Guru Granth Sahib Translation Project

guru granth sahib odia page-429

Page 429

ਸਹਜੇ ਨਾਮੁ ਧਿਆਈਐ ਗਿਆਨੁ ਪਰਗਟੁ ਹੋਇ ॥੧॥ ସ୍ଵାଭାବକିତା ଦ୍ଵାରା ପ୍ରଭୁ ନାମର ଧ୍ୟାନ କରିବା ଦ୍ଵାରା ଜ୍ଞାନ ପ୍ରକଟ ହୋଇଯାଏ॥1॥
ਏ ਮਨ ਮਤ ਜਾਣਹਿ ਹਰਿ ਦੂਰਿ ਹੈ ਸਦਾ ਵੇਖੁ ਹਦੂਰਿ ॥ ହେ ମୋର ମନ! ହରିଙ୍କୁ ଦୂର ଭାବ ନାହିଁ, ତେଣୁ ତାହାକୁ ସଦା ନିଜ ପାଖରେ ହିଁ ଦେଖ।
ਸਦ ਸੁਣਦਾ ਸਦ ਵੇਖਦਾ ਸਬਦਿ ਰਹਿਆ ਭਰਪੂਰਿ ॥੧॥ ਰਹਾਉ ॥ ପ୍ରଭୁ ସଦା ଶୁଣିଥାନ୍ତି, ସଦା ଦେଖିଥାନ୍ତି ଆଉ ଗୁରୁଙ୍କ ବାଣୀରେ ସେ ସଦା ଭରପୁର ରହିଥାନ୍ତି॥1॥ରୁହ॥
ਗੁਰਮੁਖਿ ਆਪੁ ਪਛਾਣਿਆ ਤਿਨ੍ਹ੍ਹੀ ਇਕ ਮਨਿ ਧਿਆਇਆ ॥ ଗୁରୁମୁଖୀ ଜୀବ-ସ୍ତ୍ରୀ ନିଜକୁ ନିଜେ ଚିହ୍ନି ଥାଏ, କାରଣ ସେ ଏକ ମନ ସହିତ ପ୍ରଭୁଙ୍କ ଧ୍ୟାନ କରିଥାଏ।
ਸਦਾ ਰਵਹਿ ਪਿਰੁ ਆਪਣਾ ਸਚੈ ਨਾਮਿ ਸੁਖੁ ਪਾਇਆ ॥੨॥ ସେ ସର୍ବଦା ହିଁ ନିଜ ପତି-ପରମେଶ୍ଵରଙ୍କ ସହିତ ରମଣ କରିଥାଏ ଆଉ ସତ୍ୟନାମର କାରଣରୁ ଆତ୍ମିକ ସୁଖ ପ୍ରାପ୍ତ କରିଥାଏ॥2॥
ਏ ਮਨ ਤੇਰਾ ਕੋ ਨਹੀ ਕਰਿ ਵੇਖੁ ਸਬਦਿ ਵੀਚਾਰੁ ॥ ହେ ମୋର ମନ! ପ୍ରଭୁଙ୍କ ବିନା ତୋର କୌଣସି ବନ୍ଧୁ ନାହାନ୍ତି, ଗୁରୁଙ୍କ ବାଣୀକୁ ବିଚାର କର।
ਹਰਿ ਸਰਣਾਈ ਭਜਿ ਪਉ ਪਾਇਹਿ ਮੋਖ ਦੁਆਰੁ ॥੩॥ ତୁ ହରିଙ୍କ ଶରଣ ପ୍ରାପ୍ତ କର, ତୋତେ ମୋକ୍ଷ ଦ୍ଵାର ପ୍ରାପ୍ତ ହେବ ॥3॥
ਸਬਦਿ ਸੁਣੀਐ ਸਬਦਿ ਬੁਝੀਐ ਸਚਿ ਰਹੈ ਲਿਵ ਲਾਇ ॥ ତୁ ଗୁରୁଙ୍କ ବାଣୀକୁ ଶୁଣ ଆଉ ଶବ୍ଦର ଭେଦକୁ ବୁଝ ତଥା ସତ୍ୟ ସାଥିରେ ନିଜ ବୃତ୍ତି ଲଗାଇ ରଖ।
ਸਬਦੇ ਹਉਮੈ ਮਾਰੀਐ ਸਚੈ ਮਹਲਿ ਸੁਖੁ ਪਾਇ ॥੪॥ ଗୁରୁଙ୍କ ବାଣୀ ଦ୍ଵାରା ନିଜ ଅହଂକାର ଦୂର କରି ପ୍ରଭୁଙ୍କ ମହଲରେ ସୁଖ ପ୍ରାପ୍ତ କର॥4॥
ਇਸੁ ਜੁਗ ਮਹਿ ਸੋਭਾ ਨਾਮ ਕੀ ਬਿਨੁ ਨਾਵੈ ਸੋਭ ਨ ਹੋਇ ॥ ଏହି ଯୁଗରେ ପ୍ରଭୁ ନାମର ହିଁ ଶୋଭା ଅଛି, ନାମ ବିନା ମନୁଷ୍ୟକୁ ଶୋଭା ପ୍ରାପ୍ତ ହୁଏନାହିଁ।
ਇਹ ਮਾਇਆ ਕੀ ਸੋਭਾ ਚਾਰਿ ਦਿਹਾੜੇ ਜਾਦੀ ਬਿਲਮੁ ਨ ਹੋਇ ॥੫॥ ଏହି ମାୟାର ଶୋଭା କେବଳ ଚାରିଦିନ ପାଇଁ ରହିଥାଏ ଆଉ ଲୁପ୍ତ ହେବା ପାଇଁ ଏହାକୁ ଡେରି ଲାଗିବ ନାହିଁ॥5॥
ਜਿਨੀ ਨਾਮੁ ਵਿਸਾਰਿਆ ਸੇ ਮੁਏ ਮਰਿ ਜਾਹਿ ॥ ଯେଉଁ ଲୋକ ନାମକୁ ଭୁଲିଯାଏ, ସେ ଆତ୍ମିକ ଭାବରେ ମରିଥାଏ।
ਹਰਿ ਰਸ ਸਾਦੁ ਨ ਆਇਓ ਬਿਸਟਾ ਮਾਹਿ ਸਮਾਹਿ ॥੬॥ ତାହାକୁ ହରି ରସର ସ୍ଵାଦ ମିଳେନାହିଁ ଆଉ ବିଷ୍ଟାରେ ହିଁ ନଷ୍ଟ ହୋଇଯାଏ॥6॥
ਇਕਿ ਆਪੇ ਬਖਸਿ ਮਿਲਾਇਅਨੁ ਅਨਦਿਨੁ ਨਾਮੇ ਲਾਇ ॥ କିଛି ଜୀବଙ୍କୁ ପରମାତ୍ମା ସ୍ଵୟଂ ରାତି ଦିନ ନାମ ସାଥିରେ ଲଗାଇ ରଖିଥାନ୍ତି ଆଉ ତାହାଙ୍କୁ କ୍ଷମା କରି ନିଜ ସାଥିରେ ମିଶାଇ ଥାଆନ୍ତି।
ਸਚੁ ਕਮਾਵਹਿ ਸਚਿ ਰਹਹਿ ਸਚੇ ਸਚਿ ਸਮਾਹਿ ॥੭॥ ସେ ସତ୍ୟ ଅର୍ଜ୍ଜନ କରିଥାଏ, ସତ୍ୟରେ ରହିଥାଏ ଆଉ ସତ୍ୟବାଦୀ ହେବା କାରଣରୁ ସତ୍ୟରେ ଲୀନ ରହିଥାଏ॥7॥
ਬਿਨੁ ਸਬਦੈ ਸੁਣੀਐ ਨ ਦੇਖੀਐ ਜਗੁ ਬੋਲਾ ਅੰਨ੍ਹ੍ਹਾ ਭਰਮਾਇ ॥ ଶବ୍ଦ ବିନା ଜଗତକୁ କିଛି ମଧ୍ୟ ଶୁଣା ଯାଏ ନାହିଁ କିମ୍ବା ଦେଖା ଯାଏ ନାହିଁ, ବଧିର ଏବଂ ଅନ୍ଧ ହେବା କାରଣରୁ ସେ କୁମାର୍ଗଗାମୀ ହୋଇ ପଥଭ୍ରଷ୍ଟ ରହିଥାଏ।
ਬਿਨੁ ਨਾਵੈ ਦੁਖੁ ਪਾਇਸੀ ਨਾਮੁ ਮਿਲੈ ਤਿਸੈ ਰਜਾਇ ॥੮॥ ପ୍ରଭୁ ନାମ ବିନା ସେ ଦୁଃଖ ପ୍ରାପ୍ତ କରିଥାଏ କାରଣ ପ୍ରଭୁ ନାମ ତାହାଙ୍କ ଇଚ୍ଛାରେ ହିଁ ମିଳିପାରିବ॥8॥
ਜਿਨ ਬਾਣੀ ਸਿਉ ਚਿਤੁ ਲਾਇਆ ਸੇ ਜਨ ਨਿਰਮਲ ਪਰਵਾਣੁ ॥ ସେହି ଭକ୍ତ ନିର୍ମଳ ଏବଂ ସ୍ଵୀକୃତ ହୋଇଥାଏ, ଯିଏ ନିଜ ଚିତ୍ତକୁ ଗୁରୁଙ୍କ ବାଣୀ ସହିତ ଲଗାଇ ଥାଏ।
ਨਾਨਕ ਨਾਮੁ ਤਿਨ੍ਹ੍ਹਾ ਕਦੇ ਨ ਵੀਸਰੈ ਸੇ ਦਰਿ ਸਚੇ ਜਾਣੁ ॥੯॥੧੩॥੩੫॥ ହେ ନାନକ! ତାହାକୁ କେବେ ନାମ ବିସ୍ମୃତ ହୁଏନାହିଁ, ଯିଏ ସତ୍ୟର ଦରବାରରେ ସତ୍ୟବାଦୀ ଥାଏ॥6॥13॥35॥
ਆਸਾ ਮਹਲਾ ੩ ॥ ଆଶା ମହଲା 3 ॥
ਸਬਦੌ ਹੀ ਭਗਤ ਜਾਪਦੇ ਜਿਨ੍ਹ੍ਹ ਕੀ ਬਾਣੀ ਸਚੀ ਹੋਇ ॥ ବାଣୀ ଦ୍ଵାରା ହିଁ ଭକ୍ତ ବିଶ୍ଵରେ ଲୋକପ୍ରିୟ ହୋଇଥାଏ ଆଉ ଯାହାର ବାଣୀ ମଧ୍ୟ ସତ୍ୟ ହୋଇଥାଏ।
ਵਿਚਹੁ ਆਪੁ ਗਇਆ ਨਾਉ ਮੰਨਿਆ ਸਚਿ ਮਿਲਾਵਾ ਹੋਇ ॥੧॥ ତାହାର ଅନ୍ତରରୁ ଅହଂ ନିବୃତ୍ତ ହୋଇଯାଏ, ସେ ନାମକୁ ହିଁ ମନରେ ସ୍ମରଣ କରିଥାଏ ଆଉ ସତ୍ୟ ସହିତ ମିଳନ ହୋଇଯାଏ॥1॥
ਹਰਿ ਹਰਿ ਨਾਮੁ ਜਨ ਕੀ ਪਤਿ ਹੋਇ ॥ ହରି-ପ୍ରଭୁଙ୍କ ନାମ ଦ୍ଵାରା ଭକ୍ତଙ୍କୁ ନାମ-ସମ୍ମାନ ପ୍ରାପ୍ତ ହୋଇଥାଏ।
ਸਫਲੁ ਤਿਨ੍ਹ੍ਹਾ ਕਾ ਜਨਮੁ ਹੈ ਤਿਨ੍ਹ੍ਹ ਮਾਨੈ ਸਭੁ ਕੋਇ ॥੧॥ ਰਹਾਉ ॥ ଏହି ସଂସାରରେ ତାହାର ଜନ୍ମ ସଫଳ ହୋଇଯାଏ ଆଉ ସମସ୍ତେ ତାହାର ଆଦର-ସମ୍ମାନ କରିଥାନ୍ତି॥1॥ରୁହ॥
ਹਉਮੈ ਮੇਰਾ ਜਾਤਿ ਹੈ ਅਤਿ ਕ੍ਰੋਧੁ ਅਭਿਮਾਨੁ ॥ ଅହଂକାର, ଦୈତ୍ୟଭାବ, ଅତ୍ୟନ୍ତ କ୍ରୋଧ ଏବଂ ଅଭିମାନ ମନୁଷ୍ୟର ଜାତି ଅଟେ।
ਸਬਦਿ ਮਰੈ ਤਾ ਜਾਤਿ ਜਾਇ ਜੋਤੀ ਜੋਤਿ ਮਿਲੈ ਭਗਵਾਨੁ ॥੨॥ ଯଦି ମନୁଷ୍ୟ ଗୁରୁଙ୍କ ବାଣୀରେ ରହିଥାଏ, ତାହାହେଲେ ସେ ଏହି ଜାତିରୁ ମୁକ୍ତି ପ୍ରାପ୍ତ କରିଥାଏ ଆଉ ତାହାର ଜ୍ୟୋତି ଭଗବାନଙ୍କ ଜ୍ୟୋତିରେ ଲୀନ ହୋଇଥାଏ॥2॥
ਪੂਰਾ ਸਤਿਗੁਰੁ ਭੇਟਿਆ ਸਫਲ ਜਨਮੁ ਹਮਾਰਾ ॥ ପୂର୍ଣ୍ଣ ସଦଗୁରୁଙ୍କ ମିଳନ ଦ୍ଵାରା ଆମର ଜନ୍ମ ସଫଳ ହୋଇଯାଇଛି।
ਨਾਮੁ ਨਵੈ ਨਿਧਿ ਪਾਇਆ ਭਰੇ ਅਖੁਟ ਭੰਡਾਰਾ ॥੩॥ ମୋତେ ହରିନାମର ନବନିଧି ପ୍ରାପ୍ତ ହୋଇଯାଇଛି, ହରିନାମର ଅମୂଲ୍ୟ ଧନରେ ଆମର ଭଣ୍ଡାର ଭରି ରହିଛି॥3॥
ਆਵਹਿ ਇਸੁ ਰਾਸੀ ਕੇ ਵਾਪਾਰੀਏ ਜਿਨ੍ਹ੍ਹਾ ਨਾਮੁ ਪਿਆਰਾ ॥ ଏଠାକୁ ଏହି ନାମ ଧନର ସେହି ବ୍ୟାପାରୀ ଆସିଥାଏ, ଯାହାକୁ ପ୍ରଭୁ ନାମ ପ୍ରିୟ ଲାଗିଥାଏ।
ਗੁਰਮੁਖਿ ਹੋਵੈ ਸੋ ਧਨੁ ਪਾਏ ਤਿਨ੍ਹ੍ਹਾ ਅੰਤਰਿ ਸਬਦੁ ਵੀਚਾਰਾ ॥੪॥ ଯେଉଁ ଲୋକ ଗୁରୁମୁଖୀ ବନିଯାନ୍ତି, ସେ ଏହି ନାମ ଧନକୁ ପ୍ରାପ୍ତ କରି ନିଏ, କାରଣ ତାହାର ଅନ୍ତର୍ମନରେ ଶବ୍ଦର ହିଁ ଚିନ୍ତନ ରହିଥାଏ॥4॥
ਭਗਤੀ ਸਾਰ ਨ ਜਾਣਨ੍ਹ੍ਹੀ ਮਨਮੁਖ ਅਹੰਕਾਰੀ ॥ ଅହଙ୍କାରୀ ମନମୁଖୀ ବ୍ୟକ୍ତି ପ୍ରଭୁ ଭକ୍ତିର ମହତ୍ତ୍ଵ ଜାଣେ ନାହିଁ।
ਧੁਰਹੁ ਆਪਿ ਖੁਆਇਅਨੁ ਜੂਐ ਬਾਜੀ ਹਾਰੀ ॥੫॥ ପ୍ରଭୁ ତାହାକୁ ସ୍ଵୟଂ ହିଁ କୁମାର୍ଗଗାମୀ କରିଛନ୍ତି, ସେ ଜୁଆରେ ନିଜ ଜୀବନ ବାଜି ହାରିଯାଏ॥5॥
ਬਿਨੁ ਪਿਆਰੈ ਭਗਤਿ ਨ ਹੋਵਈ ਨਾ ਸੁਖੁ ਹੋਇ ਸਰੀਰਿ ॥ ଯଦି ଚିତ୍ତରେ ପ୍ରେମ ନଥାଏ, ତାହାହେଲେ ପୁଣି ଭକ୍ତି କରାଯାଇ ପାରିବ ନାହିଁ ଆଉ ନା ହିଁ ଶରୀରକୁ ସୁଖ ପ୍ରାପ୍ତ ହୋଇଥାଏ।
ਪ੍ਰੇਮ ਪਦਾਰਥੁ ਪਾਈਐ ਗੁਰ ਭਗਤੀ ਮਨ ਧੀਰਿ ॥੬॥ ପ୍ରେମର ଧନ ଗୁରୁଙ୍କ ଠାରୁ ମିଳିଥାଏ ଆଉ ପ୍ରଭୁ ଭକ୍ତି ଦ୍ଵାରା ମନ ଧୈର୍ଯ୍ୟବାନ ବନିଯାଏ॥6॥
ਜਿਸ ਨੋ ਭਗਤਿ ਕਰਾਏ ਸੋ ਕਰੇ ਗੁਰ ਸਬਦ ਵੀਚਾਰਿ ॥ ଗୁରୁଙ୍କ ଶବ୍ଦର ଚିନ୍ତନ କରି ସେହି ପ୍ରାଣୀ ଭଗବାନଙ୍କ ଭକ୍ତି କରିପାରେ, ଯାହା ଦ୍ଵାରା ସେ ସ୍ଵୟଂ ନିଜ ଭକ୍ତି କରାଇ ଥାନ୍ତି।
ਹਿਰਦੈ ਏਕੋ ਨਾਮੁ ਵਸੈ ਹਉਮੈ ਦੁਬਿਧਾ ਮਾਰਿ ॥੭॥ ପୁଣି ତାହାଙ୍କ ହୃଦୟରେ ଏକ ଈଶ୍ଵରଙ୍କ ନାମ ହିଁ ନିବାସ କରିଥାଏ ଆଉ ସେ ନିଜ ଦ୍ଵିଧା ଏବଂ ଅହଂ ନାଶ କରିଦିଏ॥7॥
ਭਗਤਾ ਕੀ ਜਤਿ ਪਤਿ ਏਕੋੁ ਨਾਮੁ ਹੈ ਆਪੇ ਲਏ ਸਵਾਰਿ ॥ ଏକ ପରମାତ୍ମାଙ୍କ ନାମ ହିଁ ଭକ୍ତର ଜାତି ଏବଂ ମାନ-ସମ୍ମାନ ଅଟେ, ସେ ସ୍ଵୟଂ ହିଁ ତାହାକୁ ସଫଳ କରାନ୍ତି।
ਸਦਾ ਸਰਣਾਈ ਤਿਸ ਕੀ ਜਿਉ ਭਾਵੈ ਤਿਉ ਕਾਰਜੁ ਸਾਰਿ ॥੮॥ ସେ ସଦା ତାହାଙ୍କ ଶରଣରେ ରହିଥାଏ ଆଉ ତାହାକୁ ଯେପରି ଭଲ ଲାଗିଥାଏ, ସେପରି ହିଁ ସେ ଭକ୍ତର କାର୍ଯ୍ୟ ସଫଳ କରାଇ ଥାଆନ୍ତି॥8॥


© 2017 SGGS ONLINE
error: Content is protected !!
Scroll to Top