Guru Granth Sahib Translation Project

guru granth sahib odia page-676

Page 676

ਤਾਣੁ ਮਾਣੁ ਦੀਬਾਣੁ ਸਾਚਾ ਨਾਨਕ ਕੀ ਪ੍ਰਭ ਟੇਕ ॥੪॥੨॥੨੦॥ ସଚ୍ଚା ପ୍ରଭୁ ହିଁ ତାହାର ବଳ, ମାନ-ସମ୍ମାନ ଏବଂ ଦରବାର ଅଟେ, ହେ ନାନକ! ପ୍ରଭୁ ହିଁ ତାହାର ଅବଲମ୍ବନ ଅଟନ୍ତି||4||2||20||
ਧਨਾਸਰੀ ਮਹਲਾ ੫ ॥ ଧନାସରୀ ମହଲା 5 ॥
ਫਿਰਤ ਫਿਰਤ ਭੇਟੇ ਜਨ ਸਾਧੂ ਪੂਰੈ ਗੁਰਿ ਸਮਝਾਇਆ ॥ ଏଣେ ତେଣେ ଭ୍ରମଣ କରି ଯେତେବେଳେ ମୋର ସାକ୍ଷାତ ସାଧୁଙ୍କ ସହିତ ହୋଇଛି, ପୂର୍ଣ୍ଣ ଗୁରୁ ମୋତେ ଉପଦେଶ ଦେଇଛନ୍ତି ଯେ
ਆਨ ਸਗਲ ਬਿਧਿ ਕਾਂਮਿ ਨ ਆਵੈ ਹਰਿ ਹਰਿ ਨਾਮੁ ਧਿਆਇਆ ॥੧॥ ଅନ୍ୟ ସମସ୍ତ ବିଧି କାମରେ ଆସେ ନାହିଁ, ଏଥିପାଇଁ ହରିନାମର ହିଁ ଧ୍ୟାନ-ମନନ କରିଛି॥1॥
ਤਾ ਤੇ ਮੋਹਿ ਧਾਰੀ ਓਟ ਗੋਪਾਲ ॥ ଏଥିପାଇଁ ମୁଁ ଈଶ୍ଵରଙ୍କ ହିଁ ସାହାରା ନେଇଛି।
ਸਰਨਿ ਪਰਿਓ ਪੂਰਨ ਪਰਮੇਸੁਰ ਬਿਨਸੇ ਸਗਲ ਜੰਜਾਲ ॥ ਰਹਾਉ ॥ ମୁଁ ପୂର୍ଣ୍ଣ ପରମେଶ୍ଵରଙ୍କ ଶରଣରେ ଆସିଛି ଆଉ ମୋର ସବୁ କଷ୍ଟ ଜଞ୍ଜାଳ ନାଶ ହୋଇ ଯାଇଛି॥ରୁହ॥
ਸੁਰਗ ਮਿਰਤ ਪਇਆਲ ਭੂ ਮੰਡਲ ਸਗਲ ਬਿਆਪੇ ਮਾਇ ॥ ସ୍ଵର୍ଗଲୋକ, ମୃତ୍ୟୁଲୋକ, ପାତାଳଲୋକ ଏବଂ ସଂପୂର୍ଣ୍ଣ ଭୂମଣ୍ଡଳରେ ମାୟା ବ୍ୟାପକ ଅଛନ୍ତି।
ਜੀਅ ਉਧਾਰਨ ਸਭ ਕੁਲ ਤਾਰਨ ਹਰਿ ਹਰਿ ਨਾਮੁ ਧਿਆਇ ॥੨॥ ନିଜ ଆତ୍ମାର ଉଦ୍ଧାର କରିବା ପାଇଁ ଏବଂ ନିଜର ସମସ୍ତ ବଂଶଧରଙ୍କୁ ଭବସାଗରରୁ ପାର କରାଇବା ପାଇଁ ହରିନାମ ହିଁ ଧ୍ୟାନ କରିବା ଉଚିତ। ॥2॥
ਨਾਨਕ ਨਾਮੁ ਨਿਰੰਜਨੁ ਗਾਈਐ ਪਾਈਐ ਸਰਬ ਨਿਧਾਨਾ ॥ ହେ ନାନକ! ଯଦି ମାୟାତୀତ ପ୍ରଭୁନାମର ସ୍ତୁତିଗାନ କରାଯାଏ, ସର୍ବ ସୁଖର ଭଣ୍ଡାର ପ୍ରାପ୍ତ ହୋଇଯାଏ।
ਕਰਿ ਕਿਰਪਾ ਜਿਸੁ ਦੇਇ ਸੁਆਮੀ ਬਿਰਲੇ ਕਾਹੂ ਜਾਨਾ ॥੩॥੩॥੨੧॥ ଏହି ରହସ୍ୟକୁ କେହି ବିରଳ ପୁରୁଷ ହିଁ ବୁଝିଥାଏ, ଯାହାକୁ ଜଗତର ସ୍ଵାମୀ ପ୍ରଭୁ କୃପା କରି ନାମର ଦାନ ପ୍ରଦାନ କରିଥାନ୍ତି||3||3||21||
ਧਨਾਸਰੀ ਮਹਲਾ ੫ ਘਰੁ ੨ ਚਉਪਦੇ ଧନାସରୀ ମହଲା 5 ଘର 2 ଚଉପଦୀ
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਛੋਡਿ ਜਾਹਿ ਸੇ ਕਰਹਿ ਪਰਾਲ ॥ ଅଜ୍ଞାନ ମନୁଷ୍ୟ ସେହି କ୍ଷଣଭଙ୍ଗୁର ପଦାର୍ଥ ସଞ୍ଚୟ କରିଥାଏ, ଯାହାକୁ ସେ ଏଠାରେ ଛାଡି ଚାଲି ଯିବାକୁ ହୋଇଥାଏ।
ਕਾਮਿ ਨ ਆਵਹਿ ਸੇ ਜੰਜਾਲ ॥ ସେ ସେହି ଜଞ୍ଜାଳରେ ପଡି ରହିଥାଏ, ଯାହାକି କିଛି କାମରେ ଆସେ ନାହିଁ।
ਸੰਗਿ ਨ ਚਾਲਹਿ ਤਿਨ ਸਿਉ ਹੀਤ ॥ ସେ ତାହାକୁ ସ୍ନେହ କରିଥାଏ, ଯାହା ଜୀବନର ଅନ୍ତିମ କ୍ଷଣରେ ତାହା ସହିତ ଯାଏ ନାହିଁ।
ਜੋ ਬੈਰਾਈ ਸੇਈ ਮੀਤ ॥੧॥ ଯିଏ ତାହାର ଶତ୍ରୁ ଅଟେ, ସେ ତାହାର ମିତ୍ର ବନି ରହିଥାଏ॥1॥
ਐਸੇ ਭਰਮਿ ਭੁਲੇ ਸੰਸਾਰਾ ॥ ଏପରି ହିଁ ଏହି ସଂସାର ଭ୍ରମରେ ଫସି ପଥଭ୍ରଷ୍ଟ ରହିଥାଏ ଆଉ
ਜਨਮੁ ਪਦਾਰਥੁ ਖੋਇ ਗਵਾਰਾ ॥ ਰਹਾਉ ॥ ଅଜ୍ଞାନ ମନୁଷ୍ୟ ହିଁ ନିଜର ଅମୂଲ୍ୟ ଜନ୍ମ ବ୍ୟର୍ଥରେ ହରାଇ ଥାଏ॥ରୁହ॥
ਸਾਚੁ ਧਰਮੁ ਨਹੀ ਭਾਵੈ ਡੀਠਾ ॥ ସେ ସତ୍ୟ ଓ ଧର୍ମକୁ ଦେଖିବାକୁ ମଧ୍ୟ ଚାହେଁ ନାହିଁ।
ਝੂਠ ਧੋਹ ਸਿਉ ਰਚਿਓ ਮੀਠਾ ॥ ସେ ମିଥ୍ୟା ଏବଂ ଛଳ-କପଟରେ ହିଁ ମଗ୍ନ ରହିଥାଏ ଆଉ ତାହା ତାହାକୁ ବଡ ମିଠା ଲାଗିଥାଏ।
ਦਾਤਿ ਪਿਆਰੀ ਵਿਸਰਿਆ ਦਾਤਾਰਾ ॥ ସେ ଦିଆ ହୋଇଥିବା ବସ୍ତୁ ସହିତ ପ୍ରେମ କରିଥାଏ, କିନ୍ତୁ ଦେଇଠିବା ଦାତାଙ୍କୁ ଭୁଲି ଯାଇଥାଏ।
ਜਾਣੈ ਨਾਹੀ ਮਰਣੁ ਵਿਚਾਰਾ ॥੨॥ ବିଚରା ଭାଗ୍ୟହୀନ ନିଜ ମୃତ୍ୟୁର ଖିଆଲ କରେ ନାହିଁ॥2॥
ਵਸਤੁ ਪਰਾਈ ਕਉ ਉਠਿ ਰੋਵੈ ॥ ସେ ପର ବସ୍ତୁକୁ ପ୍ରାପ୍ତ କରିବା ପାଇଁ ପ୍ରୟାସ କରିଥାଏ ଆଉ ନ ମିଳିଲେ ବିଳାପ କରିଥାଏ।
ਕਰਮ ਧਰਮ ਸਗਲਾ ਈ ਖੋਵੈ ॥ ସେ ନିଜର ଧର୍ମ କର୍ମର ସଂପୂର୍ଣ୍ଣ ଫଳ ହରାଇ ଥାଏ।
ਹੁਕਮੁ ਨ ਬੂਝੈ ਆਵਣ ਜਾਣੇ ॥ ସେ ଭଗବାନଙ୍କ ହୁକୁମକୁ ବୁଝେ ନାହିଁ, ଏଥିପାଇଁ ସେ ଜନ୍ମ ମରଣ ଚକ୍ରରେ ପଡି ରହିଥାଏ।
ਪਾਪ ਕਰੈ ਤਾ ਪਛੋਤਾਣੇ ॥੩॥ ଯେତେବେଳେ ସେ ପାପ କରିଥାଏ, ତା’ପରେ ସେ ପଶ୍ଚାତାପ କରିଥାଏ॥3॥
ਜੋ ਤੁਧੁ ਭਾਵੈ ਸੋ ਪਰਵਾਣੁ ॥ ହେ ପ୍ରଭୁ! ତୋତେ ଯାହା ମଞ୍ଜୁର ଅଛି, ମୋତେ ତାହା ସହର୍ଷ ସ୍ଵୀକାର ଅଟେ।
ਤੇਰੇ ਭਾਣੇ ਨੋ ਕੁਰਬਾਣੁ ॥ ମୁଁ ତୋର ଇଛାରେ ସମର୍ପିତ ଅଟେ।
ਨਾਨਕੁ ਗਰੀਬੁ ਬੰਦਾ ਜਨੁ ਤੇਰਾ ॥ ଗରିବ ନାନକ ତୋର ଭକ୍ତ ଓ ସେବକ ଅଟେ,
ਰਾਖਿ ਲੇਇ ਸਾਹਿਬੁ ਪ੍ਰਭੁ ਮੇਰਾ ॥੪॥੧॥੨੨॥ ହେ ମାଲିକ ପ୍ରଭୁ! ମୋର ରକ୍ଷା କର ||4||1||22||
ਧਨਾਸਰੀ ਮਹਲਾ ੫ ॥ ଧନାସରୀ ମହଲା 5 ॥
ਮੋਹਿ ਮਸਕੀਨ ਪ੍ਰਭੁ ਨਾਮੁ ਅਧਾਰੁ ॥ ମୋତେ ପ୍ରଭୁଙ୍କ ନାମ ହିଁ ଏକମାତ୍ର ସାହାରା ଅଟେ।
ਖਾਟਣ ਕਉ ਹਰਿ ਹਰਿ ਰੋਜਗਾਰੁ ॥ ହରିନାମ ହିଁ ମୋର ରୋଜଗାର ଅଟେ।
ਸੰਚਣ ਕਉ ਹਰਿ ਏਕੋ ਨਾਮੁ ॥ ଯେଉଁ ବ୍ୟକ୍ତି ପାଖରେ ସଞ୍ଚୟ କରିବାକୁ କେବଳ ହରିନାମ ହିଁ ଅଛି,
ਹਲਤਿ ਪਲਤਿ ਤਾ ਕੈ ਆਵੈ ਕਾਮ ॥੧॥ ଏହି ନାମ ହିଁ ଇହଲୋକ ଓ ପରଲୋକରେ ତାହା ସହିତ ଯାଇଥାଏ॥1॥
ਨਾਮਿ ਰਤੇ ਪ੍ਰਭ ਰੰਗਿ ਅਪਾਰ ॥ ପ୍ରଭୁଙ୍କ ପ୍ରେମ ରଙ୍ଗ ଓ ନାମରେ ଲୀନ ହୋଇ
ਸਾਧ ਗਾਵਹਿ ਗੁਣ ਏਕ ਨਿਰੰਕਾਰ ॥ ਰਹਾਉ ॥ ସାଧୁଜନ କେବଳ ନିରାକାର ପରମେଶ୍ଵରଙ୍କ ହିଁ ଗୁଣଗାନ କରିଥାନ୍ତି ॥ରୁହ॥
ਸਾਧ ਕੀ ਸੋਭਾ ਅਤਿ ਮਸਕੀਨੀ ॥ ସାଧୁଙ୍କ ଶୋଭା ତାହାଙ୍କ ଅତି ବିନମ୍ରତାରେ ହିଁ ଥାଏ।
ਸੰਤ ਵਡਾਈ ਹਰਿ ਜਸੁ ਚੀਨੀ ॥ ସନ୍ଥଙ୍କ ମହାନତା ତାହାଙ୍କ ହରିନାମ ଗାନ କରିବାରେ ହିଁ ଜଣାଯାଏ।
ਅਨਦੁ ਸੰਤਨ ਕੈ ਭਗਤਿ ਗੋਵਿੰਦ ॥ ପରମାତ୍ମାଙ୍କ ଭକ୍ତି ତାହାଙ୍କ ହୃଦୟରେ ଆନନ୍ଦ ଉତ୍ପନ୍ନ କରିଥାଏ।
ਸੂਖੁ ਸੰਤਨ ਕੈ ਬਿਨਸੀ ਚਿੰਦ ॥੨॥ ସନ୍ଥଙ୍କ ମନରେ ଏହହୀ ସୁଖର ଅନୁଭୂତି ହୋଇଥାଏ ଯେ ତାହାଙ୍କ ତାହାଙ୍କ ଚିନ୍ତାର ନାଶ ହୋଇଯାଏ॥2॥
ਜਹ ਸਾਧ ਸੰਤਨ ਹੋਵਹਿ ਇਕਤ੍ਰ ॥ ଯେଉଁଠି ସାଧୁ ସନ୍ଥ ଏକତ୍ର ହୋଇଥାନ୍ତି,
ਤਹ ਹਰਿ ਜਸੁ ਗਾਵਹਿ ਨਾਦ ਕਵਿਤ ॥ ସେଠାରେ ସେମାନେ ସଙ୍ଗୀତ ଓ କାବ୍ୟ ଦ୍ଵାରା ହରିଙ୍କ ଯଶ ଗାନ କରିଥାନ୍ତି।
ਸਾਧ ਸਭਾ ਮਹਿ ਅਨਦ ਬਿਸ੍ਰਾਮ ॥ ସାଧୁଙ୍କ ସଭାରେ ଆନନ୍ଦ ଓ ଶାନ୍ତିର ପ୍ରାପ୍ତି ହୋଇଥାଏ।
ਉਨ ਸੰਗੁ ਸੋ ਪਾਏ ਜਿਸੁ ਮਸਤਕਿ ਕਰਾਮ ॥੩॥ ତାହାଙ୍କ ସଂଗତି ମଧ୍ୟ ସେହି ମନୁଷ୍ୟ କରିଥାଏ, ଯାହାର କପାଳରେ ପୂର୍ବରୁ ଏହା ଲେଖା ହୋଇଥାଏ॥3॥
ਦੁਇ ਕਰ ਜੋੜਿ ਕਰੀ ਅਰਦਾਸਿ ॥ ମୁଁ ନିଜର ଦୁଇ ହାତ ଯୋଡି ପ୍ରାର୍ଥନା କରିଥାଏ ଯେ
ਚਰਨ ਪਖਾਰਿ ਕਹਾਂ ਗੁਣਤਾਸ ॥ ମୁଁ ସନ୍ଥଙ୍କ ଚରଣ ଧୋଇଥାଏ ଆଉ ଗୁଣର ଭଣ୍ଡାର ପ୍ରଭୁଙ୍କ ହିଁ ନାମ ସ୍ମରଣରେ ମଗ୍ନ ରହିଥାଏ।
ਪ੍ਰਭ ਦਇਆਲ ਕਿਰਪਾਲ ਹਜੂਰਿ ॥ ଯିଏ ସର୍ବଦା ଦୟାଳୁ ଓ କୃପାଳୁ ପ୍ରଭୁଙ୍କ ଉପସ୍ଥିତିରେ ରହିଥାଏ,
ਨਾਨਕੁ ਜੀਵੈ ਸੰਤਾ ਧੂਰਿ ॥੪॥੨॥੨੩॥ ନାନକ ସେହି ସନ୍ଥଙ୍କ ଚରଣ-ଧୂଳିର ସାହାରାରେ ଜୀବିତ ରହିଥାନ୍ତି ||4||2||23||


© 2017 SGGS ONLINE
error: Content is protected !!
Scroll to Top