Page 781
ਨਾਨਕ ਕਉ ਪ੍ਰਭ ਕਿਰਪਾ ਕੀਜੈ ਨੇਤ੍ਰ ਦੇਖਹਿ ਦਰਸੁ ਤੇਰਾ ॥੧॥
ହେ ପ୍ରଭୁ! ନାନକ ଉପରେ ଏପରି କୃପା କର ଯେ ସେ ନିଜ ନେତ୍ରରେ ତୋର ଦର୍ଶନ କରି ପାରିବ॥1॥
ਕੋਟਿ ਕਰਨ ਦੀਜਹਿ ਪ੍ਰਭ ਪ੍ਰੀਤਮ ਹਰਿ ਗੁਣ ਸੁਣੀਅਹਿ ਅਬਿਨਾਸੀ ਰਾਮ ॥
ହେ ପ୍ରିୟତମ ପ୍ରଭୁ! ମୋତେ କୋଟି କୋଟି କାନ ଦିଅ, ଯାହାଦ୍ୱାରା ମୁଁ ତୋର ହିଁ ଗୁଣ ଶୁଣି ପାରିବି।
ਸੁਣਿ ਸੁਣਿ ਇਹੁ ਮਨੁ ਨਿਰਮਲੁ ਹੋਵੈ ਕਟੀਐ ਕਾਲ ਕੀ ਫਾਸੀ ਰਾਮ ॥
ତୋର ଗୁଣଗାନ ଶୁଣିବା ଦ୍ଵାରା ଏହି ମନ ନିର୍ମଳ ହୋଇଯାଏ ଓ ମୃତ୍ୟୁର ଫାଶୀ ମଧ୍ୟ କଟି ଯାଏ।
ਕਟੀਐ ਜਮ ਫਾਸੀ ਸਿਮਰਿ ਅਬਿਨਾਸੀ ਸਗਲ ਮੰਗਲ ਸੁਗਿਆਨਾ ॥
ଅନଶ୍ଵର ହରିଙ୍କ ସ୍ମରଣ କରିବା ଦ୍ଵାରା ଯମର ଫାଶୀ କଟି ଯାଏ ଏବଂ ସାରା ଖୁସି ଓ ଜ୍ଞାନ ପ୍ରାପ୍ତ ହୋଇଯାଏ।
ਹਰਿ ਹਰਿ ਜਪੁ ਜਪੀਐ ਦਿਨੁ ਰਾਤੀ ਲਾਗੈ ਸਹਜਿ ਧਿਆਨਾ ॥
ଦିନରାତି ହରିନାମର ଜପ କରିବା ସ୍ଵାଭାବିକ ଭାବରେ ଧ୍ୟାନ ଲାଗିଯାଏ।
ਕਲਮਲ ਦੁਖ ਜਾਰੇ ਪ੍ਰਭੂ ਚਿਤਾਰੇ ਮਨ ਕੀ ਦੁਰਮਤਿ ਨਾਸੀ ॥
ପ୍ରଭୁଙ୍କ ଚିନ୍ତନ କରି ସାରା ଦୁଃଖ ଏବଂ ପାପ ଜଳାଇ ଦେଇଛି ଆଉ ମନର ଦୁର୍ମତି ନାଶ ହୋଇ ଯାଇଛି।
ਕਹੁ ਨਾਨਕ ਪ੍ਰਭ ਕਿਰਪਾ ਕੀਜੈ ਹਰਿ ਗੁਣ ਸੁਣੀਅਹਿ ਅਵਿਨਾਸੀ ॥੨॥
ନାନକ ପ୍ରାର୍ଥନା କରନ୍ତି ଯେ ହେ ପ୍ରଭୁ! ମୋ' ଉପରେ କୃପା କର ଯେପରି ତୋର ଗୁଣଗାନ କରି ପାରିବି॥2॥
ਕਰੋੜਿ ਹਸਤ ਤੇਰੀ ਟਹਲ ਕਮਾਵਹਿ ਚਰਣ ਚਲਹਿ ਪ੍ਰਭ ਮਾਰਗਿ ਰਾਮ ॥
ହେ ପ୍ରଭୁ! ମୋର କୋଟି କୋଟି ହାତ ହୋଇଯାଉ ଏବଂ ସେମାନେ ତୋର ହିଁ ସେବା କରନ୍ତୁ, ମୋର କୋଟି କୋଟି ପାଦ ହୋଇଯାଉ ଓ ସେମାନେ ତୋର ହିଁ ମାର୍ଗରେ ଚାଲନ୍ତୁ।
ਭਵ ਸਾਗਰ ਨਾਵ ਹਰਿ ਸੇਵਾ ਜੋ ਚੜੈ ਤਿਸੁ ਤਾਰਗਿ ਰਾਮ ॥
ଭବସାଗରରୁ ପାର ହେବା ପାଇଁ ହରିଙ୍କ ଉପାସନା ଏକ ନୌକା ଅଟେ, ଯିଏ ଏହି ନୌକାରେ ଚଢିଥାଏ, ସେ ପାର ହୋଇଯାଏ।
ਭਵਜਲੁ ਤਰਿਆ ਹਰਿ ਹਰਿ ਸਿਮਰਿਆ ਸਗਲ ਮਨੋਰਥ ਪੂਰੇ ॥
ଯିଏ ବି ହରିନାମର ସ୍ମରଣ କରିଛି, ସେ ଭବସାଗରରୁ ପାର ହୋଇ ଯାଇଛି ତଥା ତାହାର ସାରା ମନୋରଥ ପୁରା ହୋଇ ଯାଇଛି।
ਮਹਾ ਬਿਕਾਰ ਗਏ ਸੁਖ ਉਪਜੇ ਬਾਜੇ ਅਨਹਦ ਤੂਰੇ ॥
ତାହାର ମନରୁ କାମ, କ୍ରୋଧ, ମୋହ, ଲୋଭ ଏବଂ ଅହଂକାର ରୂପୀ ମହା ବିକାର ଦୂର ହୋଇ ଯାଇଛି, ସୁଖ ଉପଲବ୍ଧ ହୋଇ ଯାଇଛି ଆଉ ଅନାହଦ ଧ୍ୱନି ଜାତ ହେଉଛି।
ਮਨ ਬਾਂਛਤ ਫਲ ਪਾਏ ਸਗਲੇ ਕੁਦਰਤਿ ਕੀਮ ਅਪਾਰਗਿ ॥
ସେ ମନୋବାଞ୍ଚିତ ଫଳ ପ୍ରାପ୍ତ କରିଛି ଆଉ ପ୍ରକୃତିର ମୂଲ୍ୟ ଅପରାମ୍ପର ଅଟେ।
ਕਹੁ ਨਾਨਕ ਪ੍ਰਭ ਕਿਰਪਾ ਕੀਜੈ ਮਨੁ ਸਦਾ ਚਲੈ ਤੇਰੈ ਮਾਰਗਿ ॥੩॥
ନାନକ ପ୍ରାର୍ଥନା କରନ୍ତି ଯେ ହେ ପ୍ରଭୁ! ମୋ' ଉପରେ କୃପା କର ଯେପରି ମୁଁ ସର୍ବଦା ତୋର ମାର୍ଗରେ ଚାଲିବି॥3॥
ਏਹੋ ਵਰੁ ਏਹਾ ਵਡਿਆਈ ਇਹੁ ਧਨੁ ਹੋਇ ਵਡਭਾਗਾ ਰਾਮ ॥
ହେ ଇଶ୍ଵର! ମୋ' ପାଇଁ ଏହା ବରଦାନ, ଏହା ବଡିମା, ଏହା ଧନ
ਏਹੋ ਰੰਗੁ ਏਹੋ ਰਸ ਭੋਗਾ ਹਰਿ ਚਰਣੀ ਮਨੁ ਲਾਗਾ ਰਾਮ ॥
ରସ, ରଙ୍ଗ, ଭୋଗ ଇତ୍ୟାଦି ଅଟେ ଯେ ମୋର ମନ ତୋର ଚରଣରେ ଲୀନ ରହୁ।
ਮਨੁ ਲਾਗਾ ਚਰਣੇ ਪ੍ਰਭ ਕੀ ਸਰਣੇ ਕਰਣ ਕਾਰਣ ਗੋਪਾਲਾ ॥
ମୋର ମନ ତାହାଙ୍କ ଚରଣରେ ଲାଗି ଯାଇଛି ଆଉ ଏହା ହିଁ ପ୍ରଭୁଙ୍କ ଶରଣ ଅଟେ। ଏକ ପରମାତ୍ମା ହିଁ ସର୍ବକର୍ତ୍ତା ଅଟନ୍ତି।
ਸਭੁ ਕਿਛੁ ਤੇਰਾ ਤੂ ਪ੍ਰਭੁ ਮੇਰਾ ਮੇਰੇ ਠਾਕੁਰ ਦੀਨ ਦਇਆਲਾ ॥
ହେ ଦୀନଦୟାଳୁ ପ୍ରଭୁ! ଏହିସବୁ ତୋ' ଦ୍ଵାରା ହିଁ ଦିଆଯାଇଛି ଆଉ ତୁ ମୋର ରକ୍ଷାକାରୀ ଅଟୁ।
ਮੋਹਿ ਨਿਰਗੁਣ ਪ੍ਰੀਤਮ ਸੁਖ ਸਾਗਰ ਸੰਤਸੰਗਿ ਮਨੁ ਜਾਗਾ ॥
ହେ ମୋର ପ୍ରିୟତମ! ତୁ ସୁଖର ସାଗର ଅଟୁ, କିନ୍ତୁ ମୁଁ ଗୁଣ ବିହୀନ ଅଟୁ। ଅଜ୍ଞାନତାର ନିଦ୍ରାରେ ଶୟନ କରିଥିବା ମୋର ମନ ସନ୍ଥଙ୍କ ସଙ୍ଗତି କରିବା ଦ୍ଵାରା ଜାଗ୍ରତ ହୋଇ ଯାଇଛି।
ਕਹੁ ਨਾਨਕ ਪ੍ਰਭਿ ਕਿਰਪਾ ਕੀਨ੍ਹ੍ਹੀ ਚਰਣ ਕਮਲ ਮਨੁ ਲਾਗਾ ॥੪॥੩॥੬॥
ହେ ନାନକ! ପ୍ରଭୁ ମୋ' ଉପରେ ବଡ କୃପା କରିଛନ୍ତି ଆଉ ମୋର ମନ ତାହାଙ୍କ ଚରଣରେ ଲାଗି ଯାଇଛି||4||3||6||
ਸੂਹੀ ਮਹਲਾ ੫ ॥
ସୁହୀ ମହଲା 5 ॥
ਹਰਿ ਜਪੇ ਹਰਿ ਮੰਦਰੁ ਸਾਜਿਆ ਸੰਤ ਭਗਤ ਗੁਣ ਗਾਵਹਿ ਰਾਮ ॥
ହେ ଭାଇ! ଏହି ହରିମନ୍ଦିର ହରିଙ୍କ ନାମ ଜପିବା ପାଇଁ ବନା ଯାଇଛି। ଏଥିରେ ସନ୍ଥ ଏବଂ ଭକ୍ତଜନ ରହି ହରିଙ୍କ ଗୁଣଗାନ କରିଥାନ୍ତି।
ਸਿਮਰਿ ਸਿਮਰਿ ਸੁਆਮੀ ਪ੍ਰਭੁ ਅਪਨਾ ਸਗਲੇ ਪਾਪ ਤਜਾਵਹਿ ਰਾਮ ॥
ସେମାନେ ସ୍ଵାମୀ ପ୍ରଭୁଙ୍କ ସ୍ମରଣ କରି ନିଜର ସର୍ବ ପାପ ନାଶ କରିଥାନ୍ତି।
ਹਰਿ ਗੁਣ ਗਾਇ ਪਰਮ ਪਦੁ ਪਾਇਆ ਪ੍ਰਭ ਕੀ ਊਤਮ ਬਾਣੀ ॥
ପ୍ରଭୁଙ୍କ ଉତ୍ତମ ବାଣୀ ଦ୍ଵାରା ହରିଙ୍କ ଗୁଣଗାନ କରି ସେମାନେ ପରମପଦ (ମୋକ୍ଷ) ପ୍ରାପ୍ତ କରିଛନ୍ତି।
ਸਹਜ ਕਥਾ ਪ੍ਰਭ ਕੀ ਅਤਿ ਮੀਠੀ ਕਥੀ ਅਕਥ ਕਹਾਣੀ ॥
ପ୍ରଭୁଙ୍କ ସ୍ଵାଭାବିକ କଥା ମନରେ ଶାନ୍ତି ଦେଇଥାଏ ଆଉ ବଡ ମିଠା ଅଟେ, ଏଣୁ ମୁଁ ଏହି ଅକଥନୀୟ କାହାଣୀ କଥନ କରିଛି।
ਭਲਾ ਸੰਜੋਗੁ ਮੂਰਤੁ ਪਲੁ ਸਾਚਾ ਅਬਿਚਲ ਨੀਵ ਰਖਾਈ ॥
ଏହି ସଂଯୋଗ ବଡ ଶୁଭ ଥିଲା, ଏହି ମୂହୁର୍ତ୍ତ ଓ କ୍ଷଣ ମଧ୍ୟ ସଚ୍ଚା ଥିଲା, ଯେତେବେଳେ ଏହି ହରିମନ୍ଦିରର ଅଟଳ ଆଧାର ବନା ହୋଇଥିଲା।
ਜਨ ਨਾਨਕ ਪ੍ਰਭ ਭਏ ਦਇਆਲਾ ਸਰਬ ਕਲਾ ਬਣਿ ਆਈ ॥੧॥
ହେ ନାନକ! ଯେତେବେଳେ ପ୍ରଭୁ ଦୟାଳୁ ହୋଇଛନ୍ତି, ସବୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ଯାଇଛି॥1॥
ਆਨੰਦਾ ਵਜਹਿ ਨਿਤ ਵਾਜੇ ਪਾਰਬ੍ਰਹਮੁ ਮਨਿ ਵੂਠਾ ਰਾਮ ॥
ହେ ଭାଇ! ଯାହାର ମନରେ ପରମାତ୍ମା ବାସ କରିଛନ୍ତି, ତାହାର ମନରେ ନିତ୍ୟ ଆନନ୍ଦଦାୟକ ବାଜା ବାଜିଥାଏ।
ਗੁਰਮੁਖੇ ਸਚੁ ਕਰਣੀ ਸਾਰੀ ਬਿਨਸੇ ਭ੍ਰਮ ਭੈ ਝੂਠਾ ਰਾਮ ॥
ଯିଏ ଗୁରୁଙ୍କ ମାଧ୍ୟମରୁ ସତକର୍ମ କରିଛି, ତାହାର ଭ୍ରମ ଓ ମିଥ୍ୟା ଭୟ ନାଶ ହୋଇ ଯାଇଛି।
ਅਨਹਦ ਬਾਣੀ ਗੁਰਮੁਖਿ ਵਖਾਣੀ ਜਸੁ ਸੁਣਿ ਸੁਣਿ ਮਨੁ ਤਨੁ ਹਰਿਆ ॥
ଯେତେବେଳେ ଗୁରୁ ଅନାହଦ ବାଣୀ ବର୍ଣ୍ଣନା କରିଥାନ୍ତି, ତାହା ଶୁଣି ଶୁଣି ମନ ଓ ତନ ଆନନ୍ଦିତ ହୋଇ ଯାଇଥାଏ।
ਸਰਬ ਸੁਖਾ ਤਿਸ ਹੀ ਬਣਿ ਆਏ ਜੋ ਪ੍ਰਭਿ ਅਪਨਾ ਕਰਿਆ ॥
ଏହି ସର୍ବ ସୁଖ ତାହାକୁ ହିଁ ହାସଲ ହୋଇଥାଏ, ଯାହାକୁ ପ୍ରଭୁ ନିଜର ବନାଇଥାନ୍ତି।
ਘਰ ਮਹਿ ਨਵ ਨਿਧਿ ਭਰੇ ਭੰਡਾਰਾ ਰਾਮ ਨਾਮਿ ਰੰਗੁ ਲਾਗਾ ॥
ଯାହାକୁ ରାମନାମର ରଙ୍ଗ ଲାଗିଯାଏ, ତାହାର ଘରେ ନବନିଧିର ଭଣ୍ଡାର ଭରି ରହିଥାଏ।
ਨਾਨਕ ਜਨ ਪ੍ਰਭੁ ਕਦੇ ਨ ਵਿਸਰੈ ਪੂਰਨ ਜਾ ਕੇ ਭਾਗਾ ॥੨॥
ହେ ନାନକ! ଯେଉଁ ବ୍ୟକ୍ତିର ପୂର୍ଣ୍ଣ ଭାଗ୍ୟ ଅଛି, ତାହାକୁ ପ୍ରଭୁ କେବେ ଭୁଲନ୍ତି ନାହିଁ॥2॥
ਛਾਇਆ ਪ੍ਰਭਿ ਛਤ੍ਰਪਤਿ ਕੀਨ੍ਹ੍ਹੀ ਸਗਲੀ ਤਪਤਿ ਬਿਨਾਸੀ ਰਾਮ ॥
ହେ ଭାଇ! ଛତ୍ରପତି ପ୍ରଭୁ ମୋ' ଉପରେ କୃପା ରୂପୀ ଛାୟା କରିଛନ୍ତି, ଯାହାଦ୍ୱାରା ତୃଷ୍ଣା ରୂପୀ ସାରା ତାପ ନାଶ ହୋଇ ଯାଇଛି।
ਦੂਖ ਪਾਪ ਕਾ ਡੇਰਾ ਢਾਠਾ ਕਾਰਜੁ ਆਇਆ ਰਾਸੀ ਰਾਮ ॥
ମୋର ଦୁଃଖ ଓ ତାପର ଡେରା ଧ୍ଵଂସ ହୋଇ ଯାଇଛି ଆଉ ମୋର କାର୍ଯ୍ୟ ସଫଳ ହୋଇ ଯାଇଛି।
ਹਰਿ ਪ੍ਰਭਿ ਫੁਰਮਾਇਆ ਮਿਟੀ ਬਲਾਇਆ ਸਾਚੁ ਧਰਮੁ ਪੁੰਨੁ ਫਲਿਆ ॥
ଯେତେବେଳେ ପ୍ରଭୁ ହୁକୁମ କରିଛନ୍ତି, ମୋର ସବୁ ଅଙ୍କୁଶ ଦୂର ହୋଇ ଯାଇଛି ଏବଂ ମୋତେ ସତ୍ୟ, ଧର୍ମ ଏବଂ ପୁଣ୍ୟର ଫଳ ମିଳିଯାଇଛି।