Guru Granth Sahib Translation Project

guru granth sahib odia page-521

Page 521

ਮਃ ੫ ॥ ମହଲା 5॥
ਜਿਮੀ ਵਸੰਦੀ ਪਾਣੀਐ ਈਧਣੁ ਰਖੈ ਭਾਹਿ ॥ ଜମି ପାଣିରେ ରହିଥାଏ ଏବଂ କାଠ ନିଜ ଭିତରେ ଥିବା ଅଗ୍ନିକୁ ଲୁଚାଇ ରଖିଥାଏ।
ਨਾਨਕ ਸੋ ਸਹੁ ਆਹਿ ਜਾ ਕੈ ਆਢਲਿ ਹਭੁ ਕੋ ॥੨॥ ହେ ନାନକ! ସେହି ମାଲିକଙ୍କ କାମନା କର, ଯିଏ ସବୁ ଜୀବର ଆଧାର ଅଟନ୍ତି||2||
ਪਉੜੀ ॥ ପଉଡୀ ॥
ਤੇਰੇ ਕੀਤੇ ਕੰਮ ਤੁਧੈ ਹੀ ਗੋਚਰੇ ॥ ହେ ସ୍ଵାମୀ! ତୁ କରିଥିବା କର୍ମ ତୋ’ ଉପରେ ନିର୍ଭର କରିଥାଏ।
ਸੋਈ ਵਰਤੈ ਜਗਿ ਜਿ ਕੀਆ ਤੁਧੁ ਧੁਰੇ ॥ ଏହି ଦୁନିଆରେ ତାହା ହିନ ହେଉଥାଏ, ଯାହା ତୁ ନିଜ ହୁକୁମ ଦ୍ଵାରା କରାଇ ଥାଉ।
ਬਿਸਮੁ ਭਏ ਬਿਸਮਾਦ ਦੇਖਿ ਕੁਦਰਤਿ ਤੇਰੀਆ ॥ ମୁଁ ତୋର ଅଦ୍ଭୁତ ପ୍ରକୃତିକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛି।
ਸਰਣਿ ਪਰੇ ਤੇਰੀ ਦਾਸ ਕਰਿ ਗਤਿ ਹੋਇ ਮੇਰੀਆ ॥ ତୋର ଦାସ ତୋର ଶରଣକୁ ଆସିଛି, ଯଦି ତୁମେ କୃପାଦୃଷ୍ଟି ଧାରଣ କର, ତାହାହେଲେ ମୋର ଗତି
ਤੇਰੈ ਹਥਿ ਨਿਧਾਨੁ ਭਾਵੈ ਤਿਸੁ ਦੇਹਿ ॥ ତୋର ହାତରେ ନାମର ଭଣ୍ଡାର ଅଛି, ଯାହା ତୋତେ ଭଲ ଲାଗିଥାଏ, ତାହା ତୁମେ ସେହି ଭଣ୍ଡାରରେ ରଖିଦିଅ।
ਜਿਸ ਨੋ ਹੋਇ ਦਇਆਲੁ ਹਰਿ ਨਾਮੁ ਸੇਇ ਲੇਹਿ ॥ ଯେଉଁ ବ୍ୟକ୍ତି ଉପରେ ତୁ ଦୟାଳୁ ହେଉ, ସେ ହି ହରିନାମର ଭଣ୍ଡାର ପ୍ରାପ୍ତ କରିଥାଏ।
ਅਗਮ ਅਗੋਚਰ ਬੇਅੰਤ ਅੰਤੁ ਨ ਪਾਈਐ ॥ ହେ ଅଗମ୍ୟ, ଅଗୋଚର ଏବଂ ଅନନ୍ତ ପ୍ରଭୁ! ତୋର ଅନ୍ତ ପାଇ ହୁଏନାହିଁ।
ਜਿਸ ਨੋ ਹੋਹਿ ਕ੍ਰਿਪਾਲੁ ਸੁ ਨਾਮੁ ਧਿਆਈਐ ॥੧੧॥ ଯାହା ଉପରେ ତୁ କୃପାଳୁ ହେଉ, ସେ ହିନ ତୋର ନାମର ଧ୍ୟାନ କରିଥାଏ||11||
ਸਲੋਕ ਮਃ ੫ ॥ ଶ୍ଳୋକ ମହଲା 5॥
ਕੜਛੀਆ ਫਿਰੰਨ੍ਹ੍ਹਿ ਸੁਆਉ ਨ ਜਾਣਨ੍ਹ੍ਹਿ ਸੁਞੀਆ ॥ ପାତ୍ରରେ ଭୋଜନ ରହିଥାଏ, ପରନ୍ତୁ ପାତ୍ର ଭୋଜନର ସ୍ଵାଦ ଜାଣି ପାରେ ନାହିଁ ଏବଂ ବିନା ସ୍ଵାଦରେ ରହିଥାଏ।
ਸੇਈ ਮੁਖ ਦਿਸੰਨ੍ਹ੍ਹਿ ਨਾਨਕ ਰਤੇ ਪ੍ਰੇਮ ਰਸਿ ॥੧॥ ହେ ନାନକ! ସେହି ମୁଖ ସୁନ୍ଦର ଦେଖା ଯାଇଥାଏ, ଯାହା ପ୍ରଭୁଙ୍କ ପ୍ରେମ ରସରେ ଲୀନ ରହିଥାଏ||1||
ਮਃ ੫ ॥ ମହଲା 5॥
ਖੋਜੀ ਲਧਮੁ ਖੋਜੁ ਛਡੀਆ ਉਜਾੜਿ ॥ ସନ୍ଧାନୀ ଗୁରୁଙ୍କ ଦ୍ଵାରା ମୁଁ ତାହାଙ୍କ ସନ୍ଧାନ କରିଛି, ଯେଉଁ କାମ, କ୍ରୋଧ, ଅହଂକାର ରୂପୀ ବିକାର ମୋର
ਤੈ ਸਹਿ ਦਿਤੀ ਵਾੜਿ ਨਾਨਕ ਖੇਤੁ ਨ ਛਿਜਈ ॥੨॥ ନାନକ କହନ୍ତି ଯେ ହେ ପତି-ପ୍ରଭୁ! ତୁ ଗୁରୁ ରୂପୀ ବାଡ କରି ଦେଇଛୁ ଏବଂ ବର୍ତ୍ତମାନ ଫସଲ ନଷ୍ଟ ହେବ ନାହିଁ||2||
ਪਉੜੀ ॥ ପଉଡୀ॥
ਆਰਾਧਿਹੁ ਸਚਾ ਸੋਇ ਸਭੁ ਕਿਛੁ ਜਿਸੁ ਪਾਸਿ ॥ ହେ ଭାଇ! ସେହି ପରମାତ୍ମାଙ୍କ ଆରାଧନା କର, ଯାହା ପାଖରେ ସବୁକିଛି ଅଛି।
ਦੁਹਾ ਸਿਰਿਆ ਖਸਮੁ ਆਪਿ ਖਿਨ ਮਹਿ ਕਰੇ ਰਾਸਿ ॥ ସେ ସ୍ଵୟଂ ହିଁ ଦୁଇ କୁଳର ମାଲିକ ଅଟନ୍ତି ଏବଂ ଏକ କ୍ଷଣରେ ହିଁ କାର୍ଯ୍ୟ ସଫଳ କରି ଦେଇଥାନ୍ତି।
ਤਿਆਗਹੁ ਸਗਲ ਉਪਾਵ ਤਿਸ ਕੀ ਓਟ ਗਹੁ ॥ ତୁ ସବୁ ଉପାୟ ତ୍ୟାଗ କର ଏବଂ ତାହାଙ୍କ ଆଶ୍ରୟ ନିଅ।
ਪਉ ਸਰਣਾਈ ਭਜਿ ਸੁਖੀ ਹੂੰ ਸੁਖ ਲਹੁ ॥ ତାହାଙ୍କ ଶରଣରେ ଆସ ଏବଂ ସର୍ବୋତ୍ତମ ସୁଖ ପ୍ରାପ୍ତ କର।
ਕਰਮ ਧਰਮ ਤਤੁ ਗਿਆਨੁ ਸੰਤਾ ਸੰਗੁ ਹੋਇ ॥ ଶୁଭ କର୍ମ, ଧର୍ମ ଏବଂ ତତ୍ତ୍ଵ ଜ୍ଞାନ ସନ୍ଥଜନଙ୍କ ସଙ୍ଗତିରେ ପ୍ରାପ୍ତ ହୋଇଥାଏ।
ਜਪੀਐ ਅੰਮ੍ਰਿਤ ਨਾਮੁ ਬਿਘਨੁ ਨ ਲਗੈ ਕੋਇ ॥ ଅମୃତ ନାମ ଜପିବା ଦ୍ଵାରା ପ୍ରାଣୀକୁ କୌଣସି ବିଘ୍ନ ଆସେ ନାହିଁ।
ਜਿਸ ਨੋ ਆਪਿ ਦਇਆਲੁ ਤਿਸੁ ਮਨਿ ਵੁਠਿਆ ॥ ଯାହା ଉପରେ ପରମାତ୍ମା ନିଜେ ଦୟାଳୁ ହୋଇଥାନ୍ତି, ତାହାର ମନରେ ହିଁ ସେ ବାସ କରିଥାନ୍ତି ଏବଂ
ਪਾਈਅਨ੍ਹ੍ਹਿ ਸਭਿ ਨਿਧਾਨ ਸਾਹਿਬਿ ਤੁਠਿਆ ॥੧੨॥ ତାହାଙ୍କ ପ୍ରସନ୍ନତା ଦ୍ଵାରା ସବୁ ଖଜଣା ପ୍ରାପ୍ତ ହୋଇଯାଏ||12||
ਸਲੋਕ ਮਃ ੫ ॥ ଶ୍ଳୋକ ମହଲା 5॥
ਲਧਮੁ ਲਭਣਹਾਰੁ ਕਰਮੁ ਕਰੰਦੋ ਮਾ ਪਿਰੀ ॥ ଯେତେବେଳେ ମୋର ପ୍ରିୟତମ ମୋତେ କୃପା କରିଛନ୍ତି, ସନ୍ଧାନ ଯୋଗ୍ୟ ଈଶ୍ଵରଙ୍କୁ ମୁଁ ସନ୍ଧାନ କରି ନେଇଛି।
ਇਕੋ ਸਿਰਜਣਹਾਰੁ ਨਾਨਕ ਬਿਆ ਨ ਪਸੀਐ ॥੧॥ ହେ ନାନକ! ଏକ ଈଶ୍ଵର ହିଁ ଜଗତର ରଚୟିତା ଅଟନ୍ତି, ତାହାଙ୍କ ବିନା ଆଉ କେହି ନଜର ଆସନ୍ତି ନାହିଁ||1||
ਮਃ ੫ ॥ ମହଲା 5॥
ਪਾਪੜਿਆ ਪਛਾੜਿ ਬਾਣੁ ਸਚਾਵਾ ਸੰਨ੍ਹ੍ਹਿ ਕੈ ॥ ସତ୍ୟର ବାଣ ଛାଡି ଦୁର୍ଜନ ନାଶ କର।
ਗੁਰ ਮੰਤ੍ਰੜਾ ਚਿਤਾਰਿ ਨਾਨਕ ਦੁਖੁ ਨ ਥੀਵਈ ॥੨॥ ହେ ନାନକ! ଗୁରୁଙ୍କ ମନ୍ତ୍ରକୁ ସ୍ମରଣ କର, କୌଣସି ଦୁଃଖ ଗ୍ରାସ କରିବ ନାହିଁ||2||
ਪਉੜੀ ॥ ପଉଡୀ ॥
ਵਾਹੁ ਵਾਹੁ ਸਿਰਜਣਹਾਰ ਪਾਈਅਨੁ ਠਾਢਿ ਆਪਿ ॥ ସେହି ବିଶ୍ଵ ନିର୍ମାତା ପ୍ରଭୁ ଧନ୍ୟ-ଧନ୍ୟ ଅଟନ୍ତି, ଯିଏ ସ୍ଵୟଂ ହୃଦୟ ଶୀତଳ କରି ଦେଇଛନ୍ତି।
ਜੀਅ ਜੰਤ ਮਿਹਰਵਾਨੁ ਤਿਸ ਨੋ ਸਦਾ ਜਾਪਿ ॥ ସେହି ଈଶ୍ଵରଙ୍କୁ ସର୍ବଦା ଜପ କରିବା ଉଚିତ, ଯିଏ ଜୀବ-ଜନ୍ତୁଙ୍କ ପ୍ରତି କୃପାଳୁ ହୋଇଥାନ୍ତି,
ਦਇਆ ਧਾਰੀ ਸਮਰਥਿ ਚੁਕੇ ਬਿਲ ਬਿਲਾਪ ॥ ସେହି ସମର୍ଥ ପ୍ରଭୁ ମୋ’ ଉପରେ ଦୟା କରିଛନ୍ତି ଏବଂ ମୋର ସବୁ ଦୁଃଖ-କ୍ଲେଶ ଦୂର ହୋଇ ଯାଇଛି।
ਨਠੇ ਤਾਪ ਦੁਖ ਰੋਗ ਪੂਰੇ ਗੁਰ ਪ੍ਰਤਾਪਿ ॥ ପୂର୍ଣ୍ଣ ଗୁରୁଙ୍କ ପ୍ରତାପ ଦ୍ଵାରା ମୋର ସନ୍ତାପ, ଦୁଃଖ ଏବଂ ରୋଗ ସବୁ ଦୂର ହୋଇ ଯାଇଛି।
ਕੀਤੀਅਨੁ ਆਪਣੀ ਰਖ ਗਰੀਬ ਨਿਵਾਜਿ ਥਾਪਿ ॥ ଦୀନଦୟାଳୁ ପରମାତ୍ମା ସ୍ଵୟଂ ମୋର ରକ୍ଷା କରି ମୋତେ ସ୍ଥାପନ ଅରିଛନ୍ତି ଏବଂ
ਆਪੇ ਲਇਅਨੁ ਛਡਾਇ ਬੰਧਨ ਸਗਲ ਕਾਪਿ ॥ ସବୁ ବନ୍ଧନ କାଟି ସେ ନିଜେ ମୋତେ ମୁକ୍ତ କରି ଦେଇଛନ୍ତି।
ਤਿਸਨ ਬੁਝੀ ਆਸ ਪੁੰਨੀ ਮਨ ਸੰਤੋਖਿ ਧ੍ਰਾਪਿ ॥ ମୋର ତୃଷ୍ଣା ଦୂର ହୋଇ ଯାଇଛି, ଆଶା ପୂର୍ଣ୍ଣ ହୋଇ ଯାଇଛି ଏବଂ ମୋର ମନ ପ୍ରସନ୍ନ ହୋଇ ଯାଇଛି।
ਵਡੀ ਹੂੰ ਵਡਾ ਅਪਾਰ ਖਸਮੁ ਜਿਸੁ ਲੇਪੁ ਨ ਪੁੰਨਿ ਪਾਪਿ ॥੧੩॥ ସେହି ମାଲିକ ପ୍ରଭୁ ସବୁଠାରୁ ବଡ ଓ ଅପାର ଅଟନ୍ତି ଯିଏ ପୂଣ୍ୟ ଓ ପାପ ଠାରୁ ନିର୍ଲିପ୍ତ ଅଟନ୍ତି||13||
ਸਲੋਕ ਮਃ ੫ ॥ ଶ୍ଳୋକ ମହଲା 5॥
ਜਾ ਕਉ ਭਏ ਕ੍ਰਿਪਾਲ ਪ੍ਰਭ ਹਰਿ ਹਰਿ ਸੇਈ ਜਪਾਤ ॥ ଯାହା ଉପରେ ପ୍ରଭୁ କୃପାଳୁ ହୋଇଯାନ୍ତି, ସେ ହରିନାମ ଜପ କରିଥାଏ।
ਨਾਨਕ ਪ੍ਰੀਤਿ ਲਗੀ ਤਿਨ ਰਾਮ ਸਿਉ ਭੇਟਤ ਸਾਧ ਸੰਗਾਤ ॥੧॥ ହେ ନାନକ! ସତସଙ୍ଗତିରେ ମିଳନ ହେବା ଦ୍ଵାରା ଜୀବର ପ୍ରୀତି ରାମଙ୍କ ସହିତ ଲାଗିଯାଏ||1||
ਮਃ ੫ ॥ ମହଲା 5॥
ਰਾਮੁ ਰਮਹੁ ਬਡਭਾਗੀਹੋ ਜਲਿ ਥਲਿ ਮਹੀਅਲਿ ਸੋਇ ॥ ହେ ଭାଗ୍ୟଶାଳୀ ଜୀବ! ସେହି ନାମ-ସ୍ମରଣ କର, ଯିଏ ଜଳ, ସ୍ଥଳ ଏବଂ ଆକାଶରେ ପ୍ରତି ସ୍ଥାନରେ ବିଦ୍ୟମାନ ଅଟନ୍ତି।
ਨਾਨਕ ਨਾਮਿ ਅਰਾਧਿਐ ਬਿਘਨੁ ਨ ਲਾਗੈ ਕੋਇ ॥੨॥ ହେ ନାନକ!ନାମର ଆରାଧନା କରିବା ଦ୍ଵାରା ଜୀବକୁ କୌଣସି ସଙ୍କଟ ଆସେ ନାହିଁ||2||
ਪਉੜੀ ॥ ପଉଡୀ॥
ਭਗਤਾ ਕਾ ਬੋਲਿਆ ਪਰਵਾਣੁ ਹੈ ਦਰਗਹ ਪਵੈ ਥਾਇ ॥ ଭକ୍ତ ବୋଲିଥିବା ସବୁ ବଚନ ଭଗବାନଙ୍କୁ ମଞ୍ଜୁର ହୋଇଥାଏ ଏବଂ ପରେ ସତ୍ୟର ଦରବାରରେ କାମ ଆସିଥାଏ।
ਭਗਤਾ ਤੇਰੀ ਟੇਕ ਰਤੇ ਸਚਿ ਨਾਇ ॥ ହେ ପ୍ରଭୁ! ଭକ୍ତ ପାଇଁ ତୋର ହିଁ ସାହାରା ଅଛି ଏବଂ ସେ ସତ୍ୟନାମରେ ଲୀନ ରହିଥାଏ।
ਜਿਸ ਨੋ ਹੋਇ ਕ੍ਰਿਪਾਲੁ ਤਿਸ ਕਾ ਦੂਖੁ ਜਾਇ ॥ ଯାହା ଉପରେ ତୁ କୃପାଳୁ ହେଉ, ତାହାର ଦୁଃଖ-ସନ୍ତାପ ନଷ୍ଟ ହୋଇଯାଏ।


© 2017 SGGS ONLINE
Scroll to Top