Guru Granth Sahib Translation Project

guru granth sahib odia page-221

Page 221

ਗੁਰ ਕੀ ਮਤਿ ਜੀਇ ਆਈ ਕਾਰਿ ॥੧॥ ଗୁରୁଜୀଙ୍କ ଉପଦେଶ ହିଁ ମୋର ମନ ପାଇଁ ଲାଭଦାୟକ (ସିଦ୍ଧି) ଅଟେ ॥1॥
ਇਨ ਬਿਧਿ ਰਾਮ ਰਮਤ ਮਨੁ ਮਾਨਿਆ ॥ ଏହି ବିଧିରେ ରାମଙ୍କ ନାମକୁ ଜପ କରି ମୋର ମନ ସନ୍ତୁଷ୍ଟ ହୋଇଯାଇଛି
ਗਿਆਨ ਅੰਜਨੁ ਗੁਰ ਸਬਦਿ ਪਛਾਨਿਆ ॥੧॥ ਰਹਾਉ ॥ ଜ୍ଞାନକୁ ମୁଁ ଗୁରୁଙ୍କ ଶବ୍ଦ ଦ୍ଵାରା ଜାଣିପାରିଛି ॥1॥ରୁହ॥
ਇਕੁ ਸੁਖੁ ਮਾਨਿਆ ਸਹਜਿ ਮਿਲਾਇਆ ॥ ମୁଁ ଏବେବ ଏକ ସ୍ଵାଭାବିକ ସୁଖ ଭୋଗ କରୁଅଛି ଆଉ ପ୍ରଭୁଙ୍କ ଠାରେ ଲୀନ ହୋଇଯାଇଛି।
ਨਿਰਮਲ ਬਾਣੀ ਭਰਮੁ ਚੁਕਾਇਆ ॥ ପବିତ୍ର ବାଣୀ ଦ୍ଵାରା ମୋର ଶଙ୍କା ନିବୃତ୍ତ ହୋଇଯାଇଛି।
ਲਾਲ ਭਏ ਸੂਹਾ ਰੰਗੁ ਮਾਇਆ ॥ ମୋହିନୀର ଲାଲ ରଙ୍ଗର ସ୍ଥାନ ଉପରେ ମୁଁ ଈଶ୍ବରଙ୍କ ନାମର ଗାଢ ଲାଲ ରଙ୍ଗ ଧାରଣ କରିନେଇଛି।
ਨਦਰਿ ਭਈ ਬਿਖੁ ਠਾਕਿ ਰਹਾਇਆ ॥੨॥ ଯେତେବେଳେ ପ୍ରଭୁ ନିଜ କୃପା ଦୃଷ୍ଟି ଧାରଣ କରିଥାନ୍ତି, ସେତେବେଳେ ମନ୍ଦର ବିଷ ନଷ୍ଟ ହୋଇଯାଏ ॥2॥
ਉਲਟ ਭਈ ਜੀਵਤ ਮਰਿ ਜਾਗਿਆ ॥ ମୋର ବୃତ୍ତି ମୋହ-ମାୟାରୁ ପୃଥକ ହୋଇଯାଇଛି, ସାଂସାରିକ କର୍ମ କରି ମୋର ମନ ମରିଯାଇଛି ଆଉ ମୁଁ ଆତ୍ମିକ ଭାବରେ ଜାଗୃତ ହୋଇଯାଇଛି।
ਸਬਦਿ ਰਵੇ ਮਨੁ ਹਰਿ ਸਿਉ ਲਾਗਿਆ ॥ ନାମର ଉଚ୍ଚାରଣ କରିବା ଦ୍ଵାରା ମୋର ମନ ପ୍ରଭୁଙ୍କ ସହିତ ଯୋଡି ହୋଇଯାଇଛି।
ਰਸੁ ਸੰਗ੍ਰਹਿ ਬਿਖੁ ਪਰਹਰਿ ਤਿਆਗਿਆ ॥ ମାୟାର ବିଷକୁ ତ୍ୟାଗ କରି ମୁଁ ପ୍ରଭୁଙ୍କ ଅମୃତ ରସ ସଂଗ୍ରହ କରିଛି ।
ਭਾਇ ਬਸੇ ਜਮ ਕਾ ਭਉ ਭਾਗਿਆ ॥੩॥ ପ୍ରଭୁଙ୍କ ପ୍ରେମରେ ବାସ କରିବା ଦ୍ଵାରା ମୋର ମୃତ୍ୟୁର ଭୟ ଦୂର ହୋଇଯାଇଛି ॥3॥
ਸਾਦ ਰਹੇ ਬਾਦੰ ਅਹੰਕਾਰਾ ॥ ମୋର ସାଂସାରିକ ରସ, ବିବାଦ ଏବଂ ଅହଂକାର ଦୂର ହୋଇଯାଇଛି।
ਚਿਤੁ ਹਰਿ ਸਿਉ ਰਾਤਾ ਹੁਕਮਿ ਅਪਾਰਾ ॥ ଅନନ୍ତ ଈଶ୍ବରଙ୍କ ହୁକୁମ ଦ୍ଵାରା ମୋର ମନ ଈଶ୍ବରଙ୍କ ଠାରେ ମଗ୍ନ ହୋଇଯାଇଛି।
ਜਾਤਿ ਰਹੇ ਪਤਿ ਕੇ ਆਚਾਰਾ ॥ ମୋର ଲୋକ ବ୍ୟବହାରର କାର୍ଯ୍ୟ ଚାଲିଯାଉଛି,
ਦ੍ਰਿਸਟਿ ਭਈ ਸੁਖੁ ਆਤਮ ਧਾਰਾ ॥੪॥ ଯେତେବେଳେ ଇଶ୍ଵର ମୋ’ ଉପରେ କୃପା ଦୃଷ୍ଟି କରିଛନ୍ତି, ସେତେବେଳେ ମୁଁ ଅଲୌକିକ ସୁଖକୁ ହୃଦୟରେ ବସାଇଛି ॥4॥
ਤੁਝ ਬਿਨੁ ਕੋਇ ਨ ਦੇਖਉ ਮੀਤੁ ॥ ହେ ନାଥ! ତୋ’ ବିନା ମୁଁ କାହାକୁ ମିତ୍ର ଭାବେ ନାହିଁ
ਕਿਸੁ ਸੇਵਉ ਕਿਸੁ ਦੇਵਉ ਚੀਤੁ ॥ ଅନ୍ୟ କାହାକୁ ମୁଁ କଣ ସେବା କରିପାରିବି ଆଉ କାହାକୁ ମୋ’ ଆତ୍ମା ସମର୍ପଣ କରିବି?
ਕਿਸੁ ਪੂਛਉ ਕਿਸੁ ਲਾਗਉ ਪਾਇ ॥ ମୁଁ କାହାକୁ ପଚାରିବି ଆଉ କାହାର ଚରଣ ସ୍ପର୍ଶ କରିବି?
ਕਿਸੁ ਉਪਦੇਸਿ ਰਹਾ ਲਿਵ ਲਾਇ ॥੫॥ କାହାର ଉପଦେଶ ଦ୍ଵାରା ମୁଁ ପ୍ରଭୁଙ୍କ ପ୍ରେମରେ ଲୀନ ରହିପାରିବି? ॥5॥
ਗੁਰ ਸੇਵੀ ਗੁਰ ਲਾਗਉ ਪਾਇ ॥ ମୁଁ ଗୁରୁଙ୍କ ଶ୍ରଦ୍ଧା ପୂର୍ବକ ସେବା କରିଥାଏ ଆଉ ଗୁରୁଙ୍କ ଚରଣ ହିଁ ସ୍ପର୍ଶ କରିଥାଏ।
ਭਗਤਿ ਕਰੀ ਰਾਚਉ ਹਰਿ ਨਾਇ ॥ ମୁଁ ପ୍ରଭୁଙ୍କୁ ଭକ୍ତି କରି ତାହାଙ୍କ ନାମରେ ସମାହିତ ଥାଏ।
ਸਿਖਿਆ ਦੀਖਿਆ ਭੋਜਨ ਭਾਉ ॥ ପ୍ରଭୁଙ୍କ ପ୍ରୀତି ମୋ’ ପାଇଁ ଉପଦେଶ, ପ୍ରଭୁ ଦୀକ୍ଷା ଭୋଜନ ଅଟେ।
ਹੁਕਮਿ ਸੰਜੋਗੀ ਨਿਜ ਘਰਿ ਜਾਉ ॥੬॥ ପ୍ରଭୁଙ୍କ ହୁକୁମ ସହିତ ଯୋଡି ହୋଇ ମୁଁ ନିଜ ଆତ୍ମସ୍ଵରୂପରେ ପ୍ରବେଶ କରିଛି ॥6॥
ਗਰਬ ਗਤੰ ਸੁਖ ਆਤਮ ਧਿਆਨਾ ॥ ଅହଙ୍କାରର ନିବୃତ୍ତ ଦ୍ଵାରା ଆତ୍ମାକୁ ସୁଖ ଏବଂ ଧ୍ୟାନ ପ୍ରାପ୍ତ ହୋଇଥାଏ।
ਜੋਤਿ ਭਈ ਜੋਤੀ ਮਾਹਿ ਸਮਾਨਾ ॥ ଈଶ୍ବରୀୟ ଜ୍ୟୋତି ଉଦୟ ହୋଇଯାଇଛି ଆଉ ମୋର ପ୍ରାଣ ପରମ ଜ୍ୟୋତିରେ ଲୀନ ହୋଇଯାଇଛି।
ਲਿਖਤੁ ਮਿਟੈ ਨਹੀ ਸਬਦੁ ਨੀਸਾਨਾ ॥ ଅନନ୍ତ ଲେଖା ଲିଭାଯାଇ ପାରିବ ନାହିଁ ଆଉ ମୁଁ ପ୍ରଭୁଙ୍କ ନାମର ମୋହର ପ୍ରାପ୍ତ କରିଅଛି।
ਕਰਤਾ ਕਰਣਾ ਕਰਤਾ ਜਾਨਾ ॥੭॥ ମୁଁ ପ୍ରଭୁଙ୍କୁ ହିଁ କର୍ତ୍ତା ଏବଂ ରଚୟିତା ଜାଣିଥାଏ ॥7॥
ਨਹ ਪੰਡਿਤੁ ਨਹ ਚਤੁਰੁ ਸਿਆਨਾ ॥ ମନୁଷ୍ୟ ନିଜକୁ ନିଜେ ଚତୁର ବିଦ୍ଵାନ ଅଥବା ବୁଦ୍ଧିମାନ କହିଥାଏ,
ਨਹ ਭੂਲੋ ਨਹ ਭਰਮਿ ਭੁਲਾਨਾ ॥ ମାର୍ଗରୁ ପଥଭ୍ରଷ୍ଟ ହୋଇନଥାଏ, କିମ୍ବା ଭ୍ରମରେ ବାଟବଣା ହୋଇନଥାଏ।
ਕਥਉ ਨ ਕਥਨੀ ਹੁਕਮੁ ਪਛਾਨਾ ॥ ମୁଁ ବ୍ୟର୍ଥ କଥା କର ନାହିଁ, ପରନ୍ତୁ, ହରିଙ୍କ ହୁକୁମକୁ ଜାଣିଥାଏ ।
ਨਾਨਕ ਗੁਰਮਤਿ ਸਹਜਿ ਸਮਾਨਾ ॥੮॥੧॥ ହେ ନାନକ! ଗୁରୁଙ୍କ ଉପଦେଶ ଦ୍ଵାରା ସେ ପ୍ରଭୁଙ୍କ ଠାରେ ଲୀନ ହୋଇଯାଇଛି ॥8॥1॥
ਗਉੜੀ ਗੁਆਰੇਰੀ ਮਹਲਾ ੧ ॥ ଗଉଡି ଗୁଆରେରୀ ମହଲା 1 ॥
ਮਨੁ ਕੁੰਚਰੁ ਕਾਇਆ ਉਦਿਆਨੈ ॥ କାୟାରୂପୀ ଉଦ୍ୟାନରେ ମନରୁପି ଏକ ହାତୀ ଅଛି,
ਗੁਰੁ ਅੰਕਸੁ ਸਚੁ ਸਬਦੁ ਨੀਸਾਨੈ ॥ ଗୁରୁଜୀ ଅଙ୍କୁଶ ଅଟନ୍ତି, ଯେତେବେଳେ ହାତୀ ଉପରେ ସତ୍ୟନାମର ଚିହ୍ନ ପଡିଯାଏ, ସେତେବେଳେ
ਰਾਜ ਦੁਆਰੈ ਸੋਭ ਸੁ ਮਾਨੈ ॥੧॥ ଏହି ପ୍ରଭୁଙ୍କ ଦରବାରରେ ମାନ ସମ୍ମାନ ପ୍ରାପ୍ତ କରିଥାଏ ॥1॥
ਚਤੁਰਾਈ ਨਹ ਚੀਨਿਆ ਜਾਇ ॥ କୌଣସି ଚତୁରତା ଦ୍ଵାରା ପରମେଶ୍ଵରଙ୍କ ବୋଧ ହୋଇପାରିବ ନାହିଁ।
ਬਿਨੁ ਮਾਰੇ ਕਿਉ ਕੀਮਤਿ ਪਾਇ ॥੧॥ ਰਹਾਉ ॥ ମନ ଉପରେ ବିଜୟ ପାଇବା ବିନା ପରମେଶ୍ଵରଙ୍କ ମୂଲ୍ୟ କୌଣସି ପ୍ରକାରେ ପାଇହୁଏ ॥1॥ରୁହ॥
ਘਰ ਮਹਿ ਅੰਮ੍ਰਿਤੁ ਤਸਕਰੁ ਲੇਈ ॥ ନାମ ଅମୃତ ମନୁଷ୍ୟର ହୃଦୟ ଘରେ ହିଁ ବିଦ୍ୟମାନ ଅଟେ, ଯାହାକୁ ଚୋର ନେଇଯାଏ।
ਨੰਨਾਕਾਰੁ ਨ ਕੋਇ ਕਰੇਈ ॥ କେହି ମଧ୍ୟ ତାହାକୁ ମନା କରେ ନାହିଁ,
ਰਾਖੈ ਆਪਿ ਵਡਿਆਈ ਦੇਈ ॥੨॥ ଯଦି ମନୁଷ୍ୟ ଅମୃତର ରକ୍ଷା କରେ, ତାହାହେଲେ ଇଶ୍ଵର ସ୍ଵୟଂ ତାହାକୁ ସମ୍ମାନ ପ୍ରଦାନ କରନ୍ତି ॥2॥
ਨੀਲ ਅਨੀਲ ਅਗਨਿ ਇਕ ਠਾਈ ॥ ଅସଂଖ୍ୟ ଇଚ୍ଛାର ଅଗ୍ନି ହୃଦୟରେ ବିଦ୍ୟମାନ ଅଛି,
ਜਲਿ ਨਿਵਰੀ ਗੁਰਿ ਬੂਝ ਬੁਝਾਈ ॥ ଗୁରୁଜୀଙ୍କ ଦ୍ଵାରା ଦିଆହୋଇଥିବା ଜ୍ଞାନରୁପୀ ଜଳରେ ତାହା ଲିଭିଯାଏ।
ਮਨੁ ਦੇ ਲੀਆ ਰਹਸਿ ਗੁਣ ਗਾਈ ॥੩॥ ନିଜ ଆତ୍ମା ଅର୍ପିତ କରି ମୁଁ ଜ୍ଞାନ ପ୍ରାପ୍ତ କରିଛି ଆଉ ଆଉ ଏବେ ମୁଁ ପ୍ରସନ୍ନତା ପୂର୍ବକ ଈଶ୍ବରଙ୍କ ଯଶ ଗାନ କରିଥାଏ ॥3॥
ਜੈਸਾ ਘਰਿ ਬਾਹਰਿ ਸੋ ਤੈਸਾ ॥ ଯେପରି ପ୍ରଭୁ ହୃଦୟ ଘରେ ଅଛନ୍ତି, ସେପରି ହିଁ ସେ ବାହାରେ ଅଛନ୍ତି।
ਬੈਸਿ ਗੁਫਾ ਮਹਿ ਆਖਉ ਕੈਸਾ ॥ ଗୁମ୍ଫାରେ ବସି ମୁଁ ତାହାଙ୍କ ବର୍ଣ୍ଣନା କିପରି କରିପାରିବି?
ਸਾਗਰਿ ਡੂਗਰਿ ਨਿਰਭਉ ਐਸਾ ॥੪॥ ନିର୍ଭୀକ ପ୍ରଭୁ ସାଗର ଏବଂ ପାହାଡରେ ଏପରି ହିଁ ଥାଆନ୍ତି ॥4॥
ਮੂਏ ਕਉ ਕਹੁ ਮਾਰੇ ਕਉਨੁ ॥ କୁହ, ତାହାକୁ କିଏ ମରିପାରିବ, ଯିଏ ଆଗରୁ ମୃତ ଅଛି?
ਨਿਡਰੇ ਕਉ ਕੈਸਾ ਡਰੁ ਕਵਨੁ ॥ କେଉଁ ଭୟ, ଏବଂ କେଉଁ ପୁରୁଷ ନିର୍ଭୀକକୁ ଡରାଇ ପାରିବ?
ਸਬਦਿ ਪਛਾਨੈ ਤੀਨੇ ਭਉਨ ॥੫॥ ସେ ତିନିଲୋକରେ ପ୍ରଭୁଙ୍କୁ ଜାଣିଥାଏ ॥5॥
ਜਿਨਿ ਕਹਿਆ ਤਿਨਿ ਕਹਨੁ ਵਖਾਨਿਆ ॥ ଯିଏ କେବଳ କହିଥାଏ, ସେ କେବଳ ଏକ ପ୍ରସଙ୍ଗ ହିଁ ବର୍ଣ୍ଣନା କରିଥାଏ।
ਜਿਨਿ ਬੂਝਿਆ ਤਿਨਿ ਸਹਜਿ ਪਛਾਨਿਆ ॥ ଯିଏ ବାସ୍ତବିକ ବୁଝିଥାଏ, ସେ ପ୍ରଭୁଙ୍କୁ ଅନୁଭବ କରିଥାଏ।
ਦੇਖਿ ਬੀਚਾਰਿ ਮੇਰਾ ਮਨੁ ਮਾਨਿਆ ॥੬॥ ବାସ୍ତବିକତାକୁ ଦେଖିବା ଏବଂ ଭାବି ଚିନ୍ତି କରିବା ଦ୍ଵାରା ମନ ପ୍ରଭୁଙ୍କ ଠାରେ ଲୀନ ହୋଇଯାଇଛି ॥6॥
ਕੀਰਤਿ ਸੂਰਤਿ ਮੁਕਤਿ ਇਕ ਨਾਈ ॥ ଶୋଭା, ସୌନ୍ଦର୍ଯ୍ୟ ଏବଂ ମୁକ୍ତି ଏକ ନାମରେ ହିଁ ଅଛି।
ਤਹੀ ਨਿਰੰਜਨੁ ਰਹਿਆ ਸਮਾਈ ॥ ସେହି ନାମରେ ହିଁ ନିରଞ୍ଜନ ପରମାତ୍ମା ଲୀନ ରହିଥାନ୍ତି।
ਨਿਜ ਘਰਿ ਬਿਆਪਿ ਰਹਿਆ ਨਿਜ ਠਾਈ ॥੭॥ ପ୍ରଭୁ ନିଜ ଆତ୍ମ ସ୍ୱରୂପ ଏବଂ ନିଜ ସ୍ଥାନରେ ନିବାସ କରିଥାନ୍ତି ॥7॥
ਉਸਤਤਿ ਕਰਹਿ ਕੇਤੇ ਮੁਨਿ ਪ੍ਰੀਤਿ ॥ ଅନେକ ମୁନିଜନ ତାହାଙ୍କୁ ପ୍ରେମପୂର୍ବକ ପ୍ରଶଂସା କରିଥାନ୍ତି।


© 2017 SGGS ONLINE
error: Content is protected !!
Scroll to Top