Guru Granth Sahib Translation Project

guru granth sahib odia page-180

Page 180

ਪ੍ਰਾਣੀ ਜਾਣੈ ਇਹੁ ਤਨੁ ਮੇਰਾ ॥ ପ୍ରାଣୀ ବିଚାର କରିଥାଏ ଯେ ଏହି ଶରୀର ତାହାର ନିଜର ଅଟେ,
ਬਹੁਰਿ ਬਹੁਰਿ ਉਆਹੂ ਲਪਟੇਰਾ ॥ ସେ ବାରଂବାର ଏହି ଶରୀରରେ ହିଁ ଲିପ୍ତ ଥାଏ,
ਪੁਤ੍ਰ ਕਲਤ੍ਰ ਗਿਰਸਤ ਕਾ ਫਾਸਾ ॥ ଯେତେ ଦିନ ପର୍ଯ୍ୟନ୍ତ ପୁତ୍ର, ସ୍ତ୍ରୀ ଏବଂ ଗୃହସ୍ଥର ମୋହର ଫନ୍ଦା ତାହର ଗଳାରେ ପଡିରହିଥାଏ,
ਹੋਨੁ ਨ ਪਾਈਐ ਰਾਮ ਕੇ ਦਾਸਾ ॥੧॥ ସେ ପର୍ଯ୍ୟନ୍ତ ସେ ରାମଙ୍କ ଦାସ ହୋଇନଥାଏ ॥1॥
ਕਵਨ ਸੁ ਬਿਧਿ ਜਿਤੁ ਰਾਮ ਗੁਣ ਗਾਇ ॥ ଏହା କେଉଁ ବିଧି ଅଟେ, ଯାହା ଦ୍ଵାରା ରାମଙ୍କ ଯଶୋଗାନ କରାଯାଏ?
ਕਵਨ ਸੁ ਮਤਿ ਜਿਤੁ ਤਰੈ ਇਹ ਮਾਇ ॥੧॥ ਰਹਾਉ ॥ ହେ ମାତା! ଏହା କେଉଁ ବୁଦ୍ଧି ଅଟେ, ଯାହା ଦ୍ଵାରା ସେହି ପ୍ରାଣୀ ମାୟାରୁ ପାର ହୋଇଯାଏ ॥1॥ରୁହ॥
ਜੋ ਭਲਾਈ ਸੋ ਬੁਰਾ ਜਾਨੈ ॥ ଯେଉଁ କାର୍ଯ୍ୟ ମାନବର ଭଲ ପାଇଁ ଅଟେ, ତାହାକୁ ସେ ମନ୍ଦ ଭାବୁଛି।
ਸਾਚੁ ਕਹੈ ਸੋ ਬਿਖੈ ਸਮਾਨੈ ॥ ଯଦି କେହି ତାହାକୁ ସତ୍ୟ କହେ, ତାହାହେଲେ ସେ ତାହାକୁ ବିଷ ଭଳି ଦେଖିଥାଏ।
ਜਾਣੈ ਨਾਹੀ ਜੀਤ ਅਰੁ ਹਾਰ ॥ ସେ ଜାଣେ ନାହିଁ ଯେ ଜିତିବା କଣ ଆଉ ହାରିବା କଣ?
ਇਹੁ ਵਲੇਵਾ ਸਾਕਤ ਸੰਸਾਰ ॥੨॥ ଏହି ଦୁନିଆରେ ଶାକ୍ତ ବ୍ୟକ୍ତିଙ୍କ ଜୀବନ ଆଚରଣ ଏହା ଅଟେ ॥2॥
ਜੋ ਹਲਾਹਲ ਸੋ ਪੀਵੈ ਬਉਰਾ ॥ ଯାହା ବିଷ ଅଟେ, ପାଗଳ ପୁରୁଷ ତାହାକୁ ପାନ କରିଥାଏ।
ਅੰਮ੍ਰਿਤੁ ਨਾਮੁ ਜਾਨੈ ਕਰਿ ਕਉਰਾ ॥ ପ୍ରଭୁଙ୍କ ଅମୃତ ନାମକୁ ସେ ପିତା ଭାବିଥାଏ।
ਸਾਧਸੰਗ ਕੈ ਨਾਹੀ ਨੇਰਿ ॥ ସେ ସାଧୁ ସନ୍ଥଙ୍କ ସଙ୍ଗତି ନିକଟକୁ ଆସେ ନାହିଁ,
ਲਖ ਚਉਰਾਸੀਹ ਭ੍ਰਮਤਾ ਫੇਰਿ ॥੩॥ ଯାହା ଦ୍ଵାରା ସେ ଚଉରାଅଶି ଲକ୍ଷ ଯୋନିରେ ବୁଲୁଥାଏ।॥3॥
ਏਕੈ ਜਾਲਿ ਫਹਾਏ ਪੰਖੀ ॥ ସମସ୍ତ ଜୀବ ପକ୍ଷୀଙ୍କୁ ମାୟା ନିଜ ମୋହ ରୂପୀ ଜାଲରେ ଫସାଇ ରଖିଛି।
ਰਸਿ ਰਸਿ ਭੋਗ ਕਰਹਿ ਬਹੁ ਰੰਗੀ ॥ ମନୁଷ୍ୟ ସ୍ଵାଦ ନେଇ ଅନେକ ପ୍ରକାର ଭୋଗ କରିଥାଏ।
ਕਹੁ ਨਾਨਕ ਜਿਸੁ ਭਏ ਕ੍ਰਿਪਾਲ ॥ ହେ ନାନକ! କୁହ, ଯେଉଁ ବ୍ୟକ୍ତି ଉପରେ ପ୍ରଭୁ କୃପାଳୁ ହୋଇଛନ୍ତି,
ਗੁਰਿ ਪੂਰੈ ਤਾ ਕੇ ਕਾਟੇ ਜਾਲ ॥੪॥੧੩॥੮੨॥ ପୂର୍ଣ୍ଣ ଗୁରୁ ତାହାର ମୋହ-ମାୟାର ବନ୍ଧନକୁ କାଟି ଦେଇଛନ୍ତି ॥4॥13॥82॥
ਗਉੜੀ ਗੁਆਰੇਰੀ ਮਹਲਾ ੫ ॥ ଗଉଡି ଗୁଆରେରୀ ମହଲା 5 ॥
ਤਉ ਕਿਰਪਾ ਤੇ ਮਾਰਗੁ ਪਾਈਐ ॥ ହେ ପ୍ରଭୁ! ତୋର କୃପାରୁ ଜୀବନ ମାର୍ଗ ମିଳିଥାଏ।
ਪ੍ਰਭ ਕਿਰਪਾ ਤੇ ਨਾਮੁ ਧਿਆਈਐ ॥ ପ୍ରଭୁଙ୍କ କୃପାରୁ ନାମର ଧ୍ୟାନ କରାଯାଏ,
ਪ੍ਰਭ ਕਿਰਪਾ ਤੇ ਬੰਧਨ ਛੁਟੈ ॥ ପ୍ରଭୁଙ୍କ କୃପାରୁ ପ୍ରାଣୀ ବନ୍ଧନରୁ ମୁକ୍ତି ପ୍ରାପ୍ତ କରିଥାଏ।
ਤਉ ਕਿਰਪਾ ਤੇ ਹਉਮੈ ਤੁਟੈ ॥੧॥ ହେ ପ୍ରଭୁ! ତୋର କୃପାରୁ ଅହଂକାର ଦୂର ହୋଇଯାଇଛି ॥1॥
ਤੁਮ ਲਾਵਹੁ ਤਉ ਲਾਗਹ ਸੇਵ ॥ ହେ ଇଶ୍ଵର! ଯଦି ତୁ ମୋତେ ନିଜ ସେବାରେ ଲଗାଉ, ତାହାହେଲେ ହିଁ ମୁଁ ତୋର ସେବା ଭକ୍ତିରେ ଲାଗିଥାଏ।
ਹਮ ਤੇ ਕਛੂ ਨ ਹੋਵੈ ਦੇਵ ॥੧॥ ਰਹਾਉ ॥ ହେ ଦେବ! ନିଜେ କିଛି କରିପାରେ ନାହିଁ ॥1॥ରୁହ॥
ਤੁਧੁ ਭਾਵੈ ਤਾ ਗਾਵਾ ਬਾਣੀ ॥ ହେ ଇଶ୍ଵର ! ଯଦି ତୋତେ ଭଲ ଲାଗିଥାଏ, ତାହାହେଲେ ମୁଁ ତୋର ବାଣୀ ଗାନ କରିପାରିବି।
ਤੁਧੁ ਭਾਵੈ ਤਾ ਸਚੁ ਵਖਾਣੀ ॥ ହେ ପ୍ରଭୁ! ଯଦି ତୋତେ ଭଲ ଲାଗିଥାଏ, ତାହାହେଲେ ମୁଁ ସତ୍ୟ ବୋଲୁଥାଏ।
ਤੁਧੁ ਭਾਵੈ ਤਾ ਸਤਿਗੁਰ ਮਇਆ ॥ ଯଦି ତୋତେ ଭଲ ଲାଗିଥାଏ, ତାହାହେଲେ ହିଁ ସଦଗୁରୁଙ୍କ ଦୟା ଜୀବ ଉପରେ ହୋଇଥାଏ।
ਸਰਬ ਸੁਖਾ ਪ੍ਰਭ ਤੇਰੀ ਦਇਆ ॥੨॥ ହେ ମୋର ଠାକୁର! ତୋର ଦୟାରୁ ହିଁ ଜୀବକୁ ସର୍ବସୁଖ ପ୍ରାପ୍ତ ହୋଇଥାଏ ॥2॥
ਜੋ ਤੁਧੁ ਭਾਵੈ ਸੋ ਨਿਰਮਲ ਕਰਮਾ ॥ ହେ ପ୍ରଭୁ! ତୋତେ ଯାହା ଭଲ ଲାଗିଥାଏ, ତାହା ପବିତ୍ର କର୍ମ ଅଟେ।
ਜੋ ਤੁਧੁ ਭਾਵੈ ਸੋ ਸਚੁ ਧਰਮਾ ॥ ହେ ନାଥ! ତୋତେ ଯାହା ପ୍ରଲୋଭିତ କରେ, ତାହା ହିଁ ସତ୍ୟ ଧର୍ମ ଅଟେ।
ਸਰਬ ਨਿਧਾਨ ਗੁਣ ਤੁਮ ਹੀ ਪਾਸਿ ॥ ସର୍ବଗୁଣର ଖଜଣା ତୋ’ ପାଖରେ ଅଛି।
ਤੂੰ ਸਾਹਿਬੁ ਸੇਵਕ ਅਰਦਾਸਿ ॥੩॥ ହେ ପ୍ରଭୁ! ତୁ ମୋର ସ୍ଵାମୀ ଅଟୁ ଆଉ ତୋର ସେବକ ତୋର ସମ୍ମୁଖରେ ଏହା ପ୍ରାର୍ଥନା କରିଥାଏ ॥3॥
ਮਨੁ ਤਨੁ ਨਿਰਮਲੁ ਹੋਇ ਹਰਿ ਰੰਗਿ ॥ ଈଶ୍ବରଙ୍କ ପ୍ରେମରେ ମନ ଏବଂ ତନ ପବିତ୍ର ହୋଇଯାଏ।
ਸਰਬ ਸੁਖਾ ਪਾਵਉ ਸਤਸੰਗਿ ॥ ସତସଙ୍ଗ ଗଲେ ସର୍ବସୁଖ ପ୍ରାପ୍ତ ହୋଇଥାଏ।
ਨਾਮਿ ਤੇਰੈ ਰਹੈ ਮਨੁ ਰਾਤਾ ॥ ହେ ପ୍ରଭୁ! ତୋର ମନ ତୋର ନାମରେ ହିଁ ମଗ୍ନ ରହିଛି।
ਇਹੁ ਕਲਿਆਣੁ ਨਾਨਕ ਕਰਿ ਜਾਤਾ ॥੪॥੧੪॥੮੩॥ ହେ ନାନକ! ମୁଁ ତାହାକୁ ହିଁ କଲ୍ୟାଣ ଭାବିଥାଏ ॥4॥14॥83॥
ਗਉੜੀ ਗੁਆਰੇਰੀ ਮਹਲਾ ੫ ॥ ଗଉଡି ଗୁଆରେରୀ ମହଲା 5 ॥
ਆਨ ਰਸਾ ਜੇਤੇ ਤੈ ਚਾਖੇ ॥  ହେ ମୋର ଜିହ୍ଵା! ହରି-ରସ ବିନା ଅନ୍ୟ ଯେଉଁ ରସ ତୁ ଚାଖିଛୁ,
ਨਿਮਖ ਨ ਤ੍ਰਿਸਨਾ ਤੇਰੀ ਲਾਥੇ ॥ ସେଥିରେ ତୋର ତୃଷ୍ଣା ଏକ କ୍ଷଣ ପାଇଁ ମଧ୍ୟ ଦୂର ହୁଏନାହିଁ।
ਹਰਿ ਰਸ ਕਾ ਤੂੰ ਚਾਖਹਿ ਸਾਦੁ ॥ ଯଦି ତୁ ହରି-ରସର ମିଠା ଚାଖୁ,ତାହାହେଲେ
ਚਾਖਤ ਹੋਇ ਰਹਹਿ ਬਿਸਮਾਦੁ ॥੧॥ ତୁ ଏହା ଚାଖି ଚକିତ ହୋଇଯିବୁ ॥1॥
ਅੰਮ੍ਰਿਤੁ ਰਸਨਾ ਪੀਉ ਪਿਆਰੀ ॥ ହେ ମୋର ପ୍ରିୟ ଜିହ୍ଵା! ତୁ ହରି-ରସ ରୂପୀ ଅମୃତର ପାନ କର।
ਇਹ ਰਸ ਰਾਤੀ ਹੋਇ ਤ੍ਰਿਪਤਾਰੀ ॥੧॥ ਰਹਾਉ ॥ ଏହି ହରି-ରସର ସ୍ଵାଦରେ ଅନୁରକ୍ତ ହୋଇ ତୁ ତୃପ୍ତ ହୋଇଯିବୁ ॥1॥ରୁହ॥
ਹੇ ਜਿਹਵੇ ਤੂੰ ਰਾਮ ਗੁਣ ਗਾਉ ॥ ହେ ଜିହ୍ଵା! ତୁ ରାମଙ୍କ ଯଶୋଗାନ କର।
ਨਿਮਖ ਨਿਮਖ ਹਰਿ ਹਰਿ ਹਰਿ ਧਿਆਉ ॥ ପ୍ରତି କ୍ଷଣରେ ତୁ ହରି-ପରମେଶ୍ଵରଙ୍କ ନାମର ଧ୍ୟାନ କର।
ਆਨ ਨ ਸੁਨੀਐ ਕਤਹੂੰ ਜਾਈਐ ॥ ହରି-ପରମେଶ୍ଵରଙ୍କ ନାମର ବିନା କିଛି ମଧ୍ୟ ଶୁଣିବା ଉଚିତ ନାହିଁ ଆଉ ସତସଙ୍ଗତି ବିନା ଆଉ କେଉଁଠିକୁ ଯିବା ଉଚିତ ନାହିଁ।
ਸਾਧਸੰਗਤਿ ਵਡਭਾਗੀ ਪਾਈਐ ॥੨॥ ସତସଙ୍ଗ ବଡ ସୌଭାଗ୍ୟରୁ ମିଳିଥାଏ ॥2॥
ਆਠ ਪਹਰ ਜਿਹਵੇ ਆਰਾਧਿ ॥ ହେ ଜିହ୍ଵା! ଆଠ ପହର ତୁ ଅଗାଧ ଏବଂ
ਪਾਰਬ੍ਰਹਮ ਠਾਕੁਰ ਆਗਾਧਿ ॥ ଜଗତର ଠାକୁର ପରଂବ୍ରହ୍ମଙ୍କ ଆରାଧନା କର।
ਈਹਾ ਊਹਾ ਸਦਾ ਸੁਹੇਲੀ ॥ ଏଠାରେ (ଇହଲୋକ) ଆଉ ସେଠାରେ (ପରଲୋକ) ତୁ ସର୍ବଦା ସୁପ୍ରସନ୍ନ ରହିବୁ।
ਹਰਿ ਗੁਣ ਗਾਵਤ ਰਸਨ ਅਮੋਲੀ ॥੩॥ ହେ ଜିହ୍ଵା! ପ୍ରଭୁଙ୍କ ଯଶୋଗାନ କରିଲେ ତୁ ଅମୂଲ୍ୟ ଗୁଣର ଅଧିକାରୀ ହେବୁ ॥3॥
ਬਨਸਪਤਿ ਮਉਲੀ ਫਲ ਫੁਲ ਪੇਡੇ ॥ ସବୁଜିମା ଖେଳୁ, ଆଉ ଗଛରେ ଫୁଲ ଓ ଫଳ ଭରି ରହିଥାଏ
ਇਹ ਰਸ ਰਾਤੀ ਬਹੁਰਿ ਨ ਛੋਡੇ ॥ ପରନ୍ତୁ, ହରି-ରସରେ ମଗ୍ନ ହୋଇଥିବା ଜିହ୍ଵା ହରି-ରସକୁ ଛାଡେ ନାହିଁ।
ਆਨ ਨ ਰਸ ਕਸ ਲਵੈ ਨ ਲਾਈ ॥ ਕਹੁ ਨਾਨਕ ਗੁਰ ਭਏ ਹੈ ਸਹਾਈ ॥੪॥੧੫॥੮੪॥ କାରଣ ଅନ୍ୟ କୌଣସି ସ୍ଵାଦ ଏହା ତୁଲ୍ୟ ନୁହେଁ, ହେ ନାନକ! ଗୁରୁ ମୋର ସହାୟକ ହୋଇଯାଇଛନ୍ତି ॥4॥15॥84॥
ਗਉੜੀ ਗੁਆਰੇਰੀ ਮਹਲਾ ੫ ॥ ଗଉଡି ଗୁଆରେରୀ ମହଲା 5 ॥
ਮਨੁ ਮੰਦਰੁ ਤਨੁ ਸਾਜੀ ਬਾਰਿ ॥ ମନ ଏକ ମନ୍ଦିର ଅଟେ ଆଉ ତନ ତାହାର ପାଖରେ ମେଢ ହୋଇ ରହିଛି।


© 2025 SGGS ONLINE
error: Content is protected !!
Scroll to Top