Page 431
ਆਸਾਵਰੀ ਮਹਲਾ ੫ ਘਰੁ ੩
ଆଶାବରୀ ମହଲା 5 ଘର 3
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਮੇਰੇ ਮਨ ਹਰਿ ਸਿਉ ਲਾਗੀ ਪ੍ਰੀਤਿ ॥
ମୋର ମନର ପ୍ରେମ ହରିଙ୍କ ସାଥିରେ ଲାଗିଅଛି।
ਸਾਧਸੰਗਿ ਹਰਿ ਹਰਿ ਜਪਤ ਨਿਰਮਲ ਸਾਚੀ ਰੀਤਿ ॥੧॥ ਰਹਾਉ ॥
ସତସଙ୍ଗତିରେ ହରି-ପ୍ରଭୁଙ୍କ ନାମ ଜପିବା ଦ୍ଵାରା ମୋର ଜୀବନ-ମର୍ଯ୍ୟାଦା ସଚ୍ଚା ଏବଂ ନିର୍ମଳ ବନିଯାଇଛି॥1॥ରୁହ॥
ਦਰਸਨ ਕੀ ਪਿਆਸ ਘਣੀ ਚਿਤਵਤ ਅਨਿਕ ਪ੍ਰਕਾਰ ॥
ହେ ଭଗବାନ! ମୋତେ ତୋର ଦର୍ଶନର ତୀବ୍ର ଲାଳସା ଲାଗିଛି ଆଉ ମୁଁ ଅନେକ ପ୍ରକାର ସ୍ମରଣ କରିଥାଏ।
ਕਰਹੁ ਅਨੁਗ੍ਰਹੁ ਪਾਰਬ੍ਰਹਮ ਹਰਿ ਕਿਰਪਾ ਧਾਰਿ ਮੁਰਾਰਿ ॥੧॥
ହେ ପରଂବ୍ରହ୍ମ! ହେ ମୁରାରୀ! ମୋ’ ଉପରେ ଅନୁଗ୍ରହ କର, ହେ ହରି! ମୋ’ ଉପରେ କୃପା କର॥1॥
ਮਨੁ ਪਰਦੇਸੀ ਆਇਆ ਮਿਲਿਓ ਸਾਧ ਕੈ ਸੰਗਿ ॥
ଏହି ପରଦେଶୀ ମନ ଅନେକ ଯୋନିରେ ପଥଭ୍ରଷ୍ଟ ହୋଇ ଏହି ଦୁନିଆକୁ ଆସିଛି ଆଉ ସତସଙ୍ଗତି ସହିତ ମିଶିଅଛି।
ਜਿਸੁ ਵਖਰ ਕਉ ਚਾਹਤਾ ਸੋ ਪਾਇਓ ਨਾਮਹਿ ਰੰਗਿ ॥੨॥
ମୋର ଯେଉଁ ପଦାର୍ଥର ଆକାଂକ୍ଷା ଥିଲା, ତାହା ପ୍ରଭୁ ନାମରେ ରଙ୍ଗୀନ ହୋଇ ପ୍ରାପ୍ତ ହୋଇଯାଇଛି॥2॥
ਜੇਤੇ ਮਾਇਆ ਰੰਗ ਰਸ ਬਿਨਸਿ ਜਾਹਿ ਖਿਨ ਮਾਹਿ ॥
ମାୟାର ଯେତେ ରଙ୍ଗ ଏବଂ ରସ ଅଛି, ତାହା ଏକ କ୍ଷଣରେ ହିଁ ନଷ୍ଟ ହୋଇଯାଏ।
ਭਗਤ ਰਤੇ ਤੇਰੇ ਨਾਮ ਸਿਉ ਸੁਖੁ ਭੁੰਚਹਿ ਸਭ ਠਾਇ ॥੩॥
ହେ ପ୍ରଭୁ! ତୋର ଭକ୍ତ ତୋର ନାମ ସହିତ ଅନୁରକ୍ତ ଅଛି ଆଉ ସମସ୍ତ ସ୍ଥାନରେ ସେ ସୁଖ ଭୋଗ କରିଥାଏ॥3॥
ਸਭੁ ਜਗੁ ਚਲਤਉ ਪੇਖੀਐ ਨਿਹਚਲੁ ਹਰਿ ਕੋ ਨਾਉ ॥
ସମ୍ପୂର୍ଣ ଜଗତ ନଶ୍ଵର ଦେଖା ଯାଉଛି, କିନ୍ତୁ ହରିଙ୍କ ନାମ ହିଁ ନିଶ୍ଚଳ ଅଟେ।
ਕਰਿ ਮਿਤ੍ਰਾਈ ਸਾਧ ਸਿਉ ਨਿਹਚਲੁ ਪਾਵਹਿ ਠਾਉ ॥੪॥
ହେ ଭାଇ! ତୁ ସାଧୁଙ୍କ ସହିତ ମିତ୍ରତା କର, କାରଣ ତୋତେ ନିଶ୍ଚଳ ସ୍ଥାନ ପ୍ରାପ୍ତ ହେବ॥4॥
ਮੀਤ ਸਾਜਨ ਸੁਤ ਬੰਧਪਾ ਕੋਊ ਹੋਤ ਨ ਸਾਥ ॥
ମିତ୍ର, ସାଜନ, ପୁତ୍ର ଏବଂ ସମ୍ବନ୍ଧୀୟ କେହି ମଧ୍ୟ ତୋର ସାଥିରେ ରହିବେ ନାହିଁ।
ਏਕੁ ਨਿਵਾਹੂ ਰਾਮ ਨਾਮ ਦੀਨਾ ਕਾ ਪ੍ਰਭੁ ਨਾਥ ॥੫॥
ରାମଙ୍କ ନାମ ହିଁ ସର୍ବଦା ସାଥିରେ ରହିଥାଏ, ସେହି ପ୍ରଭୁ ଦୀନର ନାଥ ଅଟନ୍ତି॥5॥
ਚਰਨ ਕਮਲ ਬੋਹਿਥ ਭਏ ਲਗਿ ਸਾਗਰੁ ਤਰਿਓ ਤੇਹ ॥
ପ୍ରଭୁଙ୍କ ଚରଣ କମଳ ଜାହାଜ ଅଟେ, ତାହାଙ୍କ ସାଥିରେ ଯୋଡି ରହି ମୁଁ ସଂସାର ସାଗରରୁ ପାର ହୋଇଯାଇଛି।
ਭੇਟਿਓ ਪੂਰਾ ਸਤਿਗੁਰੂ ਸਾਚਾ ਪ੍ਰਭ ਸਿਉ ਨੇਹ ॥੬॥
ମୋତେ ପୂର୍ଣ୍ଣ ସଦଗୁରୁ ମିଳିଯାଇଛି ଆଉ ଏବେ ମୋର ପ୍ରଭୁଙ୍କ ସହିତ ସଚ୍ଚା ପ୍ରେମ ହୋଇଯାଇଛି॥6॥
ਸਾਧ ਤੇਰੇ ਕੀ ਜਾਚਨਾ ਵਿਸਰੁ ਨ ਸਾਸਿ ਗਿਰਾਸਿ ॥
ହେ ଭଗବାନ! ତୋର ସାଧୁର ବିନତି ଯେ ପ୍ରତି ଶ୍ଵାସ ଓ ଗ୍ରାସରେ ତୋର ନାମର ବିସ୍ମରଣ ନ ହେଉ।
ਜੋ ਤੁਧੁ ਭਾਵੈ ਸੋ ਭਲਾ ਤੇਰੈ ਭਾਣੈ ਕਾਰਜ ਰਾਸਿ ॥੭॥
ତୋତେ ଯାହା କିଛି ଭଲ ଲାଗିଥାଏ, ତାହା ଭଲ ଅଟେ, ତୋର ଇଚ୍ଛାରେ ହିଁ ସବୁ କାର୍ଯ୍ୟ ପୂର୍ଣ୍ଣ ହୋଇଯାଏ॥7॥
ਸੁਖ ਸਾਗਰ ਪ੍ਰੀਤਮ ਮਿਲੇ ਉਪਜੇ ਮਹਾ ਅਨੰਦ ॥
ଯେବେ ସୁଖର ସାଗର ପ୍ରିୟତମ ପ୍ରଭୁ ମିଳିଯାନ୍ତି, ସେତେବେଳେ ବଡ ଆନନ୍ଦ ଉତ୍ପନ୍ନ ହୋଇଥାଏ।
ਕਹੁ ਨਾਨਕ ਸਭ ਦੁਖ ਮਿਟੇ ਪ੍ਰਭ ਭੇਟੇ ਪਰਮਾਨੰਦ ॥੮॥੧॥੨॥
ହେ ନାନକ! ପରମାନନ୍ଦ ପ୍ରଭୁଙ୍କୁ ମିଳନ କରିବା ଦ୍ଵାରା ସବୁ ଦୁଃଖ କ୍ଲେଶ ଦୂର ହୋଇଯାଇଛି॥8॥1॥2॥
ਆਸਾ ਮਹਲਾ ੫ ਬਿਰਹੜੇ ਘਰੁ ੪ ਛੰਤਾ ਕੀ ਜਤਿ
ଆଶା ମହଲା ବିରହଦେ ଘର 4 ଛନ୍ତା ଯତି
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਪਾਰਬ੍ਰਹਮੁ ਪ੍ਰਭੁ ਸਿਮਰੀਐ ਪਿਆਰੇ ਦਰਸਨ ਕਉ ਬਲਿ ਜਾਉ ॥੧॥
ହେ ପ୍ରିୟ! ସର୍ବଦା ପରଂବ୍ରହ୍ମ ପ୍ରଭୁଙ୍କ ହିଁ ସ୍ମରଣ କରିବା ଉଚିତ, ମୁଁ ସେହି ଭଗବାନଙ୍କ ଦର୍ଶନ ପ୍ରତି ସମର୍ପିତ ଅଟେ॥1॥
ਜਿਸੁ ਸਿਮਰਤ ਦੁਖ ਬੀਸਰਹਿ ਪਿਆਰੇ ਸੋ ਕਿਉ ਤਜਣਾ ਜਾਇ ॥੨॥
ଯେଉଁ ଭଗବାନଙ୍କ ସ୍ମରଣ କରିଲେ ଦୁଃଖ-କ୍ଲେଶ ଭୁଲି ହୋଇଯାଏ, ତାହାଙ୍କୁ କିପରି ତ୍ୟାଗ କରାଯାଇ ପାରିବ?॥2॥
ਇਹੁ ਤਨੁ ਵੇਚੀ ਸੰਤ ਪਹਿ ਪਿਆਰੇ ਪ੍ਰੀਤਮੁ ਦੇਇ ਮਿਲਾਇ ॥੩॥
ନିଜର ଏହି ଶରୀରକୁ ମୁଁ ସେହି ସନ୍ଥଙ୍କ ପାଖରେ ବିକ୍ରି କରିବାକୁ ତତ୍ପର ଅଛି ଯଦି ସେ ମୋତେ ପ୍ରିୟତମ ପ୍ରଭୁଙ୍କ ସହିତ ମିଳନ କରାଇ ଦେବେ॥3॥
ਸੁਖ ਸੀਗਾਰ ਬਿਖਿਆ ਕੇ ਫੀਕੇ ਤਜਿ ਛੋਡੇ ਮੇਰੀ ਮਾਇ ॥੪॥
ହେ ମୋର ମାତା! ବିକାରଯୁକ୍ତ ମୋହ ମାୟାର ସବୁ ସୁଖ- ସୌନ୍ଦର୍ଯ୍ୟ ଫିକା ମାନି ମୁଁ ତ୍ୟାଗ କରି ଦେଇଛି॥4॥
ਕਾਮੁ ਕ੍ਰੋਧੁ ਲੋਭੁ ਤਜਿ ਗਏ ਪਿਆਰੇ ਸਤਿਗੁਰ ਚਰਨੀ ਪਾਇ ॥੫॥
ସଚ୍ଚା ଗୁରୁଙ୍କ ଚରଣରେ ଲାଗିଲେ କାମ, କ୍ରୋଧ ଏବଂ ଲୋଭ ମୋତେ ଛାଡି ଚାଲି ଯାଇଛନ୍ତି ॥5॥
ਜੋ ਜਨ ਰਾਤੇ ਰਾਮ ਸਿਉ ਪਿਆਰੇ ਅਨਤ ਨ ਕਾਹੂ ਜਾਇ ॥੬॥
ଯେଉଁ ଲୋକ ରାମଙ୍କ ନାମରେ ଅନୁରକ୍ତ ହୋଇଥାଏ, ସେ ଅନ୍ୟ କେଉଁଠିକୁ ଯାଏ ନାହିଁ॥6॥
ਹਰਿ ਰਸੁ ਜਿਨ੍ਹ੍ਹੀ ਚਾਖਿਆ ਪਿਆਰੇ ਤ੍ਰਿਪਤਿ ਰਹੇ ਆਘਾਇ ॥੭॥
ଯିଏ ହରି ରସକୁ ଚାଖିଅଛି, ସେ ତୃପ୍ତ ଏବଂ ସନ୍ତୁଷ୍ଟ ରହିଥାଏ॥7॥
ਅੰਚਲੁ ਗਹਿਆ ਸਾਧ ਕਾ ਨਾਨਕ ਭੈ ਸਾਗਰੁ ਪਾਰਿ ਪਰਾਇ ॥੮॥੧॥੩॥
ହେ ନାନକ! ଯିଏ ସାଧୁଙ୍କ କାନି ଧରିଥାଏ, ସେ ଭବସାଗରରୁ ପାର ହୋଇଯାଏ॥8॥1॥3॥
ਜਨਮ ਮਰਣ ਦੁਖੁ ਕਟੀਐ ਪਿਆਰੇ ਜਬ ਭੇਟੈ ਹਰਿ ਰਾਇ ॥੧॥
ହେ ପ୍ରିୟ! ଯେବେ ଜଗତର ବାଦଶାହ ହରି ମିଳି ଯାଆନ୍ତି, ସେତେବେଳେ ଜନ୍ମ ମରଣର ଦୁଃଖ ଦୂର ହୋଇଯାଏ॥1॥
ਸੁੰਦਰੁ ਸੁਘਰੁ ਸੁਜਾਣੁ ਪ੍ਰਭੁ ਮੇਰਾ ਜੀਵਨੁ ਦਰਸੁ ਦਿਖਾਇ ॥੨॥
ମୋର ପ୍ରଭୁ ସୁନ୍ଦର, ଚତୁର, ଏବଂ ମୋର ଜୀବନର ଆଧାର ଅଟନ୍ତି, ଯେବେ ତାହାଙ୍କ ଦର୍ଶନ ହୋଇଥାଏ, ସେତେବେଳେ, ଭାବ, ପ୍ରାଣ ମିଳିଯାଏ॥2॥
ਜੋ ਜੀਅ ਤੁਝ ਤੇ ਬੀਛੁਰੇ ਪਿਆਰੇ ਜਨਮਿ ਮਰਹਿ ਬਿਖੁ ਖਾਇ ॥੩॥
ହେ ପ୍ରିୟ ସ୍ଵାମୀ! ଯେଉଁ ଜୀବ ତୋ’ ଠାରୁ ବିଚ୍ଛେଦ ହୋଇଛି, ସେ ମାୟା ରୂପୀ ବିଷ ଖାଇ ଜନ୍ମ ହୋଇ ମରିଥାଏ॥3॥
ਜਿਸੁ ਤੂੰ ਮੇਲਹਿ ਸੋ ਮਿਲੈ ਪਿਆਰੇ ਤਿਸ ਕੈ ਲਾਗਉ ਪਾਇ ॥੪॥
ହେ ପ୍ରିୟ! ଯାହାକୁ ତୁ ନିଜ ସାଥିରେ ମିଶାଇଛୁ, କେବଳ ସେ ହିଁ ତୋ’ ସହିତ ମିଶିଥାଏ, ମୁଁ ସେହି ଭାଗ୍ୟବାନର ଚରଣ ସ୍ପର୍ଶ କରୁଅଛି॥4॥
ਜੋ ਸੁਖੁ ਦਰਸਨੁ ਪੇਖਤੇ ਪਿਆਰੇ ਮੁਖ ਤੇ ਕਹਣੁ ਨ ਜਾਇ ॥੫॥
ହେ ପ୍ରିୟ! ତୋର ଦର୍ଶନ କରି ଯେଉଁ ସୁଖ ମିଳିଥାଏ, ତାହା ମୁଁ କହି ପାରିବି ନାହିଁ॥5॥
ਸਾਚੀ ਪ੍ਰੀਤਿ ਨ ਤੁਟਈ ਪਿਆਰੇ ਜੁਗੁ ਜੁਗੁ ਰਹੀ ਸਮਾਇ ॥੬॥
ହେ ପ୍ରିୟ! ମୋର ସଚ୍ଚା ପ୍ରୀତି ତୋ’ ଠାରୁ କେବେ ବିଚ୍ଛେଦ ହୁଏନାହିଁ ଆଉ ମୋର ଏହି ପ୍ରୀତି ଯୁଗ-ଯୁଗାନ୍ତରରେ ମୋର ହୃଦୟରେ ରହିଥାଏ॥6॥