Guru Granth Sahib Translation Project

guru granth sahib odia page-69

Page 69

ਸਿਰੀਰਾਗੁ ਮਹਲਾ ੩ ॥ ସିରିରାଗ ମହଲା 3 ॥
ਸਤਿਗੁਰਿ ਮਿਲਿਐ ਫੇਰੁ ਨ ਪਵੈ ਜਨਮ ਮਰਣ ਦੁਖੁ ਜਾਇ ॥ ଯଦି ସଦଗୁରୁ ମିଳିଯାନ୍ତି, ପ୍ରାଣୀ ଜନ୍ମ ମରଣ ଚକରରୁ ମୁକ୍ତି ପ୍ରାପ୍ତ କରିଥାଏ।ତାହାର ଜନ୍ମ ଓ ମୃତ୍ୟୁ ପୀଡା ଚାଲିଯାଏ।
ਪੂਰੈ ਸਬਦਿ ਸਭ ਸੋਝੀ ਹੋਈ ਹਰਿ ਨਾਮੈ ਰਹੈ ਸਮਾਇ ॥੧॥ ପୂର୍ଣ୍ଣ ଗୁରୁଙ୍କ ଉପଦେଶ ଦ୍ଵାରା ସବୁ ଜ୍ଞାନ ଆସିଯାଏ, ଆଉ ମନୁଷ୍ୟ ପରମାତ୍ମାଙ୍କ ନାମରେ ଲୀନ ରହିଥାଏ। ॥1॥
ਮਨ ਮੇਰੇ ਸਤਿਗੁਰ ਸਿਉ ਚਿਤੁ ਲਾਇ ॥ ହେ ମୋର ମନ! ନିଜ ଚିତ୍ତ ଗୁରୁଙ୍କ ସାଥିରେ ଲଗାଅ ।
ਨਿਰਮਲੁ ਨਾਮੁ ਸਦ ਨਵਤਨੋ ਆਪਿ ਵਸੈ ਮਨਿ ਆਇ ॥੧॥ ਰਹਾਉ ॥ ହରିଙ୍କ ନିତ୍ୟ, ନବୀନ ଆଉ ପବିତ୍ର ନାମ ସ୍ଵତଃ ସାଧୁଙ୍କ ମନରେ ରହିଯାଏ। ॥1॥ରୁହ॥
ਹਰਿ ਜੀਉ ਰਾਖਹੁ ਅਪੁਨੀ ਸਰਣਾਈ ਜਿਉ ਰਾਖਹਿ ਤਿਉ ਰਹਣਾ ॥ ହେ ମୋର ପରମେଶ୍ଵର! ମୋତେ ନିଜ ଶରଣ ଆଶ୍ରୟରେ ରଖ; ଆପଣ ମୋତେ ଯେପରି ରଖିବେ, ମୁଁ ସେପରି ରହିବି।
ਗੁਰ ਕੈ ਸਬਦਿ ਜੀਵਤੁ ਮਰੈ ਗੁਰਮੁਖਿ ਭਵਜਲੁ ਤਰਣਾ ॥੨॥ ଗୁରୁଙ୍କ ଦ୍ଵାରା ଭବସାଗରରୁ ସେତେବେଳେ ପାର ହୋଇପାରିବ, ଯେତେବେଳେ ଗୁରୁଙ୍କ ଶବ୍ଦ ଦ୍ଵାରା ଅହଂତ୍ଵକୁ ଦୂର କରି ଜୀବନ ଅତିବାହିତ କରାଯାଏ ॥2॥
ਵਡੈ ਭਾਗਿ ਨਾਉ ਪਾਈਐ ਗੁਰਮਤਿ ਸਬਦਿ ਸੁਹਾਈ ॥ ଭଗବାନଙ୍କ ନାମ ବଡ ଭାଗ୍ୟରେ ମିଳିଥାଏ। ଗୁରୁଙ୍କ ମତି ସହିତ ଚାଲି ନାମ-ସ୍ମରଣ ଦ୍ଵାରା ଜୀବନ ସୁନ୍ଦର ହୋଇଯାଏ।
ਆਪੇ ਮਨਿ ਵਸਿਆ ਪ੍ਰਭੁ ਕਰਤਾ ਸਹਜੇ ਰਹਿਆ ਸਮਾਈ ॥੩॥ ଜଗତର କର୍ତ୍ତା ପ୍ରଭୁ ସ୍ଵୟଂ ହିଁ ମନୁଷ୍ୟର ହୃଦୟରେ ଆସି ବସ କରନ୍ତି। ପୁଣି ମନୁଷ୍ୟ ସ୍ଵାଭାବିକ ଭାବରେ ଭଗବାନଙ୍କ ଠାରେ ଲୀନ ରହିଥାଏ। ॥3॥
ਇਕਨਾ ਮਨਮੁਖਿ ਸਬਦੁ ਨ ਭਾਵੈ ਬੰਧਨਿ ਬੰਧਿ ਭਵਾਇਆ ॥ କେତେ ମନମୁଖୀ ପ୍ରାଣୀକୁ ପ୍ରଭୁଙ୍କ ନାମ ଭଲ ଲାଗେ ନାହିଁ। ଏପରି ମନମୁଖୀ ପ୍ରାଣୀ ଅଜ୍ଞାନ ବନ୍ଧନରେ ବାନ୍ଧି ହୋଇଥିବା ଚଉରାଅଶି ଲକ୍ଷ ଯୋନିରେ ପଥଭ୍ରଷ୍ଟ ହୋଇଥାଏ।
ਲਖ ਚਉਰਾਸੀਹ ਫਿਰਿ ਫਿਰਿ ਆਵੈ ਬਿਰਥਾ ਜਨਮੁ ਗਵਾਇਆ ॥੪॥ ସେହି ଚଉରାଅଶି ଲକ୍ଷ ଯୋନି ଭିତରେ ବାରମ୍ବାର ଆସେ ଆଉ ନିଜ ଅମୂଲ୍ୟ ଜୀବନ ବ୍ୟର୍ଥରେ ହରାଇଦିଏ। ॥4॥
ਭਗਤਾ ਮਨਿ ਆਨੰਦੁ ਹੈ ਸਚੈ ਸਬਦਿ ਰੰਗਿ ਰਾਤੇ ॥ ଭଗବାନଙ୍କ ଭକ୍ତର ମନରେ ଆନନ୍ଦ ବାସ କରୁଥାଏ। କାରଣ ସେ ସଚ୍ଚା ଶବ୍ଦରେ ହିଁ ମଗ୍ନ ରହିଥାଏ।
ਅਨਦਿਨੁ ਗੁਣ ਗਾਵਹਿ ਸਦ ਨਿਰਮਲ ਸਹਜੇ ਨਾਮਿ ਸਮਾਤੇ ॥੫॥ ସେ ସର୍ବଦା ଡ଼ଟ-ଦିନ ଭଗବାନଙ୍କ ମହିମା ଗାନ କରିଥାଏଆଉ ସ୍ଵାଭାବିକ ଭାବରେ ହିଁ ନାମରେ ଲୀନ ରହିଥାଏ॥5॥
ਗੁਰਮੁਖਿ ਅੰਮ੍ਰਿਤ ਬਾਣੀ ਬੋਲਹਿ ਸਭ ਆਤਮ ਰਾਮੁ ਪਛਾਣੀ ॥ ଗୁରୁମୁଖ ସର୍ବଦା ଅମୃତ ସମାନ ମଧୁର ବାଣୀ ବୋଲିଥାଏ, କାରଣ ସେ ସମସ୍ତ ପ୍ରାଣୀଙ୍କ ଭିତରେ ପ୍ରଭୁଙ୍କ ଅଂଶ ଆତ୍ମାର ସମାନତାକୁ ଜାଣିଦିଏ।
ਏਕੋ ਸੇਵਨਿ ਏਕੁ ਅਰਾਧਹਿ ਗੁਰਮੁਖਿ ਅਕਥ ਕਹਾਣੀ ॥੬॥ ଗୁରୁମୁଖଙ୍କ କଥା ଅବର୍ଣ୍ଣନୀୟ ଅଟେ। ସେ ଏକ ପ୍ରଭୁଙ୍କ ସେବା ଏବଂ ଆରାଧନା କରିଥାଏ ॥6॥
ਸਚਾ ਸਾਹਿਬੁ ਸੇਵੀਐ ਗੁਰਮੁਖਿ ਵਸੈ ਮਨਿ ਆਇ ॥ ଗୁରୁମୁଖ ସଚ୍ଚା ପ୍ରଭୁଙ୍କ ଆରାଧନା କରିଥାଏ ଆଉ ପ୍ରଭୁ ଗୁରୁମୁଖଙ୍କ ମନରେ ଆସି ବାସ କରନ୍ତି।
ਸਦਾ ਰੰਗਿ ਰਾਤੇ ਸਚ ਸਿਉ ਅਪੁਨੀ ਕਿਰਪਾ ਕਰੇ ਮਿਲਾਇ ॥੭॥ ଯିଏ ସର୍ବଦା ହିଁ ଭଗବାନଙ୍କ ପ୍ରେମରେ ମଗ୍ନ ରହିଥାଏ, ତାହାକୁ ଭଗବାନ ନିଜ କୃପା କରି ନିଜ ସାଥିରେ ମିଶାଇ ଦିଅନ୍ତି।॥7॥
ਆਪੇ ਕਰੇ ਕਰਾਏ ਆਪੇ ਇਕਨਾ ਸੁਤਿਆ ਦੇਇ ਜਗਾਇ ॥ ପ୍ରଭୁ ସ୍ଵୟଂ ହିଁ କରନ୍ତି ଆଉ କରାନ୍ତି। ସେ ମାୟାର ନିଦ୍ରାରୁ ପ୍ରାଣୀକୁ ଉଠାଇଦିଅନ୍ତି।
ਆਪੇ ਮੇਲਿ ਮਿਲਾਇਦਾ ਨਾਨਕ ਸਬਦਿ ਸਮਾਇ ॥੮॥੭॥੨੪॥ ହେ ନାନକ! ଗୁରୁଙ୍କ ଶବ୍ଦରେ ସମାହିତ କରି ସେ ସ୍ଵୟଂ ହିଁ ଭକ୍ତଙ୍କୁ ନିଜ ସହିତ ମିଶାଇ ଦିଅନ୍ତି ॥8॥7॥24॥
ਸਿਰੀਰਾਗੁ ਮਹਲਾ ੩ ॥ ସିରିରାଗ ମହଲା 3 ॥
ਸਤਿਗੁਰਿ ਸੇਵਿਐ ਮਨੁ ਨਿਰਮਲਾ ਭਏ ਪਵਿਤੁ ਸਰੀਰ ॥ ସଦଗୁରୁଙ୍କ ସେବା କରିବା ଦ୍ଵାରା ମନୁଷ୍ୟର ମନ ନିର୍ମଳ ଆଉ ଶରୀର ପବିତ୍ର ହୋଇଯାଏ।
ਮਨਿ ਆਨੰਦੁ ਸਦਾ ਸੁਖੁ ਪਾਇਆ ਭੇਟਿਆ ਗਹਿਰ ਗੰਭੀਰੁ ॥ ସମୁଦ୍ର ଭଳି ଗଭୀର ଏବଂ ଗମ୍ଭୀର ପ୍ରଭୁଙ୍କୁ ପାଇ ମନ ଆନନ୍ଦିତ ହୋଇଯାଏ ଆଉ ପରମ ସୁଖ ପ୍ରାପ୍ତ କରିଥାଏ।
ਸਚੀ ਸੰਗਤਿ ਬੈਸਣਾ ਸਚਿ ਨਾਮਿ ਮਨੁ ਧੀਰ ॥੧॥ ସତସଙ୍ଗରେ ଥିବା ଜିଜ୍ଞାସୁ ସତ୍ୟନାମର ରହସ୍ୟ ଜାଣି ମନରେ ଧୈର୍ଯ୍ୟ ପ୍ରାପ୍ତ କରିଥାଏ ॥1॥
ਮਨ ਰੇ ਸਤਿਗੁਰੁ ਸੇਵਿ ਨਿਸੰਗੁ ॥ ହେ ମୋର ମନ! ତୁ ନିଃସଙ୍କୋଚରେ ନିଜ ସଦଗୁରୁଙ୍କ ସେବା କର।
ਸਤਿਗੁਰੁ ਸੇਵਿਐ ਹਰਿ ਮਨਿ ਵਸੈ ਲਗੈ ਨ ਮੈਲੁ ਪਤੰਗੁ ॥੧॥ ਰਹਾਉ ॥ ସଦଗୁରୁଙ୍କ ଶ୍ରଦ୍ଧା ପୂର୍ବକ କରିବା ଦ୍ଵାରା ମନରେ ପ୍ରଭୁଙ୍କ ବାସ ହୋଇଥାଏ ଆଉ ତୋ’ ଠାରେ ମୋହ ମାୟା ରୂପୀ ମଳିନତା ଲାଗେ ନାଗିନ ଓ ଚିତ୍ତ ପବିତ୍ର ହୋଇଯାଏ। ॥1॥ରୁହ॥
ਸਚੈ ਸਬਦਿ ਪਤਿ ਊਪਜੈ ਸਚੇ ਸਚਾ ਨਾਉ ॥ ସତ୍ୟନାମ ଦ୍ଵାରା ମନୁଷ୍ୟର ଲୋକ-ପରଲୋକରେ ବଡ ଶୋଭା ପ୍ରାପ୍ତ ହୋଇଥାଏ। ସତ୍ୟ ସ୍ୱରୂପ ସ୍ଵାମୀଙ୍କ ନାମ ସତ୍ୟ ଅଟେ।
ਜਿਨੀ ਹਉਮੈ ਮਾਰਿ ਪਛਾਣਿਆ ਹਉ ਤਿਨ ਬਲਿਹਾਰੈ ਜਾਉ ॥ ମୁଁ ସେହି ପ୍ରାଣୀ ପ୍ରତି ଉତ୍ସର୍ଗିତ , ଯିଏ ଅହଂକାର ଭାବନାର ନାଶ କରି ସତ୍ୟକୁ ଜାଣିଦିଏ।
ਮਨਮੁਖ ਸਚੁ ਨ ਜਾਣਨੀ ਤਿਨ ਠਉਰ ਨ ਕਤਹੂ ਥਾਉ ॥੨॥ ମନମୁଖୀ ପ୍ରାଣୀ ସେହି ସତ୍ୟକୁ ପାଇପାରେ ନାହିଁ, ତାହାକୁ କେଉଁଠି ମଧ୍ୟ ସାହାରା କିମ୍ବା ସ୍ଥାନ ମିଳେ ନାହିଁ। ॥2॥
ਸਚੁ ਖਾਣਾ ਸਚੁ ਪੈਨਣਾ ਸਚੇ ਹੀ ਵਿਚਿ ਵਾਸੁ ॥ ଗୁରୁମୁଖଙ୍କ ଖାଇବା ପିନ୍ଧିବା ଏବଂ ରହିବା ସବୁ ସତ୍ୟ ଅଟେ।
ਸਦਾ ਸਚਾ ਸਾਲਾਹਣਾ ਸਚੈ ਸਬਦਿ ਨਿਵਾਸੁ ॥ ସେ ସର୍ବଦା ସଚ୍ଚା ସ୍ଵାମୀଙ୍କ ପ୍ରଶଂସା କରିଥାଏ ଆଉ ସତ୍ୟ ନାମର ସହିତ ତାଙ୍କରି ନିବାସ ହୋଇଥାଏ।
ਸਭੁ ਆਤਮ ਰਾਮੁ ਪਛਾਣਿਆ ਗੁਰਮਤੀ ਨਿਜ ਘਰਿ ਵਾਸੁ ॥੩॥ ସେ ସମସ୍ତ ପ୍ରାଣୀଙ୍କୁ ବ୍ରହ୍ମ ସ୍ୱରୂପ ସହିତ ହିଁ ଜାଣିଥଏ ଆଉ ସ୍ଵୟଂ ମଧ୍ୟ ସର୍ବଦା ଗୁରୁ ଉପଦେଶ ଅନୁସାରେ ନିଜ ଆତ୍ମ-ସ୍ଵରୂପରେ ରହିଥାଏ ॥3॥
ਸਚੁ ਵੇਖਣੁ ਸਚੁ ਬੋਲਣਾ ਤਨੁ ਮਨੁ ਸਚਾ ਹੋਇ ॥ ସେ ସତ୍ୟ ଦେଖିଥାଏ ଆଉ ସତ୍ୟ ହିଁ ବୋଲିଥାଏ ଆଉ ତାହାର ତନ ଓ ମନ ଭିତରେ ସେହି ସତ୍ୟ ହିଁ ହୋଇଥାଏ।
ਸਚੀ ਸਾਖੀ ਉਪਦੇਸੁ ਸਚੁ ਸਚੇ ਸਚੀ ਸੋਇ ॥ ଏପରି ଭକ୍ତ ଈଶ୍ଵରଙ୍କ ଅନୁଭୂତ ସତ୍ୟ ଅନ୍ୟ ଉପରେ ପ୍ରକଟ କରିଥାଏ, ପରମ-ସତ୍ୟର ଉପଦେଶ ଦେଇଥାଏ, ଏହା ଦ୍ଵାରା ଜଗତରେ ତାଙ୍କରି ସଚ୍ଚା ଶୋଭା ହୋଇଥାଏ।
ਜਿੰਨੀ ਸਚੁ ਵਿਸਾਰਿਆ ਸੇ ਦੁਖੀਏ ਚਲੇ ਰੋਇ ॥੪॥ ଯିଏ ସତ୍ୟକୁ ବିସ୍ମୃତ କରିଦେଇଛି, ସେ ସଦା ଦୁଃଖୀ ରହିଥାଏ ଆଉ ବିଳାପ କରି ଅସଫଳ ଜୀବନ କାରଣରୁ ଚାଲିଯାଇଥାଏ। ॥4॥
ਸਤਿਗੁਰੁ ਜਿਨੀ ਨ ਸੇਵਿਓ ਸੇ ਕਿਤੁ ਆਏ ਸੰਸਾਰਿ ॥ ଯିଏ ସଦଗୁରୁଙ୍କ ସେବା କରିନାହିଁ, ସେ ସଂସାରକୁ କାହିଁକି ଆସିଛି?
ਜਮ ਦਰਿ ਬਧੇ ਮਾਰੀਅਹਿ ਕੂਕ ਨ ਸੁਣੈ ਪੂਕਾਰ ॥ କାଳ (ମୃତ୍ୟୁ)ର ଦ୍ଵାରରେ ଏପରି ପ୍ରାଣୀକୁ ବାନ୍ଧି ପିଟାଯାଏ ଆଉ ତାହାର ଚିତ୍କାର ଓ ବିଳାପ କେହି ଶୁଣନ୍ତି ନାହିଁ।
ਬਿਰਥਾ ਜਨਮੁ ਗਵਾਇਆ ਮਰਿ ਜੰਮਹਿ ਵਾਰੋ ਵਾਰ ॥੫॥ ସେ ନିଜ ଜୀବନ ବ୍ୟର୍ଥରେ ହରାଇଦିଏ ଆଉ ପୁନଃ ପୁନଃ ଜନ୍ମ ହୋଇ ମରିଥାଏ , ଅର୍ଥାତ , ମୁକ୍ତି ପାଇପାରେ ନାହିଁ। ॥5॥


© 2017 SGGS ONLINE
Scroll to Top