Guru Granth Sahib Translation Project

guru granth sahib odia page-68

Page 68

ਮਨੁ ਤਨੁ ਅਰਪੀ ਆਪੁ ਗਵਾਈ ਚਲਾ ਸਤਿਗੁਰ ਭਾਏ ॥ ମୁଁ ନିଜ ଆତ୍ମା ଏବଂ ଦେହ ସମର୍ପଣ କରୁଅଛି ଆଉ ନିଜର ଅହଂକାର ଭାବନା ତ୍ୟାଗ କରୁଛି ଆଉ ସଦଗୁରୁଙ୍କ ଉପଦେଶ ଅନୁସାରେ ଆଚରଣ କରୁଅଛି।
ਸਦ ਬਲਿਹਾਰੀ ਗੁਰ ਅਪੁਨੇ ਵਿਟਹੁ ਜਿ ਹਰਿ ਸੇਤੀ ਚਿਤੁ ਲਾਏ ॥੭॥ ମୁଁ ସର୍ବଦା ନିଜ ଗୁରୁ ପ୍ରତି ଉତ୍ସର୍ଗିତ, ଯିଏ ମୋର ଆତ୍ମାକୁ ପ୍ରଭୁଙ୍କ ସହିତ ମିଳନ କରାଇଛନ୍ତି॥7॥
ਸੋ ਬ੍ਰਾਹਮਣੁ ਬ੍ਰਹਮੁ ਜੋ ਬਿੰਦੇ ਹਰਿ ਸੇਤੀ ਰੰਗਿ ਰਾਤਾ ॥ ସିଏ ହିଁ ବ୍ରାହ୍ମଣ ଯାହା ସହିତ ବ୍ରହ୍ମ ଜ୍ଞାନ ଆଉ ପ୍ରଭୁଙ୍କ ପ୍ରୀତି ରଙ୍ଗୀନ ହୋଇରହିଛି।
ਪ੍ਰਭੁ ਨਿਕਟਿ ਵਸੈ ਸਭਨਾ ਘਟ ਅੰਤਰਿ ਗੁਰਮੁਖਿ ਵਿਰਲੈ ਜਾਤਾ ॥ ପରଂବ୍ରହ୍ମ-ପରମେଶ୍ଵର ସମସ୍ତ ପ୍ରାଣୀଙ୍କ ଅତି ନିକଟରେ ବାସ କରିଥାନ୍ତି, କିନ୍ତୁ, କେହି ବିରଳ ଏହା ଜାଣିପାରେ।
ਨਾਨਕ ਨਾਮੁ ਮਿਲੈ ਵਡਿਆਈ ਗੁਰ ਕੈ ਸਬਦਿ ਪਛਾਤਾ ॥੮॥੫॥੨੨॥ ହେ ନାନକ! ହରିନାମ ଦ୍ଵାରା ପ୍ରାଣୀଙ୍କ ବଡ ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ ଆଉ ଗୁରୁଙ୍କ ବାଣୀ ଦ୍ଵାରା ସେହି ସ୍ଵାମୀକୁ ଜାଣିପାରେ ॥8॥5॥22॥
ਸਿਰੀਰਾਗੁ ਮਹਲਾ ੩ ॥ ସିରିରାଗ ମହଲା 3 ॥
ਸਹਜੈ ਨੋ ਸਭ ਲੋਚਦੀ ਬਿਨੁ ਗੁਰ ਪਾਇਆ ਨ ਜਾਇ ॥ ସାରା ଦୁନିଆ ସ୍ଵାଭାବିକ ସୁଖର କାମନା କରିଥାଏ, କିନ୍ତୁ, ଗୁରୁଙ୍କ ବିନା ସ୍ଵାଭାବିକତା ପ୍ରାପ୍ତି ହୋଇପାରେ ନାହିଁ।
ਪੜਿ ਪੜਿ ਪੰਡਿਤ ਜੋਤਕੀ ਥਕੇ ਭੇਖੀ ਭਰਮਿ ਭੁਲਾਇ ॥ ପଣ୍ଡିତ ଏବଂ ଜ୍ୟୋତିଷ ବେଦ ଏବଂ ଶାସ୍ତ୍ରର ଅଧ୍ୟୟନ କରି ଥକିଯାଇଛନ୍ତି ଆଉ ଧାର୍ମିକ ବେଶ ଧାରଣ କରି ସାଧୁ ଭ୍ରମରେ ପଡିଛନ୍ତି।
ਗੁਰ ਭੇਟੇ ਸਹਜੁ ਪਾਇਆ ਆਪਣੀ ਕਿਰਪਾ ਕਰੇ ਰਜਾਇ ॥੧॥ ଯାହା ଉପରେ ଭଗବାନ ସ୍ଵୟଂ କୃପା କରିଛନ୍ତି, ସେ ହିଁ ଗୁରୁଙ୍କ ସହିତ ସାକ୍ଷାତ କରି ସ୍ଵାଭାବିକ ସୁଖ ପ୍ରାପ୍ତ କରିଥାଏ। ॥1॥
ਭਾਈ ਰੇ ਗੁਰ ਬਿਨੁ ਸਹਜੁ ਨ ਹੋਇ ॥ ହେ ଭାଇ! ଗୁରୁଙ୍କ ବିନା ସ୍ଵାଭାବିକ ସୁଖ ପ୍ରାପ୍ତ ହୋଇପାରେ ନାହିଁ।
ਸਬਦੈ ਹੀ ਤੇ ਸਹਜੁ ਊਪਜੈ ਹਰਿ ਪਾਇਆ ਸਚੁ ਸੋਇ ॥੧॥ ਰਹਾਉ ॥ ଭଗବାନଙ୍କ ନାମ ଜପିଲେ ହିଁ ସ୍ଵାଭାବିକତା ଉତ୍ପର୍ଣ୍ଣ ହୋଇଥାଏ ଆଉ ପୁଣି ଭଗବାନ ମିଳିଯାନ୍ତି ॥1॥ରୁହ॥
ਸਹਜੇ ਗਾਵਿਆ ਥਾਇ ਪਵੈ ਬਿਨੁ ਸਹਜੈ ਕਥਨੀ ਬਾਦਿ ॥ ଭଗବାନଙ୍କ ଗାନ କରିଥିବା ଯଶ ସେତେବେଳେ ସ୍ଵୀକୃତ ହୋଇଥାଏ, ଯଦି ସେ ସ୍ଵାଭାବିକ ହୋଇଯାଏ, ସ୍ଵାଭାବିକତା ବିନା ଭଗବାନଙ୍କ ଗୁଣ କଥା କହିବା ବ୍ୟର୍ଥ ଅଟେ।
ਸਹਜੇ ਹੀ ਭਗਤਿ ਊਪਜੈ ਸਹਜਿ ਪਿਆਰਿ ਬੈਰਾਗਿ ॥ ସ୍ଵାଭାବିକତା ଦ୍ଵାରା ହିଁ ମନୁଷ୍ୟର ହୃଦୟରେ ଭକ୍ତି ଉତ୍ପର୍ଣ୍ଣ ହୋଇଥାଏ। ସ୍ଵାଭାବିକତା ଦ୍ଵାରା ହିଁ ଭଗବାନ ପାଇଁ ପ୍ରେମ ଏବଂ ତାହାଙ୍କ ପାଇଁ ବୈରାଗ୍ୟ ଉତ୍ପର୍ଣ୍ଣ ହୋଇଥାଏ।
ਸਹਜੈ ਹੀ ਤੇ ਸੁਖ ਸਾਤਿ ਹੋਇ ਬਿਨੁ ਸਹਜੈ ਜੀਵਣੁ ਬਾਦਿ ॥੨॥ ସ୍ଵାଭାବିକ ଭାବରେ ହିଁ ସୁଖ ଏବଂ ଶାନ୍ତି ମିଳିଥାଏ। ସ୍ଵାଭାବିକ ବିନା ଜୀବନ ବ୍ୟର୍ଥ ଅଟେ। ॥2॥
ਸਹਜਿ ਸਾਲਾਹੀ ਸਦਾ ਸਦਾ ਸਹਜਿ ਸਮਾਧਿ ਲਗਾਇ ॥ ଭଗବାନଙ୍କ ମହିମା ସର୍ବଦା ସ୍ଵାଭାବିକ ଭାବରେ ହି କରିବା ଉଚିତ ଆଉ ସ୍ଵାଭାବିକ ଭାବରେ ହିଁ ସମାଧି ଲଗାଇବା ଉଚିତ।
ਸਹਜੇ ਹੀ ਗੁਣ ਊਚਰੈ ਭਗਤਿ ਕਰੇ ਲਿਵ ਲਾਇ ॥ ସ୍ଵାଭାବିକ ଭାବରେ ହିଁ ଭଗବାନଙ୍କ ମହିମା ଉଚ୍ଚାରଣ କରିବା ଉଚିତ ଆଉ ସ୍ଵାଭାବିକ ଭାବରେ ମନ ଲଗାଇ ଭଗବାନଙ୍କ ଭକ୍ତି କରିବା ଉଚିତ।
ਸਬਦੇ ਹੀ ਹਰਿ ਮਨਿ ਵਸੈ ਰਸਨਾ ਹਰਿ ਰਸੁ ਖਾਇ ॥੩॥ ବାଣୀ ଦ୍ଵାରା ଭଗବାନ ଆସି ମନରେ ବାସ କରନ୍ତି ଆଉ ହରି ରସ ପାନ କାନ୍ତି। ॥3॥
ਸਹਜੇ ਕਾਲੁ ਵਿਡਾਰਿਆ ਸਚ ਸਰਣਾਈ ਪਾਇ ॥ ସତ୍ୟର ଶରଣରେ ଆସୁଥିବା ପ୍ରାଣୀ ସ୍ଵାଭାବିକ ଭାବରେ ମୃତ୍ୟୁ-ଭୟ ଠାରୁ ମୁକ୍ତ ହୋଇଯାଏ।
ਸਹਜੇ ਹਰਿ ਨਾਮੁ ਮਨਿ ਵਸਿਆ ਸਚੀ ਕਾਰ ਕਮਾਇ ॥ ଯଦି ପ୍ରାଣୀ ସଚ୍ଚା ଜୀବନ ମର୍ଯ୍ୟାଦାର ଅର୍ଜନ କରେ , ତାହାହେଲେ ଈଶ୍ଵରଙ୍କ ନାମ ସ୍ଵାଭାବିକ ଭାବରେ ହିଁ ତାହାଙ୍କ ଚିତ୍ତରେ ଲାଗିରହିଥାଏ।
ਸੇ ਵਡਭਾਗੀ ਜਿਨੀ ਪਾਇਆ ਸਹਜੇ ਰਹੇ ਸਮਾਇ ॥੪॥ ସେ ପ୍ରାଣୀ ବଡ ଭାଗ୍ୟଶାଳୀ ଅଟେ, ଯିଏ ଈଶ୍ଵରଙ୍କୁ ପାଇଯାଇଛି ଆଉ ସ୍ଵାଭାବିକ ଭାବରେ ହିଁ ସେ ହରିଙ୍କ ନାମରେ ଲୀନ ରହିଥାଏ॥4॥
ਮਾਇਆ ਵਿਚਿ ਸਹਜੁ ਨ ਊਪਜੈ ਮਾਇਆ ਦੂਜੈ ਭਾਇ ॥ ମାୟାରେ ଲିପ୍ତ ପ୍ରାଣୀ କେବେ ସ୍ଵାଭାବିକ ଜ୍ଞାନକୁ ପାଇପାରିବ ନାହିଁ, କାରଣ ମାୟା ଦୈତ୍ୟ ଭାବକୁ ବଢାଏ।
ਮਨਮੁਖ ਕਰਮ ਕਮਾਵਣੇ ਹਉਮੈ ਜਲੈ ਜਲਾਇ ॥ ମନମୁଖ ପ୍ରାଣୀ ଧାର୍ମିକ ସଂସ୍କାର କରିଥାଉ, କିନ୍ତୁ ଅହଂ ଭାବନା ତାହାକୁ ଜଳାଇ ଦିଏ।
ਜੰਮਣੁ ਮਰਣੁ ਨ ਚੂਕਈ ਫਿਰਿ ਫਿਰਿ ਆਵੈ ਜਾਇ ॥੫॥ ସେ କେବେ ଜନ୍ମ ମୃତ୍ୟୁ ଚକ୍ରରୁ ନିବୃତ୍ତ ହୁଏ ନାହିଁ, ତେଣୁ ପୁନଃ ପୁନଃ ଜନ୍ମ ନିଏ ଆଉ ମୃତ୍ୟୁ ପ୍ରାପ୍ତ କରେ। ॥5॥
ਤ੍ਰਿਹੁ ਗੁਣਾ ਵਿਚਿ ਸਹਜੁ ਨ ਪਾਈਐ ਤ੍ਰੈ ਗੁਣ ਭਰਮਿ ਭੁਲਾਇ ॥ ଯେ ପର୍ଯ୍ୟନ୍ତ ମାୟାର ତିନି ଗୁଣ ( ରଜ, ସତ୍ତ୍ଵ, ତମ) ପ୍ରାଣିର ଚିତ୍ତରେ ଲିପ୍ତ ରହିଥାଏ, ସେ ସ୍ଵାଭାବିକ ଭାବରେ ଅଧିକାରୀ ହୋଇପାରେ ନାହିଁ , ଏହି ତିନି ଗୁଣ ଭ୍ରାନ୍ତି ଉତ୍ପର୍ଣ୍ଣ କରିଥାଏ।
ਪੜੀਐ ਗੁਣੀਐ ਕਿਆ ਕਥੀਐ ਜਾ ਮੁੰਢਹੁ ਘੁਥਾ ਜਾਇ ॥ ଏପରି ପ୍ରାଣୀକୁ ପଢିବା, ଲେଖିବା ଓ କହିବାରେ କଣ ଲାଭ ଅଛି? ଯଦି ସେ ଜଗତର ମୂଳ (ପ୍ରଭୁ)ଙ୍କୁ ହିଁ ବିସ୍ମୃତ କରିଦେଇଛି।
ਚਉਥੇ ਪਦ ਮਹਿ ਸਹਜੁ ਹੈ ਗੁਰਮੁਖਿ ਪਲੈ ਪਾਇ ॥੬॥ ବାସ୍ତବରେ ସ୍ଵାଭାବିକ ସୁଖ ଚତୁର୍ଥ ଅବସ୍ଥାରେ ଲବ୍ଧ ହୁଏ, ଯାହାର ପ୍ରାପ୍ତି କେବଳ ଗୁରୁମୁଖ ଠାରେ ହିଁ ହୋଇଥାଏ ॥6॥
ਨਿਰਗੁਣ ਨਾਮੁ ਨਿਧਾਨੁ ਹੈ ਸਹਜੇ ਸੋਝੀ ਹੋਇ ॥ ନିର୍ଗୁଣ ପ୍ରଭୁଙ୍କ ନାମ ଏକ ଅମୂଲ୍ୟ ଭଣ୍ଡାର ଅଟେ । ମନୁଷ୍ୟକୁ ଏହାର ଜ୍ଞାନ ସ୍ଵାଭାବିକ ଭାବରେ ହିଁ ହୋଇଥାଏ।
ਗੁਣਵੰਤੀ ਸਾਲਾਹਿਆ ਸਚੇ ਸਚੀ ਸੋਇ ॥ ଭଗବାନଙ୍କ ମହିମା ଗୁଣବାନ ଜୀବ ହିଁ କରିଥାଏ, ସେ ସଚ୍ଚା ଶୋଭା ବାଲା ବନିଯାଏ।
ਭੁਲਿਆ ਸਹਜਿ ਮਿਲਾਇਸੀ ਸਬਦਿ ਮਿਲਾਵਾ ਹੋਇ ॥੭॥ ପ୍ରଭୁ ଭୁଲିଯାଇଥିବା ଜୀବଙ୍କୁ ମଧ୍ୟ ସ୍ଵାଭାବିକ ଭାବରେ ନିଜ ସାଥିରେ ମିଳନ କରନ୍ତି। ଏହି ମିଳନ ଶବ୍ଦ ଦ୍ଵାରା ହୋଇଥାଏ। ॥7॥
ਬਿਨੁ ਸਹਜੈ ਸਭੁ ਅੰਧੁ ਹੈ ਮਾਇਆ ਮੋਹੁ ਗੁਬਾਰੁ ॥ ସ୍ଵାଭାବିକ ଭାବରେ ଜ୍ଞାନ ବିନା ସାରା ଜଗତ ଜ୍ଞାନହୀନ ଅଟେ। ମୋହ ମାୟା ସଂପୂର୍ଣ୍ଣ ଅନ୍ଧାର ଅଟେ।
ਸਹਜੇ ਹੀ ਸੋਝੀ ਪਈ ਸਚੈ ਸਬਦਿ ਅਪਾਰਿ ॥ ସ୍ଵାଭାବିକ ଭାବରେ ଜ୍ଞାନ ଦ୍ଵାରା ଅପାର ଶବ୍ଦ ସଚ୍ଚା ଶବ୍ଦ ବୁଝାପଡିଯାଏ।
ਆਪੇ ਬਖਸਿ ਮਿਲਾਇਅਨੁ ਪੂਰੇ ਗੁਰ ਕਰਤਾਰਿ ॥੮॥ ପୂର୍ଣ୍ଣ ଗୁରୁ କର୍ତ୍ତା ସ୍ଵୟଂ ହିଁ କ୍ଷମା କରି ନିଜ ସାଥିରେ ମିଳନ କରାନ୍ତି ॥8॥
ਸਹਜੇ ਅਦਿਸਟੁ ਪਛਾਣੀਐ ਨਿਰਭਉ ਜੋਤਿ ਨਿਰੰਕਾਰੁ ॥ ସ୍ଵାଭାବିକ ଭାବରେ ଜ୍ଞାନ ଦ୍ଵାରା ହିଁ ସେହି ଅଦୃଶ୍ୟ, ନିର୍ଭୟ, ନିରଙ୍କାର ଜ୍ୟୋତି ପ୍ରଭୁଙ୍କୁ ଜିଜ୍ଞାସୁ ପ୍ରାଣୀ ଜାଣିଥାଏ।
ਸਭਨਾ ਜੀਆ ਕਾ ਇਕੁ ਦਾਤਾ ਜੋਤੀ ਜੋਤਿ ਮਿਲਾਵਣਹਾਰੁ ॥ ସମସ୍ତ ପ୍ରାଣୀଙ୍କ ଏକମାତ୍ର ପାଳନକର୍ତ୍ତା ଦାତା ଅଛନ୍ତି। ସେ ସବୁ ଜ୍ୟୋତିକୁ ନିଜ ଜ୍ୟୋତି ସହିତ ମିଳାଇବାରେ ସମର୍ଥ ଅଟନ୍ତି।
ਪੂਰੈ ਸਬਦਿ ਸਲਾਹੀਐ ਜਿਸ ਦਾ ਅੰਤੁ ਨ ਪਾਰਾਵਾਰੁ ॥੯॥ ପୂର୍ଣ୍ଣ ଶବ୍ଦ ଦ୍ଵାରା ତୁ ସେହି ପରମାତ୍ମାଙ୍କ ଯଶୋଗାନ କର, ଯାହାର କୌଣସି ଅନ୍ତ ବା ସୀମା ନାହିଁ ଅଥବା ସାଗରର ଭ୍ରାନ୍ତି ଅପରିମିତ ଅଟେ। ॥9॥
ਗਿਆਨੀਆ ਕਾ ਧਨੁ ਨਾਮੁ ਹੈ ਸਹਜਿ ਕਰਹਿ ਵਾਪਾਰੁ ॥ ଭଗବାନଙ୍କ ନାମ ହିଁ ଜ୍ଞାନୀଙ୍କ ଧନ ଅଟେ। ସେ ସ୍ଵାଭାବିକ ଅବସ୍ଥାରେ ରହି ନାମର ବ୍ୟାପାର କରିଥାଏ।
ਅਨਦਿਨੁ ਲਾਹਾ ਹਰਿ ਨਾਮੁ ਲੈਨਿ ਅਖੁਟ ਭਰੇ ਭੰਡਾਰ ॥ ସେ ଦିନ-ରାତି ହରିନାମ ରୂପୀ ଲାଭ ପ୍ରାପ୍ତ କରିଥାଏ ତଥା ତାହାର ଭଣ୍ଡାର ନାମରେ ଭାରି ରହିଥାଏ ଆଉ କେବେ ସମାପ୍ତ ହୁଏ ନାହିଁ।
ਨਾਨਕ ਤੋਟਿ ਨ ਆਵਈ ਦੀਏ ਦੇਵਣਹਾਰਿ ॥੧੦॥੬॥੨੩॥ ହେ ନାନକ! ଏହି ନାମର ଭଣ୍ଡାର ଦାତା ପ୍ରଭୁ ସ୍ଵୟଂ ତାହାକୁ ଦେଇଛନ୍ତି ଆଉ ସେହି ଭଣ୍ଡାରରେ କିଛି ଅଭାବ ରହେ ନାହିଁ।


© 2025 SGGS ONLINE
error: Content is protected !!
Scroll to Top