Page 383
ਆਸਾ ਮਹਲਾ ੫ ॥
ଆଶା ମହଲା 5॥
ਆਗੈ ਹੀ ਤੇ ਸਭੁ ਕਿਛੁ ਹੂਆ ਅਵਰੁ ਕਿ ਜਾਣੈ ਗਿਆਨਾ ॥
ସବୁକିଛି ପ୍ରଥମରୁ ହିଁ ନିୟତ ହୋଇଛି, ବିଚାର, ଜ୍ଞାନ ଦ୍ଵାରା ଏହାଠାରୁ ଅଧିକ କଣ କରାଯାଇ ପାରିବ?
ਭੂਲ ਚੂਕ ਅਪਨਾ ਬਾਰਿਕੁ ਬਖਸਿਆ ਪਾਰਬ੍ਰਹਮ ਭਗਵਾਨਾ ॥੧॥
ପରଂବ୍ରହ୍ମ ଭଗବାନ ନିଜ ବାଳକର ଭୁଲ କ୍ଷମା କରିଦେଇଛନ୍ତି॥1॥
ਸਤਿਗੁਰੁ ਮੇਰਾ ਸਦਾ ਦਇਆਲਾ ਮੋਹਿ ਦੀਨ ਕਉ ਰਾਖਿ ਲੀਆ ॥
ମୋ’ ସଦଗୁରୁ ମୋ’ ପ୍ରତି ସର୍ବଦା ହିଁ ଦୟାଳୁ ଅଟନ୍ତି, ସେ ମୋ’ ଭଳି ଦୀନକୁ ବଞ୍ଚାଇଛନ୍ତି।
ਕਾਟਿਆ ਰੋਗੁ ਮਹਾ ਸੁਖੁ ਪਾਇਆ ਹਰਿ ਅੰਮ੍ਰਿਤੁ ਮੁਖਿ ਨਾਮੁ ਦੀਆ ॥੧॥ ਰਹਾਉ ॥
ସେ ମୋର ରୋଗ ଦୂର କରିଦେଇଛନ୍ତି ଆଉ ମୋର ମୁହଁରେ ହରିଙ୍କ ନାମାମୃତ ରଖିଛନ୍ତି, ଯାହା ଦ୍ଵାରା ମୋତେ ମହା ସୁଖ ପ୍ରାପ୍ତ ହୋଇଯାଇଛି॥1॥ରୁହ॥
ਅਨਿਕ ਪਾਪ ਮੇਰੇ ਪਰਹਰਿਆ ਬੰਧਨ ਕਾਟੇ ਮੁਕਤ ਭਏ ॥
ହେ ବନ୍ଧୁ! ସଦଗୁରୁ ମୋର ଅନେକ ପାପ ଦୂର କରିଦେଇଛନ୍ତି, ମୋର ବିକାରର ବନ୍ଧନ କାଟି ଦେଇଛନ୍ତି ଆଉ ମୋତେ ମୋକ୍ଷ ମିଳିଯାଇଛି।
ਅੰਧ ਕੂਪ ਮਹਾ ਘੋਰ ਤੇ ਬਾਹ ਪਕਰਿ ਗੁਰਿ ਕਾਢਿ ਲੀਏ ॥੨॥
ଗୁରୁ ମୋର ବାହୁ ଧରି ମୋତେ ଭୟାନକ ଅନ୍ଧକୂପରୁ ବାହାର କରିଦେଇଛନ୍ତି॥2॥
ਨਿਰਭਉ ਭਏ ਸਗਲ ਭਉ ਮਿਟਿਆ ਰਾਖੇ ਰਾਖਨਹਾਰੇ ॥
ମୁଁ ନିର୍ଭୀକ ହୋଇଯାଇଛି, ମୋର ସବୁ ଭୟ ନାଶ ହୋଇଯାଇଛି, ସାରା ଦୁନିଆର ରକ୍ଷା କରିବା ବାଲା ମୋତେ ବଞ୍ଚାଇ ଦେଇଛନ୍ତି।
ਐਸੀ ਦਾਤਿ ਤੇਰੀ ਪ੍ਰਭ ਮੇਰੇ ਕਾਰਜ ਸਗਲ ਸਵਾਰੇ ॥੩॥
ହେ ମୋର ପ୍ରଭୁ! ମୋ’ ଉପରେ ତୁମର ଏପରି ଅନୁକମ୍ପା ହୋଇଛି ଯେ ମୋର ସବୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଛି॥3॥
ਗੁਣ ਨਿਧਾਨ ਸਾਹਿਬ ਮਨਿ ਮੇਲਾ ॥
ହେ ନାନକ! ମୋର ହୃଦୟରେ ଗୁଣ ନିଧାନ ପ୍ରଭୁଙ୍କ ମିଳନ ହୋଇଯାଇଛି ଆଉ
ਸਰਣਿ ਪਇਆ ਨਾਨਕ ਸੋੁਹੇਲਾ ॥੪॥੯॥੪੮॥
ତାହାଙ୍କ ଶରଣ ନେଇ ମୁଁ ସୁଖୀ ହୋଇଯାଇଛି॥4॥6॥48॥
ਆਸਾ ਮਹਲਾ ੫ ॥
ଆଶା ମହଲା 5॥
ਤੂੰ ਵਿਸਰਹਿ ਤਾਂ ਸਭੁ ਕੋ ਲਾਗੂ ਚੀਤਿ ਆਵਹਿ ਤਾਂ ਸੇਵਾ ॥
ହେ ଜଗତର ରଚୟିତା! ଯେବେ ତୁ ଭୁଲିଯାଉ, ତାହାହେଲେ ସମସ୍ତେ ମୋର ଶତ୍ରୁ ବନିଯାନ୍ତି, ପରନ୍ତୁ ଯେବେ ମୁଁ ତୋର ନାମ ସ୍ମରଣ କରିଥାଏ, ତାହାହେଲେ ସମସ୍ତେ ମୋର ସେବା ସତ୍କାର କରିଥାନ୍ତି।
ਅਵਰੁ ਨ ਕੋਊ ਦੂਜਾ ਸੂਝੈ ਸਾਚੇ ਅਲਖ ਅਭੇਵਾ ॥੧॥
ହେ ସତ୍ୟର ପୁଞ୍ଜି, ଅଲକ୍ଷ୍ୟ, ଅଭେଦ ପରମାତ୍ମା! ତୋ’ ବିନା ମୁଁ କାହାକୁ ଜାଣେ ନାହିଁ॥1॥
ਚੀਤਿ ਆਵੈ ਤਾਂ ਸਦਾ ਦਇਆਲਾ ਲੋਗਨ ਕਿਆ ਵੇਚਾਰੇ ॥
ହେ ସାହିବ! ଯେବେ ମୁଁ ତୋତେ ଚିତ୍ତରେ ସ୍ମରଣ କରିଥାଏ, ସେତେବେଳେ ତୋତେ ସର୍ବଦା ଦୟାଳୁ ପାଇଥାଏ, ବିଚରା ଲୋକେ ମୋର କଣ ବିଗାଡି ପାରିବେ?
ਬੁਰਾ ਭਲਾ ਕਹੁ ਕਿਸ ਨੋ ਕਹੀਐ ਸਗਲੇ ਜੀਅ ਤੁਮ੍ਹ੍ਹਾਰੇ ॥੧॥ ਰਹਾਉ ॥
ଯେବେ ସବୁ ଜୀବ ତୋ’ ଦ୍ଵାରା ହିଁ ଜାତ ହୋଇଛନ୍ତି, ତାହାହେଲେ କାହାକୁ ଭଲ ଆଉ କାହାକୁ ମନ୍ଦ କହିପାରିବା॥1॥ରୁହ॥
ਤੇਰੀ ਟੇਕ ਤੇਰਾ ਆਧਾਰਾ ਹਾਥ ਦੇਇ ਤੂੰ ਰਾਖਹਿ ॥
ହେ ସ୍ଵାମୀ! ତୋର ଆଶ୍ରୟରେ ହିଁ ଅଛି, ତୁ ହିଁ ମୋର ଆଧାର ଅଟୁ, ନିଜର ହାତ ଦେଇ ତୁମେ ମୋର ରକ୍ଷା କରିଅଛ।
ਜਿਸੁ ਜਨ ਊਪਰਿ ਤੇਰੀ ਕਿਰਪਾ ਤਿਸ ਕਉ ਬਿਪੁ ਨ ਕੋਊ ਭਾਖੈ ॥੨॥
ଯେଉଁ ଭକ୍ତ ପ୍ରତି ତୋର କୃପା ଅଛି, ତାହାଠାରେ କୌଣସି ଦୁଃଖ-କ୍ଲେଶ ରହିବ ନାହିଁ॥2॥
ਓਹੋ ਸੁਖੁ ਓਹਾ ਵਡਿਆਈ ਜੋ ਪ੍ਰਭ ਜੀ ਮਨਿ ਭਾਣੀ ॥
ହେ ପ୍ରଭୁଜୀ! ଯେଉଁ କଥା ତୋତେ ଭଲ ଲାଗିଥାଏ, ତାହା ମୋ’ ପାଇଁ ସୁଖ ଅଟେ, ତାହା ମୋ’ ପାଇଁ ମାନ-ପ୍ରତିଷ୍ଠା ଅଟେ।
ਤੂੰ ਦਾਨਾ ਤੂੰ ਸਦ ਮਿਹਰਵਾਨਾ ਨਾਮੁ ਮਿਲੈ ਰੰਗੁ ਮਾਣੀ ॥੩॥
ହେ ମାଲିକ! ତୁମେ ଚତୁର ଅଟ, ତୁମେ ସର୍ବଦା ହିଁ ଦୟାଳୁ ଅଟ, ତୋର ନାମ ପ୍ରାପ୍ତ କରି ମୁଁ ସୁଖ ଭୋଗ କରିଥାଏ॥3॥
ਤੁਧੁ ਆਗੈ ਅਰਦਾਸਿ ਹਮਾਰੀ ਜੀਉ ਪਿੰਡੁ ਸਭੁ ਤੇਰਾ ॥
ତୋ’ ପାଖରେ ମୋର ଏହି ପ୍ରାର୍ଥନା ଯେ ମୋର ପ୍ରାଣ ଏବଂ ଶରୀର ସବୁ ତୋର ଦାନ ଅଟେ।
ਕਹੁ ਨਾਨਕ ਸਭ ਤੇਰੀ ਵਡਿਆਈ ਕੋਈ ਨਾਉ ਨ ਜਾਣੈ ਮੇਰਾ ॥੪॥੧੦॥੪੯॥
ନାନକ କହନ୍ତି ଯେ ହେ ମାଲିକ! ସବୁ ତୋର ବଡିମା ଅଟେ, ମୋର ନାମ ମଧ୍ୟ କେହି ଜାଣନ୍ତି ନାହିଁ॥4॥10॥46॥
ਆਸਾ ਮਹਲਾ ੫ ॥
ଆଶା ମହଲା 5॥
ਕਰਿ ਕਿਰਪਾ ਪ੍ਰਭ ਅੰਤਰਜਾਮੀ ਸਾਧਸੰਗਿ ਹਰਿ ਪਾਈਐ ॥
ହେ ଅନ୍ତର୍ଯାମୀ ପ୍ରଭୁ! ଏପରି କୃପା କର, ଯାହା ଫଳରେ ସାଧୁସଙ୍ଗତିରେ ରହି ହରି ମିଳିଯାଉ।
ਖੋਲਿ ਕਿਵਾਰ ਦਿਖਾਲੇ ਦਰਸਨੁ ਪੁਨਰਪਿ ਜਨਮਿ ਨ ਆਈਐ ॥੧॥
ଯଦି ଅଜ୍ଞାନତାର କବାଟ ଖୋଲି ପ୍ରଭୁ ନିଜ ଦର୍ଶନ କରାଇଥାନ୍ତି, ତାହାହେଲେ ପ୍ରାଣୀ ପୁନର୍ବାର ଜନ୍ମ ମରଣ ଚକ୍ରରେ ପଡେ ନାହିଁ॥1॥
ਮਿਲਉ ਪਰੀਤਮ ਸੁਆਮੀ ਅਪੁਨੇ ਸਗਲੇ ਦੂਖ ਹਰਉ ਰੇ ॥
ଯଦି ପ୍ରିୟତମ ସ୍ଵାମୀଙ୍କ ସହିତ ମିଳନ ହୋଇଯାଏ, ତାହାହେଲେ ନିଜର ସବୁ ଦୁଃଖ ଦୂର କରିପାରିବି।
ਪਾਰਬ੍ਰਹਮੁ ਜਿਨ੍ਹ੍ਹਿ ਰਿਦੈ ਅਰਾਧਿਆ ਤਾ ਕੈ ਸੰਗਿ ਤਰਉ ਰੇ ॥੧॥ ਰਹਾਉ ॥
ଯିଏ ନିଜ ହୃଦୟରେ ପରମାତ୍ମାଙ୍କ ଆରାଧନା କରିଛି, ତାହାଙ୍କ ସଂଗତି କରି ବୋଧହୁଏ ମୁଁ ମଧ୍ୟ ଭବସାଗରରୁ ପାର ହୋଇଯିବି॥1॥ରୁହ॥
ਮਹਾ ਉਦਿਆਨ ਪਾਵਕ ਸਾਗਰ ਭਏ ਹਰਖ ਸੋਗ ਮਹਿ ਬਸਨਾ ॥
ଏହି ସଂସାର ଏକ ମହା ଭୟାନକ ଜଙ୍ଗଲ ଏବଂ ଅଗନିର ସାଗର ଅଟେ, ଯେଉଁଠି ପ୍ରାଣୀ ସର୍ବଦା ହର୍ଷ-ଶୋକରେ ବାସ କରିଥାଏ।
ਸਤਿਗੁਰੁ ਭੇਟਿ ਭਇਆ ਮਨੁ ਨਿਰਮਲੁ ਜਪਿ ਅੰਮ੍ਰਿਤੁ ਹਰਿ ਰਸਨਾ ॥੨॥
ସଦଗୁରୁଙ୍କ ସହିତ ମିଳନ ଦ୍ଵାରା ମନ ନିର୍ମଳ ହୋଇଯାଇଛି ଆଉ ମନ ହରି- ନାମାମୃତର ଜପ କରିଛି॥2॥
ਤਨੁ ਧਨੁ ਥਾਪਿ ਕੀਓ ਸਭੁ ਅਪਨਾ ਕੋਮਲ ਬੰਧਨ ਬਾਂਧਿਆ ॥
ହେ ଭାଇ! ଏହି ତନ ଏବଂ ମନକୁ ନିଜର ଭାବି ମନୁଷ୍ୟ ମୋହ ମାୟାର ମଧୁର ବନ୍ଧନରେ ବାନ୍ଧି ହୋଇ ରହିଥାଏ।
ਗੁਰ ਪਰਸਾਦਿ ਭਏ ਜਨ ਮੁਕਤੇ ਹਰਿ ਹਰਿ ਨਾਮੁ ਅਰਾਧਿਆ ॥੩॥
କିନ୍ତୁ, ଯେଉଁ ଲୋକ ହରି-ପରମେଶ୍ଵରଙ୍କ ନାମର ଆରାଧନା କରିଛି, ସେ ଗୁରୁଙ୍କ ଦୟା ଦ୍ଵାରା ବନ୍ଧନରୁ ମୁକ୍ତି ପ୍ରାପ୍ତ କରିଛି॥3॥
ਰਾਖਿ ਲੀਏ ਪ੍ਰਭਿ ਰਾਖਨਹਾਰੈ ਜੋ ਪ੍ਰਭ ਅਪੁਨੇ ਭਾਣੇ ॥
ରକ୍ଷକ ପ୍ରଭୁ ତାହାର ରକ୍ଷା କରିଥାନ୍ତି, ଯିଏ ନିଜ ପ୍ରଭୁଙ୍କୁ ଭଲ ଲାଗିଥାଏ।
ਜੀਉ ਪਿੰਡੁ ਸਭੁ ਤੁਮ੍ਹ੍ਹਰਾ ਦਾਤੇ ਨਾਨਕ ਸਦ ਕੁਰਬਾਣੇ ॥੪॥੧੧॥੫੦॥
ନାନକ କହନ୍ତି ଯେ ହେ ଦାତା ପ୍ରଭୁ! ଏହି ଆତ୍ମା ଏବଂ ଶରୀର ସବୁ ତୋର ହିଁ ଅଟେ, ମୁଁ ତୋ’ ପ୍ରତି ସଦା ସମର୍ପିତ ଅଟେ॥4॥11॥50॥
ਆਸਾ ਮਹਲਾ ੫ ॥
ଆଶା ମହଲା 5॥
ਮੋਹ ਮਲਨ ਨੀਦ ਤੇ ਛੁਟਕੀ ਕਉਨੁ ਅਨੁਗ੍ਰਹੁ ਭਇਓ ਰੀ ॥
ହେ ଜୀବ ରୂପୀ ନାରୀ! ତୋ’ ଉପରେ କେଉଁ କରୁଣା ଦୃଷ୍ଟି ଅଛି ଯେ ତୁ ମନକୁ ମଇଳା କରିବା ବାଲା ମୋହର ନିଦରୁ ବର୍ତ୍ତି ଯାଇଛୁ?
ਮਹਾ ਮੋਹਨੀ ਤੁਧੁ ਨ ਵਿਆਪੈ ਤੇਰਾ ਆਲਸੁ ਕਹਾ ਗਇਓ ਰੀ ॥੧॥ ਰਹਾਉ ॥
ମହା ମୋହିନୀ ତୋତେ ପ୍ରଭାବିତ କରେ ନାହିଁ, ତୋର ଆଳସ୍ୟ କେଉଁ ଆଡେ ଚାଲିଯାଇଛି?॥1॥ରୁହ॥