Page 795
ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰ ਪ੍ਰਸਾਦਿ ॥
ଓଁକାର ଏକ ଅଟେ, ତାହାର ନାମ ସତ୍ୟ ଅଟେ, ସେ ଆଦିପୁରୁଷ ସୃଷ୍ଟିର ରଚୟିତା, ସର୍ବଶକ୍ତିମାନ, ତାହାଙ୍କୁ କୌଣସି ଭୟ ନାହିଁ, କାହା ସହିତ ତାହାଙ୍କ ଶତ୍ରୁତା ନାହିଁ, ସେହି କାଳାତୀତ ବ୍ରହ୍ମ ମୂର୍ତ୍ତି ସଦା ଶାଶ୍ଵତ ଅଟନ୍ତି, ସେ ଜନ୍ମ-ମରଣ ରହିତ ଅଟନ୍ତି, ସେ ସ୍ଵୟଂ ହିଁ ପ୍ରକାଶମାନ ହୋଇଛନ୍ତି, ତାହାକୁ ଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਰਾਗੁ ਬਿਲਾਵਲੁ ਮਹਲਾ ੧ ਚਉਪਦੇ ਘਰੁ ੧ ॥
ରାଗ ବିଲାବଲୁ ମହଲା 1 ଚଉପଦୀ ଘର 1॥
ਤੂ ਸੁਲਤਾਨੁ ਕਹਾ ਹਉ ਮੀਆ ਤੇਰੀ ਕਵਨ ਵਡਾਈ ॥
ହେ ପରମାତ୍ମା! ତୁ ସଂପୂର୍ଣ୍ଣ ସୃଷ୍ଟିର ସୁଲତାନ ଅଟୁ, ଯଦି ମୁଁ ତୋତେ ମିଆଁ କହି ସମ୍ବୋଧନ କରିଥାଏ, କେଉଁ କଥା ହେଉଛି, କାରଣ ତୋର ମହିମାର କୌଣସି ଅନ୍ତ ନାହିଁ।
ਜੋ ਤੂ ਦੇਹਿ ਸੁ ਕਹਾ ਸੁਆਮੀ ਮੈ ਮੂਰਖ ਕਹਣੁ ਨ ਜਾਈ ॥੧॥
ହେ ସ୍ଵାମୀ! ଯେଉଁ ଜ୍ଞାନ ତୁ ଦେଉ, ମୁଁ ତାହା କହିଥାଏ, ଅନ୍ୟଥା ମୋ' ଦ୍ଵାରା କିଛି ମଧ୍ୟ କୁହାଯାଇ ପାରିବ ନାହିଁ॥1॥
ਤੇਰੇ ਗੁਣ ਗਾਵਾ ਦੇਹਿ ਬੁਝਾਈ ॥
ମୋତେ ଏପରି ଜ୍ଞାନ ଦିଅ, ଯେପରି ମୁଁ ତୋର ଗୁଣଗାନ କରି ପାରିବି ତଥା
ਜੈਸੇ ਸਚ ਮਹਿ ਰਹਉ ਰਜਾਈ ॥੧॥ ਰਹਾਉ ॥
ଯେପରି ତୋର ଇଚ୍ଛାରେ ମୁଁ ସତ୍ୟରେ ଲୀନ ରହିବି॥1॥ରୁହ॥
ਜੋ ਕਿਛੁ ਹੋਆ ਸਭੁ ਕਿਛੁ ਤੁਝ ਤੇ ਤੇਰੀ ਸਭ ਅਸਨਾਈ ॥
ଦୁନିଆରେ ଯାହା କିଛି ମଧ୍ୟ ହୋଇଛି, ତାହା ତୋର ହୁକୁମରେ ହିଁ ହେଉଛି, ଏହା ସବୁ ତୋର ହିଁ ବଡପଣ ଅଟେ।
ਤੇਰਾ ਅੰਤੁ ਨ ਜਾਣਾ ਮੇਰੇ ਸਾਹਿਬ ਮੈ ਅੰਧੁਲੇ ਕਿਆ ਚਤੁਰਾਈ ॥੨॥
ହେ ମୋର ମାଲିକ! ମୁଁ ତୋର ଅନ୍ତ ଜାଣେ ନାହିଁ, ପୁଣି ମୋର, ଜ୍ଞାନହୀନର, ଚତୁରତା କଣ କରି ପାରିବ॥2॥
ਕਿਆ ਹਉ ਕਥੀ ਕਥੇ ਕਥਿ ਦੇਖਾ ਮੈ ਅਕਥੁ ਨ ਕਥਨਾ ਜਾਈ ॥
ହେ ଇଶ୍ଵର! ମୁଁ ତୋର ଗୁଣର କଣ କଥନ କରିବି? ମୁଁ ତୋର ଗୁଣ କଥନ କରି ଦେଖିଥାଏ, କିନ୍ତୁ ତୁ ଅକଥନୀୟ ଅଟୁ ଆଉ ମୋ' ଦ୍ଵାରା କଥନ କରାଯାଇ ପାରିବ ନାହିଁ।
ਜੋ ਤੁਧੁ ਭਾਵੈ ਸੋਈ ਆਖਾ ਤਿਲੁ ਤੇਰੀ ਵਡਿਆਈ ॥੩॥
ଯାହା ତୋତେ ଭଲ ଲାଗିଥାଏ, ତାହା କହୁ ଆଉ ମୁଁ ମାତ୍ର ଏକ ତିଳ ହିଁ ତୋର ପ୍ରଶଂସା କରିଥାଏ॥3॥
ਏਤੇ ਕੂਕਰ ਹਉ ਬੇਗਾਨਾ ਭਉਕਾ ਇਸੁ ਤਨ ਤਾਈ ॥
ଅନେକ କୁକୁର ଅଛନ୍ତି, କିନ୍ତୁ ମୁଁ ଏକ ବୁଲା କୁକୁର ଅଟେ, ଯିଏ ନିଜ ପେଟ ପାଇଁ ଭୁକିଥାଏ।
ਭਗਤਿ ਹੀਣੁ ਨਾਨਕੁ ਜੇ ਹੋਇਗਾ ਤਾ ਖਸਮੈ ਨਾਉ ਨ ਜਾਈ ॥੪॥੧॥
ଯଦି ନାନକ ଭକ୍ତିବିହୀନ ହୋଇଯାନ୍ତି, ତଥାପି ସେ ନାମ ସହିତ ହିଁ ଚାଲିଥିବେ॥4॥1॥
ਬਿਲਾਵਲੁ ਮਹਲਾ ੧ ॥
ବିଲାବଲୁ ମହଲା 1॥
ਮਨੁ ਮੰਦਰੁ ਤਨੁ ਵੇਸ ਕਲੰਦਰੁ ਘਟ ਹੀ ਤੀਰਥਿ ਨਾਵਾ ॥
ହେ ଭାଇ! ମୋର ମନ ମନ୍ଦିର ଅଟେ ଆଉ ଏହି ତନ ଫିକୀର ବେଶର ଅଟେ ତଥା ଏହା ହୃଦୟ ରୂପୀ ତୀର୍ଥରେ ସ୍ନାନ କରିଥାଏ।
ਏਕੁ ਸਬਦੁ ਮੇਰੈ ਪ੍ਰਾਨਿ ਬਸਤੁ ਹੈ ਬਾਹੁੜਿ ਜਨਮਿ ਨ ਆਵਾ ॥੧॥
ମୋର ପ୍ରାଣରେ ଏକ ଶବ୍ଦ 'ବ୍ରହ୍ମ' ହିଁ ବାସ କରିଥାଏ, ଏଣୁ ମୁଁ ପୁନର୍ଜନ୍ମରେ ଆସିବି ନାହିଁ॥1॥
ਮਨੁ ਬੇਧਿਆ ਦਇਆਲ ਸੇਤੀ ਮੇਰੀ ਮਾਈ ॥
ହେ ମୋର ମା'! ମୋର ମନ ଦୟାର ଘର ପରମାତ୍ମାଙ୍କ ଚରଣରେ ଲୀନ ହୋଇ ଯାଇଛି,
ਕਉਣੁ ਜਾਣੈ ਪੀਰ ਪਰਾਈ ॥
ଏଥିପାଇଁ, ପର ପୀଡାକୁ କିଏ ଜାଣିଥାଏ।
ਹਮ ਨਾਹੀ ਚਿੰਤ ਪਰਾਈ ॥੧॥ ਰਹਾਉ ॥
ଆମକୁ ଏବେ କୌଣସି ଚିନ୍ତା ନାହିଁ॥1॥ରୁହ॥
ਅਗਮ ਅਗੋਚਰ ਅਲਖ ਅਪਾਰਾ ਚਿੰਤਾ ਕਰਹੁ ਹਮਾਰੀ ॥
ହେ ଅଗମ୍ୟ, ଅଗୋଚର, ଅଲକ୍ଷ୍ୟ ଏବଂ ଅପରାମ୍ପର ମାଲିକ! ଆମର ଚିନ୍ତା କର।
ਜਲਿ ਥਲਿ ਮਹੀਅਲਿ ਭਰਿਪੁਰਿ ਲੀਣਾ ਘਟਿ ਘਟਿ ਜੋਤਿ ਤੁਮ੍ਹ੍ਹਾਰੀ ॥੨॥
ତୁ ସମୁଦ୍ର, ପୃଥିବୀ ଏବଂ ଆକାଶରେ ଭରପୁର ହୋଇ ସବୁଙ୍କ ଠାରେ ବାସ କରିଛୁ ଔ ପ୍ରତ୍ୟେକ ଶରୀରରେ ତୁମର ଜ୍ୟୋତି ବିଦ୍ୟମାନ ଅଛି॥2॥
ਸਿਖ ਮਤਿ ਸਭ ਬੁਧਿ ਤੁਮ੍ਹ੍ਹਾਰੀ ਮੰਦਿਰ ਛਾਵਾ ਤੇਰੇ ॥
ହେ ଭଗବାନ! ମୋତେ ଶିକ୍ଷା, ଅକଲ ଏବଂ ବୁଦ୍ଧି ଏହି ସବୁ ତୋ' ଦ୍ଵାରା ହିଁ ଦିଆ ହୋଇଛି ଆଉ ମନ ଓ ମନ୍ଦିର ମଧ୍ୟ ତୋ' ଦ୍ଵାରା ଦିଆ ହୋଇଛି।
ਤੁਝ ਬਿਨੁ ਅਵਰੁ ਨ ਜਾਣਾ ਮੇਰੇ ਸਾਹਿਬਾ ਗੁਣ ਗਾਵਾ ਨਿਤ ਤੇਰੇ ॥੩॥
ହେ ମୋର ମାଲିକ! ମୁଁ ତୋ' ବିନା କାହାକୁ ମଧ୍ୟ ଜାଣି ନାହିଁ ଆଉ ନିତ୍ୟ ତୋର ହିଁ ଗୁଣଗାନ କରିଥାଏ॥3॥
ਜੀਅ ਜੰਤ ਸਭਿ ਸਰਣਿ ਤੁਮ੍ਹ੍ਹਾਰੀ ਸਰਬ ਚਿੰਤ ਤੁਧੁ ਪਾਸੇ ॥
ସବୁ ଜୀବ-ଜନ୍ତୁ ତୋର ଶରଣରେ ଅଛନ୍ତି ଆଉ ତୋତେ ସେମାନଙ୍କ ଚିନ୍ତା ଅଛି।
ਜੋ ਤੁਧੁ ਭਾਵੈ ਸੋਈ ਚੰਗਾ ਇਕ ਨਾਨਕ ਕੀ ਅਰਦਾਸੇ ॥੪॥੨॥
ନାନକଙ୍କ ପ୍ରାର୍ଥନା ଯେ ହେ ଇଶ୍ଵର! ଯାହା ତୋତେ ଭଲ ଲାଗିଥାଏ, ତାହା ମୋ' ପାଇଁ ଉଚିତ ଅଟେ॥4॥2॥
ਬਿਲਾਵਲੁ ਮਹਲਾ ੧ ॥
ବିଲାବଲୁ ମହଲା 1॥
ਆਪੇ ਸਬਦੁ ਆਪੇ ਨੀਸਾਨੁ ॥
ପରମାତ୍ମା ସ୍ଵୟଂ ହିଁ ବ୍ରହ୍ମ ଶବ୍ଦ ଅଟନ୍ତି ଆଉ ସ୍ଵୟଂ ହିଁ ଦରବାରକୁ ଯିବା ପାଇଁ ସନ୍ଦେଶ ଅଟନ୍ତି।
ਆਪੇ ਸੁਰਤਾ ਆਪੇ ਜਾਨੁ ॥
ସେ ସ୍ଵୟଂ ହିଁ ନିଜ ଯଶ ଶୁଣିବା ବାଲା ଶ୍ରୋତା ଅଟନ୍ତି ଆଉ ସ୍ଵୟଂ ହିଁ ଜ୍ଞାତା ଅଟନ୍ତି।
ਆਪੇ ਕਰਿ ਕਰਿ ਵੇਖੈ ਤਾਣੁ ॥
ସେ ସ୍ଵୟଂ ହିଁ ଦୁନିଆକୁ ବନାଇ ତାହାର ପୋଷଣ କରିଥାନ୍ତି।
ਤੂ ਦਾਤਾ ਨਾਮੁ ਪਰਵਾਣੁ ॥੧॥
ହେ ଜଗତପାଳକ! ତୁ ଦାତା ଅଟୁ ଆଉ ତୋର ନାମ ହିଁ ସର୍ବମାନ୍ୟ ଅଟେ॥1॥