Guru Granth Sahib Translation Project

guru granth sahib odia page-325

Page 325

ਗਉੜੀ ਕਬੀਰ ਜੀ ॥ ଗଉଡି କବୀର ଜୀ ॥
ਅੰਧਕਾਰ ਸੁਖਿ ਕਬਹਿ ਨ ਸੋਈ ਹੈ ॥ ଭଗବାନଙ୍କୁ ବିସ୍ମୃତ କରି ଅଜ୍ଞାନତା ରୂପୀ ଅନ୍ଧାରରେ କେବେ ସୁଖରେ ଶୋଇ ହୁଏନାହିଁ।
ਰਾਜਾ ਰੰਕੁ ਦੋਊ ਮਿਲਿ ਰੋਈ ਹੈ ॥੧॥ ରାଜା ହେଉ ବା ଭିକାରି ହେଉ, ଦୁହେଁ ଦୁଃଖୀ ହୋଇ ରୋଦନ କରିଥାନ୍ତି ॥1॥
ਜਉ ਪੈ ਰਸਨਾ ਰਾਮੁ ਨ ਕਹਿਬੋ ॥ “(ହେ ଜିଜ୍ଞାସୁ!) ଯେ ପର୍ଯ୍ୟନ୍ତ ମନୁଷ୍ୟର ଜିହ୍ଵା ରାମ ନାମ ଉଚ୍ଚାରଣ କରେ ନାହିଁ,
ਉਪਜਤ ਬਿਨਸਤ ਰੋਵਤ ਰਹਿਬੋ ॥੧॥ ਰਹਾਉ ॥ ସେ ପର୍ଯ୍ୟନ୍ତ ସେ ଜନ୍ମ ହୋଇ ମରିଥାଏ ତଥା ରୋଦନ କରିଥାଏ ॥1॥ରୁହ॥
ਜਸ ਦੇਖੀਐ ਤਰਵਰ ਕੀ ਛਾਇਆ ॥ ଗଛର ଛାୟା ଯେପରି ଦେଖାଯାଏ,
ਪ੍ਰਾਨ ਗਏ ਕਹੁ ਕਾ ਕੀ ਮਾਇਆ ॥੨॥ “(ସେପରି ହିଁ ଏହା ମାୟାର ଅବସ୍ଥା ଅଟେ) ଯେତେବେଳେ ମନୁଷ୍ୟର ପ୍ରାଣ ବାହାରିଯାଏ, ସେତେବେଳେ ଏହି ମାୟା କାହାର ହେବ? ॥2॥
ਜਸ ਜੰਤੀ ਮਹਿ ਜੀਉ ਸਮਾਨਾ ॥ ଯେପରି ରାଗର ଧ୍ୱନି ବାଦ୍ୟ ଯନ୍ତ୍ର ମଧ୍ୟରେ ଥାଏ, ସେପରି ହିଁ ପ୍ରାଣ ଥାଏ।
ਮੂਏ ਮਰਮੁ ਕੋ ਕਾ ਕਰ ਜਾਨਾ ॥੩॥ ଏଥିପାଇଁ, ମୃତ ମନୁଷ୍ୟର ରହସ୍ୟ କୌଣସି ପ୍ରାଣୀ କିପରି ଜାଣି ପାରିବ? ॥3॥
ਹੰਸਾ ਸਰਵਰੁ ਕਾਲੁ ਸਰੀਰ ॥ ଯେପରି ରାଜହଂସ ସରୋବରର ଆଖପାଖରେ ବୁଲୁଥାଏ, ସେପରି ହିଁ ମୃତ୍ୟୁ ମନୁଷ୍ୟର ନିକଟରେ ଥାଏ।
ਰਾਮ ਰਸਾਇਨ ਪੀਉ ਰੇ ਕਬੀਰ ॥੪॥੮॥ ଏଥିପାଇଁ, ହେ କବୀର! ସମସ୍ତ ରସରେ ଉତ୍ତମ ରାମ ରସାୟନର ପାନ କର ॥4॥8॥
ਗਉੜੀ ਕਬੀਰ ਜੀ ॥ ଗଉଡି କବୀର ଜୀ ॥
ਜੋਤਿ ਕੀ ਜਾਤਿ ਜਾਤਿ ਕੀ ਜੋਤੀ ॥ ଭଗବାନ ଦ୍ଵାରା ରଚିତ ସାରା ଦୁନିଆର ଲୋକର ବୁଦ୍ଧିରେ
ਤਿਤੁ ਲਾਗੇ ਕੰਚੂਆ ਫਲ ਮੋਤੀ ॥੧॥ କାଚ ଓ ମୋତିର ଫଳ ଲାଗିଥାଏ ॥1॥
ਕਵਨੁ ਸੁ ਘਰੁ ਜੋ ਨਿਰਭਉ ਕਹੀਐ ॥ ତାହା କେଉଁ ଘର, ଯାହା ଭୟରୁ ମୁକ୍ତ ଥାଏ?
ਭਉ ਭਜਿ ਜਾਇ ਅਭੈ ਹੋਇ ਰਹੀਐ ॥੧॥ ਰਹਾਉ ॥ ସେଠାରେ ଭୟ ଦୂର ହୋଇଯାଏ ଆଉ ମନୁଷ୍ୟ ନିର୍ଭୀକ ହୋଇ ରହିଥାଏ ॥1॥ରୁହ॥
ਤਟਿ ਤੀਰਥਿ ਨਹੀ ਮਨੁ ਪਤੀਆਇ ॥ କୌଣସି ପବିତ୍ର ନଦୀ ତଟ ଅଥବା ତୀର୍ଥ ଯାଇ ମନ ସନ୍ତୁଷ୍ଟ ହୁଏ ନାହିଁ,
ਚਾਰ ਅਚਾਰ ਰਹੇ ਉਰਝਾਇ ॥੨॥ ସେଠାରେ ମଧ୍ୟ କିଛି ବ୍ୟକ୍ତି ପାପ-ପୁଣ୍ୟରେ ଅଗ୍ରସର ହୋଇଥାନ୍ତି ॥2॥
ਪਾਪ ਪੁੰਨ ਦੁਇ ਏਕ ਸਮਾਨ ॥ କିନ୍ତୁ, ପାପ ଏବଂ ପୂଣ୍ୟ ଦୁଇଟି ଏକା ଭଳି ଅଟେ।
ਨਿਜ ਘਰਿ ਪਾਰਸੁ ਤਜਹੁ ਗੁਨ ਆਨ ॥੩॥ “(ହେ ମନ!) ତୁମ ହୃଦୟ ଘର ଭିତରେ ହିଁ ପାରସ ପ୍ରଭୁ ଅଛନ୍ତି, ଏଥିପାଇଁ ଅନ୍ୟ କାହା ଠାରୁ ଗୁଣ ପ୍ରାପ୍ତ କରିବା ଖିଆଲ ତ୍ୟାଗ କର ॥3॥
ਕਬੀਰ ਨਿਰਗੁਣ ਨਾਮ ਨ ਰੋਸੁ ॥ ହେ କବୀର! ମୋହ ମାୟାରୁ ଉର୍ଦ୍ଧ୍ଵରେ ଥିବା ପ୍ରଭୁଙ୍କ ନାମ ବିସ୍ମରଣ କର ନାହିଁ ଏବଂ
ਇਸੁ ਪਰਚਾਇ ਪਰਚਿ ਰਹੁ ਏਸੁ ॥੪॥੯॥ ନିଜ ମନକୁ ନାମ ସ୍ମରଣରେ ଲଗାଇ ନାମରେ ମଗ୍ନ ରୁହ॥4॥9॥
ਗਉੜੀ ਕਬੀਰ ਜੀ ॥ ଗଉଡି କବୀର ଜୀ ॥
ਜੋ ਜਨ ਪਰਮਿਤਿ ਪਰਮਨੁ ਜਾਨਾ ॥ ଯେଉଁ ମନୁଷ୍ୟ ଅନନ୍ତ ଏବଂ ଅବର୍ଣ୍ଣନୀୟ ଅଗମ୍ୟ ପ୍ରଭୁଙ୍କୁ ଜାଣେ ନାହିଁ,
ਬਾਤਨ ਹੀ ਬੈਕੁੰਠ ਸਮਾਨਾ ॥੧॥ ସେ ବ୍ୟର୍ଥ କଥାରେ ହିଁ ସ୍ବର୍ଗରେ ପ୍ରବେଶ କରିବା ଚାହିଁ ଥାଏ ॥1॥
ਨਾ ਜਾਨਾ ਬੈਕੁੰਠ ਕਹਾ ਹੀ ॥ ମୁଁ ଜାଣେ ନାହିଁ ଯେ ସ୍ଵର୍ଗ କେଉଁଠି ଅଛି।
ਜਾਨੁ ਜਾਨੁ ਸਭਿ ਕਹਹਿ ਤਹਾ ਹੀ ॥੧॥ ਰਹਾਉ ॥ ସମସ୍ତ ମନୁଷ୍ୟ ସେଟାକୁ ଯିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି ॥1॥ରୁହ॥
ਕਹਨ ਕਹਾਵਨ ਨਹ ਪਤੀਅਈ ਹੈ ॥ ବ୍ୟର୍ଥ କଥାବାର୍ତ୍ତାରେ ମନୁଷ୍ୟର ମନର ସନ୍ତୁଷ୍ଟି ହୁଏନାହିଁ।
ਤਉ ਮਨੁ ਮਾਨੈ ਜਾ ਤੇ ਹਉਮੈ ਜਈ ਹੈ ॥੨॥ ମନର ସନ୍ତୁଷ୍ଟି ସେତେବେଳେ ହୋଇଥାଏ, ଯେତେବେଳେ ଅହଂକାର ନଷ୍ଟ ହୋଇଯାଏ ॥2॥
ਜਬ ਲਗੁ ਮਨਿ ਬੈਕੁੰਠ ਕੀ ਆਸ ॥ ଯେ ପର୍ଯ୍ୟନ୍ତ ମନୁଷ୍ୟର ହୃଦୟରେ ସ୍ଵର୍ଗର ଲାଳସା ଥାଏ,”
ਤਬ ਲਗੁ ਹੋਇ ਨਹੀ ਚਰਨ ਨਿਵਾਸੁ ॥੩॥ ସେ ପର୍ଯ୍ୟନ୍ତ ପ୍ରଭୁଙ୍କ ଚରଣରେ ତାହାର ନିବାସ ହୋଇ ନଥାଏ ॥3॥
ਕਹੁ ਕਬੀਰ ਇਹ ਕਹੀਐ ਕਾਹਿ ॥ ହେ କବୀର! କଥାରେ ଏହା କିପରି କହିବି ଯେ
ਸਾਧਸੰਗਤਿ ਬੈਕੁੰਠੈ ਆਹਿ ॥੪॥੧੦॥ ସାଧୁ ସନ୍ଥଙ୍କ ସଂଗତି ହିଁ ସ୍ଵର୍ଗ ଅଟେ। ॥4॥10॥
ਗਉੜੀ ਕਬੀਰ ਜੀ ॥ ଗଉଡି କବୀର ଜୀ ॥
ਉਪਜੈ ਨਿਪਜੈ ਨਿਪਜਿ ਸਮਾਈ ॥ ଜୀବ ଜନ୍ମ ନେଇଥାଏ, ସେ ବଡ ହୋଇଥାଏ ଆଉ ତା’ପରେ ପ୍ରାଣ ତ୍ୟାଗ କରି ମରିଯାଏ।
ਨੈਨਹ ਦੇਖਤ ਇਹੁ ਜਗੁ ਜਾਈ ॥੧॥ ଆମର ନେତ୍ର ସମ୍ମୁଖରେ ହିଁ ସେ ଜଗତକୁ ଆସିବା ଯିବା କରିଥାଏ ॥1॥
ਲਾਜ ਨ ਮਰਹੁ ਕਹਹੁ ਘਰੁ ਮੇਰਾ ॥ (ହେ ଜୀବ!) ଘରକୁ ମୋର ବୋଲି କହିବା ସମୟରେ ତୋତେ କାହିଁକି ଲାଜ ଲାଗୁନାହିଁ?
ਅੰਤ ਕੀ ਬਾਰ ਨਹੀ ਕਛੁ ਤੇਰਾ ॥੧॥ ਰਹਾਉ ॥ ଅନ୍ତିମ ସମୟରେ ତୋର ହୋଇ କିଛି ମଧ୍ୟ ରହେ ନାହିଁ ॥1॥ରୁହ॥
ਅਨਿਕ ਜਤਨ ਕਰਿ ਕਾਇਆ ਪਾਲੀ ॥ ଅନେକ ପ୍ରୟାସ ଦ୍ଵାରା ଏହି ଶରୀରର ପାଳନ ପୋଷଣ କରାଯାଏ
ਮਰਤੀ ਬਾਰ ਅਗਨਿ ਸੰਗਿ ਜਾਲੀ ॥੨॥ କିନ୍ତୁ ଯେବେ ମୃତ୍ୟୁ ଆସିଥାଏ, ତାହାକୁ ଅଗ୍ନିରେ ଜଳାଇ ଦିଆଯାଏ ॥2॥
ਚੋਆ ਚੰਦਨੁ ਮਰਦਨ ਅੰਗਾ ॥ ଏହି ଶରୀର ଯାହାର ଅଙ୍ଗରେ ଅତର ଓ ଚନ୍ଦନ ଲଗାଯାଉଥିଲା,
ਸੋ ਤਨੁ ਜਲੈ ਕਾਠ ਕੈ ਸੰਗਾ ॥੩॥ ଶେଷରେ ଏହି ଶରୀରକୁ ଜଳାଇ ଦିଆଯାଏ ॥3॥
ਕਹੁ ਕਬੀਰ ਸੁਨਹੁ ਰੇ ਗੁਨੀਆ ॥ କବୀର କହନ୍ତି ଯେ ହେ ଗୁଣବାନ ପୁରୁଷ! ମୋର କଥା ଧ୍ୟାନପୂର୍ବକ ଶୁଣ,
ਬਿਨਸੈਗੋ ਰੂਪੁ ਦੇਖੈ ਸਭ ਦੁਨੀਆ ॥੪॥੧੧॥ ତୋର ଏହି ସୁନ୍ଦରତା ନାସ ହୋଇଯିବ, ଏହା ସାରା ଦୁନିଆ ଦେଖିବ ॥4॥11॥
ਗਉੜੀ ਕਬੀਰ ਜੀ ॥ ଗଉଡି କବୀର ଜୀ ॥
ਅਵਰ ਮੂਏ ਕਿਆ ਸੋਗੁ ਕਰੀਜੈ ॥ ଯେତେବେଳେ କେହି ବ୍ୟକ୍ତି ମରିଥାଏ, ସେତେବେଳେ ତାହାର ମୃତ୍ୟୁରେ ଶୋକ କରିବାର ଅଭିପ୍ରାୟ କଣ ଅଟେ?
ਤਉ ਕੀਜੈ ਜਉ ਆਪਨ ਜੀਜੈ ॥੧॥ ବିୟୋଗ ସେତେବେଳେ କରିବା ଉଚିତ, ଯଦି ତୁମେ ସଦା ଜୀବିତ ରୁହ ॥1॥
ਮੈ ਨ ਮਰਉ ਮਰਿਬੋ ਸੰਸਾਰਾ ॥ ମୁଁ ଏପରି ମରିବି ନାହିଁ, ଯେପରି ଜଗତ ମରିଥାଏ,
ਅਬ ਮੋਹਿ ਮਿਲਿਓ ਹੈ ਜੀਆਵਨਹਾਰਾ ॥੧॥ ਰਹਾਉ ॥ କାରଣ ଏବେ ମୋତେ ଜୀବନ ଦେବା ବାଲା ପ୍ରଭୁ ମିଳିଯାଇଛନ୍ତି ॥1॥ରୁହ॥
ਇਆ ਦੇਹੀ ਪਰਮਲ ਮਹਕੰਦਾ ॥ ଏହି ଶରୀରକୁ ପ୍ରାଣୀ କେତେ ସୁଗନ୍ଧି ଲଗାଇଥାଏ
ਤਾ ਸੁਖ ਬਿਸਰੇ ਪਰਮਾਨੰਦਾ ॥੨॥ ଆଉ ଏହି ସୁଖରେ ସେ ପରମାନନ୍ଦ ପ୍ରଭୁଙ୍କୁ ଭୁଲିଯାଏ ॥2॥
ਕੂਅਟਾ ਏਕੁ ਪੰਚ ਪਨਿਹਾਰੀ ॥ “(ଭାବ-ଏହି ଶରୀର) ଏକ ଛୋଟ କୂଅ ଅଟେ, ପାଞ୍ଚ ଜ୍ଞାନେନ୍ଦ୍ରିୟ ପାଞ୍ଚ ବଖରା ଅଟେ।
ਟੂਟੀ ਲਾਜੁ ਭਰੈ ਮਤਿ ਹਾਰੀ ॥੩॥ ମୃତ ବୁଦ୍ଧି ରସି ବିନା ଜଳ ଭରୁଅଛି ॥3॥
ਕਹੁ ਕਬੀਰ ਇਕ ਬੁਧਿ ਬੀਚਾਰੀ ॥ ହେ କବୀର! ଯେତେବେଳେ ଭିତରେ ବିଚାର ବାଲା ବୁଦ୍ଧି ଜାଗିଥାଏ, ସେତେବେଳେ
ਨਾ ਓਹੁ ਕੂਅਟਾ ਨਾ ਪਨਿਹਾਰੀ ॥੪॥੧੨॥ ଏହି ଶାରୀରିକ ମୋହ ରହେ ନାହିଁ ଆଉ ନା ବିକାର ଆଡକୁ ମୁଗ୍ଧ କରୁଥିବା ଇନ୍ଦ୍ରିୟ ରହିଥାଏ ॥4॥12॥
ਗਉੜੀ ਕਬੀਰ ਜੀ ॥ ଗଉଡି କବୀର ଜୀ ॥
ਅਸਥਾਵਰ ਜੰਗਮ ਕੀਟ ਪਤੰਗਾ ॥ ଆମେ ସ୍ଥାବର, ଜଙ୍ଗମ, କୀଟ-ପତଙ୍ଗ
ਅਨਿਕ ਜਨਮ ਕੀਏ ਬਹੁ ਰੰਗਾ ॥੧॥ ଏହିପରି କେତେ ପ୍ରକାର ଜନ୍ମ ଧାରଣ କରିଥାଏ ॥1॥


© 2017 SGGS ONLINE
Scroll to Top