Page 83
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାକୁ ସଦଗୁରୁଙ୍କ କୃପାରୁ ପାଇପାରିବା।
ਸਿਰੀਰਾਗ ਕੀ ਵਾਰ ਮਹਲਾ ੪ ਸਲੋਕਾ ਨਾਲਿ ॥
ସିରିରାଗର ୱାର ମହଲା 4 ଶ୍ଳୋକ ସହିତ ॥
ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3 ॥
ਰਾਗਾ ਵਿਚਿ ਸ੍ਰੀਰਾਗੁ ਹੈ ਜੇ ਸਚਿ ਧਰੇ ਪਿਆਰੁ ॥
ରାଗ ମଧ୍ୟରେ ସିରିରାଗ ସର୍ବୋତ୍ତମ ରାଗ ଅଟେ, ଯଦି ଏହା ଦ୍ଵାରା ପ୍ରାଣୀର ସତ୍ୟ-ପରମେଶ୍ଵର ସହିତ ପ୍ରେମ ହୋଇଯାଏ।
ਸਦਾ ਹਰਿ ਸਚੁ ਮਨਿ ਵਸੈ ਨਿਹਚਲ ਮਤਿ ਅਪਾਰੁ ॥
ପୁଣି, ମନରେ ସର୍ବଦା ହିଁ ସତ୍ୟ ପ୍ରଭୁ ନିବାସ କରନ୍ତି ଆଉ ପ୍ରାଣୀର ବୁଦ୍ଧି ଅପାର ପ୍ରଭୁଙ୍କ ଠାରେ ସ୍ଥିର ହୋଇଥାଏ।
ਰਤਨੁ ਅਮੋਲਕੁ ਪਾਇਆ ਗੁਰ ਕਾ ਸਬਦੁ ਬੀਚਾਰੁ ॥
ଗୁରୁଙ୍କ ଶବ୍ଦର ଚିନ୍ତନ କରିଲେ ପ୍ରାଣୀ ନାମ ରୂପୀ ଅମୂଲ୍ୟ ରତ୍ନକୁ ପ୍ରାପ୍ତ କରିନିଏ।
ਜਿਹਵਾ ਸਚੀ ਮਨੁ ਸਚਾ ਸਚਾ ਸਰੀਰ ਅਕਾਰੁ ॥
ନାମ ସ୍ମରଣ କଲେ ମନୁଷ୍ୟର ଜିହ୍ଵା ଏବଂ ମନ ସତ୍ୟ ହୋଇଯାଏ ଆଉ ତାହାର ଶରୀର ଏବଂ ଆକାରମଧ୍ୟ ସତ୍ୟ ହୋଇଯାଏ।
ਨਾਨਕ ਸਚੈ ਸਤਿਗੁਰਿ ਸੇਵਿਐ ਸਦਾ ਸਚੁ ਵਾਪਾਰੁ ॥੧॥
ହେ ନାନକ! ନାମର ସତ୍ୟ ବେପାର ସର୍ବଦା ସତ୍ୟର ପୁଞ୍ଜି ସଦଗୁରୁଙ୍କ ସେବା କରିଲେ ହିଁ ହୋଇଥାଏ। ॥1॥
ਮਃ ੩ ॥
ମହଲା 3 ॥
ਹੋਰੁ ਬਿਰਹਾ ਸਭ ਧਾਤੁ ਹੈ ਜਬ ਲਗੁ ਸਾਹਿਬ ਪ੍ਰੀਤਿ ਨ ਹੋਇ ॥
ଯେ ପର୍ଯ୍ୟନ୍ତ ପ୍ରଭୁଙ୍କ ସହିତ ସଚ୍ଚା ପ୍ରେମ ହୁଏ ନାହିଁ, ମନୁଷ୍ୟର ଅନ୍ୟ ସବୁ ପ୍ରୀତି ନିରର୍ଥକ ଅଟେ।
ਇਹੁ ਮਨੁ ਮਾਇਆ ਮੋਹਿਆ ਵੇਖਣੁ ਸੁਨਣੁ ਨ ਹੋਇ ॥
ମନକୁ ମାୟା ମୋହିତ କରି ରଖିଛି, ଏଥିପାଇଁ ସେ ପ୍ରଭୁଙ୍କୁ ଦେଖେ ବା ଶୁଣେ ନାହିଁ।
ਸਹ ਦੇਖੇ ਬਿਨੁ ਪ੍ਰੀਤਿ ਨ ਊਪਜੈ ਅੰਧਾ ਕਿਆ ਕਰੇਇ ॥
ପତି-ପରମେଶ୍ଵରଙ୍କ ଦର୍ଶନ ବିନା ପ୍ରେମ ଊତପର୍ଣ୍ଣ ହୁଏ ନାହିଁ। ଅନ୍ଧ ଅର୍ଥାତ, ଜ୍ଞାନହୀନ ପ୍ରାଣୀ କଣକରିପାରେ?
ਨਾਨਕ ਜਿਨਿ ਅਖੀ ਲੀਤੀਆ ਸੋਈ ਸਚਾ ਦੇਇ ॥੨॥
ହେ ନାନକ! ଯେଉଁ ପ୍ରଭୁ ମନୁଷ୍ୟକୁ ନେତ୍ରହୀନ (ଜ୍ଞାନହୀନ) କରିଛନ୍ତି, ସେ ସେହି ଜ୍ଞାନ ରୂପୀ ନେତ୍ର ମଧ୍ୟ ଦେଇପାରିବେ। ॥2॥
ਪਉੜੀ ॥
ପଉଡି ॥
ਹਰਿ ਇਕੋ ਕਰਤਾ ਇਕੁ ਇਕੋ ਦੀਬਾਣੁ ਹਰਿ ॥
ଏକ ଇଶ୍ଵର ହିଁ ସମସ୍ତ ଜୀବର ରଚୟିତା ଅଟନ୍ତି ଆଉ ଏକ ହିଁ ଈଶ୍ଵରଙ୍କ ଦରବାର ଅଟେ।
ਹਰਿ ਇਕਸੈ ਦਾ ਹੈ ਅਮਰੁ ਇਕੋ ਹਰਿ ਚਿਤਿ ਧਰਿ ॥
ଏକ ଈଶ୍ଵରଙ୍କ ଆଦେଶ ହିଁ ସମସ୍ତଙ୍କ ପାଇଁ ଚାଲୁଅଛି ଆଉ ତୁମେ ଏକ ଈଶ୍ଵରଙ୍କୁ ନିଜ ହୃଦୟରେ ଧାରଣ କର।
ਹਰਿ ਤਿਸੁ ਬਿਨੁ ਕੋਈ ਨਾਹਿ ਡਰੁ ਭ੍ਰਮੁ ਭਉ ਦੂਰਿ ਕਰਿ ॥
ସେହି ସ୍ଵାମୀଙ୍କ ବ୍ୟତୀତ ଅନ୍ୟ କେହି ନାହିଁ, ତୁମେ ନିଜ ଡର, ସନ୍ଦେହ ତଥା ଭୟ ନିବୃତ୍ତ କରିଦିଅ।
ਹਰਿ ਤਿਸੈ ਨੋ ਸਾਲਾਹਿ ਜਿ ਤੁਧੁ ਰਖੈ ਬਾਹਰਿ ਘਰਿ ॥
ସେହି ହରିଙ୍କ ହିଁ ସ୍ତୁତି କର, ଯିଏ ତୋର ଘର ଭିତର ବାହାର ରକ୍ଷା କରିଥାନ୍ତି।
ਹਰਿ ਜਿਸ ਨੋ ਹੋਇ ਦਇਆਲੁ ਸੋ ਹਰਿ ਜਪਿ ਭਉ ਬਿਖਮੁ ਤਰਿ ॥੧॥
ଇଶ୍ଵର ଯାହାନୁପରେ ଦୟାଳୁ ହୋଇଥାନ୍ତି, ସେ ପ୍ରଭୂଙ୍କ ଭଜନ କରିଲେ ଭୟର ବିକରାଳ ସାଗରରୁ ପାର ହୋଇଯାଏ ॥1॥
ਸਲੋਕ ਮਃ ੧ ॥
ଶ୍ଳୋକ ମହଲା 1 ॥
ਦਾਤੀ ਸਾਹਿਬ ਸੰਦੀਆ ਕਿਆ ਚਲੈ ਤਿਸੁ ਨਾਲਿ ॥
ସମସ୍ତ ଉପହାର ସେହି ଭଗବାନଙ୍କ ଦ୍ଵାରା ଦିଆହୋଇଛି, ତାହାଙ୍କ ସାଥିରେ କେହି ବଳ ଚାଲିପାରିବ ନାହିଁ।
ਇਕ ਜਾਗੰਦੇ ਨਾ ਲਹੰਨਿ ਇਕਨਾ ਸੁਤਿਆ ਦੇਇ ਉਠਾਲਿ ॥੧॥
କେତେ ପ୍ରାଣୀ ଜାଗି ହୋଇ ମଧ୍ୟ ତାଙ୍କ ଠାରୁ ଉପହାର ପ୍ରାପ୍ତ କରିପାରନ୍ତି ନାହିଁ ଆଉ କେତେ ପ୍ରାଣୀଙ୍କୁ ସେ ନିଦରୁ ଉଠାଇ ଉପହାର ଦିଅନ୍ତି। ॥1॥
ਮਃ ੧ ॥
ମହଲା 1 ॥
ਸਿਦਕੁ ਸਬੂਰੀ ਸਾਦਿਕਾ ਸਬਰੁ ਤੋਸਾ ਮਲਾਇਕਾਂ ॥
ବିଶ୍ଵାସ ଏବଂ ସନ୍ତୋଷ ଧୈର୍ଯ୍ୟବାନର ଗୁଣ ଅଟେ ଆଉ ସହନଶୀଳତା ଦେବଦୂତର ଯାତ୍ରା ବ୍ୟୟ ଅଟେ।
ਦੀਦਾਰੁ ਪੂਰੇ ਪਾਇਸਾ ਥਾਉ ਨਾਹੀ ਖਾਇਕਾ ॥੨॥
ଏପରି ବ୍ୟକ୍ତି ପୂର୍ଣ୍ଣ ପ୍ରଭୁଙ୍କ ଦର୍ଶନ କରିନିଏ, ପରନ୍ତୁ, ଦୋଷୀଙ୍କୁ କେଉଁଠି ମଧ୍ୟ ସ୍ଥାନ ମିଳେ ନାହିଁ। ॥2॥
ਪਉੜੀ ॥
ପଉଡି ॥
ਸਭ ਆਪੇ ਤੁਧੁ ਉਪਾਇ ਕੈ ਆਪਿ ਕਾਰੈ ਲਾਈ ॥
ହେ ପ୍ରଭୁ! ଏହି ଦୁନିଆର ରଚନା ଆପଣ କରିଛନ୍ତି ଆଉ ସ୍ଵୟଂ ହିଁ ଦୁନିଆକୁ ଅଲଗା ଅଲଗା ଧନ୍ଦାରେ ଲଗାଇଛ।
ਤੂੰ ਆਪੇ ਵੇਖਿ ਵਿਗਸਦਾ ਆਪਣੀ ਵਡਿਆਈ ॥
ନିଜର ମହାନତାକୁ ଦେଖି ତୁମେ ସ୍ଵୟଂ ହିଁ ପ୍ରସନ୍ନ ହୋଇଥାଅ।
ਹਰਿ ਤੁਧਹੁ ਬਾਹਰਿ ਕਿਛੁ ਨਾਹੀ ਤੂੰ ਸਚਾ ਸਾਈ ॥
ମୋର ପ୍ରଭୁ! ତୋ’ ବ୍ୟତୀତ ଆଉ ଅନ୍ୟ କିଛି ମଧ୍ୟ ନାହିଁ, ତୁମେ ସଚ୍ଚା ମାଲିକ ଅଟ।
ਤੂੰ ਆਪੇ ਆਪਿ ਵਰਤਦਾ ਸਭਨੀ ਹੀ ਥਾਈ ॥
ତୁମେ ସ୍ଵୟଂ ହିଁ ସର୍ବତ୍ର ବ୍ୟାପକ ଅଟ।
ਹਰਿ ਤਿਸੈ ਧਿਆਵਹੁ ਸੰਤ ਜਨਹੁ ਜੋ ਲਏ ਛਡਾਈ ॥੨॥
ହେ ସନ୍ଥ! ତୁମେ ସେହି ପରମେଶ୍ଵରଙ୍କ ଉପାସନା କର, ଯିଏ ଅନ୍ତିମ ସମୟରେ ତୁମକୁ ମୁକ୍ତି ପ୍ରଦାନ କରିବେ। ॥2॥
ਸਲੋਕ ਮਃ ੧ ॥
ଶ୍ଳୋକ ମହଲା 1 ॥
ਫਕੜ ਜਾਤੀ ਫਕੜੁ ਨਾਉ ॥
ଉଚ୍ଚ ଜାତି ଓ ନାମର ଅହଂକାର ବ୍ୟର୍ଥ ଅଟେ।
ਸਭਨਾ ਜੀਆ ਇਕਾ ਛਾਉ ॥
ସମସ୍ତ ଜୀବ ଠାରେ ଏକ ହିଁ ଇଶ୍ଵର ରୁ[ପି ବୃକ୍ଷର ଛାୟାର ସୁଖ ଉପଲବ୍ଧ ଅଛି।
ਆਪਹੁ ਜੇ ਕੋ ਭਲਾ ਕਹਾਏ ॥
ହେ ନାନକ! ଯଦି କୌଣସି ବ୍ୟକ୍ତି ସ୍ଵୟଂକୁ ଭଲ କୁହେ,
ਨਾਨਕ ਤਾ ਪਰੁ ਜਾਪੈ ਜਾ ਪਤਿ ਲੇਖੈ ਪਾਏ ॥੧॥
ତାହାହେଲେ ତାହାକୁ ସେତେବେଳେ ଭଲ ଜଣା ଜୀବ, ଯଦି ତାହାର ସମ୍ମାନ ପ୍ରଭୁଙ୍କ ଦରବାରରେ ସ୍ଵୀକୃତ ହେବ। ॥1॥
ਮਃ ੨ ॥
ମହଲା 2 ॥
ਜਿਸੁ ਪਿਆਰੇ ਸਿਉ ਨੇਹੁ ਤਿਸੁ ਆਗੈ ਮਰਿ ਚਲੀਐ ॥
ଯେଉଁ ପ୍ରିୟତମ ସହିତ ପ୍ରେମ ହୋଇଥାଏ, ତାହା ପାଇଁ ଜଗତରୁ ପ୍ରାଣ ତ୍ୟାଗ କରି ଚାଲିଯିବାକୁ ମୁଁ ଭଲ ଭାବିବି।
ਧ੍ਰਿਗੁ ਜੀਵਣੁ ਸੰਸਾਰਿ ਤਾ ਕੈ ਪਾਛੈ ਜੀਵਣਾ ॥੨॥
ପ୍ରିୟତମ ବିନା ବଞ୍ଚିବା ସଂସାରରେ ଧିକ୍କାରର ଜୀବନ ଅତିବାହିତ କରିବା ଅଟେ ॥2॥
ਪਉੜੀ ॥
ପଉଡି ॥
ਤੁਧੁ ਆਪੇ ਧਰਤੀ ਸਾਜੀਐ ਚੰਦੁ ਸੂਰਜੁ ਦੁਇ ਦੀਵੇ ॥
ହେ ପ୍ରଭୁ! ତୁମେ ସ୍ଵୟଂ ଏହି ଧରିତ୍ରିର ରଚନା କରିଛ, ଚନ୍ଦ୍ର ଓ ସୂର୍ଯ୍ୟ ଦୁଇଟି ଦୀପକ ବନାଇଛ।
ਦਸ ਚਾਰਿ ਹਟ ਤੁਧੁ ਸਾਜਿਆ ਵਾਪਾਰੁ ਕਰੀਵੇ ॥
ତୁମେ ହିଁ ଏହି ବ୍ରହ୍ମାଣ୍ଡର ଚଉଦ ପୁରକୁ ରଚନା କରିଛ, ଯେଉଁଠି ପ୍ରାଣୀଙ୍କ କର୍ମର ବେପାର ହୋଇଥାଏ।
ਇਕਨਾ ਨੋ ਹਰਿ ਲਾਭੁ ਦੇਇ ਜੋ ਗੁਰਮੁਖਿ ਥੀਵੇ ॥
ଯେଉଁ ପ୍ରାଣୀ ଗୁରୁମୁଖ ହୋଇଯାଏ, ଇଶ୍ଵର ତାହାକୁ ମୋକ୍ଷ ରୂପୀ ଲାଭ ପ୍ରଦାନ କରନ୍ତି।
ਤਿਨ ਜਮਕਾਲੁ ਨ ਵਿਆਪਈ ਜਿਨ ਸਚੁ ਅੰਮ੍ਰਿਤੁ ਪੀਵੇ ॥
ଯିଏ ସତ୍ୟ ନାମର ଅମୃତକୁ ପାନ କରିଥାଏ, ତାହାକୁ ଯମଦୂତ ଧରି ପାରେ ନାହିଁ।
ਓਇ ਆਪਿ ਛੁਟੇ ਪਰਵਾਰ ਸਿਉ ਤਿਨ ਪਿਛੈ ਸਭੁ ਜਗਤੁ ਛੁਟੀਵੇ ॥੩॥
ଏପରି ଈଶ୍ଵରଙ୍କ ସହିତ ସ୍ନେହ କରିବା ପ୍ରାଣୀ ସ୍ଵୟଂ ମୁକ୍ତ ହୋଇଯାଏ ଆଉ ତାହାର ପରିବାର ମଧ୍ୟ ବଞ୍ଚିଯାନ୍ତି ତଥା ତାଙ୍କ ପଛରେ ଯାଆନ୍ତି ॥3॥
ਸਲੋਕ ਮਃ ੧ ॥
ଶ୍ଳୋକ ମହଲା 1 ॥
ਕੁਦਰਤਿ ਕਰਿ ਕੈ ਵਸਿਆ ਸੋਇ ॥
ଭଗବାନ ନିଜ ପ୍ରକୃତିର ରଚନା କରି ସ୍ଵୟଂ ହିଁ ଏଥିରେ ନିବାସ କରୁଛନ୍ତି।