Guru Granth Sahib Translation Project

guru granth sahib odia page-512

Page 512

ਹਰਿ ਸੁਖਦਾਤਾ ਮਨਿ ਵਸੈ ਹਉਮੈ ਜਾਇ ਗੁਮਾਨੁ ॥ ସୁଖର ଦାତା ହରି ମନରେ ନିବାସ କରିବେ ଏବଂ ଅଭିମାନ ଓ ଗର୍ବ ନାଶ ହୋଇଯିବ।
ਨਾਨਕ ਨਦਰੀ ਪਾਈਐ ਤਾ ਅਨਦਿਨੁ ਲਾਗੈ ਧਿਆਨੁ ॥੨॥ ହେ ନାନକ! ଯେବେ ପ୍ରଭୁ କୃପା-ଦୃଷ୍ଟି କରିଥାନ୍ତି, ସେତେବେଳେ ପ୍ରାଣୀର ଧ୍ୟାନ ରାତି ଦିନ ସତ୍ୟରେ ହିଁ ଲାଗି ରହିବ॥2॥
ਪਉੜੀ ॥ ପଉଡି ॥
ਸਤੁ ਸੰਤੋਖੁ ਸਭੁ ਸਚੁ ਹੈ ਗੁਰਮੁਖਿ ਪਵਿਤਾ ॥ ଗୁରୁମୁଖୀ ମନୁଷ୍ୟ ପବିତ୍ର, ଶୁଦ୍ଧ ଅଟେ ଏବଂ ସତ୍ୟ ଓ ସନ୍ତୋଷର ରୂପ ଅଟେ, ତାହାକୁ ସବୁ ସତ୍ୟ ହିଁ ଦେଖାଯାଏ।
ਅੰਦਰਹੁ ਕਪਟੁ ਵਿਕਾਰੁ ਗਇਆ ਮਨੁ ਸਹਜੇ ਜਿਤਾ ॥ ତାହାର ଅନ୍ତର୍ମନରୁ ଛଳ, କପଟ ଏବଂ ବିକାର ନାଶ ହୋଇଯାଏ ଆଉ ସେ ସ୍ଵାଭାବିକ ଭାବରେ ହିଁ ମନକୁ ଜିତି ନିଏ।
ਤਹ ਜੋਤਿ ਪ੍ਰਗਾਸੁ ਅਨੰਦ ਰਸੁ ਅਗਿਆਨੁ ਗਵਿਤਾ ॥ ତାହାର ମନରେ ପ୍ରଭୁ-ଜ୍ୟୋତିର ପ୍ରକାଶ ହୋଇଯାଏ, ସେ ହରିରସର ଆନନ୍ଦ ନେଇଥାଏ ଆଉ ତାହାର ଅଜ୍ଞାନତା ଦୂର ହୋଇଯାଏ।
ਅਨਦਿਨੁ ਹਰਿ ਕੇ ਗੁਣ ਰਵੈ ਗੁਣ ਪਰਗਟੁ ਕਿਤਾ ॥ ସେ ନିତ୍ୟ ହରିଙ୍କ ଗୁଣଗାନ କରିଥାଏ, ଯେଉଁ ଗୁଣ ତାହା ଭିତରେ ହରି ପ୍ରକଟ କରିଛନ୍ତି।
ਸਭਨਾ ਦਾਤਾ ਏਕੁ ਹੈ ਇਕੋ ਹਰਿ ਮਿਤਾ ॥੯॥ ସବୁ ଜୀବଙ୍କ ଦାତା ଏକ ପରମାତ୍ମା ହିଁ ସବୁଙ୍କ ମିତ୍ର ଅଟନ୍ତି॥6॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਬ੍ਰਹਮੁ ਬਿੰਦੇ ਸੋ ਬ੍ਰਾਹਮਣੁ ਕਹੀਐ ਜਿ ਅਨਦਿਨੁ ਹਰਿ ਲਿਵ ਲਾਏ ॥ ଯେଉଁ ବ୍ୟକ୍ତି ବ୍ରହ୍ମଙ୍କୁ ଜାଣିଥାଏ, ତାହାକୁ ହିଁ ବ୍ରାହ୍ମଣ କୁହାଯାଏ ଆଉ ସେ ରାତି ଦିନ ପରମାତ୍ମାଙ୍କ ଠାରେ ନିଜ ସୁରତି ଲଗାଇ ରଖିଥାଏ।
ਸਤਿਗੁਰ ਪੁਛੈ ਸਚੁ ਸੰਜਮੁ ਕਮਾਵੈ ਹਉਮੈ ਰੋਗੁ ਤਿਸੁ ਜਾਏ ॥ ସେ ସଦଗୁରୁଙ୍କ ପରାମର୍ଶ ଅନୁସାରେ ସତ୍ୟ ଏବଂ ସଂଯମ ଆଚରଣ କରିଥାଏ ଏବଂ ତାହାର ଅହଙ୍କାରର ରୋଗ ନାଶ ହୋଇଯାଏ।
ਹਰਿ ਗੁਣ ਗਾਵੈ ਗੁਣ ਸੰਗ੍ਰਹੈ ਜੋਤੀ ਜੋਤਿ ਮਿਲਾਏ ॥ ସେ ହରିଙ୍କ ଗୁଣଗାନ କରିଥାଏ, ହରିଙ୍କ ଯଶ ହିଁ ସଂଗ୍ରହ କରିଥାଏ ଆଉ ତାହାଙ୍କ ଜ୍ୟୋତି ପରମ ଜ୍ୟୋତିରେ ବିଲୀନ ହୋଇଯାଏ।
ਇਸੁ ਜੁਗ ਮਹਿ ਕੋ ਵਿਰਲਾ ਬ੍ਰਹਮ ਗਿਆਨੀ ਜਿ ਹਉਮੈ ਮੇਟਿ ਸਮਾਏ ॥ ଏହି ଜଗତରେ କେହି ବିରଳ ହିଁ ବ୍ରହ୍ମଜ୍ଞାନୀ ଅଟେ, ଯିଏ ନିଜ ଅହଂକାର ଦୂର କରି ପ୍ରଭୁଙ୍କ ଠାରେ ବିଲୀନ ହୋଇଥାଏ।
ਨਾਨਕ ਤਿਸ ਨੋ ਮਿਲਿਆ ਸਦਾ ਸੁਖੁ ਪਾਈਐ ਜਿ ਅਨਦਿਨੁ ਹਰਿ ਨਾਮੁ ਧਿਆਏ ॥੧॥ ହେ ନାନକ! ତାହାଙ୍କ ସହିତ ମିଶିଲେ ସର୍ବଦା ସୁଖ ପ୍ରାପ୍ତ ହୋଇଥାଏ, ଯିଏ ରାତି ଦିନ ହରିନାମର ଆରାଧନା କରିଥାଏ ॥1॥
ਮਃ ੩ ॥ ମହଲା 3 ॥
ਅੰਤਰਿ ਕਪਟੁ ਮਨਮੁਖ ਅਗਿਆਨੀ ਰਸਨਾ ਝੂਠੁ ਬੋਲਾਇ ॥ ଅଜ୍ଞାନ ମନମୁଖୀ ହୃଦୟରେ ଛଳ କପଟ ଥାଏ ଏବଂ ନିଜ ଜିହ୍ଵାରେ ସେ ମିଥ୍ୟା ବୋଲିଥାଏ।
ਕਪਟਿ ਕੀਤੈ ਹਰਿ ਪੁਰਖੁ ਨ ਭੀਜੈ ਨਿਤ ਵੇਖੈ ਸੁਣੈ ਸੁਭਾਇ ॥ ଛଳ କପଟ କରିଲେ ପରମାତ୍ମା ଖୁସି ହୁଅନ୍ତି ନାହିଁ, କାରଣ ସେ ସ୍ଵାଭାବିକ ଭାବରେ ସବୁ ଦେଖନ୍ତି ଓ ଶୁଣନ୍ତି।
ਦੂਜੈ ਭਾਇ ਜਾਇ ਜਗੁ ਪਰਬੋਧੈ ਬਿਖੁ ਮਾਇਆ ਮੋਹ ਸੁਆਇ ॥ ସ୍ଵେଚ୍ଛାଚାରୀ ମନୁଷ୍ୟ ଦୈତ୍ୟଭାବରେ ଫସି ଜଗତକୁ ଉପଦେଶ ଦେଇଥାଏ, କିନ୍ତୁ ନିଜେ ବିଷାକ୍ତ ମାୟାର ମୋହରେ ସକ୍ରିୟ ରହିଥାଏ।
ਇਤੁ ਕਮਾਣੈ ਸਦਾ ਦੁਖੁ ਪਾਵੈ ਜੰਮੈ ਮਰੈ ਫਿਰਿ ਆਵੈ ਜਾਇ ॥ ଏପରି କରିବା ଦ୍ଵାରା ସେ ସର୍ବଦା ଦୁଃଖ ହିଁ ଭୋଗ କରିଥାଏ ଆଉ ବାରମ୍ବାର ଜନ୍ମ ହୋଇ ମରିଥାଏ।
ਸਹਸਾ ਮੂਲਿ ਨ ਚੁਕਈ ਵਿਚਿ ਵਿਸਟਾ ਪਚੈ ਪਚਾਇ ॥ ତାହାର ଦ୍ଵିଧା ତାହାକୁ ଆଦୌ ଛାଡେ ନାହିଁ ଏବଂ ବିଷ୍ଟାରେ ହିଁ ଗଳି ସଢି ରହିଥାଏ।
ਜਿਸ ਨੋ ਕ੍ਰਿਪਾ ਕਰੇ ਮੇਰਾ ਸੁਆਮੀ ਤਿਸੁ ਗੁਰ ਕੀ ਸਿਖ ਸੁਣਾਇ ॥ ଯାହା ଉପରେ ମୋର ସ୍ଵାମୀ କୃପା କରିଥାନ୍ତି, ତାହାକୁ ଗୁରୁଙ୍କ ଶିକ୍ଷା ଶୁଣାଇ ଥାଆନ୍ତି।
ਹਰਿ ਨਾਮੁ ਧਿਆਵੈ ਹਰਿ ਨਾਮੋ ਗਾਵੈ ਹਰਿ ਨਾਮੋ ਅੰਤਿ ਛਡਾਇ ॥੨॥ ପୁଣି ଏପରି ମନୁଷ୍ୟ ହରିନାମର ଧ୍ୟାନ କରିଥାଏ, ଗୁଣଗାନ କରିଥାଏ ଏବଂ ଶେଷରେ ହରିଙ୍କ ନାମ ହିଁ ତାହାକୁ ମୋକ୍ଷ ପ୍ରଦାନ କରିଥାଏ॥2॥
ਪਉੜੀ ॥ ପଉଡି ॥
ਜਿਨਾ ਹੁਕਮੁ ਮਨਾਇਓਨੁ ਤੇ ਪੂਰੇ ਸੰਸਾਰਿ ॥ ପରମାତ୍ମା ଯାହା ଦ୍ଵାରା ନିଜର ଆଜ୍ଞା ପାଳନ କରାଇ ଥାଆନ୍ତି, ସେ ଏହି ଦୁନିଆରେ ପୂର୍ଣ୍ଣ ପୁରୁଷ ଅଟେ।
ਸਾਹਿਬੁ ਸੇਵਨ੍ਹ੍ਹਿ ਆਪਣਾ ਪੂਰੈ ਸਬਦਿ ਵੀਚਾਰਿ ॥ ସେ ନିଜ ମାଲିକର ସେବା କରିଥାଏ ଆଉ ଗୁରୁଙ୍କ ପୂର୍ଣ୍ଣ ଶବ୍ଦର ବିଚାର କରିଥାଏ।
ਹਰਿ ਕੀ ਸੇਵਾ ਚਾਕਰੀ ਸਚੈ ਸਬਦਿ ਪਿਆਰਿ ॥ ସେ ହରିଙ୍କ ଉପାସନା କରିଥାଏ ଆଉ ସତ୍ୟନାମରେ ପ୍ରୀତି ଲଗାଇ ଥାଏ।
ਹਰਿ ਕਾ ਮਹਲੁ ਤਿਨ੍ਹ੍ਹੀ ਪਾਇਆ ਜਿਨ੍ਹ੍ਹ ਹਉਮੈ ਵਿਚਹੁ ਮਾਰਿ ॥ ଯେଉଁ ମନୁଷ୍ୟ ନିଜ ଅନ୍ତରରେ ଅହଂକାରକୁ ନାଶ କରିଥାଏ, ସେ ହରିଙ୍କ ମହଲକୁ ପ୍ରାପ୍ତ କରିଥାଏ।
ਨਾਨਕ ਗੁਰਮੁਖਿ ਮਿਲਿ ਰਹੇ ਜਪਿ ਹਰਿ ਨਾਮਾ ਉਰ ਧਾਰਿ ॥੧੦॥ ହେ ନାନକ! ହରିଙ୍କ ନାମ ସ୍ମରଣ କରିବା ଏବଂ ତାହାକୁ ହୃଦୟରେ ଧାରଣ କରିବା ଦ୍ଵାରା ଗୁରୁମୁଖୀ ହରିଙ୍କ ସହିତ ମିଳନ କରିଥାଏ॥10॥
ਸਲੋਕੁ ਮਃ ੩ ॥ ଶ୍ଳୋକ ମହଲା 3 ॥
ਗੁਰਮੁਖਿ ਧਿਆਨ ਸਹਜ ਧੁਨਿ ਉਪਜੈ ਸਚਿ ਨਾਮਿ ਚਿਤੁ ਲਾਇਆ ॥ ଗୁରୁମୁଖୀ ପ୍ରଭୁଙ୍କ ଧ୍ୟାନ କରିଥାଏ ଏବଂ ତାହାର ଅନ୍ତରାତ୍ମାରେ ସ୍ଵାଭାବିକ ଧ୍ୱନି ଉତ୍ପନ୍ନ ହୋଇଥାଏ, ସେ ନିଜ ଚିତ୍ତକୁ ସତ୍ୟନାମ ସାଥିରେ ଲଗାଇ ଥାଏ।
ਗੁਰਮੁਖਿ ਅਨਦਿਨੁ ਰਹੈ ਰੰਗਿ ਰਾਤਾ ਹਰਿ ਕਾ ਨਾਮੁ ਮਨਿ ਭਾਇਆ ॥ ଗୁରୁମୁଖୀ ରାତି ଦିନ ପ୍ରଭୁଙ୍କ ପ୍ରେମରେ ଅନୁରକ୍ତ ରହିଥାଏ ଏବଂ ହରିଙ୍କ ନାମ ହିଁ ତାହାକୁ ଭଲ ଲାଗିଥାଏ।
ਗੁਰਮੁਖਿ ਹਰਿ ਵੇਖਹਿ ਗੁਰਮੁਖਿ ਹਰਿ ਬੋਲਹਿ ਗੁਰਮੁਖਿ ਹਰਿ ਸਹਜਿ ਰੰਗੁ ਲਾਇਆ ॥ ଗୁରୁମୁଖୀ ହରିଙ୍କୁ ହିଁ ଦେଖିଥାଏ ଆଉ ହରିଙ୍କ ବିଷୟରେ ହିଁ କଥା କହିଥାଏ ଆଉ ସ୍ଵାଭାବିକ ଭାବରେ ପ୍ରଭୁଙ୍କ ପ୍ରେମ ପାଇଥାଏ।
ਨਾਨਕ ਗੁਰਮੁਖਿ ਗਿਆਨੁ ਪਰਾਪਤਿ ਹੋਵੈ ਤਿਮਰ ਅਗਿਆਨੁ ਅਧੇਰੁ ਚੁਕਾਇਆ ॥ ହେ ନାନକ! ଗୁରୁମୁଖୀକୁ ହିଁ ଜ୍ଞାନର ପ୍ରାପ୍ତି ହୋଇଥାଏ ଆଉ ତାହାର ଅଜ୍ଞାନତାର ଅନ୍ଧକାର ନଷ୍ଟ ହୋଇଯାଏ।
ਜਿਸ ਨੋ ਕਰਮੁ ਹੋਵੈ ਧੁਰਿ ਪੂਰਾ ਤਿਨਿ ਗੁਰਮੁਖਿ ਹਰਿ ਨਾਮੁ ਧਿਆਇਆ ॥੧॥ ଯାହା ଉପରେ ପୂର୍ଣ୍ଣ ପ୍ରଭୁଙ୍କ ଅନୁକମ୍ପା ହୋଇଥାଏ, ସେ ଗୁରୁଙ୍କ ସାନ୍ନିଧ୍ୟରେ ରହି ହରିନାମର ଆରାଧନା କରିଥାଏ॥1॥
ਮਃ ੩ ॥ ମହଲା 3 ॥
ਸਤਿਗੁਰੁ ਜਿਨਾ ਨ ਸੇਵਿਓ ਸਬਦਿ ਨ ਲਗੋ ਪਿਆਰੁ ॥ ଯିଏ ସଦଗୁରୁଙ୍କ ସେବା କରେ ନାହିଁ, ଶବ୍ଦ ସହିତ ପ୍ରେମ ଲଗାଏ ନାହିଁ ତଥା
ਸਹਜੇ ਨਾਮੁ ਨ ਧਿਆਇਆ ਕਿਤੁ ਆਇਆ ਸੰਸਾਰਿ ॥ ସ୍ଵାଭାବିକ ଭାବରେ ନାମର ଆରାଧନା ମଧ୍ୟ କରେ ନାହିଁ, ପୁଣି ସେ କାହିଁକି ଏହି ସଂସାରକୁ ଆସିଛି?
ਫਿਰਿ ਫਿਰਿ ਜੂਨੀ ਪਾਈਐ ਵਿਸਟਾ ਸਦਾ ਖੁਆਰੁ ॥ ଏପରି ବ୍ୟକ୍ତି ପୁନଃ ପୁନଃ ଯୋନିର ଚକ୍ରରେପଡିଥାଏ ଆଉ ସର୍ବଦା ବିଷ୍ଟାରେ ନାସ ହୋଇଥାଏ।
ਕੂੜੈ ਲਾਲਚਿ ਲਗਿਆ ਨਾ ਉਰਵਾਰੁ ਨ ਪਾਰੁ ॥ ସେ ମିଥ୍ୟା ଲାଳସାରେ ଲାଗି ରହିଥାଏ ଆଉ ସେ ଏ କୁଳର ନା ସେ କୁଳର ହୋଇନଥାଏ ଆଉ ପାର ହୋଇପାରେ ନାହିଁ।
error: Content is protected !!
Scroll to Top