Guru Granth Sahib Translation Project

guru granth sahib odia page-480

Page 480

ਜਮ ਕਾ ਡੰਡੁ ਮੂੰਡ ਮਹਿ ਲਾਗੈ ਖਿਨ ਮਹਿ ਕਰੈ ਨਿਬੇਰਾ ॥੩॥ ଯେବେ ଯମର ଦଣ୍ଡ ତାହାର ମସ୍ତକ ଉପରେ ପଡିଥାଏ, ତାହାହେଲେ ଏକ କ୍ଷଣରେ ହିଁ ନିର୍ଣ୍ଣୟ ହୋଇଯାଏ, ଅର୍ଥାତ ଯେବେ ମନୁଷ୍ୟର ଦେହାନ୍ତ ହୋଇଯାଏ, ଧନ ସେଇଠି ରହିଯାଏ॥3॥
ਹਰਿ ਜਨੁ ਊਤਮੁ ਭਗਤੁ ਸਦਾਵੈ ਆਗਿਆ ਮਨਿ ਸੁਖੁ ਪਾਈ ॥ ହରିଙ୍କ ସେବକକୁ ଉତ୍ତମ ଭକ୍ତ କୁହାଯାଏ ଆଉ ସେ ହରିଙ୍କ ଆଜ୍ଞା ମାନି ସୁଖ ପ୍ରାପ୍ତ କରିଥାଏ।
ਜੋ ਤਿਸੁ ਭਾਵੈ ਸਤਿ ਕਰਿ ਮਾਨੈ ਭਾਣਾ ਮੰਨਿ ਵਸਾਈ ॥੪॥ ଯାହା ହରିଙ୍କୁ ଭଲ ଲାଗିଥାଏ, ସେ ସତ୍ୟ ମାନି ସ୍ଵୀକାର କରିଥାଏ ଆଉ ଈଶ୍ଵରଙ୍କ ଇଛାକୁ ନିଜ ମନରେ ସ୍ଥାପନ କରିଥାଏ॥4॥
ਕਹੈ ਕਬੀਰੁ ਸੁਨਹੁ ਰੇ ਸੰਤਹੁ ਮੇਰੀ ਮੇਰੀ ਝੂਠੀ ॥ କବୀର ଜୀ କହନ୍ତି ଯେ ହେ ସନ୍ଥଜନ! ଶୁଣ, ଏହି ମୁଁ-ମୋର କଥା ମିଥ୍ୟା ଅଟେ, କାରଣ
ਚਿਰਗਟ ਫਾਰਿ ਚਟਾਰਾ ਲੈ ਗਇਓ ਤਰੀ ਤਾਗਰੀ ਛੂਟੀ ॥੫॥੩॥੧੬॥ ମୃତ୍ୟୁ (ଜୀବାତ୍ମା ରୂପୀ) ପକ୍ଷୀର ପିଞ୍ଜରା(ରୂପୀ ଶରୀର)କୁ ଚିରି ଆତ୍ମାକୁ ନେଇଯାଏ ଆଉ ନିର୍ଜୀବ ଶରୀର ରୂପୀ ସୂତା ସେଠାରେ ଛିଣ୍ଡି ଯାଏ ॥5॥3॥16॥
ਆਸਾ ॥ ଆଶା ॥
ਹਮ ਮਸਕੀਨ ਖੁਦਾਈ ਬੰਦੇ ਤੁਮ ਰਾਜਸੁ ਮਨਿ ਭਾਵੈ ॥ ହେ କାଜି! ଆମେ ବିଚରା ଜୀବ ଖୁଦାଙ୍କ ଠାରୁ ଜାତ ହୋଇଛୁ, ତୋତେ ନିଜ ଚିତ୍ତର ହୁକୁମ ଭଲ ଲାଗିଥାଏ ଅର୍ଥାତ ତୋ’ ଠାରେ ସେଥିପାଇଁ ବଡ ଅଭିମାନ ଥାଏ, କିନ୍ତୁ
ਅਲਹ ਅਵਲਿ ਦੀਨ ਕੋ ਸਾਹਿਬੁ ਜੋਰੁ ਨਹੀ ਫੁਰਮਾਵੈ ॥੧॥ ଆଲାହା ଦୀନ ଧର୍ମର ମାଲିକ ଅଟନ୍ତି ଆଉ ସେ କାହା ପ୍ରତି ଜୁଲୁମ କରିବାର ଆଜ୍ଞା ଦିଅନ୍ତି ନାହିଁ ॥1॥
ਕਾਜੀ ਬੋਲਿਆ ਬਨਿ ਨਹੀ ਆਵੈ ॥੧॥ ਰਹਾਉ ॥ ହେ କାଜି! ତୋର ମୁହଁରୁ ବାହାରୁଥିବା କଥା ଭଲ ଲାଗେ ନାହିଁ ॥1।
ਰੋਜਾ ਧਰੈ ਨਿਵਾਜ ਗੁਜਾਰੈ ਕਲਮਾ ਭਿਸਤਿ ਨ ਹੋਈ ॥ ରୋଜା ରଖିବା, ନମାଜ ପଢିବା ଆଉ କଲମା ପଢିଲେ ଜନ୍ନତ (ସ୍ଵର୍ଗ) ମିଳେନାହିଁ।
ਸਤਰਿ ਕਾਬਾ ਘਟ ਹੀ ਭੀਤਰਿ ਜੇ ਕਰਿ ਜਾਨੈ ਕੋਈ ॥੨॥ ଆଲ୍ଲାହାଙ୍କ ଘର କାବା ତୋର ଅନ୍ତର୍ମନର ଭିତରେ ମହଜୁଦ ଅଛି, ପରନ୍ତୁ ସେତେବେଳେ ମିଳିଥାଏ ଯଦି କେହି ଏହି ଭେଦକୁ ଜାଣିଥାଏ॥2॥
ਨਿਵਾਜ ਸੋਈ ਜੋ ਨਿਆਉ ਬਿਚਾਰੈ ਕਲਮਾ ਅਕਲਹਿ ਜਾਨੈ ॥ ଯିଏ ନ୍ୟାୟର ବିଚାର କରିଥାଏ, ସେ ହିଁ ସଚ୍ଚା ନମାଜ ପଢିଥାଏ, ଯଦି କିଏ ଆଲ୍ଲାହାଙ୍କୁ ଜାଣିପାରେ, ତାହାହେଲେ ସେ ହିଁ ତାହାଙ୍କ କଲମା ଅଟେ।
ਪਾਚਹੁ ਮੁਸਿ ਮੁਸਲਾ ਬਿਛਾਵੈ ਤਬ ਤਉ ਦੀਨੁ ਪਛਾਨੈ ॥੩॥ ଯେଉଁ ମନୁଷ୍ୟ ପାଞ୍ଚ ବିକାରକୁ ମାରି ବଶ କରିଥାଏ, ସେ ଧର୍ମକୁ ଜାଣିଥାଏ॥3॥
ਖਸਮੁ ਪਛਾਨਿ ਤਰਸ ਕਰਿ ਜੀਅ ਮਹਿ ਮਾਰਿ ਮਣੀ ਕਰਿ ਫੀਕੀ ॥ ହେ କାଜି! ନିଜ ମାଲିକ ଖୁଦାଙ୍କୁ ଜାଣ ଆଉ ନିଜ ମନରେ ସବୁ ଜୀବଙ୍କ ପାଇଁ ସହାନୁଭୁତି ରଖ, ତୁ ନିଜ ଅହଂତ୍ତ୍ଵକୁ ଦୂର କରି ଫିକା କର।
ਆਪੁ ਜਨਾਇ ਅਵਰ ਕਉ ਜਾਨੈ ਤਬ ਹੋਇ ਭਿਸਤ ਸਰੀਕੀ ॥੪॥ ଯେବେ ମନୁଷ୍ୟ ନିଜକୁ ନିଜେ ବୁଝି ଅନ୍ୟକୁ ନିଜର ଭାବିଥାଏ, ସେତେବେଳେ ସେ ଜନ୍ନତ (ସ୍ଵର୍ଗ)ର ଦାବିଦାର ବନିଯାଏ॥4॥
ਮਾਟੀ ਏਕ ਭੇਖ ਧਰਿ ਨਾਨਾ ਤਾ ਮਹਿ ਬ੍ਰਹਮੁ ਪਛਾਨਾ ॥ ମାଟି ଏକ ଅଟେ, ପରନ୍ତୁ ଏହା ଅନେକ ସ୍ୱରୂପ ଧାରଣ କରିଥାଏ, ମୁଁ ଏହି ସବୁଥିରେ ଏକ ପରମାତ୍ମାଙ୍କୁ ହିଁ ଜାଣିଥାଏ।
ਕਹੈ ਕਬੀਰਾ ਭਿਸਤ ਛੋਡਿ ਕਰਿ ਦੋਜਕ ਸਿਉ ਮਨੁ ਮਾਨਾ ॥੫॥੪॥੧੭॥ କବୀର ଜୀ କହନ୍ତି ଯେ ହେ କାଜି! ଶୁଣ, ତୁ ସ୍ଵର୍ଗର ମାର୍ଗକୁ ତ୍ୟାଗ କରି ନିଜ ମନକୁ ଜାଣି ଶୁଣି ନର୍କର ରାସ୍ତା ସହିତ ଯୋଡିଛୁ॥5॥4॥17॥
ਆਸਾ ॥ ଆଶା ॥
ਗਗਨ ਨਗਰਿ ਇਕ ਬੂੰਦ ਨ ਬਰਖੈ ਨਾਦੁ ਕਹਾ ਜੁ ਸਮਾਨਾ ॥ ଦଶମ ଦ୍ଵାର ରୂପୀ ଗଗନ ନଗରୀରେ ଏବେ ଏକ ବୁନ୍ଦା ମଧ୍ୟ ବର୍ଷା ହୁଏନାହିଁ, ଏହା ଭିତରେ ଥିବା ସେ ନାଦ କେଉଁଠି ଅଛି?
ਪਾਰਬ੍ਰਹਮ ਪਰਮੇਸੁਰ ਮਾਧੋ ਪਰਮ ਹੰਸੁ ਲੇ ਸਿਧਾਨਾ ॥੧॥ ବ୍ରହ୍ମା-ପରମେଶ୍ଵର ଆତ୍ମା ରୂପୀ ପରମ ହଂସକୁ ନେଇ ଯାଇଛନ୍ତି॥1॥
ਬਾਬਾ ਬੋਲਤੇ ਤੇ ਕਹਾ ਗਏ ਦੇਹੀ ਕੇ ਸੰਗਿ ਰਹਤੇ ॥ ହେ ବାବା! ଯେଉଁ ଆତ୍ମା କଥା କରିଥାଏ ଏବଂ ଶରୀର ସାଥିରେ ରହିଥିଲା, ସେ କେଉଁ ଆଡେ ଚାଲି ଯାଇଛି?
ਸੁਰਤਿ ਮਾਹਿ ਜੋ ਨਿਰਤੇ ਕਰਤੇ ਕਥਾ ਬਾਰਤਾ ਕਹਤੇ ॥੧॥ ਰਹਾਉ ॥ ସେହି ଆତ୍ମା ମନରେ ନୃତ୍ୟ କରିଥିଲା ଆଉ କଥା କହୁଥିଲା॥1॥ରୁହ॥
ਬਜਾਵਨਹਾਰੋ ਕਹਾ ਗਇਓ ਜਿਨਿ ਇਹੁ ਮੰਦਰੁ ਕੀਨ੍ਹ੍ਹਾ ॥ ସେହି ବଜାଇବା ବାଲା ଆତ୍ମା କେଉଁଠିକୁ ଚାଲି ଯାଇଛି, ଯିଏ ଏହି ଶରୀର ରୂପୀ ମନ୍ଦିରକୁ ନିଜର କରିଥିଲା?
ਸਾਖੀ ਸਬਦੁ ਸੁਰਤਿ ਨਹੀ ਉਪਜੈ ਖਿੰਚਿ ਤੇਜੁ ਸਭੁ ਲੀਨ੍ਹ੍ਹਾ ॥੨॥ କୌଣସି କଥନ, ଶବ୍ଦ, ଚେତନା ଜାତ ହୁଏନାହିଁ, ପ୍ରଭୁ ସଂପୂର୍ଣ୍ଣ ତେଜ ବଳ ନେଇ ଯାଇଛନ୍ତି॥2॥
ਸ੍ਰਵਨਨ ਬਿਕਲ ਭਏ ਸੰਗਿ ਤੇਰੇ ਇੰਦ੍ਰੀ ਕਾ ਬਲੁ ਥਾਕਾ ॥ ତୋର ସଙ୍ଗୀ କାନ ବଳହୀନ ହୋଇ ଯାଇଛି, ତୋର କାମ ବାସନାର ବଳ ମଧ୍ୟ କ୍ଷୀଣ ହୋଇଯାଇଛି।
ਚਰਨ ਰਹੇ ਕਰ ਢਰਕਿ ਪਰੇ ਹੈ ਮੁਖਹੁ ਨ ਨਿਕਸੈ ਬਾਤਾ ॥੩॥ ତୋର ପାଦ ମଧ୍ୟ ଚାଲିବ ପାଇଁ ଅସମର୍ଥ ଅଟେ, ହାତ ଶିଥିଳ ହୋଇଯାଇଛି, ତଥା ତୋର ମୁହଁରୁ କୌଣସି କଥା ବାହାରୁ ନାହିଁ॥3॥
ਥਾਕੇ ਪੰਚ ਦੂਤ ਸਭ ਤਸਕਰ ਆਪ ਆਪਣੈ ਭ੍ਰਮਤੇ ॥ ତୋର ପାଞ୍ଚ ବିକାର ଥକି ଯାଇଛନ୍ତି, ସେହି ଚୋରମାନେ ନିଜେ ହଟି ଯାଇଛନ୍ତି।
ਥਾਕਾ ਮਨੁ ਕੁੰਚਰ ਉਰੁ ਥਾਕਾ ਤੇਜੁ ਸੂਤੁ ਧਰਿ ਰਮਤੇ ॥੪॥ ମନ ରୂପୀ ହାତୀ ମଧ୍ୟ ହାରି ଥକି ଯାଇଛି ଆଉ ସୂତ୍ରଧାର ହୃଦୟ ଯାହା ଦ୍ଵାରା ଶରୀରର ଇନ୍ଦ୍ରିୟ ଚାଲୁଥିଲା, ତାହା ମଧ୍ୟ ଥକି ଯାଇଛି॥4॥
ਮਿਰਤਕ ਭਏ ਦਸੈ ਬੰਦ ਛੂਟੇ ਮਿਤ੍ਰ ਭਾਈ ਸਭ ਛੋਰੇ ॥ ମୃତ୍ୟୁ ହେବା ପରେ ଦଶ ଦ୍ଵାରର ବନ୍ଧନ ଭାଙ୍ଗି ଯାଇଛି ତଥା ସେ ନିଜ ମିତ୍ର ଏବଂ ଭାଇକୁ ଛାଡି ଯାଇଛି।
ਕਹਤ ਕਬੀਰਾ ਜੋ ਹਰਿ ਧਿਆਵੈ ਜੀਵਤ ਬੰਧਨ ਤੋਰੇ ॥੫॥੫॥੧੮॥ କବୀର ଜୀ କହନ୍ତି ଯେ ଯେଉଁ ମନୁଷ୍ୟ ଭଗବାନଙ୍କ ଧ୍ୟାନ କରିଥାଏ, ସେ ଜୀବିତ ଅବସ୍ଥାରେ ସବୁ ବନ୍ଧନକୁ ଭାଙ୍ଗିଥାଏ॥5॥5॥18॥
ਆਸਾ ਇਕਤੁਕੇ ੪ ॥ ଆଶା ॥
ਸਰਪਨੀ ਤੇ ਊਪਰਿ ਨਹੀ ਬਲੀਆ ॥ ସାରା ବିଶ୍ଵରେ ମାୟା ରୂପୀ ସର୍ପିଣୀ ଠାରୁ ଅଧିକ ବଳଶାଳୀ କେହି ନାହାନ୍ତି,
ਜਿਨਿ ਬ੍ਰਹਮਾ ਬਿਸਨੁ ਮਹਾਦੇਉ ਛਲੀਆ ॥੧॥ ଯିଏ (ତ୍ରିଦେବ) ବ୍ରହ୍ମା, ବିଷ୍ଣୁ ଏବଂ ମହାଦେବଙ୍କୁ ମଧ୍ୟ ଛଳ କରି ନେଇଛି॥1॥
ਮਾਰੁ ਮਾਰੁ ਸ੍ਰਪਨੀ ਨਿਰਮਲ ਜਲਿ ਪੈਠੀ ॥ ସବୁଆଡେ କାୟା ବିସ୍ତାର କରି ମାୟା ରୂପୀ ସର୍ପିଣୀ ଏବେ ସତସଙ୍ଗତି ରୂପୀ ନିର୍ମଳ ଜଳରେ ବସି ଯାଇଛି।
ਜਿਨਿ ਤ੍ਰਿਭਵਣੁ ਡਸੀਅਲੇ ਗੁਰ ਪ੍ਰਸਾਦਿ ਡੀਠੀ ॥੧॥ ਰਹਾਉ ॥ ଯେଉଁ ମାୟା ରୂପୀ ସର୍ପିଣୀ ତ୍ରିଭୁବନ ଅର୍ଥାତ ସଂପୂର୍ଣ୍ଣ ଜଗତକୁ ଗ୍ରାସ କରିଥିଲା, ତାହାକୁ ମୁଁ ଗୁରୁଙ୍କ କୃପାରୁ ଦେଖିଛି॥1॥ରୁହ॥
ਸ੍ਰਪਨੀ ਸ੍ਰਪਨੀ ਕਿਆ ਕਹਹੁ ਭਾਈ ॥ ହେ ଭାଇ! ତୁମେ ଏହି ମାୟାକୁ ସର୍ପିଣୀ ସର୍ପିଣୀ କହି କାହିଁକି ପାଟି କରୁଛ?
ਜਿਨਿ ਸਾਚੁ ਪਛਾਨਿਆ ਤਿਨਿ ਸ੍ਰਪਨੀ ਖਾਈ ॥੨॥ ଯିଏ ସତ୍ୟକୁ ଜାଣି ନିଏ, ସେ ମାୟା ରୂପୀ ସର୍ପିଣୀକୁ ନିୟନ୍ତ୍ରଣ କରିଥାଏ॥2॥
ਸ੍ਰਪਨੀ ਤੇ ਆਨ ਛੂਛ ਨਹੀ ਅਵਰਾ ॥ ସ୍ମରଣ କରିବା ବାଲା ବିନା ଆଉ କେହି ମଧ୍ୟ ଏହି ସର୍ପିଣୀ ଠାରୁ ବଞ୍ଚି ନାହାନ୍ତି।
ਸ੍ਰਪਨੀ ਜੀਤੀ ਕਹਾ ਕਰੈ ਜਮਰਾ ॥੩॥ ଯିଏ ମାୟା ରୂପୀ ସର୍ପିଣୀକୁ ଜିତି ଯାଇଛି, ଯମରାଜ ମଧ୍ୟ ତାହାର କିଛି ବିଗାଡି ପାରନ୍ତି ନାହିଁ ॥3॥
error: Content is protected !!
Scroll to Top