Guru Granth Sahib Translation Project

guru granth sahib odia page-797

Page 797

ਭਰਮਿ ਭੁਲਾਣੇ ਸਿ ਮਨਮੁਖ ਕਹੀਅਹਿ ਨਾ ਉਰਵਾਰਿ ਨ ਪਾਰੇ ॥੩॥ ତାହାକୁ ମନମୁଖୀ କୁହାଯାଏ, ଯିଏ ଭ୍ରମରେ ଫସି କୁମାର୍ଗଗାମୀ ହୋଇଯାଏ ଆଉ ଏହିପରି ବ୍ୟକ୍ତି ଲୋକ-ପରଲୋକରେ କେଉଁଠି ମଧ୍ୟ ରହନ୍ତି ନାହିଁ॥3॥
ਜਿਸ ਨੋ ਨਦਰਿ ਕਰੇ ਸੋਈ ਜਨੁ ਪਾਏ ਗੁਰ ਕਾ ਸਬਦੁ ਸਮ੍ਹ੍ਹਾਲੇ ॥ ଯାହା ଉପରେ ପରମାତ୍ମା ନିଜ କୃପାଦୃଷ୍ଟି କରିଥାନ୍ତି ସେ ହିଁ ତାହାଙ୍କୁ ପାଇଥାଏ ଆଉ ଗୁରୁଙ୍କ ଶବ୍ଦ ସ୍ମରଣ କରିଥାଏ।
ਹਰਿ ਜਨ ਮਾਇਆ ਮਾਹਿ ਨਿਸਤਾਰੇ ॥ ଏପରି ଭକ୍ତ ମାୟା ଠାରୁ ମୁକ୍ତି ପ୍ରାପ୍ତ କରିନିଏ।
ਨਾਨਕ ਭਾਗੁ ਹੋਵੈ ਜਿਸੁ ਮਸਤਕਿ ਕਾਲਹਿ ਮਾਰਿ ਬਿਦਾਰੇ ॥੪॥੧॥ ହେ ନାନକ! ଯାହାର କପାଳରେ ଉତ୍ତମ ଭାଗ୍ୟ ଲେଖା ହୋଇଥାଏ, ସେ ମୃତ୍ୟୁ ଉପରେ ବିଜୟ ପ୍ରାପ୍ତ କରି ଜନ୍ମ-ମରଣ ଚକ୍ରରୁ ରକ୍ଷା ପାଇଥାଏ॥4॥1॥
ਬਿਲਾਵਲੁ ਮਹਲਾ ੩ ॥ ବିଲାବଲୁ ମହଲା 3 ॥
ਅਤੁਲੁ ਕਿਉ ਤੋਲਿਆ ਜਾਇ ॥ ପରମାତ୍ମା ଅତୁଳନୀୟ ଅଟନ୍ତି, ତାହାଙ୍କୁ କିପରି ତଉଲା ଯାଇ ପାରିବ?
ਦੂਜਾ ਹੋਇ ਤ ਸੋਝੀ ਪਾਇ ॥ ଯଦି ଆଉ କେହି ତାହାଙ୍କ ଭଳି ଥାଆନ୍ତି, ତାହାହେଲେ ସେ ହିଁ ତାହାଙ୍କ ଜ୍ଞାନ ଜାଣି ପାରିବେ।
ਤਿਸ ਤੇ ਦੂਜਾ ਨਾਹੀ ਕੋਇ ॥ ସତ୍ୟ ଏହା ଯେ ତାହାଙ୍କ ବିନା ଆଉ କେହି ନାହାନ୍ତି।
ਤਿਸ ਦੀ ਕੀਮਤਿ ਕਿਕੂ ਹੋਇ ॥੧॥ ଏଣୁ ତାହାଙ୍କ ମୂଲ୍ୟାଙ୍କନ କିପରି କରାଯିବ?॥1॥
ਗੁਰ ਪਰਸਾਦਿ ਵਸੈ ਮਨਿ ਆਇ ॥ ଗୁରୁଙ୍କ କୃପାରୁ ସେ ମନରେ ବାସ କରିଥାନ୍ତି ଆଉ
ਤਾ ਕੋ ਜਾਣੈ ਦੁਬਿਧਾ ਜਾਇ ॥੧॥ ਰਹਾਉ ॥ ତାହାଙ୍କୁ ସେ ହିଁ ଜାଣିଥଏ, ଯାହାର ମନରୁ ଦ୍ଵିଧା ଦୂର ହୋଇଯାଏ॥1॥ରୁହ॥
ਆਪਿ ਸਰਾਫੁ ਕਸਵਟੀ ਲਾਏ ॥ ପରମାତ୍ମା ସ୍ଵୟଂ ହିଁ ମହାନ ଅଟନ୍ତି ଆଉ ଜୀବନକୁ ପରଖିବା ପାଇଁ କଷଟି ରଖିଥାନ୍ତି।
ਆਪੇ ਪਰਖੇ ਆਪਿ ਚਲਾਏ ॥ ସେ ସ୍ଵୟଂ ତାହାର ଗୁଣ-ଅବଗୁଣର ପରଖ କରି ସତମାର୍ଗରେ ଚଲାଇ ଥାଆନ୍ତି।
ਆਪੇ ਤੋਲੇ ਪੂਰਾ ਹੋਇ ॥ ସେ ହିଁ ପୂର୍ଣ୍ଣ ହୋଇଥାଏ, ଯାହାକୁ ସେ ସ୍ଵୟଂ ତଉଲିଥାନ୍ତି ଆଉ
ਆਪੇ ਜਾਣੈ ਏਕੋ ਸੋਇ ॥੨॥ ଏକ ପରମାତ୍ମା ହିଁ ସବୁକିଛି ଜାଣିଥାନ୍ତି॥2॥
ਮਾਇਆ ਕਾ ਰੂਪੁ ਸਭੁ ਤਿਸ ਤੇ ਹੋਇ ॥ ଏହି ଜଗତ ମାୟାର ରୂପ ଅଟନ୍ତି ଆଉ ସବୁ ଜୀବ ତାହାଙ୍କ ଠାରୁ ଉତ୍ପନ୍ନ ହୋଇଛନ୍ତି।
ਜਿਸ ਨੋ ਮੇਲੇ ਸੁ ਨਿਰਮਲੁ ਹੋਇ ॥ ଯାହାକୁ ସେ ନିଜ ସାଥିରେ ମିଳାଇ ଥାଆନ୍ତି, ସେ ନିର୍ମଳ ହୋଇଯାଏ।
ਜਿਸ ਨੋ ਲਾਏ ਲਗੈ ਤਿਸੁ ਆਇ ॥ ଯାହାକୁ ସେହି ମାୟାର ମୋହ ଲାଗିଥାଏ ସେ ତାହାକୁ ହିଁ ଲାଗିଥାଏ।
ਸਭੁ ਸਚੁ ਦਿਖਾਲੇ ਤਾ ਸਚਿ ਸਮਾਇ ॥੩॥ ଯେତେବେଳେ ସେ ନିଜର ସତ୍ୟସ୍ଵରୂପ ଦେଖାଇ ଥାଆନ୍ତି, ଜୀବ ସେହି ସତ୍ୟରେ ହିଁ ବିଲୀନ ହୋଇଯାଏ॥3॥
ਆਪੇ ਲਿਵ ਧਾਤੁ ਹੈ ਆਪੇ ॥ ସେ ସ୍ଵୟଂ ହିଁ ବୃତ୍ତି ଅଟନ୍ତି ଆଉ ସ୍ଵୟଂ ହିଁ ମାୟା ଅଟନ୍ତି।
ਆਪਿ ਬੁਝਾਏ ਆਪੇ ਜਾਪੇ ॥ ସେ ସ୍ଵୟଂ ହିଁ ଜୀବକୁ ଜ୍ଞାନ ପ୍ରଦାନ କରିଥାନ୍ତି ଆଉ ସ୍ଵୟଂ ହିଁ ଜୀବ ରୂପରେ ନିଜ ନାମ ଜପିଥାନ୍ତି।
ਆਪੇ ਸਤਿਗੁਰੁ ਸਬਦੁ ਹੈ ਆਪੇ ॥ ସେ ସ୍ଵୟଂ ହିଁ ସଦଗୁରୁ ଅଟନ୍ତି ଆଉ ସ୍ଵୟଂ ହିଁ ଶବ୍ଦ ଅଟନ୍ତି।
ਨਾਨਕ ਆਖਿ ਸੁਣਾਏ ਆਪੇ ॥੪॥੨॥ ହେ ନାନକ! ଇଶ୍ଵର ସ୍ଵୟଂ ହିଁ ବୋଲି ଜୀବକୁ ନିଜ ନାମ ଶୁଣାଇ ଥାଆନ୍ତି॥4॥2॥
ਬਿਲਾਵਲੁ ਮਹਲਾ ੩ ॥ ବିଲାବଲୁ ମହଲା 3 ॥
ਸਾਹਿਬ ਤੇ ਸੇਵਕੁ ਸੇਵ ਸਾਹਿਬ ਤੇ ਕਿਆ ਕੋ ਕਹੈ ਬਹਾਨਾ ॥ ମାଲିକଙ୍କ ଦ୍ଵାରା ସୃଷ୍ଟି ହୋଇଥିବା କେହି ତାହାଙ୍କ ସେବକ ବନିଲେ ତାହାକୁ ମଧ୍ୟ ମାଲିକ ଠାରୁ ସେବା ମିଳିଥାଏ, ଏହାକୁ କେହି ଯୁକ୍ତି କରି ପାରିବେ ନାହିଁ।
ਐਸਾ ਇਕੁ ਤੇਰਾ ਖੇਲੁ ਬਨਿਆ ਹੈ ਸਭ ਮਹਿ ਏਕੁ ਸਮਾਨਾ ॥੧॥ ହେ ପ୍ରଭୁ! ତୋର ଏପରି ଏକ ଖେଳ ଅଛି ଯେ ତୁ ହିଁ ସବୁ ଜୀବଙ୍କ ଠାରେ ରହିଛୁ॥1॥
ਸਤਿਗੁਰਿ ਪਰਚੈ ਹਰਿ ਨਾਮਿ ਸਮਾਨਾ ॥ ଯେତେବେଳେ ମନ ସଦଗୁରୁଙ୍କ ଠାରେ ସନ୍ତୁଷ୍ଟ ହୋଇଯାଏ, ତାହା ହରିନାମରେ ଲୀନ ହୋଇଯାଏ।
ਜਿਸੁ ਕਰਮੁ ਹੋਵੈ ਸੋ ਸਤਿਗੁਰੁ ਪਾਏ ਅਨਦਿਨੁ ਲਾਗੈ ਸਹਜ ਧਿਆਨਾ ॥੧॥ ਰਹਾਉ ॥ କିନ୍ତୁ ସଦଗୁରୁ ତାହାଙ୍କୁ ହିଁ ମିଳିଥାନ୍ତି, ଯାହା ଉପରେ ପରମାତ୍ମା କୃପା କରିଥାନ୍ତି ଆଉ ଜୀବ ରାତିଦିନ ପରମାତ୍ମାଙ୍କ ଧ୍ୟାନରେ ଲାଗି ରହିଥାଏ॥1॥ରୁହ॥
ਕਿਆ ਕੋਈ ਤੇਰੀ ਸੇਵਾ ਕਰੇ ਕਿਆ ਕੋ ਕਰੇ ਅਭਿਮਾਨਾ ॥ ହେ ପରମପିତା! କେହି ତୋର କଣ ସେବା କରି ପାରିବ ଆଉ କେହି ସେବାର କଣ ଅଭିମାନ କରି ପାରିବ?
ਜਬ ਅਪੁਨੀ ਜੋਤਿ ਖਿੰਚਹਿ ਤੂ ਸੁਆਮੀ ਤਬ ਕੋਈ ਕਰਉ ਦਿਖਾ ਵਖਿਆਨਾ ॥੨॥ ହେ ସ୍ଵାମୀ! ଯେତେବେଳେ ତୁ ଶରୀରରୁ ନିଜର ପ୍ରାଣ ରୂପୀ ଜ୍ୟୋତି ନେଇଯାଉ, ସେତେବେଳେ କେହି କିଛି ବର୍ଣ୍ଣନା କରି ପାରେ ନାହିଁ॥2॥
ਆਪੇ ਗੁਰੁ ਚੇਲਾ ਹੈ ਆਪੇ ਆਪੇ ਗੁਣੀ ਨਿਧਾਨਾ ॥ ଗୁରୁ ଓ ଚେଲା ସ୍ଵୟଂ ପରମାତ୍ମା ହିଁ ଅଟନ୍ତି ଆଉ ସ୍ଵୟଂ ଗୁଣର ଭଣ୍ଡାର ଅଟନ୍ତି।
ਜਿਉ ਆਪਿ ਚਲਾਏ ਤਿਵੈ ਕੋਈ ਚਾਲੈ ਜਿਉ ਹਰਿ ਭਾਵੈ ਭਗਵਾਨਾ ॥੩॥ ହେ ଭଗବାନ! ତୋତେ ଯେପରି ଉପଯୁକ୍ତ ଲାଗିଥାଏ, ସେପରି ହିଁ କେହି ଚାଲିଥାଏ॥3॥
ਕਹਤ ਨਾਨਕੁ ਤੂ ਸਾਚਾ ਸਾਹਿਬੁ ਕਉਣੁ ਜਾਣੈ ਤੇਰੇ ਕਾਮਾਂ ॥ ନାନକ କହନ୍ତି ଯେ ହେ ଜଗତପାଳକ! ତୁ ସଚ୍ଚା ମାଲିକ ଅଟୁ ଆଉ ତୋର ବିଲକ୍ଷଣ କାୟାକୁ କିଏ ଜାଣି ପାରିବ?
ਇਕਨਾ ਘਰ ਮਹਿ ਦੇ ਵਡਿਆਈ ਇਕਿ ਭਰਮਿ ਭਵਹਿ ਅਭਿਮਾਨਾ ॥੪॥੩॥ ତୁ କାହାକୁ ଘରେ ବସାଇ ଯଶ ପ୍ରଦାନ କରୁ ଆଉ କାହାକୁ ଅଭିମାନୀ ବନାଇ ଭ୍ରମରେ ରଖି ପଥଭ୍ରଷ୍ଟ କରୁ॥4॥3॥
ਬਿਲਾਵਲੁ ਮਹਲਾ ੩ ॥ ବିଲାବଲୁ ମହଲା 3 ॥
ਪੂਰਾ ਥਾਟੁ ਬਣਾਇਆ ਪੂਰੈ ਵੇਖਹੁ ਏਕ ਸਮਾਨਾ ॥ ହେ ଜିଜ୍ଞାସୁ! ଦେଖ, ପୂର୍ଣ୍ଣ ପରମେଶ୍ଵର ପୂର୍ଣ୍ଣ ଜଗତ ହିଁ ବନାଇଛନ୍ତି ଆଉ ସେ ସବୁଙ୍କ ଠାରେ ରହିଛନ୍ତି।
ਇਸੁ ਪਰਪੰਚ ਮਹਿ ਸਾਚੇ ਨਾਮ ਕੀ ਵਡਿਆਈ ਮਤੁ ਕੋ ਧਰਹੁ ਗੁਮਾਨਾ ॥੧॥ ଏହି ଜଗତ ପ୍ରପଞ୍ଚରେ ସତ୍ୟ-ନାମର ହିଁ କୀର୍ତ୍ତି ଅଛି, ଏଣୁ ମନରେ କୌଣସି ଗର୍ବ କର ନାହିଁ॥1॥
ਸਤਿਗੁਰ ਕੀ ਜਿਸ ਨੋ ਮਤਿ ਆਵੈ ਸੋ ਸਤਿਗੁਰ ਮਾਹਿ ਸਮਾਨਾ ॥ ଯାହାକୁ ସଦଗୁରୁଙ୍କ ବୁଦ୍ଧି ଆସିଯାଏ, ସେ ସେଥିରେ ଲୀନ ରହିଥାଏ,
ਇਹ ਬਾਣੀ ਜੋ ਜੀਅਹੁ ਜਾਣੈ ਤਿਸੁ ਅੰਤਰਿ ਰਵੈ ਹਰਿ ਨਾਮਾ ॥੧॥ ਰਹਾਉ ॥ ଯିଏ ଏହି ବାଣୀକୁ ନିଜ ମନରେ ଶ୍ରଦ୍ଧା ପୂର୍ବକ ଜାଣି ନିଏ, ତାହାର ଅନ୍ତର୍ମନରେ ହରିନାମ ସ୍ଥିତ ହୋଇଯାଏ॥1॥ରୁହ॥
ਚਹੁ ਜੁਗਾ ਕਾ ਹੁਣਿ ਨਿਬੇੜਾ ਨਰ ਮਨੁਖਾ ਨੋ ਏਕੁ ਨਿਧਾਨਾ ॥ ଚାରି ଯୁଗର ଏହି ନିଷ୍କର୍ଷ ଯେ ମନୁଷ୍ୟ ପାଇଁ ଏକ ନାମ ହିଁ ଅମୂଲ୍ୟ ଭଣ୍ଡାର ଅଟେ।
ਜਤੁ ਸੰਜਮ ਤੀਰਥ ਓਨਾ ਜੁਗਾ ਕਾ ਧਰਮੁ ਹੈ ਕਲਿ ਮਹਿ ਕੀਰਤਿ ਹਰਿ ਨਾਮਾ ॥੨॥ ସତ୍ୟ, ତ୍ରେତୟା ଏବଂ ଦ୍ଵାପର ଏହି ଯୁଗରେ ବ୍ରହ୍ମଚର୍ଯ୍ୟ, ସଂଯମ ତଥା ତୀର୍ଥ ସ୍ନାନ ହିଁ ଧର୍ମ ଥିଲା, ପରନ୍ତୁ କଳିଯୁଗରେ ହରିନାମର କୀର୍ତ୍ତି କରିବା ହିଁ ବିଶେଷ ଧର୍ମ ଅଟେ॥2॥
ਜੁਗਿ ਜੁਗਿ ਆਪੋ ਆਪਣਾ ਧਰਮੁ ਹੈ ਸੋਧਿ ਦੇਖਹੁ ਬੇਦ ਪੁਰਾਨਾ ॥ ପ୍ରତ୍ୟେକ ଯୁଗରେ ନିଜର ଭିନ୍ନ ଭିନ୍ନ ଧର୍ମ ଅଛି, ବେଦ ଓ ପୁରାଣକୁ ଅଧ୍ୟୟନ କରି ଦେଖ।
ਗੁਰਮੁਖਿ ਜਿਨੀ ਧਿਆਇਆ ਹਰਿ ਹਰਿ ਜਗਿ ਤੇ ਪੂਰੇ ਪਰਵਾਨਾ ॥੩॥ ଯିଏ ଗୁରୁଙ୍କ ମାଧ୍ୟମରୁ ହରିଙ୍କ ମନନ କରିଛି, ସେ ଜଗତରେ ପୂର୍ଣ୍ଣ ଓ ସ୍ଵୀକୃତ ହୋଇ ଯାଇଛି॥3॥


© 2017 SGGS ONLINE
Scroll to Top