Page 1418
ਨਾਨਕ ਕੀ ਪ੍ਰਭ ਬੇਨਤੀ ਹਰਿ ਭਾਵੈ ਬਖਸਿ ਮਿਲਾਇ ॥੪੧॥
ନାନକ ପ୍ରଭୁଙ୍କ ଠାରେ ବିନତି କରନ୍ତି- ଯଦି ତୋତେ ଠିକ ଲାଗିଥାଏ, ତତାହେଲେ ଆମ ଉପରେ କୃପା କରି ନିଜ ସହିତ ମିଳନ କରାଇ ଦିଅ||41||
ਮਨ ਆਵਣ ਜਾਣੁ ਨ ਸੁਝਈ ਨਾ ਸੁਝੈ ਦਰਬਾਰੁ ॥
ମନରେ ଜନ୍ମ-ମରଣ କିମ୍ବା ପ୍ରଭୁ-ଦରବାରର କୌଣସି ଜ୍ଞାନ ନଥାଏ।
ਮਾਇਆ ਮੋਹਿ ਪਲੇਟਿਆ ਅੰਤਰਿ ਅਗਿਆਨੁ ਗੁਬਾਰੁ ॥
ମନ ମାୟା ମୋହରେ ଲୀନ ହୋଇ ଅଜ୍ଞାନତାର ଅନ୍ଧକାରରେ ରହିଥାଏ।
ਤਬ ਨਰੁ ਸੁਤਾ ਜਾਗਿਆ ਸਿਰਿ ਡੰਡੁ ਲਗਾ ਬਹੁ ਭਾਰੁ ॥
ଯେତେବେଳେ ଯମର ଦଣ୍ଡ ଆସିଥାଏ, ବ୍ୟକ୍ତି ମୋହର ନିଦ୍ରାରୁ ଜାଗ୍ରତ ହୋଇଥାଏ।
ਗੁਰਮੁਖਾਂ ਕਰਾਂ ਉਪਰਿ ਹਰਿ ਚੇਤਿਆ ਸੇ ਪਾਇਨਿ ਮੋਖ ਦੁਆਰੁ ॥
ଗୁରୁମୁଖୀ ସର୍ବଦା ପରମାତ୍ମାଙ୍କ ସ୍ତୁତିରେ ଲୀନ ରହିଥାଏ ଆଉ ମୋକ୍ଷ ପ୍ରାପ୍ତ କରି ନେଇଥାଏ।
ਨਾਨਕ ਆਪਿ ਓਹਿ ਉਧਰੇ ਸਭ ਕੁਟੰਬ ਤਰੇ ਪਰਵਾਰ ॥੪੨॥
ହେ ନାନକ! ସେ ସ୍ଵୟଂ ମୁକ୍ତ ହୋଇଥାଏ, ସଂପୂର୍ଣ୍ଣ ପରିବାରକୁ ପାର କରି ଦେଇଥାଏ||42||
ਸਬਦਿ ਮਰੈ ਸੋ ਮੁਆ ਜਾ ਪੈ ॥
ବାସ୍ତବରେ ସେ ହିଁ ମୃତ୍ୟୁ ବରଣ କରିଥାଏ, ଯିଏ ଶବ୍ଦ ଠାରୁ ନିଜକୁ ଦୂରକୁ ନେଇଥାଏ।
ਗੁਰ ਪਰਸਾਦੀ ਹਰਿ ਰਸਿ ਧ੍ਰਾਪੈ ॥
ଗୁରୁଙ୍କ କୃପାରୁ ହରି ଭଜନର ଆନନ୍ଦ ପ୍ରାପ୍ତ ହୋଇଥାଏ ଆଉ
ਹਰਿ ਦਰਗਹਿ ਗੁਰ ਸਬਦਿ ਸਿਞਾਪੈ ॥
ଶବ୍ଦ-ଗୁରୁ ଦ୍ଵାରା ପ୍ରଭୁ-ଦରବାରରେ ସମ୍ମାନ ମିଳିଥାଏ।
ਬਿਨੁ ਸਬਦੈ ਮੁਆ ਹੈ ਸਭੁ ਕੋਇ ॥
ଶବ୍ଦ ବିନା ସମସ୍ତେ ମୃତ୍ୟୁ ବରଣ କରିଥାନ୍ତି,
ਮਨਮੁਖੁ ਮੁਆ ਅਪੁਨਾ ਜਨਮੁ ਖੋਇ ॥
କିନ୍ତୁ ମନମୁଖୀ ମୃତ୍ୟୁ ବରଣ କରି ନିଜ ଜୀବନ ହରାଇ ଦେଇଥାଏ।
ਹਰਿ ਨਾਮੁ ਨ ਚੇਤਹਿ ਅੰਤਿ ਦੁਖੁ ਰੋਇ ॥
ସେ ଈଶ୍ଵରଙ୍କୁ ସ୍ମରଣ କରେନାହିଁ ଆଉ ଅନ୍ତରେ ଦୁଃଖ-ବିପଦରେ ପଡି ରୋଦନ କରିଥାଏ।
ਨਾਨਕ ਕਰਤਾ ਕਰੇ ਸੁ ਹੋਇ ॥੪੩॥
ଗୁରୁ ନାନକ କହନ୍ତି- ବାସ୍ତବରେ (ତାହାର ମଧ୍ୟ କୌଣସି ଦୋଷ ନଥାଏ) ଯାହା ପରମେଶ୍ଵର କରିଥାନ୍ତି, ତାହା ହୋଇଥାଏ||43||
ਗੁਰਮੁਖਿ ਬੁਢੇ ਕਦੇ ਨਾਹੀ ਜਿਨ੍ਹ੍ਹਾ ਅੰਤਰਿ ਸੁਰਤਿ ਗਿਆਨੁ ॥
ଯାହାର ମନରେ ଜ୍ଞାନ-ଧ୍ୟାନ ରହିଥାଏ, ଏପରି ଗୁରୁମୁଖୀ କେବେ ବୃଦ୍ଧ ହୁଏନାହିଁ।
ਸਦਾ ਸਦਾ ਹਰਿ ਗੁਣ ਰਵਹਿ ਅੰਤਰਿ ਸਹਜ ਧਿਆਨੁ ॥
ସେ ଅନ୍ତର୍ମନରେ ସ୍ଵାଭାବିକ ଭାବରେ ଧ୍ୟାନ ଲଗାଇ ରଖିଥାଏ ଆଉ ସର୍ବଦା ପରମାତ୍ମାଙ୍କ ପ୍ରଶଂସା ଓ ଗୁଣଗାନରେ ମସ୍ତ ରହିଥାଏ।
ਓਇ ਸਦਾ ਅਨੰਦਿ ਬਿਬੇਕ ਰਹਹਿ ਦੁਖਿ ਸੁਖਿ ਏਕ ਸਮਾਨਿ ॥
ସେ ସର୍ବଦା ଆନନ୍ଦମୟ ଓ ବିବେକବନ୍ତ ରହିଥାଏ ଆଉ ଦୁଃଖ ଓ ସୁଖକୁ ସମାନ ମାନିଥାଏ।
ਤਿਨਾ ਨਦਰੀ ਇਕੋ ਆਇਆ ਸਭੁ ਆਤਮ ਰਾਮੁ ਪਛਾਨੁ ॥੪੪॥
ତାହାକୁ ସବୁଠାରେ ପରମାତ୍ମା ହିଁ ଦେଖା ଯାଇଥାନ୍ତି ଆଉ ଅନ୍ତରାତ୍ମାରେ ତାହାକୁ ବ୍ରହ୍ମର ପରିଚୟ ହୋଇଯାଏ||44||
ਮਨਮੁਖੁ ਬਾਲਕੁ ਬਿਰਧਿ ਸਮਾਨਿ ਹੈ ਜਿਨ੍ਹ੍ਹਾ ਅੰਤਰਿ ਹਰਿ ਸੁਰਤਿ ਨਾਹੀ ॥
ସ୍ଵେଚ୍ଛାଚାରୀ ଶିଶୁ-ବୃଦ୍ଧ ଭଳି ଅଟେ, ଯାହାର ମନରେ ଈଶ୍ଵରଙ୍କ ସ୍ମରଣ ରହେ ନାହିଁ।
ਵਿਚਿ ਹਉਮੈ ਕਰਮ ਕਮਾਵਦੇ ਸਭ ਧਰਮ ਰਾਇ ਕੈ ਜਾਂਹੀ ॥
ସେ ଅଭିମାନରେ ଫସି କର୍ମ କରିଥାଏ, ଯେଉଁ କାରଣରୁ ଯମରାଜ ହିଁ ତାହର କର୍ମର ହିସାବ କର୍ମ କରିଥାନ୍ତି।
ਗੁਰਮੁਖਿ ਹਛੇ ਨਿਰਮਲੇ ਗੁਰ ਕੈ ਸਬਦਿ ਸੁਭਾਇ ॥
ଯିଏ ଗୁରୁଙ୍କ ଉପଦେଶରେ ରତ ରହିଥାଏ, ସେହି ଗୁରୁମୁଖୀ ଉତ୍ତମ ଏବଂ ହୃଦୟରେ ନିର୍ମଳ ରହିଥାଏ।
ਓਨਾ ਮੈਲੁ ਪਤੰਗੁ ਨ ਲਗਈ ਜਿ ਚਲਨਿ ਸਤਿਗੁਰ ਭਾਇ ॥
ସେ ସଦଗୁରୁଙ୍କ ଇଚ୍ଛା ଅନୁସାରେ ଜୀବନ-ଆଚରଣ ବିତାଇ ଥାଏ ଆଉ ତାହା ପାଖରେ ମୋହ-ମାୟାର କୌଣସି ମଇଳା ରହେ ନାହିଁ।
ਮਨਮੁਖ ਜੂਠਿ ਨ ਉਤਰੈ ਜੇ ਸਉ ਧੋਵਣ ਪਾਇ ॥
ସ୍ଵେଚ୍ଛାଚାରୀକୁ ଶହେ ଥର ଧୋଇଲେ ମଧ୍ୟ ତାହାର ଅଇଁଠା ଦୂର ହୁଏନାହିଁ।
ਨਾਨਕ ਗੁਰਮੁਖਿ ਮੇਲਿਅਨੁ ਗੁਰ ਕੈ ਅੰਕਿ ਸਮਾਇ ॥੪੫॥
ହେ ନାନକ! ଗୁରୁମୁଖୀ ଗୁରୁଙ୍କ ଶରଣରେ ଲୀନ ରହିଥାଏ||45||
ਬੁਰਾ ਕਰੇ ਸੁ ਕੇਹਾ ਸਿਝੈ ॥
ଯେ କେହି ମନ୍ଦ କର୍ମ କରିଥାଏ, ତାହାର କଣ ଦଶା ହୋଇଥାଏ?
ਆਪਣੈ ਰੋਹਿ ਆਪੇ ਹੀ ਦਝੈ ॥
ସେ ସ୍ଵୟଂ ମଧ୍ୟ କ୍ରୋଧର ଜ୍ଵଳାରେ ଜଳି ରହିଥାଏ।
ਮਨਮੁਖਿ ਕਮਲਾ ਰਗੜੈ ਲੁਝੈ ॥
ସ୍ଵେଚ୍ଛାଚାରୀ ବାତୁଳ ବନି ଜଞ୍ଜାଳରେ ଫସି ରହିଥାଏ।
ਗੁਰਮੁਖਿ ਹੋਇ ਤਿਸੁ ਸਭ ਕਿਛੁ ਸੁਝੈ ॥
ଯେତେବେଳେ ଗୁରୁମୁଖୀ ବନିଯାଏ, ତାହାକୁ ସବୁ ଜ୍ଞାତ ହୋଇଯାଏ।
ਨਾਨਕ ਗੁਰਮੁਖਿ ਮਨ ਸਿਉ ਲੁਝੈ ॥੪੬॥
ହେ ନାନକ! ଗୁରୁମୁଖୀ ମନ ସହିତ ସଂଘର୍ଷ କରିଥାଏ||46||
ਜਿਨਾ ਸਤਿਗੁਰੁ ਪੁਰਖੁ ਨ ਸੇਵਿਓ ਸਬਦਿ ਨ ਕੀਤੋ ਵੀਚਾਰੁ ॥
ଯିଏ ସଦଗୁରୁଙ୍କ ସେବା କରିନାହିଁ, ନା ବ୍ରହ୍ମ ଶବ୍ଦର ଚିନ୍ତନ କରିନାହିଁ,
ਓਇ ਮਾਣਸ ਜੂਨਿ ਨ ਆਖੀਅਨਿ ਪਸੂ ਢੋਰ ਗਾਵਾਰ ॥
ସେ ମନୁଷ୍ୟ ନୁହେଁ, ବାସ୍ତବରେ ଏପରି ମୂର୍ଖ ପଶୁ ପଦବାଚ୍ୟ ହୋଇଥାଏ।
ਓਨਾ ਅੰਤਰਿ ਗਿਆਨੁ ਨ ਧਿਆਨੁ ਹੈ ਹਰਿ ਸਉ ਪ੍ਰੀਤਿ ਨ ਪਿਆਰੁ ॥
ତାହାର ମନରେ କୌଣସି ଜ୍ଞାନ-ଧ୍ୟାନ ନଥାଏ ଆଉ ଈଶ୍ଵରଙ୍କ ସହିତ ପ୍ରେମ କରି ନଥାଏ।
ਮਨਮੁਖ ਮੁਏ ਵਿਕਾਰ ਮਹਿ ਮਰਿ ਜੰਮਹਿ ਵਾਰੋ ਵਾਰ ॥
ସ୍ଵେଚ୍ଛାଚାରୀ ବିକାରରେ ହିଁ ମୃତ୍ୟୁ ପ୍ରାପ୍ତ କରିଥାଏ ଆଉ ବାରମ୍ବାର ଜନ୍ମ-ମରଣ ପ୍ରାପ୍ତ କରିଥାଏ।
ਜੀਵਦਿਆ ਨੋ ਮਿਲੈ ਸੁ ਜੀਵਦੇ ਹਰਿ ਜਗਜੀਵਨ ਉਰ ਧਾਰਿ ॥
ଯିଏ ହୃଦୟରେ ପରମାତ୍ମାଙ୍କୁ ସ୍ଥାପନ କରିଥାଏ, ସେହି ଆତ୍ମିକ ରୂପରେ ଜୀବିତ ଗୁରୁମୁଖୀ ସହିତ ମିଳନ ଅକ୍ରିୟ ଅନ୍ୟମାନେ ମଧ୍ୟ ଜୀବିତ ହୋଇଯାନ୍ତି।
ਨਾਨਕ ਗੁਰਮੁਖਿ ਸੋਹਣੇ ਤਿਤੁ ਸਚੈ ਦਰਬਾਰਿ ॥੪੭॥
ଗୁରୁ ନାନକ କହନ୍ତି ଯେ ପ୍ରଭୁଙ୍କ ଦରବାରରେ ଗୁରୁମୁଖୀ ହିଁ ସୁନ୍ଦର ଲାଗିଥାଏ||47||
ਹਰਿ ਮੰਦਰੁ ਹਰਿ ਸਾਜਿਆ ਹਰਿ ਵਸੈ ਜਿਸੁ ਨਾਲਿ ॥
ଶରୀର ରୂପୀ ହରିମନ୍ଦିରର ରଚନା ହରି ହିଁ କରିଛନ୍ତି ଆଉ ସେ ସେଥିରେ ରହିଥାନ୍ତି।
ਗੁਰਮਤੀ ਹਰਿ ਪਾਇਆ ਮਾਇਆ ਮੋਹ ਪਰਜਾਲਿ ॥
ଗୁରୁଙ୍କ ଶିକ୍ଷା ଅନୁସାରେ ମୋହ-ମାୟାକୁ ଦୂର କରିବା ଦ୍ଵାରା ହିଁ ହରି ପ୍ରାପ୍ତ ହୋଇଥାନ୍ତି।
ਹਰਿ ਮੰਦਰਿ ਵਸਤੁ ਅਨੇਕ ਹੈ ਨਵ ਨਿਧਿ ਨਾਮੁ ਸਮਾਲਿ ॥
ହରି ମନ୍ଦିରରେ ଅନେକ ବସ୍ତୁ ବିଦ୍ୟମାନ ଅଛି, ସୁଖର ଭଣ୍ଡାର ହରିନାମର ସ୍ମରଣ କର।
ਧਨੁ ਭਗਵੰਤੀ ਨਾਨਕਾ ਜਿਨਾ ਗੁਰਮੁਖਿ ਲਧਾ ਹਰਿ ਭਾਲਿ ॥
ନାନକ କହନ୍ତି- ସେହି ଜୀବ-ସ୍ତ୍ରୀ ଧନ୍ୟ ଏବଂ ଭାଗ୍ୟଶାଳୀ ଅଟେ, ଯିଏ ଗୁରୁଙ୍କ ଦ୍ଵାରା ପ୍ରଭୁଙ୍କୁ ପ୍ରାପ୍ତ କରିଥାଏ।
ਵਡਭਾਗੀ ਗੜ ਮੰਦਰੁ ਖੋਜਿਆ ਹਰਿ ਹਿਰਦੈ ਪਾਇਆ ਨਾਲਿ ॥੪੮॥
ସେହି ଭାଗ୍ୟଶାଳୀ ଶରୀର ରୂପୀ ମନ୍ଦିରରେ ସନ୍ଧାନ କରି ପ୍ରଭୁଙ୍କୁ ପ୍ରାପ୍ତ କରିଛନ୍ତି||48||
ਮਨਮੁਖ ਦਹ ਦਿਸਿ ਫਿਰਿ ਰਹੇ ਅਤਿ ਤਿਸਨਾ ਲੋਭ ਵਿਕਾਰ ॥
ମନମୁଖୀ ପୁରୁଷ ତୃଷ୍ଣା, ଲୋଭ, ବିକାରରେ ଫସି ଦଶ ଦିଗରେ ପଥଭ୍ରଷ୍ଟ ରହିଥାଏ।