଖୀ ମାୟା ରୂପୀ ବିଷ ଖାଇ ମରି ଯାଇଛି ଆଉ ମାୟାର ମୋହ ତାହାର ବିନାଶ କରି ଦେଇଛି।           
                                            
                    
                    
                
                                   
                    ਇਕਸੁ ਹਰਿ ਕੇ ਨਾਮ ਵਿਣੁ ਧ੍ਰਿਗੁ ਜੀਵਣੁ ਧ੍ਰਿਗੁ ਵਾਸੁ ॥
                   
                    
                                          
                        ଏକ ପରମାତ୍ମାଙ୍କ ନାମ ବିନା ତାହାର ବଞ୍ଚିବା ଏବଂ ରହିବା ଧିକ୍କାର ଯୋଗ୍ୟ ଅଟେ।             
                                            
                    
                    
                
                                   
                    ਜਾ ਆਪੇ ਨਦਰਿ ਕਰੇ ਪ੍ਰਭੁ ਸਚਾ ਤਾ ਹੋਵੈ ਦਾਸਨਿ ਦਾਸੁ ॥
                   
                    
                                          
                        ଯେତେବେଳେ ସଚ୍ଚା ପ୍ରଭୁ ନିଜ କୃପା ଦୃଷ୍ଟି କରିଥାନ୍ତି, ସେ ଦାସର ଦାସ ବନିଯାଇ ଥାଏ।                    
                                            
                    
                    
                
                                   
                    ਤਾ ਅਨਦਿਨੁ ਸੇਵਾ ਕਰੇ ਸਤਿਗੁਰੂ ਕੀ ਕਬਹਿ ਨ ਛੋਡੈ ਪਾਸੁ ॥
                   
                    
                                          
                        ସେ ରାତି-ଦିନ ସଦଗୁରୁଙ୍କ ସେବା କରିଥାଏ ଆଉ କେବେ ମଧ୍ୟ ତାହାଙ୍କ ସାଥି ତ୍ୟାଗ କରେ ନାହିଁ।    
                                            
                    
                    
                
                                   
                    ਜਿਉ ਜਲ ਮਹਿ ਕਮਲੁ ਅਲਿਪਤੋ ਵਰਤੈ ਤਿਉ ਵਿਚੇ ਗਿਰਹ ਉਦਾਸੁ ॥
                   
                    
                                          
                        ଯେପରି କମଳ ଫୁଲ ଜଳରେ ନିର୍ଲିପ୍ତ ରହିଥାଏ, ସେପରି ହିଁ ଗୃହସ୍ଥ ରହି ତ୍ୟାଗୀ ବନି ଥାଏ। 
                                            
                    
                    
                
                                   
                    ਜਨ ਨਾਨਕ ਕਰੇ ਕਰਾਇਆ ਸਭੁ ਕੋ ਜਿਉ ਭਾਵੈ ਤਿਵ ਹਰਿ ਗੁਣਤਾਸੁ ॥੨॥
                   
                    
                                          
                        ହେ ନାନକ! ଯେପରି ଗୁଣର ଭଣ୍ଡାର ପରମାତ୍ମାଙ୍କୁ ଉପଯୁକ୍ତ ଲାଗିଥାଏ, ପ୍ରତ୍ୟେକ ଜୀବ ତାହାଙ୍କ ଇଚ୍ଛାରେ ହିଁ ସେପରି କରିଥାଏ||2||        
                                            
                    
                    
                
                                   
                    ਪਉੜੀ ॥
                   
                    
                                          
                        ପଉଡୀ॥ 
                                            
                    
                    
                
                                   
                    ਛਤੀਹ ਜੁਗ ਗੁਬਾਰੁ ਸਾ ਆਪੇ ਗਣਤ ਕੀਨੀ ॥
                   
                    
                                          
                        ଯୁଗ ଘୋର ଅନ୍ଧକାର ବନି ରହିଥିଲା, ପୁଣି ସେ ହିଁ ସେଥିରେ ନିଜକୁ ପ୍ରକଟ କରିଛନ୍ତି।      
                                            
                    
                    
                
                                   
                    ਆਪੇ ਸ੍ਰਿਸਟਿ ਸਭ ਸਾਜੀਅਨੁ ਆਪਿ ਮਤਿ ਦੀਨੀ ॥
                   
                    
                                          
                        ପରମାତ୍ମା ସ୍ଵୟଂ ହିଁ ସୃଷ୍ଟି ରଚନା କରି ଜୀବକୁ ସୁମତି ପ୍ରଦାନ କରିଛନ୍ତି।            
                                            
                    
                    
                
                                   
                    ਸਿਮ੍ਰਿਤਿ ਸਾਸਤ ਸਾਜਿਅਨੁ ਪਾਪ ਪੁੰਨ ਗਣਤ ਗਣੀਨੀ ॥
                   
                    
                                          
                        ସେ ସ୍ମୃତି ଓ ଶାସ୍ତ୍ରର ରଚନା କରିଛନ୍ତି ତଥା ପାପ-ପୂଣ୍ୟର କର୍ମର ଲେଖା ଲେଖିଛନ୍ତି।            
                                            
                    
                    
                
                                   
                    ਜਿਸੁ ਬੁਝਾਏ ਸੋ ਬੁਝਸੀ ਸਚੈ ਸਬਦਿ ਪਤੀਨੀ ॥
                   
                    
                                          
                        ଯାହାକୁ ସେ ଜ୍ଞାନ ଦେଇଥାନ୍ତି, ସେ ଏହି ଭେଦକୁ ବୁଝିଥାଏ ଆଉ ପୁଣି ତାହାର ମନ ସତ୍ୟ ନାମରେ ଲୀନ ହୋଇଯାଏ।      
                                            
                    
                    
                
                                   
                    ਸਭੁ ਆਪੇ ਆਪਿ ਵਰਤਦਾ ਆਪੇ ਬਖਸਿ ਮਿਲਾਈ ॥੭॥
                   
                    
                                          
                        ପରମାତ୍ମା ସର୍ବବ୍ୟାପକ ଅଟନ୍ତି ଆଉ ସ୍ଵୟଂ ହିଁ କୃପା କରି ଜୀବକୁ ସାଥିରେ ମିଳନ କରାଇ ଥାଆନ୍ତି||7||  
                                            
                    
                    
                
                                   
                    ਸਲੋਕ ਮਃ ੩ ॥
                   
                    
                                          
                        ଶ୍ଳୋକ ମହଲା 3॥ 
                                            
                    
                    
                
                                   
                    ਇਹੁ ਤਨੁ ਸਭੋ ਰਤੁ ਹੈ ਰਤੁ ਬਿਨੁ ਤੰਨੁ ਨ ਹੋਇ ॥
                   
                    
                                          
                        ଏହି ସାରା ତନ ରକ୍ତରେ ଭରପୁର ଅଛି ଆଉ ରକ୍ତ ବିନା ତନର ସଂଚାର ହୁଏନାହିଁ।        
                                            
                    
                    
                
                                   
                    ਜੋ ਸਹਿ ਰਤੇ ਆਪਣੈ ਤਿਨ ਤਨਿ ਲੋਭ ਰਤੁ ਨ ਹੋਇ ॥
                   
                    
                                          
                        ଯେଉଁ ବ୍ୟକ୍ତି ପ୍ରଭୁଙ୍କ ରଙ୍ଗରେ ଲୀନ ହୋଇଯାଏ, ତାହାର ମନରେ ଲୋଭ ରୂପୀ ରକ୍ତ ରହେ ନାହିଁ।        
                                            
                    
                    
                
                                   
                    ਭੈ ਪਇਐ ਤਨੁ ਖੀਣੁ ਹੋਇ ਲੋਭ ਰਤੁ ਵਿਚਹੁ ਜਾਇ ॥
                   
                    
                                          
                        ମନରେ ଭୟ ଜାତ ହେବା ଦ୍ଵାରା ତନ କ୍ଷୀଣ ହୋଇଯାଏ ଆଉ ସେଥିରୁ ଲୋଭ ରୂପୀ ରକ୍ତ ବାହାରି ଯାଏ।
                                            
                    
                    
                
                    
             
				