Guru Granth Sahib Translation Project

guru granth sahib odia page-809

Page 809

ਪਾਵਉ ਧੂਰਿ ਤੇਰੇ ਦਾਸ ਕੀ ਨਾਨਕ ਕੁਰਬਾਣੀ ॥੪॥੩॥੩੩॥ ନାନକ ପ୍ରାର୍ଥନା କରନ୍ତି ଯେ ହେ ପ୍ରଭୁ! ଯଦି ତୋର ଦାସର ଚରଣ-ଧୂଳି ମିଳିଯାଏ, ତାହାଙ୍କ ପ୍ରତି ମୁଁ ସମର୍ପିତ ହେବି||4||3||33||
ਬਿਲਾਵਲੁ ਮਹਲਾ ੫ ॥ ବିଲାବଲୁ ମହଲା 5॥
ਰਾਖਹੁ ਅਪਨੀ ਸਰਣਿ ਪ੍ਰਭ ਮੋਹਿ ਕਿਰਪਾ ਧਾਰੇ ॥ ହେ ପ୍ରଭୁ! କୃପା କରି ମୋତେ ନିଜ ଶରଣରେ ରଖ।
ਸੇਵਾ ਕਛੂ ਨ ਜਾਨਊ ਨੀਚੁ ਮੂਰਖਾਰੇ ॥੧॥ ମୁଁ ନୀଚ ଏବଂ ମୂର୍ଖ ଅଟେ ଆଉ ତୋର ସେବା କରିବା ବିଷୟରେ କିଛି ମଧ୍ୟ ଜାଣି ନାହିଁ॥1॥
ਮਾਨੁ ਕਰਉ ਤੁਧੁ ਊਪਰੇ ਮੇਰੇ ਪ੍ਰੀਤਮ ਪਿਆਰੇ ॥ ହେ ମୋର ପ୍ରିୟତମ! ତୋ' ଉପରେ ମୋର ବହୁତ ଆସ୍ଥା ଅଛି।
ਹਮ ਅਪਰਾਧੀ ਸਦ ਭੂਲਤੇ ਤੁਮ੍ਹ੍ਹ ਬਖਸਨਹਾਰੇ ॥੧॥ ਰਹਾਉ ॥ ଆମେ, ଜୀବ, ଅପରାଧୀ ଅଟୁ ଆଉ ସଦା ଭୁଲ କରିଥାଉ, କିନ୍ତୁ ତୁ କ୍ଷମାବାନ ଅଟୁ॥1॥ରୁହ॥
ਹਮ ਅਵਗਨ ਕਰਹ ਅਸੰਖ ਨੀਤਿ ਤੁਮ੍ਹ੍ਹ ਨਿਰਗੁਨ ਦਾਤਾਰੇ ॥ ଆମେ ନିତ୍ୟ ଅନେକ ଅପକର୍ମ କରୁ, ପରନ୍ତୁ ତୁ ଆମକୁ, ନିର୍ଗୁଣକୁ, କ୍ଷମା କରିଦେଉ।
ਦਾਸੀ ਸੰਗਤਿ ਪ੍ਰਭੂ ਤਿਆਗਿ ਏ ਕਰਮ ਹਮਾਰੇ ॥੨॥ ହେ ପ୍ରଭୁ! ଆମର କର୍ମ ଏତେ ମନ୍ଦ ଯେ ତୋତେ ତ୍ୟାଗ କରି ତୋର ଦାସୀ ମାୟା ସହିତ ଆସକ୍ତ ରହିଛୁ॥2॥
ਤੁਮ੍ਹ੍ਹ ਦੇਵਹੁ ਸਭੁ ਕਿਛੁ ਦਇਆ ਧਾਰਿ ਹਮ ਅਕਿਰਤਘਨਾਰੇ ॥ ନିଜ କୃପା କରି ତୁ ଆମକୁ ସବୁକିଛି ଦେଉ, କିନ୍ତୁ ଆମେ ଅକୃତଜ୍ଞ ରହୁ।
ਲਾਗਿ ਪਰੇ ਤੇਰੇ ਦਾਨ ਸਿਉ ਨਹ ਚਿਤਿ ਖਸਮਾਰੇ ॥੩॥ ହେ ମାଲିକ! ଆମେ ତୁମକୁ ସ୍ମରଣ କରୁ ନାହୁଁ॥3॥
ਤੁਝ ਤੇ ਬਾਹਰਿ ਕਿਛੁ ਨਹੀ ਭਵ ਕਾਟਨਹਾਰੇ ॥ ହେ ସଂସାର ସାଗରର ବନ୍ଧନ କାଟିବା ବାଲା! ତୋ ବଶର ବାହାରେ କିଛି ମଧ୍ୟ ନାହିଁ।
ਕਹੁ ਨਾਨਕ ਸਰਣਿ ਦਇਆਲ ਗੁਰ ਲੇਹੁ ਮੁਗਧ ਉਧਾਰੇ ॥੪॥੪॥੩੪॥ ନାନକ ବିନତି କରନ୍ତି ଯେ ହେ ଦୟାଳୁ! ତୋର ଶରଣରେ ଆସିଛୁ, ମୋ' ଭଳି ମୂର୍ଖକୁ ଭବସାଗରରୁ ଉଦ୍ଧାର କର||4||4||34||
ਬਿਲਾਵਲੁ ਮਹਲਾ ੫ ॥ ବିଲାବଲୁ ମହଲା 5॥
ਦੋਸੁ ਨ ਕਾਹੂ ਦੀਜੀਐ ਪ੍ਰਭੁ ਅਪਨਾ ਧਿਆਈਐ ॥ ଅନ୍ୟ କାହାକୁ ଦୋଷ ଦେବା ଉଚିତ ନାହିଁ, ସର୍ବଦା ପ୍ରଭୁଙ୍କୁ ଧ୍ୟାନ କରିବା ଉଚିତ।
ਜਿਤੁ ਸੇਵਿਐ ਸੁਖੁ ਹੋਇ ਘਨਾ ਮਨ ਸੋਈ ਗਾਈਐ ॥੧॥ ହେ ମୋର ମନ! ଯାହାଙ୍କ ଉପାସନା କରିବା ଦ୍ଵାରା ବହୁତ ସୁଖ ମିଳିଥାଏ, ସେହି ପରମାତ୍ମାଙ୍କ ଯଶ ହିଁ ଗାନ କରିବା ଉଚିତ॥1॥
ਕਹੀਐ ਕਾਇ ਪਿਆਰੇ ਤੁਝੁ ਬਿਨਾ ॥ ହେ ମୋର ପ୍ରିୟ! ତୋ' ବିନା କାହାକୁ ନିଜ ଦୁଃଖ କହିବି?
ਤੁਮ੍ਹ੍ਹ ਦਇਆਲ ਸੁਆਮੀ ਸਭ ਅਵਗਨ ਹਮਾ ॥੧॥ ਰਹਾਉ ॥ ହେ ମୋର ସ୍ଵାମୀ! ତୁ ଦୟାର ସାଗର ଅଟୁ, ପରନ୍ତୁ ମୋ' ଠାରେ ଅନେକ ଅବଗୁଣ ଭରି ରହିଛି॥1॥ରୁହ॥
ਜਿਉ ਤੁਮ੍ਹ੍ਹ ਰਾਖਹੁ ਤਿਉ ਰਹਾ ਅਵਰੁ ਨਹੀ ਚਾਰਾ ॥ ତୁ ମୋତେ ଯେପରି ରଖିଛୁ, ମୁଁ ସେପରି ରହିଥାଏ, ଏହା ବିନା ଆଉ କିଛି ସାଧନ ନାହିଁ।
ਨੀਧਰਿਆ ਧਰ ਤੇਰੀਆ ਇਕ ਨਾਮ ਅਧਾਰਾ ॥੨॥ ବେସାହାରାକୁ ତୋର ହିଁ ସାହାରା ଅଛି ତଥା ଏକ ତୋର ନାମ ହିଁ ସବୁଙ୍କ ଜୀବନର ଆଧାର ଅଟେ॥2॥
ਜੋ ਤੁਮ੍ਹ੍ਹ ਕਰਹੁ ਸੋਈ ਭਲਾ ਮਨਿ ਲੇਤਾ ਮੁਕਤਾ ॥ ଯାହା କିଛି ତୁ କରିଥାଉ, ତାହା ଭଲ ଅଟେ। ଯିଏ ଏହାକୁ ସହର୍ଷ ସ୍ଵୀକାର କରିନିଏ, ସେ ମୁକ୍ତ ଇଯାଏ।
ਸਗਲ ਸਮਗ੍ਰੀ ਤੇਰੀਆ ਸਭ ਤੇਰੀ ਜੁਗਤਾ ॥੩॥ ଏହି ସଂପୂର୍ଣ୍ଣ ସୃଷ୍ଟି ତୋର ନିଜର ଅଟେ ଆଉ ସବୁକିଛି ତୋର ମର୍ଯ୍ୟାଦାରେ ହେଉଛି॥3॥
ਚਰਨ ਪਖਾਰਉ ਕਰਿ ਸੇਵਾ ਜੇ ਠਾਕੁਰ ਭਾਵੈ ॥ ଯଦି ଠାକୁରଙ୍କୁ ଭଲ ଲାଗିଥାଏ, ତାହାହେଲେ ତାହାଙ୍କ ସେବା କରି ଚରଣ ଧୋଇବି।
ਹੋਹੁ ਕ੍ਰਿਪਾਲ ਦਇਆਲ ਪ੍ਰਭ ਨਾਨਕੁ ਗੁਣ ਗਾਵੈ ॥੪॥੫॥੩੫॥ ହେ ପ୍ରଭୁ! କୃପାଳୁ ଓ ଦୟାଳୁ ହୁଅ, ଯେପରି ନାନକ ତୋର ଗୁଣଗାନ କରିବେ||4||5||35||
ਬਿਲਾਵਲੁ ਮਹਲਾ ੫ ॥ ବିଲାବଲୁ ମହଲା 5॥
ਮਿਰਤੁ ਹਸੈ ਸਿਰ ਊਪਰੇ ਪਸੂਆ ਨਹੀ ਬੂਝੈ ॥ ମୃତ୍ୟୁ ମସ୍ତକ ଉପରେ ଦଣ୍ଡାୟମାନ ହୋଇ ହାସ୍ୟ ଦେଇଥାଏ, କିନ୍ତୁ ପଶୁ ତୁଲ୍ୟ ମନୁଷ୍ୟ ଏହି ତଥ୍ୟକୁ ବୁଝେ ନାହିଁ।
ਬਾਦ ਸਾਦ ਅਹੰਕਾਰ ਮਹਿ ਮਰਣਾ ਨਹੀ ਸੂਝੈ ॥੧॥ ସାରା ଜୀବନ ବାଦ-ବିବାଦ, ସ୍ଵାଦ ଓ ଅହଂକାରରେ ଲିପ୍ତ ରହିବା କାରଣରୁ ତାହାକୁ ମୃତ୍ୟୁର ଜ୍ଞାନ ହୁଏନାହିଁ॥1॥
ਸਤਿਗੁਰੁ ਸੇਵਹੁ ਆਪਨਾ ਕਾਹੇ ਫਿਰਹੁ ਅਭਾਗੇ ॥ ହେ ଭାଗ୍ୟହୀନ! କାହିଁକି ପଥଭ୍ରଷ୍ଟ ହେଉଛୁ? ନିଜ ସଦଗୁରୁଙ୍କ ସେବା କର।
ਦੇਖਿ ਕਸੁੰਭਾ ਰੰਗੁਲਾ ਕਾਹੇ ਭੂਲਿ ਲਾਗੇ ॥੧॥ ਰਹਾਉ ॥ କୁସୁମ ଫୁଲର ସୁନ୍ଦର ରଙ୍ଗ ବାଲା ମାୟାକୁ ଦେଖି ତୁ ଏଥିରେ ମୋହ ଲଗାଇଛୁ॥1॥ରୁହ॥
ਕਰਿ ਕਰਿ ਪਾਪ ਦਰਬੁ ਕੀਆ ਵਰਤਣ ਕੈ ਤਾਈ ॥ ପାପ କରି ନିଜ ଉପଯୋଗ ପାଇଁ ଅନେକ ଧନ ସଞ୍ଚୟ କରିଛୁ।
ਮਾਟੀ ਸਿਉ ਮਾਟੀ ਰਲੀ ਨਾਗਾ ਉਠਿ ਜਾਈ ॥੨॥ କିନ୍ତୁ ଯେତେବେଳେ ମୃତ୍ୟୁ ଆସିଥାଏ, ଏହି ଶରୀର ରୂପୀ ମାଟି ମାଟିରେ ହିଁ ମିଶିଯାଏ ଆଉ ଜୀବ ନଗ୍ନ ରହି ଦୁନିଆରୁ ଚାଲିଯାଏ॥2॥
ਜਾ ਕੈ ਕੀਐ ਸ੍ਰਮੁ ਕਰੈ ਤੇ ਬੈਰ ਬਿਰੋਧੀ ॥ ଯେଉଁ ସମ୍ପର୍କୀୟ ପାଇଁ ସେ କଠିନ ପରିଶ୍ରମ କରିଥାଏ, ସେମାନେ ତାହାର ବିରୋଧୀ ହୋଇ ଶତ୍ରୁତା ଆଚରଣ କରିଥାନ୍ତି।
ਅੰਤ ਕਾਲਿ ਭਜਿ ਜਾਹਿਗੇ ਕਾਹੇ ਜਲਹੁ ਕਰੋਧੀ ॥੩॥ ସେମାନଙ୍କ ପାଇଁ ତୁ କାହିଁକି କ୍ରୋଧରେ ଜଳୁ ଅଛୁ, କାରଣ ଶେଷ ସମୟରେ ସମସ୍ତେ ତୋ' ଠାରୁ ଦୂରକୁ ଚାଲିଯିବେ॥3॥
ਦਾਸ ਰੇਣੁ ਸੋਈ ਹੋਆ ਜਿਸੁ ਮਸਤਕਿ ਕਰਮਾ ॥ ଯାହାର କପାଳରେ ଭାଗ୍ୟ ଥାଏ, ସେ ପ୍ରଭୁଙ୍କ ଦାସର ଦାସ ବନିଥାଏ।
ਕਹੁ ਨਾਨਕ ਬੰਧਨ ਛੁਟੇ ਸਤਿਗੁਰ ਕੀ ਸਰਨਾ ॥੪॥੬॥੩੬॥ ହେ ନାନକ! ଯିଏ ସଦଗୁରୁଙ୍କ ଶରଣ ନେଇଛି, ତାହାର ସବୁ ବନ୍ଧନ ଦୂର ହୋଇ ଯାଇଛି||4||6||36||
ਬਿਲਾਵਲੁ ਮਹਲਾ ੫ ॥ ବିଲାବଲୁ ମହଲା 5॥
ਪਿੰਗੁਲ ਪਰਬਤ ਪਾਰਿ ਪਰੇ ਖਲ ਚਤੁਰ ਬਕੀਤਾ ॥ ଛୋଟା ପର୍ବତ ଉପରକୁ ଚଢି ଯାଇଛି ଆଉ ମହାମୂର୍ଖ ମଧ୍ୟ ଚତୁର ବକ୍ତା ବନି ଯାଇଛି।
ਅੰਧੁਲੇ ਤ੍ਰਿਭਵਣ ਸੂਝਿਆ ਗੁਰ ਭੇਟਿ ਪੁਨੀਤਾ ॥੧॥ ଗୁରୁଙ୍କ ସହିତ ମିଶି ଅନ୍ଧ ବ୍ୟକ୍ତିକୁ ତିନି ଲୋକର ଜ୍ଞାନ ହୋଇ ଯାଇଛି॥1॥
ਮਹਿਮਾ ਸਾਧੂ ਸੰਗ ਕੀ ਸੁਨਹੁ ਮੇਰੇ ਮੀਤਾ ॥ ହେ ମୋର ମିତ୍ର! ସାଧୁ-ସଙ୍ଗତିର ମହିମା ଶୁଣ;
ਮੈਲੁ ਖੋਈ ਕੋਟਿ ਅਘ ਹਰੇ ਨਿਰਮਲ ਭਏ ਚੀਤਾ ॥੧॥ ਰਹਾਉ ॥ ଯେ କେହି ମଧ୍ୟ ସାଧୁଙ୍କ ସାଙ୍ଗ ଦେଇଛି, ତାହାର ମନର ମଇଳା ଦୂର ହୋଇ ଯାଇଛି, ତାହାର କୋଟି କୋଟି ପାପ ନାଶ ହୋଇ ଯାଇଛି ଆଉ ତାହାର ଚିତ୍ତ ନିର୍ମଳ ହୋଇ ଯାଇଛି॥1॥ରୁହ॥
ਐਸੀ ਭਗਤਿ ਗੋਵਿੰਦ ਕੀ ਕੀਟਿ ਹਸਤੀ ਜੀਤਾ ॥ ଗୋବିନ୍ଦଙ୍କ ଭକ୍ତି ଏପରି ଅଟେ ଯେ ନମ୍ରତା ରୂପୀ ପିମ୍ପୁଡି ହାତୀ ଠାରେ ମଧ୍ୟ ବିଜୟ ପ୍ରାପ୍ତ କରିଥାଏ।
ਜੋ ਜੋ ਕੀਨੋ ਆਪਨੋ ਤਿਸੁ ਅਭੈ ਦਾਨੁ ਦੀਤਾ ॥੨॥ ଯାହାକୁ ଭଗବାନ ନିଜର ବନାଇଛନ୍ତି, ତାହାକୁ ଅଭୟ ଦାନ ଦେଇଛନ୍ତି॥2॥
ਸਿੰਘੁ ਬਿਲਾਈ ਹੋਇ ਗਇਓ ਤ੍ਰਿਣੁ ਮੇਰੁ ਦਿਖੀਤਾ ॥ ଅହଂକାର ରୂପୀ ସିଂହ ନମ୍ରତା ରୂପୀ ବିଲେଇ ବନି ଯାଇଛି, ତାହାକୁ ଘାସ ବଦଳରେ ସୁମେରୁ ପର୍ବତ ଦେଖା ଯାଇଛି।


© 2025 SGGS ONLINE
error: Content is protected !!
Scroll to Top