Page 279
ਤ੍ਰਿਪਤਿ ਨ ਆਵੈ ਮਾਇਆ ਪਾਛੈ ਪਾਵੈ ॥
ଧନ-ଦଉଲତର ସନ୍ଧାନରେ ତାହାର ତୃପ୍ତି ହୋଇନଥାଏ।
ਅਨਿਕ ਭੋਗ ਬਿਖਿਆ ਕੇ ਕਰੈ ॥
ମନୁଷ୍ୟ ବିକାରର ଅଧିକ ଭୋଗ କରିବାରେ ଲାଗିଥାଏ,
ਨਹ ਤ੍ਰਿਪਤਾਵੈ ਖਪਿ ਖਪਿ ਮਰੈ ॥
ପରନ୍ତୁ, ସେ ତୃପ୍ତ ହୁଏନାହିଁ ଆଉ ସେ ଅଭିଳାଷ କରି ଭାଙ୍ଗିଯାଏ।
ਬਿਨਾ ਸੰਤੋਖ ਨਹੀ ਕੋਊ ਰਾਜੈ ॥
ସନ୍ତୋଷ ବିନା କାହାକୁ ତୃପ୍ତି ହୁଏନାହିଁ।
ਸੁਪਨ ਮਨੋਰਥ ਬ੍ਰਿਥੇ ਸਭ ਕਾਜੈ ॥
ତାହାର ସବୁ କାର୍ଯ୍ୟ ସ୍ଵପ୍ନ ମନୋରଥ ଭଳି ବ୍ୟର୍ଥ ଅଟେ।
ਨਾਮ ਰੰਗਿ ਸਰਬ ਸੁਖੁ ਹੋਇ ॥
ଭଗବାନଙ୍କ ନାମ ରଙ୍ଗ ଦ୍ଵାରା ସର୍ବ ସୁଖ ପ୍ରାପ୍ତ ହୋଇଥାଏ।
ਬਡਭਾਗੀ ਕਿਸੈ ਪਰਾਪਤਿ ਹੋਇ ॥
କେହି ଭାଗ୍ୟଶାଳୀ ମନୁଷ୍ୟକୁ ହିଁ ନାମ ପ୍ରାପ୍ତି ହୋଇଥାଏ।
ਕਰਨ ਕਰਾਵਨ ਆਪੇ ਆਪਿ ॥
ପ୍ରଭୁ ସ୍ଵୟଂ ସବୁ କୀଚ କରିବା ତଥା ଜୀବଙ୍କ ଦ୍ଵାରା କରାଇବା ସମର୍ଥ ଅଟନ୍ତି।
ਸਦਾ ਸਦਾ ਨਾਨਕ ਹਰਿ ਜਾਪਿ ॥੫॥
ହେ ନାନକ! ସର୍ବଦା ହରିଙ୍କ ନାମର ଜପ କର ॥5॥
ਕਰਨ ਕਰਾਵਨ ਕਰਨੈਹਾਰੁ ॥
କେବଳ ପରମାତ୍ମା ହିଁ କରନ୍ତି ଏବଂ କରାଇଥାନ୍ତି।
ਇਸ ਕੈ ਹਾਥਿ ਕਹਾ ਬੀਚਾਰੁ ॥
ବିଚାର କରି ଦେଖ, ପ୍ରାଣୀଙ୍କ ବଶରେ କିଛି ନାହିଁ।
ਜੈਸੀ ਦ੍ਰਿਸਟਿ ਕਰੇ ਤੈਸਾ ਹੋਇ ॥
ପରମାତ୍ମା ଯେପରି ଦୃଷ୍ଟି ଧାରଣ କରିଥାନ୍ତି, ମନୁଷ୍ୟ ସେପରି ହିଁ ହୋଇଯାଏ।
ਆਪੇ ਆਪਿ ਆਪਿ ਪ੍ਰਭੁ ਸੋਇ ॥
ସେହି ପ୍ରଭୁ ସ୍ଵୟଂ ହିଁ ସବୁ କିଛି ଅଟନ୍ତି।
ਜੋ ਕਿਛੁ ਕੀਨੋ ਸੁ ਅਪਨੈ ਰੰਗਿ ॥
ସେ ଯାହା କିଛି କରିଛନ୍ତି , ତାହା ତାହାଙ୍କ ଇଛାର ଅନୁକୂଳ ଅଟେ।
ਸਭ ਤੇ ਦੂਰਿ ਸਭਹੂ ਕੈ ਸੰਗਿ ॥
ସେ ସବୁଠାରୁ ଦୂରରେ ଅଛନ୍ତି, ତଥାପି ସବୁଙ୍କ ସାଥିରେ ଅଛନ୍ତି।
ਬੂਝੈ ਦੇਖੈ ਕਰੈ ਬਿਬੇਕ ॥
ସେ ବୁଝିଥାନ୍ତି, ଦେଖିଥାନ୍ତି ଆଉ ନିର୍ଣ୍ଣୟ କରିଥାନ୍ତି।
ਆਪਹਿ ਏਕ ਆਪਹਿ ਅਨੇਕ ॥
ପରମାତ୍ମା ସ୍ଵୟଂ ହିଁ ଏକ ଅଟନ୍ତି ଆଉ ସ୍ଵୟଂ ହିଁ ଅନେକ ରୂପ ଅଟନ୍ତି।
ਮਰੈ ਨ ਬਿਨਸੈ ਆਵੈ ਨ ਜਾਇ ॥
ପରମାତ୍ମା ନା ମରିଥାନ୍ତି ଆଉ ନା ହିଁ ସେ ନାଶ ହୋଇଥାନ୍ତି, ସେ ଆସନ୍ତି ନାହିଁ କିମ୍ବା ଯାଆନ୍ତି ନାହିଁ।
ਨਾਨਕ ਸਦ ਹੀ ਰਹਿਆ ਸਮਾਇ ॥੬॥
ହେ ନାନକ! ପରମାତ୍ମା ସର୍ବଦା ସମସ୍ତଙ୍କ ଠାରେ ରହିଛନ୍ତି। ॥6॥
ਆਪਿ ਉਪਦੇਸੈ ਸਮਝੈ ਆਪਿ ॥
ସେ ସ୍ଵୟଂ ହିଁ ଉପଦେଶ ଦେଇଥାନ୍ତି ଆଉ ସ୍ଵୟଂ ହିଁ ବୁଝୁଥାନ୍ତି।
ਆਪੇ ਰਚਿਆ ਸਭ ਕੈ ਸਾਥਿ ॥
ପରମାତ୍ମା ସ୍ଵୟଂ ହିଁ ସବୁଙ୍କ ସାଥିରେ ମିଶିଥାନ୍ତି।
ਆਪਿ ਕੀਨੋ ਆਪਨ ਬਿਸਥਾਰੁ ॥
ନିଜର ବିସ୍ତାର ସେ ସ୍ଵୟଂ ହିଁ କରିଛନ୍ତି।
ਸਭੁ ਕਛੁ ਉਸ ਕਾ ਓਹੁ ਕਰਨੈਹਾਰੁ ॥
ପ୍ରତ୍ୟେକ ବସ୍ତୁ ତାହାଙ୍କର ଅଟେ, ସେ ସୃଜନହାର ଅଟନ୍ତି।
ਉਸ ਤੇ ਭਿੰਨ ਕਹਹੁ ਕਿਛੁ ਹੋਇ ॥
କୁହ, ତାହାଙ୍କ ବିନା ଆଉ କିଛି ହୋଇପାରେ ?
ਥਾਨ ਥਨੰਤਰਿ ਏਕੈ ਸੋਇ ॥
ଏକ ଇଶ୍ଵର ସ୍ଥାନ ଏବଂ ତାହାର ସୀମାରେ ସର୍ବତ୍ର ମହଜୁଦ ଅଛନ୍ତି।
ਅਪੁਨੇ ਚਲਿਤ ਆਪਿ ਕਰਣੈਹਾਰ ॥
ନିଜ ଲୀଳାକୁ ସେ ସ୍ଵୟଂ ହିଁ କରିଥାନ୍ତି।
ਕਉਤਕ ਕਰੈ ਰੰਗ ਆਪਾਰ ॥
ସେ କୌତୁକ ରଚିଥାନ୍ତି ଆଉ ତାହାଙ୍କ ରଙ୍ଗ ଅନନ୍ତ ଅଟେ।
ਮਨ ਮਹਿ ਆਪਿ ਮਨ ਅਪੁਨੇ ਮਾਹਿ ॥
“(ଜୀବଙ୍କ) ମନରେ ସ୍ଵୟଂ ହିଁ ବାସ କରିଥାନ୍ତି, ଜୀବକୁ ନିଜ ମନରେ ବସାଇଥାନ୍ତି।
ਨਾਨਕ ਕੀਮਤਿ ਕਹਨੁ ਨ ਜਾਇ ॥੭॥
ହେ ନାନକ! ସେହି ପରମାତ୍ମାଙ୍କ ମୂଲ୍ୟାଙ୍କନ କରାଯାଇ ପାରେ ନାହିଁ ॥7॥
ਸਤਿ ਸਤਿ ਸਤਿ ਪ੍ਰਭੁ ਸੁਆਮੀ ॥
ଜଗତର ସ୍ଵାମୀ ପରମାତ୍ମା ସର୍ବଦା ସତ୍ୟ ଅଟନ୍ତି।
ਗੁਰ ਪਰਸਾਦਿ ਕਿਨੈ ਵਖਿਆਨੀ ॥
ଏହି କଥା ଗୁରୁଙ୍କ କୃପାରୁ କେହି ବିରଳ ହିଁ ବର୍ଣ୍ଣନା କରିପାରେ।
ਸਚੁ ਸਚੁ ਸਚੁ ਸਭੁ ਕੀਨਾ ॥
ପରମାତ୍ମା, ଯିଏ ସବୁଙ୍କ ରଚନା କରିଛନ୍ତି , ସେ ମଧ୍ୟ ସତ୍ୟ ଅଟନ୍ତି।
ਕੋਟਿ ਮਧੇ ਕਿਨੈ ਬਿਰਲੈ ਚੀਨਾ ॥
କୋଟି କୋଟି ମଧ୍ୟରେ କେହି ବିରଳ ହିଁ ତାହାକୁ ଜାଣିଥାଏ।
ਭਲਾ ਭਲਾ ਭਲਾ ਤੇਰਾ ਰੂਪ ॥
ହେ ପ୍ରଭୁ! ତୋର ରୂପ କେତେ ସୁନ୍ଦର ଅଟେ।
ਅਤਿ ਸੁੰਦਰ ਅਪਾਰ ਅਨੂਪ ॥
ହେ ଇଶ୍ଵର! ତୁମେ ଅତଟ ସୁନ୍ଦର, ଅପାର ଏବଂ ଅନୁପ ଅଟନ୍ତି।
ਨਿਰਮਲ ਨਿਰਮਲ ਨਿਰਮਲ ਤੇਰੀ ਬਾਣੀ ॥
ହେ ପରମାତ୍ମା! ତୋର ବାଣୀ ଅତି ପବିତ୍ର, ନିର୍ମଳ ଏବଂ ମଧୁର ଅଟେ।
ਘਟਿ ਘਟਿ ਸੁਨੀ ਸ੍ਰਵਨ ਬਖ੍ਯ੍ਯਾਣੀ ॥
ପ୍ରତ୍ୟେକ ବ୍ୟକ୍ତି ତାହାଙ୍କୁ କାନରେ ଶୁଣିଥାଏ ଏବଂ ବର୍ଣ୍ଣନା କରିଥାଏ।
ਪਵਿਤ੍ਰ ਪਵਿਤ੍ਰ ਪਵਿਤ੍ਰ ਪੁਨੀਤ ॥
ସେ ପବିତ୍ର ହୋଇଯାଏ
ਨਾਮੁ ਜਪੈ ਨਾਨਕ ਮਨਿ ਪ੍ਰੀਤਿ ॥੮॥੧੨॥
ହେ ନାନକ! ଯେଉଁ ବ୍ୟକ୍ତି ନିଜ ମନରେ ପ୍ରେମ ଦ୍ଵାରା ଭଗବାନଙ୍କ ନାମର ଜପ କରିଥାଏ ॥8॥12॥
ਸਲੋਕੁ ॥
ଶ୍ଳୋକ॥
ਸੰਤ ਸਰਨਿ ਜੋ ਜਨੁ ਪਰੈ ਸੋ ਜਨੁ ਉਧਰਨਹਾਰ ॥
ଯେଉଁ ବ୍ୟକ୍ତି ସନ୍ଥଙ୍କ ଶରଣରେ ଆସିଥାଏ, ସେହି ବ୍ୟକ୍ତିର ଉଦ୍ଧାର ହୋଇଯାଏ।
ਸੰਤ ਕੀ ਨਿੰਦਾ ਨਾਨਕਾ ਬਹੁਰਿ ਬਹੁਰਿ ਅਵਤਾਰ ॥੧॥
ହେ ନାନକ! ସନ୍ଥଙ୍କ ନିନ୍ଦା କରିଲେ ପ୍ରାଣୀ ପୁନଃ ପୁନଃ ଜନ୍ମ ନିଏ ॥1॥
ਅਸਟਪਦੀ ॥
ଅଷ୍ଟପଦୀ॥
ਸੰਤ ਕੈ ਦੂਖਨਿ ਆਰਜਾ ਘਟੈ ॥
ସନ୍ଥଙ୍କୁ ଦୁଃଖୀ କରିଲେ ମନୁଷ୍ୟର ଆୟୁ କମିଯାଏ।
ਸੰਤ ਕੈ ਦੂਖਨਿ ਜਮ ਤੇ ਨਹੀ ਛੁਟੈ ॥
ସନ୍ଥଙ୍କୁ ଦୁଃଖୀ କରିଲେ ମନୁଷ୍ୟ ଯମଦୂତ ଠାରୁ ବଞ୍ଚିପାରେ ନାହିଁ ।
ਸੰਤ ਕੈ ਦੂਖਨਿ ਸੁਖੁ ਸਭੁ ਜਾਇ ॥
ସନ୍ଥଙ୍କୁ ଦୁଃଖୀ କରିଲେ ମନୁଷ୍ୟର ସବୁ ସୁଖ ନାଶ ହୋଇଯାଏ।
ਸੰਤ ਕੈ ਦੂਖਨਿ ਨਰਕ ਮਹਿ ਪਾਇ ॥
ସନ୍ଥଙ୍କୁ ଦୁଃଖୀ କରିଲେ ମନୁଷ୍ୟ ନର୍କକୁ ଯାଇଥାଏ।
ਸੰਤ ਕੈ ਦੂਖਨਿ ਮਤਿ ਹੋਇ ਮਲੀਨ ॥
ସନ୍ଥଙ୍କୁ ଦୁଃଖୀ କରିଲେ ମନୁଷ୍ୟର ବୁଦ୍ଧି ଭ୍ରଷ୍ଟ ହୋଇଯାଏ।
ਸੰਤ ਕੈ ਦੂਖਨਿ ਸੋਭਾ ਤੇ ਹੀਨ ॥
ସନ୍ଥଙ୍କୁ ଦୁଃଖୀ କରିଲେ ମନୁଷ୍ୟର ଶୋଭା ସମାପ୍ତ ହୋଇଯାଏ।
ਸੰਤ ਕੇ ਹਤੇ ਕਉ ਰਖੈ ਨ ਕੋਇ ॥
ସନ୍ଥଙ୍କ ଠାରୁ ତିରସ୍କୃତ ପୁରୁଷକୁ କେହି ମଧ୍ୟ ରକ୍ଷା କରିପାରନ୍ତି ନାହିଁ।
ਸੰਤ ਕੈ ਦੂਖਨਿ ਥਾਨ ਭ੍ਰਸਟੁ ਹੋਇ ॥
ସନ୍ଥଙ୍କୁ ଦୁଃଖୀ କରିଲେ ମନୁଷ୍ୟର ସ୍ଥାନ ଭ୍ରଷ୍ଟ ହୋଇଯାଏ।
ਸੰਤ ਕ੍ਰਿਪਾਲ ਕ੍ਰਿਪਾ ਜੇ ਕਰੈ ॥
ଯଦି କୃପାର ଘର ସନ୍ଥ ସ୍ଵୟଂ କୃପା କରନ୍ତି ତାହାହେଲେ
ਨਾਨਕ ਸੰਤਸੰਗਿ ਨਿੰਦਕੁ ਭੀ ਤਰੈ ॥੧॥
ହେ ନାନକ! ସତସଙ୍ଗତିରେ ନିନ୍ଦୁକ ମଧ୍ୟ ଭବସାଗରରୁ ପାର ହୋଇଯାଏ ॥1॥
ਸੰਤ ਕੇ ਦੂਖਨ ਤੇ ਮੁਖੁ ਭਵੈ ॥
ସନ୍ଥଙ୍କୁ ଦୁଃଖୀ କରିଲେ ମନୁଷ୍ୟର ମୁଖ ନଷ୍ଟ ହୋଇଯାଏ।
ਸੰਤਨ ਕੈ ਦੂਖਨਿ ਕਾਗ ਜਿਉ ਲਵੈ ॥
ସନ୍ଥଙ୍କୁ ଦୁଃଖୀ କରିଲେ ମନୁଷ୍ୟ କାଉ ଭଳି ନିନ୍ଦା କରିଥାଏ।
ਸੰਤਨ ਕੈ ਦੂਖਨਿ ਸਰਪ ਜੋਨਿ ਪਾਇ ॥
ସନ୍ଥଙ୍କୁ ଦୁଃଖୀ କରିଲେ ମନୁଷ୍ୟ ସର୍ପ ଯୋନିରେ ପଡିଥାଏ।
ਸੰਤ ਕੈ ਦੂਖਨਿ ਤ੍ਰਿਗਦ ਜੋਨਿ ਕਿਰਮਾਇ ॥
ସନ୍ଥଙ୍କୁ ଦୁଃଖୀ କରିଲେ ମନୁଷ୍ୟର କୀଡା ଇତ୍ୟାଦି ଯୋନିରେ ବୁଲୁଥାଏ।
ਸੰਤਨ ਕੈ ਦੂਖਨਿ ਤ੍ਰਿਸਨਾ ਮਹਿ ਜਲੈ ॥
ସନ୍ଥଙ୍କୁ ଦୁଃଖୀ କରିଲେ ମନୁଷ୍ୟର ତୃଷ୍ଣାର ଅଗ୍ନି ଜଳୁଥାଏ।
ਸੰਤ ਕੈ ਦੂਖਨਿ ਸਭੁ ਕੋ ਛਲੈ ॥
ସନ୍ଥଙ୍କୁ ଦୁଃଖୀ କରିଲେ ମନୁଷ୍ୟ ସବୁଙ୍କ ସାଥିରେ ଛଳ କପଟ କରିଥାଏ।
ਸੰਤ ਕੈ ਦੂਖਨਿ ਤੇਜੁ ਸਭੁ ਜਾਇ ॥
ସନ୍ଥଙ୍କୁ ଦୁଃଖୀ କରିଲେ ମନୁଷ୍ୟର ସାରା ତେଜ-ପ୍ରତାପ ନାଶ ହୋଇଯାଏ।
ਸੰਤ ਕੈ ਦੂਖਨਿ ਨੀਚੁ ਨੀਚਾਇ ॥
ସନ୍ଥଙ୍କୁ ଦୁଃଖୀ କରିଲେ ମନୁଷ୍ୟ ନୀଚରୁ ମହାନୀଚ ହୋଇଯାଏ।
ਸੰਤ ਦੋਖੀ ਕਾ ਥਾਉ ਕੋ ਨਾਹਿ ॥
ସନ୍ଥଙ୍କୁ ଦୁଃଖୀ କରିଲେ ମନୁଷ୍ୟର ସାହାରା କେହି ରହନ୍ତି ନାହିଁ।