Guru Granth Sahib Translation Project

guru granth sahib odia page-50

Page 50

ਸਤਿਗੁਰੁ ਗਹਿਰ ਗਭੀਰੁ ਹੈ ਸੁਖ ਸਾਗਰੁ ਅਘਖੰਡੁ ॥ ସଦଗୁରୁ ଗହନ, ଗମ୍ଭୀର ଏବଂ ସୁଖର ସାଗର ଆଉ ସମସ୍ତ ପାପର ନାଶ କରିବା ବାଲା ଅଟନ୍ତି।
ਜਿਨਿ ਗੁਰੁ ਸੇਵਿਆ ਆਪਣਾ ਜਮਦੂਤ ਨ ਲਾਗੈ ਡੰਡੁ ॥ ଯେଉଁ ପ୍ରାଣୀ ନିଜ ଗୁରୁଙ୍କ ସେବାର ଫଳ ପ୍ରାପ୍ତ କରିଅଛି, ତାହାକୁ ଯମଦୂତର ଦଣ୍ଡ କଦାପି ,ମିଳେ ନାହିଁ, ତେଣୁ ସେ ମୋକ୍ଷ ପ୍ରାପ୍ତ କରିନିଏ।
ਗੁਰ ਨਾਲਿ ਤੁਲਿ ਨ ਲਗਈ ਖੋਜਿ ਡਿਠਾ ਬ੍ਰਹਮੰਡੁ ॥ ଗୁରୁଙ୍କ ବରାବର କେହି ମଧ୍ୟ ସମର୍ଥ ନାହିଁ, କାରଣ ମୁଁ ଏହି ସାରା ବ୍ରହ୍ମାଣ୍ଡ ଖୋଜି ଦେଖିଛି।
ਨਾਮੁ ਨਿਧਾਨੁ ਸਤਿਗੁਰਿ ਦੀਆ ਸੁਖੁ ਨਾਨਕ ਮਨ ਮਹਿ ਮੰਡੁ ॥੪॥੨੦॥੯੦॥ ସଦଗୁରୁ ନାମର ଖଜଣା ପ୍ରଦାନ କରିଛନ୍ତି ଆଉ ତାହା ଦ୍ଵାରା ନାନକ ନିଜ ଚିତ୍ତରେ ସୁଖ ଧାରଣ କରିନେଇଛନ୍ତି ॥4॥20॥60॥
ਸਿਰੀਰਾਗੁ ਮਹਲਾ ੫ ॥ ସିରିରାଗ ମହଲା 5 ॥
ਮਿਠਾ ਕਰਿ ਕੈ ਖਾਇਆ ਕਉੜਾ ਉਪਜਿਆ ਸਾਦੁ ॥ ପ୍ରାଣୀ ସାଂସାରିକ ରସକୁ ବଡ ମିଠା ଭାବି ଭୋଗିଥାଏ, କିନ୍ତୁ ତାହାର ସ୍ଵାଦ ବଡ କଟୁ ହୋଇଥାଏ।
ਭਾਈ ਮੀਤ ਸੁਰਿਦ ਕੀਏ ਬਿਖਿਆ ਰਚਿਆ ਬਾਦੁ ॥ ଭାଇ! ମିତ୍ର ସହିତ ସୁହୃଦ କରି ବ୍ୟର୍ଥ ବିବାଦ ଉତ୍ପର୍ଣ୍ଣ କରିନିଅ ଆଉ ତୁମେ ପାପଗ୍ରସ୍ତ ହୋଇ ବ୍ୟର୍ଥ ହେଉଅଛ।
ਜਾਂਦੇ ਬਿਲਮ ਨ ਹੋਵਈ ਵਿਣੁ ਨਾਵੈ ਬਿਸਮਾਦੁ ॥੧॥ ଲୋପ ପାଇବା ପାଇଁ ତାହାର ବିଳମ୍ବ ହୁଏ ନାହିଁ, ନାମ ଅତିରିକ୍ତ ସବୁ ନଶ୍ଵର ଅଟେ, ବ୍ୟକ୍ତି ଦୁଃଖରେ ଭାଙ୍ଗି ଚୁରମାର ହୋଇଯାଏ ॥1॥
ਮੇਰੇ ਮਨ ਸਤਗੁਰ ਕੀ ਸੇਵਾ ਲਾਗੁ ॥ ହେ ମୋର ମନ! ସଦଗୁରୁଙ୍କ ସେବାରେ ଲୀନ ହୋଇ ଯାଅ।
ਜੋ ਦੀਸੈ ਸੋ ਵਿਣਸਣਾ ਮਨ ਕੀ ਮਤਿ ਤਿਆਗੁ ॥੧॥ ਰਹਾਉ ॥ ଦୁନିଆରେ ଯାହା କିଛି ଦେଖାଯାଉଛି, ତାହା ସବୁ ନଶ୍ଵର ହୋଇଯାଏ, ହେ ପ୍ରାଣୀ! ତୁ ମନର ଚତୁରତାକୁ ତ୍ୟାଗ କର ॥1॥ରୁହ॥
ਜਿਉ ਕੂਕਰੁ ਹਰਕਾਇਆ ਧਾਵੈ ਦਹ ਦਿਸ ਜਾਇ ॥ ଏହି ମନ ପାଗଳ କୁକୁର ଭଳି ଦଶ ଦିଗକୁ ପଥଭ୍ରଷ୍ଟ ହୋଇ ଯାଇଥାଏ।
ਲੋਭੀ ਜੰਤੁ ਨ ਜਾਣਈ ਭਖੁ ਅਭਖੁ ਸਭ ਖਾਇ ॥ ଏହି ପ୍ରକାର ଲୋଭୀ ପ୍ରାଣୀ କିଛି ମଧ୍ୟ ଧ୍ୟାନ କରେ ନାହିଁ, ଲୋଭୀ ପଶୁ ଭଳି ଖାଦ୍ୟ ତଥା ଅଖାଦ୍ୟ ସବୁ ଗ୍ରହଣ କରିନିଏ।
ਕਾਮ ਕ੍ਰੋਧ ਮਦਿ ਬਿਆਪਿਆ ਫਿਰਿ ਫਿਰਿ ਜੋਨੀ ਪਾਇ ॥੨॥ ପ୍ରାଣୀ କମ, କ୍ରୋଧ ତଥା ଅହଙ୍କାରର ନିଶାରେ ଲୀନ ହୋଇ ବାରମ୍ବାର ଯୋନିରେ ଆସିଥାଏ ॥2॥
ਮਾਇਆ ਜਾਲੁ ਪਸਾਰਿਆ ਭੀਤਰਿ ਚੋਗ ਬਣਾਇ ॥ ମାୟା ନିଜର ଜାଲ ଫାଶ ବିଛାଇ ଅଛି ଆଉ ଏହି ଜଳରେ ତୃଷ୍ଣା ରୂପୀ ଦାନା ମଧ୍ୟ ରଖିଦେଇଛନ୍ତି।
ਤ੍ਰਿਸਨਾ ਪੰਖੀ ਫਾਸਿਆ ਨਿਕਸੁ ਨ ਪਾਏ ਮਾਇ ॥ ହେ ମୋର ମାତା! ଲୋଭୀ ପକ୍ଷୀ(ପ୍ରାଣୀ) ଏହା ଭିତରେ ଫସିଯାଏ ଆଉ ବାହାରି ପାରେ ନାହିଁ।
ਜਿਨਿ ਕੀਤਾ ਤਿਸਹਿ ਨ ਜਾਣਈ ਫਿਰਿ ਫਿਰਿ ਆਵੈ ਜਾਇ ॥੩॥ ମନୁଷ୍ୟ ସେହି ସୃଷ୍ଟିକର୍ତ୍ତାଙ୍କୁ ଚିହ୍ନି ପାରେ ନାହିଁ, ଯିଏ ତାହାର ରଚନା କରିଛନ୍ତି ଆଉ ବାରମ୍ବାର ଜନ୍ମ ମୃତ୍ୟୁରେ ପଥଭ୍ରଷ୍ଟ ହେଉଥାଏ ॥3॥
ਅਨਿਕ ਪ੍ਰਕਾਰੀ ਮੋਹਿਆ ਬਹੁ ਬਿਧਿ ਇਹੁ ਸੰਸਾਰੁ ॥ ମାୟା ଏହି ବିଶ୍ଵକୁ ବିଭିନ୍ନ ବିଧି ଏବଂ ଅନେକ ଢଙ୍ଗରେ ମୋହିତ କରି ରଖିଛି।
ਜਿਸ ਨੋ ਰਖੈ ਸੋ ਰਹੈ ਸੰਮ੍ਰਿਥੁ ਪੁਰਖੁ ਅਪਾਰੁ ॥ ଅପାର ଏବଂ ସମର୍ଥ ଅକାଳ ପୁରୁଷ ରକ୍ଷା କରନ୍ତି, ସେ ଭବ ସାଗରରୁ ପାର ହୋଇଯାଏ।
ਹਰਿ ਜਨ ਹਰਿ ਲਿਵ ਉਧਰੇ ਨਾਨਕ ਸਦ ਬਲਿਹਾਰੁ ॥੪॥੨੧॥੯੧॥ ହେ ନାନକ! ପ୍ରଭୁ ଭକ୍ତ ପ୍ରତି ମୁଁ ସର୍ବଦା ଉତ୍ସର୍ଗିତ ଅଟେ, ଯିଏ ଭଗବାନଙ୍କୁ ଧ୍ୟାନ କରି ଭବ ସାଗରରୁ ପାର ହୋଇଯାଇଅଛି।
ਸਿਰੀਰਾਗੁ ਮਹਲਾ ੫ ਘਰੁ ੨ ॥ ସିରିରାଗ ମହଲା 5 ଘରୁ 2 ॥
ਗੋਇਲਿ ਆਇਆ ਗੋਇਲੀ ਕਿਆ ਤਿਸੁ ਡੰਫੁ ਪਸਾਰੁ ॥ ଗାଈଆଳ ନିଜ ଗାଈ ଧରି କିଛି ସମୟ ପାଇଁ ଚରାଇବାକୁ ଯାଇଥାଏ, ସେଠାରେ ସେ ଆଡମ୍ବର କରିବାର ଅଭିପ୍ରାୟ କଣ?
ਮੁਹਲਤਿ ਪੁੰਨੀ ਚਲਣਾ ਤੂੰ ਸੰਮਲੁ ਘਰ ਬਾਰੁ ॥੧॥ ହେ ପ୍ରାଣୀ! ଯେତେବେଳେ ତୋର ଏହି ଦୁନିଆକୁ ଆସିବା ସମୟ ସମାପ୍ତ ହୋଇଯିବ, ସେତେବେଳେ ତୁ ଏଠାରୁ ଚାଲିଯିବୁ॥1॥
ਹਰਿ ਗੁਣ ਗਾਉ ਮਨਾ ਸਤਿਗੁਰੁ ਸੇਵਿ ਪਿਆਰਿ ॥ ହେ ମୋର ମନ! ଭଗବାନଙ୍କ ଗୁଣଗାନ କର ତଥା ପ୍ରେମ ଦ୍ଵାରା ଗୁରୁଙ୍କ ସେବାର ଫଳ ପ୍ରାପ୍ତ କର।
ਕਿਆ ਥੋੜੜੀ ਬਾਤ ਗੁਮਾਨੁ ॥੧॥ ਰਹਾਉ ॥ ତୁମେ ସ୍ଵଳ୍ପ ସମୟ ପାଇଁ ମିଳିଥିବା ଜୀବନର ଅହଙ୍କାର କାହିଁକି କରୁଅଛ?
ਜੈਸੇ ਰੈਣਿ ਪਰਾਹੁਣੇ ਉਠਿ ਚਲਸਹਿ ਪਰਭਾਤਿ ॥ ରାତ୍ରିକାଳର ଅତିଥି ଭଳି, ତୁମେ ସକାଳୁ ଉଠି ଚାଲିଯିବ।
ਕਿਆ ਤੂੰ ਰਤਾ ਗਿਰਸਤ ਸਿਉ ਸਭ ਫੁਲਾ ਕੀ ਬਾਗਾਤਿ ॥੨॥ ହେ ପ୍ରାଣୀ! ତୁମେ ନିଜ ଗୃହସ୍ଥ ସାଥିରେ କାହିଁକି ମୋହିତ ହେଉଛ? କାରଣ ସୃଷ୍ଟିର ସମସ୍ତ ପଦାର୍ଥ ଉଦ୍ୟାନର ପୁଷ୍ପ ଭଳି କ୍ଷଣଭଙ୍ଗୁର ଅଟେ॥2॥
ਮੇਰੀ ਮੇਰੀ ਕਿਆ ਕਰਹਿ ਜਿਨਿ ਦੀਆ ਸੋ ਪ੍ਰਭੁ ਲੋੜਿ ॥ ହେ ପ୍ରାଣୀ! ତୁମେ କାହିଁକି କହୁଛ ଯେ ‘ ଏହା ମୋର, ଏହା ମୋର’, ସେହି ଈଶ୍ଵରଙ୍କୁ ସ୍ମରଣ କର ଯିଏ ସବୁକିଛି ତୁମକୁ ଦେଇଛନ୍ତି।
ਸਰਪਰ ਉਠੀ ਚਲਣਾ ਛਡਿ ਜਾਸੀ ਲਖ ਕਰੋੜਿ ॥੩॥ ହେ ପ୍ରାଣୀ! ତୁମେ ଏହି ନଶ୍ଵର ସଂସାରରୁ ଅବଶ୍ୟ ଚାଲିଯିବ( ଯେତେବେଳେ ମୃତ୍ୟୁ ଆସିବ ସବୁକିଛି ତ୍ୟାଗ କରି ଚାଲିଯିବ)॥3॥
ਲਖ ਚਉਰਾਸੀਹ ਭ੍ਰਮਤਿਆ ਦੁਲਭ ਜਨਮੁ ਪਾਇਓਇ ॥ ହେ ପ୍ରାଣୀ! ଚଉରାଅଶି ଲକ୍ଷ ଯୋନିରେ ପଥଭ୍ରଷ୍ଟ ରହିବା ପରେ ତୁମେ ମାନବ ଜନ୍ମ ପାଇଛ।
ਨਾਨਕ ਨਾਮੁ ਸਮਾਲਿ ਤੂੰ ਸੋ ਦਿਨੁ ਨੇੜਾ ਆਇਓਇ ॥੪॥੨੨॥੯੨॥ ହେ ନାନକ! ତୁ ନାମର ସ୍ମରଣ କର କାରଣ ତୋର ଏହି ସଂସାରରୁ ଛାଡିବା ସମୟ ନିକଟ ହେଉଛି॥4॥22॥92॥
ਸਿਰੀਰਾਗੁ ਮਹਲਾ ੫ ॥ ସିରିରାଗ ମହଲା 5 ॥
ਤਿਚਰੁ ਵਸਹਿ ਸੁਹੇਲੜੀ ਜਿਚਰੁ ਸਾਥੀ ਨਾਲਿ ॥ ହେ ଶରୀର ରୂପୀ ସ୍ତ୍ରୀ! ତୁ ସେ ପର୍ଯ୍ୟନ୍ତ ଏହି ଦୁନିଆରେ ସୁଖୀ ଅଟ, ଯେ ପର୍ଯ୍ୟନ୍ତ ତୋର ସାଥି(ଆତ୍ମା) ତୋର ସାଥିରେ ଅଛି।
ਜਾ ਸਾਥੀ ਉਠੀ ਚਲਿਆ ਤਾ ਧਨ ਖਾਕੂ ਰਾਲਿ ॥੧॥ ଯେବେ ଆତ୍ମା ରୂପୀ ସାଥି ବାହାରିଯିବ, ଏହି ଶରୀର ରୂପୀ ସ୍ତ୍ରୀ ମାଟିରେ ମିଶିଯିବ ॥1॥
ਮਨਿ ਬੈਰਾਗੁ ਭਇਆ ਦਰਸਨੁ ਦੇਖਣੈ ਕਾ ਚਾਉ ॥ ହେ ପ୍ରଭୁ! ମୋର ମନ ସାଂସାରିକ ତୃଷ୍ଣାରୁ ବିରକ୍ତ ହୋଇଯାଇଛି ଆଉ ତୋର ଦର୍ଶନର ତୀବ୍ର ଅଭିଳାଷ ଅଛି।
ਧੰਨੁ ਸੁ ਤੇਰਾ ਥਾਨੁ ॥੧॥ ਰਹਾਉ ॥ ହେ ପ୍ରଭୁ! ଆପଣଙ୍କ ସେହି ନିବାସ ସ୍ଥାନ ଧନ୍ୟ ଅଟେ ॥1॥ରୁହ॥
ਜਿਚਰੁ ਵਸਿਆ ਕੰਤੁ ਘਰਿ ਜੀਉ ਜੀਉ ਸਭਿ ਕਹਾਤਿ ॥ ହେ ଶରୀର ରୂପୀ ସ୍ତ୍ରୀ! ଯେ ପର୍ଯ୍ୟନ୍ତ ତୋର ମାଲିକ(ଆତ୍ମା) ତୋର ହୃଦୟରେ ରହିଥାଏ, ସେ ପର୍ଯ୍ୟନ୍ତ ସବୁ ଲୋକ ତୁମକୁ ‘ଜୀ ଜୀ’ କହିଥାନ୍ତି ଅର୍ଥାତ ଆଦର ସତ୍କାର କରିଥାନ୍ତି।
ਜਾ ਉਠੀ ਚਲਸੀ ਕੰਤੜਾ ਤਾ ਕੋਇ ਨ ਪੁਛੈ ਤੇਰੀ ਬਾਤ ॥੨॥ ଯେତେବେଳେ ସେହି ଶରୀରରୁ ପ୍ରାଣ ବାହାରିଯାଏ, ଶରୀର ରୂପୀ ନାରୀକୁ କେହି ପଚାରନ୍ତି ନାହିଁ, ଅଧିକନ୍ତୁ, ପାର୍ଥିବ ଶରୀରକୁ ସମସ୍ତେ ହଟାଇବା ପାଇଁ କହନ୍ତି ॥2॥
ਪੇਈਅੜੈ ਸਹੁ ਸੇਵਿ ਤੂੰ ਸਾਹੁਰੜੈ ਸੁਖਿ ਵਸੁ ॥ ବାପା ଘର ( ଏହି ସଂସାର)ରେ ନିଜ ପଟି-ପରମେଶ୍ଵରଙ୍କ ସେବା କର ଆଉ ଶ୍ଵଶୁର ଘର (ପରଲୋକ)ରେ ସୁଖରେ ନିବାସ କର।
ਗੁਰ ਮਿਲਿ ਚਜੁ ਅਚਾਰੁ ਸਿਖੁ ਤੁਧੁ ਕਦੇ ਨ ਲਗੈ ਦੁਖੁ ॥੩॥ ଗୁରୁଙ୍କ ଶରଣରେ ଆସି ଶୁଭ ଆଚରଣ ଏବଂ ସଂସ୍କାର ଶିକ୍ଷା କର, ପୁଣି ତୁମକୁ କେବେ ଦୁଃଖୀ ହେବାକୁ ପଡିବ ନାହିଁ ॥3॥
ਸਭਨਾ ਸਾਹੁਰੈ ਵੰਞਣਾ ਸਭਿ ਮੁਕਲਾਵਣਹਾਰ ॥ ସମସ୍ତ ସ୍ତ୍ରୀ (ଜୀବ) ନିଜ ପତି-ପରମେଶ୍ଵରଙ୍କ ଘର(ପରଲୋକ)କୁ ଯିବାକୁ ପଡିବ ଆଉ ସମସ୍ତଙ୍କୁ ବିବାହ ପରେ ବିଦାୟ ନେବାକୁ ପଡିବ। ଅର୍ଥାତ ସବୁ ପ୍ରାଣୀ ଏହି ସଂସାରକୁ ଆସି ମୃତ୍ୟୁପରେ ପରଲୋକ ଗମନ କରିବାକୁ ପଡିବ, ଏଥିପାଇଁ ଏହି ସଂସାରରେ ନିଜ ପତି ପ୍ରଭୁଙ୍କ ସ୍ତୁତି ଅବଶ୍ୟ କରିବାକୁ ପଡିବ ଯାହା ଫଳରେ ପରଲୋକରେ ସ୍ଥାନ ପ୍ରାପ୍ତ ହେବ।


© 2025 SGGS ONLINE
error: Content is protected !!
Scroll to Top