Guru Granth Sahib Translation Project

guru granth sahib odia page-82

Page 82

ਸੰਤ ਜਨਾ ਵਿਣੁ ਭਾਈਆ ਹਰਿ ਕਿਨੈ ਨ ਪਾਇਆ ਨਾਉ ॥ ହେ ଭାଇ! ସନ୍ଥଙ୍କ କୃପା ବିନା ଇଶ୍ଵରଙ୍କ ନାମ ପ୍ରାପ୍ତ ହୁଏ ନାହିଁ।
ਵਿਚਿ ਹਉਮੈ ਕਰਮ ਕਮਾਵਦੇ ਜਿਉ ਵੇਸੁਆ ਪੁਤੁ ਨਿਨਾਉ ॥ ସ୍ଵେଚ୍ଛାଚାରୀ ଅହଂକାର ବଶତଃ ଏପରି କର୍ମ କରିଥାଏ, ଯେପରି ବେଶ୍ୟା-ପୁତ୍ର ପିତାଙ୍କ ନାମ ଜାଣେ ନାହିଁ।
ਪਿਤਾ ਜਾਤਿ ਤਾ ਹੋਈਐ ਗੁਰੁ ਤੁਠਾ ਕਰੇ ਪਸਾਉ ॥ ଏପରି ହିଁ ଲୋକଙ୍କୁ ପ୍ରଭୁ ପିତାଙ୍କ ପରିଚୟ ଜଣା ନାହିଁ। ପ୍ରାଣୀ ପିତୃ-ଜାତିକୁ ସେତେବେଳେ ପ୍ରାପ୍ତ କରିଥାଏ, ଯଦି ଗୁରୁଜୀ ପ୍ରସନ୍ନ ହୋଇ ତାହା ଉପରେ
ਵਡਭਾਗੀ ਗੁਰੁ ਪਾਇਆ ਹਰਿ ਅਹਿਨਿਸਿ ਲਗਾ ਭਾਉ ॥ ମନୁଷ୍ୟକୁ ବଡ ସୌଭାଗ୍ୟରୁ ଗୁରୁ ପ୍ରାପ୍ତ ହୋଇଥାଏ ଆଉ ଦିନ ରାତି ସେ ପ୍ରଭୁଙ୍କ ପ୍ରୀତିରେ ଲାଗିରହିଥାଏ।
ਜਨ ਨਾਨਕਿ ਬ੍ਰਹਮੁ ਪਛਾਣਿਆ ਹਰਿ ਕੀਰਤਿ ਕਰਮ ਕਮਾਉ ॥੨॥ ହେ ନାନକ! ଯିଏ ବ୍ରହ୍ମଙ୍କୁ ଜାଣିଦେଇଛି, ସେ ଭଗବାନଙ୍କ ମହିମାର କର୍ମ କରିଥାଏ ॥2॥
ਮਨਿ ਹਰਿ ਹਰਿ ਲਗਾ ਚਾਉ ॥ ତାହାର ହୃଦୟରେ ଭଗବାନଙ୍କ ସ୍ମରଣ ପାଇଁ ଇଚ୍ଛା ଉତ୍ପର୍ଣ୍ଣ ହୋଇଯାଇଛି।
ਗੁਰਿ ਪੂਰੈ ਨਾਮੁ ਦ੍ਰਿੜਾਇਆ ਹਰਿ ਮਿਲਿਆ ਹਰਿ ਪ੍ਰਭ ਨਾਉ ॥੧॥ ਰਹਾਉ ॥ ପୂର୍ଣ୍ଣ ଗୁରୁ ତାହାର ହୃଦୟରେ ନାମ ବସାଇଛନ୍ତି। ଯେଉଁ କାରଣରୁ ତାହାକୁ ହରି ପ୍ରଭୁଙ୍କ ନାମ ମିଳିଯାଇଛି। ॥1॥ରୁହ॥
ਜਬ ਲਗੁ ਜੋਬਨਿ ਸਾਸੁ ਹੈ ਤਬ ਲਗੁ ਨਾਮੁ ਧਿਆਇ ॥ ଯେ ପର୍ଯ୍ୟନ୍ତ ଶରୀର ଅଛି, ସ୍ୱାସ୍ଥ୍ୟ ଓ ଏଥିରେ ପ୍ରାଣର ସଂଚାର ହେଉଛି, ସେ ପର୍ଯ୍ୟନ୍ତ ତୁମେ ହରି ନାମର ଆରାଧନା କର।
ਚਲਦਿਆ ਨਾਲਿ ਹਰਿ ਚਲਸੀ ਹਰਿ ਅੰਤੇ ਲਏ ਛਡਾਇ ॥ ତୋର ନଶ୍ଵର ଶରୀର ସଂସାରରୁ ଗମନ କରିବା ସମୟରେ ଈଶ୍ବରଙ୍କ ନାମ ତୋର ସାଥିରେ ଜୀବ ଆଉ ଅନ୍ତରେ ସ୍ଵାମୀ ତୋତେ ମୃତ୍ୟୁରୁ ମୁକ୍ତ କରାଇବେ।
ਹਉ ਬਲਿਹਾਰੀ ਤਿਨ ਕਉ ਜਿਨ ਹਰਿ ਮਨਿ ਵੁਠਾ ਆਇ ॥ ମୁଁ ତାଙ୍କ ପାଖରେ ସମର୍ପିତ, ଯାହାର ହୃଦୟରେ ଇଶ୍ଵର ଆସି ବାସ କରିଛନ୍ତି।
ਜਿਨੀ ਹਰਿ ਹਰਿ ਨਾਮੁ ਨ ਚੇਤਿਓ ਸੇ ਅੰਤਿ ਗਏ ਪਛੁਤਾਇ ॥ ଯେଉଁ ଲୋକ ଦୁଃଖ ଭଞ୍ଜନ ହରିଙ୍କ ନାମ ଚିନ୍ତନ କରେ ନାହିଁ, ସେ ଅନ୍ତିମ ସମୟରେ ପଶ୍ଚାତାପ କରି କରି ଚାଲିଯାଏ।
ਧੁਰਿ ਮਸਤਕਿ ਹਰਿ ਪ੍ਰਭਿ ਲਿਖਿਆ ਜਨ ਨਾਨਕ ਨਾਮੁ ਧਿਆਇ ॥੩॥ ହେ ନାନକ! ଇଶ୍ଵର ଯାହାର ମସ୍ତକରେ ଭାଗ୍ୟ ରେଖା ଟାଣିଛନ୍ତି, ସେ ଈଶ୍ବରଙ୍କ ନାମର ସ୍ମରଣ କରିଥାଏ। ॥3॥
ਮਨ ਹਰਿ ਹਰਿ ਪ੍ਰੀਤਿ ਲਗਾਇ ॥ ହେ ମୋର ମନ! ତୁ ଈଶ୍ଵରଙ୍କ ନାମ ସାଥିରେ ପ୍ରୀତି ଲଗା।
ਵਡਭਾਗੀ ਗੁਰੁ ਪਾਇਆ ਗੁਰ ਸਬਦੀ ਪਾਰਿ ਲਘਾਇ ॥੧॥ ਰਹਾਉ ॥ କୌଣସି ଭାଗ୍ୟଶାଳୀ ବ୍ୟକ୍ତିକୁ ହିଁ ଗୁରୁ ମିଳିଥାନ୍ତି ଆଉ ଗୁରୁଙ୍କ ଉପଦେଶ ଦ୍ଵାରା ମନୁଷ୍ୟ ଭବ ସାଗରରୁ ପାର ହୋଇଯାଏ। ॥1॥ରୁହ॥
ਹਰਿ ਆਪੇ ਆਪੁ ਉਪਾਇਦਾ ਹਰਿ ਆਪੇ ਦੇਵੈ ਲੇਇ ॥ ଇଶ୍ଵର ଏହି ସୃଷ୍ଟିକୁ ସ୍ଵୟଂ ଉତ୍ପର୍ଣ୍ଣ କରିଥାନ୍ତି ଆଉ ସ୍ଵୟଂ ହିଁ ପ୍ରାଣ ଦେଇଥାନ୍ତି ଆଉ ନେଇଥାନ୍ତି।
ਹਰਿ ਆਪੇ ਭਰਮਿ ਭੁਲਾਇਦਾ ਹਰਿ ਆਪੇ ਹੀ ਮਤਿ ਦੇਇ ॥ ହରି ସ୍ଵୟଂ ହିଁ ମୋହ-ମାୟାର ଭ୍ରମରେ ଭୁଲାଇଦିଅନ୍ତି ଆଉ ସ୍ଵୟଂ ହିଁ ବୁଦ୍ଧି ପ୍ରଦାନ କରନ୍ତି।
ਗੁਰਮੁਖਾ ਮਨਿ ਪਰਗਾਸੁ ਹੈ ਸੇ ਵਿਰਲੇ ਕੇਈ ਕੇਇ ॥ ଗୁରୁମୁଖଙ୍କ ମନରେ ଆତ୍ମିକ ପ୍ରକାଶ ହୋଇଥାଏ ଆଉ ଏପରି ବ୍ୟକ୍ତିତ୍ବ ବିରଳ ଅଟେ।
ਹਉ ਬਲਿਹਾਰੀ ਤਿਨ ਕਉ ਜਿਨ ਹਰਿ ਪਾਇਆ ਗੁਰਮਤੇ ॥ ମୁଁ ତାଙ୍କ ପାଖରେ ସମର୍ପିତ, ଯିଏ ଗୁରୁଙ୍କ ଉପଦେଶ ଦ୍ଵାରା ଈଶ୍ଵରଙ୍କୁ ପ୍ରାପ୍ତ କରିଛି।
ਜਨ ਨਾਨਕਿ ਕਮਲੁ ਪਰਗਾਸਿਆ ਮਨਿ ਹਰਿ ਹਰਿ ਵੁਠੜਾ ਹੇ ॥੪॥ ହେ ନାନକ! ମୋର ହୃଦୟ ପ୍ରଫୁଲ୍ଲିତ ହୋଇଯାଇଛି ଆଉ ମୋର ଚିତ୍ତରେ ଇଶ୍ଵର ଆସି ବାସ କରିଛନ୍ତି। ॥4॥
ਮਨਿ ਹਰਿ ਹਰਿ ਜਪਨੁ ਕਰੇ ॥ ହେ ମୋର ମନ! ତୁ ଈଶ୍ଵରଙ୍କ ନାମର ଜପ କର।
ਹਰਿ ਗੁਰ ਸਰਣਾਈ ਭਜਿ ਪਉ ਜਿੰਦੂ ਸਭ ਕਿਲਵਿਖ ਦੁਖ ਪਰਹਰੇ ॥੧॥ ਰਹਾਉ ॥ ହେ ମୋର ମନ! ତୁ ପଳାୟନ କରି ଇଶ୍ଵର ରୂପ ଗୃଙ୍କ ଶରଣ ନିଅ। ସେ ତୋର ସବୁ ପାପ ଓ ଦୁଃଖକୁ ନିବାରଣ କରିଦେବେ। ॥1॥ରୁହ॥
ਘਟਿ ਘਟਿ ਰਮਈਆ ਮਨਿ ਵਸੈ ਕਿਉ ਪਾਈਐ ਕਿਤੁ ਭਤਿ ॥ ରାମ ପ୍ରତ୍ୟେକ ପ୍ରାଣୀଙ୍କ ହୃଦୟରେ ବାସ କରନ୍ତି। କିପରି ଆଉ କେଉଁ ଭଳି ତାହାଙ୍କୁ ପ୍ରାପ୍ତ କରାଯାଇପାରିବ?
ਗੁਰੁ ਪੂਰਾ ਸਤਿਗੁਰੁ ਭੇਟੀਐ ਹਰਿ ਆਇ ਵਸੈ ਮਨਿ ਚਿਤਿ ॥ ଯଦି ପ୍ରାଣୀଙ୍କୁ ଭାଗ୍ୟ ବଶତଃ ପୂର୍ଣ୍ଣ ସଦଗୁରୁ ମିଳିଯାନ୍ତି, ତାହାହେଲେ ତାହାର ହୃଦୟରେ ହରି ବାସ କରନ୍ତି।
ਮੈ ਧਰ ਨਾਮੁ ਅਧਾਰੁ ਹੈ ਹਰਿ ਨਾਮੈ ਤੇ ਗਤਿ ਮਤਿ ॥ ଈଶ୍ଵରଙ୍କ ନାମ ହିଁ ମୋର ଆଶ୍ରୟ ଓ ନିର୍ବାହ ଅଟେ। ସ୍ବାମୀଙ୍କ ନାମ ଦ୍ଵାରା ହିଁ ମୋତେ ମୋକ୍ଷ ଏବଂ ମୁକ୍ତି ଜ୍ଞାନ ମିଳେ।
ਮੈ ਹਰਿ ਹਰਿ ਨਾਮੁ ਵਿਸਾਹੁ ਹੈ ਹਰਿ ਨਾਮੇ ਹੀ ਜਤਿ ਪਤਿ ॥ ଈଶ୍ଵରଙ୍କ ନାମରେ ମୋର ବିଶ୍ଵାସ ଅଛି ଆଉ ଈଶ୍ଵରଙ୍କ ନାମ ହିଁ ମୋର ଜାତି ଓ ପ୍ରତିଷ୍ଠା ଅଟେ।
ਜਨ ਨਾਨਕ ਨਾਮੁ ਧਿਆਇਆ ਰੰਗਿ ਰਤੜਾ ਹਰਿ ਰੰਗਿ ਰਤਿ ॥੫॥ ନାନକ ନାମର ଆରାଧନା କରିଛନ୍ତି ଆଉ ଆଉ ସେ ଇଶ୍ଵର ରଙ୍ଗରେ ମଗ୍ନ ରହି ତାହାଙ୍କ ନାମ ସ୍ମରଣ କରିଥାନ୍ତି ॥5॥
ਹਰਿ ਧਿਆਵਹੁ ਹਰਿ ਪ੍ਰਭੁ ਸਤਿ ॥ ଭଗବାନଙ୍କ ଧ୍ୟାନ କର, ଭଗବାନ ସର୍ବଦା ସତ୍ୟଅଟନ୍ତି।
ਗੁਰ ਬਚਨੀ ਹਰਿ ਪ੍ਰਭੁ ਜਾਣਿਆ ਸਭ ਹਰਿ ਪ੍ਰਭੁ ਤੇ ਉਤਪਤਿ ॥੧॥ ਰਹਾਉ ॥ ଗୁରୁଙ୍କ ଶବ୍ଦ ଦ୍ଵାରା ମନୁଷ୍ୟ ଈଶ୍ଵରଙ୍କୁ ବୁଝିଥାଏ, ପରମେଶ୍ଵର ହିଁ ସୃଷ୍ଟିର କର୍ତ୍ତା ଅଟନ୍ତି॥1॥ରୁହ॥
ਜਿਨ ਕਉ ਪੂਰਬਿ ਲਿਖਿਆ ਸੇ ਆਇ ਮਿਲੇ ਗੁਰ ਪਾਸਿ ॥ ଯେଉଁ ପ୍ରାଣୀଙ୍କ ଭାଗ୍ୟରେ ପ୍ରାପ୍ତି ଲେଖା ଅଛି, ସେ ଗୁରୁଙ୍କ ପାଖକୁ ଆସେ ଆଉ ତାହାଙ୍କୁ ସାକ୍ଷାତ କରେ।
ਸੇਵਕ ਭਾਇ ਵਣਜਾਰਿਆ ਮਿਤ੍ਰਾ ਗੁਰੁ ਹਰਿ ਹਰਿ ਨਾਮੁ ਪ੍ਰਗਾਸਿ ॥ ହେ ମୋର ବଣିକ ମିତ୍ର! ଯେଉଁ ବ୍ୟକ୍ତି ଶ୍ରଦ୍ଧା ଭାବନାରେ ଗୁରୁଙ୍କ ପାଖକୁ ଆସେ, ଗୁରୁ ତାହାଙ୍କ ହୃଦୟରେ ଭଗବାନଙ୍କ ନାମ ପ୍ରକାଶ କରିଥାନ୍ତି।
ਧਨੁ ਧਨੁ ਵਣਜੁ ਵਾਪਾਰੀਆ ਜਿਨ ਵਖਰੁ ਲਦਿਅੜਾ ਹਰਿ ਰਾਸਿ ॥ ସେ ବେପାର ଓ ବେପାରୀ ଦୁଇଜଣ ଧନ୍ୟ ଅଟନ୍ତି, ଯିଏ ଈଶ୍ଵରଙ୍କ ନାମର ବେପାର କରିଛନ୍ତି, ଅର୍ଥାତ, ଯିଏ ଶ୍ରଦ୍ଧାର ପୁଞ୍ଜି ଲଗାଇ ପ୍ରଭୁଙ୍କ ନାମ ସାମଗ୍ରୀ ଆଣେ।
ਗੁਰਮੁਖਾ ਦਰਿ ਮੁਖ ਉਜਲੇ ਸੇ ਆਇ ਮਿਲੇ ਹਰਿ ਪਾਸਿ ॥ ଗୁରୁମୁଖର ମୁଖ ପ୍ରଭୁଙ୍କ ଦରବାରରେ ଉଜ୍ଜଳ ହୁଏ, ଈଶ୍ଵରଙ୍କ ଦରବାରରେ ସେ ପ୍ରଭୁଙ୍କ ପାଖକୁ ଆସିଥାଏ ଆଉ ସେଥିରେ ଲୀନ ହୋଇଥାଏ।
ਜਨ ਨਾਨਕ ਗੁਰੁ ਤਿਨ ਪਾਇਆ ਜਿਨਾ ਆਪਿ ਤੁਠਾ ਗੁਣਤਾਸਿ ॥੬॥ ହେ ନାନକ! ଗୁରୁ ତାହାକୁ ମିଳନ୍ତି, ଯାହା ଉପରେ ଗୁଣର ଭଣ୍ଡାର ଭଗବାନ ସ୍ଵୟଂ ପ୍ରସନ୍ନ ହୋଇଥାନ୍ତି ॥6॥
ਹਰਿ ਧਿਆਵਹੁ ਸਾਸਿ ਗਿਰਾਸਿ ॥ ହେ ମନୁଷ୍ୟ ପ୍ରତ୍ୟେକ ଶ୍ଵାସ ଏବଂ ଭୋଜନ ଗ୍ରାସ ସହିତ ତୁମେ ଈଶ୍ଵରଙ୍କ ଧ୍ୟାନ କର।
ਮਨਿ ਪ੍ਰੀਤਿ ਲਗੀ ਤਿਨਾ ਗੁਰਮੁਖਾ ਹਰਿ ਨਾਮੁ ਜਿਨਾ ਰਹਰਾਸਿ ॥੧॥ ਰਹਾਉ ॥੧॥ ଯିଏ ନିଜ ଜୀବନ ଯାତ୍ରାରେ ଭଗବାନଙ୍କ ନାମକୁ ପୁଞ୍ଜି ବନାଇଛି, ସେହି ଗୁରୁମୁଖର ଭଗବାନ ପାଇଁ ପ୍ରେମ ଉତ୍ପର୍ଣ୍ଣ ହୋଇଥାଏ ॥1॥ରୁହ॥1॥


© 2025 SGGS ONLINE
error: Content is protected !!
Scroll to Top