Guru Granth Sahib Translation Project

guru granth sahib odia page-522

Page 522

ਭਗਤ ਤੇਰੇ ਦਇਆਲ ਓਨ੍ਹ੍ਹਾ ਮਿਹਰ ਪਾਇ ॥ ହେ ଦୟାନିଧି! ଏହି ଭକ୍ତ ତୋର ହିଁ ଅଟେ, ତାହା ଉପରେ ନିଜ କୃପା କର।
ਦੂਖੁ ਦਰਦੁ ਵਡ ਰੋਗੁ ਨ ਪੋਹੇ ਤਿਸੁ ਮਾਇ ॥ ଦୁଃଖ, ଯନ୍ତ୍ରଣା, ବଡ ରୋଗ ଏବଂ ମାୟା ତାହାଙ୍କୁ ସ୍ପର୍ଶ କରେନାହିଁ।
ਭਗਤਾ ਏਹੁ ਅਧਾਰੁ ਗੁਣ ਗੋਵਿੰਦ ਗਾਇ ॥ ଗୋବିନ୍ଦଙ୍କ ଗୁଣଗାନ ହିଁ ଭକ୍ତର ଜୀବନ ଆଧାର ଅଟେ।
ਸਦਾ ਸਦਾ ਦਿਨੁ ਰੈਣਿ ਇਕੋ ਇਕੁ ਧਿਆਇ ॥ ସେ ସଦା-ସର୍ବଦା ଏକ ଈଶ୍ଵରଙ୍କ ଧ୍ୟାନ ହିଁ କରିଥାଏ ଏବଂ
ਪੀਵਤਿ ਅੰਮ੍ਰਿਤ ਨਾਮੁ ਜਨ ਨਾਮੇ ਰਹੇ ਅਘਾਇ ॥੧੪॥ ଅମୃତ-ନାମ ପାନ କରି ନାମରେ ହିଁ ତୃପ୍ତ ରହିଥାଏ||14||
ਸਲੋਕ ਮਃ ੫ ॥ ଶ୍ଳୋକ ମହଲା 5॥
ਕੋਟਿ ਬਿਘਨ ਤਿਸੁ ਲਾਗਤੇ ਜਿਸ ਨੋ ਵਿਸਰੈ ਨਾਉ ॥ ଯାହା ପାଖରେ ଈଶ୍ଵରଙ୍କ ନାମ ବିସ୍ମରଣ ହୋଇଯାଏ, ତାହାକୁ କୋଟି କୋଟି ବିଘ୍ନ ଲାଗିଥାଏ।
ਨਾਨਕ ਅਨਦਿਨੁ ਬਿਲਪਤੇ ਜਿਉ ਸੁੰਞੈ ਘਰਿ ਕਾਉ ॥੧॥ ହେ ନାନକ! ଏପରି ଲୋକ ସର୍ବଦା ରୋଦନ କରିଥାଏ, ଯେପରି ଶୂନ୍ୟ ଘରେ କାଉ କା କା କରିଥାଏ||1||
ਮਃ ੫ ॥ ମହଲା 5॥
ਪਿਰੀ ਮਿਲਾਵਾ ਜਾ ਥੀਐ ਸਾਈ ਸੁਹਾਵੀ ਰੁਤਿ ॥ ସେହି ଋତୁ ସୁନ୍ଦର ଅଟେ, ଯେତେବେଳେ ପ୍ରିୟତମ ପ୍ରଭୁଙ୍କ ସହିତ ମିଳନ ହୋଇଥାଏ।
ਘੜੀ ਮੁਹਤੁ ਨਹ ਵੀਸਰੈ ਨਾਨਕ ਰਵੀਐ ਨਿਤ ॥੨॥ ହେ ନାନକ! ତାହାଙ୍କୁ ନିତ୍ୟ ସ୍ମରଣ କରିବା ଉଚିତ ଏବଂ ଏକ କ୍ଷଣ ପାଇଁ ଭୁଲିବା ଉଚିତ ନୁହେଁ||2||
ਪਉੜੀ ॥ ପଉଡୀ॥
ਸੂਰਬੀਰ ਵਰੀਆਮ ਕਿਨੈ ਨ ਹੋੜੀਐ ॥ ਫਉਜ ਸਤਾਣੀ ਹਾਠ ਪੰਚਾ ਜੋੜੀਐ ॥ କାମ, କ୍ରୋଧ, ଲୋଭ, ମୋହ ଏବଂ ଅହଂକାର ଏତେ ସୁରବୀର ଓ ପରାକ୍ରମୀ ଯେ ସେମାନକୁ କୌଣସି ଶକ୍ତିଶାଳୀ ଏକତ୍ର ହୋଇ, ଏହି ପାଞ୍ଚ ବିକାରକୁ ବାଧା ଦେଇ ପାରନ୍ତି ନାହିଁ।
ਦਸ ਨਾਰੀ ਅਉਧੂਤ ਦੇਨਿ ਚਮੋੜੀਐ ॥ ଦଶ ଇନ୍ଦ୍ରିୟ ଅବଧୂତ ପୁରୁଷଙ୍କୁ ମଧ୍ୟ ବିକାରରେ ଲଗାଇ ରଖିଥାଏ।
ਜਿਣਿ ਜਿਣਿ ਲੈਨ੍ਹ੍ਹਿ ਰਲਾਇ ਏਹੋ ਏਨਾ ਲੋੜੀਐ ॥ ସବୁଙ୍କ ଉପରେ ବିଜୟ ପ୍ରାପ୍ତ କରି ନିଜ ସାଥିରେ ମିଳାଇ ଥାଆନ୍ତି।
ਤ੍ਰੈ ਗੁਣ ਇਨ ਕੈ ਵਸਿ ਕਿਨੈ ਨ ਮੋੜੀਐ ॥ ତ୍ରିଗୁଣାତ୍ମକ ଦୁନିଆ ତାହାଙ୍କ ବଶରେ ଥାଏ ଏବଂ କେହି ମଧ୍ୟ ତାହାଙ୍କ ସହିତ ସଂଘର୍ଷ କରି ପାରନ୍ତି ନାହିଁ।
ਭਰਮੁ ਕੋਟੁ ਮਾਇਆ ਖਾਈ ਕਹੁ ਕਿਤੁ ਬਿਧਿ ਤੋੜੀਐ ॥ ଭ୍ରମ ରୂପୀ ଦୂର୍ଗ ଏବଂ ମାୟାର ଖାଇ କୁ କେଉଁ ବିଧିରେ ଦୂର କରାଯାଇ ପାରିବ?
ਗੁਰੁ ਪੂਰਾ ਆਰਾਧਿ ਬਿਖਮ ਦਲੁ ਫੋੜੀਐ ॥ ପୂର୍ଣ୍ଣ ଗୁରୁଙ୍କ ଆରାଧନା କରିବା ଦ୍ଵାରା ଏହା ଦୂର କରାଯାଇ ପାରିବ, ଏଥିପାଇଁ
ਹਉ ਤਿਸੁ ਅਗੈ ਦਿਨੁ ਰਾਤਿ ਰਹਾ ਕਰ ਜੋੜੀਐ ॥੧੫॥ ମୁଁ ସର୍ବଦା ସେହି ଗୁରୁଙ୍କ ସମ୍ମୁଖରେ ହାତ ଯୋଡି ଦଣ୍ଡାୟମାନ ରହିଥାଏ||15||
ਸਲੋਕ ਮਃ ੫ ॥ ଶ୍ଳୋକ ମହଲା 5॥
ਕਿਲਵਿਖ ਸਭੇ ਉਤਰਨਿ ਨੀਤ ਨੀਤ ਗੁਣ ਗਾਉ ॥ ନିତ୍ୟ ପରମାତ୍ମାଙ୍କ ଗୁଣଗାନ କରିବା ଦ୍ଵାରା ସବୁ ପାପ ବାହାର ହୋଇଯାଏ।
ਕੋਟਿ ਕਲੇਸਾ ਊਪਜਹਿ ਨਾਨਕ ਬਿਸਰੈ ਨਾਉ ॥੧॥ ହେ ନାନକ! ଯଦି ପରମାତ୍ମାଙ୍କ ନାମ ବିସ୍ମରଣ ହୋଇଯାଏ, କୋଟି କୋଟି ଦୁଃଖ-କ୍ଲେଶ ଉତ୍ପନ୍ନ ହୋଇଯାଏ||1||
ਮਃ ੫ ॥ ମହଲା 5॥
ਨਾਨਕ ਸਤਿਗੁਰਿ ਭੇਟਿਐ ਪੂਰੀ ਹੋਵੈ ਜੁਗਤਿ ॥ ହେ ନାନକ! ସଚ୍ଚା ଗୁରୁଙ୍କ ସହିତ ଭେଟ ହେବା ପରେ ଜୀବନମୁକ୍ତି ପାଇବାର ଯୁକ୍ତି ମିଳିଯାଏ ଏବଂ
ਹਸੰਦਿਆ ਖੇਲੰਦਿਆ ਪੈਨੰਦਿਆ ਖਾਵੰਦਿਆ ਵਿਚੇ ਹੋਵੈ ਮੁਕਤਿ ॥੨॥ ପୁଣି ହସି, ଖେଳି, ଖାଇ, ପିନ୍ଧି ମୁକ୍ତି ହୋଇଯାଏ||2||
ਪਉੜੀ ॥ ପଉଡୀ॥
ਸੋ ਸਤਿਗੁਰੁ ਧਨੁ ਧੰਨੁ ਜਿਨਿ ਭਰਮ ਗੜੁ ਤੋੜਿਆ ॥ ସେହି ସଦଗୁରୁ ଧନ୍ୟ-ଧନ୍ୟ ଅଟନ୍ତି, ଯିଏ ଭ୍ରମର ଦୂର୍ଗ ଧ୍ଵଂସ କରିଥାନ୍ତି।
ਸੋ ਸਤਿਗੁਰੁ ਵਾਹੁ ਵਾਹੁ ਜਿਨਿ ਹਰਿ ਸਿਉ ਜੋੜਿਆ ॥ ସେହି ସଦଗୁରୁ ସ୍ତୁତି ଯୋଗ୍ୟ ଅଟନ୍ତି, ଯିଏ ମୋତେ ଭଗବାନଙ୍କ ସହିତ ମିଳାଇ ଦେଇଛନ୍ତି।
ਨਾਮੁ ਨਿਧਾਨੁ ਅਖੁਟੁ ਗੁਰੁ ਦੇਇ ਦਾਰੂਓ ॥ ପ୍ରଭୁ-ନାମର ଅକ୍ଷୟ ଭଣ୍ଡାର ଗୁରୁ ମୋତେ ଔଷଧ ରୂପରେ ଦେଇଛନ୍ତି ଏବଂ
ਮਹਾ ਰੋਗੁ ਬਿਕਰਾਲ ਤਿਨੈ ਬਿਦਾਰੂਓ ॥ ସେ ଏହି ଔଷଧ ଦ୍ଵାରା ମହା ବିକରାଳ ରୋଗ ଦୂର କରି ଦେଇଛନ୍ତି।
ਪਾਇਆ ਨਾਮੁ ਨਿਧਾਨੁ ਬਹੁਤੁ ਖਜਾਨਿਆ ॥ ମୋତେ ପ୍ରଭୁ-ନାମ ରୂପୀ ବହୁତ ବଡ ଖଜଣା ହାସଲ ହୋଇ ଯାଇଛି
ਜਿਤਾ ਜਨਮੁ ਅਪਾਰੁ ਆਪੁ ਪਛਾਨਿਆ ॥ ଯାହାଦ୍ୱାରା ଅପାର ଜନ୍ମର ମହତ୍ତ୍ଵର ପରିଚୟ ମିଳିଛି।
ਮਹਿਮਾ ਕਹੀ ਨ ਜਾਇ ਗੁਰ ਸਮਰਥ ਦੇਵ ॥ ସର୍ବକଳା ସମର୍ଥ ଗୁରୁଦେବଙ୍କ ମହିମା ବର୍ଣ୍ଣନା କରାଯାଇ ପାରିବ ନାହିଁ, କାରଣ
ਗੁਰ ਪਾਰਬ੍ਰਹਮ ਪਰਮੇਸੁਰ ਅਪਰੰਪਰ ਅਲਖ ਅਭੇਵ ॥੧੬॥ ଗୁରୁ ନିଜେ ହିଁ ପରଂବ୍ରହ୍ମ-ପରମେଶ୍ଵର ଅପରାମ୍ପର, ଅଲକ୍ଷ ଏବଂ ଅଭେଦ ସତ୍ୟର ରୂପ ଅଟନ୍ତି||16||
ਸਲੋਕੁ ਮਃ ੫ ॥ ଶ୍ଳୋକ ମହଲା 5॥
ਉਦਮੁ ਕਰੇਦਿਆ ਜੀਉ ਤੂੰ ਕਮਾਵਦਿਆ ਸੁਖ ਭੁੰਚੁ ॥ ହେ ଜୀବ! ତୁ ନାମ-ସ୍ମରଣ ଉଦ୍ୟମ କରି ନିଜ ଜୀବନ ଅତିବାହିତ କର, ଏହି ସାଧନା ଦ୍ଵାରା ତୁ ସୁଖ ଭୋଗ କରିବୁ।
ਧਿਆਇਦਿਆ ਤੂੰ ਪ੍ਰਭੂ ਮਿਲੁ ਨਾਨਕ ਉਤਰੀ ਚਿੰਤ ॥੧॥ ହେ ନାନକ! ନାମ ଆରାଧନା କରିବା ଦ୍ଵାରା ପ୍ରଭୁ ମିଳିବେ ଏବଂ ତୋର ଚିନ୍ତା ଦୂର ହୋଇଯିବ||1||
ਮਃ ੫ ॥ ମହଲା 5॥
ਸੁਭ ਚਿੰਤਨ ਗੋਬਿੰਦ ਰਮਣ ਨਿਰਮਲ ਸਾਧੂ ਸੰਗ ॥ ହେ ଗୋବିନ୍ଦ! ମୋତେ ଶୁଭ ଚିନ୍ତନ, ସ୍ମରଣ ଏବଂ ନିର୍ମଳ ସାଧୁ-ସଂଗତିର ଦାନ ପ୍ରଦାନ କର।
ਨਾਨਕ ਨਾਮੁ ਨ ਵਿਸਰਉ ਇਕ ਘੜੀ ਕਰਿ ਕਿਰਪਾ ਭਗਵੰਤ ॥੨॥ ହେ ଭଗବାନ! ନଅଙ୍କ ଉପରେ ଏପରି କୃପା କର ଯେ ତୋର ନାମକୁ ଏକ କ୍ଷଣ ପାଇଁ ମଧ୍ୟ ଭୁଲି ହେବ ନାହିଁ||2||
ਪਉੜੀ ॥ ପଉଡୀ॥
ਤੇਰਾ ਕੀਤਾ ਹੋਇ ਤ ਕਾਹੇ ਡਰਪੀਐ ॥ ହେ ସ୍ଵାମୀ! ଯେତେବେଳେ ସବୁକିଛି ତୋ’ ଦ୍ଵାରା ଘଟିତ ହୋଇଛି, ଆମେ କାହିଁକି ଭୟ ଅନୁଭବ କରିବୁ?
ਜਿਸੁ ਮਿਲਿ ਜਪੀਐ ਨਾਉ ਤਿਸੁ ਜੀਉ ਅਰਪੀਐ ॥ ଯାହା ସହିତ ମିଶି ନାମ-ସ୍ମରଣ କରାଯାଇ ଥାଏ, ତାହାକୁ ନିଜ ପ୍ରାଣ ଅର୍ପଣ କରିଦେବା ଉଚିତ।
ਆਇਐ ਚਿਤਿ ਨਿਹਾਲੁ ਸਾਹਿਬ ਬੇਸੁਮਾਰ ॥ ସେହି ଅସୁମାରୀ ମାଲିକ ମନରେ ସ୍ମରଣ କରିବା ଦ୍ଵାରା ଜୀବ ଆନନ୍ଦିତ ହୋଇଯାଏ।
ਤਿਸ ਨੋ ਪੋਹੇ ਕਵਣੁ ਜਿਸੁ ਵਲਿ ਨਿਰੰਕਾਰ ॥ ଯାହା ସହିତ ନିରଙ୍କାର ପରମାତ୍ମା ଅଛନ୍ତି, ତାହାକୁ କୌଣସି ଦୁଃଖ ସ୍ପର୍ଶ କରେନାହିଁ।
ਸਭੁ ਕਿਛੁ ਤਿਸ ਕੈ ਵਸਿ ਨ ਕੋਈ ਬਾਹਰਾ ॥ ସବୁ କିଛି ତାହାଙ୍କ ବଶରେ ଅଛନ୍ତି ଏବଂ କେହି ମଧ୍ୟ ତାହାଙ୍କ ହୁକୁମ ବାହାରେ ନାହାନ୍ତି।
ਸੋ ਭਗਤਾ ਮਨਿ ਵੁਠਾ ਸਚਿ ਸਮਾਹਰਾ ॥ ସେହି ପରମ-ସତ୍ୟ ପ୍ରଭୁ ଭକ୍ତର ମନରେ ବାସ କରିଥାଏ ଏବଂ ତାହାର ଅନ୍ତରାତ୍ମାରେ ରହିଥାଏ।
ਤੇਰੇ ਦਾਸ ਧਿਆਇਨਿ ਤੁਧੁ ਤੂੰ ਰਖਣ ਵਾਲਿਆ ॥ ହେ ଭଗବାନ! ତୋର ଦାସ ତୋର ହିଁ ଧ୍ୟାନ କରିଥାଏ ଏବଂ ତୁ ହିଁ ତାହାଙ୍କ ରକ୍ଷାକାରୀ ଅଟୁ।


© 2025 SGGS ONLINE
error: Content is protected !!
Scroll to Top