Page 407
                    ਕਿਛੁ ਕਿਛੁ ਨ ਚਾਹੀ ॥੨॥
                   
                    
                                          
                        ଏଥିରୁ ମୋତେ କିଛି ମଧ୍ୟ ଆବଶ୍ୟକ ନାହିଁ ॥2॥ 
                                            
                    
                    
                
                                   
                    ਚਰਨਨ ਸਰਨਨ ਸੰਤਨ ਬੰਦਨ ॥ ਸੁਖੋ ਸੁਖੁ ਪਾਹੀ ॥
                   
                    
                                          
                        ପ୍ରଭୁ-ଚରଣର ଶରଣ ଏବଂ ସନ୍ଥଙ୍କ ବନ୍ଦନା, ଏଥିରେ ହିଁ ସୁଖର ସୁଖ ଅନୁଭବ କରିଥାଏ।   
                                            
                    
                    
                
                                   
                    ਨਾਨਕ ਤਪਤਿ ਹਰੀ ॥ ਮਿਲੇ ਪ੍ਰੇਮ ਪਿਰੀ ॥੩॥੩॥੧੪੩॥
                   
                    
                                          
                        ହେ ନାନକ! ମୋର ଜ୍ଵଳନ ଦୂର ହୋଇଛି, ଯେବେ ଠାରୁ ପ୍ରିୟତମ ପ୍ରଭୁଙ୍କ ପ୍ରେମ ମିଳି ଯାଇଛି ॥3॥3॥143॥   
                                            
                    
                    
                
                                   
                    ਆਸਾ ਮਹਲਾ ੫ ॥
                   
                    
                                          
                        ଆଶା ମହଲା  ॥ 
                                            
                    
                    
                
                                   
                    ਗੁਰਹਿ ਦਿਖਾਇਓ ਲੋਇਨਾ ॥੧॥ ਰਹਾਉ ॥
                   
                    
                                          
                        ଗୁରୁ ମୋତେ ଏହି ନେତ୍ର ଦ୍ଵାରା ଭଗବାନଙ୍କ ଦର୍ଶନ କରାଇଛନ୍ତି ॥1॥ରୁହ॥ 
                                            
                    
                    
                
                                   
                    ਈਤਹਿ ਊਤਹਿ ਘਟਿ ਘਟਿ ਘਟਿ ਘਟਿ ਤੂੰਹੀ ਤੂੰਹੀ ਮੋਹਿਨਾ ॥੧॥
                   
                    
                                          
                        ହେ ମୋହନ! ଲୋକ-ପରଲୋକ, ପ୍ରତ୍ୟେକ ଶରୀର ଏବଂ ମନରେ ସର୍ବତ୍ର ତୁ ହିଁ ଦେଖା ଯାଉଛି ॥1॥    
                                            
                    
                    
                
                                   
                    ਕਾਰਨ ਕਰਨਾ ਧਾਰਨ ਧਰਨਾ ਏਕੈ ਏਕੈ ਸੋਹਿਨਾ ॥੨॥
                   
                    
                                          
                        ହେ ସୁନ୍ଦର ସ୍ଵାମୀ! ଏକ ତୁ ହିଁ ସୃଷ୍ଟିର ମୂଳ ରଚୟିତା ଅଟୁ ଆଉ ଏକ ତୁ ହିଁ ସଂପୂର୍ଣ୍ଣ ଜଗତର ଆଧାର ଅଟୁ॥2॥  
                                            
                    
                    
                
                                   
                    ਸੰਤਨ ਪਰਸਨ ਬਲਿਹਾਰੀ ਦਰਸਨ ਨਾਨਕ ਸੁਖਿ ਸੁਖਿ ਸੋਇਨਾ ॥੩॥੪॥੧੪੪॥
                   
                    
                                          
                        ହେ ନାନକ! ମୁଁ ତୋର ସନ୍ଥଜନଙ୍କ ଚରଣ ସ୍ପର୍ଶ କରିଥାଏ, ତାହାଙ୍କ ଦର୍ଶନ ପ୍ରତି ସମର୍ପିତ ଅଟେ ଆଉ ପୂର୍ଣ୍ଣ ସୁଖପୂର୍ବକ ଶୋଇଥାଏ ॥3॥4॥144॥
                                            
                    
                    
                
                                   
                    ਆਸਾ ਮਹਲਾ ੫ ॥
                   
                    
                                          
                        ଆଶା ମହଲା 5 ॥  
                                            
                    
                    
                
                                   
                    ਹਰਿ ਹਰਿ ਨਾਮੁ ਅਮੋਲਾ ॥
                   
                    
                                          
                        ହରି-ପ୍ରଭୁଙ୍କ ନାମ ବଡ ଅମୂଲ୍ୟ ଅଟେ।  
                                            
                    
                    
                
                                   
                    ਓਹੁ ਸਹਜਿ ਸੁਹੇਲਾ ॥੧॥ ਰਹਾਉ ॥
                   
                    
                                          
                        ଯାହାକୁ ହରିନାମ ମିଳିଯାଏ, ସେ ସ୍ଵାଭାବିକ ସୁଖପୂର୍ବକ ରହିଥାଏ॥1॥ରୁହ॥  
                                            
                    
                    
                
                                   
                    ਸੰਗਿ ਸਹਾਈ ਛੋਡਿ ਨ ਜਾਈ ਓਹੁ ਅਗਹ ਅਤੋਲਾ ॥੧॥
                   
                    
                                          
                        ଭଗବାନଙ୍କ ନାମ ସର୍ବଦା ତାହା ସାଥିରେ ରହିଥାଏ ଆଉ ତାହାକୁ ଛାଡି କେଉଁ ଆଡେ ଯାଏ ନାହିଁ, ସେ ଅଥଳ ଏବଂ ଅତୁଳନୀୟ ଅଟେ ॥1॥  
                                            
                    
                    
                
                                   
                    ਪ੍ਰੀਤਮੁ ਭਾਈ ਬਾਪੁ ਮੋਰੋ ਮਾਈ ਭਗਤਨ ਕਾ ਓਲ੍ਹ੍ਹਾ ॥੨॥
                   
                    
                                          
                        ସେହି ପ୍ରଭୁ ହିଁ ମୋର ପ୍ରିୟତମ, ଭାଇ, ପିତା ଏବଂ ମୋର ମାତା ଅଟନ୍ତି ଆଉ ଭକ୍ତର ଜୀବନର ଆଧାର ଅଟନ୍ତି ॥2॥
                                            
                    
                    
                
                                   
                    ਅਲਖੁ ਲਖਾਇਆ ਗੁਰ ਤੇ ਪਾਇਆ ਨਾਨਕ ਇਹੁ ਹਰਿ ਕਾ ਚੋਲ੍ਹ੍ਹਾ ॥੩॥੫॥੧੪੫॥
                   
                    
                                          
                        ହେ ନାନକ! ମୁଁ ଏହି ନାମ ଗୁରୁଙ୍କ ଠାରୁ ପାଇଛି ଆଉ ସେ ମୋତେ ଅଲକ୍ଷ୍ୟ ପ୍ରଭୁଙ୍କୁ ଦେଖାଇଛନ୍ତି ॥3॥5॥145॥         
                                            
                    
                    
                
                                   
                    ਆਸਾ ਮਹਲਾ ੫ ॥
                   
                    
                                          
                        ଆଶା ମହଲା 5 ॥ 
                                            
                    
                    
                
                                   
                    ਆਪੁਨੀ ਭਗਤਿ ਨਿਬਾਹਿ ॥ ਠਾਕੁਰ ਆਇਓ ਆਹਿ ॥੧॥ ਰਹਾਉ ॥
                   
                    
                                          
                        ମୋର ଭକ୍ତିର ଶେଷ ପର୍ଯ୍ୟନ୍ତ ସହାୟ ହୁଅ, ହେ ଠାକୁର! ମୁଁ ବଡ ଆଶା ସହିତ ତୋର ଶରଣରେ ଆସିଛି ॥1॥ରୁହ॥  
                                            
                    
                    
                
                                   
                    ਨਾਮੁ ਪਦਾਰਥੁ ਹੋਇ ਸਕਾਰਥੁ ਹਿਰਦੈ ਚਰਨ ਬਸਾਹਿ ॥੧॥
                   
                    
                                          
                        ନାମ-ପଦାର୍ଥ ପାଇ ମୋର ଜନ୍ମ ସାକାର ହୋଇ ଯାଇଛି, ନିଜର ଚରଣ କମଳ ମୋର ହୃଦୟରେ ସ୍ଥାପନ କର ॥1॥ 
                                            
                    
                    
                
                                   
                    ਏਹ ਮੁਕਤਾ ਏਹ ਜੁਗਤਾ ਰਾਖਹੁ ਸੰਤ ਸੰਗਾਹਿ ॥੨॥
                   
                    
                                          
                        ମୋ’ ପାଇଁ ଏହା ମୋକ୍ଷ ଅଟେ ଆଉ ଏହା ଜୀବନ ଯୁକ୍ତି ଯେ ମୋତେ ସନ୍ଥ ମହାପୁରୁଷଙ୍କ ସଙ୍ଗତିରେ ରଖ ॥2॥      
                                            
                    
                    
                
                                   
                    ਨਾਮੁ ਧਿਆਵਉ ਸਹਜਿ ਸਮਾਵਉ ਨਾਨਕ ਹਰਿ ਗੁਨ ਗਾਹਿ ॥੩॥੬॥੧੪੬॥
                   
                    
                                          
                        ନାନକ ବନ୍ଦନା କରନ୍ତି ଯେ ହେ ହରି! ମୁଁ ତୋର ନାମ ସ୍ମରଣ କରିଥାଏ ଆଉ ତୋର ଗୁଣଗାନ କରି ସ୍ଵାଭାବିକ ରହିଥାଏ ॥3॥6॥146॥ 
                                            
                    
                    
                
                                   
                    ਆਸਾ ਮਹਲਾ ੫ ॥
                   
                    
                                          
                        ଆଶା ମହଲା 5 ॥ 
                                            
                    
                    
                
                                   
                    ਠਾਕੁਰ ਚਰਣ ਸੁਹਾਵੇ ॥
                   
                    
                                          
                        ଠାକୁରଙ୍କ ଚରଣ ଅତି ସୁନ୍ଦର ଅଟେ।    
                                            
                    
                    
                
                                   
                    ਹਰਿ ਸੰਤਨ ਪਾਵੇ ॥੧॥ ਰਹਾਉ ॥
                   
                    
                                          
                        ହରିଙ୍କ ସନ୍ଥଜନ ତାହାକୁ ପ୍ରାପ୍ତ କରିଛନ୍ତି ॥1॥ରୁହ॥ 
                                            
                    
                    
                
                                   
                    ਆਪੁ ਗਵਾਇਆ ਸੇਵ ਕਮਾਇਆ ਗੁਨ ਰਸਿ ਰਸਿ ਗਾਵੇ ॥੧॥
                   
                    
                                          
                        ସେ ନିଜର ଅହଂ ଦୂର କରି ଦେଇଥାଏ, ପ୍ରଭୁଙ୍କ ସେବା କରିଥାଏ ଆଉ ପ୍ରେମରେ ଭିଜି ତାହାଙ୍କ ଗୁଣଗାନ କରିଥାଏ ॥1॥ 
                                            
                    
                    
                
                                   
                    ਏਕਹਿ ਆਸਾ ਦਰਸ ਪਿਆਸਾ ਆਨ ਨ ਭਾਵੇ ॥੨॥
                   
                    
                                          
                        ତାହାଙ୍କୁ ଏକ ଈଶ୍ଵରଙ୍କ ହିଁ ଆଶା ଥାଏ, ତାଙ୍କୁ ତାହାଙ୍କ ଦର୍ଶନର ତୃଷ୍ଣା ଥାଏ ଆଉ କିଛି ତାହାଙ୍କୁ ଭଲ ଲାଗେ ନାହିଁ ॥2॥
                                            
                    
                    
                
                                   
                    ਦਇਆ ਤੁਹਾਰੀ ਕਿਆ ਜੰਤ ਵਿਚਾਰੀ ਨਾਨਕ ਬਲਿ ਬਲਿ ਜਾਵੇ ॥੩॥੭॥੧੪੭॥
                   
                    
                                          
                        ହେ ପ୍ରଭୁ! ଏହା ସବୁ ତୋର ଦୟା ଅଟେ, ବିଚରା ଜୀବର ବଶରେ କଣ ଅଛି? ନାନକ ତୋ’ ଉପରେ ଉତ୍ସର୍ଗିତ ଅଟେ ॥3॥7॥147॥
                                            
                    
                    
                
                                   
                    ਆਸਾ ਮਹਲਾ ੫ ॥
                   
                    
                                          
                        ଆଶା ମହଲା 5 ॥ 
                                            
                    
                    
                
                                   
                    ਏਕੁ ਸਿਮਰਿ ਮਨ ਮਾਹੀ ॥੧॥ ਰਹਾਉ ॥
                   
                    
                                          
                        ନିଜର ମନରେ ଏକ ପ୍ରଭୁଙ୍କୁ ହିଁ ସ୍ମରଣ କର ॥1॥ରୁହ॥   
                                            
                    
                    
                
                                   
                    ਨਾਮੁ ਧਿਆਵਹੁ ਰਿਦੈ ਬਸਾਵਹੁ ਤਿਸੁ ਬਿਨੁ ਕੋ ਨਾਹੀ ॥੧॥
                   
                    
                                          
                        ଭଗବାନଙ୍କ ନାମର ଧ୍ୟାନ କର ଆଉ ତାହାଙ୍କୁ ନିଜ ହୃଦୟରେ ସ୍ଥାପନ କର, ତାହାଙ୍କ ବିନା ଆଉ କେହି ନାହାନ୍ତି ॥1॥  
                                            
                    
                    
                
                                   
                    ਪ੍ਰਭ ਸਰਨੀ ਆਈਐ ਸਰਬ ਫਲ ਪਾਈਐ ਸਗਲੇ ਦੁਖ ਜਾਹੀ ॥੨॥
                   
                    
                                          
                        ପ୍ରଭୁଙ୍କ ଶରଣରେ ଆସିଲେ ସର୍ବ ଫଳ ପ୍ରାପ୍ତ ହୋଇଥାଏ ଆଉ ସବୁ ଦୁଃଖ ସଂତାପ ଦୂର ହୋଇଯାଏ ॥2॥
                                            
                    
                    
                
                                   
                    ਜੀਅਨ ਕੋ ਦਾਤਾ ਪੁਰਖੁ ਬਿਧਾਤਾ ਨਾਨਕ ਘਟਿ ਘਟਿ ਆਹੀ ॥੩॥੮॥੧੪੮॥
                   
                    
                                          
                        ହେ ନାନକ! ବିଧାତା ସବୁ ଜୀବର ଦାତା ଅଟନ୍ତି ଆଉ ପ୍ରତ୍ୟେକ ହୃଦୟରେ ବିଦ୍ୟମାନ ଅଛନ୍ତି ॥3॥8॥148॥  
                                            
                    
                    
                
                                   
                    ਆਸਾ ਮਹਲਾ ੫ ॥
                   
                    
                                          
                        ଆଶା ମହଲା 5 ॥ 
                                            
                    
                    
                
                                   
                    ਹਰਿ ਬਿਸਰਤ ਸੋ ਮੂਆ ॥੧॥ ਰਹਾਉ ॥
                   
                    
                                          
                        ଯେଉଁ ମନୁଷ୍ୟ ହରିଙ୍କୁ ଭୁଲି ଯାଇଛି ସେ ମୃତ ଅଟେ ॥1॥ରୁହ॥ 
                                            
                    
                    
                
                                   
                    ਨਾਮੁ ਧਿਆਵੈ ਸਰਬ ਫਲ ਪਾਵੈ ਸੋ ਜਨੁ ਸੁਖੀਆ ਹੂਆ ॥੧॥
                   
                    
                                          
                        ଯିଏ ନାମର ଧ୍ୟାନ କରିଥାଏ, ତାହାକୁ ସବୁ ଫଳ ମିଳିଥାଏ ଆଉ ଏପରି ବ୍ୟକ୍ତି ସୁଖୀ ହୋଇଥାନ୍ତି ॥1॥   
                                            
                    
                    
                
                                   
                    ਰਾਜੁ ਕਹਾਵੈ ਹਉ ਕਰਮ ਕਮਾਵੈ ਬਾਧਿਓ ਨਲਿਨੀ ਭ੍ਰਮਿ ਸੂਆ ॥੨॥
                   
                    
                                          
                        ଯେଉଁ ମନୁଷ୍ୟ ଅହଂକାର ବଶତଃ ସ୍ଵୟଂକୁ ରାଜା କହିଥାଏ ଆଉ ଅହଙ୍କାରୀ କର୍ମ କରିଥାଏ, ଯନ୍ତାରେ ଶୁଆ ଭଳି ସେ ଦ୍ଵିଧାରେ ବାନ୍ଧି ହୋଇ ରହିଥାଏ ॥2॥
                                            
                    
                    
                
                                   
                    ਕਹੁ ਨਾਨਕ ਜਿਸੁ ਸਤਿਗੁਰੁ ਭੇਟਿਆ ਸੋ ਜਨੁ ਨਿਹਚਲੁ ਥੀਆ ॥੩॥੯॥੧੪੯॥
                   
                    
                                          
                        ହେ ନାନକ! ଯେଉଁ ମନୁଷ୍ୟକୁ ସଦଗୁରୁ ମିଳିଯାନ୍ତି, ସେ ଅଟଳ ହୋଇଯାଏ ॥3॥6॥146॥ 
                                            
                    
                    
                
                                   
                    ਆਸਾ ਮਹਲਾ ੫ ਘਰੁ ੧੪
                   
                    
                                          
                        ଆଶା ମହଲା 5 ଘର 14 ॥ 
                                            
                    
                    
                
                                   
                    ੴ ਸਤਿਗੁਰ ਪ੍ਰਸਾਦਿ ॥
                   
                    
                                          
                        ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇ ହୁଏ।
                                            
                    
                    
                
                                   
                    ਓਹੁ ਨੇਹੁ ਨਵੇਲਾ ॥
                   
                    
                                          
                        ସେହି ପ୍ରେମ ସର୍ବଦା ନବୀନ ଅଟେ   
                                            
                    
                    
                
                                   
                    ਅਪੁਨੇ ਪ੍ਰੀਤਮ ਸਿਉ ਲਾਗਿ ਰਹੈ ॥੧॥ ਰਹਾਉ ॥
                   
                    
                                          
                        ଯିଏ ପ୍ରିୟତମ ପ୍ରଭୁଙ୍କ ସାଥିରେ ରହିଥାଏ ॥1॥ରୁହ॥ 
                                            
                    
                    
                
                                   
                    ਜੋ ਪ੍ਰਭ ਭਾਵੈ ਜਨਮਿ ਨ ਆਵੈ ॥
                   
                    
                                          
                        ଯେଉଁ ମନୁଷ୍ୟ ପ୍ରଭୁଙ୍କୁ ଭଲ ଲାଗିଥାଏ, ସେ ପୁନର୍ବାର ଜନ୍ମ ନିଏ ନାହିଁ। 
                                            
                    
                    
                
                                   
                    ਹਰਿ ਪ੍ਰੇਮ ਭਗਤਿ ਹਰਿ ਪ੍ਰੀਤਿ ਰਚੈ ॥੧॥
                   
                    
                                          
                        ସେ ହରିଙ୍କ ପ୍ରେମ ଭକ୍ତି ଏବଂ ତାହାଙ୍କ ପ୍ରୀତିରେ ଲୀନ ରହିଥାଏ ॥1॥  
                                            
                    
                    
                
                    
             
				