Page 51
ਨਾਨਕ ਧੰਨੁ ਸੋਹਾਗਣੀ ਜਿਨ ਸਹ ਨਾਲਿ ਪਿਆਰੁ ॥੪॥੨੩॥੯੩॥
ହେ ନାନକ! ସେହି ସୁହାଗିନୀ(ପ୍ରାଣୀ) ଧନ୍ୟ ଅଟେ, ଯିଏ ନିଜର ପତି-ପରମେଶ୍ଵରଙ୍କ ପ୍ରେମ ପ୍ରାପ୍ତ କରିଅଛି ॥4॥23॥63॥
ਸਿਰੀਰਾਗੁ ਮਹਲਾ ੫ ਘਰੁ ੬ ॥
ସିରିରାଗ ମହଲା 5 ଘରୁ 6 ॥
ਕਰਣ ਕਾਰਣ ਏਕੁ ਓਹੀ ਜਿਨਿ ਕੀਆ ਆਕਾਰੁ ॥
ଯେଉଁ ଏକ ପରମାତ୍ମା ସୃଷ୍ଟି ରଚନା କରିଛନ୍ତି, ସେହି ପରମାତ୍ମା ହିଁ କରିବା ଏବଂ କରାଇବା ବାଲା ଅଟନ୍ତି।
ਤਿਸਹਿ ਧਿਆਵਹੁ ਮਨ ਮੇਰੇ ਸਰਬ ਕੋ ਆਧਾਰੁ ॥੧॥
ହେ ମୋର ମନ! ତାହାଙ୍କ ସ୍ମରଣ କର, ଯିଏ ସମସ୍ତ ଜୀବଙ୍କ ଆଧାର ଅଟେ ॥1॥
ਗੁਰ ਕੇ ਚਰਨ ਮਨ ਮਹਿ ਧਿਆਇ ॥
ହେ ମନ! ନିଜ ହୃଦୟରେ ଗୁରୁଙ୍କ ଚରଣର ଧ୍ୟାନ କର।
ਛੋਡਿ ਸਗਲ ਸਿਆਣਪਾ ਸਾਚਿ ਸਬਦਿ ਲਿਵ ਲਾਇ ॥੧॥ ਰਹਾਉ ॥
ଆଉ ନିଜର ସମସ୍ତ ଚତୁରତା ତ୍ୟାଗ କରି ସତ୍ୟ ନାମରେ ମନ ଲଗାଅ ॥1॥ରୁହ॥
ਦੁਖੁ ਕਲੇਸੁ ਨ ਭਉ ਬਿਆਪੈ ਗੁਰ ਮੰਤ੍ਰੁ ਹਿਰਦੈ ਹੋਇ ॥
ଯଦି ମନୁଷ୍ୟର ହୃଦୟରେ ଗୁରୁଙ୍କ ମନ୍ତ୍ର (ଶବ୍ଦ) ବାସ କରେ ତାହାହେଲେ ତାହାର ସମସ୍ତ ଦୁଖ-ସନ୍ତାପ ଅଥବା ମୃତ୍ୟୁର ଭୟ ଆଗମନ କରେ ନାହିଁ।
ਕੋਟਿ ਜਤਨਾ ਕਰਿ ਰਹੇ ਗੁਰ ਬਿਨੁ ਤਰਿਓ ਨ ਕੋਇ ॥੨॥
ମନୁଷ୍ୟ କୋଟି କୋଟି ଉପାୟ କରି ଅସଫଳ ହୋଇଛି, କିନ୍ତୁ ଗୁରୁଙ୍କ ବିନା ଏହି ଭବ ସାଗରରୁ କେହି ବି ଉଦ୍ଧାର ପାଇ ନାହିଁ।॥2॥
ਦੇਖਿ ਦਰਸਨੁ ਮਨੁ ਸਾਧਾਰੈ ਪਾਪ ਸਗਲੇ ਜਾਹਿ ॥
ଗୁରୁଦେବଙ୍କ ଦର୍ଶନ-ମାତ୍ରେ ହିଁ ଆତ୍ମାକୁ ଆତ୍ମାକୁ ସାହାରା ପ୍ରାପ୍ତ ହୋଇଥାଏ ଆଉ ସମସ୍ତ ଦୋଷ ନିବୃତ୍ତ ହୋଇଯାଏ।
ਹਉ ਤਿਨ ਕੈ ਬਲਿਹਾਰਣੈ ਜਿ ਗੁਰ ਕੀ ਪੈਰੀ ਪਾਹਿ ॥੩॥
ମୁଁ ତାଙ୍କ ପ୍ରତି ଉତ୍ସର୍ଗୀକୃତ ଅଟେ, ଯିଏ ଗୁରୁ ଚରଣରେ ସ୍ଵୟଂକୁ ଅର୍ପଣ କରିଛନ୍ତି ॥3॥
ਸਾਧਸੰਗਤਿ ਮਨਿ ਵਸੈ ਸਾਚੁ ਹਰਿ ਕਾ ਨਾਉ ॥
ସାଧୁଙ୍କ ସଙ୍ଗତି କରିଲେ ହିଁ ଈଶ୍ଵରଙ୍କ ସତ୍ୟ ନାମ ମନରେ ଆସିଯାଏ।
ਸੇ ਵਡਭਾਗੀ ਨਾਨਕਾ ਜਿਨਾ ਮਨਿ ਇਹੁ ਭਾਉ ॥੪॥੨੪॥੯੪॥
ହେ ନାନକ! ସେ ମନୁଷ୍ୟ ବଡ ସୌଭାଗ୍ୟଶାଳୀ ଅଟେ, ଯିଏ ହୃଦୟରେ ଭଗବାନଙ୍କ ପାଇଁ ପ୍ରେମ ରଖିଥାଏ ॥4॥24॥94॥
ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥
ਸੰਚਿ ਹਰਿ ਧਨੁ ਪੂਜਿ ਸਤਿਗੁਰੁ ਛੋਡਿ ਸਗਲ ਵਿਕਾਰ ॥
ହେ ପ୍ରାଣୀ! ସମସ୍ତ ପାପ ବିକାରକୁ ତ୍ୟାଗ କରି ଦିଅ, ସଦଗୁରୁଙ୍କ ପୂଜା କର ଏବଂ ହରିନାମ ରୂପୀ ଧନ ସଞ୍ଚିତ କର।
ਜਿਨਿ ਤੂੰ ਸਾਜਿ ਸਵਾਰਿਆ ਹਰਿ ਸਿਮਰਿ ਹੋਇ ਉਧਾਰੁ ॥੧॥
ଯେଉଁ ପରମାତ୍ମା ତୁମକୁ ଜନ୍ମ ଦେଇ ପାଳନ କରୁଛନ୍ତି, ତାଙ୍କରି ସ୍ମରଣ କରିଲେ ତୁମର ଉଦ୍ଧାର ହୋଇଯିବ ॥1॥
ਜਪਿ ਮਨ ਨਾਮੁ ਏਕੁ ਅਪਾਰੁ ॥
ହେ ମୋର ମନ! ଏକ ଅପାର ପ୍ରଭୁଙ୍କ ହିଁ ନାମ ଜପ।
ਪ੍ਰਾਨ ਮਨੁ ਤਨੁ ਜਿਨਹਿ ਦੀਆ ਰਿਦੇ ਕਾ ਆਧਾਰੁ ॥੧॥ ਰਹਾਉ ॥
ଯେଉଁ ଈଶ୍ଵର ତୁମକୁ ପ୍ରାଣ, ମନ ଏବଂ ତନ ଦେଇଛନ୍ତି, ସେ ହିଁ ସମସ୍ତ ଜୀବଙ୍କ ହୃଦୟର ଆଧାର ଅଟନ୍ତି ॥1॥ରୁହ॥
ਕਾਮਿ ਕ੍ਰੋਧਿ ਅਹੰਕਾਰਿ ਮਾਤੇ ਵਿਆਪਿਆ ਸੰਸਾਰੁ ॥
ସଂପୂର୍ଣ୍ଣ ଜଗତ କାମ, କ୍ରୋଧ ଅହଂକାର ଇତ୍ୟାଦିରେ ମଗ୍ନ ଅଛି, ଦୁନିଆ ମାୟାର ମୋହରେ ଫସି ହୋଇ ରହିଛି।
ਪਉ ਸੰਤ ਸਰਣੀ ਲਾਗੁ ਚਰਣੀ ਮਿਟੈ ਦੂਖੁ ਅੰਧਾਰੁ ॥੨॥
ହେ ପ୍ରାଣୀ! ତୁ ସନ୍ଥଙ୍କ ଚରଣରେ ଲାଗି ତାହାଙ୍କ ଶରଣରେ ଯାଅ, ପୁଣି ତୋର ଦୁଃଖ ଦୂର ହୋଇଯିବ ଆଉ ତୋର ମନରୁ ଅଜ୍ଞାନତାର ଅନ୍ଧକାର ଦୂର ହୋଇଯିବ ॥2॥
ਸਤੁ ਸੰਤੋਖੁ ਦਇਆ ਕਮਾਵੈ ਏਹ ਕਰਣੀ ਸਾਰ ॥
ହେ ପ୍ରାଣୀ! ଜୀବନର ଶ୍ରେଷ୍ଠ କାର୍ଯ୍ୟ ଏହା ଯେ ତୁ ସତ୍ୟ, ସନ୍ତୋଷ ଏବଂ ଦୟାର ପୁଞ୍ଜି ସଞ୍ଚିତ କର।
ਆਪੁ ਛੋਡਿ ਸਭ ਹੋਇ ਰੇਣਾ ਜਿਸੁ ਦੇਇ ਪ੍ਰਭੁ ਨਿਰੰਕਾਰੁ ॥੩॥
ଯେଉଁ ପ୍ରାଣୀ ଉପରେ ନିରଙ୍କାର ପ୍ରଭୁ କୃପା-ଦ୍ରୁଷ୍ଟି କରିଛନ୍ତି, ସେ ନିଜର ଅହଂକାର ତ୍ୟାଗ କରି ତାହାର ଚରଣ ଧୁଳି ବନିଯାଏ ॥3॥
ਜੋ ਦੀਸੈ ਸੋ ਸਗਲ ਤੂੰਹੈ ਪਸਰਿਆ ਪਾਸਾਰੁ ॥
ସମସ୍ତ ଦୃଶ୍ୟମାନ ସଂସାର ସେହି ପ୍ରଭୁଙ୍କ ପ୍ରସାର ଅଟେ, ସେ ହିଁ ଏଥିରେ ବ୍ୟାପକ ଅଛନ୍ତି।
ਕਹੁ ਨਾਨਕ ਗੁਰਿ ਭਰਮੁ ਕਾਟਿਆ ਸਗਲ ਬ੍ਰਹਮ ਬੀਚਾਰੁ ॥੪॥੨੫॥੯੫॥
ହେ ନାନକ! କୁହ- ଗୁରୁ ଯେଉଁ ବ୍ୟକ୍ତିର ଶଙ୍କା ନିବୃତ୍ତ କରିଦେଇଛନ୍ତି, ସେ ସାରା ଜଗତକୁ ବ୍ରହ୍ମ ହିଁ ବୁଝାଏ ॥4...25॥95॥
ਸਿਰੀਰਾਗੁ ਮਹਲਾ ੫ ॥
ସିରିରାଗ ମହଲା 5 ॥
ਦੁਕ੍ਰਿਤ ਸੁਕ੍ਰਿਤ ਮੰਧੇ ਸੰਸਾਰੁ ਸਗਲਾਣਾ ॥
ସଂପୂର୍ଣ୍ଣ ଜଗତ ଶୁଭ ଏବଂ ଅଶୁଭ କର୍ମର ଜାଲରେ ଫସି ହୋଇ ରହିଛି।
ਦੁਹਹੂੰ ਤੇ ਰਹਤ ਭਗਤੁ ਹੈ ਕੋਈ ਵਿਰਲਾ ਜਾਣਾ ॥੧॥
କେହି ବିରଳ ପ୍ରଭୁ-ଭକ୍ତ ହିଁ ମିଳିଥାଏ, ଯିଏ ଏହି ଦୁଇ ପ୍ରକାର କର୍ମ ରହିତ ଅଛି ॥1॥
ਠਾਕੁਰੁ ਸਰਬੇ ਸਮਾਣਾ ॥
ପରମାତ୍ମା ସମସ୍ତ ଜୀବ ଠାରେ ବ୍ୟାପ୍ତ ଅଛନ୍ତି।
ਕਿਆ ਕਹਉ ਸੁਣਉ ਸੁਆਮੀ ਤੂੰ ਵਡ ਪੁਰਖੁ ਸੁਜਾਣਾ ॥੧॥ ਰਹਾਉ ॥
ହେ ମୋର ମାଲିକ! ମୁଁ ତୁମ ବିଷୟରେ କଣ କହିବି ଆଉ କଣ ଶୁଣିବି? ତୁମେ ସବୁଠାରୁ ମହାନ ଚତୁର ପୁରୁଷ ଅଟ ॥1॥ରୁହ॥
ਮਾਨ ਅਭਿਮਾਨ ਮੰਧੇ ਸੋ ਸੇਵਕੁ ਨਾਹੀ ॥
ଯେଉଁ ବ୍ୟକ୍ତି ମାନ-ଅଭିମାନରେ ଫସି ରହିଥାଏ, ସେ ଈଶ୍ଵରଙ୍କ ଭକ୍ତ ନାହିଁ।
ਤਤ ਸਮਦਰਸੀ ਸੰਤਹੁ ਕੋਈ ਕੋਟਿ ਮੰਧਾਹੀ ||
ହେ ସନ୍ଥ! କୋଟି କୋଟି ମନୁଷ୍ୟ ମଧ୍ୟରେ କେହି ବିରଳ ମନୁଷ୍ୟ ହିଁ ଅଛି ଯାହାକୁ ପରମତତ୍ତ୍ଵ ପ୍ରଭୁଙ୍କ ଜ୍ଞାନ ଅଛି ଆଉ ଯିଏ ସମସ୍ତ ଜୀବକୁ ଏକ ଦୃଷ୍ଟିରେ ଦେଖନ୍ତି ॥2॥
ਕਹਨ ਕਹਾਵਨ ਇਹੁ ਕੀਰਤਿ ਕਰਲਾ ॥
ଭଗବାନ ବିଷୟରେ ବାଦ ବିବାଦ କରିବା ଦୁନିଆରେ ବ୍ୟର୍ଥ ଶୋଭା ପ୍ରାପ୍ତିର ଏକମାତ୍ର ସାଧନ ଅଟେ,
ਕਥਨ ਕਹਨ ਤੇ ਮੁਕਤਾ ਗੁਰਮੁਖਿ ਕੋਈ ਵਿਰਲਾ ॥੩॥
କିନ୍ତୁ କେହି ବିରଳ ଜୀବ ହିଁ ଗୁରୁମୁଖ ଅଟେ ଯିଏ ଏହି ବାଦ ବିବାଦ ଠାରୁ ଉର୍ଦ୍ଧ୍ଵରେ ରହିଥାଏ।
ਗਤਿ ਅਵਿਗਤਿ ਕਛੁ ਨਦਰਿ ਨ ਆਇਆ ॥
ବାଦ ବିବାଦ କରୁଥିବା ଜୀବକୁ ଗତି ଏବଂ ଅବଗତିର ଅବସ୍ଥା କିଛି ମଧ୍ୟ ଦେଖାଦିଏ ନାହିଁ ॥3॥
ਸੰਤਨ ਕੀ ਰੇਣੁ ਨਾਨਕ ਦਾਨੁ ਪਾਇਆ ॥੪॥੨੬॥੯੬॥
ହେ ନାନକ! ମୁଁ ସନ୍ଥଙ୍କ ଚରଣ ଧୂଳିର ଦାନ ପ୍ରାପ୍ତ କରିଦେଇଛି ॥4॥26॥66॥
ਸਿਰੀਰਾਗੁ ਮਹਲਾ ੫ ਘਰੁ ੭ ॥
ସିରିରାଗ ମହଲା 5 ॥
ਤੇਰੈ ਭਰੋਸੈ ਪਿਆਰੇ ਮੈ ਲਾਡ ਲਡਾਇਆ ॥
ହେ ପ୍ରିୟ ପ୍ରଭୁ! ତୋର ଭରସାରେ ମୁଁ ବାଳକ ଭଳି ପ୍ରୀତିରେ ରହି ହାସ-ବିଳାସ କରିଅଛି।
ਭੂਲਹਿ ਚੂਕਹਿ ਬਾਰਿਕ ਤੂੰ ਹਰਿ ਪਿਤਾ ਮਾਇਆ ॥੧॥
ହେ ଭଗବାନ! ତୁମେ ହିଁ ମୋର ମାତା ଏବଂ ତୁମେ ହିଁ ମୋର ପିତା ଅଟ, ମୁଁ ତୋର ବାଳକ ଅଟେ ଯିଏ ଭୁଲ କରୁଥାଏ ॥1॥
ਸੁਹੇਲਾ ਕਹਨੁ ਕਹਾਵਨੁ ॥
କଥା କହିବା ବଡ ସରଳ ଅଟେ।
ਤੇਰਾ ਬਿਖਮੁ ਭਾਵਨੁ ॥੧॥ ਰਹਾਉ ॥
ପରନ୍ତୁ ଆପଣଙ୍କ ବିଧାନ ଅନୁସାରେ ଚାଲିବା ବଡ କଠିନ ଅଟେ ॥1॥ରୁହ॥
ਹਉ ਮਾਣੁ ਤਾਣੁ ਕਰਉ ਤੇਰਾ ਹਉ ਜਾਨਉ ਆਪਾ ॥
ହେ ପ୍ରଭୁ! ମୋତେ ଆପଣଙ୍କ ଉପରେ ବଡ ମାନ ଅଛି, କାରଣ ମୋ’ ଠାରେ ଆପଣଙ୍କ ବଳର ହିଁ ଆଧାର ଅଛି ଆଉ ମୁଁ ଆପଣଙ୍କୁ ନିଜର ରକ୍ଷକ ଭାବୁଥାଏ।
ਸਭ ਹੀ ਮਧਿ ਸਭਹਿ ਤੇ ਬਾਹਰਿ ਬੇਮੁਹਤਾਜ ਬਾਪਾ ॥੨॥
ହେ ପରମ ପିତା! ଆପଣ ସମସ୍ତ ଜୀବଙ୍କ ଅନ୍ତରରେ ମହଜୁଦ ଅଛନ୍ତି, ସମସ୍ତଙ୍କ ବାହାରେ ମଧ୍ୟ ଆପଣ ଅଛନ୍ତି ॥2॥
ਪਿਤਾ ਹਉ ਜਾਨਉ ਨਾਹੀ ਤੇਰੀ ਕਵਨ ਜੁਗਤਾ ॥
ହେ ମୋର ପିତା! ମୁଁ ତୋର ଯୁକ୍ତିକୁ ଜାଣେ ନାହିଁ ଯେଉଁଥିରେ ତୁ ପ୍ରସନ୍ନ ହୋଇଥାଉ।