Page 487
ਤਾ ਮਹਿ ਮਗਨ ਹੋਤ ਨ ਤੇਰੋ ਜਨੁ ॥੨॥
ତୋର ସେବକ ଏହା ଭିତରେ ମଗ୍ନ ହୁଏନାହିଁ॥2॥
ਪ੍ਰੇਮ ਕੀ ਜੇਵਰੀ ਬਾਧਿਓ ਤੇਰੋ ਜਨ ॥
ରବିଦାସ କହନ୍ତି ଯେ ହେ ପ୍ରଭୁ! ତୋର ସେବକ ତୋର ପ୍ରେମର ରସି ସହିତ ବନ୍ଧା ହୋଇଛି,
ਕਹਿ ਰਵਿਦਾਸ ਛੂਟਿਬੋ ਕਵਨ ਗੁਨ ॥੩॥੪॥
ପୁଣି ଏହା ଠାରୁ ମୁକୁଳିବାର ଅଭିପ୍ରାୟ କଣ॥3॥4॥
ਆਸਾ ॥
ଆଶା ॥
ਹਰਿ ਹਰਿ ਹਰਿ ਹਰਿ ਹਰਿ ਹਰਿ ਹਰੇ ॥
‘ହରି, ହରି, ହରି, ହରି,’ ନାମ ମନ୍ତ୍ର ହିଁ ଜପ କର।
ਹਰਿ ਸਿਮਰਤ ਜਨ ਗਏ ਨਿਸਤਰਿ ਤਰੇ ॥੧॥ ਰਹਾਉ ॥
ହରିଙ୍କ ସ୍ମରଣ କରି ଭକ୍ତମାନେ ଭାବସାଗରରୁ ମୁକ୍ତି ପ୍ରାପ୍ତ କରିଛନ୍ତି॥1॥ରୁହ॥
ਹਰਿ ਕੇ ਨਾਮ ਕਬੀਰ ਉਜਾਗਰ ॥
ହରିଙ୍କ ନାମ ସ୍ମରଣ ଦ୍ଵାରା ହିଁ କବୀର ଦୁନିଆରେ ବିଖ୍ୟାତ ହୋଇଛନ୍ତି ଆଉ
ਜਨਮ ਜਨਮ ਕੇ ਕਾਟੇ ਕਾਗਰ ॥੧॥
ତାହାଙ୍କ ଜନ୍ମ ଜନ୍ମାନ୍ତରର କର୍ମ ଲେଖା ଦୂର ହୋଇଯାଇଛି॥1॥
ਨਿਮਤ ਨਾਮਦੇਉ ਦੂਧੁ ਪੀਆਇਆ ॥
ନାମଦେବଙ୍କ ଭକ୍ତି ନିମିତ୍ତ ପ୍ରଭୁଙ୍କୁ ଦୁଧ ପିଆଇଛି,
ਤਉ ਜਗ ਜਨਮ ਸੰਕਟ ਨਹੀ ਆਇਆ ॥੨॥
ଯାହାର ଫଳସ୍ଵରୂପ ସେ ଜଗତର ଜନ୍ମ ସଙ୍କଟରେ ଆସେ ନାହିଁ॥2॥
ਜਨ ਰਵਿਦਾਸ ਰਾਮ ਰੰਗਿ ਰਾਤਾ ॥
ସେବକ ରବିଦାସ ରାମଙ୍କ ପ୍ରେମ ରଙ୍ଗରେ ଅନୁରକ୍ତ ହୋଇଛି।
ਇਉ ਗੁਰ ਪਰਸਾਦਿ ਨਰਕ ਨਹੀ ਜਾਤਾ ॥੩॥੫॥
ଏହିପରି ସେ ଗୁରୁକୃପା ଦ୍ଵାରା ନର୍କକୁ ଯାଏ ନାହିଁ॥3॥5॥
ਆਸਾ ॥
ଆଶା ॥
ਮਾਟੀ ਕੋ ਪੁਤਰਾ ਕੈਸੇ ਨਚਤੁ ਹੈ ॥
ମନୁଷ୍ୟ ମାଟିର ପୁତୁଳା ଅଟେ, କିନ୍ତୁ ପୁଣି ସାଂସାରିକ ମୋହରେ ଫସି କିପରି ବ୍ୟଙ୍ଗପୂର୍ଣ୍ଣ ନାଚିଥାଏ।
ਦੇਖੈ ਦੇਖੈ ਸੁਨੈ ਬੋਲੈ ਦਉਰਿਓ ਫਿਰਤੁ ਹੈ ॥੧॥ ਰਹਾਉ ॥
ସେ ବାରମ୍ବାର ଦେଖିଥାଏ, ଶୁଣିଥାଏ, ବୋଲିଥାଏ ଆଉ ଦଉଡୁ ଥାଏ॥1॥ରୁହ॥
ਜਬ ਕਛੁ ਪਾਵੈ ਤਬ ਗਰਬੁ ਕਰਤੁ ਹੈ ॥
ଯେବେ ସେ କିଛି ଉପଲବ୍ଧି କରିଥାଏ, ସେହି ଉପଲବଧିର ବଡ ଅହଂକାର କରିଥାଏ।
ਮਾਇਆ ਗਈ ਤਬ ਰੋਵਨੁ ਲਗਤੁ ਹੈ ॥੧॥
କିନ୍ତୁ ଯେତେବେଳ ଧନ-ଦୌଲତ ଇତ୍ୟାଦି ଚାଲିଯାଏ, ସେତେବେଳେ କ୍ରନ୍ଦନ କରିଥାଏ॥1॥
ਮਨ ਬਚ ਕ੍ਰਮ ਰਸ ਕਸਹਿ ਲੁਭਾਨਾ ॥
ମନ, ବଚନ ଏବଂ ଅରମ କାରଣରୁ ସେ ମିଠା ଲୋଭିଲା ସାଂସାରିକ ପଦାର୍ଥରେ ମଗ୍ନ ରହିଥାଏ।
ਬਿਨਸਿ ਗਇਆ ਜਾਇ ਕਹੂੰ ਸਮਾਨਾ ॥੨॥
କିନ୍ତୁ ଯେତେବେଳେ ତାହାର ଜୀବନର ଅନ୍ତ ହୋଇଯାଏ, ସେତେବେଳେ କେଉଁଠି ରହିଥାଏ ତାହା ଜଣା ପଡେ ନାହିଁ॥2॥
ਕਹਿ ਰਵਿਦਾਸ ਬਾਜੀ ਜਗੁ ਭਾਈ ॥
ରବିଦାସ କହନ୍ତି ଯେ ହେ ଭାଇ! ଏହି ଜୀବନ ଏକ ବାଜି ଅଟେ ତଥା
ਬਾਜੀਗਰ ਸਉ ਮੋੁਹਿ ਪ੍ਰੀਤਿ ਬਨਿ ਆਈ ॥੩॥੬॥
ବାଜିଗର ପ୍ରଭୁଙ୍କ ସହିତ ମୋର ପ୍ରୀତି ବନିଯାଇଛି॥3॥6॥
ਆਸਾ ਬਾਣੀ ਭਗਤ ਧੰਨੇ ਜੀ ਕੀ
ଆଶା ବାଣୀ ଭଗତ ଧନ ଜୀ
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਭ੍ਰਮਤ ਫਿਰਤ ਬਹੁ ਜਨਮ ਬਿਲਾਨੇ ਤਨੁ ਮਨੁ ਧਨੁ ਨਹੀ ਧੀਰੇ ॥
ଅନେକ ଜନ୍ମ ଚକ୍ରରେ ପଥଭ୍ରଷ୍ଟ ହୋଇଛି, ତନ, ମନ, ଧନ ତିନୋଟି ସ୍ଥିର ରହି ନାହିଁ।
ਲਾਲਚ ਬਿਖੁ ਕਾਮ ਲੁਬਧ ਰਾਤਾ ਮਨਿ ਬਿਸਰੇ ਪ੍ਰਭ ਹੀਰੇ ॥੧॥ ਰਹਾਉ ॥
ଲାଳସା ଏବଂ କାମ ବାସନାର ବିଷରେ ଲୁବଧ ହୋଇ ଏହି ମନ ପ୍ରଭୁ ରୂପୀ ହିରାକୁ ବିସ୍ମୃତ କରି ଦେଇଛି॥1॥ରୁହ॥
ਬਿਖੁ ਫਲ ਮੀਠ ਲਗੇ ਮਨ ਬਉਰੇ ਚਾਰ ਬਿਚਾਰ ਨ ਜਾਨਿਆ ॥
ବାଉଳା ମନକୁ ବିକାରର ଫଳ ମିଠା ଲାଗିଥାଏ ତଥା ସୁନ୍ଦର ବିଚାରକୁ ଜାଣି ନଥାଏ।
ਗੁਨ ਤੇ ਪ੍ਰੀਤਿ ਬਢੀ ਅਨ ਭਾਂਤੀ ਜਨਮ ਮਰਨ ਫਿਰਿ ਤਾਨਿਆ ॥੧॥
ଶୁଭ ଗୁଣର ବିପରୀତ ପାପୀର ଅନେକ ଭ୍ରାନ୍ତି ଦ୍ଵାରା ତାହାର ପ୍ରେମ ଅଧିକ ବଢି ଯାଇଛି ଆଉ ସେ ପୁନର୍ବାର ଜନ୍ମ-ମରଣର ଚକ୍ରରେ ପଡି ଯାଇଛି॥1॥
ਜੁਗਤਿ ਜਾਨਿ ਨਹੀ ਰਿਦੈ ਨਿਵਾਸੀ ਜਲਤ ਜਾਲ ਜਮ ਫੰਧ ਪਰੇ ॥
ସେ ପ୍ରଭୁ ମିଳନର ଯୁକ୍ତିକୁ ଜାଣେ ନାହିଁ, ଯାହା ହୃଦୟରେ ନିବାସ କରିଥାଏ, ମୋହର ଜାଲରେ ଜଳି ସେ ମୃତ୍ୟୁର ଫନ୍ଦାରେ ଫସି ଯାଇଛି।
ਬਿਖੁ ਫਲ ਸੰਚਿ ਭਰੇ ਮਨ ਐਸੇ ਪਰਮ ਪੁਰਖ ਪ੍ਰਭ ਮਨ ਬਿਸਰੇ ॥੨॥
ହେ ମୋର ମନ! ଏହିପରି ତୁ ବିଷ ରୂପୀ ଫଳ ସଞ୍ଚଯ କରି ନିଜ ହୃଦୟ ଘରେ ରଖିଛୁ ଆଉ ପରମ ପୁରୁଷ ପ୍ରଭୁଙ୍କୁ ଭୁଲି ଯାଇଛୁ॥2॥
ਗਿਆਨ ਪ੍ਰਵੇਸੁ ਗੁਰਹਿ ਧਨੁ ਦੀਆ ਧਿਆਨੁ ਮਾਨੁ ਮਨ ਏਕ ਮਏ ॥
ଯେବେ ଗୁରୁ ମୋତେ ନାମ-ଧନ ଦେଇଛନ୍ତି, ସେତେବେଳେ ମନରେ ଜ୍ଞାନ ପ୍ରବେଶ ହୋଇଯାଇଛି, ଧ୍ୟାନ ଲଗାଇବା ଦ୍ଵାରା ପ୍ରଭୁଙ୍କ ସହିତ ମୋର ଏକାକାର ହୋଇ ଯାଇଛି।
ਪ੍ਰੇਮ ਭਗਤਿ ਮਾਨੀ ਸੁਖੁ ਜਾਨਿਆ ਤ੍ਰਿਪਤਿ ਅਘਾਨੇ ਮੁਕਤਿ ਭਏ ॥੩॥
ପ୍ରଭୁଙ୍କ ପ୍ରେମ ଭକ୍ତିକୁ ଧାରଣ କରି ମନକୁ ଆତ୍ମିକ ସୁଖର ଅନୁଭୂତି ହୋଇ ଯାଇଛି ଆଉ ଏହିପରି ମନ ତୃପ୍ତ ଏବଂ ସନ୍ତୁଷ୍ଟ ହେବା ଦ୍ଵାରା ମୋତେ ମୋକ୍ଷ ପ୍ରାପ୍ତି ହୋଇ ଯାଇଛି॥3॥
ਜੋਤਿ ਸਮਾਇ ਸਮਾਨੀ ਜਾ ਕੈ ਅਛਲੀ ਪ੍ਰਭੁ ਪਹਿਚਾਨਿਆ ॥
ଯେଉଁ ମନୁଷ୍ୟ ଭିତରେ ସର୍ବବ୍ୟାପକ ପରମାତ୍ମାଙ୍କ ଜ୍ୟୋତି ରହିଛି, ସେ ନିଶ୍ଚଳ ଭଗବାନଙ୍କୁ ଜାଣି ନେଇଛି,
ਧੰਨੈ ਧਨੁ ਪਾਇਆ ਧਰਣੀਧਰੁ ਮਿਲਿ ਜਨ ਸੰਤ ਸਮਾਨਿਆ ॥੪॥੧॥
ଧନ୍ନା ଜୀ କହନ୍ତି ଯେ ସେ ଧରଣିଧର ପ୍ରଭୁଙ୍କୁ ଅମୂଲ୍ୟ ଧାନ ରୂପରେ ପ୍ରାପ୍ତ କରିଛି ତଥା ସନ୍ଥଙ୍କ ସଙ୍ଗତିରେ ରହିଛନ୍ତି॥4॥1॥
ਮਹਲਾ ੫ ॥
ମହଲା 5 ॥
ਗੋਬਿੰਦ ਗੋਬਿੰਦ ਗੋਬਿੰਦ ਸੰਗਿ ਨਾਮਦੇਉ ਮਨੁ ਲੀਣਾ ॥
ଗୋବିନ୍ଦଙ୍କ ନାମ ଜପି ନାମଦେବଙ୍କ ମନ ଗୋବିନ୍ଦଙ୍କ ପାଖରେ ଲୀନ ରହିଥିଲା,
ਆਢ ਦਾਮ ਕੋ ਛੀਪਰੋ ਹੋਇਓ ਲਾਖੀਣਾ ॥੧॥ ਰਹਾਉ ॥
ଯାହାର ଫଳ ସ୍ୱରୂପ ସେ ଦୁଇ କଉଡିର ଛପା ଲକ୍ଷପତି ବନିଗଲେ॥1॥ରୁହ॥
ਬੁਨਨਾ ਤਨਨਾ ਤਿਆਗਿ ਕੈ ਪ੍ਰੀਤਿ ਚਰਨ ਕਬੀਰਾ ॥
କବୀର ଜୀ ବୁଣିବା ଏବଂ ଟାଣିବା କାର୍ଯ୍ୟ ଛାଡି ଈଶ୍ବରଙ୍କ ଚରଣରେ ପ୍ରୀତି ଲଗାଇ ଥିଲେ,
ਨੀਚ ਕੁਲਾ ਜੋਲਾਹਰਾ ਭਇਓ ਗੁਨੀਯ ਗਹੀਰਾ ॥੧॥
ଯାହାର ଫଳ ସ୍ୱରୂପ ସେହି ନୀଚ କୁଳର ବୁଣାଳି ଗୁଣର ସାଗର ବନିଗଲା॥1॥
ਰਵਿਦਾਸੁ ਢੁਵੰਤਾ ਢੋਰ ਨੀਤਿ ਤਿਨਿ ਤਿਆਗੀ ਮਾਇਆ ॥
ରବିଦାସ ଯିଏ ପ୍ରତିଦିନ ମୃତ ପଶୁକୁ ବୋହୁଥିଲେ, ସେ ମଧ୍ୟ ସାଂସାରିକ ମାୟାକୁ ତ୍ୟାଗ କରିଥିଲେ,
ਪਰਗਟੁ ਹੋਆ ਸਾਧਸੰਗਿ ਹਰਿ ਦਰਸਨੁ ਪਾਇਆ ॥੨॥
ସେ ସାଧୁଙ୍କ ସଙ୍ଗତିରେ ରହି ସୁବିଖ୍ୟାତ ହୋଇଗଲେ ଆଉ ତାହାଙ୍କୁ ହରିଙ୍କ ଦର୍ଶନ ପ୍ରାପ୍ତ ହୋଇଛି॥2॥
ਸੈਨੁ ਨਾਈ ਬੁਤਕਾਰੀਆ ਓਹੁ ਘਰਿ ਘਰਿ ਸੁਨਿਆ ॥
ସଇନୁ ଭଣ୍ଡାରି ଲୋକଙ୍କ ଚୂତ ମୋଟ କାମ କରିବା ଶୁଣା ଯାଉଥିଲା, କିନ୍ତୁ
ਹਿਰਦੇ ਵਸਿਆ ਪਾਰਬ੍ਰਹਮੁ ਭਗਤਾ ਮਹਿ ਗਨਿਆ ॥੩॥
ଯେତେବେଳେ ତାହାର ଚିତ୍ତରେ ଭଗବାନ ନିବାସ କରିଲେ, ସେ ମଧ୍ୟ ଭକ୍ତ ଭାବରେ ଗଣା ଗଲା॥3॥