Page 771
ਤੇਰੇ ਗੁਣ ਗਾਵਹਿ ਸਹਜਿ ਸਮਾਵਹਿ ਸਬਦੇ ਮੇਲਿ ਮਿਲਾਏ ॥
ହେ ହରି! ଯେଉଁ ଜୀବ ତୋର ଗୁଣ ଗାନ କରିଥାଏ, ସେ ସ୍ଵାଭାବିକ ଭାବରେ ରହିଥାଏ ଆଉ ଶବ୍ଦ-ଗୁରୁ ଦ୍ଵାରା ତାହାକୁ ତୁ ସାଥିରେ ମିଳନ କରାଉ।
ਨਾਨਕ ਸਫਲ ਜਨਮੁ ਤਿਨ ਕੇਰਾ ਜਿ ਸਤਿਗੁਰਿ ਹਰਿ ਮਾਰਗਿ ਪਾਏ ॥੨॥
ହେ ନାନକ! ତାହାର ଜୀବନ ସଫଳ ହୋଇଯାଏ, ଯାହାଙ୍କୁ ସଦଗୁରୁ ହରିଙ୍କ ମାର୍ଗରେ ଲଗାଇ ଦିଅନ୍ତି॥2॥
ਸੰਤਸੰਗਤਿ ਸਿਉ ਮੇਲੁ ਭਇਆ ਹਰਿ ਹਰਿ ਨਾਮਿ ਸਮਾਏ ਰਾਮ ॥
ହେ ଭାଇ! ଯାହାକୁ ସନ୍ଥଙ୍କ ସଂଗତି ମିଳିଯାଇଛି,ସେ ହରିନାମରେ ଲୀନ ରହିଥାଏ।
ਗੁਰ ਕੈ ਸਬਦਿ ਸਦ ਜੀਵਨ ਮੁਕਤ ਭਏ ਹਰਿ ਕੈ ਨਾਮਿ ਲਿਵ ਲਾਏ ਰਾਮ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ସେ ସବୁଦିନ ପାଇଁ ଜୀବନମୁକ୍ତ ହୋଇଯାଏ ଆଉ ହରିଙ୍କ ନାମରେ ନିଜକୁ ଲଗାଇ ରଖିଥାଏ।
ਹਰਿ ਨਾਮਿ ਚਿਤੁ ਲਾਏ ਗੁਰਿ ਮੇਲਿ ਮਿਲਾਏ ਮਨੂਆ ਰਤਾ ਹਰਿ ਨਾਲੇ ॥
ଗୁରୁ ଯାହାକୁ ସତସଙ୍ଗତିରେ ମିଳାଇ ପ୍ରଭୁଙ୍କ ସହିତ ମିଳନ କରାଇ ଅଛନ୍ତି, ସେ ସର୍ବଦା ହରିନାମରେ ହିଁ ଚିତ୍ତ ଲଗାଇ ରଖିଥାଏ ଆଉ ତାହାର ମନ ହରିଙ୍କ ଠାରେ ମଗ୍ନ ରହିଥାଏ।
ਸੁਖਦਾਤਾ ਪਾਇਆ ਮੋਹੁ ਚੁਕਾਇਆ ਅਨਦਿਨੁ ਨਾਮੁ ਸਮ੍ਹ੍ਹਾਲੇ ॥
ସେ ସୁଖଦାତା ପ୍ରଭୁଙ୍କୁ ପାଇଥାଏ ଆଉ ତାହାର ମୋହ ଦୂର ହୋଇଯାଏ, ସେ ଦିନରାତି ନାମ-ସ୍ମରଣ କରିଥାଏ।
ਗੁਰ ਸਬਦੇ ਰਾਤਾ ਸਹਜੇ ਮਾਤਾ ਨਾਮੁ ਮਨਿ ਵਸਾਏ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ତାହାର ମନ ସ୍ଵାଭାବିକ ଭାବରେ ମଗ୍ନ ରହିଥାଏ ଆଉ ସେ ହରିଣାମକୁ ନିଜ ମନରେ ସ୍ଥାପନ କରିଥାଏ।
ਨਾਨਕ ਤਿਨ ਘਰਿ ਸਦ ਹੀ ਸੋਹਿਲਾ ਜਿ ਸਤਿਗੁਰ ਸੇਵਿ ਸਮਾਏ ॥੩॥
ହେ ନାନକ! ଯେଉଁ ବ୍ୟକ୍ତି ସଦଗୁରୁଙ୍କ ସେବା କରି ପ୍ରଭୁଙ୍କ ଠାରେ ମଗ୍ନ ରହିଥାଏ, ତାହାର ହୃଦୟ-ଘରେ ସର୍ବଦା ହର୍ଷୋଲ୍ଲାସ ବନି ରହିଥାଏ॥3॥
ਬਿਨੁ ਸਤਿਗੁਰ ਜਗੁ ਭਰਮਿ ਭੁਲਾਇਆ ਹਰਿ ਕਾ ਮਹਲੁ ਨ ਪਾਇਆ ਰਾਮ ॥
ସଦଗୁରୁଙ୍କ ବିନା ସାରା ଜଗତ ଭ୍ରମରେ ଫସିଥାଏ ଏବଂ କେହି ମଧ୍ୟ ହରିଙ୍କ ନିବାସ ପାଆନ୍ତି ନାହିଁ।
ਗੁਰਮੁਖੇ ਇਕਿ ਮੇਲਿ ਮਿਲਾਇਆ ਤਿਨ ਕੇ ਦੂਖ ਗਵਾਇਆ ਰਾਮ ॥
କିନ୍ତୁ ପରମାତ୍ମା କିଛି ଜୀବକୁ ଗୁରୁଙ୍କ ସହିତ ମିଳାଇ ନିଜ ସାଥିରେ ମିଳନ କରାଇଥାନ୍ତି ଏବଂ ତାହାଙ୍କ ଦୁଃଖ ଦୂର କରି ଦିଅନ୍ତି।
ਤਿਨ ਕੇ ਦੂਖ ਗਵਾਇਆ ਜਾ ਹਰਿ ਮਨਿ ਭਾਇਆ ਸਦਾ ਗਾਵਹਿ ਰੰਗਿ ਰਾਤੇ ॥
ଯେତେବେଳେ ପରମାତ୍ମାଙ୍କ ମନକୁ ଉପଯୁକ୍ତ ଲାଗିଥାଏ, ସେ ତାହାଙ୍କ ଦୁଃଖ ସମାପ୍ତ କରିଥାନ୍ତି ଆଉ ସେମାନେ ତାହା ଗୁଣଗାନ ଓ ରଙ୍ଗରେ ମଗ୍ନ ରହିଥାନ୍ତି।
ਹਰਿ ਕੇ ਭਗਤ ਸਦਾ ਜਨ ਨਿਰਮਲ ਜੁਗਿ ਜੁਗਿ ਸਦ ਹੀ ਜਾਤੇ ॥
ହରିଙ୍କ ଭକ୍ତଜନ ସର୍ବଦା ନିର୍ମଳ ରହିଥାଏ ଆଉ ଯୁଗେ ଯୁଗେ ବିଦ୍ୟମାନ ଥାଏ।
ਸਾਚੀ ਭਗਤਿ ਕਰਹਿ ਦਰਿ ਜਾਪਹਿ ਘਰਿ ਦਰਿ ਸਚਾ ਸੋਈ ॥
ସେ ସଚ୍ଚା ଭକ୍ତି କରିଥାଏ ଆଉ ସତ୍ୟର ଦରବାରରେ ପ୍ରଶଂସାର ପାତ୍ର ହୋଇଥାଏ, ସତ୍ୟସ୍ଵରୂପ ପରମାତ୍ମା ତାହାର ହୃଦୟରେ ରହିଥାନ୍ତି।
ਨਾਨਕ ਸਚਾ ਸੋਹਿਲਾ ਸਚੀ ਸਚੁ ਬਾਣੀ ਸਬਦੇ ਹੀ ਸੁਖੁ ਹੋਈ ॥੪॥੪॥੫॥
ହେ ନାନକ! ପରମାତ୍ମାଙ୍କ ସ୍ତୁତିଗାନ ସତ୍ୟ ଅଟେ, ସେ ସର୍ବଦା ସତ୍ୟ ଅଟନ୍ତି, ତାହାଙ୍କ ବାଣୀ ମଧ୍ୟ ସତ୍ୟ ଅଟେ ଆଉ ଶବ୍ଦ ଦ୍ଵାରା ହିଁ ସୁଖ ଉପଲବ୍ଧ ହୋଇଥାଏ||4||4||5||
ਸੂਹੀ ਮਹਲਾ ੩ ॥
ସୁହୀ ମହଲା 3॥
ਜੇ ਲੋੜਹਿ ਵਰੁ ਬਾਲੜੀਏ ਤਾ ਗੁਰ ਚਰਣੀ ਚਿਤੁ ਲਾਏ ਰਾਮ ॥
ହେ ବିଚରା ଜୀବ-ସ୍ତ୍ରୀ! ଯଦି ତୁ ନିଜ ହରି ରୂପୀ ବର ପାଇବାକୁ ହେଲେ ତୋତେ ଗୁରୁଙ୍କ ଚରଣରେ ଚିତ୍ତ ଲଗାଇବା ଉଚିତ।
ਸਦਾ ਹੋਵਹਿ ਸੋਹਾਗਣੀ ਹਰਿ ਜੀਉ ਮਰੈ ਨ ਜਾਏ ਰਾਮ ॥
ତୁ ସଦା ସୁହାଗିନୀ ବନି ରହିବୁ, କାରଣ ପରମାତ୍ମା ଅନଶ୍ଵର ଅଟନ୍ତି।
ਹਰਿ ਜੀਉ ਮਰੈ ਨ ਜਾਏ ਗੁਰ ਕੈ ਸਹਜਿ ਸੁਭਾਏ ਸਾ ਧਨ ਕੰਤ ਪਿਆਰੀ ॥
ହରିଙ୍କ ଜନ୍ମ-ମୃତ୍ୟୁ ନାହିଁ, ସେହି ଜୀବ-ସ୍ତ୍ରୀ ପତି-ପ୍ରଭୁଙ୍କୁ ପ୍ରିୟ ଲାଗିଥାଏ ଯିଏ ଗୁରୁଙ୍କ ପ୍ରେମ ଦ୍ଵାରା ସ୍ଵାଭାବିକ ଭାବରେ ଲୀନ ରହିଥାଏ।
ਸਚਿ ਸੰਜਮਿ ਸਦਾ ਹੈ ਨਿਰਮਲ ਗੁਰ ਕੈ ਸਬਦਿ ਸੀਗਾਰੀ ॥
ସେ ସତ୍ୟ ଓ ସଂଯମ ଦ୍ଵାରା ସର୍ବଦା ନିର୍ମଳ ରହିଥାଏ ଓ ଶବ୍ଦ ଦ୍ଵାରା ସତ୍ୟର ହିଁ ଶୃଙ୍ଗାର କରିଥାଏ।
ਮੇਰਾ ਪ੍ਰਭੁ ਸਾਚਾ ਸਦ ਹੀ ਸਾਚਾ ਜਿਨਿ ਆਪੇ ਆਪੁ ਉਪਾਇਆ ॥
ମୋର ପ୍ରଭୁ ସତ୍ୟ ଅଟନ୍ତି, ସେ ସର୍ବଦା ଶାଶ୍ଵତ ଏବଂ ସ୍ଵୟଂଭୂ ଅଟନ୍ତି ।
ਨਾਨਕ ਸਦਾ ਪਿਰੁ ਰਾਵੇ ਆਪਣਾ ਜਿਨਿ ਗੁਰ ਚਰਣੀ ਚਿਤੁ ਲਾਇਆ ॥੧॥
ହେ ନାନକ! ଯେଉଁ ଜୀବ-ସ୍ତ୍ରୀ ଗୁରୁଙ୍କ ଚରଣରେ ଚିତ୍ତ ଲଗାଇ ଥାଏ, ସେ ସର୍ବଦା ନିଜ ପତି-ପ୍ରଭୁଙ୍କ ସାଥିରେ ରମଣ କରିଥାଏ॥1॥
ਪਿਰੁ ਪਾਇਅੜਾ ਬਾਲੜੀਏ ਅਨਦਿਨੁ ਸਹਜੇ ਮਾਤੀ ਰਾਮ ॥
ହେ ଭାଇ! ବିଚରା ଜୀବ-ସ୍ତ୍ରୀ ନିଜ ପତି-ପ୍ରଭୁଙ୍କୁ ପାଇଛି ଆଉ ସ୍ଵାଭାବିକ ଭାବରେ ମଗ୍ନ ରହିଛି।
ਗੁਰਮਤੀ ਮਨਿ ਅਨਦੁ ਭਇਆ ਤਿਤੁ ਤਨਿ ਮੈਲੁ ਨ ਰਾਤੀ ਰਾਮ ॥
ଗୁରୁଙ୍କ ଶିକ୍ଷା ଦ୍ଵାରା ତାହାର ମନରେ ଆନନ୍ଦ ଉତ୍ପନ୍ନ ହୋଇଥାଏ ଆଉ ତାହାର ତନରେ ଅହଂତ୍ଵ ରୂପୀ ମଇଳା ରହେ ନାହିଁ।
ਤਿਤੁ ਤਨਿ ਮੈਲੁ ਨ ਰਾਤੀ ਹਰਿ ਪ੍ਰਭਿ ਰਾਤੀ ਮੇਰਾ ਪ੍ਰਭੁ ਮੇਲਿ ਮਿਲਾਏ ॥
ତାହାର ତନରେ କିଞ୍ଚିତ ମାତ୍ର ମଇଳା ରହେ ନାହିଁ ଆଉ ସେ ପ୍ରଭୁଙ୍କ ଠାରେ ହିଁ ମଗ୍ନ ରହିଥାଏ, ମୋର ପ୍ରଭୁ ତାହାକୁ ଗୁରୁଙ୍କ ସହିତ ମିଶାଇ ନିଜ ସହିତ ମିଳନ କରାନ୍ତି।
ਅਨਦਿਨੁ ਰਾਵੇ ਹਰਿ ਪ੍ਰਭੁ ਅਪਣਾ ਵਿਚਹੁ ਆਪੁ ਗਵਾਏ ॥
ସେ ନିଜ ମନରୁ ଅହଂତ୍ଵକୁ ଦୂର କରି ରାତିଦିନ ପ୍ରଭୁଙ୍କ ସାଥିରେ ରମଣ କରିଥାଏ।
ਗੁਰਮਤਿ ਪਾਇਆ ਸਹਜਿ ਮਿਲਾਇਆ ਅਪਣੇ ਪ੍ਰੀਤਮ ਰਾਤੀ ॥
ସେ ନିଜ ପ୍ରଭୁଙ୍କୁ ଗୁରୁଙ୍କ ଶିକ୍ଷା ଦ୍ଵାରା ପାଇଛନ୍ତି, ଗୁରୁ ସ୍ଵାଭାବିକ ଭାବରେ ପତି-ପ୍ରଭୁଙ୍କ ସହିତ ତାହାକୁ ମିଳାଇଛନ୍ତି ଆଉ ବର୍ତ୍ତମାନ ସେ ପ୍ରିୟତମଙ୍କ ଠାରେ ହିଁ ମଗ୍ନ ରହିଥାଏ।
ਨਾਨਕ ਨਾਮੁ ਮਿਲੈ ਵਡਿਆਈ ਪ੍ਰਭੁ ਰਾਵੇ ਰੰਗਿ ਰਾਤੀ ॥੨॥
ହେ ନାନକ! ଯେଉଁ ଜୀବ-ସ୍ତ୍ରୀକୁ ନାମ ରୂପୀ ବଡିମା ମିଳିଥାଏ, ସେ ରଙ୍ଗରେ ମଗ୍ନ ହୋଇ ନିଜ ପତି-ପ୍ରଭୁଙ୍କ ସହିତ ରମଣ କରିଥାଏ॥2॥
ਪਿਰੁ ਰਾਵੇ ਰੰਗਿ ਰਾਤੜੀਏ ਪਿਰ ਕਾ ਮਹਲੁ ਤਿਨ ਪਾਇਆ ਰਾਮ ॥
ନିଜ ପତି-ପ୍ରଭୁଙ୍କ ମହଲ ସେ ହିଁ ହାସଲ କରିଛି, ଯେଉଁ ଜୀବ-ସ୍ତ୍ରୀ ନିଜ ପ୍ରଭୁଙ୍କୁ ଚିନ୍ତନ କରିଥାଏ।
ਸੋ ਸਹੋ ਅਤਿ ਨਿਰਮਲੁ ਦਾਤਾ ਜਿਨਿ ਵਿਚਹੁ ਆਪੁ ਗਵਾਇਆ ਰਾਮ ॥
ଯେଉଁ ଜୀବ-ସ୍ତ୍ରୀ ନିଜ ମନରୁ ଅହଂତ୍ଵକୁ ଦୂର କରିଥାଏ ସେ ରାତିଦିନ ପ୍ରଭୁଙ୍କ ସାଥିରେ ରମଣକରିଥାଏ ଯିଏ ଅତ୍ୟନ୍ତ ନିର୍ମଳ ଏବଂ ସବୁଙ୍କ ଦାତା ଅଟନ୍ତି।
ਵਿਚਹੁ ਮੋਹੁ ਚੁਕਾਇਆ ਜਾ ਹਰਿ ਭਾਇਆ ਹਰਿ ਕਾਮਣਿ ਮਨਿ ਭਾਣੀ ॥
ଯେତେବେଳେ ପ୍ରଭୁଙ୍କୁ ଭଲ ଲାଗିଥାଏ, ଜୀବ-ସ୍ତ୍ରୀ ନିଜ ଅନ୍ତର୍ମନରୁ ମୋହ ଦୂର କରିଦିଏ, ସେହି ଜୀବ-ସ୍ତ୍ରୀ କାମିନୀ ନିଜ ପ୍ରଭୁଙ୍କ ମନକୁ ଭଲ ଲାଗିବା ଆରମ୍ଭ କରିଥାଏ।
ਅਨਦਿਨੁ ਗੁਣ ਗਾਵੈ ਨਿਤ ਸਾਚੇ ਕਥੇ ਅਕਥ ਕਹਾਣੀ ॥
ସେ ରାତିଦିନ ସତ୍ୟର ଗୁଣଗାନ କରିଥାଏ ଆଉ ପ୍ରଭୁଙ୍କ ଅବର୍ଣ୍ଣନୀୟ କାହାଣୀକୁ ବର୍ଣ୍ଣନା କରିଥାଏ।
ਜੁਗ ਚਾਰੇ ਸਾਚਾ ਏਕੋ ਵਰਤੈ ਬਿਨੁ ਗੁਰ ਕਿਨੈ ਨ ਪਾਇਆ ॥
ସତ୍ୟ, ତ୍ରେତୟା, ଦ୍ଵାପର ଏବଂ କଳିଯୁଗ- ଏହି ଚାରି ଯୁଗରେ ଏକ ସଚ୍ଚା ପ୍ରଭୁ ହିଁ ବିଦ୍ୟମାନ ଅଛନ୍ତି।