Odia Page 917

ਰਾਮਕਲੀ ਮਹਲਾ ੩ ਅਨੰਦੁ
ରାଗ ରାମକଲି, ତୃତୀୟ ଗୁରୁ, ଆନନ୍ଦ ~ପରମାନନ୍ଦର ସଙ୍ଗୀତ:

ੴ ਸਤਿਗੁਰ ਪ੍ਰਸਾਦਿ ॥
ପ୍ରଭୁ ଏକ, ସନାତନ, ସଦଗୁରୁଙ୍କ କୃପାରୁ ମିଳିଛି ହୋଇଛି:

ਅਨੰਦੁ ਭਇਆ ਮੇਰੀ ਮਾਏ ਸਤਿਗੁਰੂ ਮੈ ਪਾਇਆ ॥
ହେ ମା’, ମୁଁ ପରମାନନ୍ଦ ପାଇଛି କାରଣ ମୁଁ ସଦଗୁରୁଙ୍କୁ ସାକ୍ଷାତ କରିଛି।

ਸਤਿਗੁਰੁ ਤ ਪਾਇਆ ਸਹਜ ਸੇਤੀ ਮਨਿ ਵਜੀਆ ਵਾਧਾਈਆ ॥
ସଦଗୁରୁଙ୍କୁ ସାକ୍ଷାତ ପରେ, ମୁଁ ଅନ୍ତଃ ଶାନ୍ତି ଓ ସନ୍ତୁଳନରେ ଅଛି ସତେ ଯେପରି ଏକ ଆନନ୍ଦମୟ ସଙ୍ଗୀତ ମୋ ମନକୁ କମ୍ପିତ କରୁଛି।

ਰਾਗ ਰਤਨ ਪਰਵਾਰ ਪਰੀਆ ਸਬਦ ਗਾਵਣ ਆਈਆ ॥
ବୋଧ ହେଉଛି ଯେମିତି ରତ୍ନ ସଦୃଶ ରାଗ ପରୀ ଭଳି ସାଙ୍ଗ ଧରି ପ୍ରଭୁଙ୍କ ଗୁଣ ଗାନ କରିବାକୁ ଆସିଛି।

ਸਬਦੋ ਤ ਗਾਵਹੁ ਹਰੀ ਕੇਰਾ ਮਨਿ ਜਿਨੀ ਵਸਾਇਆ ॥
ଆସନ୍ତୁ ଆମେ ଯେଉଁମାନେ ମନରେ ପ୍ରଭୁଙ୍କୁ ସ୍ଥାପନ କରିଛନ୍ତି ଏବଂ ସଂପୂର୍ଣ୍ଣ ଆନନ୍ଦିତ ଅଛନ୍ତି ସେମାନଙ୍କ ସହିତ ପ୍ରଭୁଙ୍କ ଗୁଣ ଗାନ କରିବା

ਕਹੈ ਨਾਨਕੁ ਅਨੰਦੁ ਹੋਆ ਸਤਿਗੁਰੂ ਮੈ ਪਾਇਆ ॥੧॥
ନାନକ କହନ୍ତି, ମୁଁ ପରମ ଆନନ୍ଦରେ ଅଛି, କାରଣ ମୁଁ ସଦଗୁରୁଙ୍କୁ ସାକ୍ଷାତ କରିଛି।॥1॥

ਏ ਮਨ ਮੇਰਿਆ ਤੂ ਸਦਾ ਰਹੁ ਹਰਿ ਨਾਲੇ ॥
ହେ ମୋର ମନ, ପ୍ରଭୁଙ୍କ ସହିତ ସଦା ତାଳ ଦେଇ ରହ।

ਹਰਿ ਨਾਲਿ ਰਹੁ ਤੂ ਮੰਨ ਮੇਰੇ ਦੂਖ ਸਭਿ ਵਿਸਾਰਣਾ ॥
ହେ ମୋର ମନ, ପ୍ରଭୁଙ୍କ ଠାରେ ସ୍ଥିର ରହ; ସେ ସବୁ ଦୁଖ ଦୂର କରିବେ।

ਅੰਗੀਕਾਰੁ ਓਹੁ ਕਰੇ ਤੇਰਾ ਕਾਰਜ ਸਭਿ ਸਵਾਰਣਾ ॥
ସେ ସର୍ବଦା ତୁମକୁ ସାହାଯ୍ୟ କରିବେ ଏବଂ ତୁମର ସବୁ କାମ ସଂପୂର୍ଣ୍ଣ କରିଦେବେ।

ਸਭਨਾ ਗਲਾ ਸਮਰਥੁ ਸੁਆਮੀ ਸੋ ਕਿਉ ਮਨਹੁ ਵਿਸਾਰੇ ॥
ତୁମେ କାହିଁକି ତୁମ ମନରୁ ମାଲିକ –ପ୍ରଭୁଙ୍କୁ ଦୋହଲାଉଛ ଯିଏକି ପ୍ରତ୍ୟେକ କାର୍ଯ୍ୟ କରିବାକୁ ସମର୍ଥ ଅଟନ୍ତି ?

ਕਹੈ ਨਾਨਕੁ ਮੰਨ ਮੇਰੇ ਸਦਾ ਰਹੁ ਹਰਿ ਨਾਲੇ ॥੨॥
ନାନକ କହନ୍ତି, ହେ ମୋର ମନ, ପ୍ରଭୁଙ୍କ ଠାରେ ସଦା ସ୍ଥିର ରହ। ॥ 2॥

ਸਾਚੇ ਸਾਹਿਬਾ ਕਿਆ ਨਾਹੀ ਘਰਿ ਤੇਰੈ ॥
ହେ ସନାତନ ପ୍ରଭୁ , ଆପଣଙ୍କ ଦିବ୍ୟ ନିବାସରେ କଣ ନାହିଁ?

ਘਰਿ ਤ ਤੇਰੈ ਸਭੁ ਕਿਛੁ ਹੈ ਜਿਸੁ ਦੇਹਿ ਸੁ ਪਾਵਏ ॥
ପ୍ରତି ଚିଜ ଆପଣଙ୍କ ନିୟନ୍ତ୍ରଣରେ ଅଛି, ପରନ୍ତୁ, ସେ ହିଁ ପାଏ ଯିଏ ଆପଣଙ୍କ ପାଖରେ ସ୍ଵୟଂକୁ ସମର୍ପଣ କରେ।

ਸਦਾ ਸਿਫਤਿ ਸਲਾਹ ਤੇਰੀ ਨਾਮੁ ਮਨਿ ਵਸਾਵਏ ॥
ତାପରେ, ସେ ସଦା ଆପଣଙ୍କ ଗୁଣ ଗାନ କରେ, ଏବଂ ଆପଣଙ୍କ ନାମକୁ ମନରେ ସ୍ଥାପନ କରେ।

ਨਾਮੁ ਜਿਨ ਕੈ ਮਨਿ ਵਸਿਆ ਵਾਜੇ ਸਬਦ ਘਨੇਰੇ ॥
ଶବଦର ଦିବ୍ୟ ଗାନ ସେହି ମନକୁ କମ୍ପନ କରାଏ ଯେଉଁଠାରେ ନାମ ( ପ୍ରଭୁଙ୍କ ନାମ ଜପ କରିବା ) ବାସ କରେ।

ਕਹੈ ਨਾਨਕੁ ਸਚੇ ਸਾਹਿਬ ਕਿਆ ਨਾਹੀ ਘਰਿ ਤੇਰੈ ॥੩॥
ନାନକ କହନ୍ତି, ହେ ସଚ୍ଚା ମାଲିକ , ତୁମ ପାଖରେ କଣ ନାହିଁ? ॥3॥

ਸਾਚਾ ਨਾਮੁ ਮੇਰਾ ਆਧਾਰੋ ॥
ସନାତନ ନାମ ଜପିବା ହେଉଛି ମୋର ଏକମାତ୍ର ଭରସା।

ਸਾਚੁ ਨਾਮੁ ਅਧਾਰੁ ਮੇਰਾ ਜਿਨਿ ਭੁਖਾ ਸਭਿ ਗਵਾਈਆ ॥
ସଚ୍ଚା ନାମ ଜପିବା ହେଉଛି ମୋର ଏକମାତ୍ର ଭରସା ଯାହାକି ମୋର ସବୁ ଲୋଭ ଦୂର କରିଦେଇଛି।

ਕਰਿ ਸਾਂਤਿ ਸੁਖ ਮਨਿ ਆਇ ਵਸਿਆ ਜਿਨਿ ਇਛਾ ਸਭਿ ਪੁਜਾਈਆ ॥
ଶାନ୍ତି ଓ ପ୍ରଶାନ୍ତି ଆଣି ନାମ ଜପ ମୋ ହୃଦୟରେ ସନାତନ ପ୍ରକଟ କରିଛି ଏବଂ ଏହା ମୋର ସବୁ ଇଚ୍ଛା ପୂର୍ଣ୍ଣ କରିଛି।

ਸਦਾ ਕੁਰਬਾਣੁ ਕੀਤਾ ਗੁਰੂ ਵਿਟਹੁ ਜਿਸ ਦੀਆ ਏਹਿ ਵਡਿਆਈਆ ॥
ମୁଁ ଚିରଦିନ ପାଇଁ ଗୁରୁଙ୍କ ପାଖରେ ସମର୍ପିତ, ଯିଏକି ଏପରି ଯଶଃ ଓ ମାହାତ୍ମ୍ୟ ଧାରଣ କରିଛନ୍ତି।

ਕਹੈ ਨਾਨਕੁ ਸੁਣਹੁ ਸੰਤਹੁ ਸਬਦਿ ਧਰਹੁ ਪਿਆਰੋ ॥
ନାନକ କହନ୍ତି: ହେ ସାଧୁ ଶୁଣନ୍ତୁ, ଗୁରୁଙ୍କ ଶବ୍ଦ ପାଇଁ ପ୍ରେମ ଆପଣଙ୍କ ହୃଦୟରେ ସ୍ଥାପନ କରନ୍ତୁ।

ਸਾਚਾ ਨਾਮੁ ਮੇਰਾ ਆਧਾਰੋ ॥੪॥
ସନାତନ ନାମ ହେଉଛି ମୋର ଜୀବନର ଭରସା।॥4॥

ਵਾਜੇ ਪੰਚ ਸਬਦ ਤਿਤੁ ਘਰਿ ਸਭਾਗੈ ॥
ସେହି କୃପାଯୁକ୍ତ ହୃଦୟ ଅନୁଭବ କରେ ସତେ ଯେପରି ସେଠାରେ ପାଞ୍ଚଟି ଆଦିମ ଶବ୍ଦ କମ୍ପିତ ହେଉଛି।

ਘਰਿ ਸਭਾਗੈ ਸਬਦ ਵਾਜੇ ਕਲਾ ਜਿਤੁ ਘਰਿ ਧਾਰੀਆ ॥
ହେ ପ୍ରଭୁ , ସେହି କୃପାଯୁକ୍ତ ହୃଦୟ, ଯହିଁରେ ଆପଣ ଆପଣଙ୍କ ଶକ୍ତି ଅନ୍ତର୍ନିବେଶ କରାଇଛନ୍ତି, ନିରବଚ୍ଛିନ୍ନ ଭାବରେ ଦିବ୍ୟ ଗାନ ବାଜୁଥିବାର ଅନୁଭବ କରେ।

ਪੰਚ ਦੂਤ ਤੁਧੁ ਵਸਿ ਕੀਤੇ ਕਾਲੁ ਕੰਟਕੁ ਮਾਰਿਆ ॥
ଆପଣ ସେହି ବ୍ୟକ୍ତିର ସମସ୍ତ ପଞ୍ଚବିକାର ( କାମ, କ୍ରୋଧ, ଲୋଭ, ମୋହ, ଏବଂ ଅହଂକାର)କୁନିୟନ୍ତ୍ରଣ ମଧ୍ୟରେ ରଖିଛନ୍ତି ଏବଂ ତାହାର ମୃତ୍ୟୁର ଭୟ ଦୂର କରିଛନ୍ତି।

ਧੁਰਿ ਕਰਮਿ ਪਾਇਆ ਤੁਧੁ ਜਿਨ ਕਉ ਸਿ ਨਾਮਿ ਹਰਿ ਕੈ ਲਾਗੇ ॥
କେବଳ ସେହି ବ୍ୟକ୍ତିମାନେ ପ୍ରଭୁଙ୍କ ନାମରେ ଏକାଗ୍ରତା ଆଣନ୍ତି, ଯାହାର ଭାଗ୍ୟରେ ଆପଣ ଆରମ୍ଭରୁ ନାମ ଜପର ଆଶୀର୍ବାଦ ରଖିଛନ୍ତି।

ਕਹੈ ਨਾਨਕੁ ਤਹ ਸੁਖੁ ਹੋਆ ਤਿਤੁ ਘਰਿ ਅਨਹਦ ਵਾਜੇ ॥੫॥
ନାନକ କହନ୍ତି, ସେହି ମନରେ ଶାନ୍ତି ବିରାଜମାନ କରେ ସତେ ଯେପରି ନିରବଚ୍ଛିନ୍ନ ଦିବ୍ୟ ଗାନ ବଜା ଯାଉଛି।॥5॥

ਸਾਚੀ ਲਿਵੈ ਬਿਨੁ ਦੇਹ ਨਿਮਾਣੀ ॥
ପ୍ରଭୁଙ୍କ ପାଇଁ ସଦିଛା ବିନା, ଏହି ମାନବ ଶରୀର ସଂପୂର୍ଣ୍ଣ ଅସହାୟ ଅଟେ।

ਦੇਹ ਨਿਮਾਣੀ ਲਿਵੈ ਬਾਝਹੁ ਕਿਆ ਕਰੇ ਵੇਚਾਰੀਆ ॥
ପ୍ରଭୁ ପାଇଁ ସଦିଛା ବିନା, ଏହି ଅସହାୟ ଶରୀର କଣ କରି ପାରିବ?

ਤੁਧੁ ਬਾਝੁ ਸਮਰਥ ਕੋਇ ਨਾਹੀ ਕ੍ਰਿਪਾ ਕਰਿ ਬਨਵਾਰੀਆ ॥
ହେ ବିଶ୍ଵର ମାଲିକ, ଆପଣଙ୍କ ବ୍ୟତୀତ କେହି ବି ସର୍ବଶକ୍ତିମାନ ନୁହନ୍ତି, ଦୟାକରି କରୁଣା ପ୍ରଦାନ କରନ୍ତୁ।

ਏਸ ਨਉ ਹੋਰੁ ਥਾਉ ਨਾਹੀ ਸਬਦਿ ਲਾਗਿ ਸਵਾਰੀਆ ॥
ଆପଣଙ୍କ ବ୍ୟତୀତ ଏହି ଶରୀରର ଅନ୍ୟ କୌଣସି ଭରସା ନାହିଁ, ଏହା ସୁଶୋଭିତ କରାଯାଇପାରିବ କେବଳ ଗୁରୁଙ୍କ ବାଣୀ ସହିତ ସ୍ଵର ମିଳାଇଲେ।

ਕਹੈ ਨਾਨਕੁ ਲਿਵੈ ਬਾਝਹੁ ਕਿਆ ਕਰੇ ਵੇਚਾਰੀਆ ॥੬॥
ନାନକ କହନ୍ତି, ପ୍ରଭୁଙ୍କ ପାଇଁ ପ୍ରେମ ବିନା, ଏହି ଅସହାୟ ଶରୀର କଣ କରି ପାରିବ?॥6॥

ਆਨੰਦੁ ਆਨੰਦੁ ਸਭੁ ਕੋ ਕਹੈ ਆਨੰਦੁ ਗੁਰੂ ਤੇ ਜਾਣਿਆ ॥
ପରମାନନ୍ଦ ବିଷୟରେ ସମସ୍ତେ କହନ୍ତି, କିନ୍ତୁ ପରମାନନ୍ଦ ଜ୍ଞାତ ହୁଏ କେବଳ ଗୁରୁ ମାଧ୍ୟମରେ।

ਜਾਣਿਆ ਆਨੰਦੁ ਸਦਾ ਗੁਰ ਤੇ ਕ੍ਰਿਪਾ ਕਰੇ ਪਿਆਰਿਆ ॥
ହେ ମୋର ପ୍ରିୟ ବନ୍ଧୁଗଣ, କେବଳ ଯେତେବେଳେ ଗୁରୁ ଅନୁଗ୍ରହ ଦେଖାନ୍ତି, ଜଣେ ବାସ୍ତବ ପରମାନନ୍ଦ ବିଷୟରେ ଗୁରୁଙ୍କ ଠାରୁ ଜାଣେ।

ਕਰਿ ਕਿਰਪਾ ਕਿਲਵਿਖ ਕਟੇ ਗਿਆਨ ਅੰਜਨੁ ਸਾਰਿਆ ॥
ତାଙ୍କରି ଅନୁଗ୍ରହ ପ୍ରଦାନ କରି, ଗୁରୁ ତାହାର ସବୁ ପାପ ବିନାଶ କରନ୍ତି ଏବଂ ଆଧ୍ୟାତ୍ମିକ ଜ୍ଞାନର ଆରୋଗ୍ୟ ଅଇଣ୍ଟମେଣ୍ଟ ସାହାଯ୍ୟରେ କୃପା କରନ୍ତି।

ਅੰਦਰਹੁ ਜਿਨ ਕਾ ਮੋਹੁ ਤੁਟਾ ਤਿਨ ਕਾ ਸਬਦੁ ਸਚੈ ਸਵਾਰਿਆ ॥
ସେମାନେ ଯେଉଁମାନେ ସାଂସାରିକ ବସ୍ତୁ ଠାରୁମୋହ ଦୂର କରନ୍ତି, ସେମାନଙ୍କ ଜୀବନ ସନାତନ ପ୍ରଭୁଙ୍କ ଦ୍ଵାରା ସୁଶୋଭିତ ହୁଏ।

ਕਹੈ ਨਾਨਕੁ ਏਹੁ ਅਨੰਦੁ ਹੈ ਆਨੰਦੁ ਗੁਰ ਤੇ ਜਾਣਿਆ ॥੭॥
ନାନକ କହନ୍ତି, ଏହା ହେଉଛି ସତ୍ ପରମାନନ୍ଦ ଏବଂ ଏହି ପ୍ରକାର ପରମାନନ୍ଦ କେବଳ ଗୁରୁଙ୍କ ମାଧ୍ୟମରେ ଜ୍ଞାତ ହୋଇପାରେ।