Guru Granth Sahib Translation Project

guru granth sahib odia page-663

Page 663

ਮਗਰ ਪਾਛੈ ਕਛੁ ਨ ਸੂਝੈ ਏਹੁ ਪਦਮੁ ਅਲੋਅ ॥੨॥ କିନ୍ତୁ ତାହାକୁ ତାହାର ପଛପଟ କିଛି ମଧ୍ୟ ଦେଖା ଯାଉ ନାହିଁ, ତାହାର ଏହି ପଦ୍ମାସନ କେତେ ଅଦ୍ଭୁତ ଅଟେ॥2॥
ਖਤ੍ਰੀਆ ਤ ਧਰਮੁ ਛੋਡਿਆ ਮਲੇਛ ਭਾਖਿਆ ਗਹੀ ॥ କ୍ଷତ୍ରିୟ ହିନ୍ଦୁ ଧର୍ମର ରକ୍ଷା ପାଇଁ ଯୁଦ୍ଧ କରିଥିଲେ, ପରନ୍ତୁ ଏବେ କ୍ଷତ୍ରିୟ ନିଜ ଧର୍ମ ତ୍ୟାଗ କରି ଦେଇଛି ଆଉ ସେ ମୁସଲମାନର ଭାଷା ପଢିବାକୁ ଲାଗି ଯାଇଛି।
ਸ੍ਰਿਸਟਿ ਸਭ ਇਕ ਵਰਨ ਹੋਈ ਧਰਮ ਕੀ ਗਤਿ ਰਹੀ ॥੩॥ ସାରା ସୃଷ୍ଟି ଏକ ହିଁ ବର୍ଣ୍ଣର ହୋଇ ଯାଇଛି ଆଉ ଧର୍ମର ପ୍ରାଚୀନ ପ୍ରଚଳିତ ମର୍ଯ୍ୟାଦା ଚାଲି ଯାଇଛି॥3॥
ਅਸਟ ਸਾਜ ਸਾਜਿ ਪੁਰਾਣ ਸੋਧਹਿ ਕਰਹਿ ਬੇਦ ਅਭਿਆਸੁ ॥ ପାଣିନି ଋଷି ଦ୍ଵାରା ରଚିତ ବ୍ୟାକରଣର ଆଠ ଅଧ୍ୟାୟ ଏବଂ ବେଦ ବ୍ୟାସଙ୍କ ରଚିତ ଅଠର ପୁରାଣର ବିଦ୍ଵାନ ଧ୍ୟାନପୂର୍ବକ ଚିନ୍ତନ କରିଥାଏ ଆଉ ସେ ବେଦର ଅଭ୍ୟାସ ମଧ୍ୟ କରିଥାଏ।
ਬਿਨੁ ਨਾਮ ਹਰਿ ਕੇ ਮੁਕਤਿ ਨਾਹੀ ਕਹੈ ਨਾਨਕੁ ਦਾਸੁ ॥੪॥੧॥੬॥੮॥ ପରନ୍ତୁ ଦାସ ନାନକ ଏହା କହନ୍ତି ଯେ ହରିନାମ ବିନା ମୁକ୍ତି ସମ୍ଭବ ନାହିଁ||4||1||6||8||
ਧਨਾਸਰੀ ਮਹਲਾ ੧ ਆਰਤੀ ଧନାସରୀ ମହଲା 1 ଆରତୀ
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਗਗਨ ਮੈ ਥਾਲੁ ਰਵਿ ਚੰਦੁ ਦੀਪਕ ਬਨੇ ਤਾਰਿਕਾ ਮੰਡਲ ਜਨਕ ਮੋਤੀ ॥ ସଂପୂର୍ଣ୍ଣ ଗଗନ ରୂପୀ ଥାଳରେ ସୂର୍ଯ୍ୟ ଓ ଚନ୍ଦ୍ର ଦୀପକ ବନିଛନ୍ତି, ତାରା ସମୂହ ଥାଳରେ ମୋତି ସଦୃଶ ଅଛନ୍ତି।
ਧੂਪੁ ਮਲਆਨਲੋ ਪਵਣੁ ਚਵਰੋ ਕਰੇ ਸਗਲ ਬਨਰਾਇ ਫੂਲੰਤ ਜੋਤੀ ॥੧॥ ମଳୟ ପର୍ବତ ଆଡୁ ଆସୁଥିବା ଚନ୍ଦନର ସୁଗନ୍ଧ ସମାନ ବାୟୁ ଚଉଁରି କରୁଛି, ସବୁ ବନସ୍ପତି ଯାହା ଫୁଲ ଫୁଟାଉଛି, ଜ୍ୟୋତି ସ୍ୱରୂପ ଅକାଳପୁରୁଷଙ୍କ ଆରତୀ ପାଇଁ ସମର୍ପିତ ଅଟେ॥1॥
ਕੈਸੀ ਆਰਤੀ ਹੋਇ ॥ ਭਵ ਖੰਡਨਾ ਤੇਰੀ ਆਰਤੀ ॥ ସୃଷ୍ଟିର ଜୀବଙ୍କ ଜନ୍ମ ମରଣ ନାଶ କରୁଥିବା ହେ ପ୍ରଭୁ! ପ୍ରକୃତିରେ ତୋର କିପରି ଅଲୌକିକ ଆରତୀ ହେଉଛି ଯେ
ਅਨਹਤਾ ਸਬਦ ਵਾਜੰਤ ਭੇਰੀ ॥੧॥ ਰਹਾਉ ॥ ଯେଉଁ ଏକ ରସ ବେଦ ଧ୍ୱନି (ଜୀବର ହୃତ ସ୍ପନ୍ଦନ) ହେଉକି, ତାହା ତୁମ ଆରତୀରେ ବଜା ବଜାଇବା ଭଳି ଅଟେ। ॥1॥ରୁହ॥
ਸਹਸ ਤਵ ਨੈਨ ਨਨ ਨੈਨ ਹਹਿ ਤੋਹਿ ਕਉ ਸਹਸ ਮੂਰਤਿ ਨਨਾ ਏਕ ਤੋੁਹੀ ॥ ହେ ସର୍ବବ୍ୟାପକ ନିରାକାର ଇଶ୍ଵର! ତୁମର ହଜାର ହଜାର ଆଖି ଅଛି, କିନ୍ତୁ ନିର୍ଗୁଣ ସ୍ୱରୂପରେ ତୁମର କୌଣସି ଆଖି ନାହିଁ, ସେହିଭଳି ତୁମର ହଜାର ହଜାର ମୂର୍ତ୍ତି ଅଛି, ପରନ୍ତୁ ଏକ ମଧ୍ୟ ରୂପ ନାହିଁ, କାରଣ ତୁମେ ନିର୍ଗୁଣ ସ୍ୱରୂପଅଟ,
ਸਹਸ ਪਦ ਬਿਮਲ ਨਨ ਏਕ ਪਦ ਗੰਧ ਬਿਨੁ ਸਹਸ ਤਵ ਗੰਧ ਇਵ ਚਲਤ ਮੋਹੀ ॥੨॥ ସର୍ଗୁଣ ସ୍ଵରୁପରେ ତୁମର ହଜାର ହଜାର ଚରଣ ଅଛି, କିନ୍ତୁ ତୁମର ନିର୍ଗୁଣ ସ୍ୱରୂପ ହେବା କାରଣରୁ ଏକ ମଧ୍ୟ ଚରାନ ନାହିଁ, ତୁମୀ ଘାଣେନ୍ଦ୍ରିୟ(ନାସିକା) ରହିତ ଅଟ ଆଉ ତୁମର ମଧ୍ୟ ହଜାର ହଜାର ନାସିକା ଅଛି; ତୁମର ଏହି ଆଶ୍ଚର୍ଯ୍ୟଜନକ ସ୍ୱରୂପ ମୋତେ ମୋହିତ କରିଛି॥2॥
ਸਭ ਮਹਿ ਜੋਤਿ ਜੋਤਿ ਹੈ ਸੋਇ ॥ ସୃଷ୍ଟିର ସମସ୍ତ ପ୍ରାଣୀଙ୍କ ଠାରେ ସେହି ଜ୍ୟୋତି ସ୍ୱରୂପ ଜ୍ୟୋତି ହିଁ ପ୍ରକାଶମାନ ଅଛି।
ਤਿਸ ਦੈ ਚਾਨਣਿ ਸਭ ਮਹਿ ਚਾਨਣੁ ਹੋਇ ॥ ତାହାଙ୍କ ପ୍ରକାଶ ରୂପୀ କୃପାରୁ ସମସ୍ତଙ୍କ ଠାରେ ଜୀବନର ପ୍ରକାଶ ଅଛି।
ਗੁਰ ਸਾਖੀ ਜੋਤਿ ਪਰਗਟੁ ਹੋਇ ॥ କିନ୍ତୁ ଗୁରୁ ଉପଦେଶ ଦ୍ଵାରା ହିଁ ଏହି ଜ୍ୟୋତିର ବୋଧ ହୋଇଥାଏ।
ਜੋ ਤਿਸੁ ਭਾਵੈ ਸੁ ਆਰਤੀ ਹੋਇ ॥੩॥ ଯିଏ ସେହି ଈଶ୍ଵରଙ୍କୁ ଭଲ ଲାଗିଥାଏ, ସିଏ ତାହାଙ୍କ ଆରତୀ ହୋଇଥାଏ॥3॥
ਹਰਿ ਚਰਣ ਕਵਲ ਮਕਰੰਦ ਲੋਭਿਤ ਮਨੋ ਅਨਦਿਨੋੁ ਮੋਹਿ ਆਹੀ ਪਿਆਸਾ ॥ ହରିଙ୍କ ଚରଣ ରୂପୀ ପୁଷ୍ପ ରସରେ ମୋର ମନ ଲାଳାୟିତ ଅଛି, ପ୍ରତିଦିନ ମୋତେ ଏହି ରସର ତୃଷ୍ଣା ରହିଛି।
ਕ੍ਰਿਪਾ ਜਲੁ ਦੇਹਿ ਨਾਨਕ ਸਾਰਿੰਗ ਕਉ ਹੋਇ ਜਾ ਤੇ ਤੇਰੈ ਨਾਇ ਵਾਸਾ ॥੪॥੩॥ ହେ ନିରଙ୍କାର! ନାନକ ଚାତକକୁ ନିଜ କୃପା-ଜଳ ଦିଅ, ଯାହାଦ୍ୱାରା ମୋର ମନ ତୁମ ଠାରେ ଲାଖି ରହିଯିବ॥4॥1॥9॥
ਧਨਾਸਰੀ ਮਹਲਾ ੩ ਘਰੁ ੨ ਚਉਪਦੇ ଧନାସରୀ ମହଲା 3 ଘର 2 ଚଉପଦୀ
ੴ ਸਤਿਗੁਰ ਪ੍ਰਸਾਦਿ ॥ ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਇਹੁ ਧਨੁ ਅਖੁਟੁ ਨ ਨਿਖੁਟੈ ਨ ਜਾਇ ॥ ଏହି ନାମ-ଧନ କଦାପି ସମାପ୍ତ ହୁଏନାହିଁ ଅର୍ଥାତ ଏହା ଅକ୍ଷୟ ଅଟେ।
ਪੂਰੈ ਸਤਿਗੁਰਿ ਦੀਆ ਦਿਖਾਇ ॥ ପୂର୍ଣ୍ଣ ସଦଗୁରୁ ମୋତେ ଏହା ଦେଖାଇ ଦେଇଛନ୍ତି।
ਅਪੁਨੇ ਸਤਿਗੁਰ ਕਉ ਸਦ ਬਲਿ ਜਾਈ ॥ ମୁଁ ନିଜ ପୂର୍ଣ୍ଣ ସଦଗୁରୁ ପ୍ରତି ସଦା ସମର୍ପିତ ଅଟେ।
ਗੁਰ ਕਿਰਪਾ ਤੇ ਹਰਿ ਮੰਨਿ ਵਸਾਈ ॥੧॥ ଗୁରୁଙ୍କ କୃପାରୁ ମୁଁ ଭଗବାନଙ୍କୁ ନିଜ ମନରେ ସ୍ଥାପନ କରିଛି॥1॥
ਸੇ ਧਨਵੰਤ ਹਰਿ ਨਾਮਿ ਲਿਵ ਲਾਇ ॥ କେବଳ ସେ ଧନବାନ ଅଟେ, ଯିଏ ହରିନାମ ଠାରେ ଧ୍ୟାନ ଲଗାଇ ରଖିଥାଏ।
ਗੁਰਿ ਪੂਰੈ ਹਰਿ ਧਨੁ ਪਰਗਾਸਿਆ ਹਰਿ ਕਿਰਪਾ ਤੇ ਵਸੈ ਮਨਿ ਆਇ ॥ ਰਹਾਉ ॥ ପୂର୍ଣ୍ଣ ଗୁରୁ ମୋର ହୃଦୟରେ ହରିନାମ ଧନର ପ୍ରକାଶ କରିଛନ୍ତି ଆଉ ଭଗବାନଙ୍କ କୃପାରୁ ଏହି ନାମ ଧନ ମୋର ମନରେ ସ୍ଥାପିତ ହୋଇଛି॥ରୁହ॥
ਅਵਗੁਣ ਕਾਟਿ ਗੁਣ ਰਿਦੈ ਸਮਾਇ ॥ ଅବଗୁଣ ଚାଲିଯାଇ ଗୁଣ ଆସି ତାହାର ହୃଦୟରେ ବାସ କରିଛି ଯାହାର
ਪੂਰੇ ਗੁਰ ਕੈ ਸਹਜਿ ਸੁਭਾਇ ॥ ପୂର୍ଣ୍ଣ ଗୁରୁଙ୍କ ପ୍ରେମ ଦ୍ଵାରା ସ୍ଵଭାବ ସ୍ଵାଭାବିକ ହୋଇଛି।
ਪੂਰੇ ਗੁਰ ਕੀ ਸਾਚੀ ਬਾਣੀ ॥ ପୂର୍ଣ୍ଣ ଗୁରୁଙ୍କ ବାଣୀ ସତ୍ୟ ଏବଂ ଶାଶ୍ଵତ ଅଟେ ଆଉ
ਸੁਖ ਮਨ ਅੰਤਰਿ ਸਹਜਿ ਸਮਾਣੀ ॥੨॥ ଏହା ଦ୍ଵାରା ମନରେ ସୁଖ ଏବଂ ସ୍ଵାଭାବିକ ଅବସ୍ଥା ଉତ୍ପନ୍ନ ହୋଇଯାଏ॥2॥
ਏਕੁ ਅਚਰਜੁ ਜਨ ਦੇਖਹੁ ਭਾਈ ॥ ହେ ମାନବ! ହେ ଭାଇ! ଏକ ଆଶ୍ଚର୍ଯ୍ୟ ଦେଖ
ਦੁਬਿਧਾ ਮਾਰਿ ਹਰਿ ਮੰਨਿ ਵਸਾਈ ॥ ମୁଁ ନିଜ ଦ୍ଵିଧାକୁ ଦୂର କରି ଭଗବାନଙ୍କୁ ନିଜ ହୃଦୟରେ ସ୍ଥାପିତ କରିଛି।
ਨਾਮੁ ਅਮੋਲਕੁ ਨ ਪਾਇਆ ਜਾਇ ॥ ଏହି ନାମ ବଡ ଅମୂଲ୍ୟ ଅଟେ ଆଉ ଏହା କୌଣସି ମୂଲ୍ୟ ବିନିମୟରେ ପ୍ରାପ୍ତ କରାଯାଇ ପାରିବ ନାହିଁ।
ਗੁਰ ਪਰਸਾਦਿ ਵਸੈ ਮਨਿ ਆਇ ॥੩॥ ଏହା ଗୁରୁଙ୍କ କୃପାରୁ ହିଁ ମନରେ ବାସ କରିଥାଏ॥3॥
ਸਭ ਮਹਿ ਵਸੈ ਪ੍ਰਭੁ ਏਕੋ ਸੋਇ ॥ ଏକ ପ୍ରଭୁ ହୁଁ ସମସ୍ତ ଜୀବଙ୍କ ଠାରେ ନିବାସ କରିଥାନ୍ତି ଆଉ
ਗੁਰਮਤੀ ਘਟਿ ਪਰਗਟੁ ਹੋਇ ॥ ଗୁରୁଙ୍କ ଉପଦେଶ ଦ୍ଵାରା ସେ ହୃଦୟରେ ହିଁ ପ୍ରକଟ ହୋଇଯାଏ।
ਸਹਜੇ ਜਿਨਿ ਪ੍ਰਭੁ ਜਾਣਿ ਪਛਾਣਿਆ ॥ ଯିଏ ସ୍ଵାଭାବିକ ଅବସ୍ଥାରେ ପ୍ରଭୁଙ୍କ ଜାଣି ଦେଇଛି,
Scroll to Top
https://siprokmrk.polinema.ac.id/storage/proposal/ http://pendaftaran-online.poltekkesjogja.ac.id/
jp1131 https://login-bobabet.net/ https://sugoi168daftar.com/ https://login-domino76.com/ http://pui.poltekkesjogja.ac.id/whm/gcr/ https://perpus.unik-cipasung.ac.id/Perps/ https://informatika.nusaputra.ac.id/mon/ https://biroinfrasda.sipsipmas.jayawijayakab.go.id/application/core/ https://e-journal.upstegal.ac.id/pages/catalog/ https://perpus.pelitacemerlangschool.sch.id/system/-/
https://e-learning.akperakbid-bhaktihusada.ac.id/storages/gacor/
https://siakba.kpu-mamuju.go.id/summer/gcr/
https://siprokmrk.polinema.ac.id/storage/proposal/ http://pendaftaran-online.poltekkesjogja.ac.id/
jp1131 https://login-bobabet.net/ https://sugoi168daftar.com/ https://login-domino76.com/ http://pui.poltekkesjogja.ac.id/whm/gcr/ https://perpus.unik-cipasung.ac.id/Perps/ https://informatika.nusaputra.ac.id/mon/ https://biroinfrasda.sipsipmas.jayawijayakab.go.id/application/core/ https://e-journal.upstegal.ac.id/pages/catalog/ https://perpus.pelitacemerlangschool.sch.id/system/-/
https://e-learning.akperakbid-bhaktihusada.ac.id/storages/gacor/
https://siakba.kpu-mamuju.go.id/summer/gcr/