Guru Granth Sahib Translation Project

guru granth sahib odia page-748

Page 748

ਗੁਰਮੁਖਿ ਨਾਮੁ ਜਪੈ ਉਧਰੈ ਸੋ ਕਲਿ ਮਹਿ ਘਟਿ ਘਟਿ ਨਾਨਕ ਮਾਝਾ ॥੪॥੩॥੫੦॥ ଏହି କଳିଯୁଗରେ ଯେଉଁ ବ୍ୟକ୍ତି ଗୁରୁମୁଖୀ ବନି ପରମାତ୍ମାଙ୍କ ନାମ ଜପ କରିଥାଏ, ତାହାର ଉଦ୍ଧାର ହୋଇଯାଏ, ହେ ନାନକ! ପରମାତ୍ମା ପ୍ରତ୍ୟେକ ଶରୀରରେ ବାସ କରିଛନ୍ତି||4||3||50||
ਸੂਹੀ ਮਹਲਾ ੫ ॥ ସୁହୀ ମହଲା 5 ॥
ਜੋ ਕਿਛੁ ਕਰੈ ਸੋਈ ਪ੍ਰਭ ਮਾਨਹਿ ਓਇ ਰਾਮ ਨਾਮ ਰੰਗਿ ਰਾਤੇ ॥ ଯାହା କିଛି ହୋଇଥାଏ, ସନ୍ଥଜନ ସେହି ପ୍ରଭୁଙ୍କ ଦ୍ଵାରା ହିଁ ହୋଇଥିବା ମାନିଥାନ୍ତି ଆଉ ସେ ରାମ ନାମର ରଙ୍ଗରେ ହିଁ ମଗ୍ନ ରହିଥାଏ।
ਤਿਨ੍ਹ੍ਹ ਕੀ ਸੋਭਾ ਸਭਨੀ ਥਾਈ ਜਿਨ੍ਹ੍ਹ ਪ੍ਰਭ ਕੇ ਚਰਣ ਪਰਾਤੇ ॥੧॥ ଯିଏ ପ୍ରଭୁଙ୍କ ଚରଣରେ ପଡି ରହିଥାଏ, ତାହାର ଶୋଭା ସାରା ଦୁନିଆରେ ଖେଳିଯାଏ॥1॥
ਮੇਰੇ ਰਾਮ ਹਰਿ ਸੰਤਾ ਜੇਵਡੁ ਨ ਕੋਈ ॥ ହେ ମୋର ରାମ! ସନ୍ଥଙ୍କ ଭଳି ମହାନ ଆଉ କେହି ନାହାନ୍ତି।
ਭਗਤਾ ਬਣਿ ਆਈ ਪ੍ਰਭ ਅਪਨੇ ਸਿਉ ਜਲਿ ਥਲਿ ਮਹੀਅਲਿ ਸੋਈ ॥੧॥ ਰਹਾਉ ॥ ନିଜ ପ୍ରଭୁଙ୍କ ସହିତ ଭକ୍ତର ଅତୁଟ ପ୍ରୀତି ବନି ରହିଥାଏ, ତାହାକୁ ଜଳ, ସ୍ଥଳ ଓ ଆକାଶରେ ପରମାତ୍ମା ହିଁ ନଜର ଆସନ୍ତି॥1॥ରୁହ॥
ਕੋਟਿ ਅਪ੍ਰਾਧੀ ਸੰਤਸੰਗਿ ਉਧਰੈ ਜਮੁ ਤਾ ਕੈ ਨੇੜਿ ਨ ਆਵੈ ॥ ସନ୍ଥଙ୍କ ସଙ୍ଗତି କରିବା ଦ୍ଵାରା କୋଟି କୋଟି ପାପ ଓ ଅପରାଧ ନାଶ ହୋଇଯାଏ ଏବଂ ଯମ ତାହାର ନିକଟକୁ ଆସେ ନାହିଁ।
ਜਨਮ ਜਨਮ ਕਾ ਬਿਛੁੜਿਆ ਹੋਵੈ ਤਿਨ੍ਹ੍ਹ ਹਰਿ ਸਿਉ ਆਣਿ ਮਿਲਾਵੈ ॥੨॥ ଯେଉଁ ବ୍ୟକ୍ତି ଜନ୍ମ-ଜନ୍ମାନ୍ତରରୁ ପ୍ରଭୁଙ୍କ ଠାରୁ ବିଛେଦ ହୋଇଥାଏ, ସନ୍ଥ ତାହାକୁ ମଧ୍ୟ ସତସଙ୍ଗକୁ ଆଣି ମିଳନ କରାଇ ଥାଆନ୍ତି॥2॥
ਮਾਇਆ ਮੋਹ ਭਰਮੁ ਭਉ ਕਾਟੈ ਸੰਤ ਸਰਣਿ ਜੋ ਆਵੈ ॥ ଯିଏ ସନ୍ଥଙ୍କ ଚରଣରେ ଆସିଥାଏ, ସେ ତାହାର ମୋହ-ମାୟ, ଭ୍ରମ ଏବଂ ଭୟ ଦୂର କରିଥାନ୍ତି।
ਜੇਹਾ ਮਨੋਰਥੁ ਕਰਿ ਆਰਾਧੇ ਸੋ ਸੰਤਨ ਤੇ ਪਾਵੈ ॥੩॥ ଯେଉଁ ମନୋରଥ ସହିତ ମନୁଷ୍ୟ ଭଗବାନଙ୍କ ଆରାଧନା କରିଥାଏ, ସେହି ଫଳ ସନ୍ଥଙ୍କ ଠାରୁ ପାଇଥାଏ॥3॥
ਜਨ ਕੀ ਮਹਿਮਾ ਕੇਤਕ ਬਰਨਉ ਜੋ ਪ੍ਰਭ ਅਪਨੇ ਭਾਣੇ ॥ ଯିଏ ପ୍ରଭୁଙ୍କୁ ପ୍ରିୟ ଲାଗିଥାଏ, ମୁଁ ସେହି ସନ୍ଥଙ୍କ ମହିମା କେମିତି ବର୍ଣ୍ଣନା କରିବି?
ਕਹੁ ਨਾਨਕ ਜਿਨ ਸਤਿਗੁਰੁ ਭੇਟਿਆ ਸੇ ਸਭ ਤੇ ਭਏ ਨਿਕਾਣੇ ॥੪॥੪॥੫੧॥ ହେ ନାନକ! ଯାହାକୁ ସଦଗୁରୁ ମିଳିଯାନ୍ତି, ସେ ସମସ୍ତଙ୍କ ଠାରୁ ସ୍ଵାଧୀନ ହୋଇ ଯାଇଛନ୍ତି||4||4||51||
ਸੂਹੀ ਮਹਲਾ ੫ ॥ ସୁହୀ ମହଲା 5 ॥
ਮਹਾ ਅਗਨਿ ਤੇ ਤੁਧੁ ਹਾਥ ਦੇ ਰਾਖੇ ਪਏ ਤੇਰੀ ਸਰਣਾਈ ॥ ହେ ଇଶ୍ଵର! ଯିଏ ବି ତୋର ଶରଣରେ ଆସିଛି, ତୁ ନିଜ ହାତ ଦେଇ ତାହାକୁ ତୃଷ୍ଣା ରୂପୀ ମହା ଅଗ୍ନିରେ ଜଳିବାରୁ ରକ୍ଷା କରିଛୁ।
ਤੇਰਾ ਮਾਣੁ ਤਾਣੁ ਰਿਦ ਅੰਤਰਿ ਹੋਰ ਦੂਜੀ ਆਸ ਚੁਕਾਈ ॥੧॥ ତୋର ହିଁ ନାମ ଓ ବଳ ମୋର ହୃଦୟରେ ମୋର ସାହାରା ବନି ଯାଇଛି ଆଉ ଅନ୍ୟ ଆଶା ନିଜ ମନରୁ ବାହାର କରି ଦେଇଛି॥1॥
ਮੇਰੇ ਰਾਮ ਰਾਇ ਤੁਧੁ ਚਿਤਿ ਆਇਐ ਉਬਰੇ ॥ ହେ ମୋର ରାମ! ତୁ ଯେତେବେଳେ ସ୍ମରଣକୁ ଆସୁ, ମୁଁ ଭବସାଗରରେ ବୁଡିବାରୁ ରକ୍ଷା ପାଇଥାଏ।
ਤੇਰੀ ਟੇਕ ਭਰਵਾਸਾ ਤੁਮ੍ਹ੍ਹਰਾ ਜਪਿ ਨਾਮੁ ਤੁਮ੍ਹ੍ਹਾਰਾ ਉਧਰੇ ॥੧॥ ਰਹਾਉ ॥ ମୁଁ ତୋର ସାହାରା ନେଇଛି ଆଉ ତୋର ହିଁ ଭରସାରେ ଅଛି, ତୋର ନାମ ଜପ କରି ମୋର ଉଦ୍ଧାର ହୋଇ ଯାଇଛି॥1॥ରୁହ॥
ਅੰਧ ਕੂਪ ਤੇ ਕਾਢਿ ਲੀਏ ਤੁਮ੍ਹ੍ਹ ਆਪਿ ਭਏ ਕਿਰਪਾਲਾ ॥ ଯେତେବେଳେ ତୁ ସ୍ଵୟଂ ହିଁ କୃପାଳୁ ହୋଇ ଯାଇଛୁ, ମୋତେ ସଂସାର ରୂପୀ ଅନ୍ଧ କୂଅରୁ ବାହାର କରି ଦେଇଛୁ।
ਸਾਰਿ ਸਮ੍ਹ੍ਹਾਲਿ ਸਰਬ ਸੁਖ ਦੀਏ ਆਪਿ ਕਰੇ ਪ੍ਰਤਿਪਾਲਾ ॥੨॥ ତୁ ମୋତେ ସାହାରା ଦେଇ ପାଳନ କରି ସାରା ସୁଖ ଦେଇଛୁ, ତୁ ସ୍ଵୟଂ ହିଁ ମୋର ପୋଷଣ କରିଛୁ॥2॥
ਆਪਣੀ ਨਦਰਿ ਕਰੇ ਪਰਮੇਸਰੁ ਬੰਧਨ ਕਾਟਿ ਛਡਾਏ ॥ ପରମେଶ୍ଵର ନିଜ କୃପା ଦୃଷ୍ଟି କରିଛନ୍ତି ଆଉ ମୋର ବନ୍ଧନ କାଟି ମୋତେ ମୁକ୍ତ କରି ଦେଇଛନ୍ତି।
ਆਪਣੀ ਭਗਤਿ ਪ੍ਰਭਿ ਆਪਿ ਕਰਾਈ ਆਪੇ ਸੇਵਾ ਲਾਏ ॥੩॥ ପ୍ରଭୁ ନିଜ ଭକ୍ତି ସ୍ଵୟଂ ହିଁ ମୋ’ ଦ୍ଵାରା କରାଇଛନ୍ତି ଆଉ ସେ ସ୍ଵୟଂ ହିଁ ମୋତେ ନିଜ ସେବାରେ ଲଗାଇ ଅଛନ୍ତି॥3॥
ਭਰਮੁ ਗਇਆ ਭੈ ਮੋਹ ਬਿਨਾਸੇ ਮਿਟਿਆ ਸਗਲ ਵਿਸੂਰਾ ॥ ମୋର ଭ୍ରମ ଦୂର ହୋଇ ଯାଇଛି, ମୋର ଭୟ ଏବଂ ମୋହ ନାଶ ହୋଇ ଯାଇଛି ଆଉ ମୋର ସାରା ଦୁଃଖ ଦୂର ହୋଇ ଯାଇଛି।
ਨਾਨਕ ਦਇਆ ਕਰੀ ਸੁਖਦਾਤੈ ਭੇਟਿਆ ਸਤਿਗੁਰੁ ਪੂਰਾ ॥੪॥੫॥੫੨॥ ହେ ନାନକ! ସୁଖଦାତା ପରମାତ୍ମା ମୋ’ ଉପରେ ଦୟା କରିଛନ୍ତି ଆଉ ପୂର୍ଣ୍ଣ ସଦଗୁରୁ ମିଳି ଯାଇଛନ୍ତି||4||5||52||
ਸੂਹੀ ਮਹਲਾ ੫ ॥ ସୁହୀ ମହଲା 5 ॥
ਜਬ ਕਛੁ ਨ ਸੀਓ ਤਬ ਕਿਆ ਕਰਤਾ ਕਵਨ ਕਰਮ ਕਰਿ ਆਇਆ ॥ ଯେତେବେଳ କିଛି ମଧ୍ୟ ନଥିଲା (ଅର୍ଥାତ ସୃଷ୍ଟିର ରଚନା ହୋଇ ନଥିଲା), ଏହି ଜୀବ କଣ କରୁଥିଲା? ଏହି ଜୀବ କେଉଁ କର୍ମ କରି ଜନ୍ମ ନେଇ ଜଗତକୁ ଆସିଛି?
ਅਪਨਾ ਖੇਲੁ ਆਪਿ ਕਰਿ ਦੇਖੈ ਠਾਕੁਰਿ ਰਚਨੁ ਰਚਾਇਆ ॥੧॥ ନିଜର ଜଗତ ରୂପୀ ଖେଳର ରଚନା କରି ସେ ସ୍ଵୟଂ ହିଁ ପାଳନ କରିଥାନ୍ତି ଏବଂ ସେହି ଠାକୁର ସ୍ଵୟଂ ହିଁ ଏହି ସୃଷ୍ଟି ରଚନା କରିଛନ୍ତି॥1॥
ਮੇਰੇ ਰਾਮ ਰਾਇ ਮੁਝ ਤੇ ਕਛੂ ਨ ਹੋਈ ॥ ହେ ମୋର ରାମ! ମୋ’ ଦ୍ଵାରା କିଛି ମଧ୍ୟ ହୁଏନାହିଁ।
ਆਪੇ ਕਰਤਾ ਆਪਿ ਕਰਾਏ ਸਰਬ ਨਿਰੰਤਰਿ ਸੋਈ ॥੧॥ ਰਹਾਉ ॥ ସେହି କର୍ତ୍ତା ସ୍ଵୟଂ ହିଁ ସବୁକିଛି କରିଥାନ୍ତି ଏବଂ ସ୍ଵୟଂ ହିଁ ଜୀବଙ୍କ ଦ୍ଵାରା କରାଇ ଥାଆନ୍ତି, ସବୁଙ୍କ ଠାରେ ଏକ ଇଶ୍ଵର ହିଁ ବାସ କରିଥାନ୍ତି॥1॥ରୁହ॥
ਗਣਤੀ ਗਣੀ ਨ ਛੂਟੈ ਕਤਹੂ ਕਾਚੀ ਦੇਹ ਇਆਣੀ ॥ ହେ ପ୍ରଭୁ! ଯଦି ମୋର କର୍ମର ହିସାବ କରାଯାଏ, ତାହାହେଲେ ମୁଁ କେବେ ମଧ୍ୟ ଜନ୍ମ-ମରଣ ଚକ୍ରରୁ ମୁକ୍ତି ପାଇ ପାରିବି ନାହିଁ, ମୋର ଜ୍ଞାନହୀନ ଶରୀର ନଶ୍ଵର ଅଟେ।
ਕ੍ਰਿਪਾ ਕਰਹੁ ਪ੍ਰਭ ਕਰਣੈਹਾਰੇ ਤੇਰੀ ਬਖਸ ਨਿਰਾਲੀ ॥੨॥ ହେ ରଚୟିତା ପ୍ରଭୁ! କୃପା କର, କାରଣ ତୋର କୃପା ନିରଳ ଅଟେ॥2॥
ਜੀਅ ਜੰਤ ਸਭ ਤੇਰੇ ਕੀਤੇ ਘਟਿ ਘਟਿ ਤੁਹੀ ਧਿਆਈਐ ॥ ସବୁ ଜୀବ ତୋ’ ଦ୍ଵାରା ହିଁ ଜାତ ହୋଇଛନ୍ତି ଆଉ ପ୍ରତି ଶରୀରରେ ତୋର ହିଁ ଧ୍ୟାନ କରାଯାଏ।
ਤੇਰੀ ਗਤਿ ਮਿਤਿ ਤੂਹੈ ਜਾਣਹਿ ਕੁਦਰਤਿ ਕੀਮ ਨ ਪਾਈਐ ॥੩॥ ତୋର ଗତି ଏବଂ ବିସ୍ତାର ତୁ ହିଁ ଜାଣିଛୁ ଆଉ ତୋର ପ୍ରକୃତିର ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ॥3॥
ਨਿਰਗੁਣੁ ਮੁਗਧੁ ਅਜਾਣੁ ਅਗਿਆਨੀ ਕਰਮ ਧਰਮ ਨਹੀ ਜਾਣਾ ॥ ମୁଁ ଗୁଣବିହୀନ, ମୂର୍ଖ ଓ ଅଜ୍ଞାନ ଅଟେ ଆଉ କୌଣସି କର୍ମ-ଧର୍ମ ଜାଣେ ନାହିଁ।
ਦਇਆ ਕਰਹੁ ਨਾਨਕੁ ਗੁਣ ਗਾਵੈ ਮਿਠਾ ਲਗੈ ਤੇਰਾ ਭਾਣਾ ॥੪॥੬॥੫੩॥ ନାନକ ପ୍ରାର୍ଥନା କରନ୍ତି, ‘ ହେ ପ୍ରଭୁ! ମୋ’ ଉପରେ କୃପା କର ଯେପରି ତୋର ଗୁଣଗାନ କରି ପାରିବି ଏବଂ ତୋର ଇଚ୍ଛା ସର୍ବଦା ମିଠା ଲାଗି ରହିବ||4||6||53||
ਸੂਹੀ ਮਹਲਾ ੫ ॥ ସୁହୀ ମହଲା 5 ॥


© 2017 SGGS ONLINE
error: Content is protected !!
Scroll to Top